Name Change - The Sakala

ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା
ଭୁବନେଶ୍ୱର: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ । ମୋହନ ମାଝୀଙ୍କ ଚିଠି ପାଇବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କଲେ ବଡ଼ ଘୋଷଣା । ଦୀଘା ଜଗନ୍ନାଥ ଧାମ ବଦଳରେ ହେବ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, 'ଦୀଘା ଜଗନ୍ନାଥ ଧାମ' ବଦଳରେ ହେବ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର। ପୂର୍ବ ସରକାର ଧାମ ଶବ୍ଦ ଯୋଡିଥିଲେ, ଏହା ସନାତନ ଧର୍ମ ବିରୋଧୀ ଥିଲା। ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି ପାଇଛି, ‘ଧାମ’ ଶବ୍ଦ ହଟାଇଲୁ। ଏଥିପାଇଁ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ମଧ୍ୟ ପଠାଇଛନ୍ତି। ଏହାସହ ଏଥିପାଇଁ କ୍ୟାବିନେଟରେ ପ୍ରସ୍ତାତ ପାରିତ କରାଯିବ ବୋଲି କହିଛନ୍ତି ଶୁଭେନ୍ଦୁ ଅଧିକାରୀ।

‘ଦୀଘା ଜଗନ୍ନାଥ ଧାମ’ ନାମକରଣ ପରିବର୍ତ୍ତନ ପାଇଁ ଆଜି ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ‘ଦୀଘା ଜଗନ୍ନାଥ ଧାମ’ ବଦଳରେ ‘ଶ୍ରୀଜଗନ୍ନାଥ ମନ୍ଦିର, ଦୀଘା’ ଲେଖିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଦେଇଥିଲେ।

‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନ ନାମ ବଦଳାଇଲେ ରାଜ୍ୟ ସରକାର, ହେବ ‘ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’
ଭୁବନେଶ୍ୱର: ରାଜ୍ୟ ସରକାର ପୁଣି ଏକ ପୁରସ୍କାରରୁ ବିଜୁଙ୍କ ନାଁ ହଟାଇଛନ୍ତି। ପୂର୍ବରୁ ପ୍ରଚଳିତ ‘ବିଜୁ ଶ୍ରମିକ ବନ୍ଧୁ ସମ୍ମାନ’ ନାମ ପରିବର୍ତ୍ତନ କରାଯାଇ ଏହାକୁ ‘ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’ ଭାବେ ନାମିତ କରାଯାଇଛି।  ୨୦୧୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଶ୍ରମିକ ବନ୍ଧୁ ସମ୍ମାନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ମେ' ୧ ଶ୍ରମିକ ଦିବସରେ ପୁରସ୍କୃତ ହେଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଉଥିଲା। ଅତୀତରେ ବିଜେଡି ସରକାର ସମୟରେ ଶ୍ରମିକ ସଂଗଠନ ନେତା ସୌରୀବନ୍ଧୁ କର, ରାଜେନ୍ଦ୍ର ପ୍ରସାଦ ସିଂ, ଈଶ୍ୱର ଜେନା, ଘନଶ୍ୟାମ ଜେନା, ବସନ୍ତ ଜେନା ଓ କୃଷ୍ଣ ପାତ୍ର ପ୍ରମୁଖ ଏହି ସମ୍ମାନ ପାଇଛନ୍ତି।  ଏବେ ରାଜ୍ୟ ସରକାର କେବଳ ଏହି ଯୋଜନାର ନାମ ଦବଳାଇ ନାହାନ୍ତି; ଏ ସଂକ୍ରାନ୍ତ ନିୟମକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିସହ ଏହି ଯୋଜନା ପାଇଁ ଆବେଦନ ଅବଧି ବି ହ୍ରାସ ହୋଇଛି।

ପୂର୍ବରୁ ଶ୍ରମିକ ବନ୍ଧୁ ପୁରସ୍କାର ଦେବା ପାଇଁ ଚୟନ କରିବାକୁ ମାସେ ସମୟ ଦିଆଯାଉଥିଲା। ଏବେ ସରକାର ଏଥିପାଇଁ ମାତ୍ର ୪ ଦିନ ସମୟ ଦେଉଛନ୍ତି। କୌଣସି ଶ୍ରମିକ ସଂଗଠନ ଶ୍ରମିକ ନେତା ଓ ଶ୍ରମିକଙ୍କ ପାଇଁ କାମ କରିଥିବା ବ୍ୟକ୍ତିଙ୍କୁ ଚୟନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇ ନାହିଁ। ୨୩ ତାରିଖରେ ଏହି ପୁରସ୍କାର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୨୫ ଓ ୨୬ ତାରିଖ ସରକାରୀ ଛୁଟି ଦିବସ ରହିଲା। ୨୭ ତାରିଖ ଦିନ ୧୨ଟା ସୁଦ୍ଧା ନାମ ସୁପାରିସ କରିବାକୁ ଶେଷ ସମୟ ଧାର୍ଯ୍ୟ ହୋଇଛି।

ସରକାରଙ୍କ ଏପରି ପଦକ୍ଷେପକ କଟୁ ସମାଲୋଚନା କରିଛନ୍ତି  ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂ । ଏତେ କମ୍ ସମୟ ଭିତରେ କିପରି ଗୋଟିଏ ଶ୍ରମିକ ସଂଗଠନ ନାମ ଚୟନ କରି ସୁପାରିସ କରିବ ତାହା ସମ୍ଭବ ନୁହେଁ ବୋଲି ସୁବାସ ସିଂହ କହିଛନ୍ତି। ସରକାରୀ ପ୍ରକ୍ରିୟା ଯାହା ରହିଛି ଶ୍ରମିକ ସଂଗଠନଗୁଡ଼ିକ ପଠାଇଥିବା ନାମ ଉପରେ ଶ୍ରମିକ କଲ୍ୟାଣ ବୋର୍ଡର୍ରେ ନିଷ୍ପତ୍ତି ନିଆଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। କିନ୍ତୁ ଆଗରୁ ପ୍ରଚଳିତ ନିୟମକୁ ସରକାର ପରିବର୍ତ୍ତନ କରିବା ଗ୍ରହଣୀୟ ହେଉନି ବୋଲି ସୁବାସ ସିଂହ ଅଭିଯୋଗ କରିଛନ୍ତି।

ପୂର୍ବରୁ ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ କରିଥିଲେ। ଏହାକୁ ନେଇ ରାଜ୍ୟବ୍ୟାପୀ ପ୍ରବଳ ପ୍ରତ୍ରିକ୍ରିୟା ପ୍ରକାଶ ପାଇବା ସହ ଚାରି ଆଡ଼ୁ ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଏହି ଘଟଣା ପରେ ସରକାର ତତ୍‌କ୍ଷଣାତ୍‌ ଏହି ନିଷ୍ପତ୍ତି ଉପରେ ପ୍ରତିବନ୍ଧକ ଲଗାଇବା ସହ ପୁନର୍ବାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରକୁ ଜାରି ରଖିଥିଲେ। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ରାଜ୍ୟ ସରକାର ଅନେକ ଯୋଜନାରୁ ବିଜୁ ନାମ ହଟାଉଥିବା ବେଳେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ପାଳିତ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସ ପାଳନକୁ ମଧ୍ୟ ବନ୍ଦ କରି ଦେଇଛନ୍ତି।

ସରକାର ପରିବର୍ତ୍ତନ ପରେ ନାମ ପରିବର୍ତ୍ତନ ନିଶା: ‘ବସ୍‌‌’ ହେଲା ‘ସାଇକଲ୍‌‌’ କେବେ
ଭୁବନେଶ୍ୱର: ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ମୋ ବସ୍‌‌’ର ନାମ ପରିବର୍ତ୍ତନ କରାଯାଇ ‘ଆମ ବସ୍‌‌’ କରାଗଲା। ହେଲେ ‘ମୋ ସାଇକେଲ୍‌‌’ କିନ୍ତୁ ‘ଆମ ସାକକଲ୍‌‌’ ହୋଇପାରିଲା ନାହିଁ। ‘ମୋ ସାଇକଲ୍‌‌’ ଆମ ସାଇକଲ କେବେ ହେବ ତାହା ରାଜଧାନୀର ସାଇକଲ ଚାଳକଙ୍କ ମଧ୍ୟରେ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ପାଲଟିଛି। ନାମ ପଛରେ ଆଉ କିଛି ଷଡ଼ଯନ୍ତ୍ର ରହିଛି କି ତାହା ଜଣାପଡ଼ୁ ନାହିଁ। ପୂର୍ବ ସରକାରଙ୍କ ଭଲ କାମକୁ ହାଇଜାକ୍‌‌ କରି ନିଜ ଯୋଜନା ବୋଲି ଲୋକଙ୍କ ଜଣାଇବାକୁ ବାଟ ପ୍ରସ୍ତୁତ ହେଉଛି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

