Ayurveda tips - The Sakala
କେବଳ ପୂଜା ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବରଦାନ ‘ବେଲ ପତ୍ର’; ଜାଣନ୍ତୁ ବ୍ୟବହାର କରିବାର ୫ଟି ଉପାୟ
ମହାଶିବରାତ୍ରିରେ ଭଗବାନ ଶିବଙ୍କ ପୂଜାରେ ବେଲ ପତ୍ରର ବିଶେଷ ମହତ୍ତ୍ୱ ରହିଛି। କିନ୍ତୁ ଆପଣ ଜାଣନ୍ତି କି, ଏହା କେବଳ ପୂଜା ପାଇଁ ନୁହେଁ ବରଂ ନିଜର ଔଷଧୀୟ ଗୁଣ ପାଇଁ ମଧ୍ୟ ବେଶ୍ ଲାଭଦାୟକ? ଆୟୁର୍ବେଦ ଅନୁଯାୟୀ, ବେଲ ପତ୍ରରେ ଥିବା ପ୍ରାକୃତିକ ଉପାଦାନ ପେଟକୁ ଥଣ୍ଡା ରଖିବା ସହ ହଜମ ଶକ୍ତି ବୃଦ୍ଧି ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ। ଆସନ୍ତୁ ଜାଣିବା ବେଲ ପତ୍ରକୁ ବ୍ୟବହାର କରିବାର ୫ଟି ସ୍ୱାସ୍ଥ୍ୟକର ଉପାୟ।
୧. ବେଲ ପତ୍ରର ହର୍ବାଲ ଚା’ (Detox Tea)
ଅନେକ ଲୋକ ବେଲ ପତ୍ରରେ ପ୍ରସ୍ତୁତ ହର୍ବାଲ ଚା’ ପିଇବାକୁ ପସନ୍ଦ କରନ୍ତି। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ, ଯଦି ପ୍ରତିଦିନ ସକାଳେ ଖାଲି ପେଟରେ ଏହି ଚା’ ପିଆଯାଏ, ତେବେ ଏହା ହଜମ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ୪-୫ଟି ସତେଜ ବେଲ ପତ୍ରକୁ ଗୋଟିଏ ଗ୍ଲାସ ପାଣିରେ ୫-୭ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ। ଏଥିରେ ସ୍ୱାଦ ପାଇଁ ମହୁ କିମ୍ବା ଲେମ୍ବୁ ମିଶାଇ ପାରିବେ। ଏହା ଗ୍ୟାସ, ଅପଚ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।
୨. ବେଲ ପତ୍ର ଚଟଣି
ଶିବରାତ୍ରି ସମୟରେ ବଜାରରେ ପ୍ରଚୁର ପରିମାଣରେ ବେଲ ପତ୍ର ମିଳିଥାଏ। ଆପଣ ଏହାର ସ୍ୱାଦିଷ୍ଟ ଚଟଣି ପ୍ରସ୍ତୁତ କରିପାରିବେ। ଏଥିପାଇଁ ବେଲ ପତ୍ର, ଧନିଆ ପତ୍ର, ପୁଦିନା, ଅଦା, କଞ୍ଚା ଲଙ୍କା, ଲେମ୍ବୁ ରସ ଏବଂ ସୈନ୍ଧବ ଲୁଣ ମିଶାଇ ପେସି ଦିଅନ୍ତୁ। ଏହି ଚଟଣି ଖାଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୁଏ, ଭୋକ ବଢେ ଏବଂ ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ମିଳିଥାଏ।
୩. ଇମ୍ୟୁନିଟି ବଢାଏ ବେଲ ପତ୍ର କାଢ଼ା
ଯଦି ଆପଣଙ୍କର କିମ୍ବା ପରିବାରର କୌଣସି ସଦସ୍ୟଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିଛି, ତେବେ ବେଲ ପତ୍ରର କାଢ଼ା ଏକ ଉତ୍ତମ ବିକଳ୍ପ। ଏଥିରେ ଭିଟାମିନ୍ A, C, B1, B6, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ଭଳି ପୋଷକ ତତ୍ତ୍ୱ ରହିଛି। କାଢ଼ା ପ୍ରସ୍ତୁତ କରିବା ପାଇଁ ବେଲ ପତ୍ର ସହ ତୁଳସୀ, ଗୋଲମରିଚ ଏବଂ ଅଦା ମିଶାଇ ଫୁଟାନ୍ତୁ। ପାଣି ଅଧା ହୋଇଗଲେ ଏହାକୁ ଛାଣି ପିଅନ୍ତୁ। ଏହା ଋତୁ ପରିବର୍ତ୍ତନ ଜନିତ ଥଣ୍ଡା-ଜ୍ୱରରୁ ରକ୍ଷା କରେ।
୪. ବେଲ ପତ୍ର ପାଉଡର
ବେଲ ପତ୍ରକୁ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରି ଆପଣ ଅନେକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିପାରିବେ। ଗରମ ଦିନରେ ଏହାକୁ ଦହି କିମ୍ବା ଘୋଳ ଦହି (Buttermilk) ସହ ମିଶାଇ ଖାଇଲେ ଶରୀର ଥଣ୍ଡା ରୁହେ। ଏହା ଏସିଡିଟି କମ କରିବା ସହ ପେଟ ଜଳାପୋଡ଼ା ଏବଂ ଭାରିପଣ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ।
୫. ଡିଟକ୍ସ ୱାଟର
ଶରୀରରୁ ବିଷାକ୍ତ ପଦାର୍ଥ (Toxins) ବାହାର କରିବା ପାଇଁ ବେଲ ପତ୍ରକୁ ଡିଟକ୍ସ ୱାଟର ଭାବରେ ବ୍ୟବହାର କରାଯାଇପାରେ। ରାତିସାରା ଏକ ବୋତଲ ପାଣିରେ ବେଲ ପତ୍ର ଭିଜାଇ ରଖନ୍ତୁ ଏବଂ ସକାଳେ ଏହି ପାଣିକୁ ପିଅନ୍ତୁ। ଏହା ଶରୀରକୁ ପ୍ରାକୃତିକ ଉପାୟରେ ଥଣ୍ଡା ରଖେ। ତେବେ ଗର୍ଭବତୀ ମହିଳା କିମ୍ବା କୌଣସି ଗମ୍ଭୀର ରୋଗରେ ପୀଡିତ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ନେଇ ଏହା ସେବନ କରିବା ଉଚିତ୍।
ମୁଖଗହ୍ବରର ସ୍ବଚ୍ଛତା କେବଳ ଦାନ୍ତ ଏବଂ ମାଢ଼ିକୁ ସୁସ୍ଥ ରଖେ ତାହା ନୁହେଁ, ଏହା ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୁଏ। ତେଣୁ ସାମଗ୍ରିକ ସ୍ବାସ୍ଥ୍ୟ ପାଇଁ ସମସ୍ୟାମୁକ୍ତ ମୁଖସ୍ବାସ୍ଥ୍ୟ ଅତ୍ୟନ୍ତ ଜରୁରି। କାରଣ ଖରାପ ଦାନ୍ତ ହୃଦ୍‌ରୋଗ ଏବଂ ମଧୁମେହ ଭଳି ଅବସ୍ଥା ସହିତ ଜଡ଼ିତ। ତେଣୁ ଏକ ନିୟମିତ ଦୈନିକ ମୁଖ ନିୟମ ପାଳନ, ସଠିକ୍ ବ୍ରଶ୍‌ କରିବା କୌଶଳ, ଆୟୁର୍ବେଦିକ ସମାଧାନ ଗ୍ରହଣ କରି ଦୀର୍ଘସ୍ଥାୟୀ ଦନ୍ତ ସ୍ୱାସ୍ଥ୍ୟ ନିଶ୍ଚିତ କରାଯାଇପାରିବ ବୋଲି ଦନ୍ତ ବିଶେଷଜ୍ଞ ଡ. ସୋନିଆ ଦତ୍ତା ପରାମର୍ଶ ଦିଅନ୍ତି।
ମୁଖଗହ୍ବର ସ୍ବଚ୍ଛତା ପାଇଁ ଦିନରେ ଦୁଇଥର ଆୟୁର୍ବେଦିକ୍‌ ଟୁଥପେଷ୍ଟ ବ୍ୟବହାର କରିବା ଆବଶ୍ୟକ। ଏହାଦ୍ବାରା ପ୍ଲାକ୍ ଏବଂ ବ୍ୟାକ୍ଟେରିଆ ଦୂର ସହିତ ମାଢ଼ିକୁ ମଜଭୁତ କରେ। ଜୀବାଣୁ ନାଶକ ମାଉଥ୍ ୱାଶ୍ ବ୍ୟବହାର ଆବଶ୍ୟକ। ପୁଦିନା ଏବଂ ଲବଙ୍ଗ ଭଳି ଆୟୁର୍ବେଦିକ୍‌ ଉପାଦାନ ଯୁକ୍ତ ଏକ ମାଉଥୱାଶ୍ ମୁଖ ଗହ୍ୱରର ଜୀବାଣୁକୁ ନିୟନ୍ତ୍ରଣ ସହ ସତେଜ ଶ୍ୱାସ ପ୍ରଦାନ କରିଥାଏ।
ରୁହନ୍ତୁ ହାଇଡ୍ରେଟେଡ୍: ଦିନସାରା ପାଣି ପିଇବା ଏକ ଭଲ ଅଭ୍ୟାସ। ଏହା ଖାଦ୍ୟ କଣିକାକୁ ଧୋଇ ଲାଳ ଉତ୍ପାଦନରେ ସାହାଯ୍ୟ କରୁଥିବାରୁ ପ୍ରାକୃତିକ ଭାବେ ଦାନ୍ତକୁ ସୁରକ୍ଷା ମିଳିଥାଏ। ସେହିପରି ବ୍ରଶ୍‌ କରିବା ଉତ୍ତମ ମୁଖସ୍ୱାସ୍ଥ୍ୟର ମୂଳଦୁଆ। ଏହାକୁ କିନ୍ତୁ ଭୁଲ ଭାବେ କରିବା ଦ୍ବାରା ପ୍ଲାକ୍ (ଜୀବାଣୁ) ଛାଡ଼ିଦେଇପାରେ କିମ୍ବା ମାଢ଼ି ନଷ୍ଟ କରିପାରେ। ତେଣୁ ମସୃଣ ଟୁଥବ୍ରଶ୍ ବ୍ୟବହାର କରିବା ଆବଶ୍ୟକ। ଅତିକମ୍‌ରେ ଦୁଇ ମିନିଟ୍ ପାଇଁ ବ୍ରଶ୍‌ କରିବା, ଜିଭ ସହିତ ସମସ୍ତ ଦାନ୍ତ ପୃଷ୍ଠକୁ ଧୋଇବା ସହ ପ୍ରତି ୨-୩ ମାସରେ ଟୁଥବ୍ରଶ୍ ବଦଳାଇବା ଆବଶ୍ୟକ।
ସନ୍ତୁଳିତ ଖାଦ୍ୟ: ସନ୍ତୁଳିତ ଖାଦ୍ୟ ଦାନ୍ତକୁ ମଜଭୁତ କରୁଥିବାବେଳେ ଆଉ କିଛି ଦନ୍ତ କ୍ଷୟ କରିଥାଏ। ଉଦାହରଣ ସ୍ବରୂପ ଦୁଗ୍ଧ, ଶାଗ, ଏବଂ ଆଲମଣ୍ଡ ଭଳି କ୍ୟାଲସିୟମ୍ ଯୁକ୍ତ ଖାଦ୍ୟ, ସେଓ, ଗାଜର, ଶାକସବ୍‌ଜି ଦାନ୍ତକୁ ପ୍ରାକୃତିକ ଭାବେ ପରିଷ୍କାର କରେ। ଅନ୍ୟ ପକ୍ଷରେ, ଚିନି ଯୁକ୍ତ ସ୍ନାକ୍ସ, ଷ୍ଟିକି କ୍ୟାଣ୍ଡି, ଏବଂ କାର୍ବୋନେଟେଡ୍ ପାନୀୟ ହାନିକାରକ ବ୍ୟାକ୍ଟେରିଆକୁ ବୃଦ୍ଧି କରି କ୍ୟାଭିଟି ସୃଷ୍ଟି କରେ। ସାଇଟ୍ରସ୍ ଫଳ ଏବଂ ସୋଡ଼ା ଭଳି ଏସିଡ୍‌ ଜାତୀୟ ଖାଦ୍ୟ ଏନାମେଲ୍‌କୁ ଦୁର୍ବଳ କରିବାର ଆଶଙ୍କା ଥିବାରୁ ସନ୍ତୁଳିତ ଖାଦ୍ୟପେୟକୁ ଗୁରୁତ୍ବ ଦେବା ଜରୁରି।
ଆୟୁର୍ବେଦ ଉପାୟ: ଲବଙ୍ଗରେ ଜୀବାଣୁନାଶକ ଏବଂ ଯନ୍ତ୍ରଣା ନିବାରକ ଗୁଣ ଥାଏ। ଏହା ମାଢ଼ି ସ୍ବାସ୍ଥ୍ୟକୁ ହିତ। ପୁଦିନା ଶ୍ୱାସକୁ ସତେଜ ସହ ମୁଖସ୍ୱାସ୍ଥ୍ୟକୁ ସୁସ୍ଥ ରଖେ, ଅଦାର ଜ୍ବଳନ ନାଶକ ଗୁଣ ମୁଖସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ। ତେଣୁ ଦୈନିକ ସଠିକ୍ ବ୍ରଶ୍‌ କରିବା କୌଶଳ ଏବଂ ଆୟୁର୍ବେଦିକ ସମାଧାନ ଗ୍ରହଣ କରି ଦୀର୍ଘସ୍ଥାୟୀ ଦନ୍ତ ସ୍ୱାସ୍ଥ୍ୟକୁ ନିଶ୍ଚିତ କରିପାରିବେ।