Law and Order in Odisha - The Sakala

ଗାଁ ଦାଣ୍ଡରୁ ଟେକିନେଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ; ରାଜ୍ୟରେ ପୁଲିସ ବ୍ୟବସ୍ଥା ଓ ଆଇନଶୃଙ୍ଖଳାକୁ ନେଇ ପୁଣି ଉଠିଲା ପ୍ରଶ୍ନ
ଭୁବନେଶ୍ୱର: ରାତି ତ ରାତି, ଦିନ ବା ସଞ୍ଜ ବି ଆଉ ସୁରକ୍ଷିତ ନୁହେଁ । ଖୋଦ ରାଜଧାନୀ ଉପାନ୍ତରେ ବି ଝିଅ ଓ ମହିଳାମାନେ ଘରୁ ବାହାରିବା ସୁରକ୍ଷିତ ମଣୁ ନାହାନ୍ତି । ଦ୍ୱୈତନଗରୀ ପୁଲିସ କମିସନରେଟ୍‌ ଅଧୀନରେ ଘଟିଥିବା ଏକ ବର୍ବର ଘଟଣା ରାଜ୍ୟରେ ପୁଲିସ ବ୍ୟବସ୍ଥା ଓ ଆଇନଶୃଙ୍ଖଳାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି। ସନ୍ଧ୍ୟାରେ ଘର ନିକଟରେ ଗାଁ ଦାଣ୍ଡରେ ଖେଳୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଦୁଷ୍କର୍ମ ଘଟଣା ପୁଲିସ ପ୍ରତି ଲୋକଙ୍କ ଭୟହୀନତାକୁ ପୁଣି ପ୍ରମାଣିତ କରିଛି।  ଦୁବୃର୍ତ୍ତ ସମ୍ପୃକ୍ତ ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ଏକ ପରିତ୍ୟକ୍ତ ଘରେ ଯୌନ ଯାତନା ଦେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ଚଳିତବର୍ଷ ଦଶମ ଶ୍ରେଣୀ ପାସ୍‌ କରିଥିବା ୧୬ ବର୍ଷୀୟା ସମ୍ପୃକ୍ତ ଛାତ୍ରୀ ନିଜ ପରିବାର ସହ ହରିପୁର ଗ୍ରାମରେ ରହୁଛନ୍ତି। ସନ୍ଧ୍ୟା ବେଳେ ଛାତ୍ରୀ ଜଣକ ଘର ନିକଟସ୍ଥ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବାପି ମହାପାତ୍ର ପଛପଟୁ ଛାତ୍ରୀଙ୍କ ପାଟିକୁ କପଡ଼ାରେ ଚାପି ଧରି ଟେକି ନେଇ କିଛି ଦୂରରେ ଏକ  ପରିତ୍ୟକ୍ତ ଘରକୁ ନେଇ ଯାଇଥିଲା। ଛାତ୍ରୀ ଜଣକ ଖସିଯିବାକୁ ଉଦ୍ୟମ କରି ଛାଟିପିଟି ହେଉଥିବା ବେଳେ ବାପି ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିଲା। ମୁହଁ ବନ୍ଦ କରିଦେଇଥିବା ଯୋଗୁଁ ଛାତ୍ରୀ ପାଟି କରିପାରୁ ନ ଥିଲେ, ମାତ୍ର ପୀଡ଼ିତା ଜୋରରେ ବିରୋଧ କରିବାରୁ ବାପି ତାଙ୍କର ସ୍ପର୍ଶକାତର ଅଙ୍ଗକୁ କାମୁଡ଼ି ବିଦାରି ଦେଇଥିଲା ଓ ତଣ୍ଟି ଚିପିଦେବାକୁ ଉଦ୍ୟମ କରିଥିଲା। ମାତ୍ର କୌଣସିପ୍ରକାର ପୀଡ଼ିତା ଦୁଷ୍କର୍ମକାରୀ କବଳରୁ ନିଜକୁ ମୁକୁଳାଇ ଘରକୁ ଫେରି ଆସିଥିଲେ ।

ଝିଅର ଚିରା ଡ୍ରେସ୍ ଓ କାନ୍ଦ ଦେଖି ତାଙ୍କର ମା’ ବିବ୍ରତ ହୋଇ ଏହାର କାରଣ ପଚାରିବା ପରେ ସେ ସବୁକଥା ବିସ୍ତୃତ ବର୍ଣ୍ଣନା କରିଥିଲେ। ବାପି ତାଙ୍କ ସହ ଦୁଷ୍କର୍ମ କରିଥିବା ଘଟଣା କହିବା ସହ ଛାତି, ପେଟ ଓ ଶରୀରର ଅନ୍ୟ ସ୍ଥାନରେ ଆଘାତ କଥା ଜଣାଇଥିଲେ। ପୀଡ଼ିତାଙ୍କୁ ତାଙ୍କ ମାଆ ସାଙ୍ଗେ ସାଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରିଥିଲା। ମଙ୍ଗଳବାର ସକାଳେ ଜଟଣୀ ଥାନା ପୁଲିସ ଯମୁନା ରାସ୍ତାରୁ ବାପିକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବିଜେପି କ୍ଷମତାକୁ ଆସିବା ପରେ ଶାନ୍ତିପ୍ରିୟ ଓଡ଼ିଶା ଅଶାନ୍ତରେ ପରିଣତ ହେଲାଣି, ଅରାଜକତା ଆଡ଼କୁ ଗତି କରୁଛି ରାଜ୍ୟ: ବିଜେଡି
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି । ଗତ ୧୦ ଦିନର ଘଟଣାକୁ ଅନୁଧ୍ୟାନ କଲେ, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ୟୁପି, ବିହାରକୁ ଟପିଗଲାଣି କହି ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି ବିଜେଡି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଗତ ୧୦ ଦିନ ଭିତରେ ରାଜ୍ୟରେ ଘଟିଥିବା ହତ୍ୟା ଓ ହିଂସାକାଣ୍ଡ ଘଟଣାରୁ ସ୍ପଷ୍ଟ ପ୍ରତୀୟମାନ, ରାଜ୍ୟରେ ସତେ ଯେମିତି ଆଇନର ଶାସନ ନଥିବା ଭଳି ସାଧାରଣ ଜନତା ଅନୁଭବ କରୁଛନ୍ତି । ଢେଙ୍କାନାଳରେ ଦଳିତ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ, ହିଞ୍ଜିଳିରେ ୩ ବର୍ଷର ଝିଅ ସାମ୍ନାରେ ତା'ର ଗର୍ଭବତୀ ମାଆକୁ ହତ୍ୟା, କଣାସରେ ଯୁବକଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା ଉଦ୍ୟମ, ନିକଟରେ ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟ ସ୍ୱାଇଁଙ୍କୁ ହତ୍ୟା ଘଟଣା ସୂଚାଉଛି, ଏହି ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସୌମ୍ୟଙ୍କ ମାଆଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପୁଅ ଜଣେ ପୂର୍ବତନ ପୋଲିସ୍ ଏଡିଜିଙ୍କ ଜିମରେ  ଟ୍ରେନର ଭାବେ କାମ କରୁଥିଲେ । ସେହି ଏଡିଜିଙ୍କର ସମଗ୍ର ଭୁବନେଶ୍ୱରର ଅନେକ ସ୍ଥାନରେ ଜିମ୍ ବ୍ୟବସାୟ ଥିଲା । ଏତଦ୍ବ୍ୟତୀତ ତାଙ୍କର ଟ୍ରକ ବ୍ୟବସାୟ ଥିଲା । ଏହି କଥା କ’ଣ ପୋଲିସ୍ ମହାନିର୍ଦ୍ଦେଶକ ଜାଣିପାରୁ ନଥିଲେ ? ଯଦି ରାଜ୍ୟର କର୍ତ୍ତବ୍ୟରତ ପୋଲିସ୍ ମାନେ ବ୍ୟବସାୟରେ ଲିପ୍ତ ରୁହନ୍ତି, ତେବେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସ୍ୱାଭାବିକ ।

