cyber fraud - The Sakala

ମ୍ୟୁଲ୍ ଆକାଉଣ୍ଟରେ ଆସୁଛି ସାଇବର ଠକେଇ ଟଙ୍କା, ଓଡ଼ିଶାରୁ ଗୁଜରାଟ-ଆସାମ-କୋଲକାତା ଯାଏଁ ଲିଙ୍କ୍
ଭୁବନେଶ୍ୱର: ହାଣ୍ଡିଆ ଦେଇ ଖୋଲୁଛନ୍ତି ମ୍ୟୁଲ୍ ଆକାଉଣ୍ଟ, ଟଙ୍କା ଲୁଟୁଛନ୍ତି ସାଇବର ଠକ । ମ୍ୟୁଲ୍ ଆକାଉଣ୍ଟରେ ଆସୁଛି ସାଇବର ଠକେଇ ଟଙ୍କା, ଆକାଉଣ୍ଟ ଖୋଲିଦେଇ ମୋଟା ଅଙ୍କର କମିଶନ ନେଉଛନ୍ତି ଠକଙ୍କ ସହଯୋଗୀ। ଏଭଳି ଏକ ବଡ଼ ସାଇବର ଠକେଇ ଚେନକୁ କାବୁ କରୁଛି ସାଇବର ଥାନା ପୋଲିସ। ମୟୂରଭଞ୍ଜରୁ ମ୍ୟୁଲ୍ ଆକାଉଣ୍ଟ ଚଳାଉଥିବା ରାଜେନ୍ଦ୍ର ସିଂକୁ ଗିରଫ କରିଛି ପୋଲିସ। ବାଲେଶ୍ୱର ଅଞ୍ଚଳରେ ମ୍ୟୁଲ୍ ଆକାଉଣ୍ଟ ଚଳାଇ ସାଇବର ଠକଙ୍କୁ ଠକେଇ ଟଙ୍କା ଲେଣଦେଣରେ ସହଯୋଗ କରୁଥିଲା ଅଭିଯୁକ୍ତ।

୨୦୨୫ରେ ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଫୋନ୍ କରି ଠକିଥିଲେ ସାଇବର ଠକ। ପରେ ହ୍ୱାଟ୍ସଆପ୍‌ରେ ଆପ୍ ପଠାଇ ପ୍ରାୟ ୯ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ଏହି ଠକେଇ ଟଙ୍କା ମ୍ୟୁଲ୍ ଆକାଉଣ୍ଟ ଜରିଆରେ ଟ୍ରାନ୍ସଫର କରାଯାଇଥିଲା। ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଟାର୍ଗେଟ କରୁଥିଲେ ଠକ। ଲୋଭନୀୟ ଅଫର ଓ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ ଫସାଇବା ପରେ ଆକାଉଣ୍ଟ ଖାଲି କରୁଥିଲେ।

ଓଡ଼ିଶା ସମେତ ଗୁଜରାଟ, ଆସାମ ଓ କୋଲକାତାରେ ଏହି ଠକେଇ ଚେନ୍‌ର ଲିଙ୍କ୍ ରହିଛି। ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ବେଳେ ଏହି ବଡ଼ ନେଟୱର୍କର ମାଷ୍ଟରମାଇଣ୍ଡକୁ ଧରିବାକୁ ତଦନ୍ତ ଚଳାଇଛି ସାଇବର ପୋଲିସ। ଅଭିଯୁକ୍ତ ରାଜେନ୍ଦ୍ର ଗିରଫ ପରେ ଏବେ ପୋଲିସର ଟାର୍ଗେଟରେ ଅନ୍ୟ ମୁଲ୍ ଆକାଉଣ୍ଟଧାରୀ ଓ ମାଷ୍ଟରମାଇଣ୍ଡ। ଏହି ସାଇବର ଠକେଇ ଚେନ୍‌ରେ ଆଉ କେତେ ଜଣ ସାମିଲ ଅଛନ୍ତି, ସେନେଇ ଖୋଳତାଡ଼ ଜାରି ରହିଛି।

ରାଜକୋଟର କୃଷକଙ୍କୁ ଫେସବୁକରେ ମିଳିଲା ଧୋକା: ଗିଫ୍ଟ ନାଁରେ ୬ ଲକ୍ଷ ଟଙ୍କା ଲୁଟିଲେ ବିଦେଶୀ ନାଗରିକ, ୩ ଗିରଫ
ଗୁଜରାଟର ରାଜକୋଟ ଜିଲ୍ଲାରେ ସୋସିଆଲ୍ ମିଡିଆ ମାଧ୍ୟମରେ ଏକ ଆଶ୍ଚର୍ଯ୍ୟଜନକ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି। ଫେସବୁକରେ ଜଣେ ଅଜଣା ବିଦେଶୀ ମହିଳାଙ୍କ ସହ ବନ୍ଧୁତା କରିବା ଜଣେ କୃଷକଙ୍କୁ ମହଙ୍ଗା ପଡ଼ିଛି। ଉପହାର ପଠାଇବା ବାହାନାରେ ଉକ୍ତ ମହିଳା ଓ ତାଙ୍କ ସହଯୋଗୀମାନେ କୃଷକଙ୍କଠାରୁ ୬.୩୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏହି ମାମଲାରେ ରାଜକୋଟ ସାଇବର କ୍ରାଇମ ପୋଲିସ ଦିଲ୍ଲୀ ଓ ନୋଏଡାରେ ଚଢ଼ାଉ କରି ଘାନାର ଜଣେ ମହିଳାଙ୍କ ସମେତ ୩ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଫେସବୁକରେ ବନ୍ଧୁତା ଓ ଉପହାରର ଲୋଭ

ପୋଲିସ ସୂଚନା ଅନୁଯାୟୀ, ମେ ୨୦୨୬ ରେ ରାଜକୋଟର ଜସଦଣ ଅଞ୍ଚଳର ଜଣେ କୃଷକ ଫେସବୁକରେ 'ମେରୀ ଏମ୍ ସାମୁଏଲ୍' ନାମକ ଏକ ଆକାଉଣ୍ଟରୁ ଆସିଥିବା ଫ୍ରେଣ୍ଡ୍ ରିକ୍ୱେଷ୍ଟ ଗ୍ରହଣ କରିଥିଲେ। ପରେ ଉକ୍ତ ମହିଳା ଜଣକ ନିଜକୁ ଜଣେ ବିଧବା ଏବଂ ବିଦେଶୀ ରିଅଲ୍ ଇଷ୍ଟେଟ୍ କମ୍ପାନୀର ସିଇଓ ବୋଲି ପରିଚୟ ଦେଇଥିଲେ। ହ୍ୱାଟ୍ସଆପରେ କଥାବାର୍ତ୍ତା ଆରମ୍ଭ ହେବା ପରେ ମହିଳା ଜଣକ କୃଷକଙ୍କ ବିଶ୍ୱାସ ଜିତିଥିଲେ। ହିନ୍ଦୀରେ କଥା ହେବା ପାଇଁ ସେ ଏଆଇ (AI) ର ବ୍ୟବହାର କରୁଥିଲେ। କିଛି ଦିନ ପରେ ସେ କୃଷକଙ୍କ ପରିବାର ପାଇଁ ଜର୍ମାନୀରୁ ଏକ ମୂଲ୍ୟବାନ ଉପହାର (ଯେଉଁଥିରେ ୩୦,୦୦୦ ୟୁରୋ ନଗଦ, ସୁନା ଚେନ୍, ଆଇଫୋନ୍, ଏବଂ ଲ୍ୟାପଟପ୍ ଥିବା କହିଥିଲେ) ପଠାଉଛନ୍ତି ବୋଲି ପ୍ରତିଶ୍ରୁତି ଦେଇଥିଲେ।

ନକଲି କଷ୍ଟମ୍ ଅଫିସରଙ୍କ କଲ୍ ଓ ୬.୩୧ ଲକ୍ଷ ଟଙ୍କା ଠକେଇ

ଉପହାର ପଠାଯିବା କଥା କହିବାର କିଛି ଦିନ ପରେ କୃଷକଙ୍କ ପାଖକୁ ଦିଲ୍ଲୀ ବିମାନବନ୍ଦର କଷ୍ଟମ୍ ଅଧିକାରୀ ପରିଚୟ ଦେଇ ଅନ୍ୟ ଜଣେ ଠକ ଫୋନ୍ କରିଥିଲେ। ପାର୍ସଲ୍ କ୍ଲିୟରାନ୍ସ, କଷ୍ଟମ୍ ଡ୍ୟୁଟି ଏବଂ କରେନ୍ସି କନଭର୍ସନ ଆଦି ନାଁରେ ବିଭିନ୍ନ କିସ୍ତିରେ ଟଙ୍କା ଦାବି କରାଯାଇଥିଲା। ଠକମାନଙ୍କ କଥାରେ ବିଶ୍ୱାସ କରି କୃଷକ ଜଣକ ନିଜର ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ଅନଲାଇନ୍ ମାଧ୍ୟମରେ ମୋଟ ୬.୩୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଦେଇଥିଲେ। ଟଙ୍କା ପଠାଇବା ପରେ ମଧ୍ୟ କୌଣସି ପାର୍ସଲ ନମିଳିବାରୁ ଏବଂ ସେମାନେ ଲଗାତାର ଅଧିକ ଟଙ୍କା ମାଗିବାରୁ ସେ ଠକେଇର ଶିକାର ହୋଇଥିବା ହୃଦୟଙ୍ଗମ କରିଥିଲେ।

ସାଇବର ପୋଲିସର ତଦନ୍ତ ଓ ଗିରଫଦାରୀ

ଏହି ଘଟଣା ନେଇ ପୀଡ଼ିତ କୃଷକ ରାଜକୋଟ ଗ୍ରାମୀଣ ସାଇବର କ୍ରାଇମରେ ଅଭିଯୋଗ କରିବା ପରେ ପୋଲିସ ସୋସିଆଲ୍ ମିଡିଆ ଆକାଉଣ୍ଟ, ଆଇପି ଲଗ୍, ଏବଂ ବ୍ୟାଙ୍କ ନେଣଦେଣ ଆଦିର ବୈଷୟିକ ଅନୁସନ୍ଧାନ କରିଥିଲା। ଏହି ତଦନ୍ତରୁ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଏକ ବଡ଼ ସାଇବର ରାକେଟ୍ ଚାଲିଥିବା ଜଣାପଡ଼ିଥିଲା। ପୋଲିସ ଦିଲ୍ଲୀ ଓ ନୋଏଡାରେ ଚଢ଼ାଉ କରି ଘାନାର ଜୋସେଫିନ୍ ୟା ଆନ୍ସା ଓରଫ୍ ଆଞ୍ଜେଲ୍ (୨୮), ତାଞ୍ଜାନିଆର ମଗେଙ୍ଗେଲି ଇମାନି ଡେନିସ୍ (୨୨) ଏବଂ ଦକ୍ଷିଣ ସୁଦାନର ଫିଲିପ୍ ବାଟିଷ୍ଟା ଜୋସେଫ୍ ଭାଲେଣ୍ଟାଇନ୍ (୨୩) ଙ୍କୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଭିସାର ମିଆଦ ଶେଷ ହେବା ପରେ ମଧ୍ୟ ସେମାନେ ବେଆଇନ ଭାବେ ଭାରତରେ ରହୁଥିଲେ ଏବଂ ଏଭଳି ଠକେଇ ଚଳାଇଥିଲେ। ଠକେଇରେ ବ୍ୟବହୃତ ୧୫ଟି ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ବର୍ତ୍ତମାନ ଫ୍ରିଜ୍ କରି ଅଧିକ ତଦନ୍ତ ଜାରି ରଖିଛି।

ସାବଧାନ ! ହ୍ୱାଟ୍ସଆପରେ ଆସୁଛି ନକଲି ଆୟକର ନୋଟିସ, ସତର୍କ କରାଇଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର: କମିଶନରେଟ୍ ପୋଲିସ ପକ୍ଷରୁ କରଦାତାମାନଙ୍କ ପାଇଁ ଏକ ସାଇବର ଆଡଭାଇଜରି ଜାରି କରାଯାଇଛି। ବିଳମ୍ବିତ ଆୟକର ରିଟର୍ଣ୍ଣ ବା ଆଇଟିଆର (ITR) ଫାଇଲିଂ ସମୟର ସୁଯୋଗ ନେଇ ସାଇବର ଠକମାନେ ହ୍ୱାଟ୍ସଆପରେ ନକଲି ଆୟକର ନୋଟିସ୍ ପଠାଉଥିବା ନେଇ ପୋଲିସ ସତର୍କ କରାଇଛି।

ଆଡଭାଇଜରି ଅନୁଯାୟୀ, ଠକମାନେ ନିଜକୁ ଆୟକର ବିଭାଗ ବୋଲି ପରିଚୟ ଦେଇ ଲୋକଙ୍କୁ ହ୍ୱାଟ୍ସଆପରେ ବିଭ୍ରାନ୍ତିକର ମେସେଜ୍, ନକଲି ଟ୍ୟାକ୍ସ ନୋଟିସ୍, ସନ୍ଦେହଜନକ ଲିଙ୍କ୍ ଏବଂ ଫାଇଲ୍ ଆଟାଚମେଣ୍ଟ ପଠାଉଛନ୍ତି। ଏହି ମେସେଜଗୁଡ଼ିକ ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯେ ଲୋକମାନେ ତୁରନ୍ତ ଫାଇଲ୍ ଡାଉନଲୋଡ୍ କରିବାକୁ କିମ୍ବା ନିଜର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ଓ ଆର୍ଥିକ ତଥ୍ୟ ପ୍ରଦାନ କରିବାକୁ ପ୍ରବର୍ତ୍ତାଉଛନ୍ତି। ଅଜଣା ଉତ୍ସରୁ ଆସୁଥିବା .zip କିମ୍ବା .exe ଏକ୍ସଟେନସନ୍ ଥିବା ଫାଇଲ୍ ଡାଉନଲୋଡ୍ ନକରିବାକୁ ପୋଲିସ ପରାମର୍ଶ ଦେଇଛି, କାରଣ ଏଥିରେ ମାଲୱେର୍ ଥାଇପାରେ ଯାହା ଆପଣଙ୍କ ମୋବାଇଲ୍ ଓ କମ୍ପ୍ୟୁଟରକୁ ନିୟନ୍ତ୍ରଣ କରି ଆକ୍ରାନ୍ତ କରିପାରେ।

ଥରେ ଏହି ମାଲୱେର୍ ଇନଷ୍ଟଲ୍ ହୋଇଗଲେ ସାଇବର ଅପରାଧୀମାନେ ବ୍ୟାଙ୍କିଙ୍ଗ୍ ତଥ୍ୟ, ପାସୱାର୍ଡ ଓ ଅନ୍ୟାନ୍ୟ ଗୁପ୍ତ ତଥ୍ୟ ଚୋରି କରି ଆର୍ଥିକ ଠକେଇର ଶିକାର କରିପାରିବେ। ଟ୍ୟାକ୍ସ ରିଫଣ୍ଡ ପାଇବା କିମ୍ବା ଜରିମାନାରୁ ବର୍ତ୍ତିବା ପାଇଁ ଆସୁଥିବା କୌଣସି ଜରୁରୀ ମେସେଜର ଉତ୍ତର ନଦେବାକୁ ନାଗରିକମାନଙ୍କୁ ସତର୍କ କରାଯାଇଛି। କୌଣସି ବି ପଦକ୍ଷେପ ନେବା ପୂର୍ବରୁ କେବଳ ସରକାରୀ ୱେବସାଇଟ୍ ଓ ଚ୍ୟାନେଲ୍ ମାଧ୍ୟମରେ ଆୟକର ନୋଟିସ୍ ବା ଲିଙ୍କର ସତ୍ୟତା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

ଡିଜିଟାଲ୍ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ନିଜର ବ୍ୟାଙ୍କ୍ ଡିଟେଲ୍ସ, ପାସୱାର୍ଡ, ଓଟିପି (OTP) ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ କାହା ସହ ସେୟାର୍ ନକରିବାକୁ ପୋଲିସ କରଦାତାମାନଙ୍କୁ ନିବେଦନ କରିଛି। କମିଶନରେଟ୍ ପୋଲିସର ନିରନ୍ତର ସାଇବର ସଚେତନତା ଅଭିଯାନର ଅଂଶବିଶେଷ ସ୍ୱରୂପ ଏହି ଆଡଭାଇଜରି ଜାରି କରାଯାଇଛି।

"ସାଇବର ଠକେଇରୁ ବର୍ତ୍ତିବା ପାଇଁ ସଚେତନତା ହିଁ ସର୍ବୋତ୍ତମ ଅସ୍ତ୍ର। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ," ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି। ଠକାମିର ଶିକାର ହେଲେ କିମ୍ବା ସନ୍ଦେହଜନକ ମେସେଜ୍ ଆସିଲେ ତୁରନ୍ତ ସମ୍ପୃକ୍ତ ଅଧିକାରୀ ବା ସାଇବର ସେଲକୁ ରିପୋର୍ଟ କରିବାକୁ କୁହାଯାଇଛି।

ସାଇବର ଠକେଇ ରୋକିବାକୁ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ: ଆରମ୍ଭ ହେଲା 'ଇ-ଜିରୋ ଏଫଆଇଆର' ବ୍ୟବସ୍ଥା
କଟକ: ରାଜ୍ୟରେ କ୍ରମାଗତ ଭାବେ ବଢୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇକୁ ରୋକିବା ପାଇଁ ଓଡ଼ିଶା ପୋଲିସ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ବୁଧବାର ଦିନ ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ସାଇବର ଆର୍ଥିକ ଠକେଇ ମାମଲା ଗୁଡ଼ିକର ତ୍ୱରିତ ସମାଧାନ ପାଇଁ 'ଇ-ଜିରୋ ଏଫଆଇଆର' (e-Zero FIR) ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ନୂତନ ଜ୍ଞାନକୌଶଳ ଉପରେ ଆଧାରିତ ଏହି ବ୍ୟବସ୍ଥା ଦ୍ୱାରା ଅପରାଧର ତୁରନ୍ତ ପଞ୍ଜିକରଣ ସହିତ ପୋଲିସର କାର୍ଯ୍ୟାନୁଷ୍ଠାନ ଦ୍ରୁତ, ସ୍ୱଚ୍ଛ ଓ ପ୍ରଭାବଶାଳୀ ହୋଇପାରିବ ବୋଲି ଆଶା କରାଯାଉଛି।

କିପରି କାମ କରିବ ଏହି ନୂତନ ବ୍ୟବସ୍ଥା?
ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏସସିଆରବି) ପକ୍ଷରୁ ଜାତୀୟ ସାଇବର କ୍ରାଇମ୍ ହେଲ୍ପଲାଇନ୍ ନମ୍ବର ୧୯୩୦ କୁ ଓଡ଼ିଶାର କ୍ରାଇମ୍ ଆଣ୍ଡ କ୍ରିମିନାଲ୍ ଟ୍ରାକିଂ ନେଟୱାର୍କ ଆଣ୍ଡ ସିଷ୍ଟମ୍ସ (ସିସିଟିଏନଏସ) ସହିତ ସଂଯୁକ୍ତ କରାଯାଇଛି। ନୂତନ ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ୧୦ ଲକ୍ଷ ଟଙ୍କା କିମ୍ବା ତଦୁର୍ଦ୍ଧ୍ୱ ଟଙ୍କାର ସାଇବର ଆର୍ଥିକ ଠକେଇର ଶିକାର ହୋଇ ଜାତୀୟ ସାଇବର କ୍ରାଇମ୍ ହେଲ୍ପଲାଇନ୍ ୧୯୩୦ ମାଧ୍ୟମରେ ଅଭିଯୋଗ କରନ୍ତି, ତେବେ ସିସିଟିଏନଏସ ରେ ସ୍ୱୟଂଚାଳିତ ଭାବରେ ଏକ 'ଇ-ଜିରୋ ଏଫଆଇଆର' ଅନୁରୋଧ ସୃଷ୍ଟି ହେବ। ଏହା ପରେ ଉକ୍ତ ଅନୁରୋଧଟି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସିଧାସଳଖ ସାଇବର ପୋଲିସ ଷ୍ଟେସନ, କ୍ରାଇମବ୍ରାଞ୍ଚ ନିକଟକୁ ପଠାଯିବ।

ତଦନ୍ତ ପ୍ରକ୍ରିୟା ଓ ଲାଭ
ପ୍ରତ୍ୟେକ ଅଭିଯୋଗର ତଥ୍ୟକୁ ତର୍ଜମା କରିବା ପରେ ସାଇବର ପୋଲିସ ଷ୍ଟେସନ ଏକ ନିୟମିତ ଏଫଆଇଆର ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିପାରିବେ। ଆବଶ୍ୟକ ସ୍ଥଳେ ଏହି ଅଭିଯୋଗକୁ ସମ୍ପୃକ୍ତ ଆଞ୍ଚଳିକ ସାଇବର କ୍ରାଇମ୍ ଥାନାକୁ ହସ୍ତାନ୍ତର କରାଯାଇପାରିବ କିମ୍ବା ପୁରୁଣା ଏଫଆଇଆର ସହ ଯୋଡ଼ାଯାଇପାରିବ। ଯଦି ଅଭିଯୋଗଟି ନିର୍ଦ୍ଧାରିତ ମାନଦଣ୍ଡ ପୂରଣ ନକରେ ତେବେ ଏହାକୁ ବନ୍ଦ ମଧ୍ୟ କରାଯାଇପାରିବ। ଏହି ବ୍ୟବସ୍ଥାର ପ୍ରୟୋଗ ଦ୍ୱାରା ଏକାଧିକ ଥର ତଥ୍ୟ ଦାଖଲର ସମସ୍ୟା ଦୂର ହେବା ସହ ମାମଲା ରୁଜୁ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଏବଂ ଅଭିଯୋଗକାରୀମାନେ ନିଜ ମାମଲାର ଅଗ୍ରଗତି ସମ୍ପର୍କରେ ସହଜରେ ଜାଣିପାରିବେ।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ଯେ ତ୍ୱରିତ ଏବଂ ସ୍ୱଚ୍ଛ ପୋଲିସିଂ ବ୍ୟବସ୍ଥା ଯୋଗାଇଦେବା ପାଇଁ ଓଡ଼ିଶା ପୋଲିସ ପ୍ରତିଶ୍ରୁତିବଦ୍ଧ। ସେ ନାଗରିକମାନଙ୍କୁ ନିବେଦନ କରିଛନ୍ତି ଯେ ଯଦି କେହି ସାଇବର ଠକେଇର ଶିକାର ହୁଅନ୍ତି, ତେବେ ତୁରନ୍ତ ୧୯୩୦ ନମ୍ବରରେ ଯୋଗାଯୋଗ କରନ୍ତୁ। ସମୟ ପୂର୍ବରୁ ସୂଚନା ଦେବା ଦ୍ୱାରା ଅଧିକ କ୍ଷତିକୁ ରୋକାଯାଇପାରିବ ଏବଂ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇବ।

୨.୦୭ କୋଟିର ‘ଡିଜିଟାଲ ଆରେଷ୍ଟ’ ଠକେଇ: ଓଡ଼ିଶା ଓ ରାଜସ୍ଥାନରୁ ୩ ଜଣଙ୍କୁ ଗିରଫ କଲା CBI
ଭୁବନେଶ୍ୱର: ୨.୦୭ କୋଟି ଟଙ୍କାର ‘ଡିଜିଟାଲ୍ ଆରେଷ୍ଟ’ ସାଇବର ଠକେଇ ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଓଡ଼ିଶା ଏବଂ ରାଜସ୍ଥାନର ୭ଟି ସ୍ଥାନରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସିବିଆଇ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଓଡ଼ିଶାର ହୋଇଥିବା ବେଳେ ଜଣେ ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡିଛି।

ଏହି ମାମଲାଟି ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ପକ୍ଷରୁ ରୁଜୁ କରାଯାଇଥିଲା। ସୂଚନା ଅନୁଯାୟୀ, ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଠକମାନେ ନିଜକୁ ଆଇନ ପ୍ରବର୍ତ୍ତନକାରୀ ଏବଂ ନିୟାମକ ଅଧିକାରୀ ଭାବେ ପରିଚୟ ଦେଇ ବିପୁଳ ପରିମାଣର ଅର୍ଥ ଲୁଟି ନେଇଥିଲେ। 'ଡିଜିଟାଲ୍ ଆରେଷ୍ଟ'ର ଭୟ ଦେଖାଇ ଅଭିଯୁକ୍ତମାନେ ତାଙ୍କଠାରୁ ୨.୦୭ କୋଟି ଟଙ୍କା ଠକି ନେଇଥିଲେ। ଗତ ଜୁନ୍ ୩୦ ତାରିଖରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଚଢ଼ାଉ କରାଯିବା ପରେ ଏହି ଗିରଫଦାରୀ ହୋଇଛି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବିବେକାନନ୍ଦ ଦୀକ୍ଷିତ ଏବଂ ଜୟନ୍ତ କୁମାର ଆଚାର୍ଯ୍ୟ। ଅନ୍ୟ ଜଣେ ଅଭିଯୁକ୍ତ ହେଉଛନ୍ତି ରାଜସ୍ଥାନର ନାଗୌର ଅଞ୍ଚଳର କହ୍ନୈୟା ଲାଲ। ସିବିଆଇର ରିପୋର୍ଟ ଅନୁଯାୟୀ, ଅପରାଧରୁ ମିଳିଥିବା ଅର୍ଥକୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟ୍ରାନ୍ସଫର କରିବା ଏବଂ ଟଙ୍କାର ଉତ୍ସକୁ ଲୁଚାଇବା ପାଇଁ ଏହି ଅଭିଯୁକ୍ତମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଠକେଇ ହୋଇଥିବା ଟଙ୍କାକୁ ଏକ ଟ୍ରଷ୍ଟ ନାମରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇ ଅର୍ଥ ହେରଫେର ବା ମନି ଲଣ୍ଡରିଂ କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।

ହ୍ୱାଟ୍ସଆପ୍‌ର ନୂଆ 'ୟୁଜରନେମ୍' ଫିଚର୍ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର; ୩ ଦିନ ମଧ୍ୟରେ ମାଗିଲେ ଜବାବ
ଦେଶରେ ବଢ଼ୁଥିବା ସାଇବର ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମେଟା (Meta) ମାଲିକାନାରେ ଥିବା ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ (WhatsApp) ର ଆଗାମୀ 'ୟୁଜରନେମ୍' (Username) ଫିଚର୍ ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି। ଏହି ପ୍ରସଙ୍ଗରେ ମେଟାକୁ ଏକ ନୋଟିସ୍ ଜାରି କରାଯାଇଥିବା ବେଳେ ଆସନ୍ତା ୩ ଦିନ ମଧ୍ୟରେ ଏହାର ବିସ୍ତୃତ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସାଇବର ଠକେଇ ଓ ସୁରକ୍ଷା ପ୍ରସଙ୍ଗରେ ଚିନ୍ତା

କେନ୍ଦ୍ର ସରକାରଙ୍କ ଆଶଙ୍କା ଯେ, ଏହି ନୂଆ ଫିଚର୍ ଆସିବା ପରେ ଠକମାନେ ଲୋକଙ୍କୁ ସହଜରେ ନିଜ ଜାଲରେ ଫସାଇପାରିବେ। ୟୁଜରନେମ୍ ବ୍ୟବହାର କରି ସାଇବର ଅପରାଧୀମାନେ ବିଭିନ୍ନ ସରକାରୀ ସଂସ୍ଥା, ବ୍ୟାଙ୍କ କିମ୍ବା ପରିଚିତ ବ୍ୟକ୍ତିଙ୍କ ନାମରେ ନକଲି ଆକାଉଣ୍ଟ ଖୋଲିପାରନ୍ତି। ଏହାଦ୍ୱାରା ଫିସିଂ (Phishing), ଡିଜିଟାଲ୍ ଆରେଷ୍ଟ (Digital Arrest) ଓ ପରିଚୟ ଚୋରି ଭଳି ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ସରକାରଙ୍କ ସହ ସମ୍ପୂର୍ଣ୍ଣ ଆଲୋଚନା ଶେଷ ନହେବା ପର୍ଯ୍ୟନ୍ତ ଏହାକୁ ଭାରତରେ ଲାଗୁ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କ'ଣ ଥିଲା ହ୍ୱାଟ୍ସଆପ୍‌ର ଯୋଜନା?

ୟୁଜରମାନଙ୍କ ଗୋପନୀୟତା (Privacy) ଅଧିକ ସୁଦୃଢ଼ କରିବା ପାଇଁ ହ୍ୱାଟ୍ସଆପ୍ ନିକଟରେ ଏହି ନୂଆ ଫିଚର୍ ଆଣିବାକୁ ଘୋଷଣା କରିଥିଲା। ଏହି ଫିଚର୍ ମାଧ୍ୟମରେ ୟୁଜରମାନେ ନିଜର ଫୋନ୍ ନମ୍ବର ସେୟାର ନକରି କେବଳ ଏକ ୟୁନିକ୍ ୟୁଜରନେମ୍ (ଅତିବେଶୀରେ ୩୫ଟି ଅକ୍ଷର) ସାହାଯ୍ୟରେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିପାରିବେ। ବର୍ତ୍ତମାନ ହ୍ୱାଟ୍ସଆପ୍‌ରେ କାହା ସହ କଥା ହେବାକୁ ହେଲେ ଫୋନ୍ ନମ୍ବରର ଆବଶ୍ୟକତା ପଡୁଛି, କିନ୍ତୁ ଏହି ନୂଆ ଅପଡେଟ୍‌ରେ ତାହା ବଦଳିବାର ଯୋଜନା ଥିଲା।

ମେଟାର ପ୍ରତିକ୍ରିୟା

ସରକାରଙ୍କ ଏହି ନୋଟିସ୍ ପରେ ମେଟା ପକ୍ଷରୁ କୁହାଯାଇଛି ଯେ ନକଲି ଆକାଉଣ୍ଟ ଏବଂ ଠକେଇକୁ ରୋକିବା ପାଇଁ କମ୍ପାନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ପ୍ରସିଦ୍ଧ ବ୍ୟକ୍ତିବିଶେଷ, ବ୍ୟାଙ୍କ ଓ ସରକାରୀ ସଂସ୍ଥାଗୁଡ଼ିକର ୟୁଜରନେମ୍‌କୁ ଅନ୍ୟମାନଙ୍କ ବ୍ୟବହାର ପାଇଁ ବାରଣ କରାଯିବ ଅର୍ଥାତ ଏହାକୁ ସଂରକ୍ଷିତ ରଖାଯିବ। ଏହା ସତ୍ତ୍ୱେ ଭାରତୀୟ ଆଇନ ଅନୁଯାୟୀ ଏହି ନୂଆ ଫିଚର୍ କେତେ ସୁରକ୍ଷିତ, ତାହାର ପୂର୍ଣ୍ଣ ସମୀକ୍ଷା ପରେ ହିଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ପକ୍ଷରୁ ସ୍ପଷ୍ଟ କରାଯାଇଛି᱾

ଅନଲାଇନ ସପିଂ କରୁଥିଲେ ହୋଇଯାଆନ୍ତୁ ସାବଧାନ ! ସୋସିଆଲ ମିଡିଆରେ ମାତିଛନ୍ତି ସାଇବର ଲୁଟେରା...
ଭୁବନେଶ୍ୱର: ଅନଲାଇନ ସପିଂ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ। ସୋସିଆଲ ମିଡିଆରେ ମାତିଛନ୍ତି ସାଇବର ଲୁଟେରା। ଫେସବୁକ ଓ ଇଂଷ୍ଟାଗ୍ରାମ ପରି ପ୍ଲାଟଫର୍ମରେ ନକଲି କମ୍ପାନୀର ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଫାଶରେ ପକାଉଛନ୍ତି ସାଇବର ଠକ। ଏଭଳି ଏକ ସାଇବର ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର କେଦାରନାଥ ମାନସିଂ।

ଫେସବୁକରେ ଜମ୍ମୁର "ସୋନିଆ Dry fruits" ନାମକ ଏକ କମ୍ପାନୀର ବିଜ୍ଞାପନ ଦେଖି ସେ ୱାଲନଟ ଓ ଆଲମଣ୍ଡ ଅର୍ଡର କରିଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟରେ ସାମଗ୍ରୀ ନ ପହଞ୍ଚିବାରୁ ସେ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ଏହାର ସୁଯୋଗ ନେଇ ସାଇବର ଠକମାନେ ରିଫଣ୍ଡ ଓ ଅର୍ଡର ଭେରିଫିକେସନ ନାଁରେ ଏକ OTP ପଠାଇଥିଲେ। ଠକଙ୍କ କଥାରେ ବିଶ୍ୱାସ କରି OTP ସେୟାର କରିବା ପରେ କିଛି ମିନିଟ ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା। ଠକେଇର ଶିକାର ହେବା ପରେ କେଦାରନାଥ ସାଇବର ଥାନାର ଦ୍ୱାରସ୍ଥ ହେଇଛନ୍ତି।

'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ
'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି, ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।' କେବଳ ଗୋଟିଏ ଫୋନ୍ କଲ୍ ଏବଂ ଏହିପରି କିଛି ଧମକପୂର୍ଣ୍ଣ କଥା ଶୁଣି ଜଣେ ମହିଳା ଏତେ ଭୟଭୀତ ହୋଇଗଲେ ଯେ, ସେ ସାଇବର ଠକଙ୍କୁ ବିନା ଦ୍ୱିଧାରେ ଲକ୍ଷ ଲକ୍ଷ ଟଙ୍କା ଦେଇଦେଲେ। ଛତିଶଗଡ଼ର ଅମ୍ବିକାପୁର ଅଞ୍ଚଳରେ ଏହିପରି ଏକ ଆଶ୍ଚର୍ଯ୍ୟଜନକ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ୪.୫୦ ଲକ୍ଷ ଟଙ୍କା ହରାଇଛନ୍ତି।

କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ଧମକ

ସୂଚନା ଅନୁଯାୟୀ, ଗତ ୨୦୨୬ ମସିହା ମାର୍ଚ୍ଚ ମାସରେ ଅମ୍ବିକାପୁରର ଆଜିରମା ଅଞ୍ଚଳର ଜଣେ ମହିଳାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ କ୍ରାଇମବ୍ରାଞ୍ଚ ଅଫିସର ବୋଲି ପରିଚୟ ଦେଇଥିଲେ। ସେ ମହିଳାଙ୍କୁ ଧମକ ଦେଇ କହିଥିଲେ ଯେ, 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି, ଯାହା ପାଇଁ ଆପଣଙ୍କ ବିରୋଧରେ କେସ୍ ରୁଜୁ ହେଉଛି ଏବଂ ଆପଣଙ୍କର ଗିରଫଦାରୀ ନିଶ୍ଚିତ।' ଏଭଳି କଥା ଶୁଣିବା ପରେ ମହିଳା ଜଣକ ସମ୍ପୂର୍ଣ୍ଣ ଭାବେ ଛାନିଆ ହୋଇଯାଇଥିଲେ।

ମାମଲା ରଫାଦଫା କରିବା ନାଁରେ ୪.୫୦ ଲକ୍ଷ ଟଙ୍କା ଠକେଇ

ମହିଳାଙ୍କ ଭୟର ଫାଇଦା ଉଠାଇ ଠକମାନେ ତାଙ୍କୁ ମାନସିକ ଚାପରେ ରଖିଥିଲେ ଏବଂ ମାମଲାକୁ ବନ୍ଦ କରିବା ବାହାନାରେ ଟଙ୍କା ମାଗିଥିଲେ। ତରବର ହୋଇ ମହିଳା ଜଣକ ଠକମାନଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାୟ କ୍ରମେ ସମୁଦାୟ ୪ ଲକ୍ଷ ୫୦ ହଜାର ଟଙ୍କା ଟ୍ରାନ୍ସଫର କରିଦେଇଥିଲେ। ପରେ ଯେତେବେଳେ ସେ ଠକେଇର ଶିକାର ହୋଇଛନ୍ତି ବୋଲି ହୃଦୟଙ୍ଗମ କଲେ, ସେତେବେଳେ ସେ ସ୍ଥାନୀୟ ଗାନ୍ଧୀନଗର ଥାନାରେ ଅଭିଯୋଗ ଦାଏର କରିଥିଲେ।

ପୋଲିସର ତଦନ୍ତ ଏବଂ ୩ ଅଭିଯୁକ୍ତ ଗିରଫ

ଏହି ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିବା ସହ ସାଇବର ସେଲ୍କୁ ତଦନ୍ତ ଭାର ଦେଇଥିଲା। ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ ଏବଂ ଡିଜିଟାଲ୍ ଫୁଟପ୍ରିଣ୍ଟ୍ ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କ ଲୋକେସନ୍ ଟ୍ରାକ୍ କରିଥିଲା। ତଦନ୍ତରୁ ଜଣାପଡିଥିଲା ଯେ, ଟଙ୍କାକୁ ଅନେକ ଆକାଉଣ୍ଟରେ ବୁଲାଯାଇଥିଲା। ଶେଷରେ ପୋଲିସ ଟିମ୍ ମଧ୍ୟପ୍ରଦେଶର ଟିକମଗଡ଼ରେ ପହଞ୍ଚି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ କାଶୀରାମ ଅହିରୱାର ସାମିଲ ଥିବାବେଳେ, ପୋଲିସ ଏହି ସାଇବର ଗ୍ୟାଙ୍ଗର ନେଟୱାର୍କ ବିଷୟରେ ଅଧିକ ଖୋଳତାଡ଼ ଜାରି ରଖିଛି।

‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ
ଭୁବନେଶ୍ୱର: ସାଇବର ଅପରାଧୀମାନେ ରାଜ୍ୟରେ ଆତଙ୍କ ଖେଳାଇଥିବା ବେଳେ ତରିକା ବଦଳାଇ ଲୋକଙ୍କୁ ଚୂନ ଲଗାଉଛନ୍ତି। ଅଜଣା ନମ୍ବରରୁ ଲୋକଙ୍କ ପାଖକୁ ଏପିକେ ଫାଇଲ୍‌‌ ପଠାଉଛନ୍ତି। ଆର୍‌‌ଟିଓ ଚାଲାଣ, ନିମନ୍ତ୍ରଣ କାର୍ଡ, ଟ୍ରାଫିକ ଚାଲାଣ, ଏସବିଆଇ, କେୱାଇସି ଅପଡେଟ, ସରକାରୀ ସବସିଡି, ଏସବିଆଇ ୟୋନୋ ଭଳି ଏପିକେ ଫାଇଲ୍‌‌ ପଠାଉଥିବାରୁ ଲୋକମାନେ ସହଜରେ ବିଶ୍ୱାସକୁ ନେଇ ଯାଉଛନ୍ତି। ଆଉ ଫାଇଲ୍‌‌ ଖୋଲିବା ମାତ୍ରେ ମୋବାଇଲ୍‌‌ ଫୋନ୍‌‌ ହ୍ୟାକ୍‌‌ କରି ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି। ଅନେକ ସାଧାରଣ ଲୋକ ସାଇବର ଠକଙ୍କ ’ଏପିକେ’ ଜାଲରେ ପଡ଼ୁଛନ୍ତି। କିଏ ପେନସନ ଟଙ୍କା ହରାଉଛି ତ ଆଉ କିଏ ଝିଅ ବାହାଘର ପାଇଁ ରଖିଥିବା ପୁଞ୍ଜି। ଏମିତିକି ଏପିକେ ଫାଇଲ୍‌‌ ମାଧ୍ୟମରେ ଫିକ୍ସ ଡିପୋଜିଟ୍‌‌ ଭାଙ୍ଗି ଆକାଉଣ୍ଟ ଖାଲି କରି ଦେଉଛନ୍ତି ସାଇବର ଠକ।

ପାଣ୍ଡରାର ଯଶୋବନ୍ତ ଜେନାଙ୍କ ହ୍ୱାଟ୍ସଆପକୁ ଆରଟିଓ ଚାଲାଣ ନାମରେ ଏକ ଏପିକେ ଫାଇଲ୍‌‌ ଆସିଥିଲା। ଚାଲାଣ ଆସିଥିବା ଭାବି ଯଶୋବନ୍ତ ଉକ୍ତ ଏପିକେ ଫାଇଲକୁ ଖୋଲିଥିଲେ। ଫାଇଲ୍‌‌ ଖୋଲିବା ମାତ୍ରକେ ତାଙ୍କ ମୋବାଇଲ ଫୋନରୁ ନିୟନ୍ତ୍ରଣ ହରାଇ ବସିଥିଲେ। ନିଜ କଣ୍‌‌ଟ୍ରୋଲକୁ ନେବାପରେ ସାଇବର ଠକ ଯଶୋବନ୍ତଙ୍କ ବ୍ୟାଙ୍କ୍‌‌ ଆକାଉଣ୍ଟରେ ଦୁଇଟି ହିତାଧିକାରୀଙ୍କ ଆକାଉଣ୍ଟ ଯୋଡ଼ିଥିଲେ। ଆଉ ଆଖି ପିଛୁଳାକେ ୭ ଲକ୍ଷ ଟଙ୍କା ଉଡ଼ାଇ ନେଇଥିଲେ। ସେହିପରି ନୀଳାଦ୍ରି ବିହାରର ବିଦ୍ୟୁତ ଭୁଷଣ ପରିଡ଼ାଙ୍କ ହ୍ୱାଟ୍ସଆପକୁ କ୍‌‌ରେଡିଟ୍‌‌ କାର୍ଡ ଆବେଦନ ଆବେଦନ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ହ୍ୱାଟ୍ସଆପକୁ ବ୍ୟାଙ୍କ ଅଫ୍‌‌ ବରୋଦାର କ୍‌‌ରେଡିଟ୍‌‌ କାର୍ଡ ଭେରିଫିକେସନ ପାଇଁ ଏକ ଏପିକେ ଫାଇଲ୍‌‌ ଆସିଥିଲା। ସାଇବର ଠକ ନିଜକୁ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇ ଭିଡିଓ କଲ୍‌‌ ମାଧ୍ୟମରେ ବିଭିନ୍ନ ତଥ୍ୟ ପୂରଣ କରିବାକୁ କହିଥିଲା। ଆଉ ଏହାପରେ ସାଇବର ଠକମାନେ ବିଦ୍ୟୁତଙ୍କର ଦୁଇଟି ଫିକ୍ସ ଡିପୋଜିଟକୁ ଭାଙ୍ଗି ବ୍ୟାଙ୍କ ଆକାଉଣ୍ଟରୁ ୬ ଲକ୍ଷ ୨୫ ହଜାର ଟଙ୍କା ଉଡ଼ାଇ ନେଇଥିଲେ।

ଇଏ କେବଳ ଦୁଇଟି ଘଟଣା ନୁହଁ, ଅନେକ ଲୋକ ସାଇବର ଠକଙ୍କ ’ଏପିକେ’ ଜାଲରେ ପଡ଼ୁଛନ୍ତି। ଏପିକେ ଫାଇଲ୍‌‌ ଇନଷ୍ଟଲ୍‌‌ କରିବା ମାତ୍ରେ ମୋବାଇଲର ଆକ୍‌‌ସେସ୍‌‌? ସହ ବ୍ୟକ୍ତିଗତ ତଥ୍ୟ ସାଇବର ଠକଙ୍କ ପାଖକୁ ପଳାଉଛି। ଆଉ ତା’ ପରେ ମୋବାଇଲର ନିୟନ୍ତ୍ରଣ ଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟର ଟଙ୍କା, ସବୁକିଛି ନେଇ ଯାଉଛନ୍ତି ସାଇବର ଠକ।

ଏପିକେ ଇନଷ୍ଟଲ୍‌‌ କଲେ କ’ଣ ହୁଏ
ଏପିକେ ଫାଇଲ୍‌‌ ଇନଷ୍ଟଲ୍‌‌ କରିବା ଦ୍ୱାରା ସ୍ପାଇୱେୟାର ନାମକ କ୍ଷତିକାରକ ସଫ୍ଟୱେର ମୋବାଇଲରେ ପ୍ରବେଶ କରେ। ବ୍ୟବହାରକାରୀଙ୍କ ବିଭିନ୍ନ ଗୋପନୀୟ ତଥ୍ୟ, ଓଟିପି, ବ୍ୟାଙ୍କ ପାସୱାର୍ଡ, ଫଟୋ, ଭିଡିଓ ଓ କଲ୍‌‌ ରେକର୍ଡିଂ ଆଦି ସଂଗ୍ରହ କରେ। ଏଥିସହିତ ବ୍ୟବହାରୀଙ୍କ ବିନା ଅନୁମତିରେ ହ୍ୟାକର ବା ସାଇବର ଠକଙ୍କୁ ପଠାଇଦିଏ। ମୋବାଇଲର କ୍ୟାମେରା, ମାଇକ୍‌‌, ଜିପିଏସ୍‌‌ ଆପେ ଆପେ ଅନ୍‌‌ କରିବା ସହ ଗତିବିଧିକୁ ଟ୍ରାକ୍‌‌ କରେ। ଏମିତିକି ଆପ୍‌‌ ନିଜେ ନିଜେ ଟଙ୍କା ଟ୍ରାନ୍ସଫର କରିଦିଏ।

କ’ଣ ଏହି ଏପିକେ ଫାଇଲ୍‌‌
ଏପିକେର ପୁରା ନାମ ହେଉଛି ଆଣ୍ଡ୍ରଏଡ ପ୍ୟାକେଜ କିଟ୍‌‌। ଏହି ଫାଇଲକୁ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ୍‌‌ ବୁଝିପାରେ ଓ ଇନଷ୍ଟଲ୍‌‌ କରିପାରେ। ଯେମିତି କମ୍ପ୍ୟୁଟରରେ କୌଣସି ସଫ୍ଟୱେର ଇନଷ୍ଟଲ୍‌‌ କରିବାକୁ ଇଏକ୍ସଇ ଫାଇଲ୍‌‌ ଦରକାର ହୁଏ, ସେମିତି ଆଣ୍ଡ୍ରଏଡ ଫୋନରେ କୌଣସି ଆପ୍‌‌ ଇନଷ୍ଟଲ୍‌‌ କରିବାକୁ ଏପିକେ ଫାଇଲର ଆବଶ୍ୟକ ପଡ଼େ। ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ନ ଥିବା ଆପକୁ ଏପିକେ ଫାଇଲ୍‌‌ ଡାଉନଲୋଡ କରି ଇନଷ୍ଟଲ୍‌‌ କରାଯାଏ। ଏମିତିକି ଯଦି କୌଣସି ନୂଆ ଅପଡେଟ୍‌‌ ଫୋନରେ ଚାଲୁ ନାହିଁ ବା ଆପଣଙ୍କୁ ପୁରୁଣା ଭର୍ସନ୍‌‌ ଭଲ ଲାଗୁଛି, ତେବେ ଏପିକେ ଫାଇଲରୁ ସେହି ପୁରୁଣା ଭର୍ସନ ଇନଷ୍ଟଲ୍‌‌ କରି ବ୍ୟବହାର କରିପାରିବେ।

ସାଇବର ଠକ ବା ହ୍ୟାକର ମାନେ ଇଣ୍ଟରନେଟ ଓ ସାମାଜିକ ଗଣମାଧ୍ୟମରୁ କାହାର ବାହାଘର ହେଉଛି, କାହାର ବ୍ୟାଙ୍କ ଆପ୍ଲିକେସନ କାମ କରୁନାହିଁ, କିଏ କ୍ରେଡିଟ୍‌‌ କାର୍ଡ ଆବେଦନ କରିବାକୁ ଚାହୁଁଛି ଓ କିଏ ସବସିଡି ପାଇବାକୁ ଚାହୁଁଛି, ସେସବୁ ତଥ୍ୟ ସଂଗ୍ରହ କରି ନେଉଛନ୍ତି। ତଥ୍ୟ ଆଧାରରେ ଲୋକଙ୍କ ଆବଶ୍ୟକତା ଅନୁସାରେ ’ଏପିକେ’ ତିଆରି କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଠାଉଛନ୍ତି। ଲୋକମାନେ ମଧ୍ୟ ସେହି ଆବଶ୍ୟକତା ସନ୍ଧାନରେ ଥିବାରୁ ଖୁବଶୀଘ୍ର ହ୍ୟାକର ପଠାଇଥିବା ଏପିକେ ଫାଇଲ୍‌‌ ଡାଉନଲୋଡ କରି ଦେଉଛନ୍ତି। ଆଉ ଏପିକେ ଫାଇଲ୍‌‌ ଇନଷ୍ଟଲ୍‌‌ ପରେ ମାଲୱେୟାର ପୁରା ଫୋନକୁ ସାଇବର ଠକଙ୍କ ନିୟନ୍ତ୍ରଣକୁ ଠେଲି ଦେଉଛି।

ବମ୍ବେ ହାଇକୋର୍ଟ ବିଚାରପତିଙ୍କ ସହ ସାଇବର ଠକେଇ: ୬ ଲକ୍ଷ ଟଙ୍କା ଲୁଟିନେଲା ଜାମତାଡ଼ାର ୨୫ ବର୍ଷୀୟ ଯୁବକ, ପୋଲିସ କଲା ଗିରଫ
ମୁମ୍ବାଇରେ ଏକ ବଡ଼ ଧରଣର ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି। ସାଇବର ଠକମାନେ ସାଧାରଣ ଲୋକଙ୍କ ପରେ ଏବେ ସିଧାସଳଖ ବମ୍ବେ ହାଇକୋର୍ଟର ଜଣେ ବିଚାରପତିଙ୍କୁ ନିଜର ଶିକାର ବନାଇଛନ୍ତି। କ୍ରେଡିଟ୍ କାର୍ଡ ରିୱାର୍ଡ ପଏଣ୍ଟ ନାମରେ ଏହି ଠକମାନେ ବିଚାରପତିଙ୍କ ଆକାଉଣ୍ଟରୁ ପ୍ରାୟ ୬.୦୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏହି ମାମଲାରେ ମୁମ୍ବାଇର କଫ୍ ପରେଡ୍ ପୋଲିସ ଝାଡ଼ଖଣ୍ଡର ଜାମତାଡ଼ାରୁ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତର ନାମ ମଜହର ଆଲମ ଇସରାଇଲ ମିଆଁ ବୋଲି ଜଣାପଡ଼ିଛି।

କିପରି ହୋଇଥିଲା ଠକେଇ?

ପୋଲିସର ସୂଚନାନୁସାରେ, ଏହି ଘଟଣାଟି ଗତ ଫେବୃଆରୀ ୨୮ ତାରିଖରେ ଘଟିଥିଲା। ବିଚାରପତି ନିଜ କ୍ରେଡିଟ୍ କାର୍ଡର ରିୱାର୍ଡ ପଏଣ୍ଟ ରିଡିମ୍ କରିବା ପାଇଁ ବ୍ୟାଙ୍କର କଷ୍ଟମର କେୟାର ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ। ଅଫିସିଆଲ୍ ନମ୍ବର ବ୍ୟସ୍ତ ଥିବାରୁ ସେ ଇଣ୍ଟରନେଟ୍‌ର ସାହାଯ୍ୟ ନେଇଥିଲେ ଏବଂ ଅଜାଣତରେ ସାଇବର ଠକଙ୍କ ଦ୍ୱାରା ଦିଆଯାଇଥିବା ଏକ ଫେକ୍ ହେଲ୍ପଲାଇନ୍ ନମ୍ବରରେ କଲ୍ କରିଥିଲେ।

ଠକମାନେ କଷ୍ଟମର କେୟାର ଏକ୍ସିକ୍ୟୁଟିଭ୍ ଭାବରେ ପରିଚୟ ଦେଇ ବିଚାରପତିଙ୍କୁ ହ୍ୱାଟସ୍‌ଆପ୍‌ରେ ଏକ ୧୮ ଏମବି (MB) ର ଏପିକେ (APK) ଫାଇଲ୍ ଲିଙ୍କ୍ ପଠାଇଥିଲେ। ବିଚାରପତିଙ୍କ ଆଇଫୋନ୍‌ରେ ଏହା ନଖୋଲିବାରୁ ଠକମାନେ ତାଙ୍କୁ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରିବାକୁ କହିଥିଲେ। ଏହାପରେ ବିଚାରପତି ନିଜ ଘରର ସହାୟକଙ୍କ ଆଣ୍ଡ୍ରଏଡ୍ ଫୋନ୍‌ରେ ସିମ୍ ପକାଇ ଉକ୍ତ ଆପ୍‌କୁ ଡାଉନଲୋଡ୍ କରିଥିଲେ। ଆପ୍‌ରେ କ୍ରେଡିଟ୍ କାର୍ଡର ବିବରଣୀ ଦେବା ମାତ୍ରେ ତାଙ୍କ ଆକାଉଣ୍ଟରୁ ୪ଟି ପର୍ଯ୍ୟାୟରେ ମୋଟ ୬.୦୨ ଲକ୍ଷ ଟଙ୍କା କଟିଯାଇଥିଲା।

ମାଷ୍ଟରମାଇଣ୍ଡର ଗିରଫଦାରୀ

ଠକେଇର ଶିକାର ହେବା ଜାଣିବା ପରେ ବିଚାରପତି ତୁରନ୍ତ କାର୍ଡ ବ୍ଲକ୍ କରିବା ସହ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ମାମଲା ରୁଜୁ ହେବା ପରେ କଫ୍ ପରେଡ୍ ପୋଲିସ ପ୍ରାୟ ୧୦ ଦିନ ଧରି ତଦନ୍ତ ଚଳାଇଥିଲା। ଶେଷରେ ଟେକ୍ନିକାଲ୍ ସର୍ଭିଲାନ୍ସ ଏବଂ ଟ୍ରାଞ୍ଜାକ୍ସନ୍ ଟ୍ରାକ୍ କରି ପୋଲିସ ଝାଡ଼ଖଣ୍ଡର ଜାମତାଡ଼ାରେ ପହଞ୍ଚିଥିଲା।

ମୁମ୍ବାଇ ପୋଲିସ, ଜାମତାଡ଼ା ସାଇବର ସେଲ୍ ଏବଂ କରମାଟାଣ୍ଡ ପୋଲିସର ମିଳିତ ଅପରେସନ୍‌ରେ ମୁଖ୍ୟ ଅଭିଯୁକ୍ତ ମଜହର ଆଲମକୁ ଗିରଫ କରାଯାଇଛି। ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ମଜହର କୌଣସି ଛୋଟ ଅପରାଧୀ ନୁହେଁ। ସେ ସମଗ୍ର ଦେଶରେ ଏକ ବଡ଼ ସାଇବର କ୍ରାଇମ୍ ନେଟୱାର୍କ ଚଳାଉଥିଲା ଏବଂ ତା' ନାମରେ ୧୦ଟି ରାଜ୍ୟରେ ପ୍ରାୟ ୩୬ଟି ମାମଲା ରୁଜୁ ହୋଇଛି। ପୋଲିସ ଅଭିଯୁକ୍ତର ଆମାଜନ୍ ୱାଲେଟ୍‌ରେ ଥିବା ପ୍ରାୟ ୪ ଲକ୍ଷ ଟଙ୍କା ଫ୍ରିଜ୍ କରିବାରେ ମଧ୍ୟ ସଫଳ ହୋଇଛି।

ଡିଜିଟାଲ୍ ଠକେଇ ବିରୁଦ୍ଧରେ ବଡ଼ ଢାଲ 'ସାଇବର ବୀମା'
ନୂଆଦିଲ୍ଲୀ: ଆଜିର ଦୁନିଆରେ, ଡିଜିଟାଲ୍ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି। ମୋବାଇଲ୍ ବ୍ୟାଙ୍କିଙ୍ଗ, ୟୁପିଆଇ ଏବଂ ଅନ୍‌ଲାଇନ୍ କାରବାର ଜିନିଷଗୁଡ଼ିକୁ ସହଜ କରିଛି, କିନ୍ତୁ ଏହା ସହିତ ସାଇବର ଠକେଇର ବିପଦ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। କେତେକ ସମୟରେ ଏକ ଛୋଟ ଅସାବଧାନତା କିମ୍ବା ଏକ ଭୁଲ କ୍ଲିକ୍ କିଛି ମିନିଟ୍ ମଧ୍ୟରେ ବର୍ଷ ବର୍ଷର ସଞ୍ଚୟକୁ ନଷ୍ଟ କରିପାରେ। ଏପରି ପରିସ୍ଥିତିରେ ସାଇବର ବୀମା ଏକ ଦୃଢ଼ ସୁରକ୍ଷା କବଚ ଭାବରେ ଉଭା ହେଉଛି।

ଗତ କିଛି ବର୍ଷ ମଧ୍ୟରେ ଦେଶରେ ଡିଜିଟାଲ୍ ଠକେଇ ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ଇଣ୍ଟରନେଟର ସହଜ ପ୍ରବେଶ ଏବଂ ସଚେତନତାର ଅଭାବର ସୁଯୋଗ ନେଇ, ସାଇବର ଅପରାଧୀମାନେ ଫିସିଂ କଲ୍, ନକଲି ଲିଙ୍କ୍, ଓଟିପି ଠକେଇ ଏବଂ ୟୁପିଆଇI ଠକେଇ ମାଧ୍ୟମରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଅନେକ ଲୋକ ସେମାନଙ୍କର କଠିନ ଅର୍ଜିତ ଟଙ୍କା ହରାଇଛନ୍ତି। ଏପରି ପରିସ୍ଥିତିରେ ସାଇବର ବୀମା ଆର୍ଥିକ କ୍ଷତିପୂରଣର ନିଶ୍ଚିତତା ପ୍ରଦାନ କରେ।

ଏହି ନୀତି  ଅନୁଯାୟୀ, ଯଦି ଆପଣ ୟୁପିଆଇ ଠକେଇ, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଠକେଇ, ଫିସିଂ ଇ-ମେଲ୍, ଅନଲାଇନ୍ ହ୍ୟାକିଂ କିମ୍ବା ଆଇଡି ଚୋରିର ଶିକାର ହୁଅନ୍ତି, ତେବେ ବୀମା କମ୍ପାନୀ ନିର୍ଦ୍ଧାରିତ ସର୍ତ୍ତ ଅନୁଯାୟୀ ହୋଇଥିବା କ୍ଷତି ପାଇଁ କ୍ଷତିପୂରଣ ଦେଇଥାଏ। କିଛି ପଲିସିରେ ଆଇନଗତ ସହାୟତା ଏବଂ ଡାଟା ପୁନରୁଦ୍ଧାର ଭଳି ସେବା ମଧ୍ୟ ଅନ୍ତର୍ଭୁକ୍ତ। ଏହା କେବଳ ଆପଣଙ୍କ ବ୍ୟାଙ୍କ ବାଲାନ୍ସକୁ ସୁରକ୍ଷା ଦିଏ ନାହିଁ ବରଂ ଡିଜିଟାଲ କାରବାରରେ ଆତ୍ମବିଶ୍ୱାସ ମଧ୍ୟ ସୃଷ୍ଟି କରେ। ଦେଶରେ ୟୁପିଆଇ ଏବଂ ଅନ୍‌ଲାଇନ୍ ପେମେଣ୍ଟର ବ୍ୟବହାର ନିରନ୍ତର ବୃଦ୍ଧି ପାଉଛି। ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଡିଜିଟାଲ ପେମେଣ୍ଟ କରୁଛନ୍ତି। ସୁବିଧା ବୃଦ୍ଧି ପାଇଥିବା ବେଳେ ଠକେଇ ପଦ୍ଧତିଗୁଡ଼ିକ ମଧ୍ୟ ଅଧିକ ସୁଦୃଢ଼ ​​ହୋଇଛି। ଏହି ପରିସ୍ଥିତିରେ, କେବଳ ସତର୍କତା ନୁହେଁ ବରଂ ଅତିରିକ୍ତ ସୁରକ୍ଷା ମଧ୍ୟ ଆବଶ୍ୟକ ହୋଇଯାଇଛି। ଆର୍ଥିକ ପରାମର୍ଶଦାତାମାନେ ବିଶ୍ୱାସ କରନ୍ତି ଯେ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ଯେପରି ଅତ୍ୟାବଶ୍ୟକ, ସେହିପରି ଡିଜିଟାଲ ଯୁଗରେ ସାଇବର ବୀମା ମଧ୍ୟ ଅତି ଜରୁରୀ ହୋଇପଡୁଛି। ଏହା କେବଳ ଆର୍ଥିକ ସୁରକ୍ଷା ପ୍ରଦାନ କରେ ନାହିଁ ବରଂ ମାନସିକ ଶାନ୍ତି ମଧ୍ୟ ପ୍ରଦାନ କରେ। ଡିଜିଟାଲ ଇଣ୍ଡିଆର ଏହି ଯୁଗରେ ସୁରକ୍ଷିତ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାଇବର ବୀମା ଏକ ବୁଦ୍ଧିମାନ ପଦକ୍ଷେପ ଯାହା ଆପଣଙ୍କ କଠିନ ପରିଶ୍ରମର ଅର୍ଥକୁ ଅନଲାଇନ୍ ଠକେଇରୁ ରକ୍ଷା କରିବାରେ ସାହାଯ୍ୟ କରେ ଏବଂ କୌଣସି ଚିନ୍ତା ବିନା ଡିଜିଟାଲ କାରବାର କରିବାକୁ ଅନୁମତି ଦିଏ।

ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଭୟ; ଠକଙ୍କ କଥାରେ ପ୍ରାୟ ୩୫ ଘଣ୍ଟା ଧରି ଘରେ ନଜରବନ୍ଦୀ
ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ । ଦେଢ଼ ଦିନ ଧରି ନଜରବନ୍ଦୀ । ନିଜକୁ ପୋଲିସର ପରିଚୟ ଦେଇ କଥା ହେଲେ ସାଇବର ଠକ । ଦମ୍ପତ୍ତିଙ୍କ ସହ ଆତଙ୍କି ଲିଙ୍କ ଥିବା କଥା କହି ଧମକାଇଲେ । ଏପରିକି କାଶ୍ମୀରରେ ଆତଙ୍କବାଦୀମାନେ ତାଙ୍କ ଆଧାର କାର୍ଡ ବ୍ୟବହାର କରିଛନ୍ତି । ଆଧାର କାର୍ଡ ବ୍ୟବହାର ଯୋଗୁଁ ତାଙ୍କୁ ୬ ଲକ୍ଷର କମିଶନ ମିଳିଛି । ଏପରିକି ମନି ଲଣ୍ଡରିଂ କେସରେ କୁଆଡେ ସେମାନଙ୍କ ସମ୍ପୃକ୍ତି ଅଛି । କୋଟିଏ ଟଙ୍କା ଦେଲେ କେସ୍ ରୁ ମୁକ୍ତି ମିଳିବ ବୋଲି କହି ଦମ୍ପତ୍ତିଙ୍କୁ ଧମକାଇଥିଲେ ଠକ । ଠକେଇର ଶିକାର ପୁରୁଷ ଜଣଙ୍କ ନାଲକୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ହୋଇଥିବା ବେଳେ ମହିଳା ଜଣଙ୍କ ଅବସରପ୍ରାପ୍ତ ଅଧ୍ୟାପିକା। ଭୟରେ ପ୍ରାୟ ୩୫ ଘଣ୍ଟା ଧରି ଠକଙ୍କ କଥାରେ ଘରେ ନଜରବନ୍ଦୀ ହୋଇ ରହିଲେ ଦୁଇ ଜଣ । ତେବେ ଠକଙ୍କୁ ଟଙ୍କା ପଠାଇବାକୁ ବ୍ୟାଙ୍କ ଯାଇଥିବା ବେଳେ ଠକର ଆକାଉଣ୍ଟଟି ଅଚଳ ବୋଲି ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଅଧିକ ଖୋଳତାଡ଼ ପରେ ସେମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ବ୍ୟାଙ୍କର ସହାୟତାରେ ସାଇବର ଥାନାକୁ ଜଣାଇବା ପରେ ଏକ ବଡ଼ ଧରଣର ଠକେଇରୁ ବର୍ତ୍ତି ଯାଇଛନ୍ତି ଦମ୍ପତ୍ତି ।