Matric Results - The Sakala

ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ
ଭୁବନେଶ୍ୱର: ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ । ଏନେଇ ମଙ୍ଗଳବାର ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଆଉ ୨ ଦିନ ମଧ୍ୟରେ ମାଟ୍ରିକ୍‌ ଖାତା ଦେଖା ଶେଷ ହେବ । AI ଏବଂ କ୍ୟୁଆର୍‌ କୋର୍ଡ ଦ୍ୱାରା ପରୀକ୍ଷା ପରିଚାଳନା ସଫଳ ହୋଇଛି। ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ ନେଇ କୌଣସି ସସମ୍ୟା ହେବ ନାହିଁ । ଗ୍ରେସ୍‌ ମାର୍କ ସମ୍ପର୍କରେ ପରିଚାଳନା କମିଟି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

ଖବର ଅନୁଯାୟୀ, ମାର୍ଚ୍ଚ ୧୯ରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ ହୋଇଥିଲା। ୩୦ ଜିଲାରେ ୩୧୩୩ ପରୀକ୍ଷା କେନ୍ଦ୍ର ସହ ୩୧୪ଟି ନୋଡାଲ୍‌ ସେଣ୍ଟର ବ୍ୟବସ୍ଥା କରାଯାଇଥିଲା। ସବୁ ସେଣ୍ଟରରେ ସିସିଟିଭି ଲାଗିଥିବା ବେଳେ ୬୦୦ ସେଣ୍ଟରରେ ଲାଇଟ୍‌ ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ମୋଟ ୫ ଲକ୍ଷ ୧୦ ହଜାର ୭୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଖାତାଦେଖା : ୫୧ଟି କେନ୍ଦ୍ରରେ ୧୨ଶହ ଶିକ୍ଷକ ଶିକ୍ଷୟିତ୍ରୀ ହେବେ ସାମିଲ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆଜିଠାରୁ ଆରମ୍ଭ ହେବ। ନୋଡାଲ କେନ୍ଦ୍ରଗୁଡ଼ିକରୁ ଉତ୍ତର ଖାତାକୁ କଡ଼ା ସୁରକ୍ଷାବଳୟରେ ମୂଲ୍ୟାୟନ କେନ୍ଦ୍ରକୁ ଅଣାଯାଇଛି। ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ଖାତା ଦେଖାରେ ନିୟୋଜିତ ହେବାକୁ ଥିବା ଶିକ୍ଷକମାନେ ଗତକାଲିଠୁ ପହଞ୍ଚିଥିବା ଜଣାପଡ଼ିଛି। ୧୫ ଦିନ ଭିତରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପରୀକ୍ଷା ଖାତା ମୂଲ୍ୟାୟନ ବେଳେ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ର ବାହାରକୁ ଆସିବା ଉପରେ କଟକଣା ଜାରି ହୋଇଛି। ସେହିଭଳି ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ ବାରଣ କରାଯାଇଛି। ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିବା ବେଳେ ୧୧,୮୦୦ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମୂଲ୍ୟାୟନରେ ନିୟୋଜିତ କରାଯାଇଛି। ପ୍ରାୟ ୫୫୦ ଶିକ୍ଷକଙ୍କୁ ମୂଲ୍ୟାୟନ ପାଇଁ ସଂରକ୍ଷିତ ରଖାଯାଇଛି। ଆବଶ୍ୟକସ୍ଥଳେ ସେମାନେ ତତ୍‌କ୍ଷଣାତ୍‌ ଯୋଗଦେବାର ବ୍ୟବସ୍ଥା ହୋଇଛି। ମୂଲ୍ୟାୟନ କେନ୍ଦ୍ରଗୁଡ଼ିକ ମଧ୍ୟ ସିସିଟିଭି ବଳୟରେ ରଖାଯାଇଥିବା ବେଳେ ସମ୍ପୃକ୍ତ ଜିଲ୍ଲା ଶିକ୍ଷାଧିକାରୀମାନେ ଏହାର ତତ୍ତ୍ୱାବଧାନ କରୁଛନ୍ତି।

ସେହିପରି ମୂଲ୍ୟାୟନ କେନ୍ଦ୍ର ପାଇଁ ଜଣେ ନିରୀକ୍ଷକ, ଦୁଇଜଣ ଉପ ନିରୀକ୍ଷକ, ଦୁଇଜଣ ଯାଞ୍ଚକାରୀଙ୍କ ସମେତ ବୋର୍ଡ ପକ୍ଷରୁ ଜଣେ ଜଣେ କ୍ୟାମ୍ପ ଅଫିସରଙ୍କୁ ନିୟୋଜିତ କରାଯାଇଛି। ମୂଲ୍ୟାୟନ ପରେ ପ୍ରତିଦିନ ମାର୍କକୁ ସର୍ଭରରେ ଅପଲୋଡ କରାଯିବ। ଏଥିପାଇଁ ୩୦୦ ଡାଟା ଏଣ୍ଟ୍ରି ଅପରେଟର୍‌ ନିୟୋଜିତ ହୋଇଛନ୍ତି। ଆସନ୍ତା ମେ’ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇଁ ଲକ୍ଷ୍ୟ ରଖାଯାଇଛି।

ଚଳିତ ଥର ମାଟ୍ରିକ ସାଧାରଣ ବିଜ୍ଞାନ ବିଷୟ ପରୀକ୍ଷାର ସି-ସେଟ୍‌ ପ୍ରଶ୍ନପତ୍ରରେ ମୋଟ ୫୦ ନମ୍ବର ବଦଳରେ ୪୬ ନମ୍ବରର ପ୍ରଶ୍ନ ରହିଥିଲା ବେଳେ ୪ ନମ୍ବର ବିଶିଷ୍ଟ ଏକ ସବ୍‌ଜେକ୍ଟିଭ ପ୍ରଶ୍ନ ଗାଏବ ଥିଲା। ମୁଦ୍ରଣଜନିତ ତ୍ରୁଟିରୁ ଏପରି ହୋଇଥିବା ନେଇ ବୋର୍ଡ ମଧ୍ୟ ସେହି ସମୟରେ ସ୍ୱୀକାର କରିଥିଲା। ତେବେ ୪୬ ନମ୍ବର ବିଶିଷ୍ଟ ସାଧାରଣ ବିଜ୍ଞାନ ବିଷୟ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନଙ୍କୁ ଗ୍ରେସ୍‌ ମାର୍କ ମିଳିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି। କିନ୍ତୁ କେତେ ମାର୍କ ଗ୍ରେସ୍‌ ମିଳିବ, ତାହା ସ୍ଥିର ହୋଇନାହିଁ।

ମାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଥିଲେ ୨୩ରୁ ରିଚେକିଂ ପାଇଁ କରିପାରିବେ ଆବେଦନ, ଜାଣନ୍ତୁ କିପରି କରିବେ ଆବେଦନ
କଟକ: ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାଫଳ। ଗତବର୍ଷ ତୁଳନାରେ ଚଳିତ ବର୍ଷ ରେଜଲ୍ଟ ବେଶ୍‌ ଭଲ ହୋଇଥିବା ବେଳେ ଛାତ୍ରଙ୍କ ତୁଳନାରେ ଆଗରେ ଅଛନ୍ତି ଛାତ୍ରୀ। ଚଳିତ ବର୍ଷ ମାଟ୍ରିକ ପାସ୍‌ ହାର ୯୬.୪% ରହିଛି। ଏଥିସହ କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ଥିବା ବେଳେ ମାଲକାନଗିରି ସବୁଠୁ ତଳେ ରହିଛି।

କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ମାଟ୍ରିକ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ସମୁଦାୟ ୫,୧୬,୪୩୫ ଛାତ୍ରଛାତ୍ରୀ ମାଟ୍ରିକ ରେଗୁଲାର ପରୀକ୍ଷା ଦେଇଥିବା ବେଳେ ୫,୦୮୪୦୪ ଜଣ ପାସ୍‌ କରିଛନ୍ତି। A1 ରେ ୪ହଜାର ୧୫୮ ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ A2 ରେ ୨୯ହଜାର ୭୩୮ ପରୀକ୍ଷାର୍ଥୀ , B1ରେ  ୭୬ହଜାର ୫୬୭ ଛାତ୍ରଛାତ୍ରୀ,B2 ରେ ୧ଲକ୍ଷ ୧୮ହଜାର ୭୫୦ ,C ରେ ୧ଲକ୍ଷ ୨୧ହଜାର ୬୧୧ ପାସ,D ରେ ୯୫ହଜାର ୬ଜଣ ପରୀକ୍ଷାର୍ଥୀ ପାସ୍,E ରେ ୬୧ହଜାର ୪୭୪ ପିଲା ପାସ୍,F ରେ ୭ହଜାର ୬୪୫ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି।

ଏଥର ଛାତ୍ରଙ୍କଠାରୁ ଆଗରେ ଛାତ୍ରୀ ରହିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ଏଥର ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୭୫ ପ୍ରତିଶତ। ଅପରପକ୍ଷରେ ଚଳିତ ଥର ୯୭.୦୫ ପ୍ରତିଶତ ଛାତ୍ରୀ ପାସ୍ କରିଛନ୍ତି। ଏବର୍ଷ ମୋଟ ୫୦୫୪୦୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୫୧୨୯୮ ଜଣ ଛାତ୍ର ଓ ୨୫୭୧୦୬ଜଣ ଛାତ୍ରୀ ଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ୨୨୫୪ ଜଣ ଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଥିବା ବେଳେ ୧୯୦୫ଜଣ ଛାତ୍ରୀ ଏ-୧ ଗ୍ରେଡରେ ପାସ୍ କରିଛନ୍ତି।

ଚଳିତ ବର୍ଷ ରାଜ୍ୟର ୮୯୪୨ଟି ସ୍କୁଲରେ ମାଟ୍ରିକ୍‌ ରେଗୁଲାର ପରୀକ୍ଷା ହୋଇଥିବା ବେଳେ ୫,୨୭,୩୭୪ ଜଣ ଫର୍ମ ଫିଲଅପ୍‌ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦, ୯୩୯ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ଚଳିତ ବର୍ଷ ଅନିୟମିତତା ଉପାୟରେ ପରୀକ୍ଷା ଦେଉଥିବା ଅଭିଯୋଗରେ ୩୮୬ ଛାତ୍ରଛାତ୍ରୀ ଏମ୍‌ପି ହୋଇଛନ୍ତି। କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍‌ହାର ସର୍ବାଧିକ ୯୭.୯୯% ଥିବା ବେଳେ ମାଲକାନଗିରି ଜିଲ୍ଲାରେ ପାସ୍‌ ହାର କମ୍‌ ରହିଛି। ତେବେ ୩ହଜାର ୨୨୨ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ କରିଛନ୍ତି।

୨୩ରୁ ରିଚେକିଂ ପାଇଁ ଆବେଦନ

ଆଜି ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ କିଛି ପିଲା ସେମାନଙ୍କ ମାର୍କକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି। ସେମାନେ ଏନେଇ ୨୩ରୁ ରିଚେକିଂ ପାଇଁ ଆବେଦନ କରିପାରିବେ । ହାଇସ୍କୁଲ ଛାତ୍ରଛାତ୍ରୀମାନେ ଅନଲାଇନରେ ସମସ୍ତେ ଆବେଦନ କରିପାରିବେ । ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ପାଇଁ ଛାତ୍ରଛାତ୍ରୀମାନେ ଅଫଲାଇନ ଆବେଦନ କରିବେ । ଏନେଇ ବୋର୍ଡ ଉପସଭାପତି ନିହାର ମହାନ୍ତି ସୂଚନା ଦେଇଛନ୍ତି।

ସେପଟେ ଚଳିତ ମାଟ୍ରିକ ପରିକ୍ଷାରେ ଫେଲ ହୋଇଥିବା ପିଲାମାନଙ୍କ ପାଇଁ ଚଳିତଥର ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇ ପାରିନଥିଲା । କିନ୍ତୁ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଫେଲ୍‌ କିମ୍ବା ଡ୍ରପଆଉଟ୍ ହୋଇଥିବା ପିଲାଙ୍କ ପାଇଁ ହେବ ପରୀକ୍ଷା। ଯେଉଁପିଲାମନେ ଏଥର ପରୀକ୍ଷାରେ ଫର୍ମ ଫିଲପ କରିଥିଲେ ମଧ୍ୟ ପରୀକ୍ଷାରେ ଅନୁପସ୍ଥିତ ଥିଲେ ସେମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ।  ଖୁବଶୀଘ୍ର ସପ୍ଲିମେଣ୍ଟାରୀ ପରୀକ୍ଷା ନେଇ ତାରିଖ ଘୋଷଣା ହେବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

ପ୍ରକାଶ ପାଇଲା ୨୦୨୩ ମାଟ୍ରିକ୍‌ ଫଳ : କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ ହାର ସର୍ବାଧିକ
କଟକ : ପ୍ରକାଶ ପାଇଛି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ। ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସଚିବ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଚଳିତ ଥର ମାଟ୍ରିକରେ ୯୬.୪ ପ୍ରତିଶତ ରେଜଲ୍ଟ ହୋଇଛି। ଏଥର ରାଜ୍ୟରେ କଟକ ଓ ଜଗତସିଂହପୁର ଜିଲ୍ଲା ପାସ ପ୍ରତିଶତରେ ଆଗରେ ରହିଛନ୍ତି। ଏହି ଦୁଇ ଜିଲ୍ଲାର ପାସ୍‌ ହାର ୯୭.୯୯ ପ୍ରତିଶତ ରହିଛି। ଏଥି ସହିତ ମାଲକାନଗିରି ଜିଲ୍ଲାର ଫଳାଫଳ ସର୍ବନିମ୍ନ ରହିଛି। ଏଠାରେ ପାସ୍‌ ପ୍ରତିଶତ ୯୨.୬୩ ପ୍ରତିଶତ ରହିଛି।

ଅନ୍ୟପଟେ ଏଥର ମଧ୍ୟ ରେଜଲ୍ଟରେ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇଛନ୍ତି।  ଛାତ୍ରୀଙ୍କ ପାସ୍‌ହାର ୯୭.୦୫ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସହାର ୯୫.୭୫ ପ୍ରତିଶତ ରହିଛି। ତେବେ ୯୦%ରୁ ଅଧିକ ନମ୍ବର ରଖିଥିବା ଝିଅଙ୍କ ସଂଖ୍ୟା ୨,୨୫୪ ରହିଥିବା ବେଳେ ୯୦%ରୁ ଅଧିକ ନମ୍ବର ରଖିଥିବା ପୁଅଙ୍କ ସଂଖ୍ୟା ୧,୯୦୪ ରହିଛି।

ସେପଟେ ଚଳିତ ବର୍ଷର ପାସହାର ୯୬.୪୦ % ରହିଛି । ମୋଟ ୫ଲକ୍ଷ ୧୬ହଜାର ୪୨୬ ପିଲା ପାସ୍ କରିଛନ୍ତି । ୩,୨୨୨ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଛି। A1 ରେ ୪ହଜାର ୧୫୮ ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ A2 ରେ ୨୯ହଜାର ୭୩୮ ପରୀକ୍ଷାର୍ଥୀ , B1ରେ  ୭୬ହଜାର ୫୬୭ ଛାତ୍ରଛାତ୍ରୀ,B2 ରେ ୧ଲକ୍ଷ ୧୮ହଜାର ୭୫୦ ,C ରେ ୧ଲକ୍ଷ ୨୧ହଜାର ୬୧୧ ପାସ,D ରେ ୯୫ହଜାର ୬ଜଣ ପରୀକ୍ଷାର୍ଥୀ ପାସ୍,E ରେ ୬୧ହଜାର ୪୭୪ ପିଲା ପାସ୍,F ରେ ୭ହଜାର ୬୪୫ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି।

ଅନ୍ୟପଟେ ଏଥର ହେବ ସପ୍ଲିମେଣ୍ଟାରୀ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇ ପାରି ନଥିଲା, ଏଥର ହେବ। ଫେଲ୍‌ କିମ୍ବା ଡ୍ରପଆଉଟ୍ ହୋଇଥିବା ପିଲାଙ୍କ ପାଇଁ ହେବ ପରୀକ୍ଷା।ଖୁବଶୀଘ୍ର ତାରିଖ ଘୋଷଣା ହୋଇ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ମନ୍ତ୍ରୀ କହିଛନ୍ତି।

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର : ଜୁନ୍ ମାସ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷାଫଳ
ଭୁବନେଶ୍ବର : ମାଟ୍ରିକ ପରୀକ୍ଷାର୍ଥୀ ପାଇଁ ବଡ ଖବର । ମାଟ୍ରିକ ପରୀକ୍ଷାଫଳକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକ ଉତ୍କଣ୍ଠିତ ରହିଥିବା ବେଳେ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଚଳିତ ଜୁନ୍ ମାସ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମାଟ୍ରିକ ଖାତାଦେଖା ଯଥା ସମୟରେ ସରିଛି। ଏଣୁ ଜୁନ୍ ମାସ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ କରାଯିବାକୁ ସମସ୍ତ ପ୍ରକାରର ପ୍ରଚେଷ୍ଟା ଚାଲିଛି।

ଚଳିତବର୍ଷ ୫ ଲକ୍ଷ ୨୮ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଥିଲେ । ରାଜ୍ୟରେ ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଦୁଇ ସପ୍ତାହରେ ଖାତାଦେଖା ସରିଛି । ପରୀକ୍ଷାର୍ଥୀଙ୍କ ମାର୍କ ଅନଲାଇନରେ ଅପଲୋଡ କରାଯାଉଥିବା ବେଳେ, SOSC ଓ ମଧ୍ୟମା ପରୀକ୍ଷାର୍ଥୀଙ୍କ ମାର୍କ ଅଫଲାଇନ ମୋଡରେ ରେକର୍ଡ କରାଯାଇଛି ।

କରୋନା ମହାମାରୀ ଯୋଗୁ ୨ ବର୍ଷ ପରେ ଏଥର ଅଫଲାଇନ୍‌ ପରୀକ୍ଷା ଦେଇଛନ୍ତି ମାଟ୍ରିକ ଛାତ୍ରଛାତ୍ରୀ । ଚଳିତ ବର୍ଷ ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୯ ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ଚଳିତ ବର୍ଷ ମୂଲ୍ୟାୟନ କେନ୍ଦ୍ରରୁ ବୋର୍ଡ ନିଯୁକ୍ତ ମେକର ଓ ଚେକର୍ଙ୍କ ଦ୍ବାରା ସିଧାସଳଖ ଛାତ୍ରଛାତ୍ରୀଙ୍କ ମାର୍କ ଅପ୍ଲୋଡ୍ ବ୍ୟବସ୍ଥା କରାଯାଇଥିଲା। ଏହାଦ୍ବାରା ପରୀକ୍ଷାଫଳ ପ୍ରକାଶନ ପ୍ରକ୍ରିୟା ସହଜ ଓ ସରଳ ହେବ ବୋଲି ସୂଚନା ମିଳିଛି। ରାଜ୍ୟ ମଧ୍ୟରେ ସବ୍ଜେକ୍ଟିଭ୍ ପେପର ମୂଲ୍ୟାୟନ ଚାଲିଥିବାବେଳେ ଏକକାଳୀନ ରାଜ୍ୟ ବାହାରେ ଅବ୍ଜେକ୍ଟିଭ୍ ଖାତା(ଓଏମ୍ଆର୍ ଉତ୍ତରଫର୍ଦ୍ଦ) ମୂଲ୍ୟାୟନ ଚାଲିଛି। ତାହା ମଧ୍ୟ ସରିଯାଇଥିବା ଜଣାପଡ଼ିଛି। ଫଳରେ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପାଇଁ ଆଉ ପାଖାପାଖି ଦୁଇ ସପ୍ତାହ ସମୟ ଲାଗିବ। ଜୁନ୍ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ଯୋଜନା ଚାଲିଥିବା ବେଳେ ଫଳାଫଳକୁ ତ୍ରୁଟିଶୂନ୍ୟ କରିବା ପାଇଁ ବୋର୍ଡ ଉଦ୍ୟମ ଜାରି ରଖିଛି।

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ, ସନ୍ଧ୍ୟା ୬ଟାରୁ ୱେବସାଇଟରେ ଦେଖିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ ଅଫିସରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ପ୍ରଥମଥର ବିନା ପରୀକ୍ଷାରେ ପ୍ରକାଶ ପାଇଛି ପରୀକ୍ଷାଫଳ। ସନ୍ଧ୍ୟା ୬ଟାରୁ ୱେବସାଇଟରେ ମାଟ୍ରିକ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ ।

ରେଜଲ୍ଟ ଦେଖିବା ପାଇଁ ୱେବସାଇଟଟି ହେଲା- www.bseodisha.nic.in , www.bseodisha.ac.in

SMS ଜରିଆରେ ମଧ୍ୟ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିପାଇଁ OR01 ଲେଖି ସ୍ପେଶ୍ ଦେବା ପରେ ରୋଲ ନମ୍ବର ଲେଖି ୫୬୭୬୭୫୦କୁ SMS କରିବାକୁ ହେବ।

ମାଟ୍ରିକରେ ଏ ବର୍ଷ ପାସ୍ ହାର ୯୭.୮୯% ରହିଛି। ମୋଟ ୫, ୭୪, ୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ ହୋଇଛନ୍ତି। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ସୂଚନା ମିଳିଛି। ୪୪୧୨ ପିଲା ଅନୁପସ୍ଥିତ ରହିଥିବା ବେଳେ ୨୨୫୬ ପିଲାଙ୍କ ମାର୍କ ସ୍କୁଲ ଦେଇନି।

A1 ଗ୍ରେଡରେ – ୨୬୫୬; A2ରେ- ୨୨, ୧୩୧; B1ରେ- ୫୨, ୧୯୯ ଅଛନ୍ତି।  B2 ଗ୍ରେଡରେ ୯୪, ୪୭୫ ପିଲା ପାସ୍ କରିଛନ୍ତି। ୫୯୪୫ ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି। ଏଥର କୌଣସି ସ୍କୁଲ ଶୂନ୍ୟ ରେଜଲ୍ଟ କରିନାହିଁ ବୋଲି ପ୍ରେସମିଟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ଦଶମ ଶ୍ରେଣୀ ବୋର୍ଡ଼ ରେଗୁଲାର ସହ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇବ । ପାଖାପାଖି ୫ ଲକ୍ଷରୁ ଅଧିକ ରେଗୁଲାର ଛାତ୍ରଛାତ୍ରୀଙ୍କ ଭାଗ୍ୟ ପ୍ରକାଶ ପାଇବ । ଦଶମ ଶ୍ରେଣୀରେ ଦେଇଥିବା ୪ଟି ଇଣ୍ଟରନାଲ ପରୀକ୍ଷାରୁ ୬୦ ପତିଶତ ନମ୍ବର ଓ ନବମ ଶ୍ରେଣୀରେ ଦେଇଥିବା ଟେଷ୍ଟ ଓ ବାର୍ଷିକ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ଆଧାର କରି ଘୋଷଣା ହେବ ରେଜଲ୍ଟ । ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ କରିଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାଫଳକୁ ନେଇ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି ।

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ରୋଲ ନମ୍ବର ନେଇ ଦ୍ବନ୍ଦ୍ବ ଦୂରକଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ । ଉଭୟ ରେଗୁଲାର, ଏକ୍ସ ରେଗୁଲାର ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । କଟକ ସ୍ଥିତ ବୋର୍ଡ ଅଫିସରେ ୪ଟାରେ ପରୀକ୍ଷାଫଲ ପ୍ରକାଶ ପାଇବ । ସନ୍ଧ୍ୟା ୬ଟା ପରଠୁ ୱେବସାଇଟ୍‌ରେ ଏହା ଉପଲବ୍ଧ ହେବ ।

ରେଜଲ୍ଟ ଦେଖିବା ପାଇଁ ୱେବସାଇଟଟି ହେଲା- www.bseodisha.nic.in , www.bseodisha.ac.in

ଯେଉଁମାନଙ୍କ ପାଖରେ ଇଣ୍ଟରନେଟର ସୁବିଧା ନାହିଁ ସେମାନେ ମୋବାଇଲ ମେସେଜ ମାଧ୍ୟମରେ ମଧ୍ୟ ଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଛାତ୍ରଛାତ୍ରୀ ବୋର୍ଡ ପକ୍ଷରୁ କୌଣସି ରୋଲ ନମ୍ବର ପାଇ ନ ଥିବାରୁ ରେଜଲ୍ଟ କେମିତି ଜାଣିବେ ସେ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିଥିଲା । ଏ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଯେଉଁମାନେ ଫର୍ମ ପୂରଣ କରିଥିଲେ ସେମାନଙ୍କର ରୋଲ ନମ୍ବର ସ୍କୁଲକୁ ପଠାସରିଛି । ମାର୍କ ଜାଣିବା ପାଇଁ କୌଣସି ଅସୁବିଧା ହେବ ନାହିଁ ସବୁ ଛାତ୍ରଛାତ୍ରୀଙ୍କୁ ଆଜି ଅପରାହ୍ନ ସୁଦ୍ଧା ସେମାନଙ୍କ ରୋଲ ନମ୍ବର ମିଳିଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନକୁ ମିଳିଲା ବୋର୍ଡ଼ର ଅନୁମୋଦନ
ଭୁବନେଶ୍ୱର : ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନକୁ ମିଳିଲା ବୋର୍ଡ଼ର ଅନୁମୋଦନ। ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାକୁ ମୂଲ୍ୟାୟନ ବେଳେ ପ୍ରାଧାନ୍ୟ ଦିଆଯିବ। ନବମ ଓ ଦଶମ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ। ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାକୁ ମୂଲ୍ୟାୟନରେ ପ୍ରାଧାନ୍ୟ ଦିଆଯିବ। ଏଥିସହ ମୂଲ୍ୟାୟନ ବେଳେ ନବମର ୪୦ ପ୍ରତିଶତ ଓ ଦଶମର ୬୦ ପ୍ରତିଶତ ନମ୍ବରକୁ ବିଚାରକୁ ନିଆଯିବ। ପ୍ରତି ବିଷୟରେ ଦୁଇଟି ସର୍ବାଧିକ ନମ୍ବରକୁ ହିଁ ମୂଲ୍ୟାୟନ କରିବାକୁ ସ୍ଥିର ହୋଇଛି।

ଅନ୍ୟପଟେ ଯଦି ଜଣେ ଛାତ୍ର ଦଶମରେ ଆଦୌ ଅଭ୍ୟାସ ପରୀକ୍ଷା ଦେଇନଥିବେ, ତେବେ ନବମର ମାର୍କକୁ ଶତପ୍ରତିଶତ ପ୍ରାଧ୍ୟାନ୍ୟ ଦିଆଯିବ। ଆଉ ଯଦି ଗୋଟିଏ ଅଭ୍ୟାସ ପରୀକ୍ଷା  ଦେଇଥିବେ ନବମ ଶ୍ରେଣୀର ୭୦ ପ୍ରତିଶତକୁ ଗୁରୁତ୍ୱ ଦିଆଯିବ। ପ୍ରତି ସ୍କୁଲରେ ଛାତ୍ରଛାତ୍ରୀଙ୍କ ମାର୍କକୁ ଶିକ୍ଷକ ଅପଲୋଡ କରିବେ। ଏନେଇ ପ୍ରଧାନଶିକ୍ଷକଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯିବ । ଏଥିପାଇଁ ୨ ହଜାର ୭୬୬ଟି ସ୍କୁଲକୁ ମେଣ୍ଟର ସ୍କୁଲ ଭାବେ ଚୟନ କରାଯାଇଛି । ମେଣ୍ଟର ସ୍କୁଲ ମାଧ୍ୟମରେ ଅନ୍ୟ ସ୍କୁଲର ମୂଲ୍ୟାୟନ ହେବ । ମାର୍କ ଅପ୍‌ଲୋଡ୍‌ ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଉପସ୍ଥିତ ରହିବେ । ଆସନ୍ତା ୩୧ ତାରିଖ ସୁଦ୍ଧା ଅପ୍‌ଲୋଡିଂ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ତା’ପରେ ଟାବୁଲେସନ ଓ ରେଜଲ୍ଟ ପ୍ରସେସିଂ କାମ ଆରମ୍ଭ ହେବ । ସମସ୍ତ ଦିଗକୁ ଅନୁଧ୍ୟାନ କରି ଜୁନ ୩୦ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଫଳ ପ୍ରକାଶ ପରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ହେବେ ନାହିଁ, ସେମାନଙ୍କ ପାଇଁ କରୋନା ସ୍ଥିତି ସୁଧୁରିବା ପରେ ଲିଖିତ ଭାବେ ପରୀକ୍ଷା ହେବ । ଏହି କ୍ଷେତ୍ରରେ ଲିଖିତ ପରୀକ୍ଷାର ଫଳ ହିଁ ଚୂଡ଼ାନ୍ତ ହେବ ।.