Political Drama - The Sakala

କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ନିଲମ୍ବିତ, ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବନ କଲେ ବାଚସ୍ପତି
ଭୁବନେଶ୍ବର : କଂଗ୍ରେସର ୧୨ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ବିଶୃଙ୍ଖଳା ଆଚରଣ ୧୨ ଜଣ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। କଂଗ୍ରେସ ଗୃହ ଚଳାଇ ଦେଉନଥିବା ଅଭିଯୋଗ ପରେ ୭ ଦିନ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିନ କରାଯାଇଛି।

କଂଗ୍ରେସ ବିଧାୟକ ଗୃହ ଚଳାଇ ଦେଉନଥିବା ଅଭିଯୋଗ କରିବା ସହ ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବ ଆଧାରରେ ବାଚସ୍ପତି ସୁରମା ପାଢୀ ୭ ଦିନ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିନ କରିଛନ୍ତି। ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ଛାଡି କଂଗ୍ରେସର ବାକି ସମସ୍ତ ବିଧାୟକ ନିଲମ୍ବିତ ହୋଇଛନ୍ତି।

ବିଧାନସଭାରୁ ନିଲମ୍ବିତ ହୋଇଥିବା ୧୨ ବିଧାୟକଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସିଏସ୍‌ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ,ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ବାମ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ରହିଛନ୍ତି।

ବିଧାନସଭାରେ ଭିନ୍ନ ଦୃଶ୍ୟ: ଘଣ୍ଟ ବାଡ଼େଇ ଗିନି ଓ ଶାହାନାଇ ବଜାଇ କଂଗ୍ରେସର ପ୍ରତିବାଦ
ଭୁବନେଶ୍ବର: ବିଧାନସଭାରେ ଭିନ୍ନ ଦୃଶ୍ୟ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେବା ସହ ଆଜି ଗୃହରେ ଘଣ୍ଟ, ଶାହାନାଇ, ଗିନି ଓ ବଇଁଶୀ ବଜାଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ। କଳା ପୋଷାକ ପିନ୍ଧି ଗୃହକୁ ଆସିଥିଲେ କଂଗ୍ରେସ ସଦସ୍ୟ । ବିଜେଡ଼ି ମଧ୍ଯ ବିରୋଧୀଙ୍କ ଲାଇଭ୍ ଭିଜୁଆଲ ନ ଦିଆଯାଉଥିବା ଅଭିଯୋଗରେ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲା। ପରେ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି।

ଖବର ଅନୁଯାୟୀ, ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ସଂକ୍ରାନ୍ତରେ ଗୃହ କମିଟି ଗଠନ ନିମନ୍ତେ ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ଦିନଠାରୁ ଦାବି କରି ଆସୁଛି କଂଗ୍ରେସ। ମାତ୍ର ଏଥିନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଗତକାଲି କଂଗ୍ରେସ ସଦସ୍ୟମାନେ ଶୁଷୁରି (ହୁଇସିଲ୍‌) ଫୁଙ୍କି ଅଭିନବ ଭାବରେ ପ୍ରତିବାଦ କରିଥିଲେ। କୁମ୍ଭକର୍ଣ୍ଣ ନିଦରୁ ସରକାରଙ୍କୁ ଉଠାଇବା ପାଇଁ ଦଳ ଶୁଷୁରି ମାରିବାକୁ ବାଧ୍ୟ ହୋଇଛି ବୋଲି କଂଗ୍ରେସ ସଦସ୍ୟମାନେ କହିଥିଲେ। ଏହାଦ୍ୱାରା ସରକାର ଜାଗ୍ରତ ହେବେ ଏବଂ ନିର୍ଯାତିତ ମହିଳାମାନଙ୍କୁ ନ୍ୟାୟ ଦେବେ। ସରକାର ବର୍ତ୍ତମାନ ଶାସନରେ ମସଗୁଲ ହୋଇଛନ୍ତି, କ୍ଷମତା ପାଇ ଅନ୍ଧ ପାଲଟି ଯାଇଛନ୍ତି। ସେଥିପାଇଁ ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ନିର୍ଯାତନା ସେମାନଙ୍କୁ ଦେଖା ଯାଉନାହିଁ। ସରକାର ଶୁଣନ୍ତୁ କି ନଶୁଣନ୍ତୁ, ଆମେ ଆମର ପ୍ରତିବାଦ ଜାରି ରଖିବୁ। ଯେପର୍ଯ୍ୟନ୍ତ ବିଧାନସଭା ଗୃହ କମିଟି ଗଠନ ନ ହୋଇଛି, ସେପର୍ଯ୍ୟନ୍ତ ଆମର ପ୍ରତିବାଦ ଜାରି ରହିବ ବୋଲି କଂଗ୍ରେସ ଦଳ ନେତା ରାମଚନ୍ଦ୍ର କାଡାମ କହିଥିଲେ।