postponed - The Sakala

ଆସନ୍ତାକାଲିଠାରୁ ସ୍ଥଗିତ ରହିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ
ପୁରୀ: ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ, ଭକ୍ତ, ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି। ସେହିପରି ଆଗାମୀ ପର୍ବପର୍ବାଣୀ, ବିଶେଷ କରି ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଅଛି। ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଅଛି।

ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକ ସହ ରଥଯାତ୍ରା ପାଇଁ ବିଭିନ୍ନ ବୈଠକ ଆୟୋଜିତ ହେବ। ଏଣୁ ଆସନ୍ତାକାଲି ଠାରୁ ରତ୍ନଭଣ୍ଡାର ଅଳଙ୍କାର ଗଣତି କାର୍ଯ୍ୟକୁ ସ୍ଥଗିତ ରଖାଯିବା ନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ଜୁନ୍ ମାସରେ ପୁନର୍ବାର ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି କାର୍ଯ୍ୟ କରାଯିବା ନେଇ ଦିନ ସ୍ଥିରୀକୃତ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଅଛନ୍ତି।

ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ସ୍ଥଗିତ ରହିଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା
ପୁରୀ: ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ। ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ସ୍ଥଗିତ ହୋଇଥିବା ନେଇ ଘୋଷଣା କରାଯାଇଛି। ଫିରୋଜପୁର କ୍ୟାଣ୍ଟନମେଣ୍ଟ ଜଗନ୍ନାଥ ମନ୍ଦିର ପକ୍ଷରୁ ସ୍ଥଗିତ ରଖିବାକୁ ସହମତି ମିଳିଛି। ମେ’ ୨୩ ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ସ୍ଥଗିତ ନେଇ ଘୋଷଣା କରାଯାଇଛି। ଧାର୍ଯ୍ୟ ତିଥି ଜୁଲାଇ ୧୬ରେ ରଥଯାତ୍ରା କରିବା ନେଇ ସହମତି ଦେଇଛନ୍ତି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେ ଫିରୋଜପୁର ଜିଲ୍ଲାପାଳ। ମାତ୍ର ୟୁପି ହାପୁର ରଥଯାତ୍ରା ସ୍ଥଗିତ ନେଇ କୌଣସି ସୂଚନା ମିଳି ନାହିଁ।

ମନ୍ଦିର ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫିରୋଜପୁର କ୍ୟାଣ୍ଟନମେଣ୍ଟରେ ଅବସ୍ଥିତ ଏକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସରକାରୀ ଭାବରେ ନିର୍ଦ୍ଧାରିତ ତାରିଖର ପ୍ରାୟ ଦୁଇ ମାସ ପୂର୍ବରୁ ରଥଯାତ୍ରା ଆୟୋଜନ କରିବାକୁ ଯୋଜନା କରୁଥିଲା।

ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ ଏହି ପବିତ୍ର ପର୍ବ ପ୍ରଭୁ ଜଗନ୍ନାଥଙ୍କ ସହିତ ଜଡିତ ପାରମ୍ପରିକ ତିଥି ଏବଂ ଶାସ୍ତ୍ରୀୟ କ୍ୟାଲେଣ୍ଡର ଅନୁସରଣ କରିବା ଉଚିତ। ଶ୍ରୀଜଗନ୍ନାଥ ମନ୍ଦିରର ସରକାରୀ ରୀତିନୀତି ସୂଚୀ ଅନୁଯାୟୀ, ୨୦୨୬ ମସିହାରେ ରଥଯାତ୍ରା ୧୬ ଜୁଲାଇରେ ପାଳନ କରାଯିବ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଫିରୋଜପୁରର ଏକ ଜଗନ୍ନାଥ ମନ୍ଦିର ଦ୍ୱାରା ପ୍ରସ୍ତାବିତ ଅଦିନିଆ ରଥଯାତ୍ରା ପାଳନକୁ କଡ଼ା ବିରୋଧ କରିବା ସହ ପଞ୍ଜାବ ପ୍ରଶାସନକୁ ଏହି କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢୀ ଫିରୋଜପୁରର ଡେପୁଟି କମିଶନର-କମ-ଜିଲ୍ଲା ମାଜିଷ୍ଟ୍ରେଟ ଦୀପଶିଖା ଶର୍ମାଙ୍କୁ ଚିଠି ଲେଖି ୨୩ ମଇ, ୨୦୨୬ରେ ମହୋତ୍ସବ ଆୟୋଜନ ନକରିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଡକ୍ଟର ପାଢୀ ତାଙ୍କ ଚିଠିରେ ଉଲ୍ଳେଖ କରିଥିଲେ ଯେ ଯେକୌଣସି ଅନଧିକୃତ ତାରିଖରେ ଉତ୍ସବ ପାଳନ କରିବା ଭାରତ ଏବଂ ବିଦେଶରେ ଲକ୍ଷ ଲକ୍ଷ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇପାରେ।

NEET-PG ୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ: ଜୁନ ୧୫ରେ ହେବାକୁ ଥିବା NEET PG ପରୀକ୍ଷାକୁ ସ୍ଥଗିତ କରାଯାଇଛି। ସମଗ୍ର ଦେଶରେ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରାଯିବା ନେଇ ସୁପ୍ରିମକୋର୍ଟଙ୍କ ଆଦେଶ ପରେ NBEMS(ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ NBEMS ପକ୍ଷରୁ ଶୀଘ୍ର ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ।

ସୂଚନା ଅନୁଯାୟୀ, ପ୍ରଥମେ ଏହି ପରୀକ୍ଷା ଜୁନ ୧୫ରେ ହେବାର ଥିଲା। ଏଥିପାଇଁ ପରୀକ୍ଷା କେନ୍ଦ୍ରର ଚୟନ ବ୍ୟତୀତ ଅନ୍ୟ ସମସ୍ତ ପ୍ରସ୍ତୁତି ସରିଥିଲା। ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଆୟୋଜନ ହେବାର ଥିଲା। ହେଲେ ସୁପ୍ରିମକୋର୍ଟ ପରୀକ୍ଷାର୍ଥୀଙ୍କ ପିଟିସନ ଉପରେ ଶୁଣାଣି କରି ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରାଇବାକୁ ଆଦେଶ ଦେଇଥିଲେ। କୋର୍ଟଙ୍କ ଏହି ନିଷ୍ପତ୍ତିରେ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନକୁ ବଡ଼ ଝଟକା ଲାଗିଥିଲା।ପରୀକ୍ଷା ସ୍ଥଗିତ ନେଇ ମଙ୍ଗଳବାର NBEMS ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଏଥିରେ କୁହାଯାଇଛି ଯେ, ସୁପ୍ରିମକୋର୍ଟ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜିତ କରିବାକୁ ଆଦେଶ ଦେଇଛନ୍ତି। ତେଣୁ ବୋର୍ଡକୁ ଅଧିକ ପରୀକ୍ଷା କେନ୍ଦ୍ରର ଆବଶ୍ୟକତା ରହିଛି। ଏହା ସହିତ ପରୀକ୍ଷା ସମ୍ବନ୍ଧିତ ଭିତ୍ତିଭୂମିର ବ୍ୟବସ୍ଥା କରିବାକୁ ପଡ଼ିବ। ଏଥିପାଇଁ ବର୍ତ୍ତମାନ ପରୀକ୍ଷାକୁ ସ୍ଥଗିତ କରାଯାଉଛି। ବୋର୍ଡ ଦ୍ଵାରା ଶୀଘ୍ର ସଂଶୋଧିତ ତାରିଖ ଘୋଷଣା କରାଯିବ।

କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ପରେ ସ୍ଥଗିତ ହେଲା ଭାରତ- ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦
କଲମ୍ବୋ: ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ମଙ୍ଗଳାବାର ଅନୁଷ୍ଠିତ ହେବାରୁ ଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ସ୍ଥଗିତ କରାଯାଇଛି। ଉଭୟ ଦଳର ଖେଳାଳୀଙ୍କୁ ଆଇସୋଲେସନରେ ରଖାଯାଇଛି।

ସୂଚନା ଅନୁଯାୟୀ, ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଟିମ୍‌ର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଣ୍ଡ୍ୟା ପଜିଟିଭ ଚିହ୍ନଟ ପରେ ଆଜି ହେବାକୁ ଥିବା ମ୍ୟାଚ୍ ଘୁଞ୍ଚିଇ ଦିଆଯାଇଛି। ଆଇସୋଲେସନରେ ଥିବା ଖେଳାଳୀଙ୍କ କରୋନା ରିପୋର୍ଟ ଯଦି ନେଗେଟିଭ୍ ଆସେ ତେବେ ଆଜିର ସ୍ଥଗିତ ମ୍ଯାଚ ଆସନ୍ତାକାଲି ଅର୍ଥାତ ବୁଧବାର ଖେଳାଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟା, ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତ ୩୮ ରନ୍‌ରେ ବିଜୟ ହାସଲ କରିଥିଲା । ସୂର୍ଯ୍ଯକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ବଳରେ ଭାରତର ବିଜୟ ସହଜ ହୋଇଥିଲା ।

ଆଇପିଏଲ ୨୦୨୧: ଖେଳାଳି କରୋନା ସଂକ୍ରମିତ ହେବା ପରେ ଆଜିର ଆରସିବି ଓ କେକେଆର ମ୍ୟାଚ ରଦ୍ଦ
ମୁମ୍ବଇ: ଆଇପିଏଲର ୨୦୨୧ ସଂସ୍କରଣରେ କରୋନାର ଆତଙ୍କ। ଦେଶରେ କରୋନା ସଂକ୍ରମଣ ହାର ଦୃତ ଗତିରେ ବୃଦ୍ଧି ପାଉଛି। କରୋନା ଯୋଗୁ ପ୍ରଥମ ଥର ଲାଗି ଆଇପିଏଲର ଏକ ମ୍ୟାଚ ବାତିଲ ହୋଇଛି। ୨ ଜଣ ଖେଳାଳି କରୋନା ଆକ୍ରାନ୍ତ ଚିହ୍ନଟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କଲକାତା ନାଇଟ ରାଇଡର୍ସ (କେକେଆର) ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ରଦ୍ଦ କରିଦିଆଯାଇଛି।

ରିପୋର୍ଟ ମୁତାବକ କୋଲକତା ନାଇଟ ରାଇଡର୍ସର ୨ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ହେଲେ ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର।

କରୋନା ସଂକ୍ରମଣ କାଳରେ ବିସିସିଆଇ ଶକ୍ତିଶାଳୀ ‘ବାୟୋ-ବବଲ’ ଜରିଆରେ ସଫଳତାର ସହିତ ମ୍ୟାଚ ଆୟୋଜନ କରୁଥିବା କହିଥିଲା। ଫଳରେ ବର୍ତ୍ତମାନ ସୁଦ୍ଧା ୨୯ଟି ମ୍ୟାଚ ସଫଳତାର ସହିତ ଶେଷ ହୋଇଥିଲା। ଚେନ୍ନାଇ-ମୁମ୍ବଇରେ ସମସ୍ତ ମ୍ୟାଚ ଖେଳାଯାଇଥିଲେ। କିନ୍ତୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ହେବାକୁ ଥିବା ମ୍ୟାଚକୁ ରଦ୍ଦ କରିଦିଆଯାଇଛି।