Electricity Tariff - The Sakala

ଅପରିବର୍ତ୍ତିତ ରହିଲା ବିଜୁଳି ଦର, ଛାଡ ହେବ ସ୍ମାର୍ଟ ମିଟର ରେଣ୍ଟ୍‌: OERC
ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ( OERC ) ପକ୍ଷରୁ ବଡ଼ ଘୋଷଣା । ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଟାରିଫ୍ ଅପରିବର୍ତ୍ତିତ ଘୋଷଣା କରାଯାଇଛି। ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ୍‌ ଛାଡ଼ କରାଯାଇଛି। ଡିଜିଟାଲ୍ ପେମେଣ୍ଟରେ ୪ ପ୍ରତିଶତ ରିହାତି ବଳବତ୍ତର ରଖଯାଇଛି। OERC ସଚିବ ପ୍ରିୟବ୍ରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।

ବିଜେଡି ସରକାର କମାଇଥିଲେ, ନୂଆ ବିଜେପି ସରକାର ବଢାଇବେ, ଚାରି ବର୍ଷ ପରେ ବଢ଼ିବ ବିଜୁଳି ଦର!
ଭୁବନେଶ୍ୱର: ରାଜ୍ୟରେ ବଢ଼ିବ କି ବିଜୁଳି ଶୁଳ୍କ ? ଗତ କିଛିଦିନ ହେଲା ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ବିଦ୍ୟୁତ୍‌ ଉତ୍ପାଦକ ଓ ବିତରକ କମ୍ପାନୀଗୁଡ଼ିକ ଶୁଳ୍କ ବୃଦ୍ଧି ନିମନ୍ତେ ଓଇଆର୍‌ସିର ଭାରପ୍ରାପ୍ତ ଅଧ୍ୟକ୍ଷ ଓ ପରାମର୍ଶଦାତା କମିଟି ନିକଟରେ ନିଜର ପକ୍ଷ ରଖିଛନ୍ତି। ଗ୍ରୀଡ଼୍‌କୋ ନିଜ କ୍ଷତି ଭରଣା ନିମନ୍ତେ ୟୁନିଟ୍‌ ପିଛା ୫୪ ପଇସା ଶୁଳ୍କ ବୃଦ୍ଧି ଦାବି କରିଛି । ସେହିପରି ଓପିଜିସି, ଓପିଟିସିଏଲ୍‌, ଓଏଚ୍‌ପିସି ଆଦି ଉତ୍ପାଦକ ସଂସ୍ଥା ଓ ଟାଟା ପାୱାର ପରି ବିତରକ ସଂସ୍ଥା ମଧ୍ୟ ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ସରକାର ଯଦି ବିଦ୍ୟୁତ୍‌ ବିତରକ ଓ ଉତ୍ପାଦକ ସଂସ୍ଥାର ଦାବିକୁ ମାନି ନିଅନ୍ତି ତେବେ ୪ ବର୍ଷ ପରେ ପୁଣି ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ନୂଆ ଅଧ୍ୟକ୍ଷ ନିଯୁକ୍ତି ପରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଘୋଷଣା ହୋଇପାରେ ବୋଲି କୁହାଯାଉଛି।

ରାଜ୍ୟରେ ଶେଷ ଥର ପାଇଁ ୨୦୨୧ ମାର୍ଚ୍ଚ ମାସରେ ବିଦ୍ୟୁତ୍‌ ଦର ବୃଦ୍ଧି ପାଇଥିଲା। ୨୦୨୨ ଓ ୨୦୨୩ ମସିହାରେ ଶୁଳ୍କ ଅପରିବର୍ତ୍ତିତ ଥିବାବେଳେ ୨୦୨୪ରେ ତତ୍‌କାଳୀନ ସରକାର ଘରୋଇ ଉପଭୋକ୍ତାଙ୍କ ପାଇଁ ୟୁନିଟ୍‌ ପିଛା ୧୦ ପଇସା ଶୁଳ୍କ ହ୍ରାସ କରିଥିଲେ। ସମ୍ପ୍ରତି ଘରୋଇ ଉପଭୋକ୍ତାମାନେ ପ୍ରଥମ ୫୦ ୟୁନିଟ୍‌ ପାଇଁ ୨ ଟଙ୍କା ୯୦ ପଇସା, ୫୧ରୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ୪ ଟଙ୍କା ୭୦ ପଇସା ଓ ୨୦୦-୪୦୦ ୟୁନିଟ୍‌ ପାଇଁ ୫ ଟଙ୍କା ୭୦ ପଇସା ଓ ୪୦୦ରୁ ଅଧିକ ୟୁନିଟ୍‌ ପାଇଁ ୬ ଟଙ୍କା ୧୦ ପାଇସା ପ୍ରଦାନ କରୁଛନ୍ତି। ମାତ୍ର ସରକାର ପରିବର୍ତ୍ତନ ପରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଆଶଙ୍କା ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଗୋଟିଏ ପଟେ ପରିବା, ତେଲ, ଗ୍ୟାସ୍‌ ଆଦି ଜରୁରୀ ସାମଗ୍ରୀର ଦରବୃଦ୍ଧି, ଲୋକଙ୍କ ଆର୍ଥିକ ସ୍ଥିତି ବିଗାଡୁ଼ଥିବା ବେଳେ ଅନ୍ୟପଟେ ବିଦ୍ୟୁତ୍‌ ଦେୟ ବୃଦ୍ଧି ଆଶଙ୍କା ସାଧାରଣ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।

ଗତ ସାଧାରଣ ନିର୍ବାଚନ ବେଳେ ଉଭୟ ବିଜେଡି ଓ ବିଜେପି ଲୋକଙ୍କୁ ମାଗଣା ବିଦ୍ୟୁତ୍‌ର ପ୍ରତିଶୃତି ଦେଇଥିଲେ। କ୍ଷମତାକୁ ପ୍ରତ୍ୟାବର୍ତ୍ତନ କଲେ ସରକାର ୧୦୦ ୟୁନିଟ୍‌ ମାଗଣା ବିଜୁଳି ଯୋଗାଇ ଦେବେ ଓ ଜୁଲାଇମାସରୁ ଉପଭୋକ୍ତାମାନେ ବିଜୁଳି ବିଲ୍‌ ଦେବେ ବୋଲି ବିଜେଡି ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା। ଅପରପକ୍ଷରେ ସରକାର ଗଢ଼ିଲେ ରାଜ୍ୟବାସୀଙ୍କୁ ୩୦୦ ୟୁନିଟ୍‌ ମାଗଣା ବିଜୁଳି ପ୍ରଦାନ କରାଯିବ ବୋଲି ବିଜେପି ନେତାମାନେ ନିର୍ବାଚନୀ ସଭାରେ ଘୋଷଣା କରିଥିଲେ। ସେହିପରି ସୂର୍ଯ୍ୟଘର ଯୋଜନାରେ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଯୋଗାଇବା ପାଇଁ ଦଳ ନିର୍ବାଚନୀ ସଂକଳ୍ପ ପୁସ୍ତକରେ ଉଲ୍ଲେଖ କରିଥିଲା। ମାତ୍ର କ୍ଷମତାକୁ ଆସିବା ପରେ ରାଜ୍ୟ ଶକ୍ତିମନ୍ତ୍ରୀ ମାଗଣା ବିଜୁଳି ଘୋଷଣା କଥାକୁ ଫାଙ୍କି ଦେଲେ। ଲୋକଙ୍କୁ ମାଗଣା ବିଜୁଳି ତ ମିଳିଲା ନାହିଁ, ଏବେ ବିଜୁଳି ଶୁଳ୍କ ବୃଦ୍ଧି ମସୁଧା ପରେ ଉପଭୋକ୍ତାଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଛି। ବିଜୁଳି ବିତରକ ଓ ଉତ୍ପାଦକ ସଂସ୍ଥାର ଦାବିକୁ ସରକାର ଯଦି ମାନି ନିଅନ୍ତି, ତେବେ ୟୁନିଟ୍‌ ପିଛା ଅତି କମ୍‌ରେ ୭୨ ପଇସାରୁ ୯୧ ପଇସା ପର୍ଯ୍ୟନ୍ତ ବୃଦ୍ଧି ଆଶଙ୍କା ରହିଛି।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ବିତରକ କମ୍ପାନୀ ଓ ଉତ୍ପାଦକ ସଂସ୍ଥାମାନେ ସେମାନଙ୍କ ଦାବି ଉପସ୍ଥାପନ କରିଥିବାବେଳେ ଓଇଆର୍‌ସି କୌଣସି ରାୟ ପ୍ରଦାନ କରିନାହାନ୍ତି । ସମ୍ପ୍ରତି ଓଇଆର୍‌ସିରେ କେହି ଅଧ୍ୟକ୍ଷ ନାହାନ୍ତି । ତେଣୁ ନୂଆ ଅଧ୍ୟକ୍ଷ ନିଯୁକ୍ତି ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ବିଦ୍ୟୁତ୍‌ ଦେୟ ବୃଦ୍ଧିକୁ ନେଇ ସାଧାରଣ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ନିରବତା ଏହି ପ୍ରସଙ୍ଗକୁ ବଳ ଯୋଗାଉଛି। ତେଣୁ ରାଜ୍ୟରେ ବିଦ୍ୟୁତ୍‌ ଦର ବୃଦ୍ଧି ଘୋଷଣା ହେବା ପୂର୍ବରୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସମସ୍ତ ବିରୋଧୀ ରାଜନୈତିକ ଦଳ ସମେତ ଅନ୍ୟାନ୍ୟ ସଂଗଠମାନେ ଆନ୍ଦୋଳନ ପାଇଁ ମେଳି ବାନ୍ଧୁଛନ୍ତି। ଯଦି ରାଜ୍ୟରେ ପଇସାଟିଏ ବି ବିଦ୍ୟୁ୍‌ତ ଦେୟ ବୃଦ୍ଧି ହୁଏ ତେବେ ରାଜ୍ୟ ସରକାରଙ୍କ ପାଇଁ ଏହା ବଡ଼ ଆହ୍ୱାନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି