Puri temple rituals - The Sakala

ଶ୍ରୀମନ୍ଦିରରେ ପବିତ୍ର ଗହ୍ମା ପୂର୍ଣ୍ଣିମା ଓ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ: ବିଶ୍ୱର ସବୁଠାରୁ ବଡ଼ ରାକ୍ଷୀ ପିନ୍ଧିବେ ମହାପ୍ରଭୁ
ପୁରୀ: ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ଅବସରରେ ପୁରୀ ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଉଠିଛି। ଭାଇଭଉଣୀର ଅତୁଟ ପ୍ରେମର ପ୍ରତୀକ ଭାବେ ଆଜି ମହାପ୍ରଭୁ ଜଗନ୍ନାଥ ଏବଂ ବଡ଼ଭାଇ ବଳଭଦ୍ର ବିଶ୍ୱର ସବୁଠାରୁ ବଡ଼ ରାକ୍ଷୀ ପରିଧାନ କରିବେ।

ଶ୍ରୀମନ୍ଦିରରେ ଦାରୁବ୍ରହ୍ମ ରୂପରେ ପୂଜା ପାଉଥିଲେ ମଧ୍ୟ ସାଧାରଣ ମଣିଷ ପରି ମହାପ୍ରଭୁ ସମସ୍ତ ପର୍ବପର୍ବାଣୀ ଏବଂ ରୀତିନୀତି ପାଳନ କରିଥାନ୍ତି। ଆଜିର ଦିନରେ ଭଉଣୀ ଦେବୀ ସୁଭଦ୍ରା ତାଙ୍କର ଦୁଇ ଭାଇଙ୍କ ହାତରେ ସ୍ନେହ ଓ ସୁରକ୍ଷାର ପ୍ରତୀକ ସ୍ୱରୂପ ରାକ୍ଷୀ ବାନ୍ଧିଥାନ୍ତି। ଏହି ରାକ୍ଷୀ ପ୍ରସ୍ତୁତ କରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଟରା ବିଶୋୟୀ ସେବକମାନଙ୍କ ଉପରେ ନ୍ୟସ୍ତ ଥାଏ। ସେମାନେ ମୋଟ ୪ଟି ସ୍ୱତନ୍ତ୍ର ରାକ୍ଷୀ ପ୍ରସ୍ତୁତ କରିଥାନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ରାକ୍ଷୀ ନାଲି ଓ ହଳଦିଆ ସୂତାରେ ତିଆରି ହୋଇଥିବା ବେଳେ ପ୍ରଭୁ ବଳଭଦ୍ରଙ୍କ ରାକ୍ଷୀ ନୀଳ ଓ ବାଇଗଣୀ ରଙ୍ଗର ହୋଇଥାଏ।

ପୌରାଣିକ ମତ ଅନୁଯାୟୀ, ଗହ୍ମା ପୂର୍ଣ୍ଣିମା ତିଥିରେ ଶ୍ରାବଣ ନକ୍ଷତ୍ରର ମକର ଲଗ୍ନରେ ପ୍ରଭୁ ବଳରାମ ଜନ୍ମଗ୍ରହଣ କରିଥିଲେ। ତେଣୁ ତାଙ୍କୁ କୃଷିର ଦେବତା ଏବଂ କ୍ଷେତ୍ରର ରକ୍ଷକ ଭାବରେ ବିବେଚନା କରାଯାଏ। 'ଗହ୍ମା' ଶବ୍ଦଟି 'ଗୋ-ମାତା'ରୁ ଆସିଥିବା ବିଶ୍ୱାସ କରାଯାଏ, ଯାହା ଗୋରୁମାନଙ୍କ ସହିତ ପ୍ରଭୁ ବଳରାମଙ୍କ ପବିତ୍ର ସମ୍ପର୍କକୁ ଦର୍ଶାଏ। ଏହି କୃଷି ପରମ୍ପରାକୁ ବଜାୟ ରଖି ଓଡ଼ିଶାର ଚାଷୀ ପରିବାରଗୁଡ଼ିକ ଆଜିର ଦିନରେ ନିଜ ନିଜ ଲଙ୍ଗଳକୁ ପୂଜା କରିଥାନ୍ତି। ଗୋରୁମାନଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ସହ ବେକରେ ଫୁଲମାଳ ପିନ୍ଧାଇ ସେମାନଙ୍କୁ ବିଭିନ୍ନ ପ୍ରକାରର ପିଠା ଓ ମିଷ୍ଟାନ୍ନ ଖାଇବାକୁ ଦିଆଯାଏ।

ଏହି ଦିନ ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ମହାସମାରୋହରେ ପାଳନ କରାଯାଏ। ରତ୍ନବେଦୀରେ ବିରାଜମାନ ଥିବା ୬ଟି ବିଗ୍ରହ- ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ଭୂଦେବୀ ଏବଂ ଶ୍ରୀଦେବୀ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୁଅନ୍ତି। ସୁଧ ସୁଆର, ପୂଜାପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ତ ସେବକମାନେ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି କରିଥାନ୍ତି। ଝୁଲଣ ରୀତିନୀତି ପାଇଁ ତିନି ଠାକୁରଙ୍କ ପ୍ରତିନିଧି ଦେବତା ଶ୍ରୀଦେବୀ, ଭୂଦେବୀ ଏବଂ ମଦନ ମୋହନଙ୍କୁ ଆଜ୍ଞାମାଳ ଅର୍ପଣ କରାଯାଏ। ଏହାପରେ ପ୍ରଭୁ ସୁଦର୍ଶନ ରତ୍ନସିଂହାସନରୁ ଓହ୍ଲାଇ ସୁନାମାଳି ଓ ହରିଡ଼ା ମାଳିରେ ସଜ୍ଜିତ ଚଉଦୋଳରେ ବସି ମାର୍କଣ୍ଡେୟ ପୁଷ୍କରିଣୀ ଅଭିମୁଖେ ଯାତ୍ରା କରିଥାନ୍ତି।

କାଲି ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ଦୁର୍ଲ୍ଲଭ ସୁନାବେଶ
ପୁରୀ : ଫାଲ୍‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଗୁରୁବାର ମହାପ୍ରଭୁଙ୍କ ଅଗ୍ନି ଉତ୍ସବ ବା ମେଣ୍ଢାପୋଡ଼ି ନୀତି ସମ୍ପନ୍ନ ହୋଇଛି। ଶୁକ୍ରବାର ପବିତ୍ର ଦୋଳପୂର୍ଣ୍ଣିମା। ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାବିଗ୍ରହଙ୍କ ଦୁର୍ଲ୍ଲଭ ସୁନାବେଶ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

ଗୁରୁବାର ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ସରିବା ପରେ ତିନିବାଡ଼ରେ ମଇଲମ ହୋଇଥିଲା। ପାଳିଆ ମେକାପ ଭଣ୍ଡାରଘରୁ ଚନ୍ଦନ ବିଜେ କରାଇବା ପରେ ପୁଷ୍ପାଳକ ସେବକ ସର୍ବାଙ୍ଗ ଲାଗି କରାଇଥିଲେ। ଏହାପରେ ଚାଚେରୀ ବେଶ ନିମନ୍ତେ ଶ୍ରୀଦେବୀ, ଭୂଦେବୀ ଦକ୍ଷିଣୀ ଘରେ ପଡ଼ିଥିବା ଖଟଶେଯ ଉପରକୁ ବିଜେ କରିଥିଲେ। ତିନିବାଡ଼ରେ ଚାଚେରୀ ବେଶ ବଢି ମାଳଫୁଲ ଏବଂ କର୍ପୁର ଲାଗି ହୋଇଥିଲା। ପାଳିଆ ପଢିଆରୀ ଚାଚେରୀ ଭୋଗ ଡାକି ଯାଇଥିଲେ। ଚାଚେରୀ ଭୋଗ ଉଠିଲା ପରେ ଦକ୍ଷିଣୀଘର ଭୋଗ ସରି ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଭିତରକୁ ବିଜେ କରିଥିଲେ।

ଏହାପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ। ପଣ୍ଡା ପଞ୍ଚୋପଚାରରେ ଭୋଗ କରିଥିଲେ। ପଣ୍ଡା, ପତି, ମୁଦିରସ୍ତ ଘଟୁଆରି ଘରଠାରୁ ଘଣ୍ଟ, ଛତା, କାହାଳି ସହ ଚନ୍ଦନ, ଫଗୁ ବିଜେ କରାଇ ଆଣି ଶ୍ରୀଅଙ୍ଗ ଲାଗି କରାଇଥିଲେ। ସିଂହାସନ ତଳେ ମୁଦିରସ୍ତ ତିନିବାଡ଼ରେ ଝିମିରି ଫଗୁ ଅଞ୍ଜଳି କରିବା ସହ ଶ୍ରୀଅଙ୍ଗରେ ଚନ୍ଦନ ଫଗୁମଣି ଲାଗି କରିଥିଲେ। ପଣ୍ଡା ଆଜ୍ଞାମାଳ ଦେଲା ପରେ ମହାଜନେ ଠାକୁରଙ୍କୁ ହାତରେ ଜୟ ବିଜୟ ଦ୍ୱାର, ମୁକ୍ତିମଣ୍ଡପ ଦେଇ ଲକ୍ଷ୍ମୀ ମନ୍ଦିରଠାରେ ପଲଙ୍କରେ ବିଜେ କରାଇଥିଲେ। ଏହାପରେ ଲକ୍ଷ୍ମୀନାରାୟଣଙ୍କ ହୋରି ଫଗୁଖେଳ ହୋଇଥିଲା। ପ୍ରସାଦ ଲାଗି ହୋଇ ବନ୍ଦାପନା ପରେ ମହାଜନେ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀଙ୍କୁ ପଲଙ୍କରୁ ଆଣି ବିମାନରେ ବିଜେ କରାଇଥିଲେ। ବିମାନରେ ଠାକୁର ସିଂହଦ୍ୱାର ଦେଇ ଦୋଳବେଦୀସ୍ଥିତ ଅଗ୍ନି ଉତ୍ସବକୁ ବିଜେ କରିଥିଲେ। ସେଠାରେ ପୂଜାପଣ୍ଡା ସାମନ୍ତ ହୋମ କରିଥିଲେ। ହୋମ ବଢିବା ପରେ ପ୍ରସାଦ ଲାଗି ଏବଂ ଶୀତଳ ଭୋଗ ମଣୋହି ହୋଇ ଚାମର ଆଲଟ ହୋଇଥିଲା। ଏହାପରେ ଅଗ୍ନି ଘରେ ନିଆଁ  ଲଗାଯାଇଥିଲା। ଅଗ୍ନିଘର ଚତୁଃପାଶ୍ୱର୍ରେ ଠାକୁର ବିମାନରେ ସାତଥର ପ୍ରଦକ୍ଷଣ କରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।

ଅନ୍ୟପକ୍ଷରେ ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଶୁକ୍ରବାର ସକାଳ ୮ଟାରୁ ସାଢେ ୯ଟା ମଧ୍ୟରେ ଦାରୁବିଗ୍ରହଙ୍କୁ ସୁନା ବେଶରେ ବିଭୂଷିତ କରାଯିବ। ୧୦ଟାରେ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ବିମାନକୁ ବିଜେ କରିବେ। ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ବେଢା ପରିକ୍ରମା କରିସାରିବା ପରେ ଦୋଳବେଦୀକୁ ବିଜେ କରିବେ। ଏହାପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ସରିବା ପରେ ଅପରାହ୍ନ ସାଢେ ୧ଟା ସୁଦ୍ଧା ଭୋଗମଣ୍ଡପ ଶେଷ ହେବ। ରାତ୍ର ୯ ଟାରେ ଦୋଳବେଦୀ ନୀତି ସାରି ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ। ଅନ୍ୟାନ୍ୟ ନୀତି ବଢି ରାତି ୧୦ଟା ୩୫ରେ ଦାରୁବିଗ୍ରହଙ୍କ ସୁନାବେଶ ମଇଲମ ବା ଓଲାଗି କରାଯିବ। ଏହାପରେ ଅନ୍ୟ ନୀତି ସମ୍ପନ୍ନ ହୋଇ ରାତ୍ର ୩ଟା ୪୫ରେ ରାତ୍ର ପହୁଡ଼ ହେବା ଲାଗି ନୀତି ନିର୍ଘଣ୍ଟ ହୋଇଛି।