first day of work - The Sakala
ପ୍ରଥମ ଥର ପାଇଁ ଅଫିସ୍‌କୁ ଯାଉଥିଲେ କିମ୍ବା ପୁରୁଣା ସଂସ୍ଥା ଛାଡି ନୂଆ ସଂସ୍ଥାରେ ଯୋଗ ଦେଉଥିଲେ ପ୍ରାୟ ସମସ୍ତଙ୍କ ମନରେ ଏହାକୁ ନେଇ ଉତ୍ସାହ ଓ ରୋମାଞ୍ଚ ଥାଏ। ଅଫିସ୍ ପରିବେଶ ସହିତ ନିଜକୁ କିପରି ଆଡଜଷ୍ଟ କରିବେ ସେନେଇ ଅନେକ ଦ୍ବନ୍ଦ୍ବରେ ମଧ୍ୟ ଥାଆନ୍ତି। ଅଫିସ୍‌ରେ ପ୍ରଥମ ଦିନଟିରେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ସେସମ୍ପର୍କିତ ପାଇଁ କିଛି ଟିପ୍ସ ଦିଆଗଲା।
ଟାଇମ୍‌ ମ୍ୟାନେଜମେଣ୍ଟ୍‌
ଅଫିସ୍‌ରେ ପ୍ରଥମ ଦିନ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିବାକୁ ଚେଷ୍ଟା କରନ୍ତୁ। ଅଫିସ୍‌ରେ ପହଞ୍ଚି ଆପଣଙ୍କ କାମ ବିଷୟରେ ପ୍ରଥମରୁ ବୁଝି ନିଅନ୍ତୁ। ଏହାବ୍ୟତୀତ ଅଫିସ୍‌ରୁ ପ୍ରଥମ ଦିନ ଠିକ୍‌ ସମୟରେ ଫେରନ୍ତୁ । ଯଦି ପ୍ରଥମ ଦିନ କିଛି କାମ ଦିଆଯାଇଛି ତେବେ ନିଜ କାମକୁ ଡେଡ୍‌ଲାଇନ୍ ପୂର୍ବରୁ ପୂରଣ କରନ୍ତୁ। ଟାଇମ୍ ମ୍ୟାନେଜ୍‌ମେଣ୍ଟ୍‌ ଫଳରେ ଜଣେ ସଫଳ କର୍ମଚାରୀଭାବେ ପରିଚୟ ସୃଷ୍ଟି ହୋଇଥାଏ ଏବଂ ଏଥିପାଇଁ ଆପଣ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିବେ।
ଅଫିସ୍ କଲ୍‌ଚର୍‌ ଜାଣନ୍ତୁ
ପ୍ରତ୍ୟେକ ଅଫିସ୍‌ର ଏକ ନିଜସ୍ବ ଶୈଳୀ ବା କଲ୍‌ଚର୍ ଥାଏ। ତେଣୁ ଯେଉଁ ଅଫିସ୍‌ରେ ଚାକିରି କରୁଛନ୍ତି, ପ୍ରଥମେ ତାହାର କଲ୍‌ଚର୍‌ ସମ୍ପର୍କରେ ଜାଣି ରଖନ୍ତୁ। ଅନ୍ୟ କର୍ମଚାରୀମାନେ କାଜୁଆଲ୍‌ ଲୁକ୍‌ରେ ଆସୁଛନ୍ତି କି ଫର୍ମାଲ ଆସୁଛନ୍ତି ତାହା ପ୍ରଥମ ଦିନରୁ ଜାଣିରଖନ୍ତୁ। ନିଜେ ସେହି ଅନୁସାରେ, ପୋଷାକ ଶୈଳୀରେ ପରିବର୍ତ୍ତନ ଆଣନ୍ତୁ। ଅଫିସ୍‌ରେ ୱାର୍କ କଲଚର୍ କିପରି ପ୍ରଥମ ଦିନ ସେସବୁକୁ ଲକ୍ଷ୍ୟ ରଖନ୍ତୁ। ପ୍ରଥମ ଦିନରୁ ହିଁ ଗପସପ ଆରମ୍ଭ କରି ନିଜର ପ୍ରତିଛବି ଉପରେ ନକାରାତ୍ମକ ପ୍ରଭାବ ପକାନ୍ତୁ ନାହିଁ।
ଅଫିସ କାମ ବିଷୟରେ ବୁଝି ନିଅନ୍ତୁ
ଅଫିସ୍‌ ଯିବାପରେ ପ୍ରଥମେ କମ୍ପାନି ମୁଖ୍ୟଙ୍କ ସହିତ ସାକ୍ଷାତ କରି ପରିଚିତ ହୁଅନ୍ତୁ। ସେ ଆପଣଙ୍କ ଠାରୁ କ’ଣ କାମ ଆଶା କରୁଛନ୍ତି, ତାହା ଜାଣିବାକୁ ଚେଷ୍ଟା କରନ୍ତୁ। କମ୍ପାନିର ଯୋଜନା ମୁତାବକ, କାମ କରିବା ସହିତ ଆପଣଙ୍କ ଲକ୍ଷ୍ୟକୁ ପୂରଣ କରିବାକୁ ଉଦ୍ୟମ କରନ୍ତୁ।
ଶିଖିବାକୁ ଚେଷ୍ଟା କରନ୍ତୁ
ଅଫିସ୍‌ରେ ପ୍ରଥମ ଦିନରେ ସହଯୋଗୀଙ୍କ ଉପରେ ନିଜର ମତ ଲଦି ଦିଅନ୍ତୁ ନାହିଁ। ଚାକିରି ଆରମ୍ଭ ଦିନଗୁଡ଼ିକରେ ସମସ୍ତଙ୍କଠାରୁ କିଛି ନା କିଛି ଶିଖନ୍ତୁ। ସମସ୍ତଙ୍କ ଉପଦେଶ କିମ୍ବା କଥାକୁ ଭଲ ଭାବେ ଶୁଣନ୍ତୁ। ବିନମ୍ର ରୁହନ୍ତୁ। ଯେ କୌଣସି ବିଷୟରେ ଦ୍ବନ୍ଦ୍ବ ହେଲେ ପଚାରି ବୁଝନ୍ତୁ।
କମ୍ପାନି ସମ୍ପର୍କରେ ସବୁ ତଥ୍ୟ ହାସଲ କରନ୍ତୁ
ପ୍ରଥମ ଦିନ ଅଫିସ୍‌କୁ ଯିବାବେଳେ କମ୍ପାନୀ ସମ୍ପର୍କିତ ସବୁ ତଥ୍ୟ ଜାଣିବା ଜରୁରୀ। କାରଣ ଅନେକ ସମୟରେ କମ୍ପାନିର ଉପରିସ୍ଥ କର୍ମଚାରୀମାନେ କମ୍ପାନି ସମ୍ପର୍କୀୟ ପ୍ରଶ୍ନ ପଚାରିଥାନ୍ତି। ଏହାଦ୍ବାରା ଆପଣ କମ୍ପାନି ସହିତ କେତେ କାମ କରିବାକୁ ଆଗ୍ରହୀ ତାହା ଜାଣିବାକୁ ଚେଷ୍ଟା କରିଥାନ୍ତି।
ବ୍ୟବହାର ଭଲ ରଖନ୍ତୁ
ଅଫିସରେ ପହଞ୍ଚିବା ପରେ ଔପଚାରିକତା ଦୃଷ୍ଟିରୁ ନିଜର ପରିଚୟ ଅନ୍ୟମାନଙ୍କୁ ଦିଅନ୍ତୁ। ପ୍ରଥମ ଦିନ ଅତି ଘନିଷ୍ଠ ହୋଇ ନିଜ ବିଷୟରେ ବେଶୀ କିଛି କୁହନ୍ତୁ ନାହିଁ। ବରଂ ଅାପଣଙ୍କ ସହଯୋଗୀମାନେ କେତେଦୂର ଆପଣଙ୍କୁ କାମରେ ସହଯୋଗ କରିବେ ତାହା ଜାଣିବାକୁ ଚେଷ୍ଟା କରନ୍ତୁ।