OdishaWeather - The Sakala
ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆଁମାର ଉପକୂଳ ଉପରେ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାରଠାରୁ ବର୍ଷା ଆରମ୍ଭ ହୋଇଛି। ସମ୍ଭାବ୍ୟ ଲଘୁଚାପ ଯୋଗୁଁ ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ଆଶଙ୍କା ରହିଥିବା ବେଳେ କିଛି କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ବେଗ ୪୦-୫୦ କିମି ଓ ଝଟକା ପବନ ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି। ଏହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ।
ତେଣୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ନ ଯିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ସୋମବାର କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଥିବା ବେଳେ ରାଜ୍ୟର ବାକି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି।
ଅନ୍ୟପଟେ ଏହି ଲଘୁଚାପ ପ୍ରଭାବ ଯାଉ ଯାଉ ଆସନ୍ତା ୨୫ ସେପ୍ଟେମ୍ୱର ପାଖାପାଖି ମିଆଁମାର-ବାଂଲାଦେଶ ଉପକୂଳରେ ଥିବା ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପଟି ଅଧିକ ଘନୀଭୂତ ହେବା ନେଇ ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ତେଣୁ ଏହି ଲଘୁଚାପ ଯୋଗୁଁ ପାର୍ବଣ ସମୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଆଶଙ୍କା ରହିଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ପ୍ରଭାବରେ ୨୫ ତାରିଖରୁ ବର୍ଷା ବଢ଼ିବା ସହ ୨୮ ତାରିଖ ଯାଏଁ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଓ ଆଉ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ଲଘୁଚାପ ଯୋଗୁଁ ବିଶେଷ କରି ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଜିଲ୍ଲାଗୁଡ଼ିକରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି।
ଲଘୁଚାପର ପ୍ରଭାବ: ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ସକ୍ରିୟ ରହିଛି। ଏହା ପ୍ରଭାବରେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରଭାବ ବଢ଼ିଛି।
ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର କହିଛି।
ତେବେ ଆଗାମୀ ୪୮ ଘଣ୍ଟାରେ ଲଘୁଚାପର ପ୍ରଭାବ ସବୁଠୁ ଅଧିକ ରହିବାକୁ ଥିବାରୁ ଶନିବାର ପାଇଁ ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ବର୍ଷା ଜନିତ ଆଲର୍ଟ ଜାରି ହୋଇଛି। ପାଣିପାଗ କେନ୍ଦ୍ର କହିଛି ଯେ ଶନିବାର କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ଅନୁଭୂତ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଲଘୁଚାପ ପ୍ରଭାବର ଉତ୍ତର ପଶ୍ଚିମବଙ୍ଗୋପସାଗରରେ ପବନର ବେଗ ୩୫-୪୫ କିମି ଓ ଝଟକା ପବନ ୫୫ କିମି ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।
ଅନ୍ୟପଟେ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନକୂଳ ହୋଇଛି। ଆସନ୍ତା ୧୫ ତାରିଖ ମଧ୍ୟରେ ଦେଶର ଉତ୍ତର ପଶ୍ଚିମ ଭାଗ ଯଥା ପଶ୍ଚିମ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବାର ସମ୍ଭାବନା ରହିଛି। ସାଧାରଣତଃ ଲଗାତାର ୫ ଦିନ ପର୍ଯ୍ୟନ୍ତ ବର୍ଷା କମିବା ପରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଜନିତ ସ୍ଥିତି ସୃଷ୍ଟି ହୋଇଥାଏ। ଗୁରୁଚାପ ବଳୟ ସୃଷ୍ଟି ହେବା ସହ ଆକାଶ ନିର୍ମଳ ମଧ୍ୟ ରହିବ। ସେପ୍ଟମ୍ବର ୧ ପରେ ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଥାଏ। ଓଡ଼ିଶାରୁ ମୌସୁମୀ ଅକ୍ଟୋବର ୧୦-୧୫ ତାରିଖ ମଧ୍ୟରେ ବିଦାୟ ନେଇଥାଏ। ଯେହେତୁ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ସମୟରେ ଦେଶରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେଉଛି, ଓଡ଼ିଶାରୁ ମଧ୍ୟ ସଠିକ୍‌ ସମୟରେ ମୌସୁମୀ ବିଦ୍ୟାୟ ନେବା ନେଇ ଆକଳନ କରାଯାଉଛି।
ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୧୨ ତାରିଖରୁ ବଢିବ ବର୍ଷର ପରିମାଣ। ସୃଷ୍ଟି ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ବର୍ଷା ଗଞ୍ଜାମ ଜିଲ୍ଲା ଆସ୍କାରେ ୯୦ ମିଲିମିଟର ରେକର୍ଡ ହୋଇଛି। ସମୁଦ୍ର ମଧ୍ୟରେ ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏହା ଫଳରେ ବାଂଲାଦେଶ ସହ ପଶ୍ଚିମବଙ୍ଗ ଓ ତା’ତ୍ସଲଗ୍ନ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଖୋର୍ଦ୍ଧା, ଜଗସିଂହପୁର, କଟକ ସହ ଗଞ୍ଜାମ, ଗଜପତି, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ସେହିଭଳି ଆସନ୍ତାକାଲି ମଧ୍ୟ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଏବଂ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି।
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ଗୁରୁବାର ଏକ ଲଘୁଚାପ ସୃଷ୍ଟି ହେବ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଲଘୁଚାପ ସୃଷ୍ଟି ପରେ ଏହା ଅଧିକ ଘନୀଭୂତ ହୋଇ ସଦୃଶ ଲଘୁଚାପ ଓ ଅବପାତର ରୂପ ନେବାକୁ ଥିବାରୁ ଆଗକୁ ବର୍ଷାର ପ୍ରଭାବ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏହ ଲଘୁଚାପ ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବାକୁ ଥିବା ବେଳେ ୨୪ ଓ ୨୫ ତାରିଖରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ରୁ ୨୭ ତାରିଖ ପର୍ଯନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଗୁରୁବାର ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରି ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଚାରି ଜିଲ୍ଲାରେ ୭ରୁ ୨୦ ସେମି ବର୍ଷା ନେଇ ଅରେଞ୍ଜ ଆର୍ଲଟ ଜାରି ହୋଇଛି। ସେହିପରି ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଜପତିକୁ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ବୁଧବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ସମେତ କଟକ, ପୁରୀ ଦାରିଙ୍ଗବାଡ଼ି, ଛତ୍ରପୁର, ନାୟଗଡ଼, ଖୋର୍ଦ୍ଧା, ରାୟଗଡ଼ା ଓ ପାରଳା ଖେମୁଣ୍ଡି ଆଦିରେ ପ୍ରବଳ ବର୍ଷା ହୋଇଛି। ଏହି ସମୟରେ ଭୁବନେଶ୍ୱରରେ ସର୍ବାଧିକ ୭୦ ମିମି ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା ପ୍ରଭାବରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଭୁବନେଶ୍ୱର: ପଛୁକୁ ପଛ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏକାଧିକ ଲଘୁଚାପ ଯୋଗୁଁ ରାଜ୍ୟରେ ଲାଗି ରହିବ ବର୍ଷା। ଆଗାମୀ ୨୩ କିମ୍ବା ୨୪ ବେଳକୁ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ମାସ ଶେଷକୁ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହୋଇପାରେ। ଏହାସହ ୫ ତାରିଖକୁ ପୁଣି ଗୋଟିଏ ଲଘୁଚାପ ସୃଷ୍ଟି ଆଶଙ୍କା ରହିଥିବାରୁ ରାଜ୍ୟରେ ପ୍ରାୟ ଅଗଷ୍ଟ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ବର୍ଷା ଲାଗି ଜାରି ରହିବାର ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ସୃଷ୍ଟ ଲଘୁଚାପ ଉତ୍ତର ମଧ୍ୟପ୍ରଦେଶରେ ରହିଛି। ମୌସୁମୀ ଟ୍ରଫ୍‌ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବି ରହିଛି। ଫଳରେ ୧୯ ଓ ୨୦ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷକରି ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି/ବଜ୍ରପାତର ସମ୍ଭାବନା ରହିଛି। ୨୧ରେ ଉତ୍ତରବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ପ୍ରଭାବରେ ୨୩ରେ ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାୟତଃ ସେହି ସ୍ଥାନରେ ତିନି ଦିନ ରହି ୨୬ ତାରିଖରେ ସ୍ଥଳ ଭାଗକୁ ଯିବ। ବର୍ତ୍ତମାନର ଲଘୁଚାପ ଭଳି ଏହି ଧାନବାଦ, ପାଟଣା, ପ୍ରାୟଗରାଜ ଓ ଗ୍ୱାଲିୟର ଦେଇ ଦିଲ୍ଲୀ ଆଡ଼କୁ ଯିବାର ସମ୍ଭାବନା ରହିଛି। ଏହା ୨୪ରେ ସଦୃଶ ଲଘୁଚାପ ଓ ୨୫ ସୁଦ୍ଧା ଅବପାତ ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ଦ୍ୱାରା ୨୨ ତାରିଖ ଉପରବେଳାଠାରୁ ୨୫ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ୨୪ ଓ ୨୫ରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହିତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ବୌଦ୍ଧ, ସୋନପୁର ଓ ଫୁଲବାଣୀରେ କେତେକ ସ୍ଥାନରେ ଭାରୀବର୍ଷା ହୋଇପାରେ। ୧୯-୨୦ ଓ ୨୩-୨୪ରେ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ଅଧିକ ରହିଛି ବୋଲି ପ୍ରଫେସର୍‌ ପଶୁପାଳକ କହିଛନ୍ତି।
ବର୍ତ୍ତମାନ ରାଜ୍ୟରେ ବର୍ଷାର ପରିମାଣ କମିଥିବା ବେଳେ ଆକାଶ ନିର୍ମଳ ରହୁଛି। ଏଥିପାଇଁ ଟାଣ ଖରା ଅନୁଭୂତ ହେଉଛି। ଏହାସହ ବାୟୁମଣ୍ଡଳରେ ଆର୍ଦ୍ରତା ହେତୁ ଗୁଳୁଗୁଳିର ପ୍ରଭାବ ମଧ୍ୟ ରହୁଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଆଶଙ୍କା ରହିଛି।
ଭୁବନେଶ୍ୱର: ବର୍ତ୍ତମାନ ଉତ୍ତର ଓଡ଼ିଶା ନିକଟବର୍ତ୍ତୀ ଝାଡ଼ଖଣ୍ଡ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ଓଡ଼ିଶା ଉପରେ ମୌସୁମୀ ଟ୍ରଫ୍‌ଲାଇନ୍‌ ମଧ୍ୟ ଗତି କରିଛି। ଏହା ପ୍ରଭାବରେ ପ୍ରାୟ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ସ୍ଥିତି ପର୍ଯ୍ୟାୟକ୍ରମେ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ଆସନ୍ତା ୬ତାରିଖ ବେଳକୁ ଆଉ ଏକ ନୂତନ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର ଓଡ଼ିଶା ଦେଇ ଗତି କରିବା ସମ୍ଭାବନା ଥିବା ବେଳେ ପୁଣି ୧୧/୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ଆଶଙ୍କା ରହିଛି। ଏହା ପ୍ରଭାବରେ ରାଜ୍ୟରେ ୧୨-୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ରହିବ ବୋଲି ଅନୁମାନ କରାଯାଉଛି।
ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ସୁବର୍ଣ୍ଣରେଖାରେ ପାଣି କମିଛି। କେଉଁ ବେସିନ୍‌ (ନଦୀ)ରେ ପାଣି ଅଧିକ ନାହିଁ। ତେଣୁ ସତର୍କ ସୂଚନା କେଉଁଠି ନାହିଁ ବୋଲ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି। ସେ କହିଛନ୍ତି ଛତିଶଗଡ଼ରେ ବର୍ଷା ହେଉଛି। ଛତିଶଗଡ଼ ପାଣି ଛାଡିବାକୁ ଆମେ ଅପେକ୍ଷା କରିଛୁ। ସ୍ୱାଭାବିକ ପ୍ରକ୍ରିୟାରେ ଏସ୍‌ଓପି ଅନୁସାରେ ହୀରାକୁଦର ୬ ଗେଟ ଖୋଲା ହେବ। ହେଲେ ସତର୍କ ସ୍ଥିତି ନାହିଁ। ୬୩୦ ଫୁଟ ହୀରାକୁଦ ଜଳ ଧାରଣ କ୍ଷମତା ରହିଛି। ଏବେ ୬୦୫ ଫୁଟ ପାଣି ଅଛି। ମହାନଦୀ ଉପରମୁଣ୍ଡ ସୁନ୍ଦରଗଡ଼ ଓ ଛତିଶଗଡ ଛଡ଼ା ଆଉ କେଉଁଠି ବର୍ଷା ନାହିଁ ବୋଲି ସେ କହିଛନ୍ତି।
ଭୁବନେଶ୍ୱର: ସାରା ରାଜ୍ୟରେ ଖଇଫୁଟା ତାତି ଜନଜୀବନକୁ ବ୍ୟତିବ୍ୟସ୍ତ କରିଦେଇଛି। ଅପରପକ୍ଷରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଝାଳୁଆ ଗୁଳୁଗୁଳି ଲୋକଙ୍କୁ ଦହଗଞ୍ଜ କରିଛି। ରାଜ୍ୟର ୧୭ ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି ଓ ସମ୍ବଲପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୯ ଡ଼ିଗ୍ରୀ ରେକଡର଼୍ କରାଯାଇଛି। ଭୁବନେଶ୍ୱରରେ କ୍ରମାଗତ ୩ୟ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଟପିଥିବାବେଳେ କଟକରେ ଚଳିତ ବର୍ଷ ପ୍ରଥମଥର ତାତି ୪୦ ଡ଼ିଗ୍ରୀ ଅତିକ୍ରମ କରିଛି। ଏହି ଅବସ୍ଥା ଆହୁରି ତିନି ଚାରିଦିନ ଲାଗି ରହିପାରେ ବୋଲି କୁହାଯାଉଛି। ଏହା ମଧ୍ୟରେ ମୌସୁମୀର ଆଗୁଆ ଆଗମନ ସୂଚନା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି। ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀବାୟୁ ଅଗ୍ରସର ପାଇଁ ପାଣିପାଗ ସ୍ଥିିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ଉଷ୍ମ ଆର୍ଦ୍ର ପାଣିପାଗ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ପ୍ରଭାବରେ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ଗୁଳୁଗୁଳି ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରିଛି। ଅନ୍ୟପଟେ ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପ୍ରତି ୩୦-୪୦ କିମି ରହିବା ସହ ବିଜୁଳି ଘଡ଼ଘଡ଼ି ନେଇ ଆଶଙ୍କା କରାଯାଇଛି। ସୋମବାର ଗଞ୍ଜାମ, ନୟାଗଡ, ମୟୁରଭଞ୍ଜ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ଅନୁଭୂତ ହୋଇଥିଲା।
ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଲାଗି ରହିଛି। ବିଶେଷ ଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳ ଏଥିରେ ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ବର୍ଷା ମୟୂରଭଞ୍ଜର ବାଙ୍ଗିରିପୋଷିରେ ୪୨.୮ ମିମି ରେକର୍ଡ ହୋଇଛି। ଏହାସହ ମୟୂରଭଞ୍ଜର କିଛି ସ୍ଥାନରେ କୁଆପଥର ବର୍ଷାରେ ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି।
ଆଜି ଠାରୁ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଓ ପବନ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ପାଇଁ ବରଗଡ଼, ସୁନ୍ଦରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଦେବଗଡ଼ ଆଦି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅନୁରୂପ ଭାବରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୪୦-୫୦ କିମି ରହିବ ନେଇ ପୂର୍ବାନୁମାନ କରାଯାଇଛି।
୨୨ ତାରିଖରେ ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏସବୁ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୫୦-୬୦ କିମି ରହିବ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ିର ପ୍ରଭାବ ଅଧିକ ରହିବ। ସେହିପରି ୨୨ ତାରିଖରେ ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ବୌଦ୍ଧ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ। ଯାହାକୁ ନେଇ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ପବନର ବେଗ ୪୦ରୁ ୫୦ କିମି ରହିବ। ଯାହାକୁ ନେଇ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଅପରାହ୍ନ ବେଳକୁ ଓଡ଼ିଶାର ଏସବୁ ଜିଲ୍ଲାରେ ବର୍ଷା ହେବ।
୨୩ ତାରିଖ ବେଳକୁ ବର୍ଷାର ପରିଣାଣ ସାମାନ୍ୟ ହ୍ରାସ ପାଇବ। ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୩ ତାରିଖ ଅପରାହ୍ନ ବେଳକୁ ମୟୂରଭଞ୍ଜ, କେନ୍ଦୁଝରଗଡ଼, କଳାହାଣ୍ଡି, କନ୍ଧାମାଳ ସହ ଉପକୂଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ତାରିଖରେ ମଧ୍ୟ ମୁଖ୍ୟତଃ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆପରାହ୍ନ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କାଳବୈଶାଖୀ ବର୍ଷା ପ୍ରଭାବରେ ୩ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ପରେ ୨୫ ତାରିଖ ପରଠାରୁ ଧିରେ ଧିରେ ତାପମାତ୍ରା ବୃଦ୍ଧି ପାଇବ ବୋଲି କୁହାଯାଉଛି।
ରାଜ୍ୟରେ ଦିନେ ଦୁଇ ଦିନ ମଧ୍ୟରେ ୪୦ ଡିଗ୍ରୀ ଛୁଇଁବ ତାତି
ଭୁବନେଶ୍ବର: ରାଜ୍ୟରେ ଦିନେ ଦୁଇ ଦିନ ମଧ୍ୟରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା । ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।  ଟାଣ ଖରା ସହ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି ଗରମ ଶୁଷ୍କ ପବନ। ଏହାରି ପ୍ରଭାବରେ ଦିନକୁ ଦିନ ଉପରମୁହାଁ ହେଉଛି ପାରଦ।
ଗତକାଲି ଝାରସୁଗୁଡା ଦେଶର ଷଷ୍ଠ ଉତ୍ତପ୍ତ ସହର ଭାବରେ କରିଥିଲା ରେକର୍ଡ। ୩୯ ଡିଗ୍ରୀ ତାପମାତ୍ରା ସହ ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ଝାରସୁଗୁଡ଼ା । ପଶ୍ଚିମ ଓଡ଼ିଶାରେ ଏବେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଅଧିକ ରହିଛି ତାତ॥ ଆସନ୍ତା ଦୁଇ ଦିନ ପରେ ପୁଣି ୨ ରୁ ୩ ଡିଗ୍ରୀ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ମାର୍ଚ୍ଚ ମାସରେ ସ୍ବାଭାବିକ ଠାରୁ ଅଧିକ ଦିନ ହେବ ଗ୍ରୀଷ୍ମପ୍ରବା॥ପଶ୍ଚିମ ଓଡିଶା ସମେତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ଯ ତାତି ବଢିବ ଆକଳନ କରାଯାଇଛି।