Sports News - The Sakala

କଳଙ୍କରୁ କୀର୍ତ୍ତିମାନ: ମୁଥୟା ମୁରଲୀଧରନଙ୍କ ପ୍ରେରଣାଦାୟକ ଯାତ୍ରା
କ୍ରିକେଟ୍ ଇତିହାସରେ ଏମିତି ବହୁତ କମ୍ ଖେଳାଳି ଅଛନ୍ତି ଯେଉଁମାନେ ବିବାଦର ସମ୍ମୁଖୀନ ହୋଇ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିଛନ୍ତି। ଶ୍ରୀଲଙ୍କାର ମହାନ ଅଫ୍ ସ୍ପିନର ମୁଥୟା ମୁରଲୀଧରନ ସେମାନଙ୍କ ମଧ୍ୟରୁ ଜଣେ। ୧୭ ଏପ୍ରିଲରେ ନିଜର ଜନ୍ମଦିନ ପାଳନ କରୁଥିବା ମୁରଲୀଧରନଙ୍କ କ୍ରିକେଟ୍ କ୍ୟାରିୟର ବିବାଦରୁ ଆରମ୍ଭ ହୋଇ ଏକ ବିଶ୍ୱ ରେକର୍ଡରେ ପରିଣତ ହୋଇଥିଲା। ବୋଲିଂ ଆକ୍ସନକୁ ନେଇ ଅନେକ ସମାଲୋଚନାର ଶିକାର ହୋଇଥିବା ସତ୍ତ୍ୱେ ସେ ଆନ୍ତର୍ଜାତୀୟ କ୍ରିକେଟରେ ମୋଟ ୧୩୪୭ ୱିକେଟ୍ ନେବାରେ ସଫଳ ହୋଇଥିଲେ।

ବୋଲିଂ ଆକ୍ସନ ବିବାଦ ଏବଂ ବାୟୋମେକାନିକାଲ୍ ଟେଷ୍ଟ

ମୁରଲୀଧରନଙ୍କ ଯାତ୍ରା ଆଦୌ ସହଜ ନଥିଲା। ୧୯୯୫ ମସିହାରେ ଅଷ୍ଟ୍ରେଲିଆର ଅମ୍ପାୟାର ଡାରେଲ୍ ହେୟାର ତାଙ୍କ ବୋଲିଂ ଆକ୍ସନ ଉପରେ ପ୍ରଶ୍ନ ଉଠାଇ ତାଙ୍କୁ 'ଚକିଂ' (ଛାଟିବା) ଅଭିଯୋଗରେ ନୋ-ବଲ୍ ଦେଇଥିଲେ। ଏହାପରେ ତାଙ୍କ କ୍ୟାରିୟର ସଙ୍କଟରେ ପଡ଼ିଥିଲା। ତେବେ ଏହି ସମୟରେ ତାଙ୍କୁ ଏକ ବଡ଼ ପରୀକ୍ଷା ଦେବାକୁ ପଡ଼ିଲା। ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ସେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ୟୁନିଭର୍ସିଟିର ବାୟୋମେକାନିକାଲ୍ ବିଶେଷଜ୍ଞ ଏବଂ ଡାକ୍ତରମାନଙ୍କ ନିକଟରେ ପରୀକ୍ଷା ଦେଇଥିଲେ। ଖାଲି ଦେହରେ ସେନ୍ସର ଲଗାଇ ଏବଂ ହାତରେ ଷ୍ଟିଲ୍ ବ୍ରେସ୍ ପିନ୍ଧି ତାଙ୍କୁ ବୋଲିଂ କରିବାକୁ ପଡ଼ିଥିଲା। ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ତାଙ୍କ ହାତର ବକ୍ରତା ଜନ୍ମଗତ ଏବଂ ଏହା ନିୟମ ବିରୁଦ୍ଧ ନୁହେଁ। ଏହାପରେ ଆଇସିସି (ICC) ତାଙ୍କ ବୋଲିଂ ଆକ୍ସନକୁ କ୍ଲିନ୍ ଚିଟ୍ ଦେଇଥିଲା।

୮୦୦ ଟେଷ୍ଟ ୱିକେଟ୍ ଏବଂ ବିଶ୍ୱ ରେକର୍ଡ

ସମସ୍ତ ବିବାଦକୁ ପଛରେ ପକାଇ ମୁରଲୀଧରନ କ୍ରିକେଟ୍ ଜଗତରେ ଏକ ଅଦ୍ୱିତୀୟ ରେକର୍ଡ ସୃଷ୍ଟି କରିଥିଲେ। ସେ ନିଜ କ୍ୟାରିୟରରେ ୧୩୩ଟି ଟେଷ୍ଟ ମ୍ୟାଚ୍ ଖେଳି ସର୍ବାଧିକ ୮୦୦ ୱିକେଟ୍ ଅକ୍ତିଆର କରିଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର ଦିବଂଗତ ସ୍ପିନର ସେନ୍ ୱାର୍ଣ୍ଣ (୭୦୮ ୱିକେଟ୍) ରହିଛନ୍ତି। ସେହିପରି ଦିନିକିଆ କ୍ରିକେଟରେ ମଧ୍ୟ ସେ ୩୫୦ ମ୍ୟାଚରୁ ରେକର୍ଡ ୫୩୪ ୱିକେଟ୍ ନେଇ ଶୀର୍ଷରେ ଅଛନ୍ତି। ୨୨ ଜୁଲାଇ ୨୦୧୦ରେ ଭାରତ ବିପକ୍ଷ ଗଲ୍ ଟେଷ୍ଟରେ ସେ ନିଜର ଶେଷ ମ୍ୟାଚ୍ ଖେଳିଥିଲେ। ଟେଷ୍ଟ କ୍ରିକେଟରୁ ଅବସର ନେବା ପୂର୍ବରୁ ତାଙ୍କୁ ୮୦୦ ୱିକେଟ୍ ପୂରଣ କରିବା ପାଇଁ ୮ଟି ୱିକେଟ୍ ଦରକାର ଥିଲା। ସେହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ସେ ନିଜର ବିଶ୍ୱ ରେକର୍ଡ ହାସଲ କରିଥିଲେ ଏବଂ କ୍ରିକେଟ୍ ଇତିହାସରେ ନିଜ ନାମକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଥିଲେ। ଆଜି ବି ତାଙ୍କର ସେହି ଅଦମ୍ୟ ଇଚ୍ଛାଶକ୍ତି ଏବଂ ସଂଘର୍ଷର କାହାଣୀ ପ୍ରତିଟି କ୍ରୀଡ଼ାବିତ୍ ପାଇଁ ଏକ ବଡ଼ ପ୍ରେରଣା।

IPL 2026 Auction: ଆଜି ମିନି ନିଲାମୀ; ୩୬୯ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା, ଓଡ଼ିଶାରୁ ରାଜେଶ ଓ ସ୍ୱସ୍ତିକ ସାମିଲ
ଆବୁଧାବି: ଆଇପିଏଲ୍‌ର ଆଗାମୀ ୧୯ତମ ସଂସ୍କରଣ ଲାଗି ମଙ୍ଗଳବାର ମିନି ଖେଳାଳି ନିଲାମ ଅନୁଷ୍ଠିତ ହେବ। ଆବୁ ଧାବିରେ ଅପରାହ୍ଣ ୨ଟା ୩୦ରୁ ଏହି ଦିନିକିଆ ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଆଇପିଏଲ୍‌ର ୧୦ଟି ଯାକ ଫ୍ରାଞ୍ଚାଇଜ ନିକଟରେ ମୋଟ୍‌ ୭୭ଟି ସ୍ଥାନ ବଳକା ରହିଛି। ଏହି ୭୭ଟି ସ୍ଥାନ ଲାଗି ପଞ୍ଜୀକରଣ କରିଥିବା ଖେଳାଳିଙ୍କ ମଧ୍ୟରୁ ୩୬୯ଜଣଙ୍କ ସଂକ୍ଷିପ୍ତ ତାଲିକା ପ୍ରକାଶ କରାଯାଇଛି। ଯେଉଁଥିରେ ୨୫୪ଜଣ ଭାରତୀୟ ଓ ୧୧୫ଜଣ ବିଦେଶୀ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ମଙ୍ଗଳବାର ହେବ। ସେହିଭଳି ଏହି ୩୬୯ଜଣ ଖେଳାଳିଙ୍କ ମଧ୍ୟରୁ ୨୩୮ଜଣ ଅନ୍ତର୍ଜାତୀୟ କ୍ରିିକେଟ ଖେଳିନାହାନ୍ତି ଅର୍ଥାତ୍‌ ଅନକ୍ୟାପଡ୍‌ ଖେଳାଳି।

୨ କୋଟି ମୂଳଦର ତାଲିକାରେ ୪୦ ଖେଳାଳି
ଅପରପକ୍ଷରେ ୪୦ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ ଅର୍ଥାତ୍‌ ମୂଳଦର ୨ କୋଟି ଟଙ୍କା ରହିଛି। ଏହି ୨ କୋଟି ତାଲିକାରେ କାମେରନ ଗ୍ରୀନ, ଷ୍ଟିଭ ସ୍ମିଥ୍‌, ଡେଭିଡ ମିଲର, କ୍ୱିଣ୍ଟନ ଡି କକ୍‌, ଭେଙ୍କଟେଶ ଆୟର, ରବି ବିଷ୍ଣୋଇ ପ୍ରମୁଖଙ୍କ ଭଳି ଖେଳାଳି ରହିଛନ୍ତି। ସେହିଭଳି ମୂଳଦର ୧.୫ କୋଟି ତାଲିକାରେ ୯ଜଣ, ୧.୨୫ କୋଟି ମୂଳଦରରେ ୪ଜଣ, ୧ କୋଟି ମୂଳଦରରେ ୧୭ଜଣ ଖେଳାଳିଙ୍କୁ ରଖାଯାଇଛି। ୭୫ ଲକ୍ଷ, ୫୦ ଲକ୍ଷ, ୪୦ ଲକ୍ଷ ଓ ୩୦ ଲକ୍ଷ ମୂଳଦର ଥିବା ତାଲିକାରେ ଯଥାକ୍ରମେ ୪୨ଜଣ, ୪ ଜଣ, ୭ଜଣ ଓ ୨୨୭ ଜଣ ଖେଳାଳି ରହିଛନ୍ତି।

ନିଲାମରେ ଅଂଶଗ୍ରହଣ କରିବାକୁ ଥିବା ୧୦ ଗୋଟି ଫ୍ରାଞ୍ଚାଇଜ ନିକଟରେ ମୋଟ୍‌ ୨୩୭.୫୫ କୋଟି ଟଙ୍କା ବଳକା ରହିଛି। ଫ୍ରାଞ୍ଚାଇଜ ଅନୁଯାୟୀ ଦେଖିଲେ କୋଲକାତା ନାଇଟ୍‌ ରାଇଡର୍ସ ନିକଟରେ ସର୍ବାଧିକ ୬୪.୩ କୋଟି ଟଙ୍କା ରହିଛି। ସେହିଭଳି ଚେନ୍ନାଇ ସୁପର୍‌ କିଙ୍ଗ୍‌ସ (୪୩.୪ କୋଟି), ସନରାଇଜର୍ସ ହାଇଦରାବାଦ୍‌ (୨୫.୫ କୋଟି), ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌ସ (୨୨.୯୫ କୋଟି), ଦିଲ୍ଲୀ କ୍ୟାପିଟାଲ୍ସ (୨୧.୮ କୋଟି) ପଛକୁ ପଛ ରହିଛନ୍ତି। ଚୂଡ଼ାନ୍ତ ଖେଳାଳି ରିଟେନ ତାଲିକା ପ୍ରକାଶ ପାଇବା ପରେ କେଉଁ ଫ୍ରାଞ୍ଚାଇଜ ନିକଟରେ କେତେ ଟଙ୍କା ବଳକା ରହିଥାଏ ତାହା ସ୍ପଷ୍ଟ ହୋଇଥାଏ। ଜଣାଣୁଣା ଅକ୍ସନର ମଲ୍ଲିକା ସାଗର ଆସନ୍ତାକାଲି ଏହି ନିଲାମୀକୁ ହୋଷ୍ଟ କରିବେ।

ଓଡ଼ିଶାରୁ ଶେଷ ମୁହୂର୍ତ୍ତରେ ରାଜେଶ, ସ୍ୱସ୍ତିକ ସାମିଲ
ମଙ୍ଗଳବାର ହେବାକୁ ଥିବା ମିନି ନିଲାମୀର କେଇ ଘଣ୍ଟା ପୂର୍ବରୁ ୧୯ଜଣ ଖେଳାଳିଙ୍କୁ ଶେଷ ମୁହୂର୍ତ୍ତରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୪ଜଣ ଭାରତୀୟ ଓ ୫ଜଣ ବିଦେଶୀ ଖେଳାଳି ରହିଛନ୍ତି। ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ଖେଳାଳି ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ବ୍ୟାଟର୍‌ ସ୍ୱସ୍ତିକ ସାମଲ ରହିଛନ୍ତି। ୧୯ଜଣ ଖେଳାଳି ସାମିଲ ହେବାପରେ ଏବେ ନିଲାମୀ ଲାଗି ମୋଟ୍‌ ୩୬୯ଜଣ ଖେଳାଳି ରହିଲେ। ପୂର୍ବରୁ ପ୍ରକାଶିତ ୩୫୦ ଜଣିଆ ତାଲିକାରେ ଓଡ଼ିଶାର ଜଣେ ହେଲେ ଖେଳାଳି ସ୍ଥାନ ପାଇ ନ ଥିଲେ। ବିଭିନ୍ନ ଫ୍ରାଞ୍ଚାଇଜର ଅନୁରୋଧକ୍ରମେ ସୋମବାର ରାତିରେ ଏହି ଖେଳାଳିଙ୍କୁ ନିଲାମୀ ତାଲିକାରେ ଯୋଡ଼ା ଯାଇଥିଲା।

ମକ୍‌ ନିଲାମୀରେ ଚମକିଲେ ଗ୍ରୀନ
ମିନିନିଲାମୀ ପୂର୍ବରୁ ସୋମବାର ପ୍ରସାରଣକାରୀ ସଂସ୍ଥା ଷ୍ଟାର୍‌ ସ୍ପୋର୍ଟ୍ସ ପକ୍ଷରୁ ଏକ ମକ୍‌ ନିଲାମୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର କାମେରନ ଗ୍ରୀନ ସମସ୍ତଙ୍କୁ ଚକିତ କରି ୩୦.୫୦ କୋଟି ଟଙ୍କାରେ କୋଲକାତା ଫ୍ରାଞ୍ଚାଇଜ ଦ୍ୱାରା କ୍ରୟ ହୋଇଥିଲେ। ତେବେ ମକ୍‌ ନିଲାମୀରେ ଚମକିଥିବା ଗ୍ରୀନଙ୍କ ଭାଗ୍ୟ କ’ଣ ହେଉଛି ତାହା ମୁଖ୍ୟ ନିଲାମୀରେ ମଙ୍ଗଳବାର ଜଣାପଡ଼ିବ। ତେବେ ଏଥର ଗ୍ଲେନ ମ୍ୟାକ୍ସୱେଲ ଓ ଫାଫ୍‌ ଡୁ ପ୍ଲେସିସ ଆଇପିଏଲ୍‌ ବଦଳରେ ପାକିସ୍ତାନ ଲିଗ୍‌ ଖେଳିବାକୁ ନିଷ୍ପତ୍ତି ନେଇଥବବାରୁ ସେମାନଙ୍କୁ ନିଲାମୀରେ ଦେଖିବାକୁ ମିଳିବନି।

ଭାରତ ବିପକ୍ଷ ଆଇସିସି ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ହାରିନି ନ୍ୟୁଜିଲାଣ୍ଡ, ପ୍ରତିଶୋଧ ଅପେକ୍ଷାରେ ଉଭୟ ଦଳ
ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ଦ୍ୱାରା ପରିଚାଳିତ ଚାମ୍ପିଅନ୍ସ ଟ୍ରଫି ଦିନିକିଆ କ୍ରିକେଟର ଫାଇନାଲ ମୁକାବିଲା ହେବ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ମାର୍ଚ୍ଚ ୯ ତାରିଖ ରବିବାର ଫାଇନାଲ ଖେଳାଯିବ। ଏଥିଲାଗି ଉଭୟ ଦଳର ଖେଳାଳି, କର୍ମକର୍ତ୍ତା ଓ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେଉଥିବାରୁ ବିଶ୍ୱକ୍ରିକେଟ ପ୍ରେମୀ ମଧ୍ୟ ଏହାକୁ ଅପେକ୍ଷା କରି ରହିଛନ୍ତି। ଏବେ ମଧ୍ୟ ଉଭୟ ଦଳ ଜବରଦସ୍ତ ଫର୍ମରେ ରହିଛନ୍ତି। ଦୁବାଇରେ ଭାରତର ସ୍ପିନ୍‌ ଜାଲକୁ ଅଲରାଉଣ୍ଡ ସଫଳତା ପାଉଥିବା ନ୍ୟୁଜିଲାଣ୍ଡ କିପରି ହଟାଇବ ତାହାକୁ ନେଇ ରଣନୀତି ପ୍ରସ୍ତୁତ ହୋଇଛି। ତୃତୀୟ ଥରରେ ଭାରତ ସଫଳ ହେବାକୁ ଆଶା କରିଛି।

ରେକର୍ଡ ଭାଙ୍ଗିବା ଅପେକ୍ଷାରେ ଭାରତ

ଉଭୟ ଦେଶ ଦୀର୍ଘଦିନ ହେବ ଆଇସିସି ଟୁର୍ଣ୍ଣାମେଣ୍ଟରେ ଖେଳିଆସୁଥିଲେ ମଧ୍ୟ ଫାଇନାଲରେ ମାତ୍ର ତୃତୀୟଥର ଲାଗି ଭେଟାଭେଟି ହେବାକୁ ଯାଉଛନ୍ତି। ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ହେବ ତୃତୀୟ ଲଢେ଼ଇ। ପୂର୍ବରୁ ଦୁଇଦଳ ମଧ୍ୟରେ ଦୁଇଥର ଫାଇନାଲରେ ମୁକାବିଲା ହୋଇଛି ଏବଂ ଦୁଇଟିଯାକ ମୁକାବିଲାରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ସଂଯୋଗର କଥା ଏହିକି ଯେ, ଆଇସିସି ଟୁର୍ଣ୍ଣାମେଣ୍ଟରେ ଯେଉଁ ଦୁଇଟି ଟାଇଟଲ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି, ସେହି ଫାଇନାଲରେ ଭାରତକୁ ହରାଇ ଟାଇଟଲ ଜିତିଛି। ଉଭୟଙ୍କ ମଧ୍ୟରେ ୨୦୦୦ରେ ଅନୁଷ୍ଠିତ ଆଇସିସି ଚାମ୍ପିଅ୍‌ନ୍ସ ଟ୍ରଫି ଫାଇନାଲରେ ମୁକାବିଲା ହୋଇଥିଲା। ଏଥିରେ ଭାରତ ୨୬୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲେ ମଧ୍ୟ କ୍ରିସ କେର୍ଣ୍ଣସଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ଟାଇଟଲ ଜିତିଥିଲା। ସେହିପରି ଏହାର ୨୦ ବର୍ଷ ପରେ ଅର୍ଥାତ୍‌ ୨୦୨୧ରେ ଅନୁଷ୍ଠିତ ବିଶ୍ୱଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ମଧ୍ୟ ବିଜୟୀ ହୋଇଥିଲା। ଏଥର ଉଭୟଙ୍କ ମଧ୍ୟରେ ହେବାକୁ ଥିବା ଫାଇନାଲରେ ଭାରତ ବିଜୟୀ ହୋଇ ପୂର୍ବଧାରାକୁ ଭାଙ୍ଗିବା ଅପେକ୍ଷାରେ ରହିଛି।

ପ୍ରତିଶୋଧ ଅପେକ୍ଷାରେ ଉଭୟ ଦଳ

ଏହି ମ୍ୟାଚ୍‌ରେ ଉଭୟ ଦଳ ପ୍ରତିଶୋଧ ଅପେକ୍ଷାରେ ରହିଛନ୍ତି। ୨୦୨୩ ଦିନିକିଆ ବିଶ୍ୱକପ୍‌ ଏବଂ ଏବେ ଦୁବାଇରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟର ଲିଗ୍‌ ମ୍ୟାଚ୍‌ରେ ଭାରତଠାରୁ ନ୍ୟୁଜିଲାଣ୍ଡ ପରାଜିତ ହୋଇଛି। ଦୁଇ ବର୍ଷରେ ଖେଳାଯାଇଥିବା ଆଇସିସି ନକ୍‌ଆଉଟରେ ଡବଲ ପରାଜୟର ପ୍ରତିଶୋଧ ନେବାକୁ ନ୍ୟୁଜିଲାଣ୍ଡ ବଦ୍ଧ ପରିକର। ଅନ୍ୟପକ୍ଷରେ ଭାରତ ମଧ୍ୟ ପରାଜୟର ପ୍ରତିଶୋଧ ଅପେକ୍ଷା ରହିଛି। ୨୦୦୦ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଓ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ଉଭୟଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଉଭୟ ଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ଭାରତ ପରାଜିତ ହୋଇଥିଲା। ଏହି ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଗୌତମ ଗମ୍ଭୀର ଓ ରୋହିତ ଶର୍ମା ଅପେକ୍ଷାରେ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆଇସିସି ନକ୍‌ଆଉଟ ମୁକାବିଲାରେ ଉଭୟ ଦଳ ପରସ୍ପର ସହ ୪ଥର ଭେଟାଭେଟି ହୋଇଛନ୍ତି। ଏହା ମଧ୍ୟରୁ ନ୍ୟୁଜିଲାଣ୍ଡ ୩ଥର ଓ ଭାରତ ମାତ୍ର ଥରେ ବା ୨୦୨୩ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲ ମୁକାବିଲାରେ ବିଜୟୀ ହୋଇଛି।

ଚାମ୍ପିଅନ୍ସ ଟ୍ରଫି: ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଆଜି, ପ୍ରତିଶୋଧ ଲକ୍ଷ୍ୟରେ ଭାରତ
ଦୁବାଇ: ୨୦୧୫ ବିଶ୍ୱକପ୍‌ ସେମିଫାଇନାଲ ଓ ୨୦୨୩ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରିଛି ଭାରତ। ଏଠାରେ ଆଇସିସିର ଆଉ ଏକ ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଏହି ଦୁଇ ଦଳ ଆଜି ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମାଙ୍କ ଭାରତୀୟ ଦଳ ବିଶ୍ୱକପ୍‌ର ପୂର୍ବ ଦୁଇଟି ପରାଜୟ କଥା ଭୁଲି ନାହିଁ। ଏଭଳି ସ୍ଥିତିରେ ଭଲ ଫର୍ମରେ ରହିଛି ଭାରତ। ଦୁବାଇରେ ସ୍ପିନ ଜାଲ ପକାଇ ଭାରତ ୩ଟି ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଅଧାରୁ ଅଧିକ ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତିରେ ଦଳ କେବଳ ଗୋଟିଏ ମ୍ୟାଚ୍‌ ପୂରା ଖେଳିଛି। ଏହି ମ୍ୟାଚ୍‌ରେ ଦଳର ବ୍ୟାଟିଂ ବିସ୍ଫୋରଣ ଘଟାଇ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ୩୫୧ ରନ୍‌ର ଟାର୍ଗେଟକୁ ହାସଲ କରିଛି। ଦଳର ଅନ୍ୟ ଦୁଇଟି ମ୍ୟାଚ୍‌ ବାତିଲ ହୋଇଥିଲାବେଳେ ନବାଗତ ଖେଳାଳିମାନେ ମ୍ୟାଚ୍‌ ପ୍ରାକ୍ଟିସ ପାଇ ନାହାନ୍ତି। ଏସବୁ ସ୍ଥିତିରେ ଭାରତ ଏହି ମ୍ୟାଚ୍‌ ଲାଗି ପୂରା ପ୍ରସ୍ତୁତ ହୋଇଛି। ପ୍ରଥମ ପସନ୍ଦର ଖେଳାଳିଙ୍କ ଅନୁପସ୍ଥିତି ଓ ମ୍ୟାଚ୍‌ ପ୍ରାକ୍ଟିସ୍‌ ଅଭାବରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ ଖେଳିବ। ଏହି ସମୟରେ ଭାରତ ଏହି ମୁକାବିଲାକୁ ଜିତି ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।

ଭାରତ ବିରୋଧରେ ଇଂଲଣ୍ଡ ବରିଷ୍ଠ ଖେଳାଳିଙ୍କ ଅଭିଯୋଗ ହେଉଛି ଭାରତ ଗୋଟିଏ ଭେନ୍ୟୁ ଅର୍ଥାତ୍‌ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ସମସ୍ତ ମ୍ୟାଚ୍‌ ଖେଳୁଛି। ଏହା ଫଳରେ ଦଳକୁ ଫାଇଦା ମିଳୁଛି। ଭିନ୍ନ ଭିନ୍ନ ପିଚ୍‌ କିମ୍ବା ପରିବେଶ ସହ ଭାରତୀୟ ଖେଳାଳିଙ୍କୁ ଖାପ୍‌ ଖୁଆଇବାକୁ ପଡ଼ୁ ନାହିଁ। ଇଂଲଣ୍ଡ ପୂରାତନ ଖେଳାଳିଙ୍କ ଏହି ଅଭିଯୋଗ ସତ ହେଉ କି ନ ହେଉ, ଭାରତ ଏଠାରେ ଅତି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଛି। ବ୍ୟାଟିଂ ହେଉ ଅବା ବୋଲିଂ, ଫ୍ଲାଟ୍‌ ପିଚ୍‌ ହେଉ ଅବା ନ୍ୟୁଜିଲାଣ୍ଡ ବିପକ୍ଷ ସ୍ଲୋ ପିଚ୍‌ ସବୁଥିରେ ଭାରତୀୟ ଖେଳାଳିଙ୍କର ପ୍ରଦର୍ଶନ ଉନ୍ନତ ହୋଇଛି। ଦଳର ବରିଷ୍ଠ ଓ କନିଷ୍ଠ, ଟପ୍‌ ଅର୍ଡର କିମ୍ବା ମିଡଲ ଓ ଲୋୟର ଅର୍ଡର ଭାରତୀୟ ବ୍ୟାଟର ଦଳକୁ ବିପଦରୁ ଉଦ୍ଧାର କରିଛନ୍ତି। ଏଣୁ ଦଳକୁ ଫାଇଦା ମିଳୁଛି ବୋଲି ଯାହା କୁହାଯାଉଛି ତାହାର କୌଣସି ଠୋସ୍‌ ଦମ୍‌ ନାହିଁ। ସେ ଯାହା ହେଉ ଅଷ୍ଟ୍ରେଲିଆ ସହ ଭାରତର ପୁରୁଣା ଶତ୍ରୁତା ରହିଛି। ଏଠାରେ ପ୍ରତିଶୋଧ ନେବାର ସମୟ ଆସିଛି। ଏଣୁ ରୋହିତ ଶର୍ମାଙ୍କ ଭାରତୀୟ ଦଳ କିପରି ଓ କେଉଁଭଳି ଏହି ମ୍ୟାଚ୍‌ ଜିତିବ ତାହାର ରଣନୀତି ପ୍ରସ୍ତୁତି କରିସାରିଛି।

ଏ ସମ୍ପର୍କରେ ଅଧିନାୟକ ରୋହିତ ଶର୍ମାଙ୍କ ମତ ହେଲା, ଯେ କୌଣସି ମ୍ୟାଚ୍‌ ଆମଲାଗି ଗୁରୁତ୍ୱପୂର୍ଣ୍ଣ। ଆମେ ଏକ ବିରାଟ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ନକ୍‌ଆଉଟ ମୁକାବିଲା ଖେଳିବାକୁ ଯାଉଛୁ। ଏଣୁ ଗତ ୩ଟି ମ୍ୟାଚ୍‌ରେ କ’ଣ ଖେଳିଛୁ ତାହା ଉପରେ ଗୁରୁତ୍ୱ ଦେଉନାହୁଁ। ଆସନ୍ତାକାଲି କିପରି ଖେଳିବୁ ତାହା ଆମ ଲାଗି ଗୁରୁତ୍ୱପୂର୍ଣ୍ଣ। ଆମର ବ୍ୟାଟିଂ ୟୁନିଟ ହେଉ ଅବା ବୋଲିଂ, କିମ୍ବା ଫିଲ୍ଡିଂ ସଫଳ ହେଲେ ଆମକୁ ମ୍ୟାଚ୍‌ ଜିତିବାରେ ଅନେକ ସାହାଯ୍ୟ କରିବ। ଏଣୁ ଆମେ ସବୁ ବିଭାଗ ଉପରେ ଗୁରୁତ୍ୱ ଦେଉଛୁ। ଅଷ୍ଟ୍ରେଲିଆ ଏକ ବଡ଼ ଦଳ। ଏହାକୁ ଗୋଟିଏ ସୁଯୋଗ ଦେବା ଅର୍ଥ ମ୍ୟାଚ୍‌ ହାତଛଡ଼ା କରିବା। ଏଣୁ ଆମେ ସତର୍କ ହୋଇ ଯେଉଁ ଯୋଜନା ବା ରଣନୀତି ପ୍ରସ୍ତୁତ କରିଛୁ ତାହାକୁ ଏହି ମ୍ୟାଚ୍‌ରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ସମ୍ଭାବ୍ୟ ଖେଳାଳି

ଭାରତ : ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି ଓ ବରୁଣ ଚକ୍ରବର୍ତ୍ତୀ।

ରିଜର୍ଭ – ଋଷଭ ପନ୍ତ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂହ।

ଅଷ୍ଟ୍ରେଲିଆ : ଟ୍ରାଭିସ୍‌ ହେଡ୍‌, ଜୋଶ ଇଂଲିଶ, ଷ୍ଟିଭେନ ସ୍ମିଥ୍‌ (ଅଧିନାୟକ), ମାର୍ନସ ଲାବୁସେନ୍‌, କୁପର କୋନ୍ନୋଲୀ, ଆଲେକ୍ସ କାରେ, ଗ୍ଲେନ୍‌ ମ୍ୟାକ୍ସୱେଲ, ବେନ୍‌ ଡ୍ୱାରଶୁଇସ୍‌, ନାଥାନ ଏଲିସ୍‌, ସ୍ପେନସର ଜନସନ ଓ ଆଦାମ ଜାମ୍ପା।

ଦ୍ୱନ୍ଦ୍ୱ: ସ୍ପିନର ୩ ନା ୪

ଅଷ୍ଟ୍ରେଲିଆ ବିପକ୍ଷରେ ସେମିଫାଇନାଲ ଲାଗି ଦଳ ଚୟନକୁ ନେଇ ଭାରତୀୟ ମ୍ୟାନେଜମେଣ୍ଟ ଦ୍ୱନ୍ଦ୍ୱରେ ପଡ଼ିଛି। ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଭାରତ ୩ ପେସ୍‌ ଓ ୩ ସ୍ପିନରଙ୍କୁ ନେଇ ଖେଳିଥିଲା। କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ଜଣ ସ୍ପିନରଙ୍କୁ ଖେଳାଇ ସଫଳ ହେବା ପରେ ଦଳରେ ଆଉ କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଉ ନାହିଁ। ନ୍ୟୁଜିଲାଣ୍ଡ ଅପେକ୍ଷା ଅଷ୍ଟ୍ରେଲିଆ ସ୍ପିନ୍‌ ବୋଲରଙ୍କୁ ଖେଳିବାରେ ଅଧିକ ଦକ୍ଷ। କିନ୍ତୁ ସହାୟତା ଦେଉଥିବା ପିଚ୍‌ରେ ଭାରତୀୟ ସ୍ପିନରଙ୍କୁ ନ୍ୟୁଜିଲାଣ୍ଡ ଯେପରି ମୁକାବିଲା କରିଥିଲା ତାହା ବିଶ୍ୱରେ ଅନ୍ୟ କୌଣସି ଦଳ କରିନାହାନ୍ତି। ଏହା ଭିନ୍ନ ଫର୍ମାଟ। ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ଜଣ ସ୍ପିନରଙ୍କୁ ନେଇ ଖେଳିବ। ଏହାର ଅର୍ଥ ନ୍ୟୁଜିଲାଣ୍ଡ ବିପକ୍ଷରେ ଯେଉଁମାନେ ଖେଳିଥିଲେ ସେମାନେ ଏହି ମ୍ୟାଚରେ ଖେଳିବେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳରେ ୭ଜଣ ନୂଆ ଖେଳାଳି ସାମିଲ ହୋଇଥିଲାବେଳେ ଜଣେ ହେଲେ ଫ୍ରଣ୍ଟଲାଇନ୍‌ ପେସ୍‌ ବୋଲର ନାହାନ୍ତି। ଆଦାମ ଜାମ୍ପା ଓ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କ ଉପରେ ଦଳ ସ୍ପିନ ବୋଲିଂ ଲାଗି ନିର୍ଭର କରୁଛି। ମାଥ୍ୟୁ ସର୍ଟଙ୍କ ଆଘାତ ଜନିତ ବିଦାୟ ପରେ କୁପର କୋନୋଲି ଦଳରେ ସାମିଲ ହୋଇଛନ୍ତି। ସେ ଜଣେ ବାମହାତୀ ସ୍ପିନର ହୋଇଥିବାରୁ ଏହି ମ୍ୟାଚ୍‌ ଖେଳିବା ନିଶ୍ଚିତ। ଭାରତୀୟ ବ୍ୟାଟରଙ୍କୁ ଅଷ୍ଟ୍ରେଲୀୟ ପେସ୍‌ ବୋଲର ବିଶେଷ ଅସୁବିଧାରେ ପକାଇବେ ନାହିଁ ବୋଲି ଆଶା କରାଯାଉଛି।

ମ୍ୟାଚ୍‌ ଆରମ୍ଭ

ଅପରାହ୍ଣ ୨ଟା ୩୦

ପ୍ରସାରଣ

ଷ୍ଟାର ସ୍ପୋର୍ଟ୍ସ, ସ୍ପୋର୍ଟ୍ସ ୧୮, ଡିଡି ସ୍ପୋର୍ଟ୍ସ

ମୋବାଇଲ ଆପ୍‌

ଜିଓଷ୍ଟାର