narcotics - The Sakala

କୋରାପୁଟରେ ବଡ଼ ଧରଣର ଡ୍ରଗ୍ସ କାରବାର ପର୍ଦ୍ଦାଫାସ: ୨୦୦ କୋଟିର ହାସିସ୍ ତେଲ ଓ ୨୦୦୦ କେଜି ଗଞ୍ଜେଇ ଜବତ
ଓଡ଼ିଶା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। କୋରାପୁଟ ଜିଲ୍ଲାରେ ପୋଲିସ ଏକ ବଡ଼ ଧରଣର ଚଢ଼ାଉ କରି ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରିଛି। ଏହି ଚଢ଼ାଉରେ ପ୍ରାୟ ୧,୮୦୦ ଲିଟର ହାସିସ୍ ତେଲ (ତରଳ ଗଞ୍ଜେଇ) ଏବଂ ୨,୦୦୦ କେଜି ଗଞ୍ଜେଇ ଜବତ କରାଯାଇଛି, ଯାହାର ଆନୁମାନିକ ବଜାର ମୂଲ୍ୟ ୨୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।

ଦୁର୍ଗମ ଅଞ୍ଚଳରେ ଚାଲିଥିଲା କାରବାର

ପୋଲିସ ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ଜୋଲାପୁଟ ଜଳଭଣ୍ଡାର ନିକଟସ୍ଥ ଜଙ୍ଗଲରେ ଏହି ବେଆଇନ କାରବାର ଚାଲିଥିଲା। ଏହି ଅଞ୍ଚଳଟି ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବାରୁ ମାଫିଆମାନେ ଏହାର ଫାଇଦା ଉଠାଉଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋରାପୁଟ ଏସପି ରୋହିତ ବର୍ମାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଡଙ୍ଗା ଏବଂ ପାଦରେ ଚାଲି ଚାଲି ଏହି ଦୁର୍ଗମ ସ୍ଥାନରେ ପହଞ୍ଚିଥିଲେ। ସେଠାରେ ଗଞ୍ଜେଇରୁ ହାସିସ୍ ତେଲ ପ୍ରସ୍ତୁତ କରିବା ପାଇଁ ଅସ୍ଥାୟୀ କାରଖାନା ଗଢ଼ାଯାଇଥିଲା, ଯାହାକୁ ପୋଲିସ ଧ୍ୱଂସ କରିଦେଇଛି।

୨୦୦ କୋଟିରୁ ଅଧିକ ମୂଲ୍ୟର ସାମଗ୍ରୀ ଜବତ

ଜବତ ହୋଇଥିବା ୧,୮୦୦ ଲିଟର ହାସିସ୍ ତେଲର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ବ୍ୟତୀତ ସେଠାରୁ ବହୁ ପରିମାଣର ଗଞ୍ଜେଇ ମଧ୍ୟ ଜବତ ହୋଇଛି। ହାସିସ୍ ତେଲ ତିଆରି ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ଯନ୍ତ୍ରାଂଶ ଏବଂ ସାମଗ୍ରୀକୁ ମଧ୍ୟ ପୋଲିସ ଜବତ କରିଛି। ତେବେ ପୋଲିସ ପହଞ୍ଚିବା ପୂର୍ବରୁ ମୁଖ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଅନ୍ୟ ଏକ ଘଟଣାରେ ୪ ଗିରଫ

ଏହା ସହିତ ନନ୍ଦପୁର ଥାନା ଅଞ୍ଚଳରେ ପୋଲିସ ଆଉ ଏକ ଚଢ଼ାଉ କରି ପ୍ରାୟ ୧,୧୪୩ କେଜି ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି, ସେମାନଙ୍କ ମଧ୍ୟରୁ ଦୁଇଜଣ ହରିୟାଣାର ବୋଲି ଜଣାପଡ଼ିଛି। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଲ ସିଂହ କହିଛନ୍ତି ଯେ ନିଶା ମାଫିଆଙ୍କ ବିରୋଧରେ ଏହା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଏବଂ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।

ବ୍ରାଉନ୍‌‌ସୁଗର ବେପାର ଜମୁଛି, କିନ୍ତୁ ଜବତ ପରିମାଣ କମୁଛି
ଭୁବନେଶ୍ୱର : ବ୍ରାଉନ୍‌‌ସୁଗର ବେପାର ଜମୁଛି, କିନ୍ତୁ ଜବତ ପରିମାଣ କମୁଛି। ବ୍ରାଉନ୍‌‌ସୁଗର କାରବାର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ିଯାଉଛି। ସାରାରାଜ୍ୟରେ ବ୍ରାଉନ୍‌‌ସୁଗର ସେବନକାରୀଙ୍କ ସଂଖ୍ୟା ବଢ଼଼ିବାରୁ ଚାହିଦା ବି ଚାରିଗୁଣା ହୋଇଛି। ଗାଁଠୁ ସହର, ଶିକ୍ଷାନୁଷ୍ଠାନରୁ ଦେବାଳୟ ସବୁଠି ଏବେ ବ୍ରାଉନ୍‌‌ସୁଗର କାୟା ବିସ୍ତାର କରୁଛି। କିନ୍ତୁ ଗତ କିଛିବର୍ଷ ହେବ ବ୍ରାଉନ୍‌‌ସୁଗର ଧରପଗଡ଼଼ ପ୍ରକ୍ରିୟାରେ ଶିଥିଳତା ପଡ଼ିଛି। ପୂର୍ବରୁ ଯେତିକି ଧରପଗଡ଼଼ କରାଯାଉଥିଲା, ସେଥିରୁ ଏକ ତୃତୀୟାଂଶ କମ୍‌‌ ହେଉଛି। ଫଳରେ ବ୍ରାଉନ୍‌‌ସୁଗର କାରବାର ବଢ଼ୁଥିଲେ ବି ଜବତ ହାର କମିବାରେ ଲାଗିଛି। ଗତ ୩ ବର୍ଷରେ ରାଜ୍ୟରୁ ୭୭.୩୩୪ କିଲୋଗ୍ରାମ୍‌‌ ବ୍ରାଉନ୍‌‌ସୁଗର ଜବତ କରାଯାଇଛି। ଏହାର ଦାମ୍‌‌ ପ୍ରାୟ ପାଖାପାଖି ୮୦ କୋଟିର ହେବ ବୋଲି ଅନୁମାନ କରାଯାଇଛି। ଏ ସଂକ୍ରାନ୍ତରେ ୫୯୨୦ ମାମଲାରେ ୭୨୮୯ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୨ରେ ୫୦ କିଲୋ ବ୍ରାଉନ୍‌‌ସୁଗର ଓ ୧୧୭୨ କ୍ୱିଣ୍ଟାଲ ଗଞ୍ଜେଇ, ୨୦୨୩ରେ ୧୭ କିଲୋ ବ୍ରାଉନ୍‌‌ସୁଗର ଓ ୧୮୧୧ କ୍ୱିଣ୍ଟାଲ ଗଞ୍ଜେଇ ଏବଂ ୨୦୨୪ରେ ୧୦ କିଲୋ ବ୍ରାଉନ୍‌‌ସୁଗର ଓ ୧୪୫୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଅନୁରୂପ ଭାବେ ୨୦୨୨ରେ ନିଶା କାରବାର ଜନିତ ୧୮୯୨ଟି ମାମଲାରେ ୨୬୦୩ ଜଣ ବେପାରୀଙ୍କୁ ଗିରଫ କରାଯାଇଥିବାବେଳେ ୨୦୨୩ରେ ୧୮୬୮ ମାମଲାରେ ୨୪୧୦ ନିଶା ବେପାରୀ ଏବଂ ୨୦୨୪ରେ ୨୧୬୦ ମାମଲାରେ ୨୨୭୬ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟରୁ ବିଭିନ୍ନ ଜିଲ୍ଲାରୁ ଯେତିକି ବ୍ରାଉନ୍‌‌ସୁଗର ମିଳିଛି, ଏହାର ଏକ ତୃତୀୟାଂଶ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ବାଲେଶ୍ୱରରୁ ଜବତ ହୋଇଛି। ସେହିପରି ବ୍ରାଉନ୍‌‌ସୁଗର କାରବାର ରୋକିବା ଦିଗରେ ଧରପଗଡ଼଼ ବଢ଼଼ିବାରୁ ନିଶା ମାଫିଆ ନୂଆ ନକ୍ସା ପ୍ରସ୍ତୁତ କରିଛନ୍ତି। ରୁଟ୍‌‌ ବଦଳାଇବା ସହ ଚାଲାଣର ନୂଆ ତରିକା ଆପଣାଇଛନ୍ତି। ଭାରତ-ବାଂଲାଦେଶ ସୀମାରେ ଥିବା ପଶ୍ଚିମବଙ୍ଗର ମୁର୍ସିଦାବାଦ୍‌‌ ଜିଲ୍ଲା ଲାଲଗୋଲା, ନର୍ଦିିଆ ଓ ବର୍ଦ୍ଧମାନ ଏବଂ ମାଲ୍‌‌ଦା, ମ୍ୟାଁମାର, ମଣିପୁରରୁ ବ୍ରାଉନ୍‌‌ସୁଗର ଆସୁଛି। ଏହା ଉତ୍ତର ଓଡ଼ିଶାର ଜଳେଶ୍ୱର ଓ ବାଲେଶ୍ୱରରେ ପହଞ୍ଚିବା ପରେ ସେଠାରୁ ଭୁବନେଶ୍ୱର, ଖୋର୍ଦ୍ଧା ସହ ପୁରୀ, ନୟାଗଡ଼଼, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଭଳି ସାରା ରାଜ୍ୟକୁ ପଠାଯାଉଛି।

ଜେଲ୍‌‌ରେ ସାମ୍ରାଜ୍ୟ ବଢ଼଼ାଉଛି ‘ଆଜାଦ୍‌‌ ପରଭେଜ’

ନବେ ଦଶକରୁ ବ୍ରାଉନ୍‌‌ସୁଗର କାରବାରରେ ସକ୍ରିୟ ରହିଥିବା ନିଶା ବାଦ୍‌‌ଶାହା ‘ଆଜାଦ୍‌‌ ପରଭେଜ’ ପୁଣି ସକ୍ରିୟ ହୋଇଛି। ସେ ଆସାମର ଏକ ଜେଲ୍‌‌ରେ ରହି ଓଡ଼ିଶାରୁ ବ୍ରାଉନ୍‌‌ସୁଗର ବେପାର ଅପରେଟ୍‌‌ କରୁଥିବାର ବଡ଼ ପ୍ରମାଣ ମିଳିଛି। ନିକଟରେ ଆସାମରୁ ନିଶାଦ୍ରବ୍ୟ ସହ ଜଣେ ବିଦେଶୀ ନାଗରିକ ଧରାପଡ଼ିବା ପରେ ଏହି ଖୁଲାସା ହୋଇଛି। ଉକ୍ତ ବିଦେଶୀ ନାଗରିକ ଦେଇଥିବା ବୟାନରେ ଆଜାଦ୍‌‌ ପରଭେଜର ସହଯୋଗୀର ସିଧାସଳଖ ସମ୍ପୃକ୍ତି ରହିଛି। ତେଣୁ ଆଜାଦ୍‌‌ ପରଭେଜ ଜେଲ୍‌‌ରେ ରହି ଏବେ ନିଶା କାରବାରକୁ ପୂରା ଅପରେଟ୍‌‌ କରୁଛି। ଓଡ଼ିଶା ସମେତ ବିଦେଶକୁ ବ୍ରାଉନ୍‌‌ସୁଗର ଚୋରା ଚାଲାଣ ମଙ୍ଗ ସମ୍ଭାଳୁଥିବା ଜଣାପଡ଼ିଛି। ସେ ପରଦା ପଛରେ ରହି ବ୍ରାଉନ୍‌‌ସୁଗର ନେଟ୍‌‌ୱର୍କକୁ ନିୟନ୍ତ୍ରଣ କରୁଛି। ତେଣୁ ଆଜାଦ୍‌‌ ପରଭେଜ ଉପରେ ବିଭିନ୍ନ ତଦନ୍ତକାରୀ ସଂସ୍ଥାଗୁଡ଼ିକ ନଜର ରଖିଛନ୍ତି। ୨୦୨୨ରେ ଆଜାଦ୍‌‌ ପରଭେଜକୁ ଆସାମର ଗୌହାଟୀରୁ ଠାବ କରିବା ସହ ୧ କିଲୋ ୪୫ ଗ୍ରାମ୍‌‌ର ବ୍ରାଉନ୍‌‌ସୁଗର ଜବତ କରିଥିଲା ଏନ୍‌‌ସିବି। ୧୯୮୭ରେ ବାଲେଶ୍ୱର ଟାଉନ୍‌‌ ଥାନାରେ ପରଭେଜ୍‌‌ ବିରୋଧରେ ପ୍ରଥମ ମାମଲା ରୁଜୁ ହୋଇଥିଲା। ସେବେଠାରୁ ୨୦୦୬ ମସିହା ଭିତରେ ତା’ ବିରୋଧରେ ୫ଟି ମାମଲା ରହିଛି। ଏପରିକି ନାର୍କୋଟିକ୍‌‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌‌ସିବି) କୋଲକତା ଶାଖାରେ ଦୁଇଟି ମାମଲା ରହିଛି। ସେ ୧୦ ବର୍ଷ ଜେଲ୍‌‌ଦଣ୍ଡ ସାରି ୨୦୧୪ରେ ଜେଲ୍‌‌ରୁ ମୁକୁଳିଥିଲା। ୮ବର୍ଷ ଲୁଚି ସେ ନିଶା ଦୁନିଆରେ ଅଧିକ ସକ୍ରିୟ ହୋଇଯାଇଥିଲା।

