International Womens Day - The Sakala

କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌
ପୁରୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ମହିଳା ବିଜେଡି ପକ୍ଷରୁ ପୁରୀ ରୋଟାରୀ କ୍ଲବ୍‌ ସଭାଗୃହରେ ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟସଭା ସାଂସଦ ଶୁଭାଶିଷ୍‌ ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର। ସେମାନେ ଜାୟା, ଜନନୀ, ଭଗିନୀ ସବୁ ଭୂମିକାରେ ପୁରୁଷ ସମାଜ ପ୍ରତି ଗୁରୁଦାୟିତ୍ୱ ତୁଲାଇ ଆସୁଛନ୍ତି। ପ୍ରତ୍ୟେକ ସଫଳ ପୁରୁଷ ପଛରେ ଜଣେ ମହିଳାଙ୍କ ହାତ ଥିବା ଯାହା କୁହାଯାଏ, ଏହା ଅପ୍ରାସଙ୍ଗିକ ନୁହେଁ। କିନ୍ତୁ ଆଜି ଆମ ରାଜ୍ୟରେ ମହିଳାମାନେ ନିର୍ଯାତିତ ଓ ନିଷ୍ପେସିତ। ମହିଳାମାନଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ ବଢୁଥିବାବେଳେ ଅନେକ ସମୟରେ ଏମାନେ ହତ୍ୟାର ଶିକାର ହେଉଛନ୍ତି। ତେଣୁ ମହିଳାଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସମ୍ମାନ ଦେବା ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଦରକାର।

ମହିଳାଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସେପର୍ଯ୍ୟନ୍ତ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଐତିହାସିକ ନିଷ୍ପତ୍ତି ନେଇଥିଲେ। ନବୀନ ପଟ୍ଟନାୟକଙ୍କ ସରକାର ମଧ୍ୟ ମା’କୁ ସମ୍ମାନ ଗାଁକୁ କାମ ଉପରେ ବିଶ୍ୱାସ କରୁଥିଲା ବୋଲି କହିଥିଲେ ସାଂସଦ ଶ୍ରୀ ଖୁଣ୍ଟିଆ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ପଣ୍ଡା, ଗୌରହରି ପ୍ରଧାନ, ରବି ଶଙ୍କର ପ୍ରତିହାରୀ ଯୋଗଦେଇଥିଲେ। ସଭାରେ ସନ୍ଧ୍ୟାରାଣୀ ଭଟ୍ଟ, ବିନୋଦିନୀ ଦାସ, ଅରୁଣିମା ନନ୍ଦ, ରୋଜାଲିନ୍‌ ନାୟକ, ପ୍ରିୟଙ୍କା ମହାନ୍ତି, ଲିପ୍ସା ମିଶ୍ର, ଯୋଗମାୟା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସୋନି ଟିଭି ଫୁଡ୍‌ ରିଏଲିଟି ଶୋ’ର ରନର୍ସ ଅପ୍‌ ଅଞ୍ଜୁ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା।

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ସୋସିଆଲ ମିଡିଆ ‘ଏକ୍ସ’ରେ ଶୁଭେଚ୍ଛା ବାର୍ତ୍ତା ଦେଇ ଲେଖିଛନ୍ତି ଯେ, ଆମେ ସର୍ବଦା ମହିଳାଙ୍କୁ ସମ୍ମାନ ଏବଂ ମହିଳା ସଶକ୍ତିକରଣକୁ ସର୍ବଦା ସମସ୍ତ କ୍ଷେତ୍ରରେ ଗୁରୁତ୍ୱ ଦେଇଛୁ । ଓଡ଼ିଶାରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମିଶନଶକ୍ତି ଯୋଜନା, ମମତା ଯୋଜନା ଏବଂ ଲିଙ୍ଗଗତ ବଜେଟ୍ ଭଳି ଅନେକ ପଦକ୍ଷେପ ନିଆଯାଇଛି । ତେଣୁ ଏହି ମହିଳା ଦିବସରେ ଆସନ୍ତୁ ସବୁଠି ମହିଳାଙ୍କ ନେତୃତ୍ୱକୁ ପାଳନ କରିବା ଏବଂ ସର୍ବୋଚ୍ଚ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ଏବଂ ସମାଜରେ ତଥା ବିଭିନ୍ନ ସଂସ୍ଥାରେ ମହିଳାମାନଙ୍କ ଅଧିକ ଭୂମିକାକୁ ସୁନିଶ୍ଚିତ କରିବା ।

ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ଶୃଙ୍ଖଳିତ ଓ ବିକଶିତ ପରିବାର ଗଠନରେ ନାରୀଙ୍କ ଭୂମିକା ବେଶ୍ ପ୍ରମୁଖ
ସେ ଅପରାଜିତା। ସେ ଜଗତଜିତା। ନାରୀ ସ୍ଥିର ଜଳରାଶି ଉପରେ ଆଙ୍କିପାରେ ନିଜ ଭାଗ୍ୟରେଖା। ଅଟକିଯିବା ସେ ଜାଣେ ନାହିଁ। ଗତିପଥ ବଦଳେଇ ଫେରିଯିବା ଯେମିତି ତା’ ପାଇଁ ଏକ ଇଚ୍ଛାବିରୁଦ୍ଧ କାମ। ସମାଜର ସବୁ ବିଭାଗରେ ନାରୀର ସାକ୍ଷର ସ୍ପଷ୍ଟ। ହାଣ୍ଡିଶାଳର ଦାୟିତ୍ୱ ତୁଲାଇ ସେ ବି ନେଇପାରେ ସମାଜର ନେତୃତ୍ୱ। ସ୍ବାଭିମାନୀ ଆଉ ସ୍ୱାବଲମ୍ବୀ ହେଇ ସେ ବି ଗଢ଼ି ଚାଲିଛି ନିତିଦିନିଆ ଜୀବନର ସମସ୍ତ ଆବଶ୍ୟକତା। ତା’ରି ପାଖରେ ରହିଛି ସବୁକିଛି ଗଢ଼ି ତୋଳିବାର ଅୟୁତ ସମ୍ଭାବନା। ଭୂମିରୁ ଭୂମାଯାଏଁ ତା’ର ଯାତ୍ରା ସଫଳ ହୋଇଛି । ଘରର ପ୍ରତିଟି ପାଇଟିକୁ ସୁଚାରୁ ରୁପେ କରିବା ଠାରୁ ଆରମ୍ଭ କରି ମହାକାଶରେ ବୁଲି ଆସିଲାଣି ନାରୀ । ନୃତ୍ୟ , ସଙ୍ଗୀତ, ସାହିତ୍ୟଠାରୁ ଆରମ୍ଭ କରି ସେବା ଓ ସେନାରେ ମଧ୍ୟ ନିଜର ଦକ୍ଷତା ଦେଖାଇପାରିଛି ନାରୀ । ନାରୀ କେବେ ସ୍ନେହମୟୀ କେବେ ପୁଣି ଶତ୍ରୁ ପାଇଁ ସଂହାରିଣୀ ।

ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ସାରା ବିଶ୍ବରେ ପାଳନ କରାଯାଏ। ପ୍ରଥମେ ଏହି ଦିବସଟି ଶ୍ରମଜୀବୀ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଥିଲା। ସମାଜରେ ମହିଳାଙ୍କୁ ସମାନ ଅଧିକାର, ନ୍ୟାୟ ପ୍ରଦାନ ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହା ପାଳିତ ହୁଏ। ମହିଳାଙ୍କୁ ସଶକ୍ତ କରିବା ଲାଗି ଏହି ଦିନକୁ ସମର୍ପିତ କରାଯାଇଛି। ଆମେରିକାରେ ସୋସିଆଲିଷ୍ଟ ପାର୍ଟିର ଆହ୍ବାନରେ ଏହି ଦିବସ ପ୍ରଥମେ ୨୮ ଫେବୃଆରୀ ୧୯୦୯ ମସିହାରେ ପାଳିତ ହେଉଥିଲା। ଅଗଷ୍ଟ ୧୯୧୦ ମସିହାରେ ପ୍ରଥମ ବିଶ୍ବ ମହିଳା ସମାବେଶର ଆୟୋଜନ କରାଗଲା। ସେହିଠାରେ ସମ୍ମିଳିତ ସମସ୍ତଙ୍କ ସଦସ୍ୟଙ୍କ ସହମତି କ୍ରମେ ବିଶ୍ବ ମହିଳା ଦିବସର ଅବଧାରଣା କରାଗଲା। ପାଶ୍ଚାତ୍ୟ ଦେଶମାନଙ୍କରେ ବିଶ୍ବ ମହିଳା ଦିବସ ୧୯୭୭ ମସିହା ପରେ ଅଧିକ ଲୋକପ୍ରିୟ ହେଲା ଯେତେବେଳେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯିବା ପାଇଁ ସ୍ଥିର କରାଗଲା। ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଏକ ଥିମ୍‌କୁ ନେଇ ଏହି ଦିବସ ପାଳନ କରାଯାଏ। ତେବେ ୧୯୯୬ରେ ପ୍ରଥମଥର ପାଇଁ ଥିମ୍‌ ଉପରେ ଏହି ଦିନକୁ ପାଳନ କରାଯାଇଥିଲା।

ଚଳିତ ବର୍ଷ ମହିଳା ଦିବସର ଥିମ୍ ରହିଛି, ଏକ୍ସିଲରେଟ୍ ଆକ୍ସନ୍, ଅର୍ଥାତ୍ ଲିଙ୍ଗଗତ ସମାନତା ଦିଗରେ ତ୍ୱରିତ ପଦେକ୍ଷେପ ପାଇଁ ଆହ୍ୱାନ । ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ବଢ଼ିଲେଣି ନାରୀ । ଅନେକ କ୍ଷେତ୍ରରେ ସେମାନେ ପୁରଷଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ହେଉ କିମ୍ୱା କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କଲେଣି ମହିଳାମାନେ । ତେବେ ସେମାନେ କିପରି ଆହୁରି ଆଗକୁ ଆଗକୁ ବଢ଼ିପାରିବେ, ସେ ଦିଗରେ ଆଜି ସାରା ବିଶ୍ୱରେ ଏହି ଦିବସକୁ ପାଳନ କରାଯାଉଛି ।