CRPF - The Sakala

ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ IED ବ୍ଲାଷ୍ଟ, ଯବାନ ଗୁରୁତର
ଝାଡ଼ଖଣ୍ଡ: ସର୍ଚ୍ଚ ଅପରେସନ ବେଳେ IED ବ୍ଲାଷ୍ଟ, ଯବାନ ଗୁରୁତର । ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ଘଞ୍ଚ ସରଣ୍ଡା ଜଙ୍ଗଲରେ ଘଟିଛି ଏପରି ଅଘଟଣ । ମାଓବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନ୍ ସମୟରେ ଏକ ଲ୍ୟାଣ୍ଡମାଇନ୍ ବା ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ବିସ୍ଫୋରଣ ଘଟି ଜଣେ ସିଆରପିଏଫ୍ (CRPF) ଯବାନ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଝାଡଖଣ୍ଡ ପଶ୍ଚିମ ସିଂହଭୂମର ଘଞ୍ଚ ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନଙ୍କୁ ଧରିବା ପାଇଁ ସୁରକ୍ଷା କର୍ମୀଙ୍କ ଦ୍ୱାରା ଏକ ସର୍ଚ୍ଚ ଅପରେସନ୍ ଚାଲିଥିଲା। ପାଟ୍ରୋଲିଂ ଟିମ୍ ଯାଉଥିବା ରାସ୍ତାରେ ମାଓବାଦୀମାନେ ପୂର୍ବରୁ ଏକ ପ୍ରେସର ଆକ୍ଟିଭେଟେଡ୍ ଆଇଇଡି ଖଞ୍ଜିଥିଲେ। ଯବାନ ଜଣକ ଭୁଲବଶତଃ ତାହା ଉପରେ ପାଦ ଦେଇଦେବାରୁ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ବ୍ଲାଷ୍ଟ୍ ଫଳରେ ଅନୁଜ କୁମାର କୋବ୍ରା ବାଟାଲିୟନ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ଅନୁଜଙ୍କ ଗୋଡ଼ ଛିଣ୍ଡି ଯାଇଛି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ତୁରନ୍ତ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି ଏବଂ ସେଠାରେ ଥିବା ଏକ ସ୍ୱତନ୍ତ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଚଳିତ ବର୍ଷ ଜାନୁଆରୀ ମାସରେ ସୁରକ୍ଷା କର୍ମୀମାନେ ଏକ ବଡ଼ ଅପରେସନରେ ୧୭ ଜଣ ମାଓବାଦୀଙ୍କୁ ନିପାତ କରିଥିଲେ, ଯାହା ମାଓ ସଂଗଠନ ପାଇଁ ଏକ ବଡ଼ ଝଟକା ଥିଲା। ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ଏହାର ପ୍ରତିଶୋଧ ନେବା ପାଇଁ ମାଓବାଦୀମାନେ ଜଙ୍ଗଲ ରାସ୍ତାରେ ବହୁ ସଂଖ୍ୟାରେ ଆଇଇଡି ବିଛାଇଛନ୍ତି।

ସୋମବାର ଘଟିଥିବା ଏହି ବିସ୍ଫୋରଣ ପରେ ଚାଇବାସା ଏବଂ ଆଖପାଖ ନକ୍ସଲ ପ୍ରଭାବିତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ସୁରକ୍ଷା କର୍ମୀମାନେ ଏରିଆ ଡୋମିନେସନ୍ ଏବଂ ଲୁକ୍କାୟିତ ବିସ୍ଫୋରକକୁ ଖୋଜି ନଷ୍ଟ କରିବା ପାଇଁ ସର୍ଚ୍ଚ ଅପରେସନ୍ ଜୋରଦାର କରିଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ, କ୍ଷୟକ୍ଷତି କମାଇବା ସହ ମାଓବାଦୀଙ୍କ ସଂଗଠନକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ଦିଗରେ ଏହି ଆଣ୍ଟି-ନକ୍ସଲ ଅପରେସନ୍ ନିରନ୍ତର ଜାରି ରହିବ।

ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ବଡ଼ ଧରଣର ଏନକାଉଣ୍ଟର: ଟପ୍ କମାଣ୍ଡରଙ୍କ ସମେତ ୬ ମାଓବାଦୀ ନିହତ
ଝାଡ଼ଖଣ୍ଡ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୬ ମାଓବାଦୀ । ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଭୟଙ୍କର ଗୁଳିବିନିମୟରେ ବଡ଼ ସଫଳତା ମିଳିଛି। ରିପୋର୍ଟ ଅନୁଯାୟୀ, ଏହି ଏନକାଉଣ୍ଟରରେ ଶୀର୍ଷ କମାଣ୍ଡରଙ୍କ ସମେତ ଅତିକମରେ ୬ ଜଣ ମାଓବାଦୀ ନିହତ ହୋଇଥିବା ସନ୍ଦେହ କରାଯାଉଛି। ଗୁରୁବାର ସକାଳୁ ଏହି ଅପରେସନ୍ ଆରମ୍ଭ ହୋଇଥିବା ବେଳେ କୋବ୍ରା୨୦୯ ବାଟାଲିୟନର ନେତୃତ୍ୱରେ ଯବାନମାନେ ମାଓବାଦୀଙ୍କୁ କଡ଼ା ଜବାବ ଦେଇଛନ୍ତି।

ପ୍ରାଥମିକ ସୂଚନା ମୁତାବକ, CRPF ଏବଂ ରାଜ୍ୟ ପୋଲିସର ମିଳିତ ବାହିନୀ କୁମ୍ଭଡିହ ଗ୍ରାମ ନିକଟରେ ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ମାଓବାଦୀ ନେତା ପତିରାମ ମାଝୀ ଓରଫ୍ ଅନଲ-ଦା ଏବଂ ଲାଲଚାନ୍ଦ ହେମ୍ବ୍ରମ ଓରଫ୍ ଅନମୋଲଙ୍କ ନେତୃତ୍ୱରେ ଥିବା ସ୍କ୍ୱାଡ୍ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏହାର ପାଲଟା ଜବାବରେ ସୁରକ୍ଷାବାହିନୀର ଗୁଳିରେ ଅନେକ ମାଓବାଦୀ ନେତା ନିହତ ହୋଇଥିବା ଆଶଙ୍କା କରାଯାଉଛି, ଯେଉଁମାନଙ୍କ ମଧ୍ୟରେ ଜଣେ ୫୦ ଲକ୍ଷ ଟଙ୍କାର ଇନାମୀ କମାଣ୍ଡର ଥିବା କୁହାଯାଉଛି।

ଝାଡ଼ଖଣ୍ଡ ଆଇଜି (ଅପରେସନ୍) ଏବଂ କୋଲହାନ ଡିଆଇଜି ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ସେମାନେ କହିଛନ୍ତି ଯେ ମାଓବାଦୀ ସଂଗଠନକୁ ବ୍ୟାପକ କ୍ଷତି ପହଞ୍ଚିଛି, ତେବେ ଅପରେସନ୍ ଶେଷ ହେବା ପରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେବ। ମାଓବାଦୀମାନଙ୍କ ପଳାୟନ ରୋକିବା ପାଇଁ ଅତିରିକ୍ତ ବାହିନୀକୁ ମୁତୟନ କରାଯାଇଛି ଏବଂ ସମଗ୍ର ସାରଣ୍ଡା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି।

ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୧୧ ଉଗ୍ରବାଦୀ ନିହତ
ମଣିପୁର: ମଣିପୁରରେ ସୁରକ୍ଷା ବାହିନୀ ୧୧ ସନ୍ଦିଗ୍ଧ ଉଗ୍ରବାଦୀଙ୍କୁ ମାରିଛନ୍ତି। ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୧୧ ସଶସ୍ତ୍ର ଉଗ୍ରବାଦୀ ନିହତ ହୋଇଛନ୍ତି । ଏହି ଉଗ୍ରବାଦୀମାନେ ଜିରିବାମ୍ ଜିଲ୍ଲାର ବୋରୋବେକରାରେ ଏକ ଥାନା ଉପରେ ଆକ୍ରମଣ କରିବାକୁ ଆସିଥିଲେ ।

ସୂତ୍ରରୁ ଜଣାପଡ଼ିଛି, ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ କୁକି ଉଗ୍ରବାଦୀମାନେ ଜିରିବାମର ବୋରୋବେକରାସ୍ଥିତ ସିଆରପିଏଫ୍ କ୍ୟାମ୍ପ୍ ଉପରେ ଆକ୍ରମଣ କରିଥିଲେ । ସିଆରପିଏଫ୍ ମଧ୍ୟ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୧୧ କୁକି ଉଗ୍ରବାଦୀ ନିହତ ହୋଇଛନ୍ତି ।

କରୋନାରେ ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ ଦେହାନ୍ତ
ଭୁବନେଶ୍ୱର: କରୋନା ନେଲା ଆଉ ଜଣେ ଯୋଦ୍ଧାଙ୍କ ଜୀବନ । କୋଭିଡରେ ଆଖି ବୁଜିଲେ ଆଉ ଜଣେ କରୋନା ଯୋଦ୍ଧା । ଭୁବନେଶ୍ବର ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ କୋଭିଡରେ ଦେହାନ୍ତ ହୋଇଥିବା ଜଣାପଡିଛି । କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ ସିଆରପିଏଫ୍ ଗ୍ରୁପ୍ ସେଣ୍ଟର ଡିଆଇଜି।

ସୂଚନା ମୁତାବକ ଡିଆଇଜି ସୁନୀଲ କୁମାର ପାର୍ଥ ୨୬ ଏପ୍ରିଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଦେହ ଅସୁସ୍ଥ ହେବାରୁ ରାଜଧାନୀର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

କରୋନା କାଳରେ ତାଙ୍କ କାର୍ଯ୍ୟଶୈଳୀକୁ ବେଶ ପ୍ରସଂସା କରାଯାଇଛି । ପ୍ରଥମ ୱେଭ୍ କରୋନା ସଂକ୍ରମଣ ବେଳେ ସିଆରପିଏଫ୍ କ୍ୟାମ୍ପସରେ ଜଣଙ୍କର ବି ମୃତ୍ୟୁ ହୋଇନଥିଲା । ସୁନୀଲଙ୍କ ନିଧନ ଅପୂରଣୟୀ କ୍ଷତି ସୃଷ୍ଟି କରିଛି ।