Bhubaneswar Metro - The Sakala
ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତିର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ନିବେଦନ
ରାଜ୍ୟ କ୍ୟାବିନେଟ୍ ଦ୍ୱାରା ପ୍ରସ୍ତାବିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ବା ସ୍ଥଗିତ ରଖିବା ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗତ ଏପ୍ରିଲ ୪ ତାରିଖରେ ରାଜ୍ୟ ସରକାର ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (DMRC) ସହ ହୋଇଥିବା ଏହି ବୃହତ ପ୍ରକଳ୍ପର ଚୁକ୍ତିକୁ ବାତିଲ୍ କରିଥିବା ବେଳେ, ଏହାର ପୁନଃବିଚାର ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ
ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହାସହ ସେ ତାଙ୍କର ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଗତ ଏପ୍ରିଲ ୮ ତାରିଖରେ ଲେଖାଯାଇଥିବା ଏକ ବିସ୍ତୃତ ଚିଠିରେ ସେ ଦର୍ଶାଇଛନ୍ତି ଯେ, ଏଭଳି ଏକ ଜରୁରୀ ଭିତ୍ତିଭୂମି ପ୍ରକଳ୍ପକୁ ହଠାତ୍ ବନ୍ଦ କରିଦେବା ରାଜଧାନୀର ଦୀର୍ଘମିଆଦୀ ସହରାଞ୍ଚଳ ଯୋଜନା ଏବଂ ଜନସାଧାରଣଙ୍କ ଚାହିଦା ସହ ଆଦୌ ମେଳ ଖାଉନାହିଁ।
'ଲାଭ ପାଇଁ ନୁହେଁ, ଜନକଲ୍ୟାଣ ପାଇଁ ପ୍ରକଳ୍ପ'
ସାମାଜିକ ଗଣମାଧ୍ୟମ 'ଏକ୍ସ' (X)ରେ ନିଜର ପ୍ରତିକ୍ରିୟା ରଖି ସାଂସଦ କହିଛନ୍ତି, "କିଛି ପ୍ରକଳ୍ପ ଲାଭ ଆଶାରେ ନୁହେଁ, ବରଂ ବୃହତ୍ତର ଜନକଲ୍ୟାଣ ପାଇଁ କରାଯାଇଥାଏ।" ରାଜ୍ୟ ସରକାରଙ୍କ ଏହି କ୍ୟାବିନେଟ୍ ନିଷ୍ପତ୍ତିର ପୁନଃବିଚାର ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ପ୍ରକଳ୍ପ ପାଇଁ ୬,୨୫୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ଏବଂ ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।
ଟ୍ରାଫିକ୍ ସମସ୍ୟାର ସମାଧାନ ହେବ ମେଟ୍ରୋ
ଭୁବନେଶ୍ୱରରେ ଦ୍ରୁତ ନଗରୀକରଣ ଯୋଗୁଁ ବଢୁଥିବା ଟ୍ରାଫିକ୍ ସମସ୍ୟା ଉପରେ ଚିନ୍ତା ବ୍ୟକ୍ତ କରି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ସହର ଏବେ ଏକ ଜଟିଳ ସ୍ଥିତିରେ ପହଞ୍ଚିଲାଣି। ଏକ ଉଚ୍ଚ-କ୍ଷମତାସମ୍ପନ୍ନ, ଆଧୁନିକ ତଥା ଶସ୍ତା ସାର୍ବଜନୀନ ପରିବହନ ବ୍ୟବସ୍ଥା ଭାବେ ମେଟ୍ରୋ ରେଳ ହିଁ ଏକମାତ୍ର ଦୀର୍ଘମିଆଦୀ ବିକଳ୍ପ। ଏହା କେବଳ ଭୁବନେଶ୍ୱର ନୁହେଁ, ବରଂ ଲାଗି ରହିଥିବା କଟକ, ଜଟଣୀ ଏବଂ ଖୋର୍ଦ୍ଧା ଅଞ୍ଚଳର ପରିବହନ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବ। ଏହାଦ୍ୱାରା ବରିଷ୍ଠ ନାଗରିକ, ମହିଳା, ଛାତ୍ରଛାତ୍ରୀ, କର୍ମଜୀବୀ ଏବଂ ଦିବ୍ୟାଙ୍ଗମାନେ ସୁରକ୍ଷିତ ଏବଂ ସୁବିଧାଜନକ ଯାତ୍ରା କରିପାରିବେ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।
ଓଡ଼ିଶାରେ ମେଟ୍ରୋ ଭବିଷ୍ୟତ ଅନ୍ଧାର; ଦେଶରେ ୨୫ ସହରରେ ଗଡୁଛି ମେଟ୍ରୋ ରେଳ...
ଭୁବନେଶ୍ୱର: ସମଗ୍ର ଦେଶରେ ମେଟ୍ରୋ ରେଳ ନେଟୱାର୍କ ଧୀରେଧୀରେ ବଢ଼ିବାରେ ଲାଗିଛି। କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଏଯାବତ୍‌ ଦେଶର ୨୫ଟି ସହରରେ ମେଟ୍ରୋ ରେଳ କାର୍ଯ୍ୟକ୍ଷମ ହେଲାଣି।  ମାତ୍ର ଏହି ସମୟରେ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।
ପୂର୍ବରୁ ବିଜେଡି ସରକାର ୨୦୨୭ ସୁଦ୍ଧା ରାଜଧାନୀରେ ମେଟ୍ରୋ ରେଳ ଗଡ଼ାଇବାକୁ ପ୍ରତିବଦ୍ଧତାର ସହ ଆଗକୁ ବଢ଼ିଥିବା ବେଳେ ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ  ବର୍ତ୍ତମାନ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ଏକପ୍ରକାର ଶୀତଳଭଣ୍ଡାରକୁ ଚାଲି ଯାଇଛି। ରାଜ୍ୟ ସରକାରଙ୍କ ଏପରି ଆଭିମୁଖ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହାକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିଛନ୍ତି। ମେଟ୍ରୋ ସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ନୀତି ଆଦୌ ଜନ ହିତକର ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଆସନ୍ତା ୨୧ ତାରିଖରେ ମଧ୍ୟପ୍ରଦେଶରେ ଭୋପାଳ  ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିସି ଯୋଗେ ଉଦଘାଟନ କରିବେ। କେବଳ ଭୋପାଳ ନୁହେଁ, ବର୍ତ୍ତମାନ ଦେଶର ଏକାଧିକ ରାଜ୍ୟରେ ମୋଟ୍ରୋ ପ୍ରକଳ୍ପ ଜାରି ରହିଛି। ଦକ୍ଷିଣ ଭାରତରେ ବର୍ତ୍ତମାନ କର୍ଣ୍ଣାଟକ, କେରଳ, ତାମିଲନାଡୁ ଓ ତେଲେଙ୍ଗାନାରେ ପ୍ରାୟ ୨୫୧ କିଲୋମିଟର ବିଶିଷ୍ଟ ନୂଆ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ପୂର୍ବରୁ ଉପରୋକ୍ତ ୪ ରାଜ୍ୟରେ ୨୪୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ଏହି ନୂତନ ରେଳ ଲାଇନ ଦକ୍ଷିଣ ଭାରତରେ ମେଟ୍ରୋ ରେଳ ସେବାକୁ ନୂଆ ଉଚ୍ଚତା ପ୍ରଦାନ କରିବ। ଉପରୋକ୍ତ ପ୍ରକଳ୍ପଗୁଡ଼ିକ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟନ୍ୱୟନ ହେଉଥିବା ଜଣାପଡ଼ିଛି। ଏତଦବ୍ୟତୀତ ଆନ୍ଧ୍ର ପ୍ରଦେଶ ସରକାର ଭାଇଜାଗ, ବିଜୟୱାଡାରେ ନିଜସ୍ୱ ଉଦ୍ୟମରେ ମେଟ୍ରୋ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ସମାନ ସମୟରେ ରାଜ୍ୟ ବିଜେପି ସରକାରଙ୍କ ମେଟ୍ରୋ ରେଳ ପ୍ରତି ଉଦାସୀନତା ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି। ବିହାର, ଉତ୍ତର ପ୍ରଦେଶ, ହରିୟାଣା ପରି ରାଜ୍ୟରେ ଭୁବନେଶ୍ୱରଠାରୁ ଅପେକ୍ଷାକୃତ ଅନୁନ୍ନତ ସହରରେ ମେଟ୍ରୋ ସେବା ଆରମ୍ଭ ହୋଇ ସାରିଥିବା ବେଳେ କେଉଁ କାରଣରୁ ରାଜ୍ୟ ବିଜେପି ସରକାର ଭୁବନେଶ୍ୱର ମେଟ୍ରୋ ସେବାକୁ ନେଇ ଆଗକୁ ବଢ଼ୁନାହାନ୍ତି, ତାହାର ଉତ୍ତର କାହା ପାଖରେ ନାହିଁ। ସରକାରଙ୍କ ଯୁକ୍ତି ଅନୁଯାୟୀ ଭୁବନେଶ୍ୱରରେ  ମେଟ୍ରୋ ପ୍ରକଳ୍ପ ପାଇଁ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଏବଂ ସୁପାରିଶ ଆଧାରରେ ସରକାର ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ନେବେ। ତେବେ ରାଜ୍ୟ ସରକାରଙ୍କୁ ଇତିମଧ୍ୟରେ ୧୮ ମାସ ବିତିଲାଣି। ସରକାର ଗଠନ କରିଥିବା ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ସ୍ଥିତି କଣ, ଏହା କେତେଥରବୈଠକ କରିଛି, ଏଯାବତ୍‌ କେଉଁ ନିଷ୍କର୍ସରେ ପହଞ୍ଚିଛି, ସେନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳୁନାହିଁ। ଯାହାଫଳରେ ଭୁବନେଶ୍ୱରରେ ମେଟ୍ରୋ ସେବାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ଏବେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଲାଣି।
ବିଶେଷଜ୍ଞ ମହଲର ଯୁକ୍ତି ଅନୁଯାୟୀ ଭୁବନେଶ୍ୱର-କଟକରେ ଲୋକସଂଖ୍ୟା ପ୍ରାୟ ୨୫ ଲକ୍ଷ ହୋଇଥିବା ବେଳେ ଏହି ଟୁଇନ ସିଟିରେ ମେଟ୍ରୋ ଚଳାଚଳ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଯଦି ସରକାରଙ୍କ ପାଥରେ ଅର୍ଥର ଅଭାବ ଅଛି, ତାହେଲେ କେନ୍ଦ୍ର ସହ ମିଳିତ ସହଭାଗିତାରେ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇପାରନ୍ତେ। ପୂର୍ବ ସରକାର ନିଜସ୍ୱ ପାଣ୍ଠିରୁ ମେଟ୍ରୋ ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ୬ ହଜାର କୋଟି ବ୍ୟୟଅଟକଳ କରି ପ୍ରଥମ ବର୍ଷ ବଜେଟ୍‌ରେ ୧୦୦୦ କୋଟି ବରାଦ ବି କରିଥିଲେ। ମାତ୍ର ସରକାର ପରିବର୍ତ୍ତନ ପରେ ପ୍ରକଳ୍ପ ଏବେ ସ୍ୱପ୍ନ ପାଲଟିଛି ।  ସାଧାରଣ ପରିବହନ ସେବା ପାଇଁ ରାଜ୍ୟ ସରକାର ଗୁଡ଼ିକ ଏବେ ମେଟ୍ରୋ ରେଳ ସେବାକୁ ପ୍ରାଧାନ୍ୟ ଦେଉଛନ୍ତି। ରାଜ୍ୟ ବିଜେପି ସରକାର ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇ ଦୃଢେ଼ାକ୍ତି ପ୍ରକାଶ କରୁଛନ୍ତି। ଏପରିସ୍ଥଳେ ଯଦି ସବୁ ଯୋଗ୍ୟତା ଥାଇ ଭୁବନେଶ୍ୱରରେ ସାଧାରଣ ମେଟ୍ରୋ ସେବା ଆରମ୍ଭ ହୋଇନପାରେ, ତାହେଲେ ଏହାଠାରୁ ବଡ଼ ଦୁର୍ଭାଗ୍ୟଜନକ କଥା ଆଉ କିଛି ନାହିଁ ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି।
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଯେତେ ମନ୍ତ୍ରୀ; ସେତେ ମତ। ପୁଣି ମନ୍ତ୍ରୀମାନଙ୍କର ଘଡ଼ିକୁ ଘଡ଼ି ମତ ପରିବର୍ତ୍ତନ ଏବେ ରାଜ୍ୟର ବହୁ ପ୍ରତୀକ୍ଷିତ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତକୁ ଅନ୍ଧାର କରିଦେଇଛି। ଏକ ପକ୍ଷରେ ଟ୍ୱିନ୍‌ ସିଟିରେ ମେଟ୍ରୋ ନିର୍ମାଣ କାମ ସମ୍ପୂର୍ଣ୍ଣ ଠପ୍‌ ହୋଇ ଯାଇଥିବାବେଳେ ଜଣକ ପରେ ଜଣେ ମନ୍ତ୍ରୀ ରାଜ୍ୟବାସୀଙ୍କୁ ନୂଆ ନୂଆ ସ୍ୱପ୍ନ ଦେଖାଇବାରେ ଲାଗିଛନ୍ତି। ତେବେ ମେଟ୍ରୋ ସଂପର୍କରେ ମନ୍ତ୍ରୀମାନଙ୍କ ମତ ପାର୍ଥକ୍ୟ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିଛି। କେଇଦିନ ତଳେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ ଉପରେ ଉପରେ ଯିବ ବୋଲି କହିଥିଲେ। ଏବେ ପୂର୍ତ୍ତମର୍ତ୍ତୀ ମେଟ୍ରୋ ପ୍ରକଳ୍ପ ମାଟି ତଳେ ହେବ ବୋଲି କହିଲେଣି। ତେଣୁ ରାଜ୍ୟର ପ୍ରଥମ ମେଟ୍ରୋ ପ୍ରକଳ୍ପ ମାଟି ତଳେ ଯିବ ନା ଶୂନ୍ୟେଶୂନ୍ୟେ ଯିବ ତାହା ବୁଝି ହେଉନାହିଁ। ପୂର୍ବ ସରକାର ୨୦୨୬ ସୁଦ୍ଧା ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରିଥିଲେ, ଏଥିପାଇଁ ବଜେଟରେ ଆନୁଷଙ୍ଗିକ ଅର୍ଥ ବ୍ୟବସ୍ଥା ବି କରିଥିଲେ। ସରକାର ପରିବର୍ତ୍ତନ ପରେ ମେଟ୍ରୋ ସ୍ୱପ୍ନ ତୁଟିବା ଆରମ୍ଭ ହୋଇଛି ଓ ମନ୍ତ୍ରୀମାନେ ନିଜକୁ ସୁହାଇବା ପରି ମନ୍ତବ୍ୟ ଦେଇ ଲୋକମାନଙ୍କୁ ଭିନ୍ନଭିନ୍ନ କାହାଣୀ ଶୁଣାଉଛନ୍ତି ।
ଏବେ ସରକାରରେ ମନ୍ତ୍ରୀମାନେ ଯିଏ ଯେମିତି ପାରୁଛି ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍‌କୁ ସେମିତି ଚଳାଉଛନ୍ତି। କିଏ କଟକ ଏସ୍‌ସିବି ଯାଏଁ ନେଲାଣି ତ କିଏ ମେଟ୍ରୋ ଟ୍ରେନ୍‌କୁ ୧୩ ମିଟର ଉପରେ ଉଡ଼ାଉଛି। ଏହି ପରିପ୍ରେକ୍ଷୀରେ ସରକାର ମେଟ୍ରା ପ୍ରକଳ୍ପ କରିବେ କି ନାହିଁ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ପୂର୍ବରୁ ଏଲିଭେଟେଡ୍‌ ମେଟ୍ରୋ ପାଇଁ ଡିପିଆର୍‌ ପ୍ରସ୍ତୁତ କରାଯାଇ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏଲିଭେଟେଡ୍‌ କରିଡର ପାଇଁ ରାଜକୋଷରୁ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇସାରିଛି। ତଥାପି କାହା ସ୍ୱାର୍ଥରେ ଏହାକୁ ବଦଳାଇ ଅଣ୍ଡରଗ୍ରାଉଣ୍ଡ୍‌ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ପ୍ରକଳ୍ପ ହେଲେ ଖର୍ଚ୍ଚ ପ୍ରାୟ ୩ ଗୁଣା ବଢିଯିବ। ଏହାସହିତ ପ୍ରକଳ୍ପ କାମ ବହୁ ଡେରି ହେବ ବୋଲି ଅର୍ବାନ ପ୍ଲାନର ଡ. ପୀୟୂଷ ରାଉତ କହିଛନ୍ତି। ଏଭଳି ସମସ୍ୟା ଦେଖାଦେବାରୁ ଏବେ ଦିଲ୍ଲୀ ଏବଂ ଅନ୍ୟ ବଡ଼ ସହରଗୁଡ଼ିକରେ ଏଲିଭେଟେଡ୍‌ ମେଟ୍ରୋ ପ୍ରକଳ୍ପ ଯୋଜାନା କରାଯାଉଛି। ହେଲେ ରାଜ୍ୟ ସରକାରଙ୍କ ପୂର୍ତ୍ତ ମନ୍ତ୍ରୀ କାହିଁକି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ପ୍ରକଳ୍ପ ପଛରେ ପଡ଼ିଛନ୍ତି ତାହା ସ୍ପଷ୍ଟ ହେଉ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି ମାସ୍‌ ରାପିଡ୍‌ ଟ୍ରାନ୍ସିଟ୍‌ ସିଷ୍ଟମ (ଏମଆରଟିଏସ)ର ସହର ସମନ୍ୱୟ କମିଟିର ଜଣେ ଅଧିକାରୀ କହିଛନ୍ତି, ମାଟି ପରୀକ୍ଷଣ ସମାପ୍ତ ହେବା ପରେ ପ୍ରକଳ୍ପର ପିଲର କାମ ଆରମ୍ଭ ହେବାକୁ ନିର୍ଦ୍ଧାରିତ ହୋଇଛି। ତେବେ ଜୟଦେବ ବିହାର-ନନ୍ଦନକାନନ ଅଂଶର କାମ ରାଜ୍ୟ ସରକାର ଯୋଜନାରେ ପରିବର୍ତ୍ତନ ବିଚାର କରୁଥିବାରୁ ଅସ୍ଥାୟୀ ଭାବେ ସ୍ଥଗିତ ରହିଛି।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ସରକାର ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ) ଠାରୁ କଟକର ତ୍ରିଶୂଳିଆ ପର୍ଯ୍ୟନ୍ତ ୨୬ କିଲୋମିଟର ଲମ୍ୱା ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନେବାକୁ ଯୋଜନା କରିଥିଲେ। ଏଥିପାଇଁ ୬୨୨୫ କୋଟି ଟଙ୍କା ବରାଦ ହୋଇଥିଲା ଏବଂ ୨୦୨୪ ଜାନୁଆରୀ ୧ ତାରିଖରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ୍ରିଶୂଳିଆ ନିକଟରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୨୬ ମସିହା ସୁଦ୍ଧା ଏହି ପ୍ରକଳ୍ପକୁ ଶେଷ କରିବାକୁ ଲକ୍ଷ୍ୟ ରହିଥିଲା। ମାତ୍ର ସମ୍ପ୍ରତି ସରକାର ପରିବର୍ତ୍ତନ ପରେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପର ଭବିଷ୍ୟତ ସମ୍ପୂର୍ଣ୍ଣ ଅନିଶ୍ଚିତ ହୋଇ ପଡ଼ିଛି । ଏହି ପ୍ରକଳ୍ପ କେବେ ଶେଷ ହେବ ସେଥିରେ କୌଣସି ସ୍ଥିରତା ନାହିଁ।
ଭୁବନେଶ୍ୱର : ଶ୍ରେୟ ଷଡ଼ଯନ୍ତ୍ରରେ ପେଶି ହେଉଛି ମେଟ୍ରୋ ପ୍ରକଳ୍ପ । ନୂଆ ସରକାର ଆସିବା ପରେ ବଜେଟରେ ପ୍ରକଳ୍ପ ପ୍ରତି ଅନୁଦାନ ହ୍ରାସ ହୋଇଛି, ଏବେ ଏହାର ରୂପରେଖ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପର ଶ୍ରେୟ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେପରି ଦିଆ ନ ଯିବ ସେଥିପାଇଁ ଭିତିରିଆ ଉଦ୍ୟମ ଆରମ୍ଭ ହୋଇଛି। ନଗର ଉନ୍ନୟନ ମନ୍ତ୍ରୀ ମେଟ୍ରୋ ପ୍ରକଳ୍ପକୁ ନେଇ ଗୋଳିଆମିଶା ଉତ୍ତର ଦେଇ ପ୍ରକଳ୍ପ ବିଳମ୍ବିତ କରିବା ଅଭିସନ୍ଧିକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି।
ମଙ୍ଗଳବାର ନଗର ଉନ୍ନୟନ ମନ୍ତ୍ରୀ ନିଜ ପ୍ରତ୍ରିକ୍ରିୟାରେ ତ୍ରିଶୂଳିଆ ନୁହେଁ, କଟକ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ଯିବ ବୋଲି ଉଲ୍ଲେଖ କରି ପରିବର୍ଦ୍ଧିତ ପ୍ରକଳ୍ପର ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି। ମାତ୍ର ପ୍ରକଳ୍ପ ପରିକଳ୍ପନା ସମୟରେ ତତ୍‌କାଳୀନ ନବୀନ ପଟ୍ଟନାୟକ ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୂଳିଆ ଓ ପରବର୍ତ୍ତୀ ପର୍ଯ୍ୟାୟରେ ତ୍ରିଶୂଳିଆରୁ କଟକ ବସ୍‌ ଟର୍ମିନାଲ ଏବଂ ବରମୁଣ୍ଡା ବସ୍‌ ଟର୍ମିନାଲରୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ ଲକ୍ଷ୍ୟ ରଖାଯାଇଥିଲା। ୨୦୨୩ ଅକ୍ଟୋବର ମାସ ୧୧ ତାରିଖରେ ‘ସକାଳ’ରେ ଖବର ପ୍ରକାଶ ପାଇଥିଲା।
ପୂର୍ବ ସରକାର ମେଟ୍ରୋକୁ ଦୁଇଟି ପର୍ଯ୍ୟାୟରେ ନିର୍ମାଣ ନିମନ୍ତେ ଲକ୍ଷ୍ୟ ରଖିଥିଲେ। ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ଘୋଷଣା ହୋଇଥିଲା। କାଠଯୋଡ଼ି ଉପରେ ଆଉ ଏକ ବ୍ରିଜ୍‌ ନିର୍ମାଣ କରାଯାଇ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କଟକ ସମ୍ପ୍ରସାରଣ କରାଯିବାକୁ ଯୋଜନା ହୋଇଥିଲା। ଏହି ବ୍ରିଜ ତଳେ ଯାନବାହନ ଓ ଉପରେ ମେଟ୍ରୋ ଯାତାୟତ କରିବାକୁ ପ୍ରସ୍ତାବ ରହିଥିଲା। ଅନ୍ୟପକ୍ଷରେ ଜୟଦେବ ବିହାରଠାରୁ ଗୋଟିଏ ମେଟ୍ରୋ ଲାଇନ୍‌ ନନ୍ଦନକାନନ ଦିଗକୁ ଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଆଉ ଗୋଟିଏ ଲାଇନ୍‌ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ହୋଇ ଏମ୍ସ ଛକ ପର୍ଯ୍ୟନ୍ତ ଲମ୍ୱିବାର ମଧ୍ୟ ଯୋଜନା ରହିଥିଲା। କଟକ ଓ ଭୁବନେଶ୍ୱରର ଦୁଇ ପ୍ରମୁଖ ବସଷ୍ଟାଣ୍ଡକୁ ମେଟ୍ରୋ ସହ ଯୋଡ଼ିବା ପାଇଁ ଏମିତି କିଛି ପରିକଳ୍ପନା କରାଯାଇଥିଲା। ଏହାକୁ ମେଟ୍ରୋ ପ୍ରକଳ୍ପ ପର୍ଯ୍ୟାୟ-୧ (କ ଓ ଖ) ନାମରେ ନାମିତ କରାଯାଇଥିଲା। ତ୍ରିଶୂଳିଆଠାରୁ ହାଇକୋର୍ଟ ଛକ ହୋଇ ମେଟ୍ରୋ ନେତାଜୀ ବସ୍‌ ଟର୍ମିନାଲ୍‌ ଯିବା ବାଟରେ ପ୍ରାୟ ୪ଟି ଷ୍ଟପେଜ୍‌ କରିବା ପାଇଁ ଯୋଜନା ରହିଥିଲା। ସେହିପରି ଜୟଦେବ ବିହାରଠାରୁ ମେଟ୍ରୋ ବରମୁଣ୍ଡା ବସ୍‌ ଟର୍ମିନାଲ୍‌, ଖଣ୍ଡଗିରି, ଡୁମ୍‌ଡୁମା ହୋଇ ଏମ୍ସ ଛକ ପର୍ଯ୍ୟନ୍ତ ଯାଇଥାନ୍ତା। ଫେଜ୍‌-୧ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୭-୮ ମାସ ମଧ୍ୟରେ ଏହି ପ୍ରକଳ୍ପ ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା।
ମାତ୍ର ବର୍ତ୍ତମାନର ବିଭାଗୀୟ ମନ୍ତ୍ରୀ ଏହାକୁ ସମ୍ପୂର୍ଣ୍ଣ ନୂଆ ନିଷ୍ପତ୍ତି ବୋଲି ଅଭିହିତ କରିବାକୁ ଯୋଜନା କରିଛନ୍ତି। ବଜେଟରେ ଅର୍ଥ ହ୍ରାସ ପ୍ରକଳ୍ପର ଭବିଷ୍ୟତକୁ ମଧ୍ୟ ଅନ୍ଧକାରାଛନ୍ନ କରିଛି। ବଜେଟରେ ଅନୁଦାନ ହ୍ରାସ ପରେ ପ୍ରଳ୍ପ କାମ ମନ୍ଥର ହୋଇଛି ଓ ଧାର୍ଯ୍ୟ ଅବଧି ୪ ବର୍ଷ ମଧ୍ୟରେ କାମ ଶେଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯାହାକୁ ନେଇ କଟକ ବିଧାୟିକା ସୋଫିଆ ଫିର୍‌ଦୋଷ୍‌ ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ସମାଲୋଚନା କରିଛନ୍ତି।