oxygen crisis - The Sakala

ଶ୍ୱାସ ପାଇଁ ଅମ୍ଲଜାନ ସଙ୍କଟ, ଜୀବନ ହେଉଛି ଆଉଟୁପାଉଟୁ
ନୂଆଦିଲ୍ଲୀ: ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ ପରେ କର୍ଣ୍ଣାଟକରେ ରୋଗୀ ମୃତ୍ୟୁ। ଶ୍ୱାସ ପାଇଁ ଶେଷ ହୋଇଯାଉଛି ସମୟ। କର୍ଣ୍ଣାଟକର ଚାମରାଜନଗରରେ ପ୍ରଶାସନର ଅବହେଳା ପାଇଁ ଚାଲିଯାଇଛି ୨୪ ଜଣକ ଜୀବନ। ମହୀଶୂରରୁ ଆବଶ୍ୟକ ମୁତାବକ ଅକ୍ସିଜେନ୍ ଉଚିତ ସମୟରେ ଆସି ନପହଞ୍ଚିବାରୁ ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସିଥିଲେ ବି ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମୃତକଙ୍କ ପରିବାରଲୋକେ ।

ବିକଶିତ ରାଜ୍ୟର ବିକଳ ଦୃଶ୍ୟ । ପଦାରେ ପଡିଛି ଗୁଜରାଟ ମଡେଲର ନଗ୍ନ ବାସ୍ତବ। ହସ୍ପିଟାଲରେ ରୋଗୀ ଭର୍ତ୍ତି ହେବା ପାଇଁ ଚାହିଁ ରହିଛନ୍ତି। ବାହାରେ ଗାଡିରେ ଅକ୍ସିଜେନ୍ ଲାଗିଛି, କିନ୍ତୁ ସିରିଅସ ନୁହଁନ୍ତି କର୍ତ୍ତୃପକ୍ଷ । ଜୀବନ ଆଶା ସତେ ଯେମିତି ମରଣ ସହ ସଂଗ୍ରାମ ବୋଲି ମାନିନେଇଛି। ଘଣ୍ଟା ଘଣ୍ଚା ବାହାରେ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡୁଥିବା କହିଛନ୍ତି ସମ୍ପର୍କୀୟ।

ସଂକଟବେଳେ ସରକାରଙ୍କ ଭିତିରି ପ୍ଲାନ। ସମାଲୋଚନାକୁ ଏଡ଼ାଇବା ପାଇଁ ମିଥ୍ୟାର ଆଶ୍ରୟ। ଶିବରାଜ ସିଂଙ୍କ ମଧ୍ୟପ୍ରଦେଶରୁ ଆସିଛି ସାଂଘାତିକ ଅଭିଯୋଗ । କରୋନାରେ ମୃତ୍ୟୁ ହେଉଥିବା ରୋଗୀଙ୍କ ସଂଖ୍ୟା ସରକାର ଲୁଚାଉଥିବା ଅଭିଯୋଗ ହୋଇଛି । ଭୋପାଳରେ ଏପ୍ରିଲ ମାସରେ ୧୦୪ ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି ସରକାର । ହେଲେ ଶବଦାହର ସଂଖ୍ୟା କହୁଛି ୨ ହଜାର ୫୫୭ । ଏତେ ସଂଖ୍ୟାରେ ରୋଗୀ ମରୁଥିଲେ ମଧ୍ୟ ମଧ୍ୟପ୍ରଦେଶ ସରକାର ନିଜର ଅପାରଗତା ଲୁଚାଇବା ପାଇଁ ଏଭଳି କରୁଥିବା ଚର୍ଚ୍ଚା ହେଉଛି।

ଦେଶରେ ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ପରିସ୍ଥିତି ସାଂଘାତିକ ହେଉଥିବାରୁ ପୂରା ଦେଶରେ ଲକଡାଉନ କି ସଟଡାଉନ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେହିପରି ଯଦି କୌଣସି ନାଗରିକଙ୍କ ପାଖରେ ସ୍ଥାନୀୟ ପ୍ରମାଣ ପତ୍ର ନାହିଁ ତେବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ କେହି ମନା କରିପାରିବେ ନାହିଁ। ଏ ସମ୍ବନ୍ଧରେ କେନ୍ଦ୍ର ଦୁଇ ସପ୍ତାହ ମଧ୍ୟରେ ରାଷ୍ଟ୍ରନୀତି ଆଣିବାକୁ କହିଛନ୍ତି କୋର୍ଟ । ସେପଟେ ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୬୮ ହଜାର ୧୪୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩ ହଜାର ୪୧୭ ଜଣଙ୍କ ଜୀବନ ନେଇଛି କରୋନା ।