Government Policy - The Sakala
ଭୁବନେଶ୍ବର : ଗତକାଲି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ-ଓଇଆରସି  ୨୦୨୫-୨୬ ବର୍ଷ ଲାଗି ବିଦ୍ୟୁତ୍ ଦର ନିର୍ଦ୍ଧାରଣ କରିଥିଲା। ଏନେଇ ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ପ୍ରେସମିଟ୍ କରି ସୂଚନା ଦେଇଥିଲେ ଯେ ଏଥର ମଧ୍ୟ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଟାରିଫ୍ । ଅର୍ଥାତ୍ ବିଦ୍ୟୁତ ବିଲ୍ ବଢିବନି। ଆଉ ଗୋଟେ ଘୋଷଣା ହୋଇଥିଲା ଯେ ଯଦି ଆପଣ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ବ୍ୟବହାର କରୁଛନ୍ତି ତେବେ ମିଟର ରେଣ୍ଟ୍ ଛାଡ କରାଯିବ । ପ୍ରତ୍ୟେକ ମାସ ବିଦ୍ୟୁତ ବିଲରେ ଉପଭୋକ୍ତାମାନେ ସ୍ମାର୍ଟ ମିଟର ଭଡ଼ା ବାବଦକୁ ୬୦ ତାଙ୍କ ଲେଖାଁଏ ଦେଉଥିଲେ। ଏବେ ସେହି ଖର୍ଚ୍ଚ ସରକାର ଦେବେ ।
ସ୍ମାର୍ଟ ମିଟରକୁ ନେଇ ସରକାରଙ୍କ ଏହି ଘୋଷଣା ଦର୍ଶାଇଲା ଯେ ସରକାର ସ୍ମାର୍ଟ ମିଟର ଲଗାଇବାକୁ ପ୍ରୋତ୍ସାହନ ଦେଉଛନ୍ତି। ଯାହାକୁ ଘୋର ବିରୋଧ କରିଛି ରାଜ୍ୟ ଉପଭୋକ୍ତା ମହାସଂଘ। ଉପଭୋକ୍ତା ମହାସଂଘ ପ୍ରଥମରୁ ସ୍ମାର୍ଟ ମିଟର ଲଗାଇବାକୁ ବିରୋଧ କରି ଆସୁଛି, ହେଲେ ସରକାର ସ୍ମାର୍ଟ ମିଟର ଲଗାଇବାକୁ ପ୍ରୋତ୍ସାହନ ଦେଉଛନ୍ତି। ଯାହାକୁ ନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଚିଠି ଲେଖିଛି ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ । ରାଜ୍ୟର ଏକ କୋଟି ବିଜୁଳି ଉପଭୋକ୍ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ସ୍ମାର୍ଟ ମିଟର ବସାଇବା ତୁରନ୍ତ ବନ୍ଦ କରିବାକୁ ଟାଟା ପାୱାରକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ମହାସଂଘର ଆବାହକ ରବି ବେହେରା ।
ସରକାର ୬୦ ଟଙ୍କା ଲେଖାଏଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ କରି ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ଦିନରେ ଲୁଟିବାକୁ ବଡ଼ ଚକ୍ରାନ୍ତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ସ୍ମାର୍ଟ ମିଟରରେ ଯାହାର ଏବେ ବିଲ ୧ ହଜାର ଆସୁଛି ସେମାନଙ୍କର ୧୮୦୦ ଟଙ୍କା ଆସିବ । ଏପରିକି ପ୍ରିପେଡ ରିଚାର୍ଜ ସରିଗଲେ ରାତି ଅଧରେ ବିଦ୍ୟୁତ କଟିଯିବ । ଏପରିକି ଲୋକଙ୍କୁ ରିକନେକ୍ସନ ଚାର୍ଜ ଦେବାକୁ ପଡିବ । କମ୍ପାନୀର ଲୁଟ ପାଇଁ ଏହି ରେଣ୍ଟ ଛାଡ ନିଷ୍ପତ୍ତି ଉଦ୍ଦିଷ୍ଟ । ତୁରନ୍ତ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରାଯାଉ ବୋଲି ଦାବି କରିଛି ମହାସଂଘ ।
ସେପଟେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ମଧ୍ୟ ଏହାକୁ କଡ଼଼ା ସମାଲୋଚନା କରିଛନ୍ତି । ଲୋକଙ୍କୁ ଭୂତେଇବା ପାଇଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ଯୋଜନା କରାଯାଇଛି ବୋଲି ସେ ବଡ଼ ଅଭିଯୋଗ କରିଛନ୍ତି । ସରକାରଙ୍କ ସହ ମିଲି ଭଗତରେ ଉପଭୋକ୍ତାଙ୍କୁ ଶୋଷଣ କରିବା ପାଇଁ ଏହା ପ୍ରୟାସ ହୋଇଛି । ଏହି ପ୍ରସଙ୍ଗକୁ ନେଇ ବିରୋଧ ହୋଇଛି, ହେଉଛି ଓ ଆଗକୁ ଜୋରଦାର ବିରୋଧ ହେବ ବୋଲି ସେ ଦଳ ପକ୍ଷରୁ ଚେତାବନୀ ଦେଇଛନ୍ତି । ଦେଶର ସାମ୍ବିଧାନିକ ସଂସ୍ଥାକୁ ବିଜେପି ସରକାର ଦୁର୍ବଳ କରିଦେଇଛନ୍ତି। ବିଭିନ୍ନ ବାଟରେ ପ୍ରଭାବ ପକାଇ ସଂସ୍ଥା ଗୁଡିକୁ ନିଜ ଅଧୀନକୁ ନେଇ ଜନବିରୋଧୀ ନିଷ୍ପତ୍ତି ନେଉଛି ବିଜେପି ସରକାର। ଏବେ ରାଜ୍ୟରେ ଏକ ଅଘୋଷିତ ଇମରଜେନସି ବୋଲି କହିଛି କଂଗ୍ରେସ। ଲୋକଙ୍କ ସ୍ୱାର୍ଥ କହିବା ପାଇଁ କଂଗ୍ରେସ ଆନ୍ଦୋଳନ ଜୋରଦାର କରିବାର ଚେତାବନୀ ଦେଲେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ।
ଅନ୍ୟପଟେ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ନୁହେଁ ତୁରନ୍ତ ପ୍ରିପେଡ଼ ସ୍ମାର୍ଟ ମିଟର ବନ୍ଦ ଦାବି କରିଛି ସିପିଆଇଏମ। ଜନ ଆନ୍ଦୋଳନ ଜୋରଦାର ହେବା ପରେ ବାଧ୍ୟ ହୋଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ତାରିଫ ବଢ଼ାଇ ନାହାନ୍ତି। କିନ୍ତୁ ସବୁଠୁ ବଡ଼ ବିପଦ ଏବେ ଲୋକଙ୍କ ପାଇଁ ପ୍ରିପେଡ଼ ସ୍ମାର୍ଟ ମିଟର। ଏହି ମିଟର ଲଗାଗଲେ ରୋଷେଇ ଅଧା ରହିଯିବ, ହସ୍ପିଟାଲ ଅପରେସନ ଅଧା, ଚତୁର୍ଦିଗ ଅନ୍ଧାର ହୋଇଯିବ। ତେଣୁ ଏହା ଏକ ମାନବ ବିରୋଧୀ ନିଷ୍ଠୁର ପଦକ୍ଷେପ। ଭଡା ରିହାତି କହି ଲୋକଙ୍କୁ ଭୂତେଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଏହାକୁ ପ୍ରତ୍ୟାହାର ଓ ରଦ୍ଦ କରାଯିବାକୁ ଜୋରଦାର ଦାବି କରିବା ସହ ପ୍ରିପେଡ଼ ସ୍ମାର୍ଟ ମିଟରକୁ ଗ୍ରହଣ କରାଯିବ ନାହିଁ ବୋଲି ଚେତାଇ ଦେଇଛି ସିପିଆଇଏମ। ଗୁଣାତ୍ମକ ବିଜୁଳି ଦେବା ସହ ଅଘୋଷିତ ବିଜୁଳି କାଟ ବନ୍ଦ କରିବାକୁ ଦାବି କରିବା ସହ କୃଷି କ୍ଷେତ୍ରକୁ ବିଜୁଳି ଛାଡ଼ କରିବା ସହ ପ୍ରତିଶ୍ରୁତି ଅନୁଯାୟୀ ୩୦୦ ୟୁନିଟ ମାଗଣା ବିଜୁଳି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ସିପିଆଇଏମ।
ଜିଏସ୍‌ଟିରେ ଖୁବ୍‌ଶୀଘ୍ର ବଡ଼ ପରିବର୍ତ୍ତନ, ଏପ୍ରିଲ ପହିଲାରୁ ଲାଗୁହେବ ଆଇଏସ୍‌ଡି ସିଷ୍ଟମ୍‌
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏହା ଅଧୀନରେ, ଇନପୁଟ୍ ସେବା ବିତରକ (ଆଇଏସ୍‌ଡି) ସିଷ୍ଟମ ଆସନ୍ତା ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟଗୁଡ଼ିକ ମଧ୍ୟରେ ଟିକସ ରାଜସ୍ୱର ଉପଯୁକ୍ତ ବଣ୍ଟନ ସୁନିଶ୍ଚିତ କରିବା।
ବିଶେଷଜ୍ଞମାନଙ୍କ ମତରେ ଏହି ପଦକ୍ଷେପ ଆଇଏସ୍‌ଡି ପ୍ରଣାଳୀ କାର୍ଯ୍ୟକାରୀ କରିବା ପାଇଁ ୨୦୨୪ର ଆର୍ଥିକ ଆଇନ (ନମ୍ବର ୧) ଅଧୀନରେ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି) ଆଇନକୁ ସଂଶୋଧନ କରାଯାଇଛି। ଏହି ବ୍ୟବସ୍ଥା ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ବ୍ୟବସାୟଗୁଡ଼ିକୁ ସୁବିଧା ପ୍ରଦାନ କରେ। ଏହା ଅଧୀନରେ, ବ୍ୟବସାୟଗୁଡ଼ିକ ସେମାନଙ୍କର ଗୋଟିଏ ଶାଖା କିମ୍ବା ମୁଖ୍ୟାଳୟରେ ସାଧାରଣ ଇନପୁଟ୍ ସେବା ପାଇଁ ଇନଭଏସ୍ କେନ୍ଦ୍ରୀକୃତ କରିପାରିବେ। ଏହା ସହଭାଗୀ ସେବା ବ୍ୟବହାର କରୁଥିବା ଶାଖାଗୁଡ଼ିକ ମଧ୍ୟରେ ଇନପୁଟ୍ ଟିକସ କ୍ରେଡିଟ୍ (ଆଇଟିସି)ର ସମାନ ବଣ୍ଟନକୁ ସକ୍ଷମ କରିଥାଏ। ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ହେଉଛି ବ୍ୟବସାୟଗୁଡ଼ିକ ସେମାନଙ୍କର କ୍ରୟ ଉପରେ ଦେଉଥିବା ଟିକସ। ଏହାକୁ ଆଉଟପୁଟ୍ ଟିକସ (ବିକ୍ରି ଉପରେ ଲାଗୁ ହେଉଥିବା ଟିକସ)ରୁ କାଟି ଦିଆଯାଇପାରିବ, ଯାହାଦ୍ୱାରା ବ୍ୟବସାୟର ସାମଗ୍ରିକ ଜିଏସ୍‌ଟି ଦାୟିତ୍ବ ହ୍ରାସ ପାଇବ।
ନୂତନ ନିୟମ ଅନୁଯାୟୀ, ଆଇଏସ୍‌ଡି ସିଷ୍ଟମର ବ୍ୟବହାର ବାଧ୍ୟତାମୂଳକ ହେବ, ଯାହାଦ୍ଵାରା ଆଇଟିସି ସଠିକ୍ ଏବଂ ସ୍ୱଚ୍ଛ ଭାବରେ ବଣ୍ଟନ କରାଯାଇପାରିବ। ଏହା ବ୍ୟବସାୟଗୁଡ଼ିକୁ ପ୍ରଭାବଶାଳୀ ଭାବରେ ସେମାନଙ୍କର ଟିକସ ଦାୟିତ୍ବ ହ୍ରାସ କରିବାରେ ସାହାଯ୍ୟ କରିବ। ପୂର୍ବରୁ, ବ୍ୟବସାୟଗୁଡ଼ିକର ଅନ୍ୟ ଜିଏସ୍‌ଟି ପଞ୍ଜିକରଣରେ ସାଧାରଣ ଆଇଟିସି ଆବଣ୍ଟନ କରିବା ପାଇଁ ଦୁଇଟି ବିକଳ୍ପ ଥିଲା। ଏବେ ଏପ୍ରିଲ ପହିଲାଠାରୁ, ଯଦି ଆଇଏସ୍‌ଡି ବ୍ୟବହାର ନ କରାଯାଏ, ତେବେ ପ୍ରାପ୍ତକର୍ତ୍ତାଙ୍କ ସ୍ଥାନ ପାଇଁ ଆଇଟିସି ଦିଆଯିବ ନାହିଁ। ଏହି ଆଇଏସ୍‌ଡି ସିଷ୍ଟମ କେବଳ ରାଜ୍ୟଗୁଡ଼ିକ ମଧ୍ୟରେ ଟିକସ ରାଜସ୍ୱର ନ୍ୟାୟସଙ୍ଗତ ବଣ୍ଟନ କରିବ ନାହିଁ ବରଂ ବ୍ୟବସାୟଗୁଡ଼ିକୁ ସେମାନଙ୍କର ଟିକସ ଦେୟକୁ ଭଲ ଭାବରେ ପରିଚାଳନା କରିବାରେ ମଧ୍ୟ ସାହାଯ୍ୟ କରିବ। ଏହି ପଦକ୍ଷେପ ଟିକସ ଚୋରି ରୋକିବା ଏବଂ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାରେ ମଧ୍ୟ ସହାୟକ ହେବ।
ୟୁପିଆଇ-ରୁପେ କାର୍ଡ ବ୍ୟବହାର ଉପରେ ଦେବାକୁ ହେବ ଚାର୍ଜ, ପୁଣି ଥରେ ମର୍ଚ୍ଚାଣ୍ଟ ଫି’ ଲାଗୁ କରିବେ ସରକାର
ନୂଆଦିଲ୍ଳୀ : ବର୍ତ୍ତମାନ ଦେଶରେ ୟୁପିଆଇ ଏବଂ ରୁପେ ଡେବିଟ୍ କାର୍ଡ ମାଧ୍ୟମରେ କରାଯାଇଥିବା କାରବାର ଉପରେ କୌଣସି ଚାର୍ଜ (ଏମ୍‌ଡିଆର୍‌) ଲାଗୁ କରାଯାଉନାହିଁ। କିନ୍ତୁ ଏବେ ସରକାର ଏହି କାରବାର ଉପରେ ମର୍ଚ୍ଚାଣ୍ଟ ଫି’ ଲାଗୁ କରିବେ।
ସରକାର ବଡ଼ ବ୍ୟବସାୟୀଙ୍କ ପାଇଁ ରୁପେ ଡେବିଟ୍ କାର୍ଡ ଏବଂ ୟୁପିଆଇ ପେମେଣ୍ଟ ଉପରେ ମର୍ଚ୍ଚାଣ୍ଟ ଫି’ ପୁନଃ ଲାଗୁ କରିବାକୁ ବିଚାର କରୁଛନ୍ତି। ଏହି ଶୁଳ୍କ ସରକାର ୨୦୨୨ ମସିହାରେ ଛାଡ଼ କରିଦେଇଥିଲେ। କିନ୍ତୁ ଏବେ ଫିନଟେକ୍ କମ୍ପାନୀଗୁଡ଼ିକ କହୁଛନ୍ତି ଯେ ବଡ଼ ବ୍ୟବସାୟୀମାନେ ସେଠାରେ ମର୍ଚ୍ଚାଣ୍ଟ ଫି’ ଆଦାୟ କରିବାର କ୍ଷମତା ରଖିଛନ୍ତି। ତେଣୁ, ଏପରି ବ୍ୟବସାୟୀଙ୍କଠାରୁ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ବା ମର୍ଚ୍ଚାଣ୍ଟ ରିଆତି ହାର ଆଦାୟ କରାଯିବା ଉଚିତ। ଏଠାରେ ସୂଚନାଯୋଗ୍ୟ ଯେ, ଏମ୍‌ଡିଆର୍‌ ଅର୍ଥ ହେଉଛି ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍। ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ହେଉଛି ସେହି ଚାର୍ଜ ଯାହା ଦୋକାନୀମାନେ ପେମେଣ୍ଟ ପ୍ରକ୍ରିୟାକରଣ କରିବା ପୂର୍ବରୁ ବ୍ୟାଙ୍କଗୁଡ଼ିକୁ ଦେଇଥାନ୍ତି। ଏହି ଫି’ ସରକାର ଛାଡ଼ କରିଥିଲେ କିନ୍ତୁ ଏବେ ଏହାକୁ ପୁଣି ଥରେ କାର୍ଯ୍ୟକାରୀ କରିବା ପାଇଁ ବିଚାର କରାଯାଉଛି। ବ୍ୟାଙ୍କିଙ୍ଗ ଶିଳ୍ପ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଛି। ସେହି ପ୍ରସ୍ତାବରେ କୁହାଯାଇଛି ଯେ ଯେଉଁ ବ୍ୟବସାୀମାନଙ୍କ ବାର୍ଷିକ କାରବାର ୪୦ ଲକ୍ଷ ଟଙ୍କାରୁ ଅଧିକ, ସେମାନଙ୍କ ଉପରେ ଏମ୍‌ଡିଆର୍‌ ଲାଗୁ କରାଯିବା ଉଚିତ। ଛୋଟ ବ୍ୟବସାୟୀଙ୍କଠାରୁ ଏମ୍‌ଡିଆର୍‌ ନିଆଯିବନାହିଁ।
ବ୍ୟାଙ୍କିଙ୍ଗ ଶିଳ୍ପ ପକ୍ଷରୁ କୁହାଯାଇଛି ଯେ ଯଦି ବଡ଼ ବ୍ୟବସାୟୀମାନେ ଭିସା ଏବଂ ମାଷ୍ଟରକାର୍ଡ, ଡେବିଟ୍ କାର୍ଡ ଭଳି ସମସ୍ତ ପ୍ରକାରର ଅନ୍ୟାନ୍ୟ ପେମେଣ୍ଟ ଉପକରଣରେ ଏମ୍‌ଡିଆର୍‌ ଦେଉଛନ୍ତି, ତେବେ ସେମାନେ ୟୁପିଆଇ ଏବଂ ରୁପେ ଡେବିଟ୍ କାର୍ଡ ପାଇଁ କାହିଁକି ଦେୟ ଦେବେ ନାହିଁ। ୨୦୨୨ରେ ଏମ୍‌ଡିଆର୍‌ ହଟାଇବା ପୂର୍ବରୁ କାରବାର ପରିମାଣର ଗୋଟିଏ ପ୍ରତିଶତରୁ କମ୍ ବାଣିଜ୍ୟ ଶୁଳ୍କ ଭାବରେ ପ୍ରଦାନ କରାଯାଉଥିଲା। ଏହାପରେ ୟୁପିଆଇ ପେମେଣ୍ଟର ସବୁଠାରୁ ଲୋକପ୍ରିୟ ମାଧ୍ୟମ ପାଲଟିଛି। ଫିନଟେକ୍ କମ୍ପାନୀଗୁଡ଼ିକ ଏମ୍‌ଡିଆର୍‌ପୁନଃ କାର୍ଯ୍ୟକାରୀ କରିବା ପାଇଁ ଓକିଲାତି କରୁଛନ୍ତି। କମ୍ପାନୀଗୁଡ଼ିକ କହିଛନ୍ତି ଯେ ବଡ଼ ବ୍ୟବସାୟୀମାନେ ସହଜରେ ଏକ ଛୋଟ ଆକାରର ଶୁଳ୍କ ଦେଇପାରିବେ। ଏମ୍‌ଡିଆର୍‌ ଫେରାଇ ଆଣିବା ସେମାନଙ୍କ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ନୂତନ ନିୟମ ଯୋଗୁଁ ଅନୁପାଳନର ମୂଲ୍ୟ ବୃଦ୍ଧି ପାଇଛି। ୟୁପିଆଇ ପେମେଣ୍ଟ ଉପରେ ଶୁଳ୍କ ବିନା, ଏହି କ୍ଷେତ୍ରର ଅନେକ ବ୍ୟବସାୟ ଲାଭଜନକ ରହିବା ପାଇଁ ସଂଘର୍ଷ କରିବେ।
ଆୟକର ବିଲ୍‌କୁ ନେଇ ଉଠିଲା ବିବାଦ, ଆଉ ସୁରକ୍ଷିତ ରହିବ ନାହିଁ କରଦାତାଙ୍କ ବ୍ୟକ୍ତିଗତ ତଥ୍ୟ
ନୂଆଦିଲ୍ଲୀ: ଆୟକରଦାତାଙ୍କ ବ୍ୟକ୍ତିଗତ ତଥ୍ୟ ଆଉ ସୁରକ୍ଷିତ ରହିବ ନାହିଁ। ଆୟକର ଅଧିକାରୀ ଚାହିଁଲେ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ, ବ୍ୟକ୍ତିଗତ ଇମେଲ୍‌, ବ୍ୟାଙ୍କ ଆକାଉଣ୍ଟ, ଅନଲାଇନ୍ ଇନଭେଷ୍ଟମେଣ୍ଟ ଆକାଉଣ୍ଟ୍‌ସ ଏବଂ ଏପରିକି ଟ୍ରେଡିଂ ଆକାଉଣ୍ଟ୍‌ସ ମଧ୍ୟ ଦେଖିପାରିବେ। ଏଥିପାଇଁ କୌଣସି ସୂଚନା ବା ଅଭିଯୋଗର ଆବଶ୍ୟକତା ନାହିଁ; କେବଳ ସନ୍ଦେହ ହେଲେ ଯଥେଷ୍ଟ। ଗତମାସ ଲୋକସଭାରେ ସରକାର ଆଗତ କରିଥିବା ଆୟକର ବିଲ୍‌ରେ ଏଭଳି ବ୍ୟବସ୍ଥା ରହିଛି।
ଆୟକର ଅଧିକାରୀ ଚାହିଁଲେ ଆୟକରଦାତାଙ୍କ ଘର କବାଟ ଭାଙ୍ଗି ପଶିପାରିବେ। ସେମାନେ ବାକ୍ସ, ଲକର, ସେଫ୍‌ ଓ ଆଲମିରା ମଧ୍ୟ ଭାଙ୍ଗିପାରିବେ। ଲୋକସଭାରେ ଆଗତ ଆୟକର ବିଲର ୨୪୭ ଧାରାରେ ଆୟକର ଅଧିକାରୀମାନଙ୍କୁ ଏଭଳି ଅଖଣ୍ଡ କ୍ଷମତା ଦିଆଯାଇଛି। କେବଳ ସନ୍ଦେହ ହେଲେ ସେମାନେ ଯେକୌଣସି ସ୍ଥାନ ହେଉ କି ଘର ସେଠାରେ ପଶି ଛାନଭିନ୍ କରିପାରିବେ। କଂପ୍ୟୁଟର/ଲ୍ୟାପଟପ୍ ଖୋଲି ଛାନଭିନ୍ କରିପାରିବେ। ଜଣେ ବ୍ୟକ୍ତି କାହା ସହିତ ବ୍ୟକ୍ତିଗତ କଥା ହୋଇଥିଲେ, ସେସଂକ୍ରାନ୍ତ ତଥ୍ୟ ମଧ୍ୟ ଅଧିକାରୀ ହାସଲ କରିପାରିବେ। ଆୟକର ଦାଖଲର ସରଳୀକରଣ ନାମରେ ନୂଆ ବିଲ୍‌ରେ କରାଯାଇଥିବା ଏହିସବୁ ବ୍ୟବସ୍ଥା ନେଇ ଘୋର ଆପତ୍ତି ଜଣାଇଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ। ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ଏହାକୁ ଦୃଢ଼ ବିରୋଧ କରିଛି କଂଗ୍ରେସ। ପାର୍ଟି ପକ୍ଷରୁ କୁହାଯାଇଛି ଯେ ଏନ୍‌ଡିଏ ସରକାର ପ୍ରଥମେ ପେଗାସସ୍ ଜରିଆରେ ଆମ ଉପରେ ଗୁଇନ୍ଦା ନଜର ରଖିଲେ, ଏବେ ସେମାନେ ଆମର ବ୍ୟକ୍ତିଗତ ଅଧିକାରକୁ ମଧ୍ୟ ନେଇଯିବାକୁ ବସିଲେଣି। ଆମର ଡିଜିଟାଲ ଜୀବନ ମଧ୍ୟ ଆଉ ସୁରକ୍ଷତ ନୁହେଁ। ଚଢ଼ଉ କି ଖାନତଲାସି ପାଇଁ କୌଣସି ନୋଟିସ ବା ୱାରାଣ୍ଟ ଦରକାର ନାହିଁ। ଆପଣ ଟିକସ ଫାଙ୍କୁଛନ୍ତି ବୋଲି ଆୟକର ଅଧିକାରୀ କେବଳ ସନ୍ଦେହ ଆଧାରରେ ଆପଣଙ୍କର ବ୍ୟକ୍ତିଗତ ଅଧିକାରକୁ ଛଡ଼ାଇନେବେ। ଏହାର ସମସ୍ତେ ବିରୋଧ କରିବା ଉଚିତ। ଅନେକ ସଂଗଠନ କହିଛନ୍ତି ଯେ ଏହି ବିଲ୍ ଗୋପନୀୟତା ରକ୍ଷା ପାଇଁ ସମ୍ବିଧାନ ଦେଇଥିବା ମୌଳିକ ଅଧିକାରର ଏହା ଉଲ୍ଳଂଘନ କରୁଛି।
ସୂଚନାଯୋଗ୍ୟ ଯେ ଏହି ବିଲ ଆଗତ ହେବାପରେ ଲୋକସଭା ବାଚସ୍ପତି ଏହା ଉପରେ ଅଧିକ ଆଲୋଚନା ପାଇଁ ୩୧ ଜଣିଆ ସିଲେକ୍ଟ କମିଟିକୁ ପଠାଇଛନ୍ତି।