Butch Wilmore - The Sakala

ଦୀର୍ଘ ୯ ମାସ ପ୍ରତୀକ୍ଷାର ଅନ୍ତ : ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ
ୱାଶିଂଟନ୍‌ : ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି। ମହାକାଶକୁ ୮ଦିନ ପାଇଁ ଯାଇ ୯ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍‌ ୱିଲମୋର ପୃଥିବୀ ପୃଷ୍ଠକୁ ଫେରିଛନ୍ତି। ସୁନୀତା ଏବଂ ବୁଚ୍‌ଙ୍କ ସହ ଅନ୍ୟ ନିକ୍‌ ହଗ୍‌ ଏବଂ ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ)ରୁ ଯାତ୍ରା ଆରମ୍ଭ କରିସାରିଥିଲା ବେଳେ ଭୂପୃଷ୍ଠରେ ସେମାନଙ୍କ ଅବତରଣ କରିଛନ୍ତି। ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ସ୍ପେସ୍-ଏକ୍ସ କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ସଫଳ ଅବତରଣ ହୋଇଛି । ଆମେରିକା ସମୟ ମଙ୍ଗଳବାର ସନ୍ଧ୍ୟା ୫.୫୭ ମିନିଟ୍‌ (ଭାରତୀୟ ସମୟ ବୁଧବାର ପ୍ରତ୍ୟୁଷ ୩.୨୭ ମିନିଟ୍‌)ରେ ସଫଳ ଲାଣ୍ଡିଂ କରିଛି ଡ୍ରାଗନ୍ କ୍ୟାପସୁଲ୍।

ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ନାସାର ସ୍ବତନ୍ତ୍ର ସ୍ପେସକ୍ରାଫ୍ଟ ଡ୍ରାଗନ୍ ଲାଣ୍ଡିଂ କରିବା ପରେ ପରେ ୪ ମହାକାଶଚାରୀ ବାହାରକୁ ଆସିଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ସ୍ପେସ୍ଏକ୍ସ କ୍ରୁ ଡ୍ରାଗନର ବେଗ ଘଣ୍ଟା ପ୍ରତି ୨୭ ହଜାର କିଲୋମିଟର ଥିଲା । ଶବ୍ଦର ବେଗଠୁ ୨୨ ଗୁଣା ଅଧିକ ବେଗରେ କ୍ୟାପସୁଲ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ବାହ୍ୟ ତାପାମତ୍ରା ୧୯୨୬ ଡୀଗ୍ରୀ ସେଲସିୟସକୁ ବଢିଯାଇଥିଲା।

Splashdown confirmed! #Crew9 is now back on Earth in their @SpaceX Dragon spacecraft. pic.twitter.com/G5tVyqFbAu

— NASA (@NASA) March 18, 2025

ଅବତରଣର କିଛି ମିନିଟ ପୂର୍ବରୁ ଡ୍ରାଗନ କ୍ୟାପସୁଲରେ ଲାଗିଥିବା ୪ ଟି ପାରାସୁଟ୍ ଖୋଲାଯାଇଥିଲା। ପ୍ରଥମେ ଦୁଇଟି ପାରାସୁଟ ଖୋଲାଯାଇଥିଲା । ପରେ ଯାନର ବେଗ କମ ହେବା ପରେ ଅନ୍ୟ ୨ଟି ପାରାସୁଟ ଖୋଲିଥିଲା । ପାରାସୁଟ ଯୋଗୁଁ ଯାନର ବେଗ କମ୍ ହେବା ସହ ଧିରେ ଧିରେ ତଳକୁ ଖସି ସମୁଦ୍ରରେ ପଡିଥିଲା । ସ୍ପେସଏକ୍ସ କ୍ରୁ ଡ୍ରାଗନ ସମୁଦ୍ରରେ ପଡିବା ପୂର୍ବରୁ ସେଠାରୁ ସ୍ବତନ୍ତ୍ର ବୋଟ ମୁତୟନ ରହିଥିଲା । ମହାକାଶ ଯାନରୁ ମହାକାଶଚାରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଯାଇଛି । ୪ ମହାକାଶଚାରୀ ଫେରିବା ପରେ କେବଳ ଆମେରିକା ନୁହେଁ ସାରା ବିଶ୍ବରେ ଖୁସିର ଲହରୀ ଖେଳଯାଇଛି ।

୯ ମାସ ଅପେକ୍ଷାର ହେବ ଅନ୍ତ : ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ, ଆରମ୍ଭ ହେଲା କାଉଣ୍ଟଡାଉନ୍
ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ପୃଥିବୀକୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ତାଙ୍କ ସହିତ ବୁଚ୍ ୱିଲମୋର ମଧ୍ୟ ନଅ ମାସ ପରେ ପୃଥିବୀକୁ ଫେରିବେ। ଆଜି ସକାଳେ (ଭାରତୀୟ ସମୟ) ୭:୦୩ରେ ଆମେରିକୀୟ ମହାକାଶଯାନ ଉଭୟଙ୍କୁ ଆଣିବା ପାଇଁ ଉଡ଼ାଣ ଭରିଛି।

ନାସା ଏବଂ ସ୍ପେସଏକ୍ସ ମିଳିତ ଭାବରେ କ୍ରୁ-୧୦ ମିଶନ ଆରମ୍ଭ କରିଛନ୍ତି ଯାହା ସୁନିତା ୱିଲିୟମ୍ସ ଏବଂ ୱିଲମୋରଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ପୃଥିବୀକୁ ଫେରାଇ ଆଣିବା ଦିଗରେ ଏକ ବଡ଼ ପଦକ୍ଷେପ। ଶୁକ୍ରବାର ସକାଳ ୭:୦୩ରେ ଡ୍ରାଗନ୍ ଅନ୍ତରୀକ୍ଷଯାନ ବହନ କରୁଥିବା ଫାଲକନ୍ ୯ ରକେଟ୍ ବ୍ୟବହାର କରି ମିଶନ୍ ଆରମ୍ଭ କରାଯାଇଥିଲା। ଏହି ମିଶନ ଅଧୀନରେ, ଚାରି ଜଣ ନୂତନ ମହାକାଶଚାରୀଙ୍କୁ ISS ପଠାଯାଇଛି ଯେଉଁମାନେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା କ୍ରୁ-୯ ର ସଦସ୍ୟମାନଙ୍କୁ ସହାୟତା କରିବେ।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗୁରୁବାର ଏହି ମିଶନକୁ ସ୍ଥଗିତ ରଖାଯାଇଥିଲା

ଉଲ୍ଲେଖନୀୟ ଯେ ଗୁରୁବାର ଦିନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS)ରୁ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ଥଗିତ ରଖାଯାଇଥିଲା। ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଉତ୍ କ୍ଷେପଣ ହେବାର ପ୍ରାୟ ଗୋଟିଏ ଘଣ୍ଟା ପୂର୍ବରୁ କ୍ରୁ-୧୦ ମିଶନକୁ ପୁଣି ଥରେ ସ୍ଥଗିତ ରଖାଯାଇଥିଲା। ସ୍ପେସଏକ୍ସର ଫାଲକନ୍ ୯ ରକେଟ୍‌ରେ ଗ୍ରାଉଣ୍ଡ ସପୋର୍ଟ କ୍ଲାମ୍ପ ଆର୍ମ ସହିତ ହାଇଡ୍ରୋଲିକ୍ ସିଷ୍ଟମ୍ ସମସ୍ୟା ଯୋଗୁଁ ଉତକ୍ଷେପଣ ବାତିଲ ହୋଇଥିଲା।

ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଆଇଏସଏସରେ ଫସି ରହିଛନ୍ତି

ପ୍ରକୃତରେ, ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଗତ ବର୍ଷ ୫ ଜୁନ୍ ୨୦୨୪ରେ ବୋଇଂ ଷ୍ଟାରଲାଇନର୍ ମାଧ୍ୟମରେ ISS ରେ ପହଞ୍ଚିଥିଲେ। ଏହା ନାସା ଏବଂ ବୋଇଂର ଏକ ମିଳିତ କ୍ରୁ ଉଡ଼ାଣ ପରୀକ୍ଷଣ ମିଶନ ଥିଲା ଯେଉଁଥିରେ ସେମାନଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ଫେରିବାର ଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାଙ୍କର ମହାକାଶରେ ରହିବା ଅନିର୍ଦ୍ଦିଷ୍ଟ ହୋଇଗଲା। ଏହି ସମୟ ମଧ୍ୟରେ, ସେମାନଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା ​​କିନ୍ତୁ ଏବେ SpaceXର Crew-10 ମିଶନର ସଫଳ ଉତ୍କ୍ଷେପଣ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନର ଆଶା ସୃଷ୍ଟି କରିଛି।