Divorce - The Sakala

ଛାଡ଼ପତ୍ର ପରେ ଝିଅକୁ ଧୁମଧାମରେ ସ୍ୱାଗତ କଲେ ବାପା; ପ୍ରଶଂସା କରି 'ସାଲ୍ୟୁଟ୍' କଲେ ଅଭିନେତା ରାକେଶ ବେଦୀ
ବଲିଉଡ୍ ତଥା ଟେଲିଭିଜନର ଜଣାଶୁଣା ଅଭିନେତା ରାକେଶ ବେଦୀ ବର୍ତ୍ତମାନ ନିଜର ନିକଟତର ଫିଲ୍ମ 'ଧୁରନ୍ଧର' ର ସଫଳତାକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିଜର ଚମତ୍କାର କମେଡି ପାଇଁ ପରିଚିତ ଥିବା ଏହି ଅଭିନେତା ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଏକ ବିଳାସପୂର୍ଣ୍ଣ ରିସର୍ଟରେ ଛୁଟି କାଟୁଥିବାର ନଜର ଆସିଛନ୍ତି। ତେବେ କେବଳ ଛୁଟି କାଟିବା ନୁହେଁ, ବରଂ 'ଛାଡ଼ପତ୍ର' ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ସେ ନିଜର ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି, ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

"ଛାଡ଼ପତ୍ର ଜୀବନର ଶେଷ ନୁହେଁ"

ଏହି ଭିଡିଓରେ ରାକେଶ ବେଦୀ ଏକ ପ୍ରେରଣାଦାୟକ ଘଟଣାର ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଜଣେ ପିତା ନିଜ ଝିଅର ଛାଡ଼ପତ୍ର ହେବା ପରେ ତାଙ୍କୁ ଖୁବ୍ ଧୁମଧାମରେ ନିଜ ଘରକୁ ସ୍ୱାଗତ କରିଛନ୍ତି। ଏଭଳି ସକାରାତ୍ମକ ଚିନ୍ତାଧାରାକୁ ପ୍ରଶଂସା କରି ଅଭିନେତା ଜଣକ ସେହି ପିତାଙ୍କୁ 'ସାଲ୍ୟୁଟ୍' ବା ସଲାମ କରିଛନ୍ତି। ସେ ସମାଜକୁ ବାର୍ତ୍ତା ଦେଇ କହିଛନ୍ତି ଯେ "ଛାଡ଼ପତ୍ର କେବେ ବି ଜୀବନର ଶେଷ ନୁହେଁ।" ଏଭଳି କଠିନ ସମୟରେ ସମାଜ କ'ଣ କହିବ ସେ କଥା ନଭାବି, ପିତାମାତାମାନେ ନିଜ ପିଲାଙ୍କ ସାହସ ବଢ଼ାଇବା ଉଚିତ୍। ତାଙ୍କର ଏହି କଥାକୁ ଇଣ୍ଟରନେଟ୍ ୟୁଜରମାନେ ବେଶ୍ ପ୍ରଶଂସା କରୁଛନ୍ତି।

'ଧୁରନ୍ଧର' ଫିଲ୍ମରେ ଚମତ୍କାର ଅଭିନୟ

କର୍ମକ୍ଷେତ୍ର ବିଷୟରେ କହିବାକୁ ଗଲେ, ରାକେଶ ବେଦୀ ବର୍ତ୍ତମାନ ତାଙ୍କ ମଲ୍ଟିଷ୍ଟାରର୍ ଫିଲ୍ମ 'ଧୁରନ୍ଧର' ପାଇଁ ଖୁବ୍ ଲୋକପ୍ରିୟତା ହାସଲ କରୁଛନ୍ତି। ଏହି ଫିଲ୍ମରେ ରଣବୀର ସିଂହ, ଅର୍ଜୁନ ରାମପାଲ, ଆର୍. ମାଧବନ ଏବଂ ସଞ୍ଜୟ ଦତ୍ତଙ୍କ ଭଳି ବଡ଼ ବଡ଼ କଳାକାର ଅଛନ୍ତି। ଏହି ଗମ୍ଭୀର ଫିଲ୍ମରେ ରାକେଶ ବେଦୀ 'ଜମିଲ ଜମାଲି' ନାମକ ଏକ ସହାୟକ ଚରିତ୍ରରେ ଅଭିନୟ କରିଛନ୍ତି, ଯାହା ଫିଲ୍ମରେ ହାସ୍ୟରସ ଭରିବାରେ ସାହାଯ୍ୟ କରୁଛି। ବିଶେଷ କରି ପାକିସ୍ତାନୀ ଚରିତ୍ରରେ ତାଙ୍କର ଏହି ଅଭିନୟ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି।

ସ୍ୱାମୀ ସୋହେଲ ଖତୁରିଆଙ୍କୁ ଆନୁଷ୍ଠାନିକ ଭାବେ ଛାଡ଼ପତ୍ର ଦେଲେ ଅଭିନେତ୍ରୀ ହଂସିକା ମୋଟୱାନୀ, ନେଲେ ନାହିଁ କୌଣସି ଭରଣପୋଷଣ
ହଂସିକା ମୋଟୱାନୀ ଏବଂ ବ୍ୟବସାୟୀ ସ୍ୱାମୀ ସୋହେଲ ଖତୁରିଆଙ୍କର ଆନୁଷ୍ଠାନିକ ଭାବେ ବିବାହ ବିଚ୍ଛେଦ ହୋଇଛି। ମୁମ୍ବାଇର ବାନ୍ଦ୍ରା ପରିବାର ଅଦାଲତ ଏହି ଦମ୍ପତିଙ୍କୁ ପାରସ୍ପରିକ ସମ୍ମତି ଭିତ୍ତିରେ ଛାଡ଼ପତ୍ର ପ୍ରଦାନ କରିଛନ୍ତି। ଏହି ଛାଡ଼ପତ୍ର ପ୍ରକ୍ରିୟାରେ ଅଭିନେତ୍ରୀ ଜଣକ କୌଣସି ପ୍ରକାର ଭରଣପୋଷଣ ବା ସ୍ତ୍ରୀଧନ ଦାବି ନକରିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି।

କାହିଁକି ଭାଙ୍ଗିଲା ସମ୍ପର୍କ?

ଅଦାଲତରେ ପ୍ରକ୍ରିୟା ସମୟରେ ହଂସିକାଙ୍କ ପକ୍ଷରୁ ଓକିଲ ଅଦନାନ ଶେଖ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ମତରେ, ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ମୌଳିକ ପାର୍ଥକ୍ୟ ଦେଖାଦେଇଥିଲା। ସେମାନଙ୍କ ସ୍ୱଭାବ, ଦୃଷ୍ଟିକୋଣ ଏବଂ ଜୀବନଶୈଳୀରେ ଥିବା ଅମେଳ ଯୋଗୁଁ ବାରମ୍ବାର ବିବାଦ ସୃଷ୍ଟି ହେଉଥିଲା। ଛୋଟ ଛୋଟ କଥାକୁ ନେଇ ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ, ଏକାଠି ଗୋଟିଏ ଛାତ ତଳେ ରହିବା ଅସମ୍ଭବ ହୋଇପଡ଼ିଥିଲା।

ପରିବାରର ଉଦ୍ୟମ ବିଫଳ

କୋର୍ଟରେ ଦାଖଲ ହୋଇଥିବା ଆବେଦନ ଅନୁଯାୟୀ, ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ସମ୍ପର୍କକୁ ସୁଧାରିବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ। କିନ୍ତୁ ଏହି ସବୁ ପ୍ରୟାସ ବିଫଳ ହୋଇଥିଲା। ଶେଷରେ ଉଭୟ ପକ୍ଷ ଆପୋଷ ବୁଝାମଣା ମାଧ୍ୟମରେ ବିବାହ ଶେଷ କରିବାକୁ ରାଜି ହୋଇଥିଲେ ଏବଂ ଜୁଲାଇ ୨, ୨୦୨୪ ରୁ ସେମାନେ ଅଲଗା ରହୁଥିଲେ।

୨୦୨୨ ରେ ହୋଇଥିଲା ବିବାହ

ସୂଚନାଯୋଗ୍ୟ ଯେ, ହଂସିକା ମୋଟୱାନୀ ଡିସେମ୍ବର ୨୦୨୨ ରେ ସୋହେଲ ଖତୁରିଆଙ୍କୁ ବିବାହ କରିଥିଲେ। ଗତ ବର୍ଷଠାରୁ ସେମାନଙ୍କ ଛାଡ଼ପତ୍ର ନେଇ ଚର୍ଚ୍ଚା ଜୋର ଧରିଥିଲା, ବିଶେଷକରି ଯେତେବେଳେ ହଂସିକା ନିଜ ସୋସିଆଲ ମିଡିଆରୁ ବିବାହର ଫଟୋଗୁଡ଼ିକୁ ହଟାଇ ଦେଇଥିଲେ। ବର୍ତ୍ତମାନ ଉଭୟ କୌଣସି ଆର୍ଥିକ କିମ୍ବା ଆଇନଗତ ଦାବି କରିବେ ନାହିଁ ବୋଲି ସତ୍ୟପାଠ ଦାଖଲ କରିଛନ୍ତି। ଏହି ଦମ୍ପତିଙ୍କର କୌଣସି ସନ୍ତାନ ନାହାଁନ୍ତି।

ଛାଡ଼ପତ୍ର ପାଇଁ ପତି-ପତ୍ନୀ ଏକବର୍ଷ ଅଲଗା ରହିବା ଜରୁରୀ ନୁହେଁ: ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଛାଡ଼ପତ୍ର ଦେବା ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଆପୋସ ସହମତିରେ ଛାଡ଼ପ୍ରତ ଦେବାକୁ ଚାହୁଁଥିବା ପତି-ପତ୍ନୀଙ୍କ ପାଇଁ ଗୋଟିଏ ବର୍ଷ ଅଲଗା ରହିବାର ସର୍ତ୍ତ ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ, ହିନ୍ଦୁ ବିବାହ ଆଇନ୍‌‌ (ଏଚ୍‌‌ଏମ୍‌‌ଏ), ୧୯୫୫ ଅନୁଯାୟୀ ଲାଗୁ ହୋଇଥିବା ଏହି ସର୍ତ୍ତକୁ କେତୋଟି ଉଚିତ ମାମଲାରେ ଛାଡ଼ କରାଯାଇପାରିବ। ଏପରିସ୍ଥିତିରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ବିବାହ ବନ୍ଧନରୁ ମୁକ୍ତ କରିବା ପରିବର୍ତ୍ତେ, ସେମାନଙ୍କୁ ଏକ ଅବିଶ୍ୱସ୍ତ ସମ୍ପର୍କରେ ଫସାଇ ରଖିବା ଭୁଲ ହେବ ଓ ଏହା ଉଭୟଙ୍କ ପାଇଁ ଅନାବଶ୍ୟକ ମାନସିକ ଓ ଭାବନାତ୍ମକ ଚାପ ସୃଷ୍ଟି କରିବ ବୋଲି କୋର୍ଟ କହିଛନ୍ତି। ଆଇନ୍‌‌ ଅନୁଯାୟୀ ପରସ୍ପର ସମ୍ମତିରେ ଛାଡ଼ପତ୍ର ଦେବା ପାଇଁ ଆବେଦନ ଦାଖଲ କରିବାର ସମୟସୀମା ସମ୍ପର୍କରେ ମାର୍ଗଦର୍ଶନ ପାଇଁ ଏକ ଡିଭିଜନ ବେଞ୍ଚ୍‌‌ ଦେଇଥିବା ଏକ ରାୟର ଜବାବରେ କୋର୍ଟ ଏହି ସ୍ପଷ୍ଟୀକରଣ ଦେଇଛନ୍ତି। ଜଷ୍ଟିସ ନବୀନ ଚାୱାଲା, ଜଷ୍ଟିସ ଅନୁପ ଜୟରାମ ଭାମ୍ଭାନୀ ଓ ଜଷ୍ଟିସ ରେଣୁ ଭଟ୍ଟନାଗରଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଏଚ୍‌‌ଏଏ ଧାରା ୧୩ବି(୧) ଅନୁଯାୟୀ ଗୋଟିଏ ବର୍ଷ ପାଇଁ ସ୍ୱାମୀ ସ୍ତ୍ରୀ ପୃଥକ ରହିବାର ଆଇନଗତ ସର୍ତ୍ତ ବାଧ୍ୟତାମୂଳକ ନୁହେଁ।ପୁଣି ବିବାହ ଶେଷ କରିବାରେ ବିଳମ୍ବ ହେଲେ ପତି କିମ୍ବା ପତ୍ନୀ ଆଗକୁ ବଢ଼଼ ନୂଆ ଓ ସ୍ଥିର ସମ୍ପର୍କ ସୃଷ୍ଟି କରିବାର ସୁଯୋଗ ପାଇ ନଥାନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।

୨୭ ବର୍ଷ ପରେ ଅଲଗା ହେଲେ ବିଲ୍ ଗେଟ୍ସ ଓ ମେଲିଣ୍ଡା
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ବିବାହର ୨୭ ବର୍ଷ ପରେ ଛାଡ଼ପତ୍ର ଦେଇଛନ୍ତି ଉଭୟ । ଏନେଇ ବିଲ୍ ଗେଟ୍ସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ ଜନସେବା ପାଇଁ ସେମାନଙ୍କ ଦ୍ୱାରା ଗଠିତ ଫାଉଣ୍ଡେସନର କାର୍ଯ୍ୟ ପୂର୍ବଭଳି ଜାରି ରହିବ ବୋଲି କହିଛନ୍ତି ବିଲ୍‍ ଓ ମେଲିଣ୍ଡା।

pic.twitter.com/padmHSgWGc

— Bill Gates (@BillGates) May 3, 2021

ବିଲ୍ ଗେଟ୍ସ ଟ୍ବିଟ କରି ଲେଖିଛନ୍ତି ଯେ, ଅନେକ ଆଲୋଚନା ଓ ସମ୍ପର୍କରେ ରହି କାମ କରିବା ପରେ ମୁଁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛି । ବିଗତ ୨୭ ବର୍ଷ ମଧ୍ୟରେ ନିଜର ୩ ଛୁଆଙ୍କୁ ପାଳି କରି ବଡ଼ କରିଛି । ଆମେ ଏକ ଫାଉଣ୍ଡେସନ୍ ବି କରିଛୁ । ଯାହା ବିଶ୍ୱବ୍ୟାପୀ ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ଜୀବନଧାରଣ ପାଇଁ କାମ କରୁଛି । ଏହି ମିଶନ ପାଇଁ ଆମେ ଗୋଟିଏ ପ୍ରକାର ଚିନ୍ତାଧାରା ରଖିବୁ, ଏକାଠି କାମ କରିବୁ । ତେବେ, ଆମେ ଆଗକୁ ପତିପତ୍ନୀ ଭାବେ ରହିପାରିବୁ ନାହିଁ । ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ ।