HeatWaveAlert - The Sakala
ଭୁବନେଶ୍ୱର: ଅସହ୍ୟ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଗୋଟିଏ ପରେ ଗୋଟିଏ ସହରରେ ତାପମାତ୍ରା ଲମ୍ବା ଲମ୍ଫ ମାରୁଛି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। କେତେବେଳେ ଉତ୍ତର ଓଡ଼ିଶା ତ କେତେବେଳେ ପଶ୍ଚିମା ଓଡ଼ିଶା ପାଲଟୁଛି ନିଆଁ ପିଣ୍ଡୁଳା।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୩୪ ଡିଗ୍ରୀ ପାର କରିଛି। ଝାରସୁଗୁଡ଼ର ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ସମ୍ବଲପୁରର ତପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି।
ଗତକାଲି ରାଜ୍ୟରେ ଏବର୍ଷ ଗ୍ରୀଷ୍ମଋତୁରେ ପ୍ରଥମଥର ପାଇଁ ତାତି ୪୫ଡିଗ୍ରୀ ଅତିକ୍ରମ କରିଛି।  ଝାରସୁଗୁଡ଼ାରେ ତାପମାତ୍ରା ଗତକାଲି ୨ଡିଗ୍ରୀ ବଢ଼ି ଦେଶ ଓ ବିଶ୍ବର ଦ୍ବିତୀୟ ସହର‌ରେ ପରିଣତ ହୋଇଥିଲା। ଏଠାରେ ତାତି ୪୫.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ୪୫.୬ ଡିଗ୍ରୀ ସହ ମହାରାଷ୍ଟ୍ରର ଚନ୍ଦ୍ରପୁର ଏହି ତାଲିକାର ଶୀର୍ଷରେ ରହିଥିଲା।
ରାଜ୍ୟରେ କାଳବୈଶାଖୀର ପ୍ରକୋପ ହ୍ରାସ ସହ ବର୍ତ୍ତମାନ ଦେଶର ମଧ୍ୟ ଭାଗରେ ଏକ ଗୁରୁଚାପବଳୟ ସକ୍ରିୟ ରହୁଛି। ଏହା ପ୍ରଭାବରେ ଉତ୍ତର ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଗରମ ବାୟୁ ପ୍ରବେଶ କରୁଛି ଏବଂ ତାତି ବଢ଼ି ଚାଲିଛି। ଏହି ସ୍ଥିତି ଅତି କମ୍‌ରେ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସହ ବହୁ ସ୍ଥାନରେ ତାପମାତ୍ରା ୪୨-୪୪ ଡିଗ୍ରୀ ଅତିକ୍ରମ କରିବ। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ସବୁଠୁ ଅଧିକ ରହିବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ ତାତି ସାଙ୍ଗକୁ ଗୁଳୁଗୁଳି କଲବଲ କରିବ। କଟକ-ଭୁବନେଶ୍ୱର ସମେତ ବର୍ତ୍ତମାନ ଉପକୂଳ ଓଡ଼ିଶାରେ ତାପମାତ୍ରା ସାଙ୍ଗକୁ ବାୟୁରେ ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ଏହା ଗୁଳୁଗୁଳି ପାଇଁ ସହାୟକ ହେଉଛି। ଫଳରେ ଉପକୂଳବାସୀ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ହେଉଛନ୍ତି।
ତେବେ ୨୬ କିମ୍ବା ୨୭ ତାରିଖ ବେଳକୁ ଦେଶରେ ଏକ ପଶ୍ଚିମା ଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଟିମବଙ୍ଗର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ରାଜ୍ୟରେ ଏହି ସମୟରେ ପ୍ରାୟ ୬-୭ଦିନ ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବା ବେଳେ କିଛି କିଛି ସ୍ଥାନରେ ବର୍ଷାର ପ୍ରଭାବ ଅଧିକ ରହିବ।
ରାଜ୍ୟରେ ଦିନେ ଦୁଇ ଦିନ ମଧ୍ୟରେ ୪୦ ଡିଗ୍ରୀ ଛୁଇଁବ ତାତି
ଭୁବନେଶ୍ବର: ରାଜ୍ୟରେ ଦିନେ ଦୁଇ ଦିନ ମଧ୍ୟରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା । ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।  ଟାଣ ଖରା ସହ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି ଗରମ ଶୁଷ୍କ ପବନ। ଏହାରି ପ୍ରଭାବରେ ଦିନକୁ ଦିନ ଉପରମୁହାଁ ହେଉଛି ପାରଦ।
ଗତକାଲି ଝାରସୁଗୁଡା ଦେଶର ଷଷ୍ଠ ଉତ୍ତପ୍ତ ସହର ଭାବରେ କରିଥିଲା ରେକର୍ଡ। ୩୯ ଡିଗ୍ରୀ ତାପମାତ୍ରା ସହ ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ଝାରସୁଗୁଡ଼ା । ପଶ୍ଚିମ ଓଡ଼ିଶାରେ ଏବେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଅଧିକ ରହିଛି ତାତ॥ ଆସନ୍ତା ଦୁଇ ଦିନ ପରେ ପୁଣି ୨ ରୁ ୩ ଡିଗ୍ରୀ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ମାର୍ଚ୍ଚ ମାସରେ ସ୍ବାଭାବିକ ଠାରୁ ଅଧିକ ଦିନ ହେବ ଗ୍ରୀଷ୍ମପ୍ରବା॥ପଶ୍ଚିମ ଓଡିଶା ସମେତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ଯ ତାତି ବଢିବ ଆକଳନ କରାଯାଇଛି।