financial planning - The Sakala
ବଦଳୁଛି ନିବେଶ ତରିକା; ବ୍ୟାଙ୍କ ସ୍ଥାନ ନେଉଛି ସେୟାର ବଜାର
ନୂଆଦିଲ୍ଲୀ:  ଦିନ ଥିଲା ଲୋକେ ବ୍ୟାଙ୍କରେ ଅର୍ଥ ଜମା କରି ଭଲ ଦି ପଇସା ସୁଧ ନେଉଥିଲେ। ହେଲେ ବ୍ୟାଙ୍କ ସୁଧ ହାର ଏବେ ଖୁବ୍‌ କମ୍‌ ରହିଛି। ଯାହାଫଳରେ ଲୋକେ ବ୍ୟାଙ୍କରେ ଟଙ୍କା ରଖିବାକୁ ଆଉ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନାହଁାନ୍ତି। ଏବେ ସମୟ ବଦଳିବା ସହ ନିବେଶର ତରିକା ମଧ୍ୟ ବଦଳିଛି। ବ୍ୟାଙ୍କର ସ୍ଥାନ ନେଇଛି ସେୟାର ବଜାର। ବର୍ତ୍ତମାନ ସମୟରେ ଲୋକେ ବ୍ୟାଙ୍କରେ ଟଙ୍କା ଜମା କରିବା ପରିବର୍ତ୍ତେ ବଜାର-ସଂଯୁକ୍ତ (ମାର୍କେଟ୍‌ ଲିଙ୍କଡ୍‌) ନିବେଶ ଉତ୍ପାଦ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। କାରଣ ଏଥିରେ ଲୋକେ ଭଲ ଦି ପଇସା ଲାଭ କରିବାକୁ ଚାହୁଁଛନ୍ତି। ଏବେ ଏହି କାରଣରୁ ବ୍ୟାଙ୍କରେ ଜମା କମିଲାଣି, ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଲାଣି। ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସଂସଦକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।
ଏହା ସରକାରଙ୍କ ପାଇଁ ମଧ୍ୟ କ୍ଷତି ପହଞ୍ଚାଇପାରେ ବୋଲି ମନ୍ତ୍ରଣାଳୟ ଚେତାବନୀ ଦେଇଛି। ଯେତେବେଳେ ବଜାରରେ ଉତ୍ଥାନ-ପତନ ହୁଏ କିମ୍ବା ନିବେଶ ବିଷୟରେ ଭଲ ବୁଝାମଣା ନ ଥାଏ, ସେତେବେଳେ ଏହି ବିପଦ ବୃଦ୍ଧି ପାଏ। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଜମା ହ୍ରାସ ଯୋଗୁଁ ଆଗାମୀ ଦିନରେ ବ୍ୟାଙ୍କଗୁଡ଼ିକ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସେମାନଙ୍କୁ ଟଙ୍କା ଯୋଗାଡ଼ କରିବାରେ ସମସ୍ୟା ସଅଷ୍ଟି ହୋଇପାରେ। ଏଭଳି ସମୟରେ ଏକ ସଂସଦୀୟ କମିଟି ସରକାରଙ୍କୁ ବ୍ୟାଙ୍କଗୁଡ଼ିକୁ ସାହାଯ୍ୟ କରିବାକୁ ପରାମର୍ଶ ଦେଇଛି। ଲୋକଙ୍କ ମଧ୍ୟରେ ଏ ନେଇ ସଚେତନତା ବ୍ୟାପକ କରାଯାଉ ଯାହାଦ୍ଵାରା ସେମାନେ ସତର୍କତାର ସହ ବିଚାର କରି ଏ ସମ୍ପର୍କରେ ନିବେଶ ନିଷ୍ପତ୍ତି ନେଇପାରିବେ। ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ସଂସଦର ସ୍ଥାୟୀ କମିଟିକୁ ଏହି ସୂଚନା ଦେଇଛି। ଅନୁଦାନ ଦାବି ଉପରେ ଏହି ସୂଚନା ଦିଆଯାଇଥିଲା। ବିଭାଗ କହିଛି ଯେ ଲୋକମାନେ ବ୍ୟାଙ୍କରୁ ଟଙ୍କା ଉଠାଇ ବଜାରରେ ନିବେଶ କରୁଛନ୍ତି। ସେମାନେ ଭାବନ୍ତି ଯେ ବଜାରରେ ଅଧିକ ଲାଭ ଅଛି। କିନ୍ତୁ, ଏହା ସେମାନଙ୍କୁ ବିପଦରେ ମଧ୍ୟ ପକାଇପାରେ। ଯଦି ବଜାର ତଳମୁହାଁ ହୁଏ ତେବେ ତେବେ ସେମାନଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ବିଭାଗ ଏହା ମଧ୍ୟ କହିଛି ଯେ ବ୍ୟାଙ୍କଗୁଡ଼ିକରେ ଜମା ହ୍ରାସ ବ୍ୟାଙ୍କଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଏଥିଯୋଗୁ ବ୍ୟାଙ୍କଗୁଡ଼ିକ ପୁଞ୍ଜି ସଂଗ୍ରହ କରିବାରେ ଅସୁବିଧାର ସମ୍ମୁଖୀନ ହେବେ। ସେମାନେ ଶସ୍ତାରେ ଟଙ୍କା ପାଇବେ ନାହିଁ। ଏହି କାରଣରୁ ବ୍ୟାଙ୍କଗୁଡ଼ିକୁ ଅଧିକ ସୁଧ ଦେବାକୁ ପଡିବ।
ସଂସଦୀୟ କମିଟି ଏହି ବିଷୟରେ ଏକ ରିପୋର୍ଟ ଦାଖଲ କରିଛି। କମିଟି ସରକାରଙ୍କୁ କିଛି ପରାମର୍ଶ ଦେଇଛି। କମିଟି କହିଛି ଯେ ସରକାର ବ୍ୟାଙ୍କଗୁଡ଼ିକୁ ସାହାଯ୍ୟ କରିବା ଉଚିତ। ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ନେବା ଉଚିତ। ବିଶେଷକରି ସେହି ଅଞ୍ଚଳଗୁଡ଼ିକରେ ଯେଉଁଠାରେ ବ୍ୟାଙ୍କ ସେବା କମ୍ ଅଛି।
ନୂଆଦିଲ୍ଲୀ : ଭବିଷ୍ୟତରେ ଋଣ ଏବଂ ନୂତନ କ୍ରେଡିଟ୍ କାର୍ଡ ପାଇବା ପାଇଁ ଆମେ ଉଚ୍ଚ ସିବିଲ୍‌ ସ୍କୋର ବଜାୟ ରଖିବାକୁ ଚେଷ୍ଟା କରୁ। ଏଥିପାଇଁ, ଆମେ ନିଶ୍ଚିତ କରୁ ଯେ ଋଣ ଏବଂ କ୍ରେଡିଟ୍ କାର୍ଡ ପେମେଣ୍ଟ ସମୟ ମଧ୍ୟରେ କରାଯିବ। ଏହା ସତ୍ତ୍ୱେ, ଅନେକ ସମୟରେ ସିବିଲ୍‌ ସ୍କୋର ହ୍ରାସ ପାଏ। ଆର୍ଥିକ କ୍ଷେତ୍ରର ବିଶେଷଜ୍ଞମାନେ କୁହନ୍ତି ଯେ ସମୟସୀମା ଅନୁସାରେ ପେମେଣ୍ଟ କରିବା ସହିତ, କ୍ରେଡିଟ୍ କାର୍ଡ ଧାରକଙ୍କୁ ଏହା ମଧ୍ୟ ମନେ ରଖିବା ଉଚିତ ଯେ ସେ ତାଙ୍କ କାର୍ଡ ସୀମାର କେବଳ ୩୦% ବ୍ୟବହାର କରିବା ଉଚିତ। ଯଦି କାର୍ଡ ସୀମା ବ୍ୟବହାର ୭୦% ଅତିକ୍ରମ କରେ ତେବେ କ୍ରେଡିଟ୍ ସ୍କୋର ହ୍ରାସ ପାଇପାରେ।
କମ୍ କ୍ରେଡିଟ୍ ସୀମାର ଅସୁବିଧା
ବାରମ୍ବାର କ୍ରେଡିଟ୍‌ ସୀମା ଅତିକ୍ରମ ହେଲେ, ବ୍ୟାଙ୍କ ଆପଣଙ୍କୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବୋଲି ବିବେଚନା କରିବ। ଏଭଳି ସ୍ଥିତିରେ ଋଣ କିମ୍ବା ନୂତନ କାର୍ଡ ପାଇଁ ଆବେଦନ ପ୍ରତ୍ୟାଖ୍ୟାନ ହୋଇପାରେ। ସିବିଲ୍‌ ସ୍କୋର ହ୍ରାସ ପାଇବା ଯୋଗୁଁ, ଭବିଷ୍ୟତରେ ଋଣ ପାଇବା କଷ୍ଟକର ହେବ। ଏକ ନକାରାତ୍ମକ ରେକର୍ଡର ପ୍ରଭାବ ୭ବର୍ଷ ପର୍ଯ୍ୟନ୍ତ ରହିପାରେ। ଯଦିଓ ଆପଣ ବର୍ତ୍ତମାନ ସମସ୍ତ ଦେୟ ସମୟ ମଧ୍ୟରେ ପଇଠ କରୁଛନ୍ତି। କିନ୍ତୁ ଯଦି ପୁରୁଣା ରେକର୍ଡ ଭଲ ନାହିଁ ତେବେ ଏହାର ପ୍ରଭାବ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ୭ବର୍ଷ ପର୍ଯ୍ୟନ୍ତ ଦେଖାଯାଇପାରେ।
ସିବିଲ୍‌ ସ୍କୋର କିପରି ଯାଞ୍ଚ କରିବେ
ସିବିଲ୍‌ ସ୍କୋର ସରକାରୀ ୱେବସାଇଟ୍ www.cibil.com ରେ ମାଗଣାରେ ଯାଞ୍ଚ କରିବେହ। କିନ୍ତୁ, ଏହି ସୁବିଧା ବର୍ଷକୁ କେବଳ ଥରେ ଉପଲବ୍ଧ। ସିବିଲ୍‌ ୱେବସାଇଟ୍‌ରୁ ସିବିଲ୍‌ ସ୍କୋରକୁ ଏକାଧିକ ଥର ଯାଞ୍ଚ କରିବାକୁ ହେଲେ, ୫୫୦ ଟଙ୍କାର ମାସିକ ସବସ୍କ୍ରିପସନ୍ ପ୍ଲାନ୍ ନେବାକୁ ପଡିବ।
କ୍ରେଡିଟ୍ ସ୍କୋର ପରିଚାଳନାର ୪ ଗୁରୁତ୍ୱପୂର୍ଣ୍ଣ ଉପାୟ
• କାର୍ଡ ସୀମାର କେବଳ ୩୦% ବ୍ୟବହାର। ଖର୍ଚ୍ଚକୁ ସର୍ବଦା ସୀମାର ୩୦% ପର୍ଯ୍ୟନ୍ତ ରଖନ୍ତୁ। ଉଦାହରଣ ସ୍ୱରୂପ, ୧ ଲକ୍ଷ ଟଙ୍କା ସୀମାରେ କେବଳ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରନ୍ତୁ।
• ଯଦି ଆପଣଙ୍କର ଆୟ ସ୍ଥିର ଅଛି ଏବଂ ପେମେଣ୍ଟ ଇତିହାସ ଭଲ ଅଛି, ତେବେ ସୀମା ବୃଦ୍ଧି କରିବାକୁ ବ୍ୟାଙ୍କକୁ ଅନୁରୋଧ କରନ୍ତୁ।
• ଯଦି ଆପଣଙ୍କର ଏକରୁ ଅଧିକ କ୍ରେଡିଟ୍ କାର୍ଡ ଅଛି, ତେବେ ନିୟମିତ ବିଲ୍ ଗୁଡ଼ିକୁ ୨-୩ଟି କାର୍ଡ ମଧ୍ୟରେ ବାଣ୍ଟନ୍ତୁ। ଏହା ଗୋଟିଏ କାର୍ଡର ବ୍ୟବହାର ଅନୁପାତ ବୃଦ୍ଧି କରିବ ନାହିଁ।
• ଆପଣଙ୍କ ଖର୍ଚ୍ଚ ୩୦% ରୁ ଅଧିକ ହେଲେ ଆଲର୍ଟ ପାଇବା ପାଇଁ ଆପଣଙ୍କ କାର୍ଡର ମୋବାଇଲ୍ ଆପ୍ କିମ୍ବା ଏସ୍‌ଏମ୍‌ଏସ୍‌ ଆଲର୍ଟ ସେଟ୍ କରନ୍ତୁ।