Legal Action - The Sakala

ନ୍ୟାସନାଲ ହେରାଲ୍ଡ ମାମଲାର ଚାର୍ଜସିଟ୍‌ ପରେ ଆଜି ଦେଶବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗତକାଲି ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ପ୍ରଥମ ଓ ଦ୍ବିତୀୟ ଅଭିଯୁକ୍ତ ଭାବେ ଦର୍ଶାଇଛି। ଏହାବ୍ୟତୀତ କଂଗ୍ରେସର ଦରିଆପାରି ସାଂଗଠନିକ ମୁଖ୍ୟ ସାମ୍ ପିଟ୍ରୋଡା ଏବଂ ସୁମନ ଦୁବେଙ୍କୁ ମଧ୍ୟ ଇଡି ଅଭିଯୁକ୍ତ ଭାବେ ଦର୍ଶାଇଛି। ଗତ ୯ ତାରିଖରେ ଦିଲ୍ଲୀସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସ୍ବତନ୍ତ୍ର ବିଚାରପତି ଜଷ୍ଟିସ୍ ବିଶାଳ ଗୋଗନେ ଆସନ୍ତା ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

ସେପଟେ ଏହି ପ୍ରସଙ୍ଗକୁ ନେଇ ଆଜି ଦେଶବ୍ୟାପୀ ପ୍ରତିବାଦକୁ ଓହ୍ଲାଇବ କଂଗ୍ରେସ । କେନ୍ଦ୍ରୀୟ ଇଡି ଅଫିସ, ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ଇଡି ଅଫିସ ଆଗରେ ପ୍ରତିବାଦ କରିବ କଂଗ୍ରେସ । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଇଡ଼ି ଅଫିସ ଘେରାଉ କରାଯିବା ସହ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଏନେଇ ଦଳର ସମସ୍ତ ନେତୃବୃନ୍ଦଙ୍କ ସମେତ ଜିଲ୍ଲା କମିଟି ଓ କର୍ମୀଙ୍କୁ ଆହ୍ୱାନ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ୍ । ବର୍ତ୍ତମାନ ଦେଶରେ ଦୁର୍ନୀତି ଓ ଭଷ୍ଟ୍ରାଚାର ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତ୍ରୀବ ହେଉଛି, ଏହି ସ୍ୱରକୁ ଚାପିବାକୁ କେନ୍ଦ୍ରର ମୋଦୀ ସରକାର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ନ୍ୟାସନାଲ ହେରାଲ୍ଡ ମାମଲାକୁ ଅସ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଗତ ୧୧ ତାରିଖରେ ଇଡିନ୍ୟାସନାଲ ହେରାଲ୍ଡ ଅର୍ଥ ହେରଫେର ମାମଲା ସହ ଜଡ଼ିତ ଏବଂ ପୂର୍ବରୁ ଜବତ କରାଯାଇଥିବା ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ (ଏଜେଏଲ)ର ସମ୍ପତ୍ତିଗୁଡିକୁ ଇଡି ନିଜ ଦଖଲକୁ ନେବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା। ଏଥିପାଇଁ ଇଡି ପକ୍ଷରୁ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରାଯାଇଥିଲା। ଏହିକ୍ରମରେ ସୋନିଆ ଏବଂ ରାହୁଲଙ୍କ ଅଧୀନରେ ରହିଥିବା ସମ୍ପତ୍ତି ବ୍ୟତୀତ ଏଜେଏଲ୍‌ର ଯେଉଁସବୁ ସମ୍ପତ୍ତି ଦିଲ୍ଲୀ, ମୁମ୍ବାଇ ଓ ଲକ୍ଷ୍ନୌରେ ରହିଛି ତାହାକୁ ନିଜ ଦଖଲକୁ ନେବା ଲାଗି ଇଡି ପକ୍ଷରୁ ଏହିସବୁ ସହରର ପ୍ରପର୍ଟି ରେଜିଷ୍ଟ୍ରାରଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା। ଇଡି ପକ୍ଷରୁ ଏହି ପଦକ୍ଷେପ ନିଆଯିବା ପୂର୍ବରୁ ୯ ତାରିଖରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ଏଜେଏଲ କମ୍ପାନୀ ଦ୍ବାରା ନ୍ୟାସନାଲ ହେରାଲ୍ଡ ଖବର କାଗଜ ପ୍ରକାଶନ କରାଯାଉଥିଲା ବେଳେ ସୋନିଆ ଏବଂ ରାହୁଲଙ୍କ ଅଂଶୀଦାରରେ ରହିଥିବା ୟଙ୍ଗ ଇଣ୍ଡିଆ ଲିଃ( ୱାଇଆଇଏଲ) ଏହି କମ୍ପାନୀକୁ ମାତ୍ର ୫୦ ଲକ୍ଷ ଟଙ୍କା ବିନିମୟରେ ଅକ୍ତିଆର କରିଥିବା ଅଭିଯୋଗ ହୋଇଥିଲା। ଏଜେଏଲର ୨୦୦୦ କୋଟିର ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆ ଲି. ମାତ୍ର ୫୦ ଲକ୍ଷ ଟଙ୍କାରେ କିଣାଯାଇଥିବାରୁ ଏଥିରେ ପ୍ରବଳ ଘୋଟାଲା କରାଯାଇଛି ବୋଲି ଅଭିଯୋଗ କରି ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ପ୍ରଥମେ ଅଭିଯୋଗ ଆଣି ମାମଲା ରୁଜୁ କରିଥିଲେ। ସୋନିଆ , ରାହୁଲ ଗାନ୍ଧୀ ଏବଂ ସେମାନଙ୍କ ସହଯୋଗୀମାନେ ମାତ୍ର ୫୦ଲକ୍ଷ ଟଙ୍କା ବିନିମୟରେ ଏଜେଏଲର ୨ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ହଡପ କରିନେଇଥିବା ଅଭିଯୋଗ କରିଥିଲେ। ଏହାପରେ ଏହି ମାମଲାକୁ ନେଇ ଇଡି ଯାଞ୍ଚ କରିବା ପରେ ଏଜେଏଲ ସମ୍ପତ୍ତିକୁ ଉପଯୋଗ କରାଯାଇ ୯୮୮ କୋଟି ଟଙ୍କାର କଳା କାରବାର କରାଯାଇଥିବା ଜଣାପଡ଼ିଥିଲା। ପରେ ପରେ ଇଡି ୨୦ ନଭେମ୍ବର ୨୦୨୩ରେ ଏଜେଏଲର ସମ୍ପତ୍ତି ଆଟାଚ୍ କରିଥିଲା। ଜବତ ସମ୍ପତ୍ତିର ପରିମାଣ ପ୍ରାୟ ୭୫୧ କୋଟି ଟଙ୍କା ହେବ ବୋଲି କୁହାଯାଇଥିଲା। ତେବେ ଏଥିମଧ୍ୟରୁ ୬୬୧ କୋଟି ଟଙ୍କାର ସମ୍ପତ୍ତି ନିଜ ଆୟତ୍ତକୁ ନେବା ପାଇଁ ଇଡି ଗତ ୧୧ ତାରିଖରେ ପ୍ରକ୍ରିୟା ଆରମ୍ଭ କରିଥିଲା।

ଭାରତ ସରକାରଙ୍କ ବିରୋଧରେ ମାମଲା ରୁଜୁକଲା ‘ଏକ୍ସ’
