Jagannath Puri Temple - The Sakala
ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି, ମକରଚୌରାସୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୁଙ୍କ ମକରନୀତି । କାଳିଆ ଠାକୁରଙ୍କ ଦ୍ୱାଦଶଯାତ୍ରା ମଧ୍ୟରୁ ମକର ସଂକ୍ରାନ୍ତି ଏକ ପ୍ରମୂଖ ଯାତ୍ରା ହୋଇଥିବାରୁ ଆଜି ମହାପ୍ରଭୁଙ୍କର ମକରଚୌରାସୀ ବେଶ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀ ନିର୍ଘଣ୍ଟ କରାଯାଇଥିବା ବେଳେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ ଲାଗି କରାଯିବା ସହ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହେବ। ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିବ। ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମହାପ୍ରଭୁ ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବ। ଏହି ଅବସରରେ ମାଳଚୂଳ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ସଜିତ ହେବେ ଶ୍ରୀଜିଉ । ମହାପ୍ରଭୂଙ୍କ ମକରବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳଚୂଳ ପ୍ରସ୍ତୁତ କରାଯାଇଥିବା ବେଳେ ବଡଓଡିଆ ମଠ ପକ୍ଷରୁ ରଙ୍ଗ ବେରଙ୍ଗର ବିଭିନ୍ନ ସୁବାଷିତ ପୁଷ୍ପ ଓ ତୁଳସୀ ଆଦିକୁ ନେଇ ସୁସଜ୍ଜିତ ମାଳ ଚୂଳ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଦିଆଯାଇଛି ।
ଅନ୍ୟପକ୍ଷରେ ଗତକାଲି କୁମ୍ଭାରପଡ଼ା ସ୍ଥିତ ଆଲାମଚଣ୍ଡୀ ମନ୍ଦିର ଠାରୁ ପଟୁଆରରେ ଶ୍ରୀମନ୍ଦିରକୁ ଆସିଥିବା ସ୍ୱତନ୍ତ୍ର ସ୍ୱତନ୍ତ୍ର ପାଞ୍ଚୋଟି ମକରତାଡରେ ମକର ଚାଉଳ ଭୋଗ ହେବା ସହ ଏହା ବେଢା ପରିକ୍ରମା କରି ମହାପ୍ରଭୁଙ୍କ ନିକଟରେ ସମର୍ପଣ ହେବ।
ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼...
ପୁରୀ: ଆଜି ଠାରୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହେଉଛି। ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି। ଏଥିପାଇଁ ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ବ୍ରତଧାରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଚଳିତ ବର୍ଷର ହବିଷ୍ୟାଳି ଯୋଜନାର ଶୁଭାରମ୍ଭ ହେବ। ଏଥିପାଇଁ ବୃନ୍ଦାବତୀ ନିବାସ ପରିସରରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ନାମ ପଞ୍ଜୀକରଣ କରିଥିବା ବ୍ରତଧାରୀଙ୍କ ଲାଗି ୪ଟି ରହଣି କେନ୍ଦ୍ର କରାଯାଇଛି। ସ୍ଥାୟୀ ଶିବିର ବୃନ୍ଦାବତୀ ନିବାସ ବ୍ୟତୀତ ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଏବଂ ମୋଚିସାହି କଲ୍ୟାଣ୍ଡ ମଣ୍ଡପରେ ହବିଷ୍ୟାଳିଙ୍କୁ ରଖାଯାଇଛି।
ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ହବିଷ ବ୍ରତ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବ। ହବିଷ୍ୟାଳି ଯୋଜନାରେ ଆସିଥିବା ବ୍ରତଧାରୀଙ୍କୁ ଏଥର ୪ଟି ରହଣି କେନ୍ଦ୍ର (ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ) ରେ ରଖାଯାଇଛି। ହବିଷ୍ୟାଳି ଯୋଜନାରେ ୭୦ବର୍ଷ ବୟସ୍କା ପର୍ଯ୍ୟନ୍ତ ବିଧବା ମା’ ଓ ୫୦ରୁ ୭୦ ବର୍ଷ ବିବାହିତ ମହିଳାମାନେ ଏହି ବ୍ରତ ପାଇଁ ଆବେଦନ ଅନ୍‌ଲାଇନ ମାଧ୍ୟମରେ କରିଥିଲେ। ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷା, ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ଗମନାଗମନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା, ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା, ପରିମଳ, ପାନୀୟ ଜଳ, ସ୍ବେଚ୍ଛାସେବୀ ସହଯୋଗ ଇତ୍ୟାଦି ସମସ୍ତ ବ୍ୟବସ୍ଥା କରାଯାଇଛି। ଏହାକୁ ସୁନିୟନ୍ତ୍ରିତ କରିବାକୁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ତଦାରଖ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ସୋମବାର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଅନ୍ୟ ଅଧିକାରୀମାନେ ବିଭିନ୍ନ ରହଣି କେନ୍ଦ୍ର ବୁଲି ସ୍ଥିତି ପରଖିଛନ୍ତି। କ’ଣ ସୁବିଧା, ଅସୁବିଧା ରହିଛି, ବୁଝିବା ସହ ସମସ୍ତ ବ୍ୟବସ୍ଥା ବୁଲି ଦେଖିଛନ୍ତି।
ହବିଷ୍ୟାଳିମା‌ନେ ଭୋର୍‌ରୁ ଉଠି ନରେନ୍ଦ୍ର ପୁଷ୍କରିଣୀ ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ‌‌‌ରେ ସ୍ନାନ ସାରି ଶ୍ରୀମନ୍ଦିରକୁ ଯିବେ। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିବା ସହ ବ୍ରତ ଧରିବେ। ତୁଳସୀ ଚଉରାମୂଳେ ରାଇଦାମୋଦରଙ୍କୁ ପୂଜା କରି ମାସଟା ଯାକ ଆଧ୍ୟାତ୍ମିକ ଭାବେ ବାନ୍ଧି ହୋଇ ରହିବେ। ପ୍ରତି ସନ୍ଧ୍ୟାରେ ଆକାଶ ଦୀପ ଟାଣିବେ। ପୁଣି ଶୁଣିବେ ଭଜନ, ଭାଗବତ, ପୁରାଣ ଓ ପ୍ରବଚନ। ଗୋଟିଏଥର ମହାପ୍ରସାଦ ସେବନ କରିବେ।
ଆସନ୍ତାକାଲି ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ
ପୁରୀ: ଆସନ୍ତାକାଲି ଗୁରୁବାର ଭାଦ୍ରବ ଶୁକ୍ଲ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମନୀତି ଅନୁଷ୍ଠିତ ହେବ। ଏଣୁ ମଧ୍ୟାହ୍ନ ଧୂପ ଛେକ ଆସିବା ପରେ ଆପାତତଃ ଅପରାହ୍ନ ୫ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।  ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଆସନ୍ତାକାଲି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। କାରଣ କାଲି ଚିତାଲାଗି ଅମାବାସ୍ୟା। ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି କାରଣରୁ ସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ। ଚିତାଲାଗି ଅମାବାସ୍ୟା ଓଡ଼ିଶାର ଏକ ଗଣପର୍ବ। ଏହାଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ। ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ  ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ସୁବର୍ଣ୍ଣ ଚିତାଲାଗି କରନ୍ତି ।
