Train Cancelled - The Sakala

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ଟି ଟ୍ରେନକୁ ରଦ୍ଦ କଲା ପୂର୍ବତଟ ରେଲୱେ
ଭୁବନେଶ୍ୱର: ମହାମାରୀ କୋଭିଡ୍ ପାଇଁ ଚାଲୁଥିବା ୫ଯୋଡ଼ା ବିଶେଷ ଟ୍ରେନକୁ ବାତିଲ୍ କରାଯାଇଛି । ଯାତ୍ରୀ ନହେବା ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି କଟକଣା ପାଇଁ ପୂର୍ବତଟ ରେଳପଥ ୫ଟି ଟ୍ରେନକୁ ବାତିଲ୍ କରିଛି ।

ଟ୍ରେନ୍ ନମ୍ବର 08417/08418 ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ୍ ପୁରୀରୁ ମେ’ ୫ ତାରିଖ ଠାରୁ ଏବଂ ଗୁଣୁପୁରରୁ ମେ ୬ ତାରିଖ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ରହିବ ।

ଟ୍ରେନ୍ ନମ୍ବର 08303/08304 ସମ୍ବଲପୁର-ପୁରୀ-ସମ୍ବଲପୁର ବିଶେଷ ଟ୍ରେନ୍ ଉଭୟ ପାର୍ଶ୍ୱରୁ ମେ ୫ ତାରିଖ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ରହିବ ।

ଟ୍ରେନ୍ ନମ୍ବର 08425/08426 ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍ ପୁରୀରୁ ମେ ୫ ଠାରୁ ଏବଂ ଦୁର୍ଗରୁ ମେ ୬ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି ।

ଟ୍ରେନ୍ ନମ୍ବର 09371/09372 ଇନ୍ଦୋର-ପୁରୀ-ଇନ୍ଦୋର ସ୍ପେଶାଲ୍ ଇନ୍ଦୋରରୁ ମେ ୪ ଠାରୁ ଏବଂ ପୁରୀରୁ ମେ ୬ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ହୋଇଛି ।

ଟ୍ରେନ୍ ନମ୍ବର 02204/02203 ସିକନ୍ଦରାବାଦ-ଭିଶାଖାପାଟ୍ଟଣମ-ସିକନ୍ଦରାବାଦ ସ୍ପେଶାଲ୍ ସିକନ୍ଦରାବାଦ ଠାରୁ ମେ ୩ ତାରିଖରୁ ଏବଂ ଭିଶାଖାପାଟ୍ଟଣମ ଠାରୁ ମେ ୪ରୁ ଜୁନ୍ ୧ ତାରିଖ ଯାଏ ବାତିଲ୍ କରାଯାଇଛି ।

ଏଥିସହ ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି । ଟ୍ରେନ ନମ୍ବର 07030/07029 ସିକନ୍ଦରାବାଦ-ଗୌହାଟୀ-ସିକନ୍ଦରାବାଦ ବିଶେଷ ଟ୍ରେନ ସିକନ୍ଦରାବାଦରୁ ମେ ୯ ତାରିଖରୁ ୩୦ ତାରିଖ ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ସକାଳ ୯ଟା ୩୦ରେ ଛାଡ଼ିବ । ଫେରିବା ମାର୍ଗରେ ଏହା ଗୌହାଟୀ ଠାରୁ ମେ ୧୨ରୁ ଜୁନ୍ ୨ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ସକାଳ ୦୬ଟା ୪୫ମିରେ ଛାଡ଼ିବ । ଏହି ଟ୍ରେନ୍ ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କ ସହିତ ପୂର୍ବତଟ ପରିସୀମା ମଧ୍ୟରେ ଉଭୟ ପାର୍ଶ୍ୱରୁ ବିଶାଖାପାଟ୍ଟଣମ୍, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, କଟକ, ଏବଂ ଭଦ୍ରକ ଷ୍ଟେସନ ଠାରେ ରହଣି କରିବ ।

ଏହା ବ୍ୟତୀତ, ରେଳବାଇ ପକ୍ଷରୁ ମହୀଶୂର ଓ ଭାସ୍କୋ-ଡା-ଗାମା ଠାରୁ ଦାନାପୁରକୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ । ଟ୍ରେନ୍ ନମ୍ବର 07313 ଭାସ୍କୋ-ଡା-ଗାମା-ଦାନପୁର ସ୍ପେଶାଲ୍ ମେ ୬ରୁ ଭାସ୍କୋ-ଦା-ଗାମା ଠାରୁ ପୂର୍ବାହ୍ନ ୧୧ ଘଟିକାରେ ଛାଡ଼ିବାକୁ ଥିବାବେଳେ 06216 ମହୀଶୂର-ଦାନପୁର ସ୍ପେସିଆଲ ମହୀଶୂର ଠାରୁ ମେ ୬ରୁ ଦିନ ପୂର୍ବାହ୍ନ ୧୧ ଘଟିକାରେ ଦାନପୁରକୁ ଯାତ୍ରା କରିବ ।