thunderstorm - The Sakala

ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା
ଭୁବନେଶ୍ୱର: ଅସହ୍ୟ ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ ବର୍ଷା । କାଳବୈଶାଖୀ ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ପବନ, ଘଡଘଡି ବଜୁଳି ସାଙ୍ଗକୁ କୁଆପଥର ବର୍ଷା ହୋଇଛି । ରାଜଧାନୀରେ ୪୦ ରୁ ୫୦ କିମି ବେଗରେ ପବନ ବୋହି କିଛି ସ୍ଥାନରେ ଗଛ ଭାଙ୍ଗି ପଡିଛି । ଜୟଦେବ ବିହାରରେ ଗଛ ପଡି ୪ରୁ ଅଧିକ ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।  ଭୁବନେଶ୍ୱର ବ୍ୟତୀତ ଜିଲ୍ଲାର ଅଧିକାଂଶ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି  ।   ଏବେ ବି ଆକାଶରେ କଳାବାଦଲ ଛାଇ ହୋଇ ରହିଥିବାରୁ ପୁଣି ବର୍ଷା ଆଶଙ୍କା ରହିଛି । ସକାଳୁ ହେଉଥିବା ଅସହ୍ୟ ଗରମ ଓ ଗୁଳୁଗୁଳି ଆଶ୍ବସ୍ତି ଦେଇଛି ଏହି କାଳବୈଶାଖୀ ବର୍ଷା ।

କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ଖସିଲା ପାରଦ, ୨୭ ଡିଗ୍ରୀକୁ ଖସିଲା ହିଟ୍ ଇଣ୍ଡେକ୍ସ
ଭୁବନେଶ୍ୱର: ଗତ ୧୦ ଦିନ ଧରି ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ସନ୍ତୁଳି ହେବା ପରେ ରାଜଧାନୀ ବାସିନ୍ଦାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମେ ୨୮ ତାରିଖ ସକାଳ ୫:୩୦ ସୁଦ୍ଧା ରାଜଧାନୀର ହିଟ୍ ଇଣ୍ଡେକ୍ସ ବା ତାପମାତ୍ରା ସୂଚକାଙ୍କ ଖସିଆସି ୨୭ ଡିଗ୍ରୀ ସେଲସିୟସରେ ପହଞ୍ଚିଛି, ଯାହାକି ଚଳିତ ମାସର ସର୍ବୋଚ୍ଚ ରେକର୍ଡଠାରୁ ପ୍ରାୟ ୧୭ ଡିଗ୍ରୀ କମ୍।

ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମେ ୧୯ ରୁ ୨୭ ତାରିଖ ମଧ୍ୟରେ ରାଜଧାନୀର ହିଟ୍ ଇଣ୍ଡେକ୍ସ ଅଧିକାଂଶ ଦିନ ୪୦ ରୁ ୪୪ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା। ବିଶେଷକରି ମେ ୨୨ ତାରିଖରେ ଏହା ସର୍ବୋଚ୍ଚ ୪୪ ଡିଗ୍ରୀ ଛୁଇଁଥିଲା, ଯାହା ଅତ୍ୟନ୍ତ କଷ୍ଟଦାୟକ ଥିଲା। ତେବେ ଗତକାଲି ସନ୍ଧ୍ୟାରେ ଆସିଥିବା କାଳବୈଶାଖୀ ପ୍ରଭାବରେ ଥଣ୍ଡା ପବନ ବହିବା ସହ ଆକାଶ ମେଘାଚ୍ଛନ୍ନ ରହିବା ଏବଂ ବର୍ଷା ହେବା କାରଣରୁ ଏହି ବଡ଼ ଆଶ୍ୱସ୍ତି ମିଳିଛି।

ବୁଧବାର ସନ୍ଧ୍ୟାରେ ଟ୍ୱିନ୍ ସିଟି ଭୁବନେଶ୍ୱର ଏବଂ କଟକରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସମୟରେ କଳାହାଣ୍ଡିଆ ମେଘ ଆକାଶକୁ ଢାଙ୍କି ଦେବା ସହ ପ୍ରବଳ ବେଗରେ ପବନ, ଘଡ଼ଘଡ଼ି, ବିଜୁଳି ଏବଂ ପ୍ରବଳ ବର୍ଷା ହୋଇଥିଲା। ଏହି ଅଚାନକ ଝଡ଼ବର୍ଷା ଯୋଗୁଁ କିଛି ସ୍ଥାନରେ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିବା ଖବର ମିଳିଛି। ତଥାପି, ଅସହ୍ୟ ଗରମ ଓ ଗୁମଗୁମିରୁ ମୁକ୍ତି ପାଇଥିବାରୁ ରାଜ୍ୟବାସୀ ଏହି ବର୍ଷାକୁ ସ୍ୱାଗତ କରିଛନ୍ତି।

ପାଣିପାଗ ବିଶେଷଜ୍ଞଙ୍କ ମତରେ ପାଗରେ ଦେଖାଦେଇଥିବା ଏହି ପରିବର୍ତ୍ତନ ମୌସୁମୀ ଆସିବାର ପୂର୍ବ ପ୍ରସ୍ତୁତି ବା ଏକ ସଂକ୍ରମଣ କାଳକୁ ସୂଚାଉଛି। ତେବେ ଆଗାମୀ ଦିନରେ ତାପମାତ୍ରାରେ ପୁଣି ଥରେ ଉତ୍ଥାନ-ପତନ ଦେଖାଯିବାର ସମ୍ଭାବନା ଥିବାରୁ ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ, ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ । କାଳବୈଶାଖୀ ଯୋଗୁ ଆସନ୍ତା ଦୁଇ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି । ରାଜ୍ୟରେ ଆଜି ମଧ୍ୟ କାଳବୈଶାଖୀ ନେଇ ସତର୍କତା ଜାରି ହୋଇଛି । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବାବେଳେ ପବନର ବେଗ ୪୦ ରୁ ୫୦ କିଲୋମିଟର ଯାଏଁ ବହିପାରେ। ସେହିପରି ଆସନ୍ତା ୨୪ ଘଣ୍ଟାରେ ୬ ଜିଲ୍ଲାକୁ କାଳ ବୈଶାଖୀ ସତର୍କତା ପାଇ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି । ସେହି ସବୁ ଜିଲ୍ଲା ଗୁଡିକ ହେଉଛି କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ,କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲା । ଏହି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି, ବିଜୁଳି ସହ ପବନ ର ବେଗ 50 ରୁ 60 କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ପଡିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆସନ୍ତା ୨୪ ଘଣ୍ଟା ପାଇଁ ଅନ୍ୟ ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ରେ କଳାବଶାଖୀ ବର୍ଷା ସହ ଘଡ଼ଘଡ଼ି ବିଜୁଳି ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଗତ 24 ଘଣ୍ଟାରେ ବୌଧ ରେ ସର୍ବାଧିକ ତାପମାତ୍ରା 41.7 ଡିଗ୍ରୀ ଥିବାବେଳେ କେନ୍ଦ୍ରାପଡ଼ା ରେ ସର୍ବନିମ୍ନ 19.8 ଡିଗ୍ରୀ ରେକର୍ଡ ହୋଇଛି ।

ଆଜିଠୁ ଭୀଷଣ କାଳବୈଶାଖୀ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ ବିିଜୁଳି ଘଡ଼ଘଡ଼ି ଆଶଙ୍କା
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ଧରି ଲାଗି ରହିଥିବା ଗରମ, ଗୁଳୁଗୁଳି ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଓଡ଼ିଶା ଉପରେ ଗୋଟିଏ ଟ୍ରଫଲାଇନ୍‌ ସୃଷ୍ଟି ହେବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିବା ସହ ଦିନ ତମାମ ପବନ ବହୁଛି। ଏହା ଫଳରେ କିଛି କିଛି ସ୍ଥାନରେ ତାପମାତ୍ରା କମିବା ସହିତ କୋହଲା ପାଗ ଆରମ୍ଭ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜିଠାରୁ କାଳବୈଶାଖୀ ସ୍ଥିତିରେ ଆହୁରି ବୃଦ୍ଧି ଘଟିବା ସହ ଅଧିକାଂଶ ସ୍ଥାନରେ ବର୍ଷା ପବନ ବଢ଼ିବ। ଏହି ସମୟରେ ଅନେକ ସ୍ଥାନରେ ପ୍ରବଳ ବିିଜୁଳି ଘଡ଼ଘଡ଼ି ମଧ୍ୟ ହେବାର ଆଶଙ୍କା ରହିଛି।

ଆଜିଠାରୁ କାଳବୈଶାଖୀ ପ୍ରଭାବ ବଢ଼ିବା ଯୋଗୁଁ ତାପମାତ୍ରାରେ ହ୍ରାସ ଆରମ୍ଭ ହେବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ଭୀଷଣ କାଳବୈଶାଖୀ ହେବ। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ୩୦-୪୦ କିମି ବେଗରେ ବହିବା ସହ ପ୍ରବଳ ବଜ୍ରପାତ ଆଶଙ୍କା ରହିଛି। ବୁଧବାର ପରେ କାଳବୈଶାଖୀ ପ୍ରଭାବ ଆହୁରି ବଢ଼ିବା ସହ ପବନର ବେଗ ମଧ୍ୟ ଅନେକ ସ୍ଥାନରେ ୪୦-୫୦ କିମି ପର୍ଯ୍ୟନ୍ତ ପହଞ୍ଚିବ। ଅନ୍ୟପଟେ ଟ୍ରଫଲାଇନ୍‌ ଯୋଗୁଁ ୨୭ ତାରିଖଠାରୁ ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ନେଇ ଆଶଙ୍କା କରାଯାଇଛି। ତେଣୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା କମିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ତାତି ଗତକାଲି ଶୀର୍ଷରେ ପହଞ୍ଚିଥିଲା । ସୋମବାର ଝାରସୁଗୁଡ଼ାରେ ତାପମାତ୍ରା ୧ ଡିଗ୍ରୀ କମି ୪୪.୭ ଡିଗ୍ରୀ ଥିବା ରେକର୍ଡ ହୋଇଛି। ଏହାସହିତ ବୌଦ୍ଧରେ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରରେ ୪୩.୩, ସମ୍ବଲପୁରରେ ୪୩.୨, ସୁନ୍ଦରଗଡ଼, ହୀରାକୁଦ, ବଲାଙ୍ଗିର ଓ ଟିଟିଲାଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି। ଏହି ସହରଗୁଡ଼ିକୁ ମିଶାଇ ମୋଟ୍‌ ୧୪ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ରେକର୍ଡ ହୋଇଛି।

ତାତିରେ ସିଝୁଛି ସାରା ଓଡ଼ିଶା; ଆଜି ଜାଳିବ, କାଲିଠୁ କାଳବୈଶାଖୀ
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ସ୍ଥିତି ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶା ବିଶେଷ କରି ପଶ୍ଚିମାଞ୍ଚଳରେ ଥିବା ଅନେକ ଜିଲ୍ଲାରେ ତାତି ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ପାଇ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହୋଇଛି। ଏହାସହିତ ଉପକୂଳରେ ତାତି ସାଙ୍ଗକୁ ଗୁଳୁଗିଳି ଯୋଗୁଁ ଲୋକେ ତାତିରୁ ମୁକ୍ତିକୁ ଚାହିଁ ରହିଛନ୍ତି। ତେବେ ଏଭଳି ସ୍ଥିତି ଆହୁରି ପ୍ରାୟ ୨ ଦିନ ଲାଗି ରହିବା ସହ ୨୭ ତାରିଖରେ ତାତି ପିକ୍‌ରେ ପହଞ୍ଚି ୨୮ ଅପରାହ୍ଣ ପରେ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଏମିତି କି ୨୯ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ କାଳବୈଶାଖୀ ସ୍ଥିତିର ଆଶଙ୍କା ରହିଛି।

ଆଜି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହି ଜିଲ୍ଲାଗୁଡ଼ିକରେ ଗୁଳୁଗୁଳିର ମାତ୍ରା ଅଧିକ ରହିବା ସହ ଅନ୍ୟ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାତି ୪୩-୪୪ ଡିଗ୍ରୀ ଉପରେ ରହିବା ନେଇ ଆଶଙ୍କା କରାଯାଇଛି। ହେଲେ ୨୮ପରଠାରୁ ବିହାରରୁ ମହାରାଷ୍ଟ୍ର ଯାଏଁ ଏକ ନିମ୍ନଚାପ ରେଖା ପ୍ରଭାବରେ ବଙ୍ଗୋପସାଗର ଅଞ୍ଚଳରୁ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ ସହ ଏହା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶିଳ ହେବ ଓ ଅତି ବିପଦଜନକ କାଳବୈଶାଖୀ ପ୍ରକ୍ରିୟା ସୃଷ୍ଟି କରିବାରେ ସହାୟକ ହେବ।

ଏଥିପାଇଁ ୨୮ତାରିଖରୁ ତାତିରେ ବ୍ରେକ ଲାଗିବାର ସହ ବିଜୁଳି ଘଡ଼ଘଡ଼ିର ବିପଦ ବଢ଼ିଯିବ। ଏମିତି କି ୨୯ ଏପ୍ରିଲରୁ ମେ’ ୨ ମଧ୍ୟରେ ରାଜ୍ୟରେ ବଡ଼ଧରଣର କାଳ ବୈଶାଖୀ ହେବା ନେଇ ଆଶଙ୍କା କରାଯାଇଛି। କାଳବୈଶାଖୀ ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଅନେକ ସ୍ଥାନରେ ପବନର ବେଗ ୫୦-୬୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ଏହାସହିତ ୨୭ଠାରୁ ପ୍ରାୟ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା କରାଯାଇଛି। ତେଣୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଏନେଇ ପାଣିପାଗ ବୈଜ୍ଞାନିକ ସଞ୍ଜିବ ଦ୍ୱିବେଦୀ କହିଛନ୍ତି, ଟ୍ରପ୍‌ ଲାଇନ୍‌ ସହ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହୁଛି। ପ୍ରଭାବରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରାଯାଉଛି। ସେହିପରି ବର୍ଷା ସମୟରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ୫୦ରୁ ୬୦ ସର୍ବାଧିକ ୭୦ କିମି ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। କାଳବୈଶଖୀ ଯୋଗୁଁ ୨ରୁ ୩ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ସେ ସୂଚନା ଦେଇଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରବିବାର ରାଜ୍ୟର ୧୮ ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ପୂର୍ବ ଭଳି ଆଜି ମଧ୍ୟ ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଗ୍ରେ ରହିଛି। ଏଠାରେ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସୋନପୁରରେ ତାପମାତ୍ରା ୪୩.୭ ଡିଗ୍ରୀ ରେକର୍ଡ ହୋଇଛି। ଏହାସହିତ ଟିଟିଲାଗଡ଼ ୪୩.୬, ଭାବନୀପାଟଣାରେ ୪୩.୪, ବଲାଙ୍ଗିର ୪୩.୧, ସମ୍ବଲପୁର ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୪୩ ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି।

କାଲିଠାରୁ ଉପରମୁହାଁ ହେବ ପାରଦ, ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଡେଇଁପାରେ ତାପମାତ୍ରା
ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ଉପରେ ଏକ ଟ୍ରପଲାଇନ୍ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ହୋଇପାରେ । ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ନେଇ ଜାରି ହୋଇଛି ୟଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଯାଜପୁର,ଭଦ୍ରକ, ବାଲେଶ୍ୱର।

କାଲିଠାରୁ ପ୍ରଭାବ ଓଡ଼ିଶା ଉପରେ ନାହିଁ । ଉପରମୁହାଁ ହେବ ପାରଦ। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁବ। ୧୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଉପକୂଳ ଜିଲ୍ଲା ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗରମ, ଗୁଳୁଗୁଳି ହେବାର ସମ୍ଭାବନା ଥିବାରୁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗ୍ରୀଷ୍ମ ପ୍ରବାହ ନେଇ ଜାରି ହୋଇଛି ୟେଲୋ ଆଲର୍ଟ।ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି।ଏଥିସହ ଦିନ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ବଢ଼ିବାର ଆକଳନ କରିଛି ପାଣିପାଗ କେନ୍ଦ୍ର।

ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ପୁରୀ ଜିଲ୍ଲାର ନିମାପଡ଼ା ରେ ୬୦.୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ସର୍ବାଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି ବୌଦ୍ଧ ରେ ୩୮.୯ ଡିଗ୍ରୀ ସେଲସିୟସ।ଏପଟେ ଭୁବନେଶ୍ଵର ରେ ୩୪.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ କଟକରେ ୩୩.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ବାଲେଶ୍ଵରରେ କାଳବୈଶାଖୀର ତାଣ୍ଡବ: ବିଜୁଳି-ଘଡ଼ଘଡ଼ି ସହ କୁଆପଥର ବର୍ଷା
ବାଲେଶ୍ଵର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବାଲେଶ୍ଵର ଜିଲ୍ଲାରେ କାଳବୈଶାଖୀ ନିଜର କରାଳ ରୂପ ଦେଖାଇଛି। ଆଜି ଅପରାହ୍ନରେ ହଠାତ୍ ପାଗ ପରିବର୍ତ୍ତନ ହେବା ସହ ପ୍ରବଳ ବେଗରେ ପବନ, ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି। ଅପରାହ୍ନ ପ୍ରାୟ ୨ଟା ୩୦ମିନିଟ ସମୟ ବେଳକୁ ଆକାଶ ହଠାତ୍ କଳାହାଣ୍ଡିଆ ମେଘରେ ଢାଙ୍କି ହୋଇଯାଇଥିଲା। ଦିନ ବେଳେ ରାତିର ଭ୍ରମ ସୃଷ୍ଟି ହୋଇଥିବା ବେଳେ ପ୍ରବଳ ଗର୍ଜନ ସହ ବର୍ଷା ଆରମ୍ଭ ହୋଇଥିଲା। କୁଆପଥର ବର୍ଷାରେ ପନିପରିବା ଚାଷ ଓ ଆମ୍ବ ଫଳ ବ୍ୟାପକ ଭାବେ ନଷ୍ଟ ହୋଇଛି, ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ପକ୍କା ଘର ଭିତରେ ରହିବାକୁ ଏବଂ ଗଛ ମୂଳେ ଆଶ୍ରୟ ନନେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

୭ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା, ଆଗାମୀ ଦୁଇ ଦିନ ୪ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି
ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଆଲର୍ଟ ଜାରି ହୋଇଛି ଆଲର୍ଟ । ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ ହାଲୁକା ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ହେବାର ସମ୍ଭାବନା ରହିଛି। କାଆଁ ଭାଆଁ ସ୍ଥାନରେ ଝଟକା ପବନ ଘଣ୍ଟା ପ୍ରତି ବେଗ ୩୦ ରୁ ୪୦ କିମି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଗୋଟିଏ ପଟେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ, ଅନ୍ୟପଟେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଅନ୍ୟପଟେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ବୃଦ୍ଧି ହେବାର ସମ୍ଭାବନା ନାହିଁ। ତାପମାତ୍ରାରେ କୌଣସି ପରିବର୍ତନ ହେବାର ସମ୍ଭାବନା ନଥିବା ବେଳେ ୪ ଦିନ ପରେ ୧ ରୁ ୨ ଡିଗ୍ରୀ ଦିନ ତାପମାତ୍ରାରେ ବୃଦ୍ଧି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୩ ଦିନ ପରେ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି। ଗୁଳୁଗୁଳି ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଲୋକମାନେ ପ୍ରଚୁର ପାଣି ପିଅନ୍ତୁ, ଫ୍ୟାନ୍ ତଳେ ରୁହନ୍ତୁ।  ଥଣ୍ଡା ପାଣି ପିଇବା, କଟନ୍ କପଡ଼ା ପିନ୍ଧିବା ସହ ବାହାରକୁ ଗଲେ ଛତା ନଚେତ ଧଳା କପଡା ମୁଣ୍ଡକୁ ଢାଙ୍କିବେ । ପଶୁ ମାନଙ୍କୁ ମଧ୍ୟ ପ୍ରଚୁର ପାଣି ପିଇବା ପାଇଁ ଦେବା ଆବଶ୍ୟକ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ବାରିପଦାରେ କାଳବୈଶାଖୀ ତାଣ୍ଡବ; ଝଡ଼ତୋଫାନରେ ୨ ମୃତ, ୩ ଆହତ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପୃଥକ ସ୍ଥାନରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ମୃତକଦ୍ୱୟ ହେଲେ ଅସନଯୋଡା ରାମଦାସ ହାଁସଦାଃ(୩୩) ଓ ଅନ୍ୟ ଜଣେ  ଖୁଣ୍ଟା ଥାନା କାଦଡିହା ଅଞ୍ଚଳର ନଗେନ ମୁର୍ମୁ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ପ୍ରାକ୍ କାଳ ବୈଶାଖି ଯୋଗୁଁ ୧୮ନଂ ଜାତୀୟ ରାଜପଥ ବାରିପଦା-କୁଳିଅଣା ରାସ୍ତା ଅସନଯୋଡ଼ା ଛକରେ ଏକ ଗଛ ପଡିଯିବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ଯୁ ଘଟିଛି । ସେହିପରି ବାରିପଦା-ଉଦଳା ରାସ୍ତା ଖୁଣ୍ଟା ଥାନା ଇଲାକାରେ ଅନ୍ୟ ଏକ ଘଟଣାରେ ଗଛରେ ପିଟି ହୋଇ ବାଇକ୍ ଆରୋହୀ ମୃତ୍ୟୁବରଣ କରିଛନ୍ତି । ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ଯୋଗୁଁ ୩ଜଣ ଗୁରୁତର ହୋଇ ବାରିପଦା ଜିଲ୍ଲା ମୁଖ୍ୟାଳୟରେ ଚିକିତ୍ସାଧୀନ ଅଛନ୍ତି ।

କାଳବୈଶାଖୀ ପ୍ରଭାବରେ ଟ୍ୱିନସିଟିର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଓ କଟକରେ କାଳବୈଶାଖୀର ତାଣ୍ତବ। ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ପବନ ଆଉ କୁଆପଥର ବର୍ଷା ହୋଇଛି । ପାହାଳ, ରସୁଲଗଡ଼ ସହ ଏକାଧିକ ଜାଗାରେ କୁଆପଥର ମାଡ଼ । ସେପଟେ କଟକରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଟ୍ବିନସିଟିରେ ଏବେ କାଳବେଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେଉଥିବାବେଳେ ରାଜ୍ୟର ୪ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ସତର୍କତା ଜାରି କରାଯାଇଛି । କଟକ, ପୁରୀ, ଖୋର୍ଦ୍ଧା ଆଉ ଜଗତସିଂହପୁର ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ୪୦ରୁ ୫୦ କିମି ବେଗରେ ପବନ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ଜାରି ରହିବ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ
ଭୁବନେଶ୍ୱର: ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ଜାରି ରହିବ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ । ଆନ୍ଧ୍ର ଉପକୂଳ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଜ୍ରପାତ ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା। ସେସବୁ ଜିଲ୍ଲାର କିଛି ସ୍ଥାନରେ କୁଆପଥର ବର୍ଷା ସହ ଘଣ୍ଟାପ୍ରତି ୩୦-୪୦ ଓ ଆଉ କିଛି ସ୍ଥାନରେ ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ। ଆଜି ପାଇଁ ମୟୁରଭଞ୍ଜ, ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ଏବଂ କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଏମିତି ପାଗ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଏକ ପଶ୍ଚିମା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ବଙ୍ଗୋପସାଗର ପଟୁ ଜଳୀୟବାଷ୍ଫ ବାୟୁର ପ୍ରବାହ ବୃଦ୍ଧି ନେଇ ପାଗ ଅନୁକୂଳ ରହୁଛି। ଏହ ବାୟୁ ରାଜ୍ୟର ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ଯୋଗୁଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ବୃଦ୍ଧି ପାଇଛି। ବର୍ଷା ସାଙ୍ଗକୁ ଅନେକ ସ୍ଥାନରେ ପବନର ବେଗ ମଧ୍ୟ ୩୦-୪୦ କିମି ପର୍ଯ୍ୟନ୍ତ ପହଞ୍ଚିବା ସହ କିଛି କିଛି ସ୍ଥାନରେ କୁଆପଥର ପଡ଼ିବା ନେଇ ମଧ୍ୟ ଆଶଙ୍କା କରାଯାଉଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବାକୁ ଥିବା ବେଳେ ରବିବାର ଏହାର ପ୍ରଭାବ ସବୁଠୁ ଅଧିକ ରହିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁଯାୟୀ ଶନିବାର ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁୁରୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ମଧ୍ୟ ୩୦-୪୦ କିମି ପର୍ଯ୍ୟନ୍ତ ପହଞ୍ଚିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ବର୍ଷା ଓ ବିଜୁଳି ଘଡ଼ଘଡ଼ି ବଢ଼ିବା ସହ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୪୦-୫୦ କିମି ପହଞ୍ଚିବା ଆଶଙ୍କା କରାଯାଉଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।