BJP Government - The Sakala
ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି
ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା ପ୍ରଦାନରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଓ ସରକାରଙ୍କର ପାତରଅନ୍ତର ନୀତି ଲୋକଙ୍କୁ ହତାଶ କରିଛି । ସରକାରଙ୍କ ତରଫରୁ ଯତ କିଞ୍ଚିତ ରିଲିଫ ସାମଗ୍ରୀ ପଠାଯାଇଥିଲା, ସେଗୁଡିକୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ବଣ୍ଟା ନ ହୋଇ ସ୍ଥାନୀୟ ବିଜେପି ନେତାଙ୍କ ଦ୍ୱାରା ବଣ୍ଟା ଯାଇଥିଲା ବୋଲି ଅଭିଯୋଗ କରିଛି ବିଜେଡି । ଏହାଛଡା ବରୀ, ବିଂଝାରପୁର ଓ ଯାଜପୁର ବିଧାନସଭା କ୍ଷେତ୍ରରେ ବନ୍ୟା ଅଧିକ କ୍ଷତି କରିଥିବା ବେଳେ, ଏହି ସ୍ଥାନରେ ବିଜେଡି ବିଧାୟକ ମାନେ ପ୍ରତିନିଧିତ୍ୱ କରୁଥିବାରୁ ଏହି ଅଞ୍ଚଳକୁ ରିଲିଫ ସାମଗ୍ରୀ ପଠାଇବାରେ ଅଣଦେଖା କରାଯାଇଥିଲା ବୋଲି ବିଜେଡି କହିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଂଝାରପୁର ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବରୀ ବିଧାୟକ ଶ୍ରୀ ବିଶ୍ୱ ରଞ୍ଜନ ମଲ୍ଲିକ ଓ ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନରେ ବିଫଳତା ଓ ପାତରଅନ୍ତର ନୀତି ପାଇଁ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ବନ୍ୟା ଆସିବାର ୨୬ ଦିନ ବିତିଯାଇଥିଲେ ସୁଦ୍ଧା, ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଏବେବି ଜଳ ଘେରରେ ରହିଛି ଓ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ । ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କର କୌଣସି ପୂର୍ବ ପ୍ରସ୍ତୁତି ନଥିଲା । ସରକାରଙ୍କ ବିଭିନ୍ନ ବିଭାଗ ଗୁଡିକ ଭିତରେ ତାଳମେଳ ନଥିଲା । ସରକାରଙ୍କ ପୂର୍ବ ପ୍ରସ୍ତୁତି ଥିଲେ, ବରୀ, ବିଂଝାରପୁର ଓ ଦଶରଥପୁର ଅଞ୍ଚଳରେ ଘାଇ ହୋଇନଥାନ୍ତା । ବନ୍ୟା ଜଳ ବିଭିନ୍ନ ଜନବସତି ଅଞ୍ଚଳକୁ ପ୍ରବେଶ କଲା ପରେ ସରକାରଙ୍କ ତରଫରୁ ଶୁଖିଲା ଖାଦ୍ୟ, ଗୋଖାଦ୍ୟ ଓ ଅନ୍ୟ ରିଲିଫ ସାମଗ୍ରୀ ପହଞ୍ଚିବାରେ ଅହେତୁକ ବିଳମ୍ୱ ହୋଇଥିଲା । ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ଗସ୍ତ କଲେ, ଡ଼ଙ୍ଗାରେ ବୁଲିଲେ, ଫଟୋ ଉଠାଇଲେ କିନ୍ତୁ ଲୋକଙ୍କ ଅସୁବିଧା କଥା ବୁଝିଲେ ନାହିଁ । ଆମେ ଯାଇଥିଲୁ ମୁଖ୍ୟମନ୍ତ୍ରୀଙ୍କୁ ଲୋକଙ୍କ ଅସୁବିଧା ବିଷୟରେ ଜଣାଇବା ପାଇଁ, କିନ୍ତୁ ଆମକୁ ଅପମାନିତ କରାଗଲା । ବରୀ, ବିଂଝାରପୁର ଓ ଦଶରଥପୁର ଅଞ୍ଚଳ ଗୁଡିକ ବିଜେଡି ବିଧାୟକ ପ୍ରତିନିଧିତ୍ୱ କରୁଥିବାରୁ ଏହି ଅଞ୍ଚଳ ଗୁଡିକୁ ବନ୍ୟା ସହାୟତା ପ୍ରଦାନରେ ଅଣଦେଖା କରାଗଲା ।
ଶ୍ରୀ ବିଶ୍ୱ ରଞ୍ଜନ ମଲ୍ଲିକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପାଇଁ ଯାଜପୁର ଜିଲ୍ଲା ଗସ୍ତ କରିଥିଲେ, କିନ୍ତୁ ସର୍ବାଧିକ ପ୍ରଭାବିତ ବରୀ ଅଞ୍ଚଳକୁ ଗସ୍ତ କରିବାକୁ ଗୁରୁତ୍ୱ ଦେଇନଥିଲେ । ସେହିପରି, ଉପମୁଖ୍ୟମନ୍ତ୍ରୀ ମଧ୍ୟ ଯାଜପୁର ଜିଲ୍ଲା ଗସ୍ତ ସମୟରେ ବରୀ ଅଞ୍ଚଳକୁ ଗସ୍ତ କରିନଥିଲେ । ସରକାରଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ରିଲିଫ ସାମଗ୍ରୀ ଟ୍ରକରେ ଆମ ଅଞ୍ଚଳରେ ପହଞ୍ଚିଥିଲା, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହା ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର ହୋଇନଥିଲା । ଏହି ରିଲିଫ ସାମଗ୍ରୀ କେଉଁଆଡେ ଗଲା ତାର ଟେର କେହି ପାଇଲେ ନାହିଁ । କିନ୍ତୁ କିଛି ସ୍ଥାନୀୟ ବିଜେପି ନେତା ଏହି ରିଲିଫ ସାମଗ୍ରୀ କିଛି ଅଞ୍ଚଳରେ ବାଣ୍ଟି ତାର ଫଟୋ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ । ବନ୍ୟା ଯୋଗୁଁ ଚାଷୀ ଭାଇ ମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଚାଷୀଙ୍କ କ୍ଷତିର ଆକଳନ ଏପର୍ଯ୍ୟନ୍ତ ହୋଇନାହିଁ ।
ନିଯୁକ୍ତି କ୍ଷେତ୍ରରେ ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନରେ ସମ୍ପୂର୍ଣ୍ଣ ବିଫଳ ହୋଇଛି: ବିଜେଡି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କ ସରକାର ଦ୍ୱାରା ଆୟୋଜିତ ୧୬ତମ ନିଯୁକ୍ତି ମେଳାରେ ଯୋଗଦେଇ ରାଜ୍ୟରେ ବେକାରୀ ଯୁବକମାନଙ୍କୁ ନିଯୁକ୍ତି ଦେବାରେ ତାଙ୍କ ସରକାର ତତ୍ପର ଅଛନ୍ତି ବୋଲି କହିଥିବା ବେଳେ ନିଯୁକ୍ତି ଦେବା କ୍ଷେତ୍ରରେ ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜୁ ଜନତା ଦଳ କହିଛି । ଏହାଛଡା ବିଜେପି ସରକାର ଗତ ୨ ବର୍ଷରେ ୪୫,୦୦୦ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଯେଉଁ ଦାବି କରୁଛନ୍ତି ତାହା ଭ୍ରମାତ୍ମକ, କାରଣ ଏହା ମଧ୍ୟରୁ ପ୍ରାୟ ୩୯,୦୦୦ ନିଯୁକ୍ତିର ବିଜ୍ଞପ୍ତି ନବୀନ ସରକାରଙ୍କ ସମୟରେ ହୋଇଥିଲା ।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ନିଯୁକ୍ତି ସମ୍ୱନ୍ଧରେ ବିଜେପି ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କ ବକ୍ତବ୍ୟରେ ଗତ ୨ ବର୍ଷରେ ତାଙ୍କ ସରକାର ଦ୍ୱାରା ୪୫,୦୦୦ ସରକାରୀ ପଦବୀରେ ନିଯୁକ୍ତି ଦିଆଯାଇଛି ବୋଲି କହିଥିଲେ, ଯାହା ଭ୍ରମାତ୍ମକ । ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତ ୨ ବର୍ଷରେ ଦିଆଯାଇଥିବା ନିଯୁକ୍ତି ଓ ଏହି ପଦବୀ ଗୁଡିକରେ ନିଯୁକ୍ତି ପାଇଁ କେବେ ବିଜ୍ଞାପନ ଦିଆଯାଇଥିଲା ତାର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଏହି ତଥ୍ୟ ଅନୁଯାୟୀ, ଦିଆଯାଇଥିବା ସମୁଦାୟ ୪୫,୦୦୦ ନିଯୁକ୍ତି ମଧ୍ୟରୁ, ୩୯,୦୦୦ ପଦବୀ ପାଇଁ ୨୦୨୦ରୁ ୨୦୨୩ ମସିହା ମଧ୍ୟରେ ନବୀନ ସରକାରଙ୍କ ଦ୍ୱାରା ବିଜ୍ଞାପନ ଦିଆଯାଇଥିଲା । ଏହାର ଅର୍ଥ, ବିଜେପି ସରକାରଙ୍କ ଦ୍ୱାରା ମାତ୍ର ୬,୦୦୦ ସରକାରୀ ପଦବୀରେ ନୂତନ ଦିଆଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଗତ ୨ ବର୍ଷରେ ନିଯୁକ୍ତି କ୍ଷେତ୍ରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛି । ବିଜେପି ତାର ନିର୍ବାଚନ ଇସ୍ତାହାରରେ ୫ ବର୍ଷରେ ଦେଢ଼ ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଏହି ଅନୁସାରେ, ୨ ବର୍ଷରେ ୬୫,୦୦୦ ପଦବୀରେ ନିଯୁକ୍ତି ଦେବା କଥା, କିନ୍ତୁ ମାତ୍ର ୬,୦୦୦ ପଦବୀରେ ନିଯୁକ୍ତି ଦେଇଛନ୍ତି ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ବିଜେପି ସରକାରଙ୍କ ୨୪ ମାସ ଶାସନରେ, ବିଭିନ୍ନ ପଦ ପଦବୀରେ ସରକାରୀ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷା ମଧ୍ୟରୁ ୨୪ଟି ପରୀକ୍ଷା ବାତିଲ ହୋଇଛି, ଯାହା ସରକାରଙ୍କର ପାରିବା ପଣିଆକୁ ପ୍ରଦର୍ଷିତ କରୁଛି । ସରକାରୀ ତଥ୍ୟ ଅନୁସାରେ ଜାନୁଆରୀ ୨୦୨୬ ସୁଦ୍ଧା, ୯୪,୪୮୫ଟି ସରକାରୀ ଚାକିରି ଖାଲି ପଡିଛି । ଏହାଛଡା, ଘରୋଇ ଶିଳ୍ପ କ୍ଷେତ୍ରରେ, ନିଯୁକ୍ତି ସୁଯୋଗ ସୃଷ୍ଟି କରି ରାଜ୍ୟର ୩.୫ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା, ଯାହା ଏକ ଧୂଅାଁବାଣରେ ପରିଣତ ହୋଇଛି । ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟର ବେକାରୀ ହାର ବୃଦ୍ଧି ପାଇଛି । ବିଜେଡି ସରକାରଙ୍କ ସମୟରେ ରାଜ୍ୟର ବେକାରୀ ହାର ୦.୯% ଥିଲା ବେଳେ, ଏହା ଏବେ ୩.୫%କୁ ବୃଦ୍ଧି ପାଇଛି । ନିଯୁକ୍ତି କ୍ଷେତ୍ରରେ ଉପଲବ୍ଧ ଥିବା ସମସ୍ତ ତଥ୍ୟକୁ ଅନୁଧ୍ୟାନ କଲେ ବିଜେପି ସରକାରଙ୍କ ବିଫଳତା ଜଳଜଳ ହୋଇ ଦିଶୁଛି, ହେଲେ ବିଜେପି ସରକାର ଲୋକଙ୍କୁ ଭ୍ରମିତ କରିବା ସହିତ ନିଜ ପିଠି ନିଜେ ଥାପୁଡ଼େଉଛନ୍ତି ।
ବିଜେପି ସରକାରରେ ଆବାସ ଯୋଜନାରେ ମହାଘୋଟାଲା; ପ୍ରକୃତ ହିତାଧିକାରୀ ବଞ୍ଚିତ, ଦଳୀୟ ଭିତ୍ତିରେ ବଣ୍ଟା ଯାଉଛି ଘର: ବିଜେଡି
ଭୁବନେଶ୍ୱର: ବିଜେପି ସରକାରରେ ଆବାସ ଯୋଜନାରେ ମହାଘୋଟାଲା ହୋଇଛି। ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିବା ବେଳେ ବିଜେପି ନେତା ମାନଙ୍କ ଦ୍ୱାରା ହିତାଧିକାରୀ ଚୟନ କରାଯାଇ ଘର ବଣ୍ଟନ କରାଯାଇଛି। ସରକାରଙ୍କ ତ୍ରୁଟିକୁ ନିଜେ ମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି। ସରକାରଙ୍କ ଏହି ପାତରଅନ୍ତର ନୀତିକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ ଆବାସ ଯୋଜନାରେ ହୋଇଥିବା ମହାଘୋଟାଲାକୁ ନେଇ ବିଜେପି ସରକାର ଉପରେ ବର୍ଷିଥିଲେ। ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ଓଡ଼ିଶାରେ ଆବାସ ଯୋଜନା ସମ୍ପୂର୍ଣ୍ଣ ଭାବେ ବାଟବଣା ହୋଇଛି। ଗରୀବ ଶ୍ରେଣୀର ଲୋକେ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ଦୋଷ ତ୍ରୁଟିକୁ ଲୁଚାଇବା ପାଇଁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲାଗି ପଡିଛନ୍ତି। ମନ୍ତ୍ରୀ ସର୍ବସାଧାରଣରେ ସରକାରୀ ମହିଳା କର୍ମଚାରୀଙ୍କୁ ଗାଳିଗୁଲଜ କରି ଦୁର୍ବ୍ୟବହାର କରିଛନ୍ତି, ଯାହାକି ଅତି ଅଶୋଭନୀୟ। ହିତାଧିକାରୀଙ୍କୁ ଘର ବଣ୍ଟନ ନେଇ ଥିବା ଗାଇଡଲାଇନକୁ ଖୁଲମଖୁଲା ଉଲ୍ଲଙ୍ଘନ କରିଛି ବିଜେପି ସରକାର। ଅନ୍ତଦ୍ୟୋୟ ଯୋଜନାରେ ହିତାଧିକାରୀ ମାନଙ୍କ ଚୟନ ନେଇ ସ୍ଥାନୀୟ ଜିଲ୍ଲାପାଳ ପଞ୍ଚାୟତିରାଜ ବିଭାଗକୁ ଜଣାଇବେ, ଏହାପରେ ମୁଖ୍ୟମନ୍ତ୍ରୀ ତାହାକୁ ଅନୁମୋଦନ କରିବା ନିୟମ ରହିଛି। କିନ୍ତୁ ତାହାକୁ ଉଲ୍ଲଙ୍ଘନ କରି ବିଜେପି ନେତା ମାନଙ୍କ ଦ୍ୱାରା ହିତାଧିକାରୀ ଚୟନ କରି ଗୃହ ପ୍ରଦାନ କରାଯାଇଛି। ବିଜେପି ନେତା ମାନେ ଚାପ ପ୍ରୟୋଗ କରି ଜିଓ ଟ୍ୟାଗିଂ କରୁଥିବାରୁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଗତ ୨ ବର୍ଷରେ ୧ ଲକ୍ଷ ୧ ହଜାର ଘର ଆସିଥିବା ବେଳେ ମାତ୍ର ୩୧୫୪ଟି ଘର ସମ୍ପୂର୍ଣ୍ଣ ହୋଇଛି। ସେହିପରି ଅନ୍ତଦ୍ୟୋୟ ଯୋଜନାରେ ୨ ଲକ୍ଷ ୨୫ ହଜାର ଘର ଆବଣ୍ଟନ କରାଯାଇଛି। ସର୍ଭେ କାର୍ଯ୍ୟ ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଥିବା ଗାଇଡଲାଇନକୁ ପାଳନ କରାଯାଇ ନାହିଁ, ଯାହାକି ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି। ମନ୍ତ୍ରୀ ଢେଙ୍କାନାଳ ସଦର ବ୍ଲକର କାଇମାଟି ଗ୍ରାମପଞ୍ଚାୟତର ଗହମଖୁଣ୍ଟି ଗ୍ରାମକୁ ଯାଇଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ମନ୍ତ୍ରୀ ସେଠାରେ ସ୍ୱୀକାର କରିଥିଲେ। ଟଙ୍କା ନେଇ ଆବାସ ଗୃହ ବଣ୍ଟା ଯାଇଥିବା କହି ବିଡିଓ ଓ ପିଇଓଙ୍କୁ ସର୍ବସାଧାରଣରେ ଅଶୋଭନୀୟ ବ୍ୟବହାର କରି ଗାଳିଗୁଲଜ କରିଥିଲେ ମନ୍ତ୍ରୀ। ଏନେଇ ପିଇଓ ସଂଘ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଜଣେ ମହିଳା କର୍ମଚାରୀଙ୍କୁ ଏପରି ବ୍ୟବହାର କରିବା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ବିଜେପି ସରକାର ଦଳୀୟ ଭିତ୍ତିରେ ଘର ବଣ୍ଟନ ନ କରି ପ୍ରକୃତ ହିତାଧିକାରୀଙ୍କୁ ଘର ବଣ୍ଟନ କରନ୍ତୁ ବୋଲି ସେ ଦାବି କରିଥଲେ।
ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ ଆବାସ ଯୋଜନାରେ ଗରୀବ ଲୋକ ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ଡବଲ ଇଞ୍ଜିନ ସରକାରର ଦୋଷ ତ୍ରୁଟିକୁ ଲୁଚାଇବାକୁ ଯାଇ ସର୍ବସାଧାରଣରେ ସରକାରୀ ମହିଳା କର୍ମଚାରୀଙ୍କୁ ମନ୍ତ୍ରୀ ଗାଳିଗୁଲଜ କରୁଛନ୍ତି। ବିଜେପି ସରକାର ମହିଳା ସୁରକ୍ଷା ଓ ମହିଳା ବନ୍ଦନାର ଡିଣ୍ଡିମ ପିଟୁଥିବା ବେଳେ ଏହା କେଉଁ ପ୍ରକାର ମହିଳାଙ୍କୁ ସମ୍ମାନ? ମନ୍ତ୍ରୀ ମହିଳା କର୍ମଚାରୀଙ୍କୁ ଅପଶବ୍ଦ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ। ବିଜେପିର କୁଜି ନେତା ମାନେ ଆବାସ ଯୋଜନାର ହିତାଧିକାରୀ ଚୟନ କରୁଛନ୍ତି। ଏଥିରେ ବାଧା ସୃଷ୍ଟି କଲେ ସରକାରୀ କର୍ମଚାରୀ ମାନେ ଅପମାନିତ ହେଉଛନ୍ତି। ହିତାଧିକାରୀ ମାନଙ୍କୁ ଗାଇଡଲାଇନ ଅନୁଯାୟୀ ଘର ପ୍ରଦାନ କରାଯାଉ ନାହିଁ। ୨ ମହଲା କୋଠା ଘର ଥାଇ ବି ଲୋକେ ଆବାସ ଯୋଜନାରେ ଗୃହ ହାତେଇଛନ୍ତି। ଏହି ଦୁର୍ନୀତି ପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ। ଆବାସ ଦୁର୍ନୀତିରେ ନିଜେ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। କେବଳ ଢେଙ୍କାନାଳ ଜିଲ୍ଲା ନୁହେଁ ସାରା ରାଜ୍ୟରେ ଆବାସ ଯୋଜନାରେ ଅନିୟମିତତା ଦେଖିବାକୁ ମିଳୁଛି। ଆବାସ ଦୁର୍ନୀତିର ତଦନ୍ତ କରାଯାଉ ଓ ପ୍ରକୃତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରି ଗୃହ ବଣ୍ଟନ କରାଯାଉ ବୋଲି ସେ ଦାବି କରିଛନ୍ତି।
ସ୍କୁଲ୍ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି: ରାଜ୍ୟ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟର ସ୍କୁଲ୍ ପାଠ୍ୟପୁସ୍ତକରେ ବ୍ୟାପକ ଛପା ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସେ କହିଛନ୍ତି ଯେ, ସରକାରଙ୍କ ଏପରି ଦାୟିତ୍ୱହୀନତା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପବିତ୍ର ବିଶ୍ୱାସକୁ ଭାଙ୍ଗି ଦେଇଛି।
ବିଦ୍ୟାଳୟର ପୁସ୍ତକ କେବଳ ବହି ନୁହେଁ, ପ୍ରତ୍ୟେକ ଶିଶୁ ପାଇଁ ଏହା ହେଉଛି ସତ୍ୟ ଓ ତଥ୍ୟ ସହ ପରିଚିତ ହେବାର ପ୍ରଥମ ମାଧ୍ୟମ ବୋଲି ନବୀନ ପଟ୍ଟନାୟକ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ନବୀନ ଆହୁରି ମଧ୍ୟ କହିଛନ୍ତି କି, ଶିଶୁଟିଏ ଅନେକ କଥାକୁ ପ୍ରଶ୍ନ କରିପାରେ, କିନ୍ତୁ ସ୍କୁଲ ପାଠ୍ୟପୁସ୍ତକରେ ଛପା ହୋଇଥିବା ଶବ୍ଦକୁ କେବେ ସନ୍ଦେହ କରେ ନାହିଁ। ପାଠ୍ୟପୁସ୍ତକ ପ୍ରତି ସେମାନଙ୍କର ଅଗାଧ ବିଶ୍ୱାସ ଓ ଆସ୍ଥା ରହିଥାଏ।
ସ୍କୁଲ ପାଠ୍ୟପୁସ୍ତକରୁ ଗୋଟିଏ ପୀଢ଼ି କେବଳ ତଥ୍ୟ ଶିଖେ ନାହିଁ, ବରଂ ବ୍ୟବସ୍ଥା ଓ ସମାଜ ପ୍ରତି ବିଶ୍ୱାସ ଏବଂ ଆସ୍ଥା ଗଢ଼ି ଉଠେ। ହେଲେ ଏବେ ସେହି ବିଶ୍ୱାସ କ୍ଷୁର୍ଣ୍ଣ ହୋଇଛି, କ୍ଷତି କେବଳ ମୁଦ୍ରଣ ତ୍ରୁଟିରେ ସୀମିତ ରହି ନାହିଁ; ଏହା ଆମ ପିଲାମାନଙ୍କ ଭବିଷ୍ୟତର ମୂଳଦୁଆ ଉପରେ ଆଘାତ ଦେଇଛି।
ସ୍କୁଲ ପାଠ୍ୟପୁସ୍ତକ ପ୍ରତି ଓଡ଼ିଶାର ବିଜେପି ସରକାର କରିଥିବା ଚରମ ଅବହେଳା ଏହି ପବିତ୍ର ବିଶ୍ୱାସକୁ ଭାଙ୍ଗି ଦେଇଛି। ଏହାର ଶିକାର ହୋଇଛନ୍ତି ଆମର ଲକ୍ଷ ଲକ୍ଷ ନିରୀହ ଛାତ୍ରଛାତ୍ରୀ; ଯେଉଁମାନେ ହେଉଛନ୍ତି ଓଡ଼ିଶାର ଭବିଷ୍ୟତ, ଆଗାମୀକାଲିର ବାର୍ତ୍ତାବହ।
ଭୁଲରେ ଭରା ପାଠ୍ୟପୁସ୍ତକ ଛାପିବା ଏବଂ ପରେ ସେଗୁଡ଼ିକୁ ପ୍ରତ୍ୟାହାର କରିବା ପ୍ରସଙ୍ଗରେ ବାରମ୍ବାର ନିଷ୍ପତ୍ତି ବଦଳାଇ, ପିଲାମାନଙ୍କ ଆସ୍ଥା ଓ ବିଶ୍ୱାସର ମୂଳଦୁଆକୁ ଦୁର୍ବଳ କରାଯାଉଛି।
ସରକାର ହୁଏତ ପରବର୍ତ୍ତୀ ସଂସ୍କରଣରେ ପାଠ୍ୟପୁସ୍ତକର ତ୍ରୁଟି ସୁଧାରିପାରନ୍ତି। କିନ୍ତୁ ଆମ ଓଡ଼ିଆ ପିଲାମାନଙ୍କର ଏକ ସମ୍ପୂର୍ଣ୍ଣ ପୀଢ଼ିର ବିଶ୍ୱାସକୁ ଭାଙ୍ଗିଦେବାକୁ ହୋଇଥିବା ଉଦ୍ୟମ ପାଇଁ ଉତ୍ତରଦାୟୀ କିଏ ହେବ? କୋମଳମତି ପିଲାମାନଙ୍କ ଆସ୍ଥା ଉପରେ ଯେଉଁ ଆଘାତ ହୋଇଛି, ତା'କୁ କ'ଣ କୌଣସି ସଂଶୋଧନ କେବେ ଭରିପାରିବ ବୋଲି ପ୍ରଶ୍ନ କରିଛନ୍ତି ନବୀନ ପଟ୍ଟନାୟକ । ସୂଚନାଯୋଗ୍ୟ ଯେ, ନିକଟରେ ବଣ୍ଟନ କରାଯାଇଥିବା ସ୍କୁଲ ବହିଗୁଡ଼ିକରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିବା ପରେ ବିରୋଧୀ ଦଳ ଓ ଅଭିଭାବକମାନେ ତୀବ୍ର ଆପତ୍ତି ଉଠାଇଛନ୍ତି।
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: ମୟୂରଭଞ୍ଜରେ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ହେବ ଶୁଭାରମ୍ଭ
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଉ କିଛି ସମୟ ପରେ ଓଡ଼ିଶାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ସହ ଏହି ଗସ୍ତରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ ଏକ ବିଶାଳ ସମାରୋହରେ ଦେଶର ଶୀର୍ଷ ଦୁଇ ସାମ୍ବିଧାନିକ ପଦାଧିକାରୀ ଏକାଠି ଯୋଗଦେବେ, ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଛି। ଏହି ମିଳିତ ଗସ୍ତ ଓଡ଼ିଶାର ରାଜନୈତିକ ଏବଂ ବିକାଶମୂଳକ ଦୃଶ୍ୟପଟ୍ଟକୁ ଜାତୀୟ ସ୍ତରରେ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ୪୭ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତିକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।
ଶନିବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ମିଳିତ ଭାବେ ରାଷ୍ଟ୍ରପତିଙ୍କ ଶାଶୂଘର ଗାଁ ପାହାଡ଼ପୁର ପରିଦର୍ଶନ କରିବେ। ସେଠାରେ ଉଭୟ ଅତିଥି ସାନ୍ତାଳୀ ଜାହେରା ଓ ହୋ ଜାହେରାରେ ପୂଜାର୍ଚ୍ଚନା କରିବେ। ଏହାଛଡ଼ା ଦକ୍ଷତା ବିକାଶ କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲ ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆଦିବାସୀ ଓ ଗ୍ରାମାଞ୍ଚଳରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ସାମାଜିକ-ଅର୍ଥନୈତିକ ସଶକ୍ତୀକରଣକୁ ବୃଦ୍ଧି କରିବା ଏହି ଗସ୍ତର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ।
ଅପରାହ୍ନ ପ୍ରାୟ ୧ଟା ସମୟରେ ରାଇରଙ୍ଗପୁରଠାରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ "ବିକାଶର ଧାରା, ଓଡ଼ିଶା ସାରା" ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସରକାରୀ ସୂତ୍ର ଅନୁଯାୟୀ, ଏହି ଅବସରରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ ରାଇରଙ୍ଗପୁରଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ମଧ୍ୟ ଉଦବୋଧନ ଦେବେ। ଦୁଇ ଭିଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ରାଇରଙ୍ଗପୁର ଓ ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ମୁର୍ମୁ ତାଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତର ଅଂଶସ୍ୱରୂପ ଶୁକ୍ରବାର ସନ୍ଧ୍ୟାରୁ ନିଜ ଜିଲ୍ଲା ମୟୂରଭଞ୍ଜରେ ପହଞ୍ଚିଛନ୍ତି।
ସୀମା ନିର୍ଦ୍ଧାରଣ ବିବାଦ: କେନ୍ଦ୍ରକୁ ଷ୍ଟାଲିନଙ୍କ ଚେତାବନୀ, ତାମିଲନାଡୁରେ କଳା ପତାକା ପ୍ରଦର୍ଶନ ପାଇଁ ଆହ୍ୱାନ
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ (MK Stalin) ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ବା ଡିଲିମିଟେସନ (Delimitation) ପ୍ରକ୍ରିୟାକୁ ତୀବ୍ର ବିରୋଧ କରିଛନ୍ତି। ନିଜ ପାର୍ଟି ଡିଏମକେ (DMK) ର ସାଂସଦ ଏବଂ ଜିଲ୍ଲାସ୍ତରