Ama Bus - The Sakala
Ama Bus Accident: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍; ପାତ୍ରପଡ଼ାରେ ସ୍କୁଟିକୁ ଧକ୍କା ଦେଲା, ଆହତ ଚାଳକ ମେଡିକାଲରେ ଭର୍ତ୍ତି
ଭୁବନେଶ୍ବର: ପୁଣି ଏକ ଦୁର୍ଘଟଣା ଘଟାଇଲା 'ଆମ ବସ୍' । ପାତ୍ରପଡ଼ାରେ ସ୍କୁଟିକୁ ଧକ୍କା ଦେଲା 'ଆମ ବସ୍' । 'ଆମ ବସ୍' ଧକ୍କାରେ ସ୍କୁଟି ଚାଳକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପାତ୍ରପଡ଼ା ଡିପୋରୁ ବାହାରି ଦୁମଡୁମା ରୁଟରେ ଯିବା ସମୟରେ ଦୁର୍ଘଟଣା ଘଟାଇଛି 25 ନମ୍ୱର 'ଆମ ବସ୍' । ଗତ କିଛି ଦିନ ହେବ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଉଛି ଆମ ବସ୍। ଯାହାକୁ ନେଇ ନାନା ପ୍ରଶ୍ନବାଚୀ ଉଠୁଛି।
Ama Bus Accident: ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍, ଜନପଥରେ ବାଇକକୁ ଦେଲା ଧକ୍କା
ଭୁବନେଶ୍ୱର: ଅମାନିଆ ଆମ ବସ୍। ରାଜଧାନୀ ଭୁବନେଶ୍ୱରରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ଜନପଥରେ ବାଇକ ଉପରେ ଚଢ଼ିଗଲା ଆମ ବସ୍ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ। ୩ଟି ଆମ ବସ୍ ଭାଙ୍ଗିଦେଲେ ଉତ୍ୟକ୍ତ ଲୋକେ । ଦୁର୍ଘଟଣା ପରେ ପ୍ରଥମେ ଗୋଟିଏ ବସ୍ ଉପରକୁ ଟେକାପଥର ମାଡ଼ କରିଥିଲେ କିଛି ଲୋକ ।  ଏହା ପରେ ସେହି ରୁଟରେ ଆସୁଥିବା ଅନ୍ୟ ଦୁଇଟି ବସକୁ ମଧ୍ୟ ଅଟକାଇ ଭଙ୍ଗାରୁଜା କରିଥିଲେ । ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଛକ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ପ୍ରାଣ ବିକଳରେ ଆମ ବସ୍‌ ଛାଡ଼ି ପଳାଇଲେ ଡ୍ରାଇଭର, କଣ୍ଡକ୍ଟର । ଉତ୍ତେଜନା ରୋକିବାକୁ ପୋଲିସର ମୃଦୁ ଲାଠିଚାଳନା ହୋଇଛି ।
ରାଜ୍ୟରେ 'ଆମ ବସ୍‌' ଚଲାଇବେ ମହିଳା, ତାଲିମ ପାଇଁ ୩୧ ତାରିଖରେ ପୁନେ ଯିବେ ୨୦ଜଣ ମହିଳା
ଭୁବନେଶ୍ୱର: ରାଜ୍ୟରେ 'ଆମ ବସ୍‌' ଚଲାଇବେ ମହିଳା । ମହିଳାଙ୍କ ହାତରେ ରହିବ ଆମ ବସ୍‌ ଷ୍ଟିଅରିଂ । ତାଲିମ ପାଇଁ ଆସନ୍ତା ୩୧ ତାରିଖରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ପୁନେ ଯିବେ ୨୦ଜଣ ମହିଳା । ଆଗାମୀ ଦିନରେ ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।
କ୍ରୁଟ୍‌‌ ‘ଆମ ବସ୍‌‌’ ସେବାକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କ୍ରୁଟ୍‌‌ କାର୍ଯ୍ୟ ପଦ୍ଧତି ଓ ଆମ ବସ୍‌‌ ସେବା ଅନ୍ତର୍ଗତ ବିଭିନ୍ନ ଗଠନମୂଳକ ପଦକ୍ଷେପ ଉପରେ ଆଲୋଚନା କରଯାଇଥିଲା। ସଧାରଣତଃ କୌଣସି ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ହୋଇଥାଇପାରେ ବୋଲି ଅନୁମାନ କରାଯାଇଥିଲା। ଏନେଇ ଆମ ବସ୍‌‌ ଚାଳନା କରୁଥିବା ସମସ୍ତ ଚାଳକଙ୍କୁ ମଦ୍ୟପାନ ଯାଞ୍ଚ କରିବା ବାଧ୍ୟତାମୂଳକ କରଯାଇଥିଲା। ଶେଷ ଗୋଟିଏ ବର୍ଷରେ ଏକ ଲକ୍ଷ ୯୭ ହଜାର ଥର ମଦ୍ୟପାନ ଯାଞ୍ଚ ହୋଇଛି। ବସ୍‌‌ ଟ୍ରୀପ୍‌‌ ଆରମ୍ଭ ଓ ଶେଷ ସମୟରେ ଏବଂ ଦିନର ଅତର୍କିତ ଭାବେ ନିୟମିତ ଯାଞ୍ଚ ଜାରି ରହିଛି। ସେ ମଧ୍ୟରୁ ଏକ ବର୍ଷ ମଧ୍ୟରେ ୧୯ ଜଣ ମଦ୍ୟପାନ କରିଥିବାର ଜଣା ପଡ଼ିଥିଲେ। ଯେଉଁମାନଙ୍କୁ ପୁଲିସ୍‌‌ ଗିରଫ ସହିତ ଆଇନ ଅନୁଯାୟୀ ତିନିମାସ ପାଇଁ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବାକୁ ନିକଟସ୍ଥ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚାଳକମାନଙ୍କ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି।
ଆସନ୍ତା ୩୧ ତାରିଖରେ କ୍ରୁଟ୍‌‌ ପକ୍ଷରୁ ୨୦ ଜଣ ମହିଳା ଇ-ବସ୍‌‌ ଚାଳନା ତାଲିମ ନିମନ୍ତେ ପୁନେ ଯାତ୍ରା କରିବେ। ଭାରତର ପ୍ରଥମ ସରକାରୀ ଜନ ପରିବହନ ସଂସ୍ଥା ଭାବେ କ୍ରୁଟ୍‌‌ ଦୁର୍ଘଟଣା ଗ୍ରସ୍ତ ପରିବାରକୁ ତୁରନ୍ତ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କ ଭରଣପୋଷଣ ନିମନ୍ତେ ୪ କୋଟିରୁ ଅଧିକ ଟଙ୍କାର ବୀମା ରାଶି ପ୍ରଦାନ କରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଖୁବ୍‌‌ ଶୀଘ୍ର କ୍ରୁଟ ଡିପୋ ପରିସରରେ ନିଜର ତାଲିମ୍‌‌ ଅନୁଷ୍ଠାନ ନିର୍ମାଣ ହେବ। ଯେଉଁଠି ବ୍ୟବହାରିକ, ଆଚରଣଗତ ପ୍ରଶିକ୍ଷଣ ସହିତ ଟ୍ରାଫିକ ନୀୟମ ଓ ଲେନ୍‌‌ ଡ୍ରାଇଭିଂ ଭଳି ଅନେଗୁଡ଼ିଏ ଦିଗରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ।
ଚାଲୁଥିବା ବେଳେ ମଝି ରାସ୍ତାରେ ଜଳିଗଲା 'ଆମ ବସ୍', ସମସ୍ତ ଯାତ୍ରୀ ସୁରକ୍ଷିତ
ଭୁବନେଶ୍ୱର: ମଝି ରାସ୍ତାରେ ଜଳିଗଲା ଆମ ବସ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ହୁତୁହୁତୁ ହୋଇ ଜଳିଗଲା ଆମ ବସ୍ । ଚାଲୁଥିବା ବେଳେ ବସ୍‌ରୁ ହଠାତ ଧୂଆଁ ବାହାରିଥିଲା । ଧୂଆଁ ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିଲେ ସମସ୍ତ ଯାତ୍ରୀ । ଗାଡ଼ିରୁ ବାହାରିବା ପରେ ହୁ ହୁ ହୋଇ ଜଳିଗଲା ବସ୍‌ । ଅଗ୍ନିଶମ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଭଗବାନଙ୍କ କୃପାରୁ ଏହି ଦୁର୍ଘଟଣାରେ କେହି ଆହତ ହୋଇ ନାହାଁନ୍ତି। ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।
ଆଜି ଭୋରୁ ଭୋରୁ ଏହି ଅଘଟଣ ଘଟିଛି । ୨୩ ନମ୍ବର ରୁଟରେ ହଠାତ ଆମ ବସଟି ଜଳି ଉଠିଥିଲା । ଅଗ୍ନିକାଣ୍ଡରେ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ସାର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି l ଭରତପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ଭୁବନେଶ୍ବର: ରାଜଧାନୀରେ ଠପ୍‌ ହେଲା ‘ଆମ ବସ୍‌’ ସେବା । ଆଜି ରାଜଧାନୀ ଭୁବନେଶ୍ୱରରେ ‘ଆମ ବସ୍’ ସେବା ବନ୍ଦ ରହିଛି । ଡିପୋରେ ବସ୍ ଠିଆ କରି ଆନ୍ଦୋଳନରେ ବସିଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ବିନା କାରଣରେ ଲୋକମାନେ ଅନେକ ସମୟରେ ଡ୍ରାଇଭର ଓ କଣ୍ଡକ୍ଟରକୁ ମାଡ଼ ମାରିବା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ‘ଆମ ବସ୍’ କର୍ମଚାରୀ । ରାଜ୍ୟ ସରକାର ସୁରକ୍ଷା ଦେଲେ ଆମେ ଗାଡ଼ି ଚଲାଇବୁ। ନହେଲେ ଗାଡ଼ି ଗଡିବ ନାହିଁ ବୋଲି କହିଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ଯାହାଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଖବର ଅନୁଯାୟୀ, ଗତକାଲି ସମ୍ ହସ୍ପିଟାଲ ଡିପୋରେ ଜଣେ ଆମ ବସ୍ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ବସ୍ ଯାଉଥିବା ବେଳେ ଧୂଳି ଉଡିବାରୁ କିଛି ସ୍ଥାନୀୟ ଲୋକେ ଡିପୋରେ ପଶି କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଆମ ବସ୍ କର୍ମଚାରୀଙ୍କୁ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର।
ସରକାର ପରିବର୍ତ୍ତନ ପରେ ନାମ ପରିବର୍ତ୍ତନ ନିଶା: ‘ବସ୍‌‌’ ହେଲା ‘ସାଇକଲ୍‌‌’ କେବେ
ଭୁବନେଶ୍ୱର: ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ମୋ ବସ୍‌‌’ର ନାମ ପରିବର୍ତ୍ତନ କରାଯାଇ ‘ଆମ ବସ୍‌‌’ କରାଗଲା। ହେଲେ ‘ମୋ ସାଇକେଲ୍‌‌’ କିନ୍ତୁ ‘ଆମ ସାକକଲ୍‌‌’ ହୋଇପାରିଲା ନାହିଁ। ‘ମୋ ସାଇକଲ୍‌‌’ ଆମ ସାଇକଲ କେବେ ହେବ ତାହା ରାଜଧାନୀର ସାଇକଲ ଚାଳକଙ୍କ ମଧ୍ୟରେ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ପାଲଟିଛି। ନାମ ପଛରେ ଆଉ କିଛି ଷଡ଼ଯନ୍ତ୍ର ରହିଛି କି ତାହା ଜଣାପଡ଼ୁ ନାହିଁ। ପୂର୍ବ ସରକାରଙ୍କ ଭଲ କାମକୁ ହାଇଜାକ୍‌‌ କରି ନିଜ ଯୋଜନା ବୋଲି ଲୋକଙ୍କ ଜଣାଇବାକୁ ବାଟ ପ୍ରସ୍ତୁତ ହେଉଛି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।
ଏପରି ନୁହେଁ ଯେ ସରକାର ପରିବର୍ତ୍ତନ ହେବା ପରେ ‘ମୋ ସାଇକେଲ୍‌‌ ଯୋଜନାକୁ ବନ୍ଦକରି ଦିଆଯାଇଛି। ଖୋଦ୍‌‌ ବିଭାଗୀୟ ମନ୍ତ୍ରୀ ଏନେଇ ଗୃହରେ ଉତ୍ତର ରଖିଛନ୍ତି ଯେ ଏହାକୁ ବନ୍ଦ କରାଯାଇ ନାହିଁ। ସାଇକଲ୍‌‌ ଗୁଡ଼ିକୁ ମରାମତି କରାଯାଉଛି। ହେଲେ ଏପର୍ଯ୍ୟନ୍ତ ମରାମତି ପର୍ଯ୍ୟାୟରେ ହିଁ ମୋ ସାଇକଲ୍‌‌ ଯୋଜନା ଅଟକି ଗଲା। ରାଜଧାନୀର ରାଜରାସ୍ତାରେ ମୋ ସାଇକେଲ୍‌‌ ଗଡ଼଼ିପାରୁ ନାହିଁ। ମୋ ସାଇକେଲ୍‌‌କୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେବାରୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌‌ (ବିଏସ୍‌‌ସିଏଲ୍‌‌) ଖରାପ ହୋଇ ପଡ଼ି ରହିଥିବା ମୋ ସାଇକେଲ୍‌‌ଗୁଡିକୁ ସଜାଡ଼ିବା ପାଇଁ ବିଭିନ୍ନ ସ୍ଥାନରୁ ସାଇକେଲ୍‌‌ ଗୁଡ଼ିକୁ ଗତବର୍ଷ ସେପ୍ଟେମ୍ବର ମାସରେ ଉଠାଇ ନେଇ ଗ୍ୟାରେଜ୍‌‌ରେ ରଖାଯାଇଥିଲା। ସାଇକେଲ୍‌‌ଗୁଡିକୁ ସଜାଡିବା ପରେ ପୁଣିଥରେ ଉଠାଯାଇଥିବା ସ୍ଥାନରେ ରଖାଯିବ ବୋଲି ସୂଚନା ଦିଆଯାଇଥିଲା। ହେଲେ ଏଗୁଡ଼ିକ ଏପର୍ଯ୍ୟନ୍ତ ଗ୍ୟାରେଜ୍‌‌ରୁ ବାହାରି ପାରୁନି କିମ୍ବା ମୋ ସାଇକଲ୍‌‌ରୁ ଆମ ସାଇକଲ୍‌‌ କେବେ ହେବ ବୋଲି କେହି କହୁ ନାହାନ୍ତି।
ସୂଚନାଯୋଗ୍ୟ, ୨୦୧୮ ହକି ବିଶ୍ୱକପ୍‌‌ ସମୟରେ ହେକ୍ସି, ୟୋନୋ, ୟୁଲୁ କମ୍ପାନୀଠାରୁ ୨୫ହଜାର ଟଙ୍କା ଲେଖାଏ ଦେଇ ମୋଟ ୨ ହଜାର ସାଇକଲ୍‌‌ କିଣାଯାଇଥିଲା। ଏବାବଦରେ ୫ କୋଟି ଖର୍ଚ୍ଚ ହୋଇଥିଲା। ସହରରେ ସାଇକଲ ଟ୍ରାକ୍‌‌ ନିର୍ମାଣ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ସାଇକଲଗୁଡିକ ବ୍ୟବହାର ନ ହୋଇ ନଷ୍ଟ ହେବାରେ ଲାଗିଲା। ଏପରିକି କବାଡ଼ିଖାନାରେ ମୋ ସାଇକେଲ୍‌‌କୁ ସ୍କ୍ରାପ୍‌‌ ଆକାରରେ ବିକ୍ରି କରାଗଲା। ସେହିପରି ବହୁ ମୋ ସାଇକଲ୍‌‌ ଚୋରି ହୋଇଗଲା। ଏହିକୁ ନେଇ ସ୍ମାର୍ଟସିଟିକୁ ବିଭିନ୍ନ ମହଲରୁ ନିନ୍ଦିତ ହେବାକୁ ପଡ଼ିଥିଲା। ଏବେ ତ ଆଉ ସାଇକଲ୍‌‌ ଦେଖାଯାଉ ନାହିଁ। ବରଂ ମୋ ସାଇକେଲ୍‌‌ ଗଡ଼଼ିବା ପାଇଁ ପ୍ରସ୍ତୁତ ହୋଇଥିବା ଟ୍ରାକ୍‌‌ର ରଙ୍ଗ ବି ଛାଡି ଗଲାଣି।।ଫଳରେ ଏବେ ଏଠାରେ ଆଉ ସାଧାରଣ ସାଇକେଲ୍‌‌ ବି ଗଡ଼଼ିପାରୁ ନାହିଁ।
ଗତ ୮ ମାସରେ ‘ଆମ-ବସ୍’ ଘଟାଇଛି ୧୯ ଦୁର୍ଘଟଣା, ନେଲାଣି ୬ ଜୀବନ
ଭୁବନେଶ୍ୱର: ଗତ ୮ ମାସ ଭିତରେ ‘ଆମ-ବସ୍’ ୧୯ଟି ଦୁର୍ଘଟଣା ଘଟାଇଛି ଏବଂ ‘ଆମ-ବସ୍’ ଧକ୍କାରେ ୬ଜଣଙ୍କ ଜୀବନ ଯାଇଛି। ୮ ମାସରେ କଟକ, ପୁରୀ ଓ ଭୁବନେଶ୍ୱରରେ ‘ଆମ-ବସ୍’ ଧକ୍କାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି।
ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ୨୦୨୪ ଜୁନ୍‌‌ଠାରୁ ବର୍ତ୍ତମାନ ପର୍ଯ୍ୟ ନ୍ତ ‘ଆମ-ବସ୍’ ୧୯ଟି ଦୁର୍ଘଟଣା ଘଟାଇଛି। ‘ଆମ-ବସ୍’ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୮ଜଣ ଆହତ ହୋଇଛନ୍ତି। କେବଳ ୨ଟି ଘଟଣାରେ ମୃତକଙ୍କ ପରିବାରକୁ ୩ଲକ୍ଷ ୫ହଜାର ଟଙ୍କା ଦିଆଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି।