international news - The Sakala
ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ: ଦୁବାଇରେ ଫସିଛନ୍ତି ବହୁ ଓଡ଼ିଆ ଶ୍ରମିକ
ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଏବେ ଏକ ବିନାଶକାରୀ ରୂପ ନେବାରେ ଲାଗିଛି। ଏହି ଭୟାବହ ପରିସ୍ଥିତି କାରଣରୁ ମଧ୍ୟପ୍ରାଚ୍ୟରେ କାମ କରୁଥିବା ପ୍ରବାସୀ ଭାରତୀୟ, ବିଶେଷ କରି ଓଡ଼ିଆ ଶ୍ରମିକମାନେ ଘୋର ସଙ୍କଟରେ ପଡ଼ିଛନ୍ତି।
ବର୍ତ୍ତମାନ ଇରାନ କେବଳ ଇସ୍ରାଏଲ ଉପରେ ଆକ୍ରମଣ ସୀମିତ ରଖିନାହିଁ, ବରଂ ମଧ୍ୟପ୍ରାଚ୍ୟର ପ୍ରାୟ ୧୧ଟି ଦେଶ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରୁଛି। ଏହି ଦେଶଗୁଡ଼ିକ ମଧ୍ୟରେ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ କୁଏତ ଭଳି ପ୍ରମୁଖ ରାଷ୍ଟ୍ର ସାମିଲ ଅଛନ୍ତି। କ୍ରମାଗତ ଆକ୍ରମଣ ଯୋଗୁଁ ସମଗ୍ର ଅଞ୍ଚଳରେ ଯୁଦ୍ଧର ଆତଙ୍କ ଖେଳିଯାଇଛି।
ଏହି କ୍ରମାଗତ ବିସ୍ଫୋରଣ ଏବଂ ଯୁଦ୍ଧ ସ୍ଥିତି ଯୋଗୁଁ ଦୁବାଇରେ କାମ କରୁଥିବା ବହୁ ସଂଖ୍ୟକ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ସହ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାରୁ ଶ୍ରମିକମାନେ ସ୍ୱଦେଶ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଫସି ରହିଥିବା ଶ୍ରମିକଙ୍କ ପରିବାର ଲୋକେ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ନିବେଦନ କରୁଛନ୍ତି।
ଲିବିୟାର ପୂର୍ବତନ ଶାସକ ମୁଆମ୍ମର ଗଦାଫିଙ୍କ ପୁଅ ସୈଫ ଅଲ-ଇସଲାମଙ୍କୁ ଗୁଳି କରି ହତ୍ୟା
ଲିବିୟାର ପୂର୍ବତନ ଏକଛତ୍ରବାଦୀ ଶାସକ ମୁଅମ୍ମର ଗଦାଫିଙ୍କ ପୁଅ ସୈଫ୍ ଅଲ୍-ଇସଲାମଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବ୍ରିଟିଶ ବ୍ରଡକାଷ୍ଟର ବିବିସି (BBC) ଏବଂ ଲିବିୟା ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ମଙ୍ଗଳବାର ଦିନ ତାଙ୍କ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ଏହି ସୂଚନା ନିଶ୍ଚିତ କରିଛନ୍ତି। ୫୩ ବର୍ଷୀୟ ସୈଫ୍‌ଙ୍କୁ ଦିନେ ତାଙ୍କ ପିତାଙ୍କ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଉଥିଲା।
ରିପୋର୍ଟ ଅନୁଯାୟୀ, ସୈଫ୍‌ଙ୍କ ଓକିଲ କହିଛନ୍ତି ଯେ ଜିନ୍ତାନ (Zintan) ସ୍ଥିତ ତାଙ୍କ ବାସଭବନରେ ଚାରିଜଣ ସଶସ୍ତ୍ର ବ୍ୟକ୍ତି ଆକ୍ରମଣ କରି ତାଙ୍କୁ ହତ୍ୟା କରିଛନ୍ତି। ତେବେ ଏହି ଆକ୍ରମଣକାରୀମାନେ କିଏ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟପକ୍ଷରେ, ତାଙ୍କ ଭଉଣୀ ଲିବିୟା ଟେଲିଭିଜନକୁ କହିଛନ୍ତି ଯେ ଲିବିୟା-ଆଲଜେରିଆ ସୀମା ନିକଟରେ ତାଙ୍କର ମୃତ୍ୟୁ ଘଟିଛି। ଗଦାଫିଙ୍କ ରାଜନୈତିକ ଦଳ ଏହି ହତ୍ୟାକାଣ୍ଡର ଅନ୍ତର୍ଜାତୀୟ ତଦନ୍ତ ଦାବି କରିଛନ୍ତି।
୧୯୬୯ରୁ ୨୦୧୧ ପର୍ଯ୍ୟନ୍ତ ଲିବିୟାକୁ ଶାସନ କରିଥିବା ମୁଅମ୍ମର ଗଦାଫିଙ୍କ ପରେ ସୈଫ୍ ଅଲ୍-ଇସଲାମ ଦେଶର ଅନ୍ୟତମ ଶକ୍ତିଶାଳୀ ନେତା ଥିଲେ। ୧୯୭୨ ମସିହାରେ ଜନ୍ମିତ ସୈଫ୍ ୨୦୦୦ ଦଶକର ପ୍ରାରମ୍ଭରେ ପାଶ୍ଚାତ୍ୟ ଦେଶଗୁଡିକ ସହିତ ଲିବିୟାର ସମ୍ପର୍କ ସୁଧାରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୧ ଗୃହଯୁଦ୍ଧ ସମୟରେ ସରକାର ବିରୋଧୀ ଆନ୍ଦୋଳନକୁ ଦମନ କରିବାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।
୨୦୧୧ରେ ଗଦାଫିଙ୍କ ଶାସନର ପତନ ପରେ, ତାଙ୍କୁ ଜିନ୍ତାନର ଏକ ବିଦ୍ରୋହୀ ଗୋଷ୍ଠୀ ଅଟକ ରଖିଥିଲା। ମାନବିକତା ବିରୋଧୀ ଅପରାଧ ପାଇଁ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ICC) ତାଙ୍କ ବିଚାର କରିବାକୁ ଚାହୁଁଥିଲେ। ୨୦୧୫ରେ ତ୍ରିପୋଲିର ଏକ କୋର୍ଟ ତାଙ୍କ ଅନୁପସ୍ଥିତିରେ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ତଥାପି, ୨୦୨୧ରେ ସେ ଲିବିୟାର ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ।
ବେଜିଂ: ଚୀନ୍‌ରେ ବିବାହ ସଙ୍କଟ ସହିତ ସନ୍ତାନ ଜନ୍ମ ହ୍ରାସ ଚିନ୍ତାର କାରଣ ପାଲଟିଛି। ୨୦୨୩ ରେ ବିବାହ ପଞ୍ଜୀକରଣ ସଂଖ୍ୟା ୭୭ ଲକ୍ଷ ଥିଲା ବେଳେ ୨୦୨୪ରେ ଏହି ସଂଖ୍ୟା ୬୧ ଲକ୍ଷକୁ ହ୍ରାସ ପାଇଛି। ନିଯୁକ୍ତି ହ୍ରାସକୁ ନେଇ ଚୀନ୍‌ର ଯୁବପିଢ଼ି ବିବାହ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ତେବେ ସନ୍ତାନ ଜନ୍ମ ବୃଦ୍ଧି ପାଇଁ ଏଠାରେ ବିଦେଶୀ କନ୍ୟା ଚାଲାଣ ବୃଦ୍ଧି ପାଉଥିବା ଦେଖାଯାଇଛି। ୧୯୮୦ ଦଶକରେ ଜନ୍ମିତ ଚୀନ୍ ପୁରୁଷମାନେ ଜୀବନସାଥୀ ପାଉ ନଥିଲା ବେଳେ ୩ କୋଟିରୁ ୫ କୋଟି ପୁରୁଷ ବିବାହ ପାଇଁ କନ୍ୟା ପାଉ ନାହାନ୍ତି। ଏହି କାରଣରୁ ଏଭଳି ସ୍ଥିତିକୁ ଚୀନ୍‌ରେ ‘ବଞ୍ଚିତ ପୁରୁଷଙ୍କ ଯୁଗ’ ବୋଲି କୁହାଯାଉଛି। ବିବାହ ସମସ୍ୟାର ସମ୍ମୁଖୀନ ହେଉଥିବା ଅନେକ ପୁରୁଷ ଏବେ ବିଦେଶୀ କନ୍ୟା କିଣିବାକୁ ଚେଷ୍ଟା କରୁଛନ୍ତି। ଏହି ଧାରା ମହିଳା ଚାଲାଣକୁ ପ୍ରୋତ୍ସାହିତ କରିଛି। ଏହାଯୋଗୁ ମିଆାଁମାର, ଭିଏତନାମ ଏବଂ ଦକ୍ଷିଣ-ପୂର୍ବ ଏସିଆର ଅନ୍ୟ କିଛି ଦେଶରୁ ଯୁବତୀ ଚାଲାଣ ହେଉଥିବା ଏକ ରିପୋର୍ଟରେ କୁହାଯାଇଛି। ମହିଳାମାନଙ୍କୁ ଭଲ ନିଯୁକ୍ତିର ଲୋଭ ଦେଖାଇ ଚୀନ୍ ଅଣାଯିବା ପରେ ସେମାନଙ୍କୁ ଦଲାଲମାନେ ଚୀନ୍ ପୁରୁଷମାନଙ୍କୁ ୩,୦୦୦ ଡଲାରରୁ ୧୩,୦୦୦ ଡଲାରରେ ବିକ୍ରି କରୁଥିବା କୁହାଯାଉଛି।