ବେଙ୍ଗାଲୁରୁ: ଆଇଟି ନିୟମର ଅପବ୍ୟବହାର ଅଭିଯୋଗ ଆଣି ଏଲନ ମସ୍କଙ୍କ ସୋସିଆଲ ମିଡିଆ ଫ୍ଲାଟଫର୍ମ ‘ଏକ୍ସ’ ପକ୍ଷରୁ ଭାରତ ସରକାରଙ୍କ ବିରୋଧରେ କର୍ଣ୍ଣାଟକ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଏଲନ ମସ୍କଙ୍କ ‘ଗ୍ରୋକ୍‌ ଏଆଇ’ ଦ୍ବାରା ଅଶ୍ଳୀଳ ଭାଷା ପ୍ରୟୋଗ କରାଯାଉଥିବା ଜଣାପଡ଼ିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ବିରୋଧରେ ପଦକ୍ଷେପ ନିଆଯାଇଥÒଲା। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟକୁ ବିରୋଧ କରି ‘ଏକ୍ସ’ ପ୍ଲାଟଫର୍ମ ଭାରତ ସରକାରଙ୍କ ବିରୋଧରେ ମାମଲା ଦାୟର କରିଛି। ଭାରତ ସରକାର ଆଇଟି ଆଇନର ଧାରା ୭୯(୩)(ବି)ର ଅପବ୍ୟବାହର କରୁଛନ୍ତି ବୋଲି ଏକ୍ସ ଅଭିଯୋଗ କରିଛି। ଭାରତ ସରକାର ଉପଯୁକ୍ତ ଆଇନଗତ ପ୍ରକ୍ରିୟାକୁ ଏଡାଇ ଅନଲାଇନରେ କଣ୍ଟେଣ୍ଟ ରୋକିବାକୁ ଉଦ୍ୟମ କରୁଛନ୍ତି ବୋଲି ଏକ୍ସ ନିଜ ଅଭିଯୋଗରେ ହାଇକୋର୍ଟଙ୍କୁ ଦର୍ଶାଇଛି।

ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଆଇଟି ଆଇନ ଅନୁସାରେ ଯଦି ସରକାରୀ କର୍ତ୍ତୃପକ୍ଷଙ୍କ କହିବା ପରେ ବି କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ବିବାଦୀୟ କଣ୍ଟେଣ୍ଟ ନ ହଟାନ୍ତି କିମ୍ବା ବ୍ଲକ୍ ନ କରନ୍ତି ତେବେ ସଂପୃକ୍ତ ପ୍ଲାଟଫର୍ମକୁ ମିଳୁଥିବା ଆଇନଗତ ସୁରକ୍ଷା ହଟାଇ ନେବାକୁ ପ୍ରାବଧାନ ରହିଛି। କିନ୍ତୁ ଏକ୍ସ ନିଜ ଯୁକ୍ତିରେ କହିଛି ଯେ ଭାରତୀୟ ଆଇଟି ଆଇନର ଉପରୋକ୍ତ ଧାରା ଅନଲାଇନ୍ କଣ୍ଟେଣ୍ଟ ବ୍ଲକ୍‌ କରିବାକୁ ସରକାରଙ୍କୁ କ୍ଷମତା ଦେଇ ନାହିଁ। ୨୦୧୫ରେ ଆଇଟି ଆଇନକୁ ନେଇ ସୁପ୍ରିମକୋର୍ଟରେ ଶ୍ରେୟା ସିଂଘଲଙ୍କ ଖଣ୍ଡପୀଠ ଅନ୍‌ଲାଇନ ବିଷୟବସ୍ତୁକୁ ସୁରକ୍ଷା ଦେବା ପାଇଁ ଧାରା ୬୯ଏ ନିର୍ଦ୍ଧାରିତ କରିଥିଲେ। ହେଲେ ସରକାରୀ କର୍ତ୍ତୃପକ୍ଷ ଧାରା ୬୯ଏକୁ ଅଣଦେଖା କରୁଛନ୍ତି ବୋଲି ଏକ୍ସ କହିଛି। କମ୍ପାନୀ ଆହୁରି କହିଛି ଯେ ଧାରା ୬୯(ଏ) ଜାତୀୟ ସୁରକ୍ଷା ଭଳି କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ କଣ୍ଟେଣ୍ଟ ବ୍ଲକ୍ କରିବାକୁ ଅନୁମତି ଦେଇଥାଏ। ତେବେ ଏଥିପାଇଁ ସମୀକ୍ଷା କରିବାକୁ ପଡ଼ିଥାଏ। କିନ୍ତୁ ଧାରା ୭୯(୩)(ବି)ରେ ଏଥିନେଇ କୌଣସି ସ୍ପଷ୍ଟ ନିୟମ ନାହିଁ ବୋଲି ଏକ୍ସ କହିଛି।