Sanjay Dutt - The Sakala

‘ରାଜା ଶିବାଜୀ’ ସେଟ୍‌ରେ ଭୟଭୀତ ହୋଇଯାଇଥିଲେ ଅଭିନେତ୍ରୀ ଦିଶା ପରଦେଶୀ, ସଞ୍ଜୟ ଦତ୍ତଙ୍କ ସହ ଶୁଟିଂର ଖୋଲିଲେ ଗୁମର
ରିତେଶ ଦେଶମୁଖଙ୍କ ନିର୍ଦ୍ଦେଶିତ ତଥା ଅଭିନୀତ ବହୁ ଚର୍ଚ୍ଚିତ ଐତିହାସିକ ଫିଲ୍ମ 'ରାଜା ଶିବାଜୀ' ଏବେ ବକ୍ସ ଅଫିସ୍‌ରେ ଧମାଲ୍ କରୁଛି। ଫିଲ୍ମରେ ମୁଖ୍ୟ ଖଳନାୟକ ଅଫଜଲ ଖାନ୍ ଭୂମିକାରେ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ନଜର ଆସିଛନ୍ତି। ଏହି ଫିଲ୍ମରେ ଅଫଜଲ ଖାନ୍‌ଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିବା ମରାଠୀ ଅଭିନେତ୍ରୀ ଦିଶା ପରଦେଶୀ ନିକଟରେ ସଞ୍ଜୟ ଦତ୍ତଙ୍କ ସହ ଏକ ମୃତ୍ୟୁ ଦୃଶ୍ୟର ଶୁଟିଂ ସମ୍ପର୍କରେ ନିଜର ଅନୁଭୂତି ବଖାଣିଛନ୍ତି, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।

ଭୟଭୀତ କରିଦେଇଥିଲା ସେହି ଦୃଶ୍ୟ

ଏକ ସାକ୍ଷାତକାରରେ ଦିଶା କହିଛନ୍ତି ଯେ, ସଞ୍ଜୟ ଦତ୍ତଙ୍କ ସହ ଏକ ଦୃଶ୍ୟର ଶୁଟିଂ ବେଳେ ସେ ବହୁତ ଡରି ଯାଇଥିଲେ। ସେହି ଦୃଶ୍ୟରେ ଅଫଜଲ ଖାନ୍ ନିଜ ପତ୍ନୀଙ୍କ ବେକ ଚିପି ହତ୍ୟା କରିବା ପରେ ପାଣିରେ ଫିଙ୍ଗିଦେବାର ଥିଲା। ଏହି ସିନ୍‌ କରିବା ବେଳେ ସଞ୍ଜୟ ଦତ୍ତ ତାଙ୍କ ବେକକୁ ଏତେ ବାସ୍ତବିକ ଭାବେ ଚିପି ଧରିଥିଲେ ଯେ ସେ ପ୍ରକୃତରେ ଭୟଭୀତ ହୋଇଯାଇଥିଲେ। ତେବେ ସଟ୍ କଟ୍ ହେବା ମାତ୍ରେ ସଞ୍ଜୟ ଦତ୍ତ ତୁରନ୍ତ ତାଙ୍କୁ କ୍ଷମା ମାଗିଥିଲେ ବୋଲି ଦିଶା ପ୍ରକାଶ କରିଛନ୍ତି। ସଞ୍ଜୟଙ୍କ ଏପରି ବୃତ୍ତିଗତ ଆଭିମୁଖ୍ୟ ଏବଂ ସହୃଦୟତାକୁ ସେ ଖୁବ୍ ପ୍ରଶଂସା କରିଛନ୍ତି।

୧୨ ଘଣ୍ଟା ଧରି ଚାଲିଥିଲା ଅଣ୍ଡରୱାଟର ସିନ୍‌

ଏହି ମୃତ୍ୟୁ ଦୃଶ୍ୟ ପାଇଁ ଦିଶାଙ୍କୁ ପାଣି ଭିତରେ ବହୁ ସମୟ ବିତାଇବାକୁ ପଡ଼ିଥିଲା। ସେ ପ୍ରାୟ ୧୨ ଘଣ୍ଟା ଧରି ଅଣ୍ଡରୱାଟର (ପାଣି ଭିତରେ) ଶୁଟିଂ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଦୃଶ୍ୟ ପାଇଁ କୌଣସି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ଭିଏଫଏକ୍ସ (VFX) କିମ୍ବା ବଡି ଡବଲ୍‌ର ବ୍ୟବହାର କରାଯାଇନଥିଲା। ଏପରିକି ଅକ୍ସିଜେନ୍ ମାସ୍କ ବିନା ପାଣି ଭିତରେ ରହିବା ପାଇଁ ତାଙ୍କୁ ସ୍ୱତନ୍ତ୍ର ତାଲିମ ନେବାକୁ ପଡ଼ିଥିଲା। ଲଗାଣ ବର୍ଷା ଏବଂ ପ୍ରତିକୂଳ ପାଗ ସତ୍ତ୍ୱେ ସେ ଏହି କଷ୍ଟକର ଦୃଶ୍ୟକୁ ସଫଳତାର ସହ ଶେଷ କରିଥିଲେ।

ନିର୍ଦ୍ଦେଶକ ରିତେଶ ଦେଶମୁଖଙ୍କ ସମର୍ଥନ

ଫିଲ୍ମର ନିର୍ଦ୍ଦେଶକ ରିତେଶ ଦେଶମୁଖଙ୍କ ଦୂରଦୃଷ୍ଟି ଏବଂ ସମର୍ଥନକୁ ଦିଶା ଶ୍ରେୟ ଦେଇଛନ୍ତି। ଶୁଟିଂ ଆରମ୍ଭ ହେବା ପୂର୍ବରୁ ରିତେଶ ତାଙ୍କୁ ୧୦-୧୨ ଫୁଟ୍ ଉଚ୍ଚରୁ କୂଅକୁ ଡେଇଁବାକୁ କହିଥିଲେ ଏବଂ ଅସୁବିଧା ହେଲେ ବଡି ଡବଲ୍‌ର ସାହାଯ୍ୟ ନେବାର ବିକଳ୍ପ ମଧ୍ୟ ଦେଇଥିଲେ। କିନ୍ତୁ ନିଜ ଉପରେ ବିଶ୍ୱାସ ରଖି ଦିଶା ନିଜେ ଏହି ଷ୍ଟଣ୍ଟ୍ କରିଥିଲେ। ରିତେଶଙ୍କ ମାର୍ଗଦର୍ଶନ ତାଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୧ ମଇ ୨୦୨୬ରେ ମୁକ୍ତିଲାଭ କରିଥିବା 'ରାଜା ଶିବାଜୀ' ଏବେ ସୁଦ୍ଧା ବକ୍ସ ଅଫିସ୍‌ରେ ରେକର୍ଡ ସଂଖ୍ୟକ ଆୟ କରିସାରିଛି। ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ ମରାଠୀ ଏବଂ ହିନ୍ଦୀ ଭାଷାରେ ନିର୍ମାଣ କରାଯାଇଛି।

ଅଭିନୟ ପାଇଁ ନୁହେଁ, ବରଂ ବାପା ସଞ୍ଜୟ ଦତ୍ତଙ୍କ ସହ ସମୟ ବିତାଇବାକୁ ବଲିଉଡ୍ ଆସିବାକୁ ଚାହୁଁଥିଲେ ତ୍ରିଶଳା
ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ (Sanjay Dutt)ଙ୍କ ଝିଅ ତ୍ରିଶଳା ଦତ୍ତ (Trishala Dutt) ବଲିଉଡକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ ତାଙ୍କର ଅଭିନୟ ପ୍ରତି କୌଣସି ଆଗ୍ରହ ନଥିଲା, ବରଂ ନିଜ ବାପାଙ୍କ ସହିତ ଅଧିକ ସମୟ ବିତାଇବା ପାଇଁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାକୁ ଚାହୁଁଥିଲେ। ବର୍ତ୍ତମାନ ଆମେରିକାରେ ଜଣେ ସଫଳ ମନୋବିଜ୍ଞାନୀ ବା ସାଇକୋଥେରାପିଷ୍ଟ ଭାବରେ କାର୍ଯ୍ୟରତ ଥିବା ତ୍ରିଶଳା ନିଜର ଏକ ସାକ୍ଷାତକାରରେ ଏହି ବିଷୟରେ ଜଣାଇଛନ୍ତି।

ବାପାଙ୍କ ପାଇଁ ବଲିଉଡରେ ପାଦ ଦେବାକୁ ଚାହୁଁଥିଲେ ତ୍ରିଶଳା

ନିକଟରେ ଅନୁଷ୍ଠିତ ଏକ ପୋଡ୍‌କାଷ୍ଟ ଶୋ' 'ଇନସାଇଡ୍ ଥଟ୍ସ ଆଉଟ୍ ଲାଉଡ୍ (Inside Thoughts Out Loud Podcast)'ରେ ଅଂଶଗ୍ରହଣ କରି ତ୍ରିଶଳା ତାଙ୍କ ବଲିଉଡ୍ ସ୍ବପ୍ନ ଏବଂ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିଥିଲେ। ଯେତେବେଳେ ତାଙ୍କୁ ବଲିଉଡ୍ ପ୍ରବେଶ ବିଷୟରେ ପଚରାଯାଇଥିଲା, ସେ ଉତ୍ତର ଦେଇଥିଲେ ଯେ ତାଙ୍କର ଅଭିନୟ କରିବାର କୌଣସି ନିଶା ନଥିଲା କିନ୍ତୁ ବାପାଙ୍କ ସାମୀପ୍ୟ ପାଇବା ଆଶାରେ ସେ ଏହି କ୍ଷେତ୍ରରେ କ୍ୟାରିୟର କରିବାକୁ ଚିନ୍ତା କରିଥିଲେ। ଏହା ଶୁଣିବା ପରେ ସଞ୍ଜୟ ଦତ୍ତ ତାଙ୍କୁ ଏହି ନିଷ୍ପତ୍ତି ପଛର କାରଣ ପଚାରିଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତ୍ରିଶଳା କେବଳ ତାଙ୍କ ସହ ସମୟ କାଟିବା ପାଇଁ ଅଭିନେତ୍ରୀ ହେବାକୁ ଚାହୁଁଛନ୍ତି, ସେତେବେଳେ ସେ ତାଙ୍କୁ ନିଜ ପସନ୍ଦର ପଥ ବାଛିବାକୁ ଉପଦେଶ ଦେଇଥିଲେ। ସଞ୍ଜୟ ବୁଝାଇଥିଲେ ଯେ, କେବଳ ଜଣେ ଷ୍ଟାର୍‌ଙ୍କ ଝିଅ ହୋଇଥିବାରୁ ସହଜରେ ଏ-ଲିଷ୍ଟ୍ ଅଭିନେତ୍ରୀ ହେବାର ସୁଯୋଗ ମିଳିଯିବ ନାହିଁ।

ଅଭିନୟ ପରିବର୍ତ୍ତେ ବାଛିଲେ ମନୋବିଜ୍ଞାନ

ସଞ୍ଜୟଙ୍କ ଉପଦେଶ ଏବଂ ନିଜର ବାସ୍ତବିକ ଆଗ୍ରହକୁ ଚିହ୍ନିବା ପରେ ତ୍ରିଶଳା ଅଭିନୟ ଜଗତରୁ ଦୂରେଇ ଯାଇ ନିଜ ପାଇଁ ଏକ ନୂଆ ବାଟ ବାଛିଥିଲେ। ସେ ମାନସିକ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ବିଜ୍ଞାନରେ କ୍ୟାରିୟର ଗଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ସେ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ସଫଳ ସାଇକୋଥେରାପିଷ୍ଟ ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତ୍ରିଶଳାଙ୍କ କହିବା ଅନୁଯାୟୀ, ତାଙ୍କର ମଧ୍ୟ ଅନ୍ୟମାନଙ୍କ ପରି ମାନସିକ ସମସ୍ୟା ରହିଛି ଏବଂ ଏଥିପାଇଁ ସଂଘର୍ଷ କରିବା ଏକ ସାଧାରଣ କଥା। ସେ ଲୋକମାନଙ୍କୁ ସଚେତନ କରିବା ପାଇଁ ଏହି ବୃତ୍ତି ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି।

ପିଲାଦିନରୁ ଦେଖିଛନ୍ତି ଅନେକ ସଂଘର୍ଷ

୧୯୮୮ ମସିହାରେ ଜନ୍ମଗ୍ରହଣ କରିଥିବା ତ୍ରିଶଳା ହେଉଛନ୍ତି ସଞ୍ଜୟ ଦତ୍ତ ଏବଂ ତାଙ୍କ ପ୍ରଥମ ପତ୍ନୀ ସ୍ୱର୍ଗତଃ ରିଚା ଶର୍ମା (Richa Sharma)ଙ୍କ କନ୍ୟା। ୧୯୯୬ ମସିହାରେ ବ୍ରେନ୍ ଟ୍ୟୁମର୍‌ ଯୋଗୁଁ ରିଚାଙ୍କ ଦେହାନ୍ତ ହେବା ପରେ ତ୍ରିଶଳାଙ୍କୁ ଆମେରିକାରେ ତାଙ୍କ ମାମୁଁଘରେ ପାଳନ କରାଯାଇଥିଲା। ସେହିପରି ୨୦୧୯ ମସିହାରେ ତାଙ୍କ ପ୍ରେମିକଙ୍କ ମୃତ୍ୟୁ ପରେ ସେ ଭୟଙ୍କର ମାନସିକ ଅବସାଦ ଦେଇ ଗତି କରିଥିଲେ। ଏସବୁ ସତ୍ତ୍ବେ ବି ସେ ହାର୍ ନମାନି ନିଜ କ୍ୟାରିୟର ଏବଂ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି ।

ନୋରା ଫତେହୀଙ୍କ ବିବାଦୀୟ ଗୀତ 'ସରକେ ଚୁନର ତେରୀ' ୟୁଟ୍ୟୁବରୁ ହଟିଲା, NHRC ପକ୍ଷରୁ ନୋଟିସ ଜାରି
ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହୀ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନୀତ ଆଗାମୀ ପ୍ୟାନ ଇଣ୍ଡିଆ ଫିଲ୍ମର ଏକ ଆଇଟମ୍ ଗୀତ ବର୍ତ୍ତମାନ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ବିବାଦୀୟ ଗୀତ 'ସରକେ ଚୁନର ତେରୀ' (Sarke Chunar Teri) ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୀତରେ ଅଶ୍ଳୀଳତା ଏବଂ ଖରାପ ବିଷୟବସ୍ତୁ ଥିବା ଅଭିଯୋଗ ହେବା ପରେ ଜାତୀୟ ମାନବାଧିକାର ଆୟୋଗ (NHRC) ପକ୍ଷରୁ ନୋଟିସ ଜାରି କରାଯାଇଛି। ଅନ୍ୟପଟେ କ୍ରମାଗତ ବିରୋଧ ପରେ ମେକର୍ସ ଏହି ଗୀତର ହିନ୍ଦୀ ଭର୍ସନକୁ ସମସ୍ତ ପ୍ଲାଟଫର୍ମରୁ ହଟାଇ ଦେଇଛନ୍ତି। ନୋରା ଫତେହୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମଧ୍ୟ ଏହି ଗୀତର ଭିଡିଓକୁ ଡିଲିଟ୍ କରିଦେଇଛନ୍ତି।

ୟୁଟ୍ୟୁବରୁ ହଟିଲା ହିନ୍ଦୀ ଭର୍ସନ

ସୂଚନା ଅନୁଯାୟୀ, ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ 'କେଡି- ଦ ଡେଭିଲ୍' (KD- The Devil) ର ଏହି ଆଇଟମ୍ ଗୀତ ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଥିଲା। ଫିଲ୍ମ ଜଗତରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ଏହାକୁ ନେଇ କଡ଼ା ସମାଲୋଚନା କରାଯାଇଥିଲା। ସିଙ୍ଗର ଅରମାନ ମଲ୍ଲିକ ଏବଂ ପୂର୍ବତନ କ୍ରିକେଟର ହରଭଜନ ସିଂହ ମଧ୍ୟ ଏହି ଗୀତର ସମାଲୋଚନା କରିଥିଲେ। ବ୍ୟାପକ ବିରୋଧ ପରେ ନିର୍ମାତାମାନେ ଏହାର ହିନ୍ଦୀ ଭର୍ସନକୁ ୟୁଟ୍ୟୁବ୍ରୁ ଅଫିସିଆଲ୍ ଭାବେ ହଟାଇ ଦେଇଛନ୍ତି। ବର୍ତ୍ତମାନ ଏହି ଗୀତକୁ ସର୍ଚ୍ଚ କଲେ 'କଣ୍ଟେଣ୍ଟ ଉପଲବ୍ଧ ନାହିଁ' ବୋଲି ଦେଖାଉଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଗୀତର ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ ଭର୍ସନ ଏବେ ବି ୟୁଟ୍ୟୁବରେ ବିନା କୌଣସି ପରିବର୍ତ୍ତନରେ ଦେଖିବାକୁ ମିଳୁଛି। ମେକର୍ସଙ୍କ ଏହି ଅଧା-ଅଧୁରା ପଦକ୍ଷେପକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ସାଇବର ସେଲରେ ଅଭିଯୋଗ ଓ NHRC ନୋଟିସ

ଗୀତର ଖରାପ ଲିରିକ୍ସ ଏବଂ ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଜାତୀୟ ମାନବାଧିକାର ଆୟୋଗ (NHRC) ଏକ ନୋଟିସ୍ ଜାରି କରିଛନ୍ତି। ANI ରିପୋର୍ଟ ଅନୁଯାୟୀ, ଜଣେ ସାମାଜିକ କର୍ମୀ ଏବଂ ଆଇନଜୀବୀ ଦିଲ୍ଲୀ ପୋଲିସର ସାଇବର ସେଲରେ ଏହି ଗୀତ ବିରୋଧରେ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗରେ ଦର୍ଶାଯାଇଥିଲା ଯେ ଗୀତଟି ସମାଜରେ ଯୌନତାକୁ ପ୍ରୋତ୍ସାହିତ କରୁଛି ଏବଂ ଯୁବପିଢ଼ିଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ।

କେବଳ ସେତିକି ନୁହେଁ, ଗୀତ ସହିତ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷ ଯେପରିକି ଗୀତିକାର ରକୀବ ଆଲମ, ନିର୍ଦ୍ଦେଶକ ପ୍ରେମ, କମ୍ପୋଜର ଅର୍ଜୁନ ଜନ୍ୟା ଏବଂ ଗାୟିକା ମଙ୍ଗଲୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଏହା ସହିତ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (CBFC) ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି। ତେବେ ଏହି ସମ୍ପୂର୍ଣ୍ଣ ବିବାଦ ଉପରେ ଫିଲ୍ମର ନିର୍ମାତା, ସଞ୍ଜୟ ଦତ୍ତ କିମ୍ବା ନୋରା ଫତେହୀଙ୍କ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସଞ୍ଜୟଙ୍କ ଯୋଗୁଁ ଅଟକିଛି ‘କେଜିଏଫ୍-୨’
ସାଉଥ୍‌ ସୁପରଷ୍ଟାର୍‌ ୟଶ୍‌ଙ୍କ ଫିଲ୍ମ ‘କେଜିଏଫ୍‌-୨’ର ରିଲିଜ୍‌କୁ ଦର୍ଶକେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଫିଲ୍ମର ରିଲିଜ୍ ଡେଟ୍‌ ଅନେକ ଥର ସାମ୍ନାକୁ ଆସିବା ପରେ ମଧ୍ୟ ଏହାର ନିର୍ମାତା କୌଣସି ନା କୌଣସି ବାହାନା ଦେଖାଇ ଏହାକୁ ରୋକି ଦେଇଛନ୍ତି। ଏବେ ଫିଲ୍ମ ନିର୍ମାତା ଏହାକୁ ରିଲିଜ୍‌ କରିବାକୁ ଚାହୁଁଥ଄ବାବେଳେ  ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଫିଲ୍ମର ସୁଟିଂ ସରିଯାଇଛି। ଫିଲ୍ମ ନିର୍ମାତା ଏହାର ପୋଷ୍ଟ ପ୍ରଡକ୍ସନ ଓ ଡବିଂ କାମରେ ବ୍ୟସ୍ତ ଅଛନ୍ତି। କିନ୍ତୁ ସଞ୍ଜୟ ଏଯାବତ୍‌ ଡବିଂ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଫଳରେ ଡବିଂ କାମ େଶଷ େହାଇପାରୁନାହିଁ କି ନିର୍ମାତା ଏହାର ରିଲିଜ୍‌ ଡେଟ୍‌ ମଧ୍ୟ ଘୋଷଣା କରିପାରୁ ନାହାନ୍ତି। ଫିଲ୍ମରେ ସଞ୍ଜୟ ମୁଖ୍ୟ ଖଳନାୟକ ଭାବେ ଦେଖାଯିବେ। ୟଶ୍‌ ଓ ସଞ୍ଜୟ ଦତ୍ତଙ୍କ ଅଭିନୀତ ଏହି ଫିଲ୍ମ ଏକ ବହୁଭାଷୀ ଫିଲ୍ମ ହେବ।