ଆଜି ବାହୁଡ଼ା; ମଧ୍ୟାହ୍ନ ୧୨ଟାରେ ପହଣ୍ଡି, ଅପରାହ୍ନ ୪ଟାରେ ରଥଟଣା
ପୁରୀ: ଜନ୍ମବେଦୀରେ ଶେଷ ହୋଇଛି ମହାପ୍ରଭୁଙ୍କ ଲୀଳା। ଏବେ ରତ୍ନବେଦୀକୁ ବାହୁଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସାତ ଦିନ ରହଣି ପରେ ଭାଇ-ଭଉଣୀଙ୍କୁ ସାଥୀରେ ଧରି ବାହୁଡ଼ିବେ କାଳିଆ ଠାକୁର। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରି ରହିଛନ୍ତି ତିନିରଥ। ଶନିବାର ରଥାରୂଢ଼ ହୋଇ ଦାରୁବିଗ୍ରହ ଯିବେ ଶ୍ରୀମନ୍ଦିର ଅଭିମୁଖେ। ତେବେ ଦକ୍ଷିଣମୋଡ଼ ହୋଇ ନାକଚଣା ଦ୍ୱାରରେ ଲାଗିଥିବା ତିନିରଥକୁ ମହାରଣା ସେବକ ଓ ରଥ ବିଶେଷଜ୍ଞ କମିଟି ଯାଞ୍ଚ କରିସାରିଛନ୍ତି। ଅନ୍ୟପକ୍ଷରେ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।
ଶୁକ୍ରବାର ଥିଲା ସନ୍ଧ୍ୟା ଦର୍ଶନ। ସକାଳୁ ଆରମ୍ଭ ହୋଇଯାଇଥିଲା ଭକ୍ତଙ୍କ ଗହଳି। ଲମ୍ବା ଧାଡ଼ିରେ ବ୍ୟାରିକେଡ୍‌ ମଧ୍ୟ ଦେଇ ଶ୍ରଦ୍ଧାଳୁମାନେ ଜନ୍ମବେଦୀରେ ଦାରୁଦିଅଁଙ୍କୁ ଦର୍ଶନ କରିଥିଲେ। ଅନ୍ୟପକ୍ଷରେ ନୀତି ବି ସଅଳ ଚାଲିଥିଲା। ଏଥିସହ ଆଡପ ଅବଢ଼ା ବି ସଅଳ ବାହାରିଥିଲା। ଶେଷ ଆଡ଼ପ ଅବଢ଼ା ପାଇଁ ଭକ୍ତମାନେ ବେଶ୍‌ ଭିଡ଼ ଜମାଇଥିଲେ। ବାହୁଡ଼ା ଯାତ୍ରା ପ୍ରସ୍ତୁତି ପାଇଁ ସନ୍ଧ୍ୟା ଦର୍ଶନ ଅପରାହ୍ଣ ୫ଟାରେ ବନ୍ଦ କରାଯାଇଥିଲା। ଆଡ଼ପମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କ ପହୁଡ଼ ଆଳତି ସରିବା ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଥିଲା। ପରେ ମହାପ୍ରଭୁଙ୍କ ବାହୁଟକଣ୍ଟ, ଚାରବନ୍ଧା ଓ କୁସୁମି ଲାଗି ନୀତି ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ଶନିବାର ଭୋର୍‌ ୪ଟାରେ ମଙ୍ଗଳ ଆଳତି ହେବ। ଠାକୁର ଖେଚୁଡ଼ି ଭୋଗ ଖାଇସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ପୂର୍ବାହ୍ନ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ମଧ୍ୟାହ୍ନ ୧୨ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଅପର‌ାହ୍‌ଣ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼ି ଅପରାହ୍‌ଣ ୪ଟାରେ ରଥଟଣା ଆରମ୍ଭ କରାଯିବା ଲାଗି ନୀତି ନିର୍ଘଣ୍ଟ ହୋଇଛି। ରଥଟଣା ସରିବା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ଏହା ପରଦିନ ଅର୍ଥାତ୍‌ ରବିବାର ରଥ ଉପରେ ସୁନାବେଶ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଦାରୁବିଗ୍ରହଙ୍କ ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପୁଲିସ୍‌ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ପଞ୍ଚସ୍ତରୀୟ ସୁରକ୍ଷାବଳୟରେ ରହିଛି ପୁରୀ ସହର।.
ପୁରୀ: ପୁରୀ ଶରଧାବାଲିରେ ଗତ ରବିବାର ଦିନ ଘଟିଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛନ୍ତି ରାଜ୍ୟ ସରକାର। ଉନ୍ନୟନ କମିସନରଙ୍କ ନେତୃତ୍ବରେ ଏହି କମିଟିରେ ୪ ଜଣ ଓଏଏସ୍‌ ଅଧିକାରୀଙ୍କୁ ସାମିଲ କରାଯାଇଛି। ଆଜି ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଏହି ଟିମରେ ଅଛନ୍ତି ମାନସ ରଂଜନ ସାମଲ, ବିନୟ କୁମାର ଦାଶ, ରଶ୍ମୀ ରଂଜନ ନାୟକ ଓ ପ୍ରଦୀପ କୁମାର ସାହୁ। ଏହି ୪ ଜଣ ଓଏଏସ୍‌ ଅଧିକାରୀ ପ୍ରତିଦିନ ଉନ୍ନୟନ କମିସନରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅପରାହ୍‌ଣ ୩ଟାରୁ ୫ଟା ଯାଏଁ ତଦନ୍ତ ପାଇଁ ସମୟ ଦେବେ।
ଗତ ରବିବାର ଦିନ ସକାଳେ ଶରଧାବାଲିରେ ମହାପ୍ରଭୁଙ୍କ ପହୁଡ଼ ଖୋଲିବା ‌ପରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟାରେ ଏଥିରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନେକ ଶ୍ରଦ୍ଧାଳୁ ମଧ୍ୟ ଆହତ ହୋଇଥିଲେ।
ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା
ପୁରୀ: ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା। ସୋମବାର ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବା ସହ ମହାପ୍ରସାଦ ପାଇ ଭକ୍ତମାନେ ଆନନ୍ଦରେ ବିଭୋର ହୋଇପଡ଼ିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ କର୍ମବେଦି ଶ୍ରୀମନ୍ଦିର ଛାଡ଼ି ନବଦିନ ଯାତ୍ରାରେ ଆସି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି। ରଥତ୍ରୟ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ରହିଛି। ରବିବାର ରଥ ଉପରେ ନୀତିକାନ୍ତି ସରି ଚାରମାଳ ବନ୍ଧାହେବା ପରେ ଗୋଟିପହଣ୍ଡିରେ ଶ୍ରୀବିଗ୍ରହମାନେ ଆଡ଼ପମଣ୍ଡପକୁ ବିଜେ କରିଥିଲେ।
ଭୁବନେଶ୍ୱର: ଚଳିତବର୍ଷ ପୁରୀ ରଥଯାତ୍ରାରେ ମହାବିଭ୍ରାଟ ଦେଖିବାକୁ ମିଳିଛି। ନନ୍ଦିଘୋଷ ରଥ ମାତ୍ର ଦୁଇ ପାହୁଣ୍ଡ ଆଗକୁ ଗଡ଼ି ସିଂହଦୁଆର ସାମ୍ନାରେ ଛିଡ଼ା ହୋଇଛି। ରଥ ଚାରିପଟେ କଡର଼୍ନ ଭିତରେ ମାତ୍ରାଧିକ ଭିଆଇପି ଓ ଭିଭିଆଇପି ପାସ୍‌ଧାରୀଙ୍କ ଭିଡ଼ ଯୋଗୁଁ ଏଭଳି ବିଭ୍ରାଟ ଘଟିଥିବା ଅଭିଯୋଗ ହେଉଛି। ସୁରକ୍ଷା କଡ଼ନ୍‌ ଭିତରେ ଏତେ ମାତ୍ରାରେ ଭିଡ଼ ଯୋଗୁଁ ରଥ ଟାଣିବା ସମ୍ଭବ ହୋଇ ନ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଭିଡ଼ ହ୍ରାସ ପାଇଁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇନଥିଲା। କଡ଼ନ୍‌ ଭିତରୁ ଯେତିକି ଲୋକଙ୍କୁ ଖାଲି କରାଯାଉଥିଲା। ପୁଣି କିଛି ସମୟ ଭିତରେ ସେତିକି ଭିଡ଼ ହୋଇଯାଉଥିଲା। ସମସ୍ତେ ପାସ୍‌ ଧରି କର୍ଡନ୍‌ ଭିତରକୁ ପ୍ରବେଶ କରୁଥିବାରୁ ପୁଲିସ କାହାକୁ ଅଟକାଇ ପାରୁନଥିଲା। ଶେଷରେ ଏଭଳି ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ଏଥିସହ କିଛି ଯୁବକମାନେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ମନ୍ତ୍ରୀଙ୍କ ଫଟୋ ସମ୍ବଳିତ ସ୍ୱେଚ୍ଛାସେବୀ ଆଇଡି କାର୍ଡ ପକାଇ କଡର଼୍ନ ଭିତରେ ଭିଡ଼ ଜମାଇଥିଲେ। ରଥଯାତ୍ରାରେ ଏଭଳି ବିଭ୍ରାଟ ବିଗତ ୫୦ ବର୍ଷ ଭିତରେ କେବେ ହୋଇ ନ ଥିଲା ବୋଲି ଜଗନ୍ନାଥ ପ୍ରେମୀ କ୍ଷୋଭର ସହ କହିଛନ୍ତି।
ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହୋଇଥିଲା। ମାତ୍ର କର୍ଡନ ଭିତରେ ପାସଧାରୀଙ୍କ ଭିଡ଼ ଯୋଗୁଁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ସେହିଭଳି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରିଚିକୋଟ ଛକ ଯାଏ ଯାଇ ପାରିଥିଲା। ମାତ୍ର ସନ୍ଧ୍ୟା ୭ଟା ସୁଦ୍ଧା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବିଲ୍‌କୁଲ୍‌ ବି ଟଣା ହୋଇ ପାରିନଥିଲା। କର୍ଡନ ଭିତରୁ ପୁଲିସ ପାସ୍‌ଧାରୀମାନଙ୍କୁ ହଟାଇବାକୁ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲା। ରଥ ଟଣା ହୋଇ ନ ପାରିବା ଯୋଗୁଁ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ବହୁ ବିଳମ୍ବ ହୋଇଯାଇଥିବାରୁ ଶେଷରେ ନନ୍ଦିଘୋଷ ରଥ କେବଳ ଗୋଟିଏ ପାହୁଣ୍ଡ ଆଗକୁ ଗଡ଼ିଥିଲା। ତା’ପରେ ରଥ ଟଣା ବନ୍ଦ ହୋଇଥିଲା। ଆସନ୍ତାକାଲି ସକାଳ ୯ଟାରୁ ରଥଟଣା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ। ପୂର୍ବରୁ ରଥଯାତ୍ରା ସମୟରେ ବି ପାସ୍‌ ବଣ୍ଟନ କରାଯାଉଥିଲା। ଭିଆଇ ଓ ଭିଭିଆଇପି ଶ୍ରେଣୀର ଲୋକମାନେ ପାସ୍‌ ନେଇ ରଥ ନିକଟକୁ ଯାଉଥିଲେ। ମାତ୍ର ଏତେ ମାତ୍ରାରେ ପାସ୍‌ଧାରୀ କେବେ ରଥ ନିକଟରେ ଭିଡ଼ ହେଇନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ବିଶେଷକରି ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଦୁଇ ଜଣ ପ୍ରଭାବଶାଳୀ କ୍ୟାବିନେଟ୍‌ ମନ୍ତ୍ରୀ ହଜାର ହଜାର ସଂଖ୍ୟାରେ ପାସ୍‌ ବାଣ୍ଟିବାରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହେଉଛି। ଉଭୟ ମନ୍ତ୍ରୀ ପାଖାପାଖି ୬ରୁ ୭ହଜାର ପାସ୍‌ ବାଣ୍ଟିଥିବାବେଳେ ଅନ୍ୟମାନେ ବି ୪ରୁ ୫ ହଜାର ପାସ୍‌ ବାଣ୍ଟିଥିଲେ। ତେଣୁ ପାଖାପାଖି ୧୫ରୁ ୨୦ ହଜାର ପାସ୍‌ଧାରୀ ପରିବାର ସହ ରଥକୁ ଘେରି ରହିଥିଲେ। କିଛି ଯୁବକ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଫଟୋ ସମ୍ବଳିତ ଆଇଡି କାର୍ଡ ପକାଇ କଡନ୍‌ ଭିତରେ ବୁଲୁଥିଲେ। ପୁଲିସ ସେମାନଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ ହେଁ ସେମାନେ ଶୁଣି ନ ଥିଲେ। ରଥଯାତ୍ରାରେ ଏଭଳି ମହାବିଭ୍ରାଟ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ କୁଠାରଘାତ କରିଛି। ସରକାରଙ୍କ ଏତାଦୃଶ କାର୍ଯ୍ୟକୁ ସେମାନେ ଦୃଢ଼ ନିନ୍ଦା କରିଛନ୍ତି। ପୂର୍ବବର୍ଷ ବଡ଼ଠାକୁରଙ୍କୁ ପକାଇ ଦେବା ଘଟଣାରେ ସରକାର କିଛି କାର୍ଯ୍ୟାନୁଷ୍ଠାନ ନେଲେନି। ଏବେ ବି ରଥଯାତ୍ରା ଏଭଳି ବିଭ୍ରାଟ ଦେଖିବାକୁ ମିଳୁଛି। ବାସ୍ତବରେ ସରକାର ଏସବୁ ପରିଚାଳନା କରିବାରେ ସାମର୍ଥ୍ୟ ରଖୁନାହାନ୍ତି ବୋଲି ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି।
ପୁରୀ: ଅଣବସର ଦଶମ ଦିନରେ ପହଞ୍ଚିଛି। ରାଜବୈଦ୍ୟ ପ୍ରଦାନ କରିଥିବା ଦଶମୂଳ ମୋଦକ ଲାଗି ପୂର୍ବରୁ ଚୋରି କରାଯାଇଥିବା ଅଭିଯୋଗ ଆସିଛି। ଗାରଦ ଘରୁ ଚୋରି କରିନେଲେ ଅମୁଣିଆ ମୋଦକ। ଶ୍ରୀମନ୍ଦିର ଗାରଦରେ ଜମାଥିବା ଦଶମୂଳ ମୋଦକ ଚୋରି ହୋଇଥିବା ନେଇ ମଙ୍ଗଳବାର ଅଭିଯୋଗ ଆସିଛି। ମହାପ୍ରଭୁ ସୁସ୍ଥ ହେବା ପାଇଁ ଆସିଥିବା ଦଶମୂଳ ମୋଦକ ଚୋରି ହୋଇଛି। ରାଜବୈଦ୍ୟ ଦେଇଥିବା ସମୁଦାୟ ୩୧୩ଟି ଅମୁଣିଆ ମୋଦକରୁ ୭୦ଟି କମ୍ ଥିବା ଦେଖିବାକୁ ମିଳିଥିଲା। ଅଣବସର ଏକାଦଶୀରେ ଅର୍ଥାତ ଗତ ୨୧ ତାରିଖ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ଦଶମୂଳ ମୋଦକ ଲାଗି ହେବାର ବିଧି ଥିବାବେଳେ ୭୦ଟି କମ୍ ଥିବା ଦେଖିବାକୁ ମିଳିଥିଲା। ତେବେ ମାରା ହୋଇଯାଇଥିବା ମୋଦକକୁ କିଭଳି ମହାପ୍ରଭୁଙ୍କୁ ଭୋଗ ସମର୍ପିତ କରାଗଲା ଏହି ଅପରାଧ ପାଇଁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି କରିଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର। ଏହି ଚିଠିର ଏକ ନକଲ ଶ୍ରୀମନ୍ଦିର କମାଣ୍ଡର, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ବା ସୂଚନା ମିଳିନାହିଁ। ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଥିବା ବେଳେ ଏଭଳି ବିଭ୍ରାଟ ଚିନ୍ତା ବଢାଇଛି।
ପୁରୀ: ଅଣସର ଘରେ ଚାଲିଛି ଦାରୁବିଗ୍ରହଙ୍କ ଗୁପ୍ତ ସେବା। ଦଇତାପତିମାନେ ଠାକୁରଙ୍କ ସେବା କରୁଛନ୍ତି। ଶନିବାର ଏକାଦଶୀରେ ମହାପ୍ରଭୁ ଲାଗି ହେବେ ଦଶମୂଳ। ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନେ ଏହି ଦଶମୂଳ ମୋଦକ ଲାଗି ହେଲେ ସୁସ୍ଥ ହୋଇଥା’ନ୍ତି। ତେଣୁ ଶ୍ରୀମନ୍ଦିରର ବୈଦ୍ୟ ସେବକମାନେ ମହାପ୍ରଭୁଙ୍କ ପାଇଁ ଦଶମୂଳ ମୋଦକ ପ୍ରସ୍ତୁତ କରି ଶୁକ୍ରବାର ମନ୍ଦିର ଗାରଦରେ ଦାଖଲ କରିଛନ୍ତି।
ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କ ନିମନ୍ତେ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ। ବୈଦ୍ୟ ସେବକଙ୍କ ସୂଚନା ମୁତାବକ, ଦଶମୂଳ ହେଉଛି ମହାପ୍ରଭୁଙ୍କ ଔଷଧ। ଏକ ମାସ ପୂର୍ବରୁ ଏହାକୁ ସଂଗ୍ରହ କରିବାକୁ ପଡିଥାଏ। ସ୍ନାନ ପୂର୍ଣ୍ଣିମା ପରେ ଦଶମୂଳ ଯଥା ଗମ୍ଭାରୀ, ଫଣଫଣା, ଶାଳପନ୍ନି, କୃଷ୍ଣପନ୍ନି, ଅଗବଥୁ, ଲବିଂ କୋଳି, ବେଲ, ଅଙ୍କରାନ୍ତି, ଗୋଖରା ଏବଂ ନବାଙ୍କୁରୀକୁ ଶୁଖାଯାଇଥାଏ। ଭଲ ଭାବେ ଶୁଖିଗଲା ପରେ ଏହାକୁ ହେମଦସ୍ତାରେ କୁଟି ଗୁଣ୍ଡ କରାଯାଏ। ଏହି ଗୁଣ୍ଡକୁ ଗାମୁଛାରେ ଛଣାଯାଏ। ନୂଆ କାଠ ଚୁଲିରେ କଡେଇ ବସାଯାଇ ଖୁଆ, ସର୍କରା, ସର, ମହୁ, ଘିଅ ଓ ଅଳ୍ପ ଭାଙ୍ଗ ଇତ୍ୟାଦି ପକାଯାଇ ଦଶମୂଳକୁ ପାଗ କରାଯାଏ। ପାଗ ପରେ ତାହାକୁ କଦଳୀପତ୍ର ଉପରେ ରଖି ଥଣ୍ଡା କରାଯାଏ। ଥଣ୍ଡା ହେଲା ପରେ ଗୋଲାକାର ମୋଦକ ପ୍ରସ୍ତୁତ ହୁଏ। ତିନୋଟି କୁଡ଼ୁଆରେ ଦଶମୂଳ ମୋଦକକୁ ରଖି ଏହା ଉପରେ କର୍ପୁର ପକାଇ ତାଳପତ୍ର ଭୋଗେଇରେ ପ୍ୟାକିଂ କରାଯାଏ। ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଲ କରାଯାଇଥାଏ। ଏହିସବୁ କାମ ଶୁଦ୍ଧପୁତ ଭାବେ ଏବଂ ମହାପ୍ରଭୁଙ୍କ ପ୍ରତି ନିଷ୍ଠା ରଖି କରାଯାଏ।
ଦଇତାପତି ସେବକଙ୍କ ମତରେ, ମହାପ୍ରଭୁ ମାନବୀୟ ଲୀଳା କରିଥା’ନ୍ତି। ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ୧୦୮ ଗଡ଼ୁ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୁଅନ୍ତି। ଏହା ପରଠାରୁ ଆଷାଢ଼ କୃଷ୍ଣ ଦଶମୀ ଯାଏ ମହାପ୍ରଭୁ ଧଳା ବସ୍ତ୍ର ପରିଧାନ କରିଥାନ୍ତି। ଠାକୁରଙ୍କୁ ଧଳା ପୁଷ୍ପ ଲାଗି ହୋଇଥାଏ। ଆଷାଢ଼ କୃଷ୍ଣ ଏକାଦଶୀରେ ମହାପ୍ରଭୁ ବାରଲାଗି ପାଟ ପରିଧାନ କରିବେ। ଶ୍ରୀବିଗ୍ରହଙ୍କୁ ତୁଳସୀ ଲାଗି ହେବ। ଏହାପରେ ଜ୍ୱରରୁ ଉପଶମ ପାଇଁ ଦାରୁବିଗ୍ରହଙ୍କୁ ଦଶମୂଳ ଲାଗି କରାଯିବ।
ଭୁବନେଶ୍ୱର: ଶ୍ରୀମନ୍ଦିରର ସୁରକ୍ଷା ଲାଗି ଲାଗିବ ଆଣ୍ଟିଡ୍ରୋନ ଟେକନୋଲୋଜି। ଏ ନେଇ ପୁଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ। ଆଣ୍ଟିଡ୍ରୋନ ଟେକନୋଲୋଜି ଲାଗିଲେ ଡ୍ରୋନ ଉଡ଼ିବା ପରେ ଏହାକୁ ଖସାଇ ଦିଆ ଯାଇ ପାରିବ। ଏଥିଲାଗି ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଦେବ। ଏ ନେଇ ବିଚାର ଚାଲିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଜାଗାରେ ହେଉଥିବା ରଥଯାତ୍ରା ପାଇଁ ସହାୟତା ଯୋଗାଇ ଦେବେ ସରକାର। ରାଜ୍ୟର ବିଭିନ୍ନ ଜାଗାରେ ରଥଯାତ୍ରା ହେଉଥିବା ବେଳେ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ ଆଇନ ବିଭାଗ। ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ରଥଯାତ୍ରା ପାଇଁ ଆର୍ଥିକ ସହାୟତା ମିଳିବ। ଏନେଇ ଅନେକ ଆବେଦନ ଆସିଛି ଏବଂ ଯେଉଁମାନେ ଆବେଦନ କରିନାହାନ୍ତି ତାଙ୍କ କଥା ବିଚାର କରାଯିବ।
ପୁରୀ: ଆସନ୍ତା ଜୁନ୍‌ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ଏହାପରେ ରଥଯାତ୍ରା, ବାହୁଡ଼ା, ସୁନାବେଶ, ନୀଳାଦ୍ରିବିଜେ ଆଦି ବିଶେଷ ପର୍ବପର୍ବାଣୀ ରହିଛି। ଏହିସବୁ ପର୍ବପର୍ବାଣୀ ସମୟରେ ଠାକୁରଙ୍କ ନୀତିକାନ୍ତି କିପରି ସୁଚାରୂ ରୂପେ ସମ୍ପାଦନ କରାଯିବ ସେ ନେଇ ବୁଧବାର ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା, ନବଯୌବନ ଦର୍ଶନ, ରଥଯାତ୍ରା, ବାହୁଡା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ଆଦି ନୀତି ନିର୍ଘଣ୍ଟ ହୋଇଛି।
ଛତିଶା ନିଯୋଗ ବୈଠକରେ ରାଜେନ୍ଦ୍ରାଭିଷକଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତିକାନ୍ତି ସମ୍ପର୍କରେ ଆଲୋଚନା କରାଯାଇ ଏହାକୁ ଅନୁମୋଦନ କରାଯାଇଛି। ଜୁନ୍‌ ୨୭ରେ ପଡୁଥିବା ରଥଯାତ୍ରା ନୀତିକାନ୍ତି କିପରି ଶୃଙ୍ଖଳିତ ହୋଇପାରିବ ସେ ନେଇ ନୀତି ନିର୍ଘଣ୍ଟ କରାଯାଇଛି। ସେହିଦିନ ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଦାରୁବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ। ଚିତା ଲାଗି ପରେ ବେଶ ଶେଷ ହେବ। ଅପରାହ୍ନ ସାଢେ ୨ଟାରୁ ୪ଟା ମଧ୍ୟରେ ଛେରାପହଁରା ଶେଷ ହେବା ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲାଗିବେ। ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।
ଏହା ପୂର୍ବରୁ ଜୁନ୍‌ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ପୂର୍ବ ରାତି ସାଢେ ୪ଟାରେ ମଙ୍ଗଳାର୍ପଣ ସରି ଭୋର ୫ଟାରୁ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ପାଇଁ ୨ ଘଣ୍ଟା ସମୟ ରହିଛି। ଅର୍ଥାତ୍‌ ସକାଳ ୭ଟାରେ ପହଣ୍ଡି ସରି ସକାଳ ୯ଟାରେ ମଙ୍ଗଳ ଆଳତି ହେବ। ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ନ ୧ଟା ୪୫ମଧ୍ୟରେ ଜଳବିଜେ, ପୂଜା ଓ ଠାକୁରଙ୍କ ସ୍ନାନ ସରିବ। ଅପରାହ୍ନ ସାଢେ ୩ଟାରେ ଛେରାପହଁରା ପରେ ଅପରାହ୍ନ ସାଢେ ୪ଟାରେ ଠାକୁରଙ୍କ ହାତୀବେଶ କରାଯିବ। ସନ୍ଧ୍ୟା ସାଢେ ୭ଟାରୁ ରାତି ସାଢେ ୧୦ଟା ଅର୍ଥାତ୍‌ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ସମ୍ମୁଖରୁ ଦର୍ଶନ କରିବେ କିନ୍ତୁ ସେହି ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ। ସ୍ନାନଯାତ୍ରାର ବାହୁଡା ପହଣ୍ଡି ରାତି ସାଢେ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟାରେ ଶେଷ ହେବ। ଏହାପରେ ଠାକୁରଙ୍କ ସୁନାଚିତା ଏବଂ ରାହୁରେଖା ମଇଲମ ହେବ।
ସେହିପରି ବୈଠକରେ ଜୁଲାଇ ୫ ତାରିଖ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ହୋଇଛି। ମଧ୍ୟାହ୍ନ ୧୨ଟାରୁ ବାହୁଡା ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ସାଢେ ୨ଟାରେ ପହଣ୍ଡି ଶେଷ ହେବ। ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହୋଇ ଅପରାହ୍ନ ୪ଟାରେ ରଥଟଣା ଯିବ। ଜୁଲାଇ ୬ ତାରିଖ ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ ୬ଟା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ରାତି ୧୦ରୁ ୧୧ଟା ମଧ୍ୟରେ ବେଶ ମଇଲମ କରାଯିବ। ୭ ତାରିଖ ରାତି ୮ଟାରେ ଅଧରପଣା ନୀତି ସମ୍ପନ୍ନ ହେବ। ୮ତାରିଖରେ ମହାପ୍ରଭୁ ନୀଳାଦ୍ରିବିଜେ ଅର୍ଥାତ୍‌ ରତ୍ନସିଂହାସନକୁ ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି। ଶୃଙ୍ଖଳିତ ରଥଯାତ୍ରା ଏବଂ ଭକ୍ତମାନେ କିପରି ସୁବିଧାରେ ଠାକୁରଙ୍କୁ ଦର୍ଶନ କରିବେ ସେଥିରେ ସେବାୟତମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌ପି ବିନୀତ୍‌ ଅଗ୍ରୱାଲ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁଙ୍କ ସମେତ ଛତିଶା ନିଯୋଗର କର୍ମକର୍ତ୍ତା ଭାଗ ନେଇଥିଲେ।