ଡ଼ ସାମନ୍ତସିଂହାର ଆହୁରି କହିଥିଲେ ଯେ, ଗତକାଲି ମାତ୍ର ୨୦ ହଜାର ଟଙ୍କା ପାଇଁ ସେହି ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ଏ ସମସ୍ତ ଅପରାଧରେ ସଂଶ୍ଳିଷ୍ଟ ଥିବା ମୁଖ୍ୟ ଆସାମୀ ମାନଙ୍କୁ ଏ ପର୍ଯ୍ୟନ୍ତ ପୋଲିସ୍ ଗିରଫ କରିବାରେ ବିଫଳ ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହି ଅପରାଧୀମାନେ ସରକାରଙ୍କ ରାଜନୈତିକ ସୁରକ୍ଷା ବଳୟ ଭିତରେ ରହୁଛନ୍ତି । ଯେଉଁ ରାଜ୍ୟ ଶାନ୍ତିପ୍ରିୟ ରାଜ୍ୟ ଭାବେ ସମଗ୍ର ଭାରତବର୍ଷରେ ସୁନାମ ଅର୍ଜନ କରିଥିଲା, ବିଜେପି କ୍ଷମତାକୁ ଆସିବା ପରେ ସେହି ରାଜ୍ୟ ଅଶାନ୍ତରେ ପରିଣତ ହେବା ସହିତ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଛି । ଆମେରିକା ଭଳି ରାଷ୍ଟ୍ର ତାଙ୍କ ନାଗରିକ ମାନଙ୍କୁ ଆଡ଼ଭାଇଜରୀ ଜାରି କରି ଓଡ଼ିଶାକୁ ନ ଯିବା ପାଇଁ ମନା କରୁଛନ୍ତି ।

ଜଗତସିଂହପୁର ଜିଲ୍ଲା ବିଜେଡି ସଭାନେତ୍ରୀ ଶ୍ରୀମତୀ ଲୋରା ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ବଢ଼ିଚାଲିଥିବା ହିଂସା ଓ ନାରୀ ନିର୍ଯାତନା ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଗୃହ ବିଭାଗ ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ଯଦି ଆଇନ ଶୃଙ୍ଖଳା ସମ୍ଭାଳି ପାରୁନାହାନ୍ତି, ତାହେଲେ ତୁରନ୍ତ ସେହି ବିଭାଗ ଅନ୍ୟ କାହାକୁ ହସ୍ତାନ୍ତର କରନ୍ତୁ । ଭାରତୀୟ ଜନତା ପାର୍ଟି ସରକାରଙ୍କ ଅପାରଗତାକୁ ଲୁଚାଇବା ପାଇଁ ରାଜନୈତିକ ବୟାନବାଜି ବନ୍ଦ କରନ୍ତୁ ।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ରାଜ୍ୟରେ ‘ସୁଭଦ୍ରା’ମାନଙ୍କୁ ଅସୁରକ୍ଷିତ କରି ଦେଇଛି, ୮ ମାସରେ ୧୬୦୦ ମହିଳା ବିରୋଧୀ ହିଂସା
ଭୁବନେଶ୍ୱର: ରାଜ୍ୟ ସରକାର ମହିଳାମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥିବା ‘ମିଶନ ଶକ୍ତି’କୁ କବର ଦେଇଛନ୍ତି। ‘ସୁଭଦ୍ରା’ ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ମହିଳାମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେଇ ସେମାନଙ୍କୁ ଲକ୍ଷପତି କରିବାକୁ ସ୍ୱପ୍ନ ଦେଖୁଛନ୍ତି । ମାତ୍ର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ରାଜ୍ୟର କୋଣ ଅନୁକୋଣରେ ‘ସୁଭଦ୍ରା’ମାନଙ୍କୁ ଅସୁରକ୍ଷିତ କରି ଦେଇଛି। ମହିଳା ବିରୋଧୀ ହିଂସା ଦୃଷ୍ଟାନ୍ତମୂଳକ ଭାବରେ ବୃଦ୍ଧି ପାଇଛି ଓ ୮ ମାସରେ ୧୬୦୦ ମହିଳା ବିରୋଧୀ ହିଂସାର ଲିଖିତ ଅଭିଯୋଗ ଆସିଛି। ଏହାମଧ୍ୟରେ ରହିଛି ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ପରି ସଙ୍ଗୀନ ଅପରାଧ। ଏହାବ୍ୟତୀତ ସାରା ରାଜ୍ୟରେ ପ୍ରତିଦିନ ଏମିତି ଶହଶହ ମହିଳା ବିରୋଧୀ ହିଂସା ଲୋକଲୋଚନକୁ ଆସି ନ ପାରି ଭିତରେ ଭିତରେ ଚପି ଯାଉଛି।

କିଛି ବର୍ଷ ପୂର୍ବେ ଓଡ଼ିଶାରେ ଆଇନ ଶୃଙ୍ଖଳା ଭୁଷୁଡ଼ି ପଡିଛି କହି ସାରା ରାଜ୍ୟରେ ବିଜେପି ସତ୍ୟାଗ୍ରହ କରିଥିଲା। ଦଳର ନେତାମାନେ ରାଜରାସ୍ତାରେ ବୁକୁ ଫଟା ଚିକ୍ରାର କରୁଥିଲେ। ମାତ୍ର ବିଜେପି ସରକାରରେ ପୂର୍ବାପେକ୍ଷା ରାଜ୍ୟରେ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇଛି। ଗତ ୮ମାସର ବିଜେପି ଶାସନରେ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ମାମଲା ରୁଜୁ ହୋଇଛି। ବାଲେଶ୍ୱରରୁ ବଲାଙ୍ଗିର, କେନ୍ଦ୍ରାପଡ଼ାରୁ ନେଇ ରାଉରକେଲା ପର୍ଯ୍ୟନ୍ତ ସବୁଠି ଅପରାଧୀ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଦଳିମନ୍ଥି ସରକାରଙ୍କୁ ଚାଲେଞ୍ଜ ଦେଇଛନ୍ତି ।

ବାଲେଶ୍ୱରର ସୋର ବ୍ଲକ୍‌ରେ ମହିଳାଙ୍କୁ ବଳାକ୍ରାର କରାଯାଇଛି। ଜଳେଶ୍ୱରରେ ୬୫ ବର୍ଷିୟ ମହିଳା ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଛନ୍ତି। ନୀଳଗିରି ନିର୍ବାଚନମଣ୍ଡଳୀରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଭିଡିଓ ସାରା ଦେଶରେ ଭାଇରାଲ ହୋଇଛି।ସେହି ଜିଲ୍ଲାରେ ଜଣେ ୧୦ ବର୍ଷିୟ ଝିଅକୁ ଧର୍ଷଣ ପରେ ହତ୍ୟା କରାଯାଇଛି। ଢେ଼ଙ୍କାନାଳ ଜିଲ୍ଲାରେ ଜଣେ ବିବାହିତା ମହିଳାଙ୍କୁ ଓ ବଲାଙ୍ଗିର ଜିଲ୍ଲାର ଖଇରାପଲ୍ଲୀରେ ଜଣେ ମହିଳାଙ୍କୁ ଗଣଧର୍ଷଣ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଭଦ୍ରକ ଜିଲ୍ଲା ବେତଡ଼ାରେ ମହିଳାଙ୍କୁ ଗଣଧର୍ଷଣ କରାଯିବା ସହ ତାଙ୍କ ୭ ବର୍ଷ ଝିଅକୁ ଅପରାଧୀମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଅପରାଧରେ ବିଜେପି ମଣ୍ଡଳ ସଭାପତି ଓ ତାଙ୍କର ଦୁଇ ସହଯୋଗୀ ସାମିଲ ଥିବା ଅଭିଯୋଗ ହୋଇଛି। ି ନଭେମ୍ବର ୬ ତାରିଖରେ ବଲାଙ୍ଗିରରେ ଜଣେ ମହିଳାଙ୍କୁ ବଳାକ୍ରାର କରିବା ପରେ ତାଙ୍କୁ ବିଷ୍ଠା ଖୁଆଯାଇଛି ଓ ଅନୁଗୁଳ ଜିଲ୍ଲାର ପାଲଲହଡ଼ାରେ ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା କରାଯାଇଛି। ଏହାସହିତ ଲକ୍ଷ୍ମୀପୁରରେ ଆଦିବାସୀ ନାବାଳିକା, ରାଉରକେଲାରେ ମହିଳାଙ୍କୁ ଦୀର୍ଘଦିନ ଧରି ଗଣବଳାକ୍ରାର , ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତିଙ୍କ ଗାଁରେ ନାବାଳିକାକୁ ବଳାକ୍ରାର, କଟକ ଜିଲ୍ଲାର ଇଟାଭାଟିରେ ନାବାଳିକାଙ୍କୁ ଗଣବଳାକ୍ରାର, ପିପିଲିରେ ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା ରାଜ୍ୟର ଆଇନ୍‌ ଶୃଙ୍ଖଳା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୮ ମାସ ଭିତରେ ୫୪ଟି ଧର୍ଷଣ, ହତ୍ୟା ମାମଲା ରୁଜୁ ହୋଇଛି।

ଯାଜପୁର ଓ ମାଲକାନଗିରି ଜିଲ୍ଲାରେ ମାଟ୍ରିକ୍‌ ପରୀକ୍ଷା ଦେଉଥିବା ଛାତ୍ରୀ ସନ୍ତାନ ପ୍ରସବ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ମଧ୍ୟ ଏଥିରୁ ବାଦ୍‌ ପଡି ନାହିଁ। ଚମ୍ପୁଆରେ ଜଣେ ୬ଷ୍ଠ ଶ୍ରେଣୀର କନ୍ୟାଶ୍ରମ ଛାତ୍ରୀ ଓ ତେଲକୋଇର ଆଶ୍ରମ ବିଦ୍ୟାଳୟରେ ୯ମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଛନ୍ତି। କିଛି ଦିନ ପୂର୍ବେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜରେ ଜଣେ ଯୁକ୍ତ ୨ ଛାତ୍ରୀ ଶିକ୍ଷକଙ୍କ ଅସଦାଚରଣରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅନେକ ଘଟଣାର ଉଦାହରଣ ଅଛି ଯେଉଁଠାରେ ଅତି ଜଘନ୍ୟ ଅପରାଧ ମାମଲା ଥାନାରେ ରୁଜୁ ହୋଇନାହିଁ। ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାରେ ମହିଳାମାନଙ୍କୁ ୫ ହଜାର ଟଙ୍କା ବାଣ୍ଟି ଆତ୍ମତୃପ୍ତି ଲାଭ କରୁଛନ୍ତି । ଦଳର ନେତାମାନେ ‘ସୁଭଦ୍ରା’ ଯୋଜନା ସହାୟତାକୁ ଗେମ୍‌ ଚେଞ୍ଜର ବୋଲି ବାହୁନୁଛନ୍ତି । ମାତ୍ର ରାଜ୍ୟର କୋଣ ଅନୁକୋଣରେ ନିର୍ଯାତିତା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ମହିଳାମାନଙ୍କୁ ନ୍ୟାୟ ଦେବାକୁ ସରକାର କେତେ ତତ୍ପର ତାହା ରାଜ୍ୟର ଅପରାଧ ସୂଚୀ ବର୍ଣ୍ଣନା କରିଛି ।