ଏପରି ନୁହେଁ ଯେ ସରକାର ପରିବର୍ତ୍ତନ ହେବା ପରେ ‘ମୋ ସାଇକେଲ୍‌‌ ଯୋଜନାକୁ ବନ୍ଦକରି ଦିଆଯାଇଛି। ଖୋଦ୍‌‌ ବିଭାଗୀୟ ମନ୍ତ୍ରୀ ଏନେଇ ଗୃହରେ ଉତ୍ତର ରଖିଛନ୍ତି ଯେ ଏହାକୁ ବନ୍ଦ କରାଯାଇ ନାହିଁ। ସାଇକଲ୍‌‌ ଗୁଡ଼ିକୁ ମରାମତି କରାଯାଉଛି। ହେଲେ ଏପର୍ଯ୍ୟନ୍ତ ମରାମତି ପର୍ଯ୍ୟାୟରେ ହିଁ ମୋ ସାଇକଲ୍‌‌ ଯୋଜନା ଅଟକି ଗଲା। ରାଜଧାନୀର ରାଜରାସ୍ତାରେ ମୋ ସାଇକେଲ୍‌‌ ଗଡ଼଼ିପାରୁ ନାହିଁ। ମୋ ସାଇକେଲ୍‌‌କୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେବାରୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌‌ (ବିଏସ୍‌‌ସିଏଲ୍‌‌) ଖରାପ ହୋଇ ପଡ଼ି ରହିଥିବା ମୋ ସାଇକେଲ୍‌‌ଗୁଡିକୁ ସଜାଡ଼ିବା ପାଇଁ ବିଭିନ୍ନ ସ୍ଥାନରୁ ସାଇକେଲ୍‌‌ ଗୁଡ଼ିକୁ ଗତବର୍ଷ ସେପ୍ଟେମ୍ବର ମାସରେ ଉଠାଇ ନେଇ ଗ୍ୟାରେଜ୍‌‌ରେ ରଖାଯାଇଥିଲା। ସାଇକେଲ୍‌‌ଗୁଡିକୁ ସଜାଡିବା ପରେ ପୁଣିଥରେ ଉଠାଯାଇଥିବା ସ୍ଥାନରେ ରଖାଯିବ ବୋଲି ସୂଚନା ଦିଆଯାଇଥିଲା। ହେଲେ ଏଗୁଡ଼ିକ ଏପର୍ଯ୍ୟନ୍ତ ଗ୍ୟାରେଜ୍‌‌ରୁ ବାହାରି ପାରୁନି କିମ୍ବା ମୋ ସାଇକଲ୍‌‌ରୁ ଆମ ସାଇକଲ୍‌‌ କେବେ ହେବ ବୋଲି କେହି କହୁ ନାହାନ୍ତି।

ସୂଚନାଯୋଗ୍ୟ, ୨୦୧୮ ହକି ବିଶ୍ୱକପ୍‌‌ ସମୟରେ ହେକ୍ସି, ୟୋନୋ, ୟୁଲୁ କମ୍ପାନୀଠାରୁ ୨୫ହଜାର ଟଙ୍କା ଲେଖାଏ ଦେଇ ମୋଟ ୨ ହଜାର ସାଇକଲ୍‌‌ କିଣାଯାଇଥିଲା। ଏବାବଦରେ ୫ କୋଟି ଖର୍ଚ୍ଚ ହୋଇଥିଲା। ସହରରେ ସାଇକଲ ଟ୍ରାକ୍‌‌ ନିର୍ମାଣ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ସାଇକଲଗୁଡିକ ବ୍ୟବହାର ନ ହୋଇ ନଷ୍ଟ ହେବାରେ ଲାଗିଲା। ଏପରିକି କବାଡ଼ିଖାନାରେ ମୋ ସାଇକେଲ୍‌‌କୁ ସ୍କ୍ରାପ୍‌‌ ଆକାରରେ ବିକ୍ରି କରାଗଲା। ସେହିପରି ବହୁ ମୋ ସାଇକଲ୍‌‌ ଚୋରି ହୋଇଗଲା। ଏହିକୁ ନେଇ ସ୍ମାର୍ଟସିଟିକୁ ବିଭିନ୍ନ ମହଲରୁ ନିନ୍ଦିତ ହେବାକୁ ପଡ଼ିଥିଲା। ଏବେ ତ ଆଉ ସାଇକଲ୍‌‌ ଦେଖାଯାଉ ନାହିଁ। ବରଂ ମୋ ସାଇକେଲ୍‌‌ ଗଡ଼଼ିବା ପାଇଁ ପ୍ରସ୍ତୁତ ହୋଇଥିବା ଟ୍ରାକ୍‌‌ର ରଙ୍ଗ ବି ଛାଡି ଗଲାଣି।।ଫଳରେ ଏବେ ଏଠାରେ ଆଉ ସାଧାରଣ ସାଇକେଲ୍‌‌ ବି ଗଡ଼଼ିପାରୁ ନାହିଁ।

