child safety - The Sakala

ରାଜସ୍ଥାନରୁ ଅଭାବନୀୟ ଚିତ୍ର: ଶିଶୁକୁ ମଦ ଓ ସିଗାରେଟ୍ ପିଆଉଛନ୍ତି ଯୁବକ, ଭିଡିଓ ଭାଇରାଲ
ରାଜସ୍ଥାନରୁ ଏକ ଅତ୍ୟନ୍ତ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ଛୋଟ ପିଲାଙ୍କୁ ବିୟର ଏବଂ ସିଗାରେଟ୍ ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୧୪ ସେକେଣ୍ଡର ଏହି କ୍ଲିପ୍ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି।

ଫେବୃଆରୀ ୧୮ ତାରିଖରେ ଜଣେ ଶିଶୁ କଲ୍ୟାଣ କର୍ମୀ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଭିଡିଓରେ ଏକ ନାଲି ରଙ୍ଗର ମୋଟରସାଇକେଲ ଦେଖିବାକୁ ମିଳିଛି, ଯାହାର ନମ୍ବର ପ୍ଲେଟରେ RJ25 SS 8392 ଲେଖାଯାଇଛି। ସୂଚନା ଅନୁଯାୟୀ, ଏହି ଗାଡି ନମ୍ବରଟି ସାୱାଇ ମାଧୋପୁର ଜିଲ୍ଲାର ଅଟେ। ଭିଡିଓରେ ଦେଖାଯାଉଥିବା ବ୍ୟକ୍ତିମାନେ ମଜାଳିଆ ଢଙ୍ଗରେ ଶିଶୁଙ୍କ ହାତକୁ ନିଶା ଦ୍ରବ୍ୟ ବଢାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ରାଜସ୍ଥାନରୁ ଆସିଲା ସ୍ତବ୍ଧ କରିଦେବା ଭଳି ଭିଡିଓ। ଜଣେ ଛୋଟ ଶିଶୁକୁ ମଦ ଓ ସିଗାରେଟ୍ ପିଆଉଛନ୍ତି ଯୁବକ। ଭିଡିଓ ଭାଇରାଲ ହେବା ପରେ ଦୋଷୀଙ୍କୁ ଗିରଫ କରିବାକୁ ଜୋର ଧରିଛି ଦାବି। #ViralVideo #Rajasthan #ChildAbuse #SocialMedia #CrimeNews pic.twitter.com/DHr96XTkpd

— Sakala News (@SakalaNews) February 19, 2026

ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ରାଜସ୍ଥାନ ପୋଲିସକୁ ଟ୍ୟାଗ୍ କରି ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଧାରା ୭୭ ଅନୁଯାୟୀ, କୌଣସି ଶିଶୁକୁ ମଦ କିମ୍ବା ଅନ୍ୟ ନିଶା ଦ୍ରବ୍ୟ ଦେବା ଏକ ଗମ୍ଭୀର ଅପରାଧ। ଏଥିପାଇଁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୧ ଲକ୍ଷ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି।

ଯଦିଓ କିଛି ଲୋକ ଏହା କେବଳ ଭିଡିଓ ଭାଇରାଲ୍ କରିବା ପାଇଁ ଏକ ଅଭିନୟ ବୋଲି ସନ୍ଦେହ କରୁଛନ୍ତି, ତଥାପି ଏଭଳି କାର୍ଯ୍ୟ ନିନ୍ଦନୀୟ। ବର୍ତ୍ତମାନ ସୁଦ୍ଧା ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ ଏହି ଘଟଣା ଉପରେ କୌଣସି ଅଫିସିଆଲ୍ ବୟାନ ଜାରି କରାଯାଇ ନାହିଁ।

୧୬ ବର୍ଷରୁ କମ ପିଲାଙ୍କ ପାଇଁ ସୋସିଆଲ ମିଡିଆ ମନା? ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ପରେ ଭାରତ ସରକାର ନେବେ କି ବଡ ପଦକ୍ଷେପ !
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ଭଳି ଦେଶଗୁଡିକର ପଦକ୍ଷେପ ପରେ ଏବେ ଭାରତ ସରକାର ମଧ୍ୟ ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ କଡ଼ା କଟକଣା ଲଗାଇବାକୁ ବିଚାର କରୁଛନ୍ତି। ୧୬ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଆକ୍ସେସକୁ ସୀମିତ କରିବା ପାଇଁ କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତିବିଦ୍ୟା (IT) ନିୟମାବଳୀ, ୨୦୨୧ରେ ସଂଶୋଧନ କରିବାକୁ ଯୋଜନା କରୁଛନ୍ତି।

କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ, ବୟସ ଭିତ୍ତିକ କଟକଣା ନେଇ ସରକାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ଆଲୋଚନା ଚଳାଇଛନ୍ତି। ସେ କହିଛନ୍ତି, "ବିଶ୍ୱର ଅନେକ ଦେଶ ବୟସ ଭିତ୍ତିକ ନିୟନ୍ତ୍ରଣକୁ ଗ୍ରହଣ କରିଛନ୍ତି ଏବଂ ଏହା ଆମର ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା (DPDP) ଆଇନର ମଧ୍ୟ ଏକ ଅଂଶ ଅଟେ।" ବର୍ତ୍ତମାନ ଭାରତରେ ପିଲାମାନଙ୍କୁ ସୋସିଆଲ ମିଡିଆରୁ ନିବୃତ୍ତ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଇନ ନାହିଁ, କିନ୍ତୁ DPDP ଆଇନ ଅଧୀନରେ ୧୮ ବର୍ଷରୁ କମ ପିଲାଙ୍କ ତଥ୍ୟ ବ୍ୟବହାର ପୂର୍ବରୁ ପ୍ଲାଟଫର୍ମଗୁଡିକୁ ପିତାମାତାଙ୍କ ସମ୍ମତି ନେବା ବାଧ୍ୟତାମୂଳକ କରାଯାଇଛି।

ବିଶ୍ୱସ୍ତରରେ ଅଷ୍ଟ୍ରେଲିଆ ପ୍ରଥମ ଦେଶ ଭାବେ ୧୬ ବର୍ଷରୁ କମ ପିଲାଙ୍କ ପାଇଁ ସୋସିଆଲ ମିଡିଆ ନିଷିଦ୍ଧ କରିଥିଲା। ଏହା ପରେ ଫ୍ରାନ୍ସ ୧୫ ବର୍ଷରୁ କମ ପିଲାଙ୍କ ପାଇଁ ସମାନ ନିୟମ ଆଣିଥିବାବେଳେ ବ୍ରିଟେନ ଏବଂ ସ୍ପେନ ମଧ୍ୟ ଏ ଦିଗରେ ଚିନ୍ତା କରୁଛନ୍ତି। ଭାରତ ମଧ୍ୟରେ ଗୋଆ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଭଳି ରାଜ୍ୟ ସରକାର ଅଷ୍ଟ୍ରେଲିଆ ଢାଞ୍ଚାରେ କଟକଣା ଲଗାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏପରିକି ମାଡ୍ରାସ ହାଇକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ଏଭଳି ଆଇନ ପ୍ରଣୟନର ସମ୍ଭାବନା ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡିପଫେକ୍ (Deepfake) ସମସ୍ୟା ଉପରେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ଭାରତର ସାଂସ୍କୃତିକ ଓ ସାମାଜିକ ସମ୍ବେଦନଶୀଳତାକୁ ବୁଝିବା ଆବଶ୍ୟକ। ସରକାର ନିକଟରେ ଆଇଟି ନିୟମରେ ସଂଶୋଧନ କରି ଡିପଫେକ୍ ବିଷୟବସ୍ତୁକୁ ୩ ଘଣ୍ଟା ମଧ୍ୟରେ ହଟାଇବା ଏବଂ ଏଆଇ-ଜେନେରେଟେଡ୍ ବିଷୟବସ୍ତୁ ଉପରେ ଲେବଲ୍ ଲଗାଇବା ବାଧ୍ୟତାମୂଳକ କରିଛନ୍ତି।

Viral Video: ବିଲରେ ଟ୍ରାକ୍ଟର ଚଳାଉଛି ଛୋଟ ପିଲା, ବାପାମା’ଙ୍କ ବେପରୁଆ ମନୋଭାବକୁ ନିନ୍ଦା କଲେ ଲୋକେ
ସୋସିଆଲ ମିଡିଆରେ ‘ଲାଇକ୍’ ଏବଂ ‘ଭ୍ୟୁ’ ପାଇବା ନିଶାରେ ଅନେକ ସମୟରେ ଲୋକମାନେ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ପିଲାଙ୍କ ସୁରକ୍ଷା ଦାୟିତ୍ୱ ବଡ଼ମାନଙ୍କ ହାତରେ ଥାଏ, କିନ୍ତୁ ଆଜିକାଲି କିଛି ଅଭିଭାବକ ପିଲାଙ୍କୁ ବିପଜ୍ଜନକ କାର୍ଯ୍ୟ କରିବାକୁ ଉତ୍ସାହିତ କରୁଛନ୍ତି। ନିକଟରେ ସେମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଛୋଟ ପିଲା ଟ୍ରାକ୍ଟର ଚଳାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓ ଦେଖିବା ପରେ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

🚨Be alert

क्या मजबूरी है या कौनसा ये शौक
इस बच्चों से क्या जरूरी है गाड़ी चलाना

आए दिन बहुत घटनाएं होती जा रही हैं...
जान प्यारा है या दिखावा??? pic.twitter.com/ZWnvSCaubt

— Manoj Yadav (@memanoj24) February 4, 2026

ବିପଦଜ୍ଜନକ ଷ୍ଟଣ୍ଟ୍ ଦେଖି ଲୋକେ ଆଶ୍ଚର୍ଯ୍ୟ

ଭିଡିଓଟି ଏକ ଚାଷ ଜମିର ବୋଲି ଜଣାପଡୁଛି। ଏଥିରେ ଜଣେ ଅତି କମ ବୟସର ପିଲା ଟ୍ରାକ୍ଟର ଡ୍ରାଇଭିଂ ସିଟରେ ବସି ନିର୍ଭୟରେ ଗାଡି ଚଳାଉଛି। କେବଳ ଗାଡି ଚଳାଉନାହିଁ, ବରଂ ଜଣେ ଅଭିଜ୍ଞ ଡ୍ରାଇଭର ଭଳି ବିଲରେ ହଳ ମଧ୍ୟ କରୁଛି। ତେବେ ପାଖରେ ଥାଇ କେହି ଜଣେ ଏହି ଦୃଶ୍ୟକୁ ରେକର୍ଡ କରୁଛନ୍ତି। ପିଲାଟିର ଡ୍ରାଇଭିଂ ଦେଖି ଲାଗୁଛି ସତେ ଯେମିତି ସେ ଜଣେ ଟ୍ରେଣ୍ଡ ଡ୍ରାଇଭର। କିନ୍ତୁ ଏତେ କମ ବୟସରେ ଏଭଳି ଭାରୀ ଯାନ ଚଳାଇବା ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ। ଗୋଟିଏ ଛୋଟ ଭୁଲ୍ ସିଧାସଳଖ ଜୀବନ ନେଇପାରେ।

ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା

ଏହି ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ @memanoj24 ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ୧୮ ବର୍ଷରୁ କମ୍ ବୟସରେ ଗାଡି ଚଳାଇବା ଆଇନଗତ ଅପରାଧ ହୋଇଥିବାବେଳେ, ଏଭଳି ଅବହେଳା ପାଇଁ ନେଟିଜେନ୍ସ ତୀବ୍ର ସମାଲୋଚନା କରିଛନ୍ତି। ଅନେକ ୟୁଜର କମେଣ୍ଟ କରି କହିଛନ୍ତି ଯେ, "ପିଲାଙ୍କ ହାତରେ ଗାଡି ଦେବା ସଉକ ନୁହେଁ, ବରଂ ସିଧାସଳଖ ମୃତ୍ୟୁକୁ ଡାକିବା ସହ ସମାନ। ଦେଖେଇ ହେବା ଅପେକ୍ଷା ଜୀବନର ମୂଲ୍ୟ ଅଧିକ।"

ବଢୁଛି ତାତି : ସକାଳୁଆ ଅଙ୍ଗନବାଡି ସହ ବିଦ୍ୟୁତ୍ କାଟ୍ ନ କରିବାକୁ ଶକ୍ତି ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍
ଭୁବନେଶ୍ବର : ବଢିଚାଲିଛି ଖରାର ତାତି। ରାଜ୍ୟରେ ଗତ କିଛି ଦିନ ଧରି ପାରଦ ଉପରମୁହାଁ ରହୁଛି। ସକାଳ ୧୦ଟାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଲୋକ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ତେବେ ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଡାକିଥିଲେ। ଯେଉଁ ବୈଠକରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଙ୍ଗନବାଡି ସକାଳୁଆ କରିବାକୁ ନିଷ୍ପତ୍ତି ହୋଇଛି। ସକାଳ ୭ଟାରୁ ୯ଟା ଚାଲିବ ଅଙ୍ଗନବାଡ଼ି। ଏଥିସହ ସ୍କୁଲ ଗୁଡିକୁ ସକାଳୁଆ କରିବା ପାଇଁ ତୁରନ୍ତ ଜିଲ୍ଲାପାଳ ମାନେ SOP ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲିର ବୈଠକରେ ସମସ୍ତ ଜିଲ୍ଲାପାଳ ଓ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ, ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଗୁଆ ଆସିଛି । ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ଅଧିକ ରହୁଛି । ଯଦିଓ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ଦିନରେ ତାପମାତ୍ରା କମିବ, ତେବେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ସରକାରୀ ସ୍ତରରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଯାହା SOP ଜାରି କରାଯାଇଛି, ତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ କାର୍ଯ୍ୟ କରନ୍ତୁ, ଆବଶ୍ୟକସ୍ଥଳେ SOP ବାହାରେ ମଧ୍ୟ କାମ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏଥି ସହିତ ଖରାଦିନେ ବିଦ୍ୟୁତ କାଟ୍‌ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦିନ ୧୧ଟା ରୁ ୫ଟା ଏବଂ ରାତି ୯ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ଯେପରି ବିଦ୍ୟୁତ କାଟ୍‌ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ସେ ଶକ୍ତି ବିଭାଗକୁ କଡା ନିର୍ଦ୍ଦେଶ ଦେଇଥିଲେ । ଅଘୋଷିତ ବିଦ୍ୟୁତ କାଟ୍‌ ଯେପରି ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ସେ କହିଥିଲେ। କାଳବୈଶାଖୀ ସମୟରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ନ ହେବା ପାଇଁ ଆଗୁଆ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସଭା, ସମିତି ଗୁଡିକୁ ପିକ୍‌ ଟାଇମ୍‌ରେ ଅନୁମତି ନ ଦେଇ ସକାଳେ ଓ ମଧ୍ୟାହ୍ନରେ କରିବା ପାଇଁ ସେ କହିଥିଲେ। ସାଂସଦ ଓ ବିଧାୟକ ମାନଙ୍କୁ ଏ ବିଷୟରେ ଅବଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିସହିତ ଖରାଦିନେ ଗ୍ରାମାଞ୍ଚଳରେ ନିଆଁ ଲାଗିବାର ସମ୍ଭାବନା ଥିବାରୁ ଅଗ୍ନିଶମ ବିଭାଗ ସଜାଗ ରହିବାକୁ ସେ କହିଥିଲେ ।

ଅନ୍ୟପଟେ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ରଖି ସମସ୍ତେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ସେ କହିଥିଲେ ଯେ, ଅଂଶୁଘାତର ମୁକାବିଲା ପାଇଁ ଛାଇ ଓ ପାଣି ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ସହରାଞ୍ଚଳରେ ଟ୍ରାଫିକ ଛକ ଏବଂ ଗ୍ରାମାଞ୍ଚଳରେ ବସ୍‌ଷ୍ଟାଣ୍ଡ ଗୁଡିକରେ ଛାଇ ପାଇଁ ଟେଣ୍ଟ ବ୍ୟବସ୍ଥା ଓ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ସମସ୍ତେ ଯତ୍ନବାନ ହେବା ପାଇଁ ସେ ପରାମର୍ଶ ଦେଇଥିଲେ । ବିଗତ ଦିନରେ ସଚେତନତାମୂଳକ ପ୍ରଚାର ପ୍ରସାର ଜରିଆରେ ଆମେ ସଫଳତା ପାଇଛୁ । ତେଣୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଟିଭି, ରେଡିଓ, ଖବରକାଗଜ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।