୨୦ବର୍ଷ ଦଣ୍ଡବିଧାନରେ ଫସିଲେଣି ୬ ମାଫିଆ

ବ୍ରାଉନ୍‌‌ସୁଗର ମାମଲାରେ ଦଣ୍ଡବିଧାନ କମ୍‌‌ ରହୁଛି। ଯେତିକି ବି ମାମଲା ରୁଜୁ କରିଛି, ସେଥିରୁ କମ୍‌‌ ମାମଲାର ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି। ମାତ୍ର ୩ଟି ମାମଲାରେ ୬ଜଣ ନିଶା ବେପାରୀଙ୍କୁ ସର୍ବାଧିକ ୨୦ ବର୍ଷ ଜେଲ୍‌‌ଦଣ୍ଡରେ ଦଣ୍ଡିତ କରାଯାଇଛି। ସେମାନେ ହେଲେ ବିଭୂତିଭୂଷଣ ଜେନା, ଦେବାଶିଷ ବେହେରା, ପ୍ରବୀର କୁମାର ସିଂ, ସେକ୍‌‌ କୌସର ଅଲ୍ଲୀ, ଦୀପକ ନାୟକ ଓରଫ ରାଜା ଓ ଶ୍ୟାମ ବେହେରା। କିନ୍ତୁ ଅଧିକ ପରିମାଣ ଜବତ କରାଯାଇଥିବା ବ୍ରାଉନ୍‌‌ସୁଗର ମାମଲାରେ ଏବେ ବି ତଦନ୍ତ ସହ କୋର୍ଟରେ ଶୁଶାଣି ପ୍ରକ୍ରିୟା ଜାରି ରହିଛି। ଅନୁରୂପ ଭାବେ ବ୍ରାଉନ୍‌‌ସୁଗର କାରବାରକୁ ବ୍ୟାବସାୟିକ, ମଧ୍ୟମ ଓ ସ୍ୱଳ୍ପ ଭଳି ୩ଟି ଶ୍ରେଣୀରେ ବିଭକ୍ତ ହୋଇଛି। ବାଣିଜ୍ୟିକ କାରବାର କରୁଥିବା ନିଶା ବେପାରୀଙ୍କଠାରୁ ୨୫୦ ଗ୍ରାମ୍‌‌ରୁ ଅଧିକ ବ୍ରାଉନ୍‌‌ସୁଗର ଧରାପଡ଼ିଲେ ୧୦ରୁ ୨୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହ ଜରିମାନା, ମଧ୍ୟମ ଧରଣର ୫ରୁ ୨୫୦ ଗ୍ରାମ୍‌‌ର ବ୍ରାଉନ୍‌‌ସୁଗର ଧରାପଡ଼ିଲେ ୧୦ ବର୍ଷ ଓ ସ୍ୱଳ୍ପଧରଣ ବା ୫ ଗ୍ରାମରୁ କମ୍‌‌ ବ୍ରାଉନ୍‌‌ସୁଗର ଧରାପଡ଼ିଲେ ବର୍ଷେ ପର୍ଯ୍ୟନ୍ତ ଜେଲ୍‌‌ଦଣ୍ଡ ସହ ଜରିମାନା ବ୍ୟବସ୍ଥା ରହିଛି। ସେହିପରି ନିଶା ମାଫିଆ ଧରାପଡ଼ିଲେ, ପୂର୍ବ ୬ ବର୍ଷର କମାଇଥିବା କଳାଧନର ହିସାବ କରାଯାଉଛି। ଅଚଳାଚଳ ସମ୍ପତ୍ତିର ଖୋଳତାଡ଼ କରିବା ପରେ ସମ୍ପତ୍ତିକୁ ବାଜ୍ୟାପ୍ତି ଲାଗି ଏନ୍‌‌ଡିପିଏସ୍‌‌ର କୋଲକାତା କ୍ଷମତାପ୍ରାପ୍ତି ଅଧିକାରୀଙ୍କୁ ଚିଠି ବି ଲେଖାଯାଉଛି। କିନ୍ତୁ ଏହି ପ୍ରକ୍ରିୟାଗୁଡ଼ିକ ଧିମା ପଡ଼ିଯାଇଛି।