Nora Fatehi - The Sakala

ନୋରା ଫତେହୀଙ୍କ ବିବାଦୀୟ ଗୀତ 'ସରକେ ଚୁନର ତେରୀ' ୟୁଟ୍ୟୁବରୁ ହଟିଲା, NHRC ପକ୍ଷରୁ ନୋଟିସ ଜାରି
ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହୀ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନୀତ ଆଗାମୀ ପ୍ୟାନ ଇଣ୍ଡିଆ ଫିଲ୍ମର ଏକ ଆଇଟମ୍ ଗୀତ ବର୍ତ୍ତମାନ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ବିବାଦୀୟ ଗୀତ 'ସରକେ ଚୁନର ତେରୀ' (Sarke Chunar Teri) ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୀତରେ ଅଶ୍ଳୀଳତା ଏବଂ ଖରାପ ବିଷୟବସ୍ତୁ ଥିବା ଅଭିଯୋଗ ହେବା ପରେ ଜାତୀୟ ମାନବାଧିକାର ଆୟୋଗ (NHRC) ପକ୍ଷରୁ ନୋଟିସ ଜାରି କରାଯାଇଛି। ଅନ୍ୟପଟେ କ୍ରମାଗତ ବିରୋଧ ପରେ ମେକର୍ସ ଏହି ଗୀତର ହିନ୍ଦୀ ଭର୍ସନକୁ ସମସ୍ତ ପ୍ଲାଟଫର୍ମରୁ ହଟାଇ ଦେଇଛନ୍ତି। ନୋରା ଫତେହୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମଧ୍ୟ ଏହି ଗୀତର ଭିଡିଓକୁ ଡିଲିଟ୍ କରିଦେଇଛନ୍ତି।

ୟୁଟ୍ୟୁବରୁ ହଟିଲା ହିନ୍ଦୀ ଭର୍ସନ

ସୂଚନା ଅନୁଯାୟୀ, ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ 'କେଡି- ଦ ଡେଭିଲ୍' (KD- The Devil) ର ଏହି ଆଇଟମ୍ ଗୀତ ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଥିଲା। ଫିଲ୍ମ ଜଗତରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ଏହାକୁ ନେଇ କଡ଼ା ସମାଲୋଚନା କରାଯାଇଥିଲା। ସିଙ୍ଗର ଅରମାନ ମଲ୍ଲିକ ଏବଂ ପୂର୍ବତନ କ୍ରିକେଟର ହରଭଜନ ସିଂହ ମଧ୍ୟ ଏହି ଗୀତର ସମାଲୋଚନା କରିଥିଲେ। ବ୍ୟାପକ ବିରୋଧ ପରେ ନିର୍ମାତାମାନେ ଏହାର ହିନ୍ଦୀ ଭର୍ସନକୁ ୟୁଟ୍ୟୁବ୍ରୁ ଅଫିସିଆଲ୍ ଭାବେ ହଟାଇ ଦେଇଛନ୍ତି। ବର୍ତ୍ତମାନ ଏହି ଗୀତକୁ ସର୍ଚ୍ଚ କଲେ 'କଣ୍ଟେଣ୍ଟ ଉପଲବ୍ଧ ନାହିଁ' ବୋଲି ଦେଖାଉଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଗୀତର ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ ଭର୍ସନ ଏବେ ବି ୟୁଟ୍ୟୁବରେ ବିନା କୌଣସି ପରିବର୍ତ୍ତନରେ ଦେଖିବାକୁ ମିଳୁଛି। ମେକର୍ସଙ୍କ ଏହି ଅଧା-ଅଧୁରା ପଦକ୍ଷେପକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ସାଇବର ସେଲରେ ଅଭିଯୋଗ ଓ NHRC ନୋଟିସ

ଗୀତର ଖରାପ ଲିରିକ୍ସ ଏବଂ ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଜାତୀୟ ମାନବାଧିକାର ଆୟୋଗ (NHRC) ଏକ ନୋଟିସ୍ ଜାରି କରିଛନ୍ତି। ANI ରିପୋର୍ଟ ଅନୁଯାୟୀ, ଜଣେ ସାମାଜିକ କର୍ମୀ ଏବଂ ଆଇନଜୀବୀ ଦିଲ୍ଲୀ ପୋଲିସର ସାଇବର ସେଲରେ ଏହି ଗୀତ ବିରୋଧରେ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗରେ ଦର୍ଶାଯାଇଥିଲା ଯେ ଗୀତଟି ସମାଜରେ ଯୌନତାକୁ ପ୍ରୋତ୍ସାହିତ କରୁଛି ଏବଂ ଯୁବପିଢ଼ିଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ।

କେବଳ ସେତିକି ନୁହେଁ, ଗୀତ ସହିତ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷ ଯେପରିକି ଗୀତିକାର ରକୀବ ଆଲମ, ନିର୍ଦ୍ଦେଶକ ପ୍ରେମ, କମ୍ପୋଜର ଅର୍ଜୁନ ଜନ୍ୟା ଏବଂ ଗାୟିକା ମଙ୍ଗଲୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଏହା ସହିତ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (CBFC) ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି। ତେବେ ଏହି ସମ୍ପୂର୍ଣ୍ଣ ବିବାଦ ଉପରେ ଫିଲ୍ମର ନିର୍ମାତା, ସଞ୍ଜୟ ଦତ୍ତ କିମ୍ବା ନୋରା ଫତେହୀଙ୍କ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଆମେରିକା-ଇରାନ ଯୁଦ୍ଧ ନେଇ ମୁହଁ ଖୋଲିଲେ ନୋରା ଫତେହି; କହିଲେ ଦୁବାଇ ନୁହେଁ, ମୁଁ ଭାରତରେ ଅଛି
ମୁମ୍ବାଇ: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି। ଏହାରି ଭିତରେ ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ନୋରା ସାଧାରଣତଃ ଦୁବାଇରେ ରହୁଥିବାରୁ ତାଙ୍କ ପ୍ରଶଂସକମାନେ ତାଙ୍କ ସୁରକ୍ଷା ନେଇ ଚିନ୍ତିତ ଥିଲେ। ତେବେ ନୋରା ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସେ ଦୁବାଇରେ ନୁହେଁ ବରଂ ଭାରତରେ ଅଛନ୍ତି ଏବଂ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

View this post on Instagram

A post shared by Nora Fatehi (@norafatehi)

ଯୁଦ୍ଧର ଦୃଶ୍ୟ ଦେଖି ମର୍ମାହତ ନୋରା

ରବିବାର ଦିନ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ନୋରା କହିଛନ୍ତି ଯେ ଯୁଦ୍ଧର ଭୟାବହ ଦୃଶ୍ୟ ତାଙ୍କୁ ମର୍ମାହତ କରିଛି। ସେ କହିଛନ୍ତି, "ମୁଁ ସାଧାରଣତଃ ଏଭଳି ବିଷୟରେ ମୋର ମତ ଦିଏ ନାହିଁ। କିନ୍ତୁ ଅନେକ ଲୋକ ମୋତେ ଯୋଗାଯୋଗ କରୁଛନ୍ତି ଏବଂ ମୁଁ ଠିକ୍ ଅଛି କି ନାହିଁ ପଚାରୁଛନ୍ତି। ମୁଁ ଦୁବାଇରେ ନାହିଁ, ବର୍ତ୍ତମାନ ଭାରତରେ ଅଛି। ଯୁଦ୍ଧର ଦୃଶ୍ୟ ମୋତେ ଦୋହଲାଇ ଦେଇଛି। ସାରା ବିଶ୍ୱର ଲୋକମାନେ କେବଳ ଶାନ୍ତି ଚାହୁଁଛନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ସମସ୍ତେ ଅନିଶ୍ଚିତତା ଏବଂ ଭୟ ମଧ୍ୟରେ ରହୁଛୁ।"

ବିଶ୍ୱ ବ୍ୟବସ୍ଥାରେ ପରିବର୍ତ୍ତନର ଆଶଙ୍କା

ନୋରା ଆହୁରି ମଧ୍ୟ କହିଛନ୍ତି ଯେ ପରିସ୍ଥିତି ଆହୁରି ଖରାପ ହୋଇପାରେ। ସେ ଭବିଷ୍ୟବାଣୀ କରି କହିଛନ୍ତି, "କ୍ଷମତାରେ ଏକ ବଡ଼ ପରିବର୍ତ୍ତନ ହେବ ଏବଂ ଏକ ନୂତନ ବିଶ୍ୱ ବ୍ୟବସ୍ଥା (New World Order) ସୃଷ୍ଟି ହୋଇପାରେ। ଏହା ଉପରେ ଆମର ନିୟନ୍ତ୍ରଣ ରହିନପାରେ। ଦୁର୍ଭାଗ୍ୟବଶତଃ, ସର୍ବଦା ସାଧାରଣ ଲୋକଙ୍କୁ ହିଁ ଏହାର ମୂଲ୍ୟ ଦେବାକୁ ପଡିବ। ଆମ ସମସ୍ତଙ୍କୁ ଏହା ମାନସିକ, ଆଧ୍ୟାତ୍ମିକ ଏବଂ ଆର୍ଥିକ ଭାବରେ ପ୍ରଭାବିତ କରିବ।"

ଦୁବାଇରେ ଫସିଛନ୍ତି ଏହି ଅଭିନେତ୍ରୀ

ଅନ୍ୟପକ୍ଷରେ, ବେଙ୍ଗଲୀ ଅଭିନେତ୍ରୀ ଶୁଭଶ୍ରୀ ଗାଙ୍ଗୁଲି, ବଲିଉଡ ଅଭିନେତ୍ରୀ ସୋନାଲ ଚୌହ୍ୱାନ ଏବଂ ଇଷା ଗୁପ୍ତା ଦୁବାଇରେ ଫସି ରହିଛନ୍ତି। ଆମେରିକା-ଇରାନ ବିବାଦ ଯୋଗୁଁ ଗଲ୍ଫ ଦେଶଗୁଡିକରେ ବିମାନ ସେବା ବାତିଲ ହେବାରୁ ସେମାନେ ସେଠାରେ ଅଟକି ରହିଛନ୍ତି। ତେବେ ସେମାନଙ୍କ ମ୍ୟାନେଜର ଏବଂ ପରିବାର ସଦସ୍ୟ ସୂଚନା ଦେଇଛନ୍ତି ଯେ ସେମାନେ ହୋଟେଲ ଭିତରେ ସୁରକ୍ଷିତ ଅଛନ୍ତି।

ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଏକ ବଡ଼ ସାମରିକ ଅପରେସନ୍ ଆରମ୍ଭ କରିଥିଲେ। ଏଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଥିଲା, ଯାହା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲା: ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ନୋରା ଫତେହୀ
ମୁମ୍ବାଇ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ନୂଆ ଟ୍ଵିଷ୍ଟ । ମୁହାଁମୁହିଁ ହୋଇଛନ୍ତି ଦୁଇ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଏବଂ ନୋରା ଫତେଇ । ସୁକେଶଙ୍କ ସହ ଜବରଦସ୍ତି ନାଁ ଯୋଡିଥିବାରୁ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ବିରୋଧରେ ଦିଲ୍ଲୀ କୋର୍ଟରେ ମାନହାନି ମକଦ୍ଦମା କରିଛନ୍ତି ନୋରା ଫତେହୀ ।

ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌ ବିଭିନ୍ନ ସମୟରେ ତାଙ୍କୁ ଅପମାନିତ କରିଥିବା ଏବଂ ବଦନାମ କରିଥିବା ମକଦ୍ଦମା ଫର୍ଦ୍ଦରେ ଦର୍ଶାଇଛନ୍ତି ନୋରା ଫତେଇ । ଅଭିଯୋଗରେ ନୋରା ଆହୁରି ମଧ୍ୟ ଲେଖିଛନ୍ତି ଯେ, ‘ଯେହେତୁ ଆମେ ଦୁଇ ଜଣ ଗୋଟିଏ ପେଶାରେ ରହିଛୁ ଏବଂ କାମ କରୁଛୁ ସେଥିପାଇଁ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ବ୍ୟକ୍ତିଗତ ଉଦ୍ଦେଶ୍ୟ ସାଧନ କରିବାକୁ ମୋତେ ବଦନାମ କରିଛନ୍ତି । ମୋ କ୍ୟାରିୟନ ନଷ୍ଟ କରିବାକୁ ପ୍ରୟାସ କରିଛନ୍ତି । ଏହା ସହିତ ଅନ୍ୟାନ୍ୟ କାରଣ ଏବଂ ଉଦ୍ଦେଶ୍ୟ ମଧ୍ୟ ରହିଛି’।

ନୋରା ଅଭିଯୋଗ ଆଣିଛନ୍ତି ଯେ, ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ମନି ଲଣ୍ଡ୍ରିଂ ମାମଲାରେ ତାଙ୍କ ନାମକୁ ଜବରଦସ୍ତ ଯୋଡା ଯାଉଛି । ସେ କହିଛନ୍ତି କି ମୋର ସୁକେଶ ସହିତ କୌଣସି ସିଧାସଳଖ ସଂପର୍କ ନାହିଁ । ସେ ସୁକେଶଙ୍କ ପତ୍ନୀ ଲୀନା ମାରିଆଙ୍କ ସହାୟତାରେ ସୁକେଶଙ୍କୁ ଜାଣିଥିଲେ । ନୋରା କହିଛନ୍ତି କି ସେ ସୁକେଶଙ୍କ ଠାରୁ କୌଣସି ଉପହାର ନେଇ ନାହାଁନ୍ତି । ସେପଟେ ମିଡିଆରେ ଏଭଳି କଥା ପ୍ରଚାର ହେବା ଫଳରେ ତାଙ୍କ ମର୍ଯ୍ୟଦା ନଷ୍ଟ ହେଉଥିବା କଥା ସେ ଅଭିଯୋଗ କରିଛନ୍ତି ।

୨୦୦ କୋଟି ଠକେଇ ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କୁ ୬ ଘଣ୍ଟା ଜେରା
ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ୨୦୦ କୋଟି ଠକେଇ ମାମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀଙ୍କୁ ଦିଲ୍ଲୀ ପୁଲିସ ଶୁକ୍ରବାର ୬ଘଣ୍ଟା ଜେରା କରିଛି। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଦ୍ୱାରା ନୋରା ଫତେହିଙ୍କୁ ଜେରା କରାଯାଇଛି । ଏହି ମାମଲାର ଜଣେ ସାକ୍ଷୀ ରୂପେ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ନୋରାଙ୍କୁ ଜେରା କରିଥିଲା। ପୂର୍ବାହ୍ନ ୧୧ଟା ବେଳେ ପହଞ୍ଚି ତାଙ୍କର ବୟାନ ରେକର୍ଡ କରିସାରିବା ପରେ ସନ୍ଧ୍ୟା ପ୍ରାୟ ୬ଟା ବେଳକୁ ନୋରା ଫେରିଯାଇଥିଲେ। କନ୍‌ମ୍ୟାନ୍‌ ସୁକେଶଙ୍କ ପ୍ରଦତ୍ତ ଉପହାର ପ୍ରସଙ୍ଗରେ ନୋରାଙ୍କୁ ପଚରାଯାଇଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ ପୁଣି ୧୨ ସେପ୍ଟେମ୍ବରରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିବ। ଯଦି ଆବଶ୍ୟକ ହୁଏ, ନୋରାଙ୍କୁ ମଧ୍ୟ ପୁଣି ପଚରାଉଚରା ପାଇଁ ଡକାଯାଇପାରେ ବୋଲି ଦିଲ୍ଲୀ ପୋଲିସ ସୂତ୍ରରୁ ଜଣାପଡ଼ିଛି |

ପୂର୍ବରୁ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ରଶେଖର ଏବଂ ନୋରା ଫତେହିଙ୍କୁ ଜେରା କରିଥିଲା। ଏହି ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ଅନ୍ୟତମ ଅଭିଯୁକ୍ତ ଭାବେ ନାମିତ କରିଛି। ସୂଚନାଯୋଗ୍ୟ, ‘ଫର୍ଟିସ୍‌ ହେଲ୍‌ଥ୍‌କେୟାର୍‌’ର ପୂର୍ବତନ ପ୍ରଦ୍ୟୋକ୍ତା ଶିବିନ୍ଦର ସିଂହଙ୍କ ପତ୍ନୀଙ୍କଠାରୁ ୨୦୦ କୋଟି ଟଙ୍କା ବଟି ଆଦାୟ ଅଭିଯୋଗରେ ଗତବର୍ଷ ଦିଲ୍ଲୀ ପୁଲିସ ସୁକେଶ, ତାଙ୍କ ପତ୍ନୀ ଲୀନା ମାରିଆ ପାଲ୍‌ ଏବଂ ଅନ୍ୟମାନଙ୍କ ନାଁରେ ଚାର୍ଜସିଟ୍‌ ଫାଇଲ୍‌ କରିଥିଲା।

ମନି ଲଣ୍ଡରିଂ ମାମଲା: ନୋରାଙ୍କୁ ଇଡିର ଜେରା
ନୂଆଦିଲ୍ଲୀ: ଟଙ୍କା ହେରଫେର ମାମଲାରେ ଇଡି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି। ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିସଙ୍କ ପରେ ଏବେ ଏହି ମାମଲାରେ  ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହିଙ୍କୁ ପଚରାଉଚରା ପାଇଁ ଇଡି କାର୍ଯ୍ଯାଳୟକୁ ଡକାଯାଇଛି।  ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଏହି ଅନୁସନ୍ଧାନ ଚାଲିଛି।

ମିଳୁଥିବା ସୂଚନା ଅନୁସାରେ, ନୋରା ଆଜି ଇଡି ଅଫିସରେ ପହଞ୍ଚିଛନ୍ତି। ନୋରାଙ୍କୁ ଏହି ମାମଲାରେ ପଚରା ଉଚରା ପାଇଁ ଇଡି ନୋଟିସ ଜାରି କରିଥିଲା। ନୋରାଙ୍କୁ ଇଡି ମନି ଲଣ୍ଡ୍ରିଂ ନେଇ ପଚରା ଉଚୁରା କରିବ। କୁହାଯାଉଛି ଯେ, ସୁକେଶ ଚନ୍ଦ୍ରଶେଖର ହାୱାଲା ମାମଲାରେ ଜ୍ୟାକଲିନଙ୍କୁ ଫସାଇବାକୁ ଉଦ୍ୟମ କରିଥିଲା। ଏନେଇ ଆଗରୁ ଜ୍ୟାକଲିନଙ୍କୁ ଇଡି ଜେରା କରି ସାରିଛି। ନୋରାଙ୍କୁ ପଚରା ଉଚରା ଚାଲିଥିବା ବେଳେ ଆସନ୍ତାକାଲି (ଶୁକ୍ରବାର) ଦିନ ଜ୍ୟାକଲିନଙ୍କୁ ପୁଣିଥରେ ଜେରା କରିବା ଇଡି। ଏମଟିଏନଏଲ ସ୍ଥିତ ଇଡି ଅଫିସରେ ଶୁକ୍ରବାର ହାଜର ହେବାକୁ ଜ୍ୟାକଲିନଙ୍କୁ କୁହାଯାଇଛି।

ଏହି ମାମଲା ଆରମ୍ଭ ୨ଶହ କୋଟି ଟଙ୍କାର ଦାଦାବଟି ଆଦୟ ତଦନ୍ତରୁ ହୋଇଥିଲା। ଜେଲରେ ଥିବା ସୁକେଶ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ୨ ଶହ କୋଟି ଟଙ୍କା ଆଦାୟ କରିଥିଲା। ପରେ ଏହି ମାମଲାରେ ସୁକେଶର ପତ୍ନୀଙ୍କ ହାତ ଥିବା ଜଣା ପଡିଥିଲା।ସୁକେଶର ପତ୍ନୀ ଲିନା ପାଲ ସହଯୋଗରେ ଫୋର୍ଟିସର ପୂର୍ବତନ ମାଲିକ ଶିବିନ୍ଦର ମୋହନ ସିଂହଙ୍କ ପତ୍ନୀ ଆଦିତି ସିଂହଙ୍କୁ ୨ ଶହ କୋଟି ଟଙ୍କା ଠକିଥିଲା । ପରେ ଏହି ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନଙ୍କ ନାମ ଆସିଥିଲା। ଜ୍ୟାକଲିନଙ୍କୁ ମଧ୍ୟ ସୁକେଶ ଫସାଇଥିବା ଜଣା ପଡିଥିଲା। ସୁକେଶ ଜେଲ ଭିତରୁ ଛଦ୍ମ ନାମରେ ଜ୍ୟାକଲିନଙ୍କୁ ଫୋନ୍ କରୁଥିବା ଜଣା ପଡିଥିଲା।

ନୋରାଙ୍କୁ ନକଲ କଲେ ଜାହ୍ନବୀ
ଜାହ୍ନବୀ କପୁର ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ  ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜାହ୍ନବୀ ସବୁ ସମୟରେ ସାମାଜିକ ଗଣମାଧ୍ୟମରେ ନିଜ ପ୍ରଶଂସକଙ୍କ ସହିତ ଯୋଡି ହୋଇ ରହିଥାନ୍ତି। ଅନେକ ସମୟରେ ସେ ନିଜର ଫଟୋ ଓ ଭିଡ଼ିଓ ସେୟାର କରି  ପ୍ରଶଂସକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଜାହ୍ନବୀ ଏକ ବଡିକନ୍‌ ପୋଷାକ ପିନ୍ଧି ସାମାଜିକ ଗଣମାଧ୍ୟମରେ ବେଶ୍‌ ହଇଚଇ ସୃଷ୍ଟି କରିଛନ୍ତି। ଏହି ଫଟୋରେ ଜାହ୍ନବୀ ଏକ ଧୂସର ରଙ୍ଗର ଚିପା ପୋଷାକ ପିନ୍ଧି ଅଭିନେତ୍ରୀ ନୋରା ଫତେହିଙ୍କୁ ଟକ୍କର ଦେବା ଭଳି ଜଣାପଡୁଛନ୍ତି। ଜାହ୍ନବୀ ନୋରାଙ୍କ ପୋଷାକ ପିନ୍ଧା ଶୈଳୀକୁ ନକଲ କରିଥିବା କଥା ଏବେ ଚର୍ଚ୍ଚା ହେଉଛି।  କାରଣ ଅଧିକାଂଶ ସମୟରେ ନୋରା ହିଁ  ଏପରି ବଡ଼ିକନ୍‌ ପୋଷାକରେ ନଜର ଆସିଥାନ୍ତି। ଏହି ଫଟୋଟିରେ ଜାହ୍ନବୀ କେଶ ମୁକୁଳା କରିଥିବା ବେଳେ ହାଲୁକା ମେକ୍‌ଅପ୍‌ ତାଙ୍କୁ ଏକ ଭିନ୍ନ ଲୁକ୍‌ ଦେଇଛି। ବହୁତ କମ୍‌ ସମୟ ମଧ୍ୟରେ ଜାହ୍ନବୀଙ୍କର ଏହି ଫଟୋଟିକୁ ୧୦ଲକ୍ଷରୁ ଅଧିକ ଲାଇକ୍‌ ମିଳିପାରିଛି। ଶେଷଥର ପାଇଁ ଜାହ୍ନବୀ ‘ରୁହି’ ଫିଲ୍ମରେ ଦେଖାଯାଇଥିଲେ। ଆଗାମୀ ଦିନରେ ସେ ‘ଦୋସ୍ତାନା ୨’ ଏବଂ ‘ଗୁଡ ଲକ୍‌ ଜେରି’ରେ  ନଜର ଆସିବେ।

‘ଗଣପତ୍‌’ରେ ଟାଇଗର୍‌ଙ୍କ ସହ ଦେଖାଯିବେ ନୋରା
ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ଏବଂ ଅଭିନେତ୍ରୀ କ୍ରିତି ସାନନ ଫିଲ୍ମ ‘ହିରୋପନ୍ତି’ରୁ ସେମାନଙ୍କ ବଲିଉଡ୍‌ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଟାଇଗରଙ୍କ ଆକ୍ସନ ଓ ନୃତ୍ୟ ପାଇଁ ସେ ଏବେ ଯୁବପିଢିଙ୍କ ପ୍ରିୟ ଅଭିନେତା ହୋଇ ପାରିଛନ୍ତି। ଟାଇଗରଙ୍କ ଅଭିନୀତ ପ୍ରତିଟି ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଥିବାବେଳେ ତାଙ୍କର ଆଗାମୀ ଫିଲ୍ମ ‘ଗଣପତ’ ଲାଗି ସେ ଏବେ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଛଅବର୍ଷ ପରେ ପୁଣି ଟାଇଗର୍‌ ଓ କ୍ରିତିଙ୍କ ଯୋଡ଼ିକୁ ପରଦା ଉପରେ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଦାୟିତ୍ବରେ ବିକାଶ ବହଲ ରହିଥିବାବେଳେ ବାସୁ ଭଗନାନୀ ଫିଲ୍ମର ପ୍ରଯୋଜକ ସାଜିଛନ୍ତି। କିଛିଦିନ ପୂର୍ବରୁ ଫିଲ୍ମର ଫାଷ୍ଟ ଲୁକ୍‌ ଜାରି କରାଯାଇଥିଲା। କ୍ରିତି ପରେ ଏବେ ଏହି ଫିଲ୍ମରେ ନୋରା ଫତେହି ଦେଖାଯିବେ ବୋଲି ପ୍ରକାଶ ପାଇଛି। କ୍ରିତିଙ୍କ ପରେ ନୋରା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ । ପୂର୍ବରୁ ନୋରା ଅନେକ ହିଟ୍‌ ଫିଲ୍ମ ଯଥା, ‘ଦିଲବର୍‌ ଦିଲବର୍‌’, ‘ଏକ ତୋ କମ୍‌ ଜିନ୍ଦେଗାନୀ’, ‘ଓ ସାକି ସାକି’ ‘ଗରମି’ ଆଦି ଆଇଟମ ସଙ୍ଗୀତରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ନୋରାଙ୍କ ଲୋକପ୍ରିୟତା ଦେଖି ତାଙ୍କୁ ଏହି ଫିଲ୍ମରେ ତାଙ୍କୁ ନେବା ପାଇଁ ଏହାର ନିର୍ମାତାମାନେ ସ୍ଥିର କରିଥିଲେ।

‘କେଜିଏଫ୍-୨’ ଆଇଟମ୍ ଗୀତରେ ନୋରା
ବଲିଉଡ୍‌ରେ ତାଙ୍କ ସ୍ବତନ୍ତ୍ର ନୃତ୍ୟ ଶୈଳୀ ପାଇଁ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ନୋରା ଫତେହିଙ୍କୁ ନେଇ ଏକ ନୂଆ ଖବର ପ୍ରକାଶ ପାଇଛି। ନୋରାଙ୍କ ହାତରେ ଏବେ ଏକ ବଡ଼ ପ୍ରୋଜକ୍ଟ ରହିଛି | ନୋରା ଏହି ପ୍ରୋଜେକ୍ଟ ହାତକୁ ନେଇ ଟେଲିଭିଜନରୁ ବଲିଉଡ୍‌ରେ ପାଦ ଦେଇଥିବା ଅଭିନେତ୍ରୀ ମୌନି ରାୟଙ୍କୁ ପଛରେ ପକାଇ ଦେଇଛନ୍ତି ।

ନୋରା ‘କେଜିଏଫ୍-୨’ରେ ଏକ ଆଇଟମ୍ ଗୀତରେ ନଜର ଆସିବେ । ଏହି ଗୀତରେ ଚୋରା ଓ ୟଶ୍ ରୋମାନ୍ସ କରୁଥିବାର ନଜର ଆସିବେ। ଅବଶ୍ୟ ‘କେଜିଏଫ୍ ୨’ପକ୍ଷରୁ ଏସମ୍ପର୍କିତ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ନାରା ୧୯୭୫ର ସୁପରହିଟ୍ ଫିଲ୍ମ ‘ସୋଲେ’ର ଲୋକପ୍ରିୟ ଗୀତ ‘ମେହବୁବା’ର ନୂଆ ସଂସ୍କରଣରେ ‘କେଜିଏଫ୍-୨’ରେ ନାଚୁଥିବାର ଦେଖାଯିବେ ।

ଏହାପୂର୍ବରୁ ‘କେଜିଏଫ୍-୧’ରେ ମୌନି ରାୟ କରିଥିବା ଆଇଟମ୍ ଗୀତ ‘ଗଲି ଗଲି’ ଗୀତ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଜୁଲାଇ ୧୬ ତାରଖରେ କେଜିଏଫ୍-୨ ମୁକ୍ତିଲାଭ କରିବ ।