ଏଥ଄ରେ ସଞ୍ଜୟ ଅଧୀରା ଭୂମିକାରେ ଅଭିନୟ କରିବେ। ଫିଲ୍ମର ପ୍ରଥମ ପାର୍ଟରେ ଅଧୀରାକୁ ପରଦା ଉପରେ େଦଖାଯାଉଥ଄ଲେ ମଧ୍ୟ ତାଙ୍କ ଚେହେରାକୁ ଲୁଚାଇ ରଖାଯିବ। ଦ୍ବିତୀୟ ପାର୍ଟରେ ହିଁ ଅଧୀରାକୁ ଫୂର୍ଣ୍ଣ ଭାବରେ ଦର୍ଶକେ ଦେଖ଄ବାକୁ ପାଇବେ । ଏହି ଫିଲ୍ମ ସେପ୍ଟେମ୍ବର ୯ ତାରିଖରେ ରିଲିଜ୍‌ ହେବାର ଥ଄ଲା। ଫିଲ୍ମ ଡିଷ୍ଟ୍ରିବ୍ୟୁଟର ରିତେଶ ସିଧୱାନି ‘କେଜିଏଫ୍‌-୨’ ସିନେମା ହଲ୍‌ଗୁଡ଼ିକ ଖୋଲିବା ପରେ ଏହା ରିଲିଜ୍‌ ହେବ ବୋଲି ସ୍ପଷ୍ଟ କରିଛନ୍ତି।

‘କେଜିଏଫ୍-୨’ ଆଇଟମ୍ ଗୀତରେ ନୋରା
ବଲିଉଡ୍‌ରେ ତାଙ୍କ ସ୍ବତନ୍ତ୍ର ନୃତ୍ୟ ଶୈଳୀ ପାଇଁ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ନୋରା ଫତେହିଙ୍କୁ ନେଇ ଏକ ନୂଆ ଖବର ପ୍ରକାଶ ପାଇଛି। ନୋରାଙ୍କ ହାତରେ ଏବେ ଏକ ବଡ଼ ପ୍ରୋଜକ୍ଟ ରହିଛି | ନୋରା ଏହି ପ୍ରୋଜେକ୍ଟ ହାତକୁ ନେଇ ଟେଲିଭିଜନରୁ ବଲିଉଡ୍‌ରେ ପାଦ ଦେଇଥିବା ଅଭିନେତ୍ରୀ ମୌନି ରାୟଙ୍କୁ ପଛରେ ପକାଇ ଦେଇଛନ୍ତି ।

ନୋରା ‘କେଜିଏଫ୍-୨’ରେ ଏକ ଆଇଟମ୍ ଗୀତରେ ନଜର ଆସିବେ । ଏହି ଗୀତରେ ଚୋରା ଓ ୟଶ୍ ରୋମାନ୍ସ କରୁଥିବାର ନଜର ଆସିବେ। ଅବଶ୍ୟ ‘କେଜିଏଫ୍ ୨’ପକ୍ଷରୁ ଏସମ୍ପର୍କିତ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ନାରା ୧୯୭୫ର ସୁପରହିଟ୍ ଫିଲ୍ମ ‘ସୋଲେ’ର ଲୋକପ୍ରିୟ ଗୀତ ‘ମେହବୁବା’ର ନୂଆ ସଂସ୍କରଣରେ ‘କେଜିଏଫ୍-୨’ରେ ନାଚୁଥିବାର ଦେଖାଯିବେ ।

ଏହାପୂର୍ବରୁ ‘କେଜିଏଫ୍-୧’ରେ ମୌନି ରାୟ କରିଥିବା ଆଇଟମ୍ ଗୀତ ‘ଗଲି ଗଲି’ ଗୀତ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଜୁଲାଇ ୧୬ ତାରଖରେ କେଜିଏଫ୍-୨ ମୁକ୍ତିଲାଭ କରିବ ।