BJD Protest - The Sakala
ବିଜୁ ବିରୋଧୀ ମନ୍ତବ୍ୟ: ବିଜେଡି ନେତାଙ୍କ ତୀବ୍ର ବିରୋଧ ସହ ନିଶିକାନ୍ତ ଦୁବେଙ୍କୁ କଟୁ ଭର୍ତ୍ସନା
ଭୁବନେଶ୍ୱର: ଓଡ଼ିଶା ରାଜନୀତିର ମହାନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅପମାନଜନକ ଓ ଅସତ୍ୟ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛି ବିଜେଡି। ଦଳର ବହୁ ବରିଷ୍ଠ ନେତା ଶ୍ରୀ ଦୁବେଙ୍କୁ କଟୁ ଭର୍ତ୍ସନା କରିବା ସହ ତାଙ୍କର ମନ୍ତବ୍ୟକୁ ବିରୋଧ କରିଛନ୍ତି।
ବିଜୁ ପଟ୍ଟନାୟକଙ୍କ ପରି ଜଣେ ବୀର, ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱ ଏବଂ ଅଦ୍ୱିତୀୟ ଦେଶପ୍ରେମୀଙ୍କ ଗୌରବମୟ ଇତିହାସକୁ କଳଙ୍କିତ କରିବାକୁ କରାଯାଉଥିବା ପ୍ରୟାସ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିରୋଧୀଦଳ ନେତାଙ୍କ ରାଜନୈତିକ ସଚିବ ଡ଼. ସନ୍ତୃପ୍ତ ମିଶ୍ର । ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ଆନ୍ତର୍ଜାତୀୟ ସମ୍ପର୍କ କ୍ଷେତ୍ରରେ ନିଜର ବିଫଳତାକୁ ଲୁଚାଇବା ପାଇଁ ଯେଉଁ ଅସାର, ବିଦ୍ୱେଷପୂର୍ଣ୍ଣ ଓ  ରାଜନୈତିକ ଅଭିସନ୍ଧିମୂଳକ କୌଶଳ ପ୍ରୟୋଗ କରୁଛନ୍ତି। ଏହା କେବଳ ଅଜ୍ଞତା ନୁହେଁ, ବରଂ ଇତିହାସ ଏବଂ ଘଟଣାବଳୀକୁ ବିକୃତ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ବିଜୁ ପଟ୍ଟନାୟକ କେବଳ ଜଣେ ସାଧାରଣ ରାଜନୈତିକ କର୍ମକର୍ତ୍ତା ନଥିଲେ, ଯାହାଙ୍କୁ ଇତିହାସ ବା ଆନ୍ତର୍ଜାତୀୟ ସମ୍ପର୍କ ବିଷୟରେ ଜ୍ଞାନ ନଥିବା ସଂକୀର୍ଣ୍ଣ ମନୋଭାବର ବ୍ୟକ୍ତିମାନେ ଆକଳନ କରିପାରିବେ।  ଆଜି ଏହା ଉପରେ ଯେଉଁମାନେ ଟୀକାଟିପ୍ପଣୀ ଦେଉଛନ୍ତି, ସେମାନଙ୍କର ଐତିହାସିକ ଜ୍ଞାନର ଘୋର ଅଭାବ ରହିଛି ବା ସେମାନେ ନିଜର ସ୍ୱାର୍ଥ ସାଧନ ପାଇଁ ଇତିହାସକୁ ମନଗଢ଼ା ଭାବେ ବ୍ୟାଖ୍ୟା କରି ଅସଲ ପ୍ରଶ୍ନରୁ ଦୂରେଇ ଯିବାକୁ ଚେଷ୍ଟା କରୁଛନ୍ତି। ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଏପରି ମନ୍ତବ୍ୟ କେବଳ  ଭୁଲ ନୁହେଁ, ବରଂ ଏହା ଭାରତର କୂଟନୈତିକ ଇତିହାସ ଏବଂ ପ୍ରତ୍ୟେକ ଓଡ଼ିଆଙ୍କ ଗର୍ବ ଓ ଅସ୍ମିତା ପ୍ରତି ଏକ ଅପମାନ। ତେଣୁ ନିଶିକାନ୍ତ ଦୁବେ ତୁରନ୍ତ ଏହି ଅପମାନଜନକ ମନ୍ତବ୍ୟକୁ ପ୍ରତ୍ୟାହାର କରନ୍ତୁ ଓ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଶ୍ରୀ  ଦୁବେଙ୍କ ମନ୍ତବ୍ୟକୁ  ଓଡ଼ିଶା ବିଜେପି ଓ ରାଜ୍ୟ ସରକାର ନିନ୍ଦା କରିବା ଆବଶ୍ୟକ ବୋଲି ଡ଼. ମିଶ୍ର କହିଛନ୍ତି ।
ବିଜେଡି ଉପସଭାପତି ସଞ୍ଜୟ  ଦାସବର୍ମା କହିଛନ୍ତି ଯେ ନିଶିକାନ୍ତଙ୍କ  ମନ୍ତବ୍ୟ କେବଳ ଓଡ଼ିଶାବାସୀଙ୍କୁ ଆଘାତ ଦେଇନାହିଁ, ଭାରତୀୟ ରାଜନୀତିର ଇତିହାସ ଓ ଗୌରବକୁ ମଧ୍ୟ କଳଙ୍କିତ କରିଛି। ବିଜୁବାବୁଙ୍କ ବ୍ୟକ୍ତିତ୍ୱକୁ ଜାଣିଥିଲେ ହୁଏତ ନିଶିକାନ୍ତ ଏପରି ମନ୍ତବ୍ୟ ଦେଇ ନ ଥାନ୍ତେ। ତାଙ୍କର ସାହସିକ କାର୍ଯ୍ୟ ପାଇଁ ଇଣ୍ଡୋନେସିଆ ‘ଭୂମିପୁତ୍ର’ ସମ୍ମାନ ପ୍ରଦାନ କରିଥିଲା, ରୁଷ ସରକାର ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିଥିଲେ। ତାଙ୍କ୍‌ ମର ଶରୀରରେ ୩ ଦେଶର ଜାତୀୟ ପତାକା ପଡ଼ିଥିଲା। ଏହି ମହାନ ନେତାଙ୍କୁ ‘ସିଆଇଏ ଏଜେଣ୍ଟ‘ ବା ‘ଲିଙ୍କ୍‌’ କହି ନିଶିକାନ୍ତ ଦୁବେ ଅପମାନିତ କରିବା କେବଳ ତାଙ୍କର ଅଜ୍ଞତା ନୁହେଁ, ନିମ୍ନରୁଚିର ରାଜନୀତିର ସର୍ବନିମ୍ନସ୍ତରୀୟ ଉଦାହରଣ । ଏହି ମନ୍ତବ୍ୟ କେବଳ ବିଜୁ ବାବୁଙ୍କ ନୁହେଁ, ସମଗ୍ର ଓଡ଼ିଆ ଜାତିର ଅପମାନ। ଏଥିପାଇଁ ଶ୍ରୀ ଦୁବେ କ୍ଷମାପ୍ରାର୍ଥର୍ନା କରନ୍ତୁ ବୋଲି ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।
ନିଶିକାନ୍ତ ଦୁବେଙ୍କର ମାନସିକ ବିକୃତି ଘଟିଛି ବୋଲି ଆକ୍ଷେପ କରିଛନ୍ତି ବିଜେଡି ବିଧାୟକ ଡ. ଅରୁଣ ସାହୁ । ସେ  କହିଛନ୍ତି ଯେ ବିଜୁ ବାବୁଙ୍କ ପ୍ରତି ସମଗ୍ର ଭାରତବର୍ଷର ଜନସାଧାରଣଙ୍କ ସମ୍ମାନ ରହିଛି। ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅତୁଳନୀୟ। ପାକିସ୍ତାନ କବଳରୁ ଶ୍ରୀନଗରକୁ ଉଦ୍ଧାର, ଭାରତ-ଚାଇନା ଯୁଦ୍ଧରେ ଅଗ୍ରଣୀ ଭୂମିକା ନେବାରେ ବିଜୁ ବାବୁ ସବୁଥିରେ ଆଗୁଆ ଥିଲେ। ବିଜୁବାବୁ ରାଜ୍ୟ ଓ ଦେଶ ପାଇଁ କ’ଣ କରିଛନ୍ତି, ସେ ସମ୍ପର୍କରେ ନିଶିକାନ୍ତ ଦୁବେଙ୍କ ପରି କୁଖ୍ୟାତ ଲୋକଙ୍କର ଧାରଣା ଆସିବ କେଉଁଠୁ ? ସେ ନିଜେ ଯେପରି, ଅନ୍ୟମାନଙ୍କୁ ସେହିପରି ଦୃଷ୍ଟିରେ ଦେଖୁଛନ୍ତି। ବିଜୁଙ୍କ ଅପମାନ ଓଡ଼ିଶାର ଅପମାନ, ଏଥିପାଇଁ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ତାଙ୍କ ଦଳ ଏଥିପାଇଁ କ୍ଷମାପ୍ରାର୍ଥନା କରୁ ବୋଲି ସେ ଦାବି କରିଛନ୍ତି ।
ଦଳର ଅନ୍ୟତମ ନେତା ଭୃଗୁ ବକ୍ସିପାତ୍ର ମଧ୍ୟ ନିଶିକାନ୍ତଙ୍କ ଟିପ୍ପଣୀକୁ କଠୋର ଶବ୍ଦରେ ସମାଲୋଚନା କରିଛନ୍ତି। ଇତିହାସକୁ ବିକୃତ କରିବାକୁ ନିଶିକାନ୍ତଙ୍କ ଅପଚେଷ୍ଟା କେବଳ ଓଡିଶାବାସୀଙ୍କୁ ଆଘାତ ଦେଇନାହିଁ, ପ୍ରତ୍ୟେକ ଓଡ଼ିଆଙ୍କ ଆତ୍ମାକୁ କ୍ଷତାକ୍ତ କରିଛି। ତାଙ୍କର ଏପରି ମନ୍ତବ୍ୟ ରାଜନୈତିକ ଅସୂୟା ପ୍ରଣୋଦିତ। ଏହା ଦେଶ ତଥା ରାଜ୍ୟବାସୀଙ୍କ ପ୍ରତି ଅପମାନ। ଏଥିପାଇଁ ନିଶିକାନ୍ତ ନିସର୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ସେ ଦାବି କରିଛନ୍ତି ।
ଚାଷୀ ସମସ୍ୟା, ଆଇନ ଶୃଙ୍ଖଳାର ସଂଗୀନ ସ୍ଥିତି ନେଇ ଲୋୟର ପିଏମଜିରେ ବିଜେଡିର ବିଶାଳ ବିକ୍ଷୋଭ
ଭୁବନେଶ୍ବର : ଆଜି ଲୋୟର ପିଏମଜିରେ ବିଜେଡିର ଗର୍ଜନ । ଚାଷୀ ସମସ୍ୟା ନେଇ ଦଳ କରୁଛି ବିକ୍ଷୋଭ। ଚାଷୀ, ଆଇନ ଶୃଙ୍ଖଳା ଭଳି କିଛି ବୃହତ୍ ସମସ୍ୟା ନେଇ ଭୁବନେଶ୍ଵର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଚାଷୀ, ଆଇନ ଶୃଙ୍ଖଳା ବିପର୍ଯ୍ୟୟ ଭଳି ସଙ୍ଗୀନ ସମସ୍ୟାକୁ ସରକାର ଅଣଦେଖା କରୁଥିବା ଯୋଗୁଁ ବିଜେଡି ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ରାଜ୍ୟ ସରକାର ବିଧାନସଭାକୁ ଭ୍ରମିତ କରୁଥିବା ଅଭିଯୋଗ ଆଣିଛି ବିଜେଡି । ମଣ୍ଡିରେ ଚାଷୀଙ୍କୁ ମାଡ଼ ମରାଯାଉଛି । ନିର୍ଯାତନା ଦିଆଯାଉଛି । ଦେଢ଼ ଲକ୍ଷ ଚାଷୀଙ୍କ ନାଁ ଚଞ୍ଚକତା କରି ରେଜିଷ୍ଟ୍ରେସନ ଲିଷ୍ଟରୁ ମୋହନ ସରକାର କାଟିଥିବା ବିଜେଡି ଅଭିଯୋଗ କରିଛି ।
ଚାଷୀ ଭାଇ ଆଜି ହନ୍ତସନ୍ତ ହେଉଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପୂରା ବିଗିଡି ଯାଇଛି ।  ଓଡିଶାବାସୀଙ୍କୁ ମିଛ ପ୍ରତିଶୃତି ଦେଇ ସରକାରକୁ ଆସିଛନ୍ତି ବୋଲି କହିଛନ୍ତି ବିଜେଡି ନେତା ପ୍ରିତିରଞ୍ଜନ ଘଡେଇ । ସେହିପରି ଓଡିଶାବାସୀଙ୍କୁ ହଇରାଣ କରିବା ପାଇଁ ଏ ସରକାର ଗାଦିରେ ବସିଛନ୍ତି  । ରାଜ୍ୟର ଚାଷୀଭାଇ ମାନେ କାନ୍ଦୁଛନ୍ତି । ନାରୀମାନଙ୍କ ଉପରେ ନିର୍ଯାତନା ବଢିବାରେ ଲାଗିଛି । ଏ ସରକାର ପୁରା ଫେଲ୍ ବୋଲି କହିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିହାଂର ।
ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ଓ ସ୍ମାର୍ଟ ମିଟର ଲଗାଇବା ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳର ବିଶାଳ ବିକ୍ଷୋଭ
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଠାରେ ପାୱାର ହାଉସ ଛକ ସ୍ଥିତ ଟାଟା ପାୱାର ଅଫିସ ସମ୍ମୁଖରେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଟିପିସିଓଡିଏଲ୍ (ଟାଟା ପାୱାର) ପକ୍ଷରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ କରିବା ପାଇଁ ଯେଉଁ ନୋଟିସ୍ ଜାରି କରିଛନ୍ତି, ତାହା ଜନସାଧାରଣଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦା ଯାଉଛି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ ଦାବି ଉପସ୍ଥାପନ କରାଯିବା ସହିତ ରାଜରାସ୍ତାରେ ସ୍ମାର୍ଟ ମିଟର ଭାଙ୍ଗି ପ୍ରତିବାଦ କରିଥିଲେ ।
ରାଜ୍ୟର କୋଟିଏ ଉପଭୋକ୍ତାଙ୍କ ଠାରୁ ଜାତୀୟ ହାର ଠାରୁ ଅଧିକ ଆଦାୟ ହେଉଥିବା ବିଦୁ୍ୟତ୍ ଶୁଳ୍କକୁ ତୁରନ୍ତ ସୁଧ ସହିତ ଉପଭୋକ୍ତାଙ୍କୁ ଫେରାଇବା ପାଇଁ ବିଜେଡି ଦାବି କରିଛି । ଆନ୍ଧ୍ରପ୍ରଦେଶ ବିଦୁ୍ୟତ୍ ନିୟାମକ ଆୟୋଗ ଏହି ଅର୍ଥ ଫେରସ୍ତ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ସେହିଭଳି ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ନିୟାମକ ଆୟୋଗ ପଦକ୍ଷେପ ନେବାକୁ ମଧ୍ୟ ବିଜେଡି ଜୋର ଦେଇଛି ।
ସରବରାହ ଜନିତ କ୍ଷତି ଯୋଗୁଁ ଓଡ଼ିଶାର ବିଦୁ୍ୟତ୍ ଉପଭୋକ୍ତା ମାନଙ୍କୁ ଅତିରିକ୍ତ ଶୁଳ୍କ ବହନ କରିବାକୁ ପଡୁଛି । ଟାଟା କମ୍ପାନୀର ଅପାରଗତା, ଦୁର୍ନୀତି ଯୋଗୁଁ ରାଜ୍ୟରେ ସରବରାହ ଜନିତ କ୍ଷତି ଜାତୀୟ ହାର ଠାରୁ ମଧ୍ୟ ଅଧିକ ରହିଛି । ବହୁ ଉପଭୋକ୍ତଙ୍କ ମିଟର ସଠିକ୍ ଚାଲୁଥିଲେ ସୁଦ୍ଧା, ଏହାକୁ ଟାଟା ପାୱାର ପକ୍ଷରୁ ଜବରଦସ୍ତ ବଦଳାଯାଇ ସ୍ମାର୍ଟ ମିଟର ଲଗାଯାଇଛି, ଯାହା ଠିକ୍ ନୁହେଁ । ସ୍ମାର୍ଟ ମିଟର ଯୋଗୁଁ ଉପଭୋକ୍ତା ମାନଙ୍କୁ ଅଧିକ ବିଦୁ୍ୟତ୍ ବିଲ୍ ଦେବାକୁ ପଡୁଛି । ତେଣୁ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆଗାମୀ ଦିନରେ ଏହି ଆର୍ଥିକ ଶୋଷଣ ବନ୍ଦ ନହେଲେ ବିଜେଡି ଟାଟା ପାୱାର ବିରୋଧରେ ଦୁର୍ବାର ଆନେ୍ଦାଳନ କରିବ ବୋଲି ନେତୃମଣ୍ଡଳୀ ଚେତାବନୀ ଦେଇଛନ୍ତି ।
ଏହି ବିକ୍ଷୋଭରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡେଇ, ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ, ରାଜେନ୍ଦ୍ର ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ସିଂହ, ଅବନୀ ଯୋଶୀ, ଅମରେଶ ପତ୍ରୀ, ଅମରଜିତ୍ ସେନାପତି, ସୋଫିଆ ଆଲାମ, ଧୃତି ମାର୍ଥା, ତନ୍ମୟ ସ୍ୱାଇଁ, ଜ୍ୟୋତି ରଞ୍ଜନ ଜେନା, ମିହିର ରାଉତ, ନାରାୟଣ ଜେନା, ତୁମ୍ୱନାଥ ପଣ୍ଡା, ମିହିର ରାୟ, ଏସ୍.କେ ଅମିର ମହମ୍ମଦ, ବିଜୟ କେତନ ସାହୁ, ଦୀପକ ମହାପାତ୍ର, ନୀଳମାଧବ ମହାନ୍ତି, ଶୁଭ୍ରାଂଶୁ ପାଢ଼ୀ, ସଂଜିତ୍ ମହାନ୍ତି, ମନୋଜ ସେନାପତି, ସୌମ୍ୟରଂଜନ ତ୍ରିପାଠୀ, ମନୋଜ ମହାନ୍ତି, ଜଗମୋହନ ବଳିଆରସିଂହ, ବିଶ୍ୱ ରଞ୍ଜନ ଭୂୟାଁ, ଜ୍ଞାନରଞ୍ଜନ ମାନସିଂହ, ତାରିଣୀ ପ୍ରସାଦ ନାୟକ, ସ୍ମୃତି ରଂଜନ ପଟ୍ଟନାୟକ, ରଶ୍ମି ରଂଜନ ଦାସ, ଚିନ୍ମୟ ପ୍ରଧାନ, ପୃଥ୍ୱୀରାଜ ପଣ୍ଡା, ଦୀପକ୍ ବେହେରା, ସୁଦୀପ୍ତ କେଶରୀ ସାମଲ, ସ୍ୱଦେଶ ରଂଜନ ସିଂ, ଅରୂପ ଶ୍ରୀଚନ୍ଦନ, ମନୋରଞ୍ଜନ ସ୍ୱାଇଁ, ସୋନାଲୀ ପ୍ରିୟଦର୍ଶିନୀ, ଲଗ୍ନାଦୀପ ମିଶ୍ର, ମଧୁସ୍ମିତା ପରିଡ଼ା, ବିକାଶ ସାହୁ, ପ୍ରଦୀପ୍ତ ବିଶ୍ୱାଳ, ସୁକାନ୍ତ କୁମାର ରାୟ, ଫତିମା ଖାତୁନ୍, ରକି ଦାସ, ସୁଜିତ୍ ପାଲଟା ସିଂହ, ଦେବସ୍ମିତା ଦାସ, ସ୍ନେହାଶିଷ ଜେନା, ଅଶୋକ ନାୟକ, ଅମିତ୍ ଜେନା, ତବ୍ରେଜ୍ ଖାଁ, ସୌମ୍ୟ ରଂଜନ ମହାପାତ୍ର, ଅସ୍ମିତ୍ ଦାସ, ସମିମ୍ ଅଖତର୍, ବିଜୟଲକ୍ଷ୍ମୀ ଦାଶ, ଏସ.କେ ନୱାଜ୍, ସଚ୍ଚିକାନ୍ତ ସାହୁ, ସିପୂଲ୍ ସ୍ୱାଇଁ, ପ୍ରଦୁ୍ୟମ୍ନ ମହାନ୍ତି, ଶଙ୍କର ମଲ୍ଲିକ, ଦୀପକ ମହାପାତ୍ର ଓ ଆଶିଷ ସାହୁ ପ୍ରମୁଖ ସାମିଲ ଥିଲେ ।
ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ବିରୋଧରେ ବିଜେଡିର ପ୍ରତିବାଦ
ଭୁବନେଶ୍ବର : ପୁଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ଘଟଣା। ଆଶାୟୀଙ୍କୁ ନ୍ୟାୟ ଦାବି ସହ ଅନିୟମିତା ବିରୋଧରେ ବିଜୁ ଜନତା ଦଳର ପ୍ରତିବାଦ । ପରୀକ୍ଷା ଜାଲିଆତି ନେଇ ଦଳର ପ୍ରତିବାଦ କରୁଛି । ପୁଲିସ ଏସଆଇ ନିଯୁକ୍ତିରେ ବ୍ୟାପକ ଅନିୟମିତତା ନେଇ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଘଟଣାର ସିବିଆଇ ତଦନ୍ତ ଦାବି କରି ଆସୁଛି ବିଜେଡି। ସିବିଆଇ ତଦନ୍ତ ନିର୍ଦେଶ ଦିଆ ନ ଗଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି। ବିଜୁ ଜନତା ଦଳର ଏହି ପ୍ରତିବାଦରେ ବହୁ ପରୀକ୍ଷାର୍ଥୀ ମଧ୍ୟ ସାମିଲ ଅଛନ୍ତି।
ଅନ୍ୟପଟେ ଦିନ ଗଡ଼ିବା ସହ ଫେକ୍ ଜବ ସିଣ୍ଡିକେଟର ଖୋଲୁଛି ଗୁମର। ଏସଆଇ ନିଯୁକ୍ତି ଘୋଟାଲାର ଚେର କୁଆଡ଼େ ଲମ୍ବିଛି ତାହାକୁ ନେଇ ଚାଲିଛି ଛାନବିନ। ରବିବାର ଭୁବନେଶ୍ବର ଲିଙ୍ଗରାଜ ଇନଫୋସଲ ଇନଷ୍ଟିଚ୍ୟୁଟରେ ରେଡ୍ ହୋଇଥିବାବେଳେ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏଠାରେ ରାକେଟ ଚଲାଉଥିବା ଜଣାଯାଇଛି। ଏହା ସହ ଗିରଫ ଚତୁର୍ଥ ଅଭିଯୁକ୍ତ ବିଶ୍ବରଞ୍ଜନ ବେହେରାଙ୍କଠାରୁ ବି ବହୁ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ।
ଗତକାଲି ପଞ୍ଚମ ଦଲାଲ ଅରବିନ୍ଦ ଦାସକୁ ବି ଗିରଫ କରାଯାଇଥିଲା। ତା ଘର ବାଲେଶ୍ବର ସିଂଲା ଥାନା ନବରା। ବର୍ତ୍ତମାନ ସୁଦ୍ଧା ୫ ଦଲାଲଙ୍କ ସମେତ ଗିରଫ ହେଲେଣି ୧୧୯ ଜଣ। ତଥାପି ଧରା ପଡିନାହାନ୍ତି କିଙ୍ଗପିନ। ସିଲିକନ୍ ଟେକ୍ ଲାବ୍ ଓ ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟିର ଭୂମିକାକୁ ନେଇ ଏବେ ବଢିବାରେ ଲାଗିଛି ସସପେନ୍ସ। ପ୍ରଶ୍ନ ଉଠୁଛି ଲୋକସେବା ଭବନରୁ ଚାଲିଥିଲା କି ଠକେଇ ସିଣ୍ଡିକେଟ ? ନିଯୁକ୍ତି କେଳେଙ୍କାରୀରେ ଅଛି କି ହାଇପ୍ରୋଫାଇଲ ଲୋକଙ୍କ ସମ୍ପୃକ୍ତି ? ଠକେଇ ସିଣ୍ଡିକେଟରେ ଆଉ କିଛି ପୋଲିସ ଅଧିକାରୀ ନାହାନ୍ତି ତ ? ଯଦି ଅଛନ୍ତି ସେମାନଙ୍କୁ ଧରିବାକୁ କାହିଁକି ପଛଘୁଞ୍ଚା ଦେଉଛି କ୍ରାଇମବ୍ରାଞ୍ଚ ? ଚାକିରି କେଳେଙ୍କାରୀର ମାଷ୍ଟରମାଇଣ୍ଡକୁ ଧରିବାକୁ ରାଜ୍ୟ ଭିତରେ ଓ ବାହାରେ ଆରମ୍ଭ ହୋଇଛି ତନାଘନା।
ସ୍କାନରରେ ଅଛନ୍ତି ବିଭିନ୍ନ ଶିକ୍ଷାନୁଷ୍ଠାନର ମାଲିକ। ଯାଞ୍ଚ ହେଉଛି ଅଭିଯୁକ୍ତଙ୍କ ସିଡିଆର। ଆବଶ୍ୟକ ପଡ଼ିଲେ ଆର୍ଥିକ କାରବାର ନେଇ ବ୍ୟାଙ୍କକୁ ମଧ୍ୟ ଚିଠି ଲେଖାଯିବ। ୨୦୨୪ ଜୁନରୁ ଆଜି ପର୍ୟ୍ୟନ୍ତ ବାତିଲ ହୋଇଥିବା ପରୀକ୍ଷାର ରିପୋର୍ଟ ଦାଖଲ କରିବାକୁ ସମସ୍ତ ବୋର୍ଡ ଓ ଆୟୋଗଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ମହା ଦୁର୍ନୀତିର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଶଙ୍କର ପୃଷ୍ଟି ଫେରାର ହୋଇଯାଇଛି ବୋଲି କୁହାଯାଉଛି। ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ମୁନ୍ନା ମହାନ୍ତି ଭୁବନେଶ୍ବରରୁ ଆଶାୟୀ ପ୍ରାର୍ଥୀଙ୍କୁ ହାଇଦ୍ରାବାଦ ନେବା ଲାଗି ୩ଟି ବସ ଭଡ଼ା କରିଥିଲା ବୋଲି ସୂଚନା ରହିଛି।
ବିଜେଡ଼ିର ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ବିଜେପି ସରକାରର ନିର୍ମମ ଆକ୍ରମଣକୁ ସି.ପି.ଆଇ.(ଏମ୍)ର ଦୃଢ଼ ନିନ୍ଦା
ଭୁବନେଶ୍ୱର:ବାଲେଶ୍ୱର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କର ହତ୍ୟାକାଣ୍ଡର ପ୍ରତିବାଦ କରି ବିଜେଡ଼ି ଦଳ ପକ୍ଷରୁ ରାଜ୍ୟ ଲୋକସେବା ଭବନକୁ ଘେରାଉ କରିବାକୁ ଆସିଥିବା ବିଜେଡ଼ି ନେତୃବୃନ୍ଦ ଓ କର୍ମୀଙ୍କ ଉପରେ ଡ଼ବଲ ଇଞ୍ଜିନ୍ ବିଜେପି ସରକାର ଯେଭଳି ପୁଲିସ ଦ୍ବାରା ନିର୍ମମ ଆକ୍ରମଣ କଲେ ତାହା ଗଣତାନ୍ତ୍ରିକ ସଭ୍ୟ ସମାଜରେ ଘଟେନାହିଁ । ଲୁହବୁହା ବାଷ୍ପ ପ୍ରୟୋଗ, ପାଣି ଓ ରବର ବୁଲେଟ୍‌ ମାଡ଼ କରି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଜନଗଣଙ୍କର ସ୍ବରକୁ ବନ୍ଦ କରି ଦେବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ ଚଳାଇଛନ୍ତି। ଫାଶିବାଦୀ କାଇଦାରେ ଜନଗଣଙ୍କର ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ କରାଯାଉଛି। ଏହା ଆମ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ସି.ପି.ଆଇ.(ଏମ୍)  ପକ୍ଷରୁ କୁହାଯାଇଛି।
ପୁଲିସ୍‌ର ଆକ୍ରମଣ ଫଳରେ ବିଜେଡ଼ି ନେତୃତ୍ୱଙ୍କ ସହ ଶହଶହ କର୍ମୀ ଆହତ ହୋଇଛନ୍ତି । ଆମେ ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହାର ଦୃଢ଼ ନିନ୍ଦା କରିବା ସହ ସୌମ୍ୟାଶ୍ରୀ ବିଶିର ମୃତ୍ୟୁ ପାଇଁ ରାଜ୍ୟ ସରକାର ତୁରନ୍ତ ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଦ୍ବାରା ନ୍ୟାୟିକ ତଦନ୍ତ, କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କାରଣରୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱରର ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ଇସ୍ତଫା, କଲେଜ ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ, ଜିଲ୍ଲା ଓ ପୋଲିସ୍ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି।
ବିଜେଡ଼ି ନେତା ଓ କର୍ମୀଙ୍କ ଉପରେ ପୁଲିସର ରବର ବୁଲେଟ ମାଡକୁ ସାଂସଦ ମାନସ ମଙ୍ଗରାଜଙ୍କ ଦୃଢ ନିନ୍ଦା
ଭୁବନେଶ୍ବର: ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ଆଜି ବିଜେଡ଼ି ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା। ଏଥିରେ ବିଜେଡ଼ିର ହଜାର ହଜାର କର୍ମୀ ଶାନ୍ତିପୂର୍ଣ ଭାବରେ ଲୋୟାର ପିଏମଜି ଠାରେ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ପୁଲିସର ଗୁଣ୍ଡାଗିରିକୁ ବିଜେଡି ସାଂସଦ ମାନସ ମଙ୍ଗରାଜ ନିନ୍ଦା କରିଛନ୍ତି।
ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିରୋଧୀଙ୍କ ମୁହଁ ବନ୍ଦ କରିପାରିବେନି। ପୁଲିସର ରବର ବୁଲେଟ ମାଡକୁ ଦୃଢ ନିନ୍ଦା କରିଛନ୍ତି। ନ୍ୟାୟ ପାଇଁ ଲଢୁଥିବା ନେତାଙ୍କ ଉପରେ ଆକ୍ରମଣକୁ ସମାଲୋଚନା କରିଛନ୍ତି। ରବର ବୁଲେଟ ଗୁରୁତର ଆଘାତ ଦେଇପାରେ ଏହା ପୁଲିସ ଜାଣିଛି। ନିର୍ଦ୍ଦିଷ୍ଟ ନିୟମାବଳୀରେ ଏହା ବ୍ୟବହାର ହେବା କଥା। ଅତି ଗୁରୁତର ସ୍ଥିତିରେ ଏହା ବ୍ୟବହାର ହେବା କଥା। ରବର ବୁଲେଟ ବ୍ୟବହାରର ଦୁରୁପଯୋଗ ଦଣ୍ଡନୀୟ। ଘୃଣ୍ୟ ରାଜନୀତିରେ ବିରୋଧୀଙ୍କ ମୁହଁ ବନ୍ଦ କରିପାରିବେନି ବୋଲି ସେ କହିଛନ୍ତି।
ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଉଠୁଛି ପଡୁଛି ଓଡ଼ିଶା । ବାଲେଶ୍ବର ଠାରୁ ଭୁବନେଶ୍ବର ସବୁଠି ବିରୋଧର ସ୍ବର ଦେଖିବାକୁ ମିଳୁଛି । ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବର ଲୋକୟର ପିଏମଜି । ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ସହ ମୁହଁମୁହିଁ ହୋଇଥିଲେ । ବ୍ୟାରିକେଡ୍ ଡେଇଁ ଧସେଇ ଫସିବା ବେଳେ ଦୁଇ ଜଣ ବିଜେଡି ନେତା ଆହତ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେଡି ନେତା ପ୍ରିତି ରଞ୍ଜନ ଘଡାଇ ଓରଫ ଡାନି ଘଡାଇ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଥିସହିତ ବବି ଦାସଙ୍କ ସହ ଅନ୍ୟ କିଛି ବିଜେଡି ନେତା ମଧ୍ୟ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛି ବିଜେଡି ମିଡିଆ ସେଲ୍ ।
ତେବେ ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଜେଡି ଭୁବନେଶ୍ୱରର ଲୋକସେବା ଭବନ ଘେରାଉ କରିବାକୁ ଯିବା ବେଳେ ହଜାର ହଜାର ବିଜେଡି କର୍ମୀ ଶୋଭାଯାତ୍ରାରେ ଆସି ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୁଲିସ ଏବଂ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ବିଜେଡି କର୍ମୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ହଜାର ହଜାର ବିଜେଡି କର୍ମୀଙ୍କୁ ଅଟକାଇଛି ପୁଲିସ । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୋଲିସ ପାଣିମାଡ଼ ଲୁହବୁହା ଗ୍ୟାସ ସହ ପାଣିମାଡ ମଧ୍ୟ କରିଛି । ଶତାଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ବେଳେ ଟିୟର ଗ୍ୟାସ ମାଡ଼ ଏବଂ ପାଣି ମାଡ କରିଥିବା ଦେଖାଯାଇଛି । ଯେଉଁଥିରେ ବବି ଦାସ ଆହତ ହୋଇଛନ୍ତି । ତାଙ୍କ ଗୋଡ଼ରେ ଟିୟର ଗ୍ୟାସ ବାଜିଥିବା ସୂଚନା ରହିଛି । ସେପଟେ ସୁଲତା ଦେଓ ମଧ୍ୟ ଆହତ ହୋଇ ଆମ୍ବୁଲାନ୍ସରେ ହସ୍ପିଟାଲ ଭର୍ତ୍ତି ହୋଇଥିବା ସୂଚନା ରହିଛି।
୯୪ ପ୍ରତିଶତ ବହୁଜନଙ୍କ ପାଇଁ ଲଢେଇ, ବିଧାନସଭା ଭିତରେ ପରିକ୍ରମା କରି ପ୍ରତିବାଦ କଲା ବିଜେଡି
ଭୁବନେଶ୍ବର: ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ବିଜେଡି । ସଂରକ୍ଷଣକୁ ନେଇ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଗୃହରେ ସଂରକ୍ଷଣ ଦାବି ନେଇ ବିଜେଡିର ହଙ୍ଗାମା । ସଂରକ୍ଷଣ ବ୍ୟବସ୍ଥା ନେଇ ବରିଷ୍ଠ ନେତା ଗଣେଶ୍ଵର ବେହେରା କହିଛନ୍ତି, ଜନସଂଖ୍ୟାର ଭାଗ ୯୪ ପ୍ରତିଶତ ହେଉଛନ୍ତି SC, ST ଓ OBC । SC, ST ହେଲେ ୪୯.୯୮ ପ୍ରତିଶତ କିନ୍ତୁ ମିଳୁଛି ୩୮.୭୫ %  । ପୂର୍ବରୁ ଏହା ୨୦ ପ୍ରତିଶତ ଥିଲା । ନବୀନ ସରକାର ଏହାକୁ ୨୦ରୁ ୩୮.୭୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ବୈଷୟିକ ଶିକ୍ଷାରେ କେବଳ ୨୦ ପ୍ରତିଶତ ସଂରକ୍ଷଣ ମିଳୁଛି । କାହିଁକି ୪୯. ୯୮ ପ୍ରତିଶତ ନମିଳିବ । ଓବିସିଙ୍କୁ ଯେତେ ସଂରକ୍ଷଣ ମିଳିବା କଥା ମିଳୁନି ଏହା ଅବିଚାର ଅଟେ । ବିଜେଡି ତାଙ୍କ ପାଇଁ ସ୍ୱର ଉଠାଉଛି କିନ୍ତୁ ସରକାର ଆଳ ନେଉଛନ୍ତି ଯେ ଆମେ OBCଙ୍କ ପାଇଁ ଅଛୁ ହେଲେ କାର୍ଯ୍ୟରେ ରହୁନି । ରାଜ୍ୟ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ।
ସେହିପରି ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି, ବିଜୁ ପଟ୍ଟନାୟକ ୨୭ ପ୍ରତିଶତ OBC ସଂରକ୍ଷଣ ଦେଉଥିଲେ। ହରପ୍ରିୟ ଦାସ ବନାମ ରାଜ୍ୟ ସରକାର ମାମଲାରେ ଏହାକୁ ୧୧.୨୫ ପ୍ରତିଶତକୁ ଖସାଇ ଦିଆଗଲା । ବିଜେପି ସବକା ସାଥ ସାବକା ବିକାଶ କହୁଛି ହେଲେ ଫଳ ଶୂନ । ୫୦ % ରୁ ଅଧିକ ସଂରକ୍ଷଣ ପାଇଁ ସଂକଳ୍ପ ଓଡ଼ିଶା ବିଧାନସଭାରେ ଆସୁ । ୯୪ % ବହୁଜନମାନଙ୍କ ନ୍ୟାଯ୍ୟ ଦାବି ପାଇଁ ଆମର ଲଢେଇ। ଏହି ଲଢ଼େଇକୁ ବିଜେଡି ରାସ୍ତାଘାଟକୁ ନେବ। ଜାତିଭିତ୍ତିକ ଜନଗଣନା ହେଲେ ଜଣା ପଡିବ ଉଚ୍ଚ ବର୍ଗ ଓ ଆଦିବାସୀ OBC କେତେ ଅଧିକାର ପାଇଛନ୍ତି । ଡବଲ ଇଂଜିନ ସରକାର ଡବଲ ଧୋକା ନ ଦିଅନ୍ତୁ ।
ସେପଟେ ଅରୁଣ ସାହୁ କହିଛନ୍ତି, ଜିସକି ଜିତିନା ହିସେଦାରୀ ଉସକୀ ଉତ୍ନୀ ଭାଗିଦାରୀ। ସଂଖ୍ୟା ଯାହାର ଯେତେ, ତା ଭାଗିଦାରୀ ସେତେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଚିଠି ଲେଖିଥିଲେ OBC ସଂରକ୍ଷଣ ପାଇଁ । ନୂଆ ସରକାର ଆସିଲେ କାର୍ଯ୍ୟକାରୀ ହେବ। ଜୁନ ଜୁଲାଇରେ ନାମଲେଖା ସରିଗଲା। ସେ ସମୟରେ ଶିଶୁ ସରକାର ଥିଲା ଏବେ ସରକାର ବଡ଼ ହେଲେଣି କିନ୍ତୁ କିଛି ଶିଖୁ ନାହାନ୍ତି । ଏ ସରକାର ହେଉଛି ଶୁଖୁଆ ସରକାର । ନାମଲେଖା ହେଲାଣି । ହେଲେ ଏ ଯାଏଁ ସଂରକ୍ଷଣ ହେଲାନି। ନିଯୁକ୍ତି କ୍ଷେତ୍ରରେତ OBC ଙ୍କୁ ପଛକୁ ଠେଲି ଦେଲେଣି । ବିଧାନସଭା ଭିତରେ, ବାହାରେ, PMG ଛକ ସମେତ ରାଜ୍ୟ ରାଜ୍ୟରେ ଲଢେଇ ହେବ ବୋଲି ଅରୁଣ ସାହୁ ଚେତାବନୀ ଦେଇଛନ୍ତି ।
ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ନ କରିବା ନିଷ୍ପତ୍ତିକୁ ବିଜେଡିର ଦୃଢ଼ ନିନ୍ଦା
ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ୩ ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇଆସୁଥିବା ବେଳେ, ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୫ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି ଆଜି ବିଜୁ ଜନତା ଦଳ ତରଫରୁ କୁହାଯାଇଛି। ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁଙ୍କ ଜୟନ୍ତୀ ରାଜ୍ୟବ୍ୟାପୀ ବିଜେଡି ତରଫରୁ ପାଳିତ ହେବ ଓ ମାର୍ଚ୍ଚ ୬ ତାରିଖ ଦିନ ବିଜେଡି ତରଫରୁ ରାଜ୍ୟବ୍ୟାପୀ ପ୍ରତିବାଦ ସଭା ଆୟୋଜିତ ହେବ ବୋଲି ବିଜେଡି ତରଫରୁ କୁହାଯାଇଛି।
ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡିଶା ଅଗ୍ରଣୀ ରାଜ୍ୟର ଭୂମିକା ନିର୍ବାହ କରିଛି। ୧୯୯୧ ମସିହାରେ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବା ଲକ୍ଷ୍ୟରେ ଜିଲ୍ଲାପରିଷଦ, ପଞ୍ଚାୟତିରାଜ ଓ ପଞ୍ଚାୟତ ସମିତି ଗଠନ ପାଇଁ ଓଡିଶା ବିଧାନସଭାରେ ବିଲ୍‌ ପାରିତ ହୋଇଥିଲା। ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡିଶା ଅଗ୍ରଗାମୀ ଭୂମିକା ନିର୍ବାହ କରିଥିବା ବେଳେ ଏହାର ପରବର୍ଷ ଅର୍ଥାତ ୧୯୯୨ ମସିହାରେ, ଦେଶର ସମ୍ୱିଧାନର ୭୩ତମ ଓ ୭୪ତମ ସଂଶୋଧନ ଆଣି ଏହି ବ୍ୟବସ୍ଥାକୁ ପ୍ରାବଧାନ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହୁଏ ଯେ, ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରି କ୍ଷମତାର ବିକେନ୍ଦ୍ରୀକରଣ କରି ତୃଣମୂଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ଭଳି ଐତିହାସିକ କାର୍ଯ୍ୟ ବିଜୁ ପଟ୍ଟନାୟକଙ୍କ ଭଳି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କ ଯୋଗୁଁ ସମ୍ଭବ ହୋଇପାରିଥିଲା।
ବିଜୁ ଜନତା ଦଳର ରୂପାୟନ କମିଟିର ଆବାହକ ସଞ୍ଜୟ ଦାସବର୍ମା କହିଥିଲେ, କ୍ଷମତା ରାଜନୀତିରେ ମହିଳାଙ୍କୁ ସଶକ୍ତ ନକରି ସମାଜର ପୂର୍ଣ୍ଣାଙ୍ଗ ବିକାଶ ପରିକଳ୍ପନା ସମ୍ଭବ ନୁହେଁ ବୋଲି ବିଚାର କରି, ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଏକ ତୃତୀୟାଂଶ ମହିଳାଙ୍କ ପାଇଁ ସରଂକ୍ଷିତ କରାଯାଇଥିଲା। ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବା ଓ ମହିଳାଙ୍କ ପାଇଁ ଆସନ ସରଂକ୍ଷିତ କରିବା କ୍ଷେତ୍ରରେ, ବିଜୁ ପଟ୍ଟନାୟକଙ୍କ ପଦକ୍ଷେପ ପାଇଁ ଓଡିଶା ସାରା ଦେଶ ପାଇଁ ମାର୍ଗଦର୍ଶକ ସାଜିଥିଲା। ବାସ୍ତବିକ ଏହା ଥିଲା ଓଡ଼ିଆ ଅସ୍ମିତା। ଏହା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ହୋଇପାରିଥିବାରୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ତକ୍ରାଳୀନ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ନବେ ଦଶକରୁ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ରାଜ୍ୟ ସରକାରଙ୍କ ଦ୍ୱାରା ପାଳିତ ହୋଇଆସୁଛି।
ଅପରପକ୍ଷରେ, ଏହା ୧୯୯୪ ମସିହା ଏପ୍ରିଲ ୨୪ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିଲା। ଏହାର ୧୬ ବର୍ଷ ପରେ ଅର୍ଥାତ ୨୦୧୦ ମସିହା ଏପ୍ରିଲ ୨୪ ତାରିଖ ଦିନ କେନ୍ଦ୍ର ସରକାର ଏହି ଦିନଟିକୁ ଦେଶରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ସରକାର ପଞ୍ଚାୟତିରାଜ ଦିବସ ପାଳିବାର ଯଥେଷ୍ଟ ପୂର୍ବରୁ ଓଡିଶା ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳିଆସୁଛି। ଏହି ପରିପ୍ରେକ୍ଷୀରେ, ବର୍ତ୍ତମାନର ବିଜେପି ସରକାର ଏହି ନିଷ୍ପତ୍ତିକୁ ବଦଳେଇ ଦେଇ ଓଡ଼ିଶାର ଗୌରବକୁ କ୍ଷୁଣ୍ଣ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ। ଏହି ନିଷ୍ପତ୍ତି ପଛରେ, ରାଜ୍ୟ ସରକାରଙ୍କ ଅସୂୟା ଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି ବୋଲି ଶ୍ରୀ ଦାସବର୍ମା କହିଥିଲେ।
ଦଳର ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ରାଜ୍ୟ ସରକାର କ୍ଷମତାକୁ ଆସିବା ଦିନଠାରୁ, ବିଜୁ ପଟ୍ଟନାୟକଙ୍କ କୃତୀକୁ ସୁଚିନ୍ତିତ ଉପାୟରେ ମଳିନ କରିବାକୁ ଅପଚେଷ୍ଟା କରୁଛନ୍ତି। ଉଦାହରଣ ସ୍ୱରୂପ, ବିଜୁ ବାବୁଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସମ୍ମାନଜନକ ଆନ୍ତର୍ଜାତୀୟ କଳିଙ୍ଗ ପୁରସ୍କାରକୁ କେନ୍ଦ୍ର ସରକାର ଅନୁଦାନ ଦେବାକୁ ମନା କରିଦେବା ପରେ, ଏହା ବନ୍ଦ ହେବାକୁ ଯାଉଛି। ଏହାକୁ ନେଇ, ବିଜେଡିର ବିଧାୟକମାନେ ବିଧାନସଭାରେ ଉତଥାପନ କରିଥିଲେ ହେଁ ରାଜ୍ୟ ସରକାର ନିରବ ଅଛନ୍ତି।
ସେହିପରି, ବିଜୁ ବାବୁଙ୍କ ଜୟନ୍ତୀ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ସପ୍ତାହ ବ୍ୟାପୀ ଉଦ୍ୟେକ୍ତା ସମ୍ମିଳନୀ ହୋଇଆସୁଥିଲା, ଯେଉଁଥିରେ ଉଦ୍ୟୋଗପତି ମାନେ ଯୋଗ ଦିଅନ୍ତି ଓ ସେମିନାର ଏବଂ କର୍ମଶାଳା ଇତ୍ୟାଦି ଆୟୋଜନ କରାଯାଇ ଆସୁଥିଲା। କିନ୍ତୁ, ତାକୁ ମଧ୍ୟ ଏ ବର୍ଷ ଆୟୋଜନ କରାଯାଉ ନାହିଁ। ରାଜ୍ୟ ବିଜେପି ସରକାରଙ୍କ ଏହି କାର୍ଯ୍ୟ ତାଙ୍କ ହୀନମନ୍ୟତାକୁ ଦର୍ଶାଉଛି। ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକୁ ଦୃଢ଼ ନିନ୍ଦା କରୁଛି। ରାଜ୍ୟ ବିଜେପି ସରକାରଙ୍କ ଏହି ଅବିଚାର ପ୍ରତି ଓଡ଼ିଶାର ଜନସାଧାରଣ ବିଚାର କରିବେ ବୋଲି ଶ୍ରୀ ନାୟକ କହିଥିଲେ। ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ପ୍ରତାପ ଜେନା ଏହି ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।