mental health crisis - The Sakala

କର୍ମମୟ ଜୀବନରେ ଅସନ୍ତୁଳନ ଓ ଆର୍ଥିକ ଚାପ ବିଗାଡୁଛି ମହିଳାଙ୍କ ମାନସିକ ସ୍ବାସ୍ଥ୍ୟ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମାନସିକ ସ୍ବାସ୍ଥ୍ୟ ଏକ ବଡ଼ ସମସ୍ୟା ପାଲଟି ଯାଇଛି। ଅଧିକାଂଶ ମହିଳା ଏହାର ଶିକାର ହେଉଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆରବି) ତଥ୍ୟ ଅନୁଯାୟୀ ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରେ ୩୬.୬% ମହିଳା ସାମିଲ ଅଛନ୍ତି। ଏମାନଙ୍କ ମଧ୍ୟରେ ସର୍ବାଧିକ ୧୮ରୁ ୩୯ ବର୍ଷର ମହିଳା ସାମିଲ ଅଛନ୍ତି। ଏହା ସତ୍ତ୍ବେ ମହିଳା ଚିକିତ୍ସା କରାଉ ନାହାନ୍ତି। ମାନସିକ ସ୍ବାସ୍ଥ୍ୟକୁ ନେଇ ବ୍ୟାପିଥିବା ଭୟ ଏବଂ କଳଙ୍କ ଯୋଗୁଁ ମହିଳା ଚିକିତ୍ସାରୁ ଦୂରେଇ ରହୁଛନ୍ତି। ‘ଏମ୍‌ପାୱାର’ ସର୍ଭେରୁ ଏହି ସୂଚନା ମିଳିଛି। ରିପୋର୍ଟରେ କୁହାଯାଇଛି ଯେ ମାନସିକ ସ୍ବାସ୍ଥ୍ୟ ବିଷୟରେ କଥା ହେବାକୁ ମହିଳା ଭୟ କରୁଛନ୍ତି। କାରଣ ଏହାର ପ୍ରଭାବ କ୍ୟାରିୟର ଉପରେ ପଡ଼ିବ ବୋଲି ସେମାନେ ଭାବୁଛନ୍ତି। ଏହା ବ୍ୟତୀତ ଯୌନ ଉତ୍ପୀଡ଼ନ, ଘରୋଇ ହିଂସା ଏବଂ କର୍ମମୟ ଜୀବନରେ ଅସନ୍ତୁଳନ ଯୋଗୁଁ ମହିଳାଙ୍କ ମାନସିକ ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଛି।

ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ଆଦିତ୍ୟ ବିର୍ଲା ଏଜୁକେଶନ ଟ୍ରଷ୍ଟର ଏମ୍‌ପାୱାର ସଂସ୍ଥା ପକ୍ଷରୁ ଜାରି ରିପୋର୍ଟ ‘ଅନଭେଲିଂ ଦ ସାଇଲେଣ୍ଟ ଷ୍ଟ୍ରଗଲ’ ରେ ଏହି ସୂଚନା ଦିଆଯାଇଛି। ଏହି ରିପୋର୍ଟ ଦେଶର ୧୩ ଲକ୍ଷରୁ ଅଧିକ ମହିଳାଙ୍କ ମାନସିକ ସ୍ବାସ୍ଥ୍ୟ ତଥ୍ୟ ଉପରେ ଆଧାରିତ। ଏମାନଙ୍କ ମଧ୍ୟରେ କଲେଜ ଛାତ୍ରୀ, କର୍ପୋରେଟ ପ୍ରଫେସନାଲ, ଗାଁ ମହିଳା ଏବଂ ସେନାରେ କାର୍ଯ୍ୟରତ ମହିଳାଙ୍କ ମାନସିକ ଆହ୍ବାନ ବିଷୟରେ ସୂଚନା ଦିଆଯାଇଛି। ମହିଳାଙ୍କ ମାନସିକ ସ୍ବାସ୍ଥ୍ୟ ଖରାପ ହେବା ପଛରେ ଅନେକ କାରଣ ରହିଛି। ରିପୋର୍ଟ ଅନୁଯାୟୀ ୫୦ ପ୍ରତିଶତ ମହିଳା କର୍ମମୟ ଜୀବନରେ ଅସନ୍ତୁଳନ, ଆର୍ଥିକ ଚାପ ଏବଂ ସାମାଜିକ ଉପେକ୍ଷା ପାଇଁ ଅବସାଦଗ୍ରସ୍ତ ହେଉଛନ୍ତି। ୪୭ ପ୍ରତିଶତ ମହିଳାଙ୍କୁ ନିଦ ଠିକ୍‌ରେ ହେଉନାହିଁ। ବିଶେଷ କରି ୧୮-୩୫ ବର୍ଷର ମହିଳା ନିଦ୍ରାହୀନତା ସମସ୍ୟାରେ ପୀଡିତ। ୪୧ ପ୍ରତିଶତ ମହିଳା ଏକାକୀ ରହିଥିବାରୁ ଚିନ୍ତାରେ ଅଛନ୍ତି। ୩୮ ପ୍ରତିଶତ ଛାତ୍ରୀ ଏବଂ ପ୍ରଫେସନାଲ ମହିଳା କ୍ୟାରିଅର ଏବଂ ଆର୍ଥିକ ସ୍ଥିରତାକୁ ନେଇ ଚିନ୍ତିତ ଅଛନ୍ତି।

କର୍ପୋରେଟ ଜଗତରେ କାମ କରୁଥିବା ୪୨ ପ୍ରତିଶତ ମହିଳା ଅବସାଦ ଏବଂ ଚିନ୍ତାର ଲକ୍ଷଣ ରହିଛି। ୮୦ ପ୍ରତିଶତ ମହିଳା ମାତୃତ୍ବ ଅବକାଶ ଏବଂ କ୍ୟାରିୟର ଗ୍ରୋଥକୁ ନେଇ ଭେଦଭାବ ଶିକାର ହେଉଛନ୍ତି। ମାନସିକ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ କାର୍ଯ୍ୟ ଉପରେ ପ୍ରଭାବ ପଡୁଛି ବୋଲି ୯୧ ପ୍ରତିଶତ ମହିଳା ମତ ଦେଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ ସହ ମିଶି ଏହି ପ୍ରକଳ୍ପରେ ୧୨.୮ ଲକ୍ଷ ଗ୍ରାମୀଣ ମହିଳାଙ୍କ ଉପରେ ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ଆର୍ଥିକ ଅସ୍ଥିରତା, ସାମାଜିକ କଳଙ୍କ ଏବଂ ମାନସିକ ସ୍ବାସ୍ଥ୍ୟ ସେବାର ଅଭାବ ଯୋଗୁଁ ମହିଳା ଗମ୍ଭୀର ଅବସାଦ ଏବଂ ଚିନ୍ତାରେ ପୀଡ଼ିତ ଅଛନ୍ତି।