social welfare - The Sakala
୩ ମାସ ହେଲା ମିଳିନି ଭତ୍ତା : ୧୮ ଲକ୍ଷ ହିତାଧିକାରୀଙ୍କ ଦୁର୍ଦ୍ଦଶା ନେଇ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ କଡ଼ା ଚିଠି
ଭୁବନେଶ୍ୱର: ରାଜ୍ୟରେ ଗତ ୩ ମାସ ହେଲା ଭତ୍ତା ପାଇନାହାନ୍ତି ବୃଦ୍ଧ-ବୃଦ୍ଧା । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ବିପର୍ଯ୍ୟସ୍ତ ଭତ୍ତା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଝାଡ଼ିଲେ ବିରୋଧୀ ଦଳ ନେତା । ଗତ ୩ ମାସ ହେବ ପ୍ରାୟ ୧୮ ଲକ୍ଷ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ନ ମିଳିବାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଗରିବଙ୍କ ଭତ୍ତା ପାଇଁ ଟେକ୍ନୋଲୋଜି ବାହାନା ଚଳିବନି । ଏହାକୁ ସରକାରଙ୍କ ବଡ଼ ବିଫଳତା ବୋଲି ଦର୍ଶାଇବା ସହ ତୁରନ୍ତ ଏହାର ସମାଧାନ ପାଇଁ ସେ ଦାବି କରିଛନ୍ତି । ଏହି ଚିଠି ମାଧ୍ୟମରେ ସେ ରାଜ୍ୟର ବୃଦ୍ଧ-ବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କ ଦୁର୍ଦ୍ଦଶାକୁ ନେଇ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ କରିଛନ୍ତି। ନିଜ ଚିଠିରେ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ, ବରିଷ୍ଠ ନାଗରିକ, ବିଧବା ଏବଂ ଭିନ୍ନକ୍ଷମମାନେ ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ସମ୍ପୂର୍ଣ୍ଣ ରୂପେ ଏହି ଭତ୍ତା ଉପରେ ନିର୍ଭର କରିଥାନ୍ତି।
କ୍ରମାଗତ ତିନି ମାସ ଧରି ପେନସନ ନମିଳିବା କାରଣରୁ ରାଜ୍ୟର ସବୁଠାରୁ ଗରିବ ଓ ଅସହାୟ ଲୋକମାନେ ଘୋର ସଙ୍କଟରେ ପଡ଼ିଛନ୍ତି। ଏପରିକି ସେମାନେ ଖାଇବାକୁ ନପାଇ ଭୋକିଲା ରହିବା ଭଳି ସ୍ଥିତି ଉପୁଜିଛି ବୋଲି ଶ୍ରୀ ପଟ୍ଟନାୟକ ଚିଠିରେ କହିଛନ୍ତି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଅଞ୍ଚଳର ସାବିତ୍ରୀ ଦୋରା ନାମକ ଜଣେ ବୃଦ୍ଧା ପେନସନ ନପାଇ ମୃତ୍ୟୁବରଣ କରିଥିବା ଖବରକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସବୁଠାରୁ ଦୁର୍ବଳ ବର୍ଗର ନାଗରିକମାନଙ୍କୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତିବଦ୍ଧ ଥିବା ଏକ ରାଜ୍ୟରେ ଏଭଳି ସ୍ଥିତି ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।
ଏହି ବିଳମ୍ବର ମୁଖ୍ୟ କାରଣ ଭାବରେ ଏକ ସଫ୍ଟୱେୟାର ଜନିତ ସମସ୍ୟାକୁ ଦର୍ଶାଯାଇଥିବା ବେଳେ, ନବୀନ ଏହାକୁ ସରକାରଙ୍କ 'ଘୋର ଅବହେଳା' ଏବଂ ମୌଳିକ ଦାୟିତ୍ୱର ବିଫଳତା ବୋଲି କହିଛନ୍ତି। ସେ ନିଜ ସରକାରର ୨୪ ବର୍ଷର ରେକର୍ଡକୁ ମନେ ପକାଇ କହିଛନ୍ତି ଯେ, ପୂର୍ବରୁ ପ୍ରତି ମାସ ୧୫ ତାରିଖରେ ହିତାଧିକାରୀଙ୍କୁ ନିୟମିତ ପେନସନ ପ୍ରଦାନ କରାଯାଉଥିଲା, ଯାହାକୁ 'ଜନ ସେବା ଦିବସ' ଭାବରେ ପାଳନ କରାଯାଉଥିଲା। ପୂର୍ବ ସରକାରଙ୍କ ସମୟରେ ଗ୍ରାମପଞ୍ଚାୟତ ସ୍ତରରେ ସ୍ୱଚ୍ଛତାର ସହ ପେନସନ ବଣ୍ଟନ କରାଯାଉଥିଲା ଏବଂ ଅସହାୟ ଲୋକଙ୍କ ଘରେ ପହଞ୍ଚି ଅଧିକାରୀମାନେ ଭତ୍ତା ପ୍ରଦାନ କରୁଥିଲେ, ଯାହାକୁ ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଥିଲେ।
