private hospitals - The Sakala
ଭୁବନେଶ୍ୱର : ରାଜ୍ୟର ସରକାରୀ ଡ଼ାକ୍ତରଖାନାରେ ପ୍ରସୂତୀମାନଙ୍କର ସ୍ୱାଭାବିକ ପ୍ରସବ ହାର ଅଧିକ ଓ ମାତ୍ର ୧୮.୧୭% ପ୍ରସବ ଅସ୍ତ୍ରୋପଚାର ଦ୍ୱାରା କରାଯାଉଛି। ମାତ୍ର ଘରୋଇ ଡ଼ାକ୍ତରଖାନାରେ ସ୍ଥିତି ଠିକ୍‌ ଓଲଟା । ଏଠାରେ ୧୮ % ଶିଶୁଙ୍କ ପ୍ରସବ ସ୍ୱାଭାବିକ ହେଉଛି ଓ ୮୧.୦୬% ଶିଶୁଙ୍କୁ ଅସ୍ତ୍ରୋପଚାର ଦ୍ୱାରା କରାଯାଉଛି।
ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନରେ ଏହି ତଥ୍ୟ ବିଧାନସଭାରେ ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି ଯେ ୨୦୨୩-୨୪ ବର୍ଷରେ ସରକାରୀ ଡାକ୍ତରଖାନାରେ ୪,୫୧,୦୫୯ ଜଣ ପିଲା ଜନ୍ମ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୧୮୯୦ ଅର୍ଥାତ୍‌ ୧୮.୧୭% ଶିଶୁ ସିଜରିଆନ ହୋଇଥିବାବେଳେ ଅବଶିଷ୍ଟ ୮୧.୮୩% ଶିଶୁଙ୍କ ପ୍ରସବ ସ୍ୱାଭାବିକ ହୋଇଛି।
ଅନ୍ୟପକ୍ଷରେ ଏହି ବର୍ଷ ଘରୋଇ ଘରୋଇ ଡାକ୍ତରଖାନାରେ ୧,୪୦,୧୨୬ ଜଣ ଶିଶୁ ଜନ୍ମ ହୋଇଛନ୍ତି। ଜନ୍ମିତ ଶିଶୁଙ୍କ ମଧ୍ୟରୁ ୧,୧୩,୫୮୯ ଅର୍ଥାତ୍‍ ୮୧.୦୬ ପ୍ରତିଶତ ସିଜରିଆନ ହୋଇଥିବାବେଳେ ୨୬,୫୨୮ ଅର୍ଥାତ୍‍ ୧୮.୯୩ ପ୍ରତିଶତ ଶିଶୁଙ୍କ ପ୍ରସବ ସାଧାରଣ ଭାବରେ ହୋଇଛି । ଅନୁରୂପ ଭାବରେ ୧.୦୯.୨୦୨୨ ରୁ ୩୧.୦୮.୨୦୨୩ ମଧ୍ୟରେ ରାଜ୍ୟରେ ୬୩,୭୭୦ ଜଣ ଶିଶୁ ସିଜରିଆନ ପ୍ରଣାଳୀରେ ଜନ୍ମଗ୍ରହଣ କରିଥିବାବେଳେ ୨୦୨୩-୨୪ ବର୍ଷର ଏହି ସମୟରେ ସିଜରିଆନ ଜନ୍ମିତ ଶିଶୁଙ୍କ ସଂଖ୍ୟା ଥିଲା ୭୮,୨୧୧। ଚଳିତ ଆର୍ଥିକବର୍ଷରେ ୧.୦୯.୨୦୨୪ ରୁ ୧୮.୦୩.୨୦୨୫ ମଧ୍ୟରେ ରାଜ୍ୟରେ ୪୫,୫୪୮ ଜଣ ସିଜରିଆନ ଶିଶୁ ଜନ୍ମ ନେଇଛନ୍ତି। ଉପରୋକ୍ତ ସମସ୍ତ ଜନ୍ମିତ ସମସ୍ତ ଶିଶୁଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବ୍ୟବହାର ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।
ଘରୋଇ ହସ୍ପିଟାଲଗୁଡ଼ିକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଘରୋଇ ହସ୍ପିଟାଲଗୁଡିକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରୋଗୀ ସେବା କ୍ଷେତ୍ରର ବିଭିନ୍ନ ଦିଗରେ ଦୃ‌ଢ଼ ନୀତି ନିୟମ ଲାଗୁ କରି ଘରୋଇ ହସ୍ପିଟାଲଗୁଡିକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଥିଲେ ହେଁ ଏହାକୁ ଗୁରୁତ୍ବ ଦିଆଯାଉ ନାହିଁ। ଫଳରେ ଘରୋଇ ହସ୍ପିଟାଲ ରୋଗୀମାନଙ୍କୁ ଲୁଟି ଚାଲିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଶେଷକରି ଘରୋଇ ହସ୍ପିଟାଲଗୁଡିକରେ ଔଷଧପତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ରୋଗୀମାନଙ୍କ ପାଇଁ ସବୁଠାରୁ ଚିନ୍ତାଜନକ ହୋଇପଡ଼ିଛି। ଘରୋଇ ହସ୍ପିଟାଲଗୁଡିକର କାରବାରକୁ ନିୟନ୍ତ୍ରଣ କରିବା ପ୍ରସଙ୍ଗରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରିବା ଅବସରରେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ଏନ କେ ସିଂ କହିଛନ୍ତି ଯେ, ଘରୋଇ ହସ୍ପିଟାଲ ପରିସରରେ ଔଷଧ ଏବଂ ଆନୁଷଙ୍ଗିକ ଉପକରଣ କିମ୍ବା ସରଞ୍ଜାମର ଚଢ଼ା ଦର ରୋଗୀମାନଙ୍କ ପାଇଁ କାଳ ହୋଇଛି। ବିଶେଷ କରି ଗରିବ ରୋଗୀମାନଙ୍କ ପାଇଁ ଏହା ଅପହଞ୍ଚ ହୋଇପଡ଼ୁଛି।
ଗୋଟିଏ ଔଷଧ ବାହାର ବଜାରରେ ଅପେକ୍ଷାକୃତ କମ୍‌ ମୂଲ୍ୟରେ ଉପଲବ୍ଧ ହେଉଥିଲେ ହେଁ ରୋଗୀମାନଙ୍କୁ ଘରୋଇ ହସ୍ପିଟାଲ ପରିସରରେ ରହିଥିବା ଔଷଧ ଦୋକାନରୁ ଔଷଧ କିଣିବାକୁ ବାଧ୍ୟ କରାଯାଉଛି। ଏହାଦ୍ବାରା ରୋଗୀମାନେ ଖର୍ଚ୍ଚାନ୍ତ ହେଉଥିଲା ବେଳେ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ମନଇଚ୍ଛା ଲୁଟୁଛନ୍ତି। ଏସମ୍ପର୍କରେ ରାଜ୍ୟ ସରକାରମାନେ ସବୁକିଛି ଜାଣି ସୁଦ୍ଧା ଅଜଣା ଭଳି ରହୁଛନ୍ତି। ଦେଶରେ ଏତେ ସଂଖ୍ୟାରେ ଘରୋଇ ହସ୍ପିଟାଲ କାର୍ଯ୍ୟ କରୁଥିଲା ବେଳେ ସେଠାରେ କ’ଣ ଘଟୁଛି ସରକାର କିଭଳି ଜାଣିପାରିବେନି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏଥିପାଇଁ କ’ଣ ନ୍ୟାୟିକ ନିର୍ଦ୍ଦେଶ ଦେବାର ଅବକାଶ ଅଛି କି ବୋଲି ଖଣ୍ଡପୀଠ କହିଛନ୍ତି।
ଜଣେ ରୋଗୀ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କୁ ସୁସ୍ଥ କରି ଘରକୁ ଆଣିବା ତାଙ୍କ ପରିବାର ସଦସ୍ୟଙ୍କ ଏକମାତ୍ର ଲକ୍ଷ୍ୟ ରହିଥାଏ। କିନ୍ତୁ ସବୁ ଘରୋଇ ହସ୍ପିଟାଲରେ ରୋଗୀଙ୍କ ନିକଟତମ ଲୋକଙ୍କୁ ହସ୍ପିଟାଲ ପରିସରରୁ ଔଷଧ କିଣିବାକୁ ବାଧ୍ୟ କରାଯାଇଥାଏ। ଏହାକୁ ନେଇ ଅନେକ ସମୟରେ ହସ୍ପିଟାଲ କର୍ତ୍ତୃପକ୍ଷ କିମ୍ବା ଡାକ୍ତରଙ୍କ ସହ ରୋଗୀଙ୍କ ଲୋକଙ୍କ ସହ ମତାନ୍ତର ହୋଇଥାଏ। ଫଳରେ ଡାକ୍ତର କିମ୍ବା ହସ୍ପିଟାଲ କର୍ମଚାରୀଙ୍କ ସହ ଲୋକଙ୍କ ବିବାଦ ବଢିଥାଏ। ଏଭଳି ସ୍ଥିତି ସଂପର୍କରେ କ’ଣ ରାଜ୍ୟ ସରକାରମାନେ ଅବଗତ ନାହାନ୍ତି ? ସରକାର ଘରୋଇ ହସ୍ପିଟାଲରେ ଏସବୁ ଦିଗରେ କାହିଁକି ନୀତି ନିମୟ ଲାଗୁ କରିପାରିବେନି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
କୌଣସି କ୍ଷେତ୍ରରେ ବିବାଦ ଉପୁଜିଲେ ଘରୋଇ ହସ୍ପିଟାଲରେ ପଞ୍ଚ ତାରକା ହୋଟେଲ ଭଳି ରୋଗୀଙ୍କୁ ସେବା ଯୋଗାଇ ଦିଆଯାଇପାରୁଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥାଆନ୍ତି। ଯଦି କେହି ଅଧିକ ଯୁକ୍ତିତର୍କ କରନ୍ତି ତେବେ ତାଙ୍କୁ ସିଧାସଳଖ ସରକାରୀ ହସ୍ପିଟାଲ ଯିବାକୁ କୁହାଯାଇଥାଏ। କିନ୍ତୁ ଏହା ସମାଧାନର ବାଟ ନୁହେଁ କି ଏହାକୁ ଏକ ସୁସ୍ଥ ପରମ୍ପରା ବୋଲି ବିଚାର କରାଯାଇପାରିବ କାହିଁକି ଘରୋଇ ହସ୍ପିଟାଲଗୁଡିକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାରମାନଙ୍କ ନିକଟରେ ନିଶ୍ଚିତ ଭାବେ କିଛି ଆଇନ ରହିଛି। କିନ୍ତୁ ତାହାକୁ କାହିଁକି ଉପଯୋଗ କରାଯାଉ ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ କୋର୍ଟ କିଛି ନିର୍ଦ୍ଦେଶ ଦେବା ଠିକ୍‌ ହେବ ନାହିଁ। କାରଣ ନ୍ୟାୟିକ ସ୍ତରରେ କିଛି ନିର୍ଦ୍ଦେଶ ଦିଆଗଲେ ତାହାକୁ କଦର୍ଥ କରି ଉପସ୍ଥାପନ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଅନ୍ୟପକ୍ଷରେ ଓଡ଼ିଶା ସମେତ ୭ଟି ରାଜ୍ୟ କହିଥିଲେ ଯେ ଏହାକୁ ନିୟନ୍ତ୍ରଣ କରିବା ଲାଗି ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। ଜରୁରୀ ଔଷଧର ଦାମକୁ ନିୟନ୍ତ୍ରଣରେ ରଖିବା ସହିତ ଏହାର ଉପଲବ୍‌ଧତା ପାଇଁ କେନ୍ଦ୍ରର ପରାମର୍ଶ କ୍ରମେ ଘରୋଇ ହସପିଟାଲ ଏବଂ ଔଷଧ କଂପାନୀମାନୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ଲାଗି ସରକାରୀ ହସପିଟାଲ ପରିସରରେ ଅନେକ ଦୋକାନ ଖୋଲାଯାଇଥିବା ଏହି ରାଜ୍ୟମାନେ କହିଥିଲେ।