କେବଳ ନାମ ଓ ରଙ୍ଗ ବଦଳାଇବା ଏ ସରକାର’ର କାମ, ବିଜେପି ବିଜୁ ବାବୁଙ୍କୁ ନେଇ ହୀନ ରାଜନୀତି କରୁଛି : କଂଗ୍ରେସ
ଭୁବନେଶ୍ବର : ଓଡିଶାରେ ସରକାର ବଦଳିବା ସହିତ ପୂଜ୍ୟପୂଜା ପରମ୍ପରା ବଦଳି ଯାଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନକୁ ରାଜ୍ୟରେ ନବେ ଦଶକରୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବା ବେଳେ, ବର୍ତ୍ତମାନର ରାଜ୍ୟ ସରକାର ଏହାକୁ ପରିବର୍ତ୍ତନ କରିଦେଇଛନ୍ତି। ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସରେ ସରକାରୀ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର। ଏହା ସହିତ ମାର୍ଚ୍ଚ ୫ ତାରିଖ ବଦଳରେ ଏପ୍ରିଲ୍‌ ୨୪ ତାରିଖରେ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଘୋର ବିରୋଧ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ରାଜ୍ୟର ବିଜେପି ସରକାରର ଏପରି ନିଷ୍ପତ୍ତି ନେଇ ଜଣେ ସମ୍ମାନସ୍ପଦ ମହାନ ରାଷ୍ଟ୍ରନାୟକଙ୍କୁ ଅସମ୍ମାନ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିବା ସହ ସରକାର ତାଙ୍କ ନିଷ୍ପତ୍ତି ନବଳାଇଲେ ଆନ୍ଦୋଳନ କରାଯିବ ବୋଲି କହିଛି। ଆଉ ଏହି ଆନ୍ଦୋଳନରେ ସାରା ଓଡ଼ିଶାବାସୀ ସାମିଲ ହେବେ।

ସେପଟେ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ଘୋର ବିରୋଧ କରିଛି। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ବିଜୁ ପଟ୍ଟନାୟକ ରଜନୀତି ଠାରୁ ଉର୍ଦ୍ଧରେ । ତାଙ୍କୁ ନେଇ ରାଜନୀତି ନହେବା ଦରକାର । ବିଜେପି ବିଜୁ ପଟ୍ଟନାୟକଙ୍କୁ ନେଇ ହୀନ ରାଜନୀତି କରୁଛି । ତାହା ଗ୍ରହନୀୟ ନୁହେଁ ।

ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ମଧ୍ୟ ବିଜେପି ସରକାର ଏପରି ନିଷ୍ପତ୍ତିକୁ ନେଇ କହିଛ୍ତି ବିଜୁ ପଟ୍ଟନାୟକ ହେଉଛନ୍ତି ଓଡିଶାର ପ୍ରବାଦ ପୁରୁଷ । ବିଜୁ ପଟ୍ଟନାୟକ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି । ଦେଶ ସ୍ବାଧୀନ କରିବାରେ ତାଙ୍କର ଅବଦାନ ଅଛି । ବିଜୁ ପଟ୍ଟନାୟକକୁ ନେଇ ବିଜେପି ଯେଉଁ ରାଜନୀତି କରୁଛି ତାହା ଗ୍ରହଣୀୟ ନୁହେଁ । ମାର୍ଚ୍ଚ ୫ ବିଜୁ ବାବୁଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସକୁ ଘୁଞ୍ଚାଇ ଦେଲେ ବିଜୁ ପଟ୍ଟନାୟକଙ୍କୁ ଲୋକଙ୍କ ହୁହୃୟରୁ କାଢି ପାରିବେ ନାହିଁ । ବିଜୁ ପଟ୍ଟନାୟକ ପ୍ରତି ଓଡିଶାବାସୀଙ୍କ ହୃଦୟରେ ଅଛନ୍ତି । ସେ ସମ୍ମାନର ଅଧିକାରୀ । ତାଙ୍କୁ କେହି ଏପରି ହିନ ରାଜନୀତି କରି ଅଟକାଇ ପାରିବେ ନାହିଁ । ବିଜେପି ବିଜୁ ବାବୁଙ୍କ ଇଣ୍ଡୋନେସିଆ କାହାଣୀ ଜାଣିବା ଦରକାର ବୋଲି ମଧ୍ୟ ଜୟଦେବ ଜେନା କହିଛନ୍ତି।

ସେହିପରି ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ କହିଛନ୍ତି ଆଜି ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା, ସ୍ଥାନ ସଂରକ୍ଷଣରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଅବଦାନ ଅଛି। ସମ୍ବିଧାନର ୭୩ ତମ ସଂଶୋଧନ ଯାହା ଏପ୍ରିଲ ୨୪, ୧୯୯୩ରେ କାର୍ଯ୍ୟକାରୀ ହେଲା। ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେଲା। ବିଜେଡି ସରକାର ଓଡ଼ିଶାରେ ଆସିବା ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯିଏ ପଞ୍ଚାୟତିରାଜକୁ ସଶକ୍ତ ଓ ମହିଳା ସଂରକ୍ଷଣ କରିଥିଲେ, ତାଙ୍କ ଜୟନ୍ତିକୁ ରାଜ୍ୟ ପଞ୍ଚାୟତିରାଜ ଦିବସ ପାଳନ ହେଲା। ବିଜୁ ବାବୁଙ୍କ ସମ୍ମାନରେ ଏହା ହେବାର ଥିଲା। ବର୍ତମାନର ସରକାର ଏହାକୁ ବଦଳାଇ ଦେଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଅଟଳ ବିହାରୀ ବଜେପେୟୀ ବିମାନ ବନ୍ଦର ନାଁ କରିଥିଲେ। ହେଲେ ଏବେର ବିଜେପି ସରକାର ବିଜୁ ବାବୁଙ୍କ ପ୍ରତି ସମ୍ମାନ ଦେବା ଦରକାର। ପଞ୍ଚାୟତିରାଜ ଦିବସ ଏବଂ ଛୁଟି ବାତିଲ କରିବା ସରକାରଙ୍କ ହୀନମନ୍ୟତା। ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ହୀନ ପ୍ରସଙ୍ଗ ଓ ନିନ୍ଦନୀୟ।

ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ପରିବର୍ତ୍ତନ କରିବା ଦୁର୍ଭାଗ୍ୟଜନକ । ଭାରତ ଓ ରାଜ୍ୟର ଗର୍ବ ଓ ଗୌରବ ହେଉଛନ୍ତି ସ୍ବର୍ଗତ ବିଜୁ ପଟ୍ଟନାୟକ । ରାଜ୍ୟର ସ୍ୱାଭିମାନ ବିଜୁ ପଟ୍ଟନାୟକ ନାମରେ ପାଳିତ ହୋଇଆସୁଛି ପଞ୍ଚାୟତିରାଜ ଦିବସ । କିନ୍ତୁ ତାହାକୁ ପରିବର୍ତନ କରିବା ଏହା ରାଜ୍ୟ ବିଜେପି ସରକାରଙ୍କ ନିନ୍ଦନୀୟ କଥା। ଏହାକୁ ନେଇ ଆଗାମୀ ଦିନରେ ସ୍ୱର ଉଠିବ ବୋଲି କହିଛନ୍ତି ତାରା । କେବଳ ନାମ ପରିବର୍ତନ ଓ ରଙ୍ଗ ପରିବର୍ତନ କରିବା ଏହି ସରକାରଙ୍କ କାମ ବୋଲି କହି ରାଜ୍ୟ ସରକାରଙ୍କୁ ଭତ୍ସନା କରିଛନ୍ତି ତାରା ପ୍ରସାଦ ବାହିନୀପତି।