ସମସ୍ତ ବକେୟା ପେନସନ ରାଶିକୁ ତୁରନ୍ତ ମାନୁଆଲ୍ ଆକାରରେ (ହାତରେ) ପ୍ରଦାନ କରିବାକୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହା ସହିତ ଭବିଷ୍ୟତରେ ଯେପରି ଏଭଳି ପରିସ୍ଥିତିର ପୁନରାବୃତ୍ତି ନହେବ, ତାହା ନିଶ୍ଚିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ପେନସନଭୋଗୀଙ୍କ ଅଧିକାର ଯେପରି କ୍ଷୁର୍ଣ୍ଣ ନହୁଏ, ସେଥିପାଇଁ ସରକାର ଉତ୍ତରଦାୟୀ ରହିବା ସହ ସେମାନଙ୍କୁ ଆଶ୍ୱାସନା ଦେବା ଉଚିତ୍ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ଭୁବନେଶ୍ବର : ପ୍ରଥମ କିସ୍ତିରେ ସୁଭଦ୍ରା ଟଙ୍କା ପାଇଲେ ଓ ଦ୍ଵିତୀୟ କିସ୍ତି ବେଳକୁ ଇନକମ ବଢିଗଲା, ଆଉ ଟଙ୍କା ଆସିଲାନି। ଏପରି ଭାବେ ସୁଭଦ୍ରା ଦ୍ଵିତୀୟ କିସ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ମହିଳା ହିତାଧିକାରୀ। ରାସନକାର୍ଡ ଓ ଇନ୍‌କମରେ ତାଳମେଳ ଖିଲାପି ଯୋଗୁଁ ୧ ଲକ୍ଷ ମହିଳା ଅସୁବିଧା ଭୋଗୁଛନ୍ତି ବୋଲି ସ୍ବିକାର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଥମ କିସ୍ତି ପାଇବା ପରେ ୧ ଲକ୍ଷ ମହିଳା ଦ୍ଵିତୀୟ କିସ୍ତି ସୁଭଦ୍ରା ଟଙ୍କା ପାଇ ନାହାନ୍ତି। ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ ,ଦ୍ଵିତୀୟ କିସ୍ତି ଆସିବା ବେଳେ ତାଙ୍କ ପାଖରେ ଥିବା ରାସନ କାର୍ଡକୁ ଆୟବର୍ଗ ଅଧିକ ଥିବାରୁ ଫେରାଇଛନ୍ତି। ସେହି କାରଣରୁ ୧ ଲକ୍ଷ ମହିଳାଙ୍କୁ ଅସୁବିଧା ଭୋଗ କରିବାକୁ ପଡିଛି। କିଛି ମହିଳା ତାଙ୍କ ଭିତରୁ ଗାଡ଼ି କିଣିଛନ୍ତି। ୫ ଏକର ଜମି ନ ଥାଇ ଧାନ ମଣ୍ଡିରେ ଅଧିକ ଧାନ ଦେଇଛନ୍ତି। ଏ ଯେଉଁ ଅସୁବିଧା ହିତାଧିକାରୀ ଚୟନ ପ୍ରକ୍ରିୟାକୁ ଚାଲେଞ୍ଜ କରିଛି।
ସେ କାରଣରୁ ୧ ଲକ୍ଷ ମହିଳାଙ୍କ ରିଭ୍ୟୁ ଚାଲିଛି। ଏନେଇ ମାର୍ଚ୍ଚ ୩୧ ପରେ ୱାନ୍‌ ଟୁ ୱାନ୍‌ ସର୍ଭେ କରାଯିବ। ସର୍ଭେ ହେବା ସହ ଯୋଗ୍ୟ ବିବେଚିତ ହେଲେ ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ପାଇବେ ଦ୍ଵିତୀୟ କିସ୍ତି ।ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସୁଭଦ୍ରାର ଆବେଦନ ଅବଧି ରହିଛି। ୨୧ ବର୍ଷ ଯାହାକୁ ହେଇଯିବ ସେମାନେ ଆବେଦନ କରିପାରିବେ। ଯେଉଁମାନେ ବଞ୍ଚିତ ରହିଛନ୍ତି ୩୧ ପରେ ୱାନ ଟୁ ୱାନ ସର୍ଭେ ହେବ କଣ କାରଣ ରହିଚି ଓ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।