passes-away - The Sakala
ପୂର୍ବତନ ଉପବାଚସ୍ପତି ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ଖଣ୍ଡପଡ଼ାର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କର ପରଲୋକ ଘଟିଛି। ସେ ଦୀର୍ଘ ଅସୁସ୍ଥତା ଯୋଗୁ ୭୦ ବର୍ଷ ବୟସରେ ଦେହାନ୍ତ ଘଟିଛି। ସେ ହୃଦରୋଗରେ ପୀଡିତ ଥିଲେ ଏବଂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।
ଖବର ଅନୁଯାୟୀ, ସେ ଖଣ୍ଡପଡ଼ା ଗଡ଼ର ରାଜା ଥିଲେ। ସେ ୧୯୮୦, ୧୯୮୫ ଏବଂ ୧୯୯୫ ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବିଧାନସଭା ସଦସ୍ୟ (ବିଧାୟକ) ଭାବରେ କାର୍ଯ୍ୟ କରିଥିଲେ। ସେ ଓଡ଼ିଶାରେ କ୍ୟାବିନେଟ୍ ମନ୍ତ୍ରୀ ଏବଂ ବିଧାନସଭାର ଉପବାଚସ୍ପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଓଡ଼ିଶାର କଂଗ୍ରେସ ଦଳର ଜଣେ ପ୍ରବୀଣ ନେତା ଥିଲେ।
ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ‌ଲେଖିଛନ୍ତି, ଓଡ଼ିଶା ସରକାରରେ ପୂର୍ବତନ ମନ୍ତ୍ରୀ ତଥା ବିଧାନସଭାର ପୂର୍ବତନ ଉପବାଚସ୍ପତି  ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ।  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ୭୯ ବର୍ଷ ବୟସରେ ପରଲୋକ ଘଟିଛି। ସେ ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
୧୯୪୬ ଜୁଲାଇ ୨୪ରେ ଉତ୍ତରପ୍ରଦେଶର ବାଗପତରେ ଜନ୍ମଗ୍ରହଣ କରିଥିବା ସେ ୨୦୧୮-୨୦୧୯ ମସିହାରେ ଜମ୍ମୁ-କାଶ୍ମୀର, ୨୦୧୯-୨୦୨୦ରେ ଗୋଆ ଏବଂ ୨୦୨୦-୨୦୨୨ ପର୍ଯ୍ୟନ୍ତ ମେଘାଳୟର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଜମ୍ମୁ-କାଶ୍ମୀର ରାଜ୍ୟପାଳ କାର୍ଯ୍ୟକାଳରେ ଅନୁଚ୍ଛେଦ ୩୭୦ ରଦ୍ଦ ହୋଇଥିଲା। ଏହା ସହ ସେ ୨୦୧୯ ପୁଲଓ୍ଵାମା ଆକ୍ରମଣ ସମୟରେ ଗୁଇନ୍ଦା ବିଫଳତା ଓ ସୁରକ୍ଷା ତ୍ରୁଟି ନେଇ ଗମ୍ଭୀର ଅଭିଯୋଗ ଉଠାଇଥିଲେ।
ପରଲୋକରେ ଭେଟେରାନ ଅଭିନେତା ମନୋଜ କୁମାର, ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
ମୁମ୍ବାଇ: ଆଉ ନାହାନ୍ତି ଭେଟେରାନ ଅଭିନେତା ମନୋଜ କୁମାର । ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବଲିଉଡର ବରିଷ୍ଠ ଅଭିନେତା ମନୋଜ କୁମାରଙ୍କ ପରଲୋକ ହୋଇଛି । ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଆଖି ବୁଜିଛନ୍ତି ଏହି ବର୍ଷିଆନ୍ କଳାକାର। ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ମନୋଜ । ‘ମେରେ ଦେଶ କି ଧରତି’ ସଙ୍ଗୀତ ପାଇଁ ସେ ବେଶ ଜଣାଶୁଣା ଥିଲେ । ୧୯୯୨ରେ ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଥିଲେ । ସମଗ୍ର ଦେଶରେ ଦେଶାତ୍ମବୋଧକ ଫିଲ୍ମ ପାଇଁ ଭାରତ କୁମାର ନାଁରେ ତାଙ୍କର ଅଧିକ ପରିଚିତି ରହିଥିଲା। ଖାସ୍ କରି, ସେ କ୍ରାନ୍ତି ଏବଂ ଉପକାର ଭଳି ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ଥିଲେ । ମନୋଜଙ୍କ ମୃତ୍ୟୁ ଖବର ପାଇବା ପରେ ଶୋକର ଛାୟା ଖେଳିଯାଇଛି ।
୧୯୫୭ ମସିହାରେ ଫ୍ୟାସନ୍ ଫିଲ୍ମରୁ ଡେବ୍ୟୁ କରିଥିଲେ ମନୋଜ। ପରେ ପରେ ଷାଠିଏ ଓ ୭୦ ଦଶକରେ ଦେଇଥିଲେ ବହୁ ସୁପରହିଟ୍ ଫିଲ୍ମ। ଉପକାର ଫିଲ୍ମ ପାଇଁ ୧୯୬୭ ମସିହାରେ ତାଙ୍କୁ ଜାତୀୟ ଚଳଚିତ୍ର ପୁରସ୍କାର ମିଳିଥିଲା। ୧୯୬୪ରୁ ୧୯୮୦ ଥିଲା ମନୋଜ କୁମାରଙ୍କ ଏରା। ୧୯୮୧ର କ୍ରାନ୍ତି ଥିଲା ଭାରତୀୟ ସିନେମା ଜଗତର ଅନ୍ୟଏକ ମାଇଲଖୁଣ୍ଟ।
ସହୀଦ, ସୋର, ରୋଟି କପଡା ଔର ମକାନ, ପୁରବ ଔର ପଶ୍ଚିମ, ମେରା ନାମ ଜୋକର, ଦଶ ନମ୍ବରୀ, ସହିତ ଶହେରୁ ଅଧିକ ଫିଲ୍ମରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା। ଦେବାନନ୍ଦ, ରାଜ କାପୁର, ଦିଲ୍ଲୀପ କୁମାର, ରାଜେଶ ଖାନ୍ନା ପ୍ରମୁଖଙ୍କ ସମସାମୟିକ ଥିଲେ ମନୋଜ କୁମାର। ୧୯୯୨ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ୧୯୯୯ରେ ଜୀବନ ବ୍ୟାପୀ ସାଧନା ପାଇଁ ଲାଇଫ୍ ଟାଇମ୍ ସମ୍ମାନ ହାସଲ କରିଥିଲେ। ୨୦୧୫ରେ ଫିଲ୍ମ ଜଗତର ଶ୍ରେଷ୍ଠ ସମ୍ମାନ, ଦାଦା ସାହେବ ଫାଲକେରେ ସମ୍ମାନୀତ ହୋଇଥିଲେ ମନୋଜ କୁମାର। ସେ ମୋଟ୍ ୭ ଥର ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି। ୧୯୩୭ ମସିହାରେ ବର୍ତ୍ତମାନର ପାକିସ୍ତାନର ଖାଇବର ଫଖତୁନଖାୱାରା ଜଣେ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ମନୋଜ। ତାଙ୍କର ପିଲାଦିନର ନାଁ ଥିଲା ହରିକ୍ରିଷ୍ଣା ଗୋସ୍ବାମୀ।
ଭୁବନେଶ୍ବର: ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ । ୯୧ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କଲେ କବି ରମାକାନ୍ତ । ଭୁବନେଶ୍ୱର ଖାରବେଳନଗର ସ୍ଥିତ ବାସଭବନରେ କବି ରମାକାନ୍ତଙ୍କ ରଥଙ୍କ ପରଲୋକ ହୋଇଛି । ସେ ଥିଲେ ଆଧୁନିକ କାବ୍ୟର ଅନ୍ୟତମ ସ୍ରଷ୍ଟା । ‘ଶ୍ରୀରାଧା’ କବି ଭାବେ ସେ ପରିଚିତ ଥିଲେ । ‘ସପ୍ତମ ଋତୁ’ ପାଇଁ କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇଥିଲେ ସେ । ‘ସଚିତ୍ର ଅନ୍ଧାର’ ପାଇଁ ଶାରଳା ପୁରସ୍କାରରେ ସମ୍ମାନୀତ ହୋଇଥିଲେ କବି ରମାକାନ୍ତ ।
୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ରମାକାନ୍ତ ରଥ । ସେ ଥିଲେ ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି । ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବା ଯୋଗଦେଇଥିଲେ । ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଥିଲେ । ଏହି ସମୟରେ ତାଙ୍କର କେତେ ଦିନର , ସନ୍ଦିଗ୍ଧ ମୃଗୟା , ସପ୍ତମ ରତୁ , ସଚିତ୍ର ଅନ୍ଧାର , ଶ୍ରୀରାଧା ଏବଂ ଶ୍ରେଷ୍ଠ କବିତା ନାମରେ ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାରେ ଶ୍ରୀରାଧା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ୨୦୦୬ ମସିହାରେ ପଦ୍ମଶ୍ମୀ ଉପାଧି ପାଇଥିଲେ ରମାକାନ୍ତ ରଥ । ୨୦୧୮ରେ ଅତିବଡି ଜଗନ୍ନାଥ ଦାସ ସମ୍ମାନ ପାଇଥିଲେ ।
ଶଙ୍ଖ ଭବନରେ ଅନନ୍ତ ଦାସଙ୍କ ମର ଶରୀର; ଶ୍ରଦ୍ଧାଞ୍ଜଳି ଦେଲେ ନବୀନ ପଟ୍ଟନାୟକ ଓ ବିଜେଡି ନେତା
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ଆଜି ପରଲୋକ ଘଟିଛି । ରବିବାର ଭୋର ୩ଟା ୩୦ ସମୟରେ ଭୂବନେଶ୍ବର ସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଶଙ୍ଖ ଭବନରେ ସ୍ବର୍ଗତ ଦାସଙ୍କ ପାର୍ଥୀବ ଶରୀର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାସହ ବିଜେଡି ନେତା ଓ କର୍ମୀ ମଧ୍ୟ ସ୍ବର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ଏହାପୂର୍ବରୁ ଅନନ୍ତଙ୍କ ଦେହାନ୍ତ ଖବର ଶୁଣିବା ପରେ ନବୀନ ଶୋକ ପ୍ରକାଶ କରିଥିଲେ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଏହାସହ ସ୍ବର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।
ସୂଚନାଯୋଗ୍ୟ, ଭୋଗରାଇର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସ ୨୦୦୪ ମସିହାରୁ ପ୍ରଶାସନିକ ସେବାରୁ ରାଜନୀତିକୁ ଆସିଥିଲେ । ୨୦୦୪ ମସିହାରୁ ଲଗାତାର ୪ଥର ବିଜେଡି ଦଳରୁ ଭୋଗରାଇର ବିଧାୟକ ହୋଇଥିଲେ । ୨୦୦୪ ରୁ ୨୦୦୯ରେ ପ୍ରଥମେ ବିଧାୟକ । ୨୦୦୯ରୁ ୨୦୧୪ ବିଧାନସଭାର ମୁଖ୍ୟ ସଚେତକ । ୨୦୧୪ରୁ ୨୦୧୯ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ୨୦୧୯ରୁ ୨୦୨୪ରେ ଜିଲ୍ଲା ଯୋଜନା ବୋଡ଼ର ଅଧ୍ୟକ୍ଷ ଥିଲେ ।
ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ନବୀନଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ନବୀନ କହିଛନ୍ତି ଯେ ସ୍ବର୍ଗତ ଦାସ ଜଣେ ଦକ୍ଷ ସଂଗଠକ, ଅଭିଜ୍ଞ ପ୍ରଶାସକ ଥିଲେ ଓ ଲୋକପ୍ରିୟ ରାଜନେତା ଥିଲେ । ଓଡିଶା ସରକାରଙ୍କ ମନ୍ତ୍ରୀ ଭାବରେ ସେ ଶିଳ୍ପ, ଉଚ୍ଚଶିକ୍ଷା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରି ରାଜ୍ୟର ବିକାଶରେ ଉଲ୍ଲେଖନୀୟ ଯୋଗଦାନ ରଖି ଯାଇଛନ୍ତି । ବିଜୁ ଜନତା ଦଳ ବାଲେଶ୍ୱର ଜିଲ୍ଲା ସଭାପତି ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟ ଜଣେ ଅଭିଜ୍ଞ ରାଜନେତାଙ୍କୁ ହରାଇଲା ଏବଂ ବିଜୁ ଜନତା ଦଳ ଜଣେ ନିଷ୍ଠାପର ସଂଗଠକକୁ ହରାଇଲା ବୋଲି ନବୀନ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ନବୀନ ।
ସୂଚନାଯୋଗ୍ୟ, ଭୋଗରାଇର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସ ୨୦୦୪ ମସିହାରୁ ପ୍ରଶାସନିକ ସେବାରୁ ରାଜନୀତିକୁ ଆସିଥିଲେ । ୨୦୦୪ ମସିହାରୁ ଲଗାତାର ୪ଥର ବିଜେଡି ଦଳରୁ ଭୋଗରାଇର ବିଧାୟକ ହୋଇଥିଲେ । ୨୦୦୪ ରୁ ୨୦୦୯ରେ ପ୍ରଥମେ ବିଧାୟକ । ୨୦୦୯ରୁ ୨୦୧୪ ବିଧାନସଭାର ମୁଖ୍ୟ ସଚେତକ । ୨୦୧୪ରୁ ୨୦୧୯ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ୨୦୧୯ରୁ ୨୦୨୪ରେ ଜିଲ୍ଲା ଯୋଜନା ବୋଡ଼ର ଅଧ୍ୟକ୍ଷ ଥିଲେ ।
ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ
ଭୁବନେଶ୍ବର: ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ । ରବିବାର ଭୋର ୩ଟା ୩୦ ସମୟରେ ଭୂବନେଶ୍ବର ସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉ ଥିଲେ। ତାଙ୍କ ପୁଅ ବିଶ୍ବଜିତ୍ ଦାସ ବିୟୋଗ ଖବର ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତାଙ୍କ ବିୟୋଗ ଖବରରେ ରାଜନୈତକ ମହଲରେ ଶୋକର ଛାୟା ଖେଳିଯାଇଛି ।
ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର ୪ଥର ବିଧାୟକ ଥିଲେ ଅନନ୍ତ । ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ୪ଥର ବିଜେଡିରୁ ବିଧାୟକ ଥିଲେ । ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଅନନ୍ତ ଦାସ ଉଚ୍ଚ ଶିକ୍ଷା ଏବଂ ଶିଳ୍ପ ମନ୍ତ୍ରୀ ଥିଲେ । ୧୯୪୦ ମସିହା ଅଗଷ୍ଟ ୨୮ରେ ଭୋଗରାଇ ବ୍ଲକ ଅନ୍ତର୍ଗତ ବାଲିମ ପଞ୍ଚାୟତ କୁରୁଟିଆ ଗାଁରେ ଜନ୍ମଗ୍ରହଣ କରିଥିଲେ ଅନନ୍ତ ଦାସ । ଏମଏ ଏଲଏଲବି କରିବା ପରେ ସରକାରୀ ଚାକିରି କରିଥିଲେ । ଚାକିରି ଜୀବନରେ ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଥିଲେ ।
ଏହା ସହ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ଜଣେ ଦକ୍ଷ ସଂଗଠକ ସହ ବାଲେଶ୍ବର ଜିଲ୍ଲା ବିଜେଡିରେ ଜଣେ ଟାଣୁଆ ନେତା ଥିଲେ ଅନନ୍ତ । ଅନେକ ସମୟରେ ସେ ଦଳ ପାଇଁ ସଂଗଠନ ଦାୟିତ୍ବ ତୁଲାଇ ସଫଳ ହୋଇଛନ୍ତି । ବାଲେଶ୍ବରରେ ବିଜେଡିକୁ ଶକ୍ତିଶାଳୀ କରିବାରେ ତାଙ୍କର ବେଶ ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା ।
ପରଲୋକରେ ପୂର୍ବତନ ବିଜେଡି ବିଧାୟକ ବିଜୟ ମହାନ୍ତି
ଭୁବନେଶ୍ୱର: ପୂର୍ବତନ ବିଜେଡି ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ। ୬୦ ବର୍ଷ ବୟସରେ ବିଜୟ ମହାନ୍ତିଙ୍କ ଦେହାନ୍ତ ହୋଇଛି । କିଛି ଦିନ ପୂର୍ବରୁ ତାଙ୍କୁ ହୃଦଘାତ ହୋଇଥିଲା । ସେବେଠୁ ସେ ଅସୁସ୍ଥ ରହିଆସୁଥିଲେ । ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ହସ୍ପିଟାଲରେ ପହଞ୍ଚିବାବେଳେକୁ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ସୂଚନା ରହିଛି । ବିଜେଡି ଟିକେଟ୍‌ରେ ଦୁଇଥର ବିଧାୟକ ନିର୍ବାଚିତ ହୋଇଥିଲେ ବିଜୟ ମହାନ୍ତି । ଭୁବନେଶ୍ବର (ମଧ୍ୟ)ରୁ ୨୦୦୯ ଓ ୨୦୧୪ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ବିଜୟ ।
ସୂଚନାଯୋଗ୍ୟ, ବିଜୟ ଗେଷ୍ଟ ହାଉସରେ ଥିଲେ । ହଠାତ କିଛି ରେସପନ୍ସ ନକରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଜୟ ମହାନ୍ତିଙ୍କ ଶେଷ ଦର୍ଶନ କରିବାକୁ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି ବିଜେଡି ଏବଂ ବିଜେପି ବିଧାୟକ।
ବିଜୟ ସବୁବେଳେ ଗରିବ ଲୋକଙ୍କ ସହ ଥିଲେ । ସର୍ବଦା ଗରିବଙ୍କ ଲାଗି ସହାୟତାର ହାତ ବଢ଼ାଉଥିଲେ । ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ନେଉଥିଲେ ପ୍ରମୁଖ ଭୂମିକା । ୧୯୮୨ରେ ଥିଲେ ଭୁବନେଶ୍ବର ଛାତ୍ର ଜନତା ଦଳର ସମ୍ପାଦକ । ୧୯୮୮ରୁ ୧୯୯୨ ପର୍ଯ୍ୟନ୍ତ ଥିଲେ ଭୁବନେଶ୍ବର ବିଜେଡି ସଭାପତି । ସେହିପରି ୧୯୯୨ରୁ ୧୯୯୮ ପର୍ଯ୍ୟନ୍ତ ଥିଲେ ବିଜେଡି ରାଜ୍ଯ ସମ୍ପାଦକ । ୧୯୯୮ରୁ ୨୦୦୦ ଥିଲେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ । ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଥିଲେ ଓଡିଶା ଯୁବ ପରିଷଦର ସଭାପତି । ଏହାସହ ବିଧାୟକ ଥିବା ବେଳେ ବିଭିନ୍ନ କମିଟିର ସଦସ୍ଯ ଥିଲେ ।
ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ
ଗଞ୍ଜାମ: ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ । ଗଞ୍ଜାମ ଜିଲ୍ଲା ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ଅସୁସ୍ଥତା ହେତୁ ସେ ଭୁବ‌ନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ରାଜନୀତିରେ ଶୋକରଛାୟା ଖେଳିଯାଇଛି ।
୧୯୭୯ରେ ରାଜନୀତିରେ ପ୍ରବେଶ କରିଥିଲେ ନିରଞ୍ଜନ । ୧୯୮୦ରେ ଘୋଡ଼ାପଲାଣରୁ ସରପଞ୍ଚ ଭାବେ ଲଢି ବିଜୟୀ ହୋଇଥିଲେ । ଏହାପରେ ୧୯୯୦ରୁ ୧୯୯୩ ମଧ୍ୟରେ ସେ ପୋଲସରା ବ୍ଲକ ଅଧ୍ୟକ୍ଷ ରହିଥିଲେ । ୧୯୯୫ ରେ କୋଦାଳ ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଲଢି ପରାଜିତ ହୋଇଥିଲେ । ଏହାପରେ ବିଜେଡି ଟିକେଟରେ ୨୦୦୪ ଓ ୨୦୦୯ରେ ବିଧାୟକ ହୋଇଥିଲେ ନିରଞ୍ଜନ । ୨୦୧୯ରେ ନିରଞ୍ଜନ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ।
ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ. ନଟୱର ସିଂଙ୍କ ପରଲୋକ
ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ. ନଟୱର ସିଂହ । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ କିଛି ଦିନ ହେଲା ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ତେବେ ଶନିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି ।
ନଟୱର ସିଂହ ରାଜସ୍ଥାନ ଭରତପୁରର ବାସିନ୍ଦା । ନଟୱର ସିଂ ଜଣେ ପ୍ରବୀଣ କୂଟନୀତିଜ୍ଞ ଓ ରାଜନେତା ଥିଲେ । ୟୁପିଏ ଅମଳରେ ମନମୋହନ ସିଂଙ୍କ ସରକାରରେ ସେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୫୩ରେ ସେ ଭାରତୀୟ ସେବାରେ ଯୋଗଦେଇଥିଲେ। ୧୯୮୨ରୁ ୮୪ ଯାଏଁ ପାକିସ୍ତାନରେ ଭାରତର ହାଇକମିଶନର ଭାବେ କାର୍ଯ୍ୟ କରିଥିଲେ ନଟୱର ସିଂ। ତେବେ ୧୯୮୪ରେ ସେ ଏଥରୁ ସ୍ବେଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ। ସେହି ବର୍ଷ ସେ କଂଗ୍ରେସ ଟିକେଟରେ ରାଜସ୍ଥାନର ଭରତପୁର ଆସନରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧିଙ୍କ ସରକାରରେ ସେ ମନ୍ତ୍ରୀ ହୋଇଥିଲେ। ସେ ଇସ୍ପାତ, କୋଇଲା, ଖଣି ଓ କୃଷି ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୮୬ରେ ତାଙ୍କୁ ବୈଦେଶିକ ବ୍ୟାପର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ଜଣେ ଭଲ ଲେଖକ ଭାବେ ମଧ୍ୟ ତାଙ୍କର ପରିଚୟ ରହିଛି। ତାଙ୍କର ଆତ୍ମଜୀବନୀ ‘ୱାନ ଲାଇଫ ଇଜ୍ ନଟ୍ ଏନଫ’ ୨୦୧୪ରେ ପ୍ରକାଶିତ ହୋଇଥିଲା।
ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେଲା ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ
ଜୟପୁର: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେଲା ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ । ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କମଳା ପୂଜାରୀଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ପଞ୍ଚଭୂତରେ ଲୀନ ହୋଇଛି କମଳାଙ୍କ ପାର୍ଥୀବ ଶରୀର । ଜୟପୁର ମେଡିକାଲରୁ ତାଙ୍କ ପାର୍ଥୀବ ଶରୀରକୁ ଶୋଭାଯାତ୍ରାରେ ପାତ୍ରପୁଟକୁ ନିଆଯାଇଥିଲା । ଗାଁ ମଶାଣୀରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ଗତକାଲି କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହେଇଥିଲା । କୋରାପୁଟ ଜିଲ୍ଲା ପାଇଁ ଗୌରବ ଆଣିଥିଲେ କମଳା ପୂଜାରୀ । ପ୍ରଥମ ଆଦିବାସୀ ମହିଳା ଭାବେ କୋରାପୁଟ ଜିଲ୍ଲାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ପୁରୁଣା ଧାନ ବିହନକୁ ବିଭିନ୍ନ ଉପାୟରେ ସାଇତି ରଖିବା ପାଇଁ ୨୦୧୯ ମାର୍ଚ୍ଚ ୧୬ ତାରିଖରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ପ୍ରାୟ ୧୦୦ରୁ ଅଧିକ ଦେଶୀ ବିହନ ସଂରକ୍ଷଣ କରି ଜାତୀୟ ସ୍ତରରେ ଚର୍ଚ୍ଚା ସୃଷ୍ଟି କରିଥିଲେ । ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ଉପାଧି ଗ୍ରହଣ କାରି କୋରାପୁଟ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିଲେ ।
ପ୍ରଖ୍ୟାତ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ
ଭୁବନେଶ୍ବର: ପ୍ରଖ୍ୟାତ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସେ ନିଜ ପୈତୃକ ଘର ବୈଦରାଜ ସାହିରେ ସେ ଶେଷ ନିଶ୍ବ।ସ ତ୍ୟାଗ କରିଛନ୍ତି।
ସୂଚନା ଅନୁଯାୟୀ,  କେନ୍ଦୁଝର ସହରର ବୈଦ୍ୟରାଜ ସାହିରେ ୧୯୩୭ ମସିହା ଫେବ୍ରୁ ଆରି ୧୨ ତାରିଖରେ ଶ୍ରୀ କୁଅଁର ଜନ୍ମଗ୍ରହଣ କରିଥିଲେ। ସେ ୧୫ ବର୍ଷ ବୟସରୁ ଗୁରୁ ମକରଧ୍ବଜ ବେହେରାଙ୍କ ଠାରୁ କଣ୍ଢେଇ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ। ରାବଣବଦ୍ଧ, ତ୍ରିପୁରାସୁରବଦ୍ଧ, ଚନ୍ଦ୍ରହାସ୍ୟ ଖଡ୍‌ଗ, ମନ୍ଦୋଦରୀ ବିବାହ, ଚାର୍ଲସ ଶୋଭରାଜ, ବୀରସୁରେନ୍ଦ୍ର ସାଏ, ସହିଦ ଲକ୍ଷ୍ମଣ ନାୟକ, ଶ୍ରୀ ଗଣେଶ, ସତୀ ତୁଳସୀ ପରିବ ୪୫ଟି ବିଷୟବସ୍ତୁକୁ ନେଇ ସେ କଣ୍ଢେଇ ନୃତ୍ୟ ପରିବେଷଣ କରିଛନ୍ତି।
ଏଥିପାଇଁ ତାଙ୍କୁ ୨୦୦୪ରେ କେନ୍ଦ୍ର ସଂଗୀତ ନାଟକ ଏକାଡେମି ପୁରସ୍କାର ମିଳିଥିଲା। ଏହାବାଦ୍‌ ସେ ୨୦୧୪ରେ ରାଜ୍ୟ ସଂଗୀତ ନାଟକ ଏକାଡେମି ସମ୍ମାନ ସମେତ ଦେଶର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି। କଣ୍ଢେଇ ନୃତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମାଗୁଣି କୁଅଁର। ସେଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଗୁଣି କୁଅଁରଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଥିଲେ।