Chandan Jatra - The Sakala

ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା
ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କୁ ସ୍ୱାଗତ ଲାଗି ଅପେକ୍ଷାରତ ନରେନ୍ଦ୍ର ସରୋବର। ନନ୍ଦା ଓ ଭଦ୍ରା ଜଳକ୍ରୀଡ଼ା କରାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ପଥ ଚାହିଁ ରହିଛନ୍ତି।

ମହାପ୍ରଭୁଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ (ଶ୍ରୀଲୋକନାଥ, ଶ୍ରୀଯମେଶ୍ୱର, ଶ୍ରୀକପାଳମୋଚନ, ଶ୍ରୀମାର୍କଣ୍ଡେଶ୍ୱର ଓ ଶ୍ରୀନୀଳକଣ୍ଠେଶ୍ୱର) ଜଳକ୍ରୀଡ଼ା କରିବେ। ତେଣୁ, ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଜଳକ୍ରୀଡ଼ା ଦେଖିବା ଲାଗି ଭକ୍ତଙ୍କ ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାରଫିଟା, ମଙ୍ଗଳ ଆଳତି, ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣୀଘର ଭୋଗ କରାଯାଇ ଅପରାହ୍‌ଣ ୧ଟାରୁ ସାଢ଼େ ୨ଟା ମଧ୍ୟରେ ଯାତଭୋଗ ଓ ମଧ୍ୟାହ୍ନ ଧୂପ (କେବଳ କୋଠଭୋଗ) ସରିବ। ଅପରାହ୍‌ଣ ୩ଟାରେ ଦ୍ୱାଦଶ ଯାତ୍ରା ବନ୍ଦାପନା ପରେ ଅପରାହ୍‌ଣ ସାଢ଼େ ୩ଟାରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏବଂ ପଞ୍ଚମହାଦେବ ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ। ଚାପ ଖେଳି ସାରି ରାତି ୧୦ଟାରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ିବା ଲାଗି ନିଷ୍ପତ୍ତି ହୋଇଛି। ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି। ଚନ୍ଦନ ମଣ୍ଡପକୁ ରଙ୍ଗ କରାଯାଇଛି। ଚନ୍ଦନ ଚକଡ଼ାକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ନନ୍ଦା ଓ ଭଦ୍ରା ଚାପ ଏବଂ ବୈଜୟନ୍ତୀ ଡଙ୍ଗାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ସୋମବାର ଚାପରେ କନା ପଡ଼ିବ ଓ ହଂସ ଲଗାଯିବ।

ସେହିପରି ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି। ମହାପ୍ରଭୁ ଚନ୍ଦନ ପୁଷ୍ପରିଣୀକୁ ଯିବା ଏବଂ ପୁଷ୍କରିଣୀ ନିକଟରେ ଶାନ୍ତିଶୃଙ୍ଖଳା ପାଇଁ ୫ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ରହିବେ। ଜଣେ ଅତିରିକ୍ତ ଏସ୍‌ପି, ୫ଜଣ ଡିଏସ୍‌ପି, ୮ଜଣ ଇନ୍ସପେକ୍ଟର୍‌ ଓ ୨୦ ଜଣ ଏଏସ୍‌ଆଇ/ଏସ୍‌ଆଇଙ୍କ ସମେତ ୫୮ ଜଣ ହୋମ୍‌ଗାର୍ଡ ଉପସ୍ଥିତ ରହିବେ। ସେହିପରି ଭିଡ଼ର ସୁଯୋଗ ନେଇ ଲୁଟେରାମାନେ ଲୁଟ୍‌ପାଟ୍‌, ପକେଟ୍‌ମାର କରିବା ସମ୍ଭାବନା ରହିଛି। ଏଥିପ୍ରତି ମଧ୍ୟ ସତର୍କତା ଅବଲମ୍ବନ କରିଛି ପୁଲିସ।

ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ, ସିସିଟିଭି ସହ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା
ପୁରୀ: ଚଳିତବର୍ଷ ପୁରୀ ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ । ବାଣ ଫୁଟାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ପ୍ରତୀକ ସିଂ । ସେ କହିଛନ୍ତି କି, ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଯଦି କୌଣସି ଅମାନିଆ ବ୍ୟକ୍ତି ନିୟମ ଉଲ୍ଲଂଘନ କରି ନରେନ୍ଦ୍ର ପୁଷ୍କରିଣୀରେ ବାଣ ଫୁଟାନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରମ୍ପରା ମୁତାବକ ଯାହାକିଛି କାର୍ଯ୍ୟ ରହିଛି ତାହା କରାଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି । ସୂଚନାଯୋଗ୍ୟ, ଗତ ୨୦୨୪ ମସିହାରେ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରୀକ୍ଷେତ୍ର ଭଉଁରୀ ଦିନ ବାଣ ବିସ୍ଫୋରଣ ଘଟି ୧୭ ଜଣଙ୍କ ଜୀବନ ଚାଲି ଯାଇଥିଲା ।

ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ରହିବ ନରେନ୍ଦ୍ର ପୁଷ୍କରିଣୀ । ସୁରକ୍ଷା ଦାୟିତ୍ୱରେ ଜଣେ ଅତିରିକ୍ତ ଏସ୍‌ପିଙ୍କ ସହ ୫ ଡିଏସପି ରହିବେ ବୋଲି କହିଛନ୍ତି ପୁରୀ ଏସ୍‌ପି ।

ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ବୁଡିରହିଥିବା ୫ଟି ଡଙ୍ଗା
ପୁରୀ: ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ଚୈତ୍ର ଶୁକ୍ଳ ପୂର୍ଣ୍ଣିମାରେ ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ବୁଡିରହିଥିବା ୫ଟି ଡଙ୍ଗାକୁ ପାଣିରୁ ବାହାର କରିଯାଇଛି। ଭୋଇ ସେବକମାନେ ନନ୍ଦା, ଭଦ୍ରା, ବୈଜୟନ୍ତୀ,ବିମଳା ଓ ମଙ୍ଗଳା ୫ଟି ଡଙ୍ଗାକୁ ବାହାର କରିଛନ୍ତି । ଡଙ୍ଗାରେ ଚାପ ଖେଳିବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଆଗାମୀ ମେ ୩ତାରିଖରେ ଅକ୍ଷୟତୃତୀୟା ଓ ଚନ୍ଦନଯାତ୍ରା ।

ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବାୟତମାନେ ନରେନ୍ଦ୍ର ସରୋବରରୁ ଡଙ୍ଗା କାଢିଛନ୍ତି। ଏହି ଡଙ୍ଗା ଗୁଡିକ ଶୁଖାଯିବା ସହ ଏହାର ଆବଶ୍ୟକୀୟ ମରାମତି କରାଯିବ।

ସରିଲା ମହାପ୍ରଭୁଙ୍କ ୨୧ ଦିନବ୍ୟାପୀ ଚାଲିଥିବା ବାହାର ଚାପ, ଆଜିଠୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା
ପୁରୀ: ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ୨୧ ଦିନବ୍ୟାପୀ ବାହାର ଚନ୍ଦନ ଯାତ୍ରା ଗୁରୁବାର ଶେଷ ହୋଇଛି। ଶୁକ୍ରବାରଠାରୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ଅପରାହ୍ଣରେ ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିରରୁ ଦିଅଁ ବିଜେ ହୋଇଥିଲେ। ଦେବଦେବୀ ନରେନ୍ଦ୍ର ପୁଷ୍କରିଣୀ ଚକଡ଼ାରେ ପହଞ୍ଚିବା ପରେ ଭିତରଚ୍ଛ ମହାପାତ୍ର ଜଳ ଲାଗି କରିଥିଲେ। ପରେ ଦିଅଁ ଚାପକୁ ବିଜେ ହୋଇଥିଲେ। ଚାପରେ ମୁଦିରସ୍ତ ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କୁ ପ୍ରସାଦ ଲାଗି କରିଥିଲେ। ଏହାପରେ ଦିନଚାପ ଆରମ୍ଭ ହୋଇଥିଲା। ନନ୍ଦା ଚାପରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଏବଂ ଭଦ୍ରା ଚାପରେ ରାମକୃଷ୍ଣ ଓ ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ଏକଘେରା ବୁଲି ଜଳକ୍ରୀଡ଼ା କରିଥିଲେ। ଦିନ ଚାପ ନୀତି ସରିବା ପରେ ନନ୍ଦା ଓ ଭଦ୍ରା ଚାପକୁ ଏକାଠିକୁ ଯୋଡ଼ି କରି ରଖାଯାଇଥିଲା। ରାମକୃଷ୍ଣ ମଦନମୋହନଙ୍କ ଚାପକୁ ବିଜେ ହୋଇଥିଲେ। ମୁଦିରସ୍ତ ସେବକ ହଳଦୀ ପାଣି ପିଚ୍‌‌କାରୀ ମାରି ଦିଅଁଙ୍କ ଶ୍ରୀପୟର ଧୋଇଥିଲେ। ଭିତରଚ୍ଛ ବନ୍ଦାପନା କରିସାରିବା ପରେ ମୁଦିରସ୍ତ ସେବକ ଚାମର ଆଲଟ କରି ରାଜନୀତି ସମ୍ପନ୍ନ କରିଥିଲେ। ଏହାପରେ ଦିଅଁ ଚନ୍ଦନ ମଣ୍ଡପ ଗର୍ଭଗୃହକୁ ବିଜେ ହୋଇଥିଲେ। ସେଠାରେ ମଇଲମ ହୋଇ ସାଦା ବେଶ ହେବା ପରେ ଶୀତଳ ଭୋଗ ବଢ଼଼ିଥିଲା। ପରେ ପରେ ଝୁଲଣ କୁଞ୍ଜ ଲାଗି ହୋଇ ଠାକୁରଙ୍କ ବେଶ ହୋଇଥିଲା। ପରେ ଦିଅଁ ମାଣ୍ଡୁଅ ଭୋଗ ସାରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।

ସୂଚନାଯୋଗ୍ୟ, ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହେଉଥିବା ଚନ୍ଦନ ଯାତ୍ରାରେ ମହାପ୍ରଭୁ ନିଜେ ବିଜେ ନ କରି ତାଙ୍କର ପ୍ରତିନିଧି ଭାବେ ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ବିଜେ କରିଥାନ୍ତି। ସେମାନଙ୍କ ସହିତ କ୍ଷେତ୍ରର ପଞ୍ଚମହାଦେବ ତଥା ପଞ୍ଚୁପାଣ୍ଡବ ବିଜେ କରନ୍ତି। ଶ୍ରୀକ୍ଷେତ୍ରର ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନବ୍ୟାପୀ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ। ଏହାକୁ ବାହାର ଚନ୍ଦନ ଯାତ୍ରା କୁହାଯାଏ। ଏହାପରେ ଭିତର ଚନ୍ଦନ ଆହୁରି ୨୧ ଦିନ ଧରି ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ, ଭିତର ଚନ୍ଦନ ଯାତ୍ରା ମଧ୍ୟରେ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ ଏବଂ ରୁକୁଣା ହରଣ ଏକାଦଶୀ ଏହି ଚାରିଦିନ ହିଁ ମହାପ୍ରଭୁଙ୍କ ଜଳକ୍ରୀଡ଼ା ନୀତି ହୋଇଥାଏ।

କୋଭିଡ୍ କଟକଣାରେ ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନଯାତ୍ରା
ପୁରୀ: ଚଳିତବର୍ଷ କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନଯାତ୍ରା । ସର୍ବନିମ୍ନ ଲୋକଙ୍କୁ ନେଇ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ଏ ନେଇ ଆସନ୍ତା ୧୧ ତାରିଖରେ ବସିବ ଛତିଶା ନିଯୋଗ ବୈଠକ । ଏହା ପୂର୍ବରୁ ଜିଲ୍ଲାପାଳ ବୈଠକ କରି ଚନ୍ଦନଯାତ୍ରାରେ ସାମିଲ ହେବାକୁ ଥିବା ସର୍ବନିମ୍ନ ଲୋକଙ୍କ ତାଲିକା ପ୍ରସ୍ତୁତ ହେବ । ଗତବର୍ଷ କରୋନା ମହାମାରୀ କାରଣରୁ ବାହାର ଚନ୍ଦନଯାତ୍ରା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୋଇଥିଲା ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସେବାୟତଙ୍କ ଟିକାକରଣ ପାଇଁ ଘରକୁ ଘର ବୁଲି ସର୍ଭେ କରାଯିବ । ଆବଶ୍ୟକ ପଡ଼ିଲେ ଆଉ ଏକ ଟିକାକରଣ କେନ୍ଦ୍ର ଖୋଲାଯିବ । କୋଭିଡ୍ ପରିଚାଳନା ନେଇ ଗଠିତ ୭ ଜଣିଆ ଟିମ୍ ଓ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇଛି ।