BLA - The Sakala

ଚିନ୍ତା ବଢାଇଛି ବିଏଲଏ ଓ ଟିଟିପିର କ୍ରମାଗତ ଆତଙ୍କ, ଦେଶ ଛାଡ଼ି ପଳାଉଛନ୍ତି ପାକିସ୍ତାନ ଯବାନ
ଇସଲାମାବାଦ: ପାକିସ୍ତାନରେ ସେନାକୁ ନିଶାଣ କରି ବିଗତ କିଛି ମାସ ଧରି ଚାଲିଥିବା ଆକ୍ରମଣକୁ ନେଇ ପାକିସ୍ତାନ ସେନାର ନିଦ ହଜି ଯାଇଛି। ବିଶେଷକରି ପଶ୍ଚିମ ସୀମାନ୍ତର ଦୁଇ ପ୍ରଦେଶ ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ବାରେ ସେନାର ବହୁ ଠିକଣାରେ ଆତଙ୍କବାଦୀ ଏବଂ ବେଲୁଚ ବିଦ୍ରୋହୀଙ୍କ ଆକ୍ରମଣ କେବଳ ସେନା ନୁହେଁ, ପାକିସ୍ତାନ‌ ସରକାରଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି।

ଗୋଟିଏ ପଟେ ବେଲୁଚିସ୍ତାନରେ ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ସେନା ବିରୋଧରେ ସଂହାର ଚଳାଇଥିଲା ବେଳେ ଅନ୍ୟପଟେ ଖାଇବର ପଖତୁନଖ୍ବା ଇଲାକାରେ ତେହରିକ୍‌-ଇ-ତାଲିବାନ(ଟିଟିପି) ଭଳି ଆତଙ୍କବାଦୀ ସଂଗଠନ ଗୋଟିଏ ପରେ ଗୋଟିଏ ଆକ୍ରମଣ କରି ସେନାର ମନୋବଳକୁ ଦୁର୍ବଳ କରିବାରେ ଲାଗିଛି। ତେବେ ଗତ ୧୧ ତାରିଖରେ ବେଲୁଚିସ୍ତାନରେ ଜଫର ଏକ୍ସପ୍ରେସକୁ ଅପହରଣ କରାଯିବା ସହିତ ବିଏଲଏ ବିଦ୍ରୋହୀମାନେ ଶତାଧିକ ସେନା ଅଧିକାରୀଙ୍କୁ ହତ୍ୟା କରିବା ଏବଂ ଗତକାଲି ବେଲୁଚିସ୍ତାନ ପ୍ରଦେଶର ନୋସକି ଜିଲ୍ଲାରେ ସେନା କନଭୟ ଉପରେ ଆକ୍ରମଣ କରି ୯୦ ଯବାନଙ୍କୁ ହତ୍ୟା କରିବା ଘଟଣା ସେନା, ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି। ମାର୍ଚ୍ଚ ୧ ତାରିଖରୁ ଇତିମଧ୍ୟରେ ଏହି ଦୁଇଟି ପ୍ରଦେଶରେ ୧୦୦ରୁ ଅଧିକ ଆକ୍ରମଣ ହୋଇଥିଲା ବେଳେ ଗତ ୪୮ ଘଣ୍ଟା ମଧ୍ୟରେ ବିଏଲଏ ଏବଂ ଟିଟିପି ଦ୍ବାରା ବିଭିନ୍ନ ସ୍ଥାନରେ ୫୭ ଆକ୍ରମଣ କରାଯାଇଛି। ବିଗତ ୩୦ ଦିନ ମଧ୍ୟରେ ବିଭିନ୍ନ ଘଟଣାରେ ପ୍ରାୟ ୧ ହଜାର ଯବାନ ପ୍ରାଣ ହରାଇଥିଲେ ଏହଁ ପାକିସ୍ତାନ ସେନା ଏହାକୁ ରୋକିବାରେ ସଫଳ ହୋଇପାରି ନାହିଁ। ଏହି ଦୁଇଟି ସଂଗଠନ ପଞ୍ଜାବ ପ୍ରଦେଶ ବାସିନ୍ଦା ଏବଂ ବିଶେଷକରି ସେନା କର୍ମଚାରୀଙ୍କୁ ନିଶାଣ କରି ନର ସଂହାର ଚଳାଇଥିବାରୁ ଏବେ ହଜାର ହଜାର ଯବାନ ସେନା ଛାଡି ବିଦେଶ ପଳାଉଛନ୍ତି ବୋଲି ଏକ ବିଶେଷ ରିପୋର୍ଟରୁ ଜଣାପଡ଼ିଛି। ପାକିସ୍ତାନରେ ବିଭିନ୍ନ ପ୍ରଦେଶରେ ଆତଙ୍କବାଦୀ ଆକ୍ରମଣ ବଢି ଚାଲିଥିବାରୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି। ସେପଟେ ଘୋର ଆର୍ଥିକ ଦୁର୍ଗତି ଦେଇ ଗତି କରୁଥିବା ପାକିସ୍ତାନର ଅର୍ଥନୀତି ମଧ୍ୟ ନିମ୍ନଗାମୀ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗତ ସପ୍ତାହକ ମଧ୍ୟରେ ୨୫୦୦ରୁ ଅଧିକ ଯବାନ ସେନା ଛାଡି ବିଦେଶ ପଳାଇଥିବା କୁହାଯାଇଛି। ଏହି ଯବାନମାନେ ୟୁଏଇ, ସାଉଦି ଆରବ,କତାର ଏବଂ କୁଏତ ଆଦି ରାଷ୍ଟ୍ରରେ ଶ୍ରମ କରି ଜୀବନ ବିତାଇବାକୁ ଉତ୍ତମ ମଣି ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛି।

ଅନ୍ୟପଟେ ବିଏଲଏ ଏବଂ ଟିଟିପିର ଲଗାତର ଆକ୍ରମଣକୁ ନେଇ ଆର୍ଥିକ ଦିଗରୁ ମଧ୍ୟ ପାକିସ୍ତାନ ପାଇଁ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। ପାକିସ୍ତାନ ଏବଂ ଚୀନ୍‌ର ମିଳିତ ସହଯୋଗରେ ଚାଇନା-ପାକିସ୍ତାନ ଇକୋନୋମିକ୍‌ କରିଡର(ସିପେକ୍‌) କାର୍ଯ୍ୟକାରୀ କରାଯାଉଛି। କିନ୍ତୁ ଏହି ପ୍ରକଳ୍ପର ଅଧିକାଂଶ ଭାଗ ବେଲୁଚିସ୍ତାନ ଏବଂ ଖାଇବର ପଖତୁନଖ୍ବା ପ୍ରଦେଶ ଦେଇ ଯାଇଥିଲା ବେଳେ ଚୀନ୍‌ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁଠି ବିଏଲଏ ଏବଂ ଟିଟିପି କବଳରୁ ପାକିସ୍ତାନ ସେନା ନିଜକୁ ସୁରକ୍ଷା ଦେଇ ପାରୁ ନାହିଁ ସେଠାରେ ଚୀନ୍‌ର ନାଗରିକ ଏବଂ ଅଧିକାରୀଙ୍କୁ କେଉଁଠି ସୁରକ୍ଷା ମିଳିବ ବୋଲି ଚୀନ୍‌ ପ୍ରଶ୍ନ ଉଠାଇଛି। ଏହାଛଡ଼ା ବିଏଲଏ ସିପେକ୍‌ ପ୍ରକଳ୍ପକୁ ଘୋର ବିରୋଧ କରି ଆକ୍ରମଣ ପରେ ଆକ୍ରମଣ କରିଚାଲିଥିଲା ବେଳେ ବିଭିନ୍ନ ଘଟଣାରେ ବହୁ ଚାଇନା ଲୋକଙ୍କ ମୃତ୍ୟୁ ହେବା ଏବଂ ବିପୁଳ ଆର୍ଥିକ କ୍ଷତି ହେବା ବିଷୟକୁ ମଧ୍ୟ ଚୀନ ଗୁରୁତ୍ବର ସହ ବିଚାର କରୁଛି। ପ୍ରାୟ ୬୫ ବିଲିୟନ ଡଲାରର ପୁଞ୍ଜି ନିବେଶରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଥିବା ବେଳେ ପାକିସ୍ତାନ ଏହାକୁ ଋଣ ଭାବେ ଗ୍ରହଣ କରିଛି। ଗୋଟିଏ ପଟେ ଆର୍ଥିକ ଦୁର୍ଗତି ଏବଂ ଅନ୍ୟପଟେ ଅସୁରକ୍ଷିତ ଆଭ୍ୟନ୍ତରୀଣ ସ୍ଥିତି ପାକିସ୍ତାନକୁ ବହୁ ଜଲଦି ଗୃହଯୁଦ୍ଧ ମଧ୍ୟକୁ ଠେଲି ଦେଇପାରେ ବୋଲି ଭୂ-ରାଜନୀତିକ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଛନ୍ତି।