RR vs CSK - The Sakala

ଦିନକ ପରେ ଆଇପିଏଲ୍‌-୧୭: ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ବେଙ୍ଗାଲୁରୁ
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଘରୋଇ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ତମ ସଂସ୍କରଣ ଆଉ ମାତ୍ର ଗୋଟିଏ ଦିନ ପରେ ଅର୍ଥାତ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଏହି ପ୍ରତିଯୋଗିତା ଲାଗି ଉଭୟ ଭାରତୀୟ ସମର୍ଥକ, ଏଥିରେ ଖେଳିବାକୁ ମନୋନୀତ ହୋଇଥିବା ଖେଳାଳି, କର୍ମକର୍ତ୍ତା ଓ ଏଥିସହ ଜଡିତ ବ୍ୟକ୍ତିବିଶେଷ ବେଶ ଉତ୍ସାହିତ ଅଛନ୍ତି। ଦିନକୁ ଦିନ ଏହି ପ୍ରତିଯୋଗିତାର ଲୋକପ୍ରିୟତା ସହ ବ୍ରାଣ୍ଡ ଭାଲ୍ୟୁ ବଢ଼ିବାରେ ଲାଗିଛି। ଏଣୁ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଏହି ପ୍ରତିଯୋଗିତାରେ ସାମିଲ ହୋଇ ନିଜର ପାରଦର୍ଶିତା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହୋଇଥାନ୍ତି। ଚେନ୍ନଇରେ ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ଓ ଉଦ୍‌ଘାଟନୀ ମୁକାବିଲା ଶୁକ୍ରବାର ଖେଳାଯିବ। ଏହି ଦିନ ପ୍ରତିଯୋଗିତାର ଦୁଇ ଶ୍ରେଷ୍ଠ ଦଳ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଗୋଟିକ ପରେ ଗୋଟିଏ ସଫଳତା ପାଇଥିବା ତଥା ଗତଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ବିଶ୍ୱର ଅନେକ ଶ୍ରେଷ୍ଠ ତାରକାଙ୍କୁ ଦଳରେ ସାମିଲ କରିଥିଲେ ମଧ୍ୟ ଗୋଟିଏ ହେଲେ ଟାଇଟଲ ଜିତିପାରି ନଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ନୂଆ ନାମ) ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଆୟୋଜିତ ହେବ। ଏହି ହାଇ ଭୋଲ୍ଟେଜ ମୁକାବିଲାରୁ ଆଇପିଏଲ୍‌ର ପ୍ରକୃତ ରୋମାଞ୍ଚ ଆରମ୍ଭ ହେବ।

୧୦ ଦଳ, ୭୪ ମ୍ୟାଚ୍‌: ଚଳିତ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ମେ’୨୬ରେ ଶେଷ ହେବ। ଦୀର୍ଘ ୬୬ ଦିନ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ପୂର୍ବବର୍ଷ ଭଳି ୧୦ଟି ଦଳ ଭାଗନେବେ ଓ ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ ଥର ଲେଖାଏଁ ଏହି ଟାଇଟଲ ଜିତିଥିଲାବେଳେ ଏଥର ମଧ୍ୟ ଉଭୟ ଦଳ ସମାନ ଆଶା ନେଇ ଖେଳିବେ। ଭାରତରେ ଚଳିତବର୍ଷ ନିର୍ବାଚନ ହେବାକୁ ଥିବାରୁ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମଭାଗ ଖେଳସୂଚୀ ଘୋଷଣା କରାଯାଇଛି। ଏବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଅବଶିଷ୍ଟ ମ୍ୟାଚ୍‌, ପ୍ଲେ ଅଫ୍‌ ଓ ଫାଇନାଲ ମ୍ୟାଚ୍‌ର ଖେଳସୂଚୀ ଘୋଷଣା କରାଯିବ।

ଫର୍ମାଟ: ପୂର୍ବବର୍ଷ ପରି ଚଳିତବର୍ଷ ସମାନ ଫର୍ମାଟରେ ଏହି ମ୍ୟାଚ୍‌ ଖେଳାଯିବ। ଅଂଶଗ୍ରହଣ କରିଥିବା ୧୦ଟି ଦଳକୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯିବ। ପ୍ରତ୍ୟେକ ଗ୍ରୁପ୍‌ରେ ୫ଟି ଲେଖାଏଁ ଦଳ ରହିବେ। ଗ୍ରୁପ୍‌ରେ ସ୍ଥାନ ପାଇଥିବା ଦଳ ଗୁଡିକ ସେମାନଙ୍କ ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ। କିନ୍ତୁ ଗୋଟିଏ ଗ୍ରୁପ୍‌ର ଦଳଗୁଡ଼ିକ ଅନ୍ୟ ଗ୍ରୁପ୍‌ରେ ସ୍ଥାନ ପାଇଥିବା ୫ଟି ଦଳ ସହ ୨ଟି ଲେଖାଏଁ ଅର୍ଥାତ୍‌ ୧୦ଟି ମ୍ୟାଚ୍‌ ଖେଳିବେ। ଏହା ଫଳରେ ପ୍ଲେ ଅଫ୍‌ ପୂର୍ବରୁ ଗୋଟିଏ ଦଳ ୧୪ଟି ମ୍ୟାଚ୍‌ ଖେଳିବ। ଏଥିରେ ପଏଣ୍ଟ ଭିତ୍ତିରେ ପ୍ରଥମ ୪ଟି ସ୍ଥାନ ହାସଲ କରିଥିବା ଦଳଗୁଡ଼ିକ ପ୍ଲେ ଅଫ୍‌କୁ ଯୋଗ୍ୟତା ଅର୍ଜନ କରିବେ। ପ୍ଲେ ଅଫ୍‌ରେ ୩ଟି ମ୍ୟାଚ୍‌ ଖେଳାଯିବ। ଏହା ମଧ୍ୟରୁ ଲିଗ୍‌ ପର୍ଯ୍ୟାୟ ପଏଣ୍ଟ ସାରଣୀରେ ପ୍ରଥମ ଦୁଇଟି ସ୍ଥାନ ଅଧିକାର କରିଥିବା ଦଳ କ୍ୱାଲିଫାୟର-୧’ରେ ଭାଗ ନେବେ। ଏମାନଙ୍କ ପଛରେ ଅର୍ଥାତ ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ। କ୍ୱାଲିଫାୟର-୧’ର ବିଜେତା ଦଳ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଏଥିରେ ପରାଜିତ ଦଳ ଓ ଏଲିମିନେଟରରେ ବିଜୟୀ ହୋଇଥିବା ଦଳ ମଧ୍ୟରେ ଫାଇନାଲର ଦ୍ୱିତୀୟ ସ୍ଥାନ ଲାଗି କ୍ୱାଲିଫାୟର-୨ ମୁକାବିଲା ହେବ। କ୍ୱାଲିଫାୟର-୧ ଓ ୨’ର ବିଜେତାଙ୍କ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ। ଏହାର ବିଜେତା ଆଇପିଏଲ ଚାମ୍ପିଅନ ହେବ।

ଖେଳ ସମୟ ଓ ପ୍ରସାରଣ: ପ୍ରତିବର୍ଷ ପରି ଦୁଇଟି ସମୟରେ ଖେଳ ଆରମ୍ଭ ହେବ। ଉଦ୍‌ଘାଟନୀ ଦିବସରର ମ୍ୟାଚ୍‌ ରାତି ୮ଟାରେ ଖେଳାଯିବ। ଅନ୍ୟ ଦିନରେ ପ୍ରଥମ ମ୍ୟାଚ୍‌ଟି ଅପରାହ୍ଣ ୩ଟା୩୦ରେ ଓ ଦ୍ୱିତୀୟ ମ୍ୟାଚ୍‌ ରାତି ୭ଟା ୩୦ରେ ଖେଳାଯିବ। ଟାଟା ଆଇପିଏଲ୍‌ର ସିଧାସଳଖ ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ ନେଟୱର୍କ କରିବ। କିନ୍ତୁ ଡିଜିଟାଲ ପ୍ରସାରଣ ଜିଓ ସିନେମାରେ ଦର୍ଶକ ଦେଖିପାରିବେ। ଏଥର ଦର୍ଶକଙ୍କ ଲାଗି ପ୍ରସାରଣକାରୀ ସଂସ୍ଥାଗୁଡିକ କିଛି କିଛି ନୂଆ ଫିଚର ଆଣିବେ ବୋଲି ଆଶା କରାଯାଉଛି।

କୋଚ୍‌ ଓ ଅଧିନାୟକ ପରିବର୍ତ୍ତନ: ଚଳିତ ସଂସ୍କରଣରେ ୪ଟି ଦଳ ସେମାନଙ୍କ ସପୋର୍ଟ ଷ୍ଟାଫ୍‌ଙ୍କୁ ପରିବର୍ତ୍ତନ କରିଛନ୍ତି। ଲକ୍ଷ୍ନୌ ସୁପର କିଙ୍ଗ୍‌ସ ନୂଆ ପ୍ରଶିକ୍ଷକ ଭାବେ ଜଷ୍ଟିନ ଲାଙ୍ଗର ନିଯୁକ୍ତ ହୋଇଛନ୍ତି। ଆଣ୍ଡି ଫ୍ଲାୱାର ଏହି ଦାୟିତ୍ୱରେ ଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସଞ୍ଜୟ ବାଙ୍ଗରଙ୍କ ସ୍ଥାନରେ ଆଣ୍ଡି ଫ୍ଲାୱାରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ସନ୍‌ରାଇଜର୍ସ ହାଇଦରାବାଦ୍‌ ବ୍ରାଏନ୍‌ ଲାରାଙ୍କ ସ୍ଥାନରେ ଡାନିଏଲ୍‌ ଭିଟ୍ଟୋରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ସଞ୍ଜୟ ବାଙ୍ଗର ପଞ୍ଜାବ କିଙ୍ଗ୍‌ର କ୍ରିକେଟ ଡେଭେଲପ୍‌ କମିଟି ମୁଖ୍ୟ, ଗୌତମ ଗମ୍ଭୀର କୋଲକାତା ନାଇଟ ରାଇଡର୍ସର ମେଣ୍ଟର ନିଯୁକ୍ତ ହୋଇଛନ୍ତି।

ଚଳିତବର୍ଷ ୫ଟି ଫ୍ରାଞ୍ଚାଇଜ୍‌ ଅଧିନାୟକ ପରିବର୍ତ୍ତନ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଶୁବମାନ ଗିଲ୍‌ ଗୁଜରାଟ ଟାଇଟାନ୍ସର, ରୋହିତ ଶର୍ମାଙ୍କ ସ୍ଥାନରେ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର, ଆଇଡେନ୍‌ ମାର୍କରାମଙ୍କ ସ୍ଥାନରେ ପ୍ୟାଟ କମିନ୍ସ ସନ୍‌ରାଇଜର୍ସ ହାଇଦରାବାଦ୍‌ର, ନୀତିଶ ରାଣାଙ୍କ ସ୍ଥାନରେ ଶ୍ରେୟସ ଆୟର କୋଲକାତା ନାଇଟ୍‌ ରାଇଡର୍ସର ଓ ଡେଭିଡ୍‌ ୱାର୍ଣ୍ଣରଙ୍କ ସ୍ଥାନରେ ଋଷଭ ପନ୍ତ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଆଘାତ ଜନିତ କାରଣରୁ ଆୟର ଓ ପନ୍ତ୍‌ ଅଧିନାୟକ ପଦ ହରାଇଥିଲେ।

ଆଇପିଏଲ- ୨୦୨୧: ସ୍ଥଗିତ ହେଲା ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ୍
ଭୁବନେଶ୍ବର: ଆଇପିଏଲର ୨୦୨୧ ସଂସ୍କରଣରେ କରୋନାର ଆତଙ୍କ। ପୁଣି ସ୍ଥଗିତ ହେଲା ବୁଧବାର ହେବାକୁ ଥିବା ରାଜସ୍ଥାନ ଓ ଚେନ୍ନାଇର ମ୍ୟାଚ। ଚେନ୍ନାଇ ୩ ଜଣ ଷ୍ଟାଫ କରୋନା ପଜିଟିଭ ବାହାରିବା ପରେ ଏବେ ଖେଳାଳିମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। ସେପଟେ ବିସିସିଆଇ ପକ୍ଷରୁ ଏହି ମ୍ୟାଚକୁୁ ସ୍ଥଗିତ କରିଦିଆଯାଇଥିବା ସୂଚନା ମିଳିଛି। ଏହି ମ୍ୟାଚ କେବେ ହେବ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

ଗତକାଲି ସିଏସକେର ସିଇଓ କାଶି ବିଶ୍ୱନାଥ, ବୋଲିଂ କୋଚ ଏଲ ବାଲାଜୀ ଓ ଜଣେ ବସ କ୍ଲିନର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ବର୍ତ୍ତମାନ ସମସ୍ତ ଖେଳାଳିଙ୍କୁ ସଙ୍ଗରୋଧରେ ରଖାଯାଇଛି। ତେଣୁ ଏହି ମ୍ୟାଚକୁ ବାତିଲ କରାଯାଇଛି।