group clash - The Sakala

ନିଖିଲ ହତ୍ୟାକାଣ୍ଡକୁ କେନ୍ଦ୍ର କରି ରାୟଗଡ଼ାରେ ପୁଣି ଉତ୍ତେଜନା: ଥାନା ଆଗରେ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର
ରାୟଗଡ଼ା: ନିଖିଲ ହତ୍ୟାକାଣ୍ଡକୁ କେନ୍ଦ୍ର କରି ରାୟଗଡ଼ା ସହରରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ରାତିରେ ରାୟଗଡ଼ା ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି। ଏହି ଘଟଣାରେ ପଥରମାଡ଼ ଏବଂ ଆକ୍ରମଣ ଯୋଗୁଁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କିଛି ଦିନତଳେ ନିଖିଲ ହାଡ଼ପାକୁ ଗୁଳି କରି ହତ୍ୟା ଘଟଣାରେ ଅଶାନ୍ତ ହୋଇପଡ଼ିଥିଲା ସାରା ସହର । ଏବେ ପୁଣି ଥରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପିଟଲା ସାହି ଏବଂ ରେଲି ସାହିର ଯୁବକମାନଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା। ରେଲି ସାହିର କିଛି ଯୁବକ ଅନ୍ୟ ସାହିର ଲୋକଙ୍କ ସହ ଅଶାଳୀନ ଆଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ପିତଲା ସାହିର ବାସିନ୍ଦା ରାୟଗଡ଼ା ଥାନାରେ ଏତଲା ଦେବାକୁ ଯାଇଥିବା ବେଳେ ରେଲି ସାହିର ଯୁବକମାନେ ସେଠାରେ ପହଞ୍ଚି ହଙ୍ଗାମା କରିଥିଲେ। ପରେ ଏହା ଏକ ବଡ଼ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଉଭୟ ପକ୍ଷ ମଧ୍ୟରେ ଥାନା ସମ୍ମୁଖରେ ପ୍ରବଳ ପଥରମାଡ଼ ହୋଇଥିଲା, ଯାହା ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳ ରଣକ୍ଷେତ୍ରରେ ପରିଣତ ହୋଇଥିଲା।

ଏହି ହିଂସାରେ ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ପିତଲା ସାହିର ଆନ୍ନାମାଝି ୟାକ୍କା, ତ୍ରିନାଥ ମେଲେକା ଏବଂ ରେଲି ସାହିର ଶୁଣ୍ଡି ସୁରଜ। ଗୁରୁତର ଅବସ୍ଥାରେ ଏହି ତିନିଜଣଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ରେ ଭର୍ତ୍ତି କରାଯାଇଛି।

ଘଟଣା ପରେ ସହରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଥାନା ଆଗରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଏଏସପି ରାମେନ୍ଦ୍ର କୁମାର, ଏସଡିପିଓ ଗୌରହରି ସାହୁ ଏବଂ ଆଇଆଇସି ପ୍ରସନ୍ନ ବେହେରାଙ୍କ ଭଳି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆଖପାଖ ଥାନାରୁ ଅତିରିକ୍ତ ପୋଲିସ ଫୋର୍ସ ମଧ୍ୟ ଡକାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ମେ ୯ ତାରିଖରେ ଘଟିଥିବା ନିଖିଲ ହତ୍ୟାକାଣ୍ଡ ସହ ଏହି ତାଜା ହିଂସାର ସିଧାସଳଖ ସମ୍ପର୍କ ରହିଛି। ପୂର୍ବ ଶତ୍ରୁତା ଏବଂ ଜୁଆ ଆଡ୍ଡା ଲୁଟ୍ ବିବାଦକୁ କେନ୍ଦ୍ର କରି ନିଖିଲଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ମୋଟ ୨୧ ଜଣ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କୁହୁଳିଲା ୫ ବର୍ଷ ତଳର ଗୁଣିଗାରେଡ଼ି ବିବାଦ, ଗୋଷ୍ଠୀ ସଂଘର୍ଷରେ ୩ ମୃତ
ଧରାକୋଟ : ଅନ୍ଧବିଶ୍ବାସ ପୁଣି ୩ ଜଣଙ୍କ ମୁଣ୍ଡ ନେଇଛି। ଗୁଣିଗାରେଡ଼ିକୁ ନେଇ ୫ ବର୍ଷ ତଳର ଗାଁ ବିବାଦରୁ ଏହି ଛାତିଥରା ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ତଥା ଧରାକୋଟ ବ୍ଲକ୍‌‌ର ବାହାରପୁର ପଞ୍ଚାୟତ ଅଧୀନ ଖାରିପଲ୍ଲୀ ଗ୍ରାମରେ ଏହି ଆପରାଧିକ ଘଟଣା ଘଟିଛି। ଦୁଇ ପକ୍ଷ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ, ଖଦାଳ ବେହେରା(୬୫) ଓ ରତ୍ନାକର ବେହେରା(୪୦) ଏବଂ ରମେଶ ବେହେରା(୪୫)। ଗୁରୁତର ଆହତମାନେ ହେଲେ, ଅରୁଣ ବେହେରା(୩୦), ଭିକାରୀ ବେହେରା(୧୮), ଜଗା ବେହେରା(୧୮)। ଗୁରୁତରଙ୍କୁ ଧରାକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ପରେ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ୫ବର୍ଷ ତଳେ ଖାରିପଲ୍ଲୀ ଗାଁରେ ଏକା ସମୟରେ ପ୍ରାୟ ୭/୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଗୁଣିଗାରେଡ଼ି ବିଦ୍ୟା ଓ ଖଟ ସାହାରା ନେଇଥିଲେ ଗ୍ରାମବାସୀ। ଯାହାକୁ କେନ୍ଦ୍ର କରି ବଡ଼ଧରଣର ଏକ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ତେବେ ପୁଲିସ୍‌ ହସ୍ତକ୍ଷେପ ପରେ ସେତେବେଳେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ଘଟଣାରେ ଖଦାଳ ଓ ବନବାସ ବେହେରାର ପରିବାରକୁ ପ୍ରାୟ ଏକ ମାସ ସୁରକ୍ଷା ଦେଇଥିଲା ପୁଲିସ୍‌। ଏହାକୁ କେନ୍ଦ୍ର କରି ଗତ ପ୍ରାୟ ୫ ବର୍ଷ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା।

ମଙ୍ଗଳବାର ସନ୍ଧ୍ୟାରେ ପୋଖରୀରୁ ସ୍ନାନ କରି ଉଭୟ ଗୋଷ୍ଠୀର ଲୋକେ ଘରକୁ ଫେରୁଥିବା ସମୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରି ହଣାହଣି ପର୍ଯ୍ୟନ୍ତ କଥା ଯାଇଥିଲା। ଗୋଟିଏ ଗୋଷ୍ଠୀର ଖଣ୍ଡା ଚୋଟରେ ଖଦାଳ ଓ ତାଙ୍କ ପୁଅ ରତ୍ନାକରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗାଁ ଦାଣ୍ଡରେ ଉଭୟଙ୍କ ଶବ ପଡ଼ିଥିବା ବେଳେ ଅନ୍ୟ ଗୋଷ୍ଠୀର ୪ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଧରାକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଥିମଧ୍ୟରୁ ରମେଶ ବେହେରାଙ୍କ ଧରାକୋଟ ମେଡିକାଲରେ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ଆସିକା ଉପଖଣ୍ଡ ଅରକ୍ଷୀ ଅଧିକାରୀ ସନ୍ତୋଷ କୁମାର ଜେନା ଓ ବଡ଼ଗଡ଼ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା,ଶେରଗଡ଼ ଥାନା ଅଧିକାରୀ ବୀରେନ୍ଦ୍ର ଶିଅଳ ଓ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ପ୍ରମୁଖ ପୁଲିସ୍‌ ଫୋର୍ସ ସହ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ହତ୍ୟାକାଣ୍ଡକୁ କେନ୍ଦ୍ର କରି ଗାଁରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ ବିଳମ୍ବିତ ରାତିରେ ଗାଁର କିଛି ଲୋକଙ୍କୁ ଅଟକ ରଖିଛି। ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ଉପରେ ପୁଲିସ୍‌ ତୀକ୍ଷ୍ଣ ନଜର ରଖିଛି। ଅପରପକ୍ଷେ ଘଟଣାସ୍ଥଳରେ ଧରାକୋଟ ତହସିଲଦାର ଲମ୍ୱୋଦର ମାରାଣ୍ଡି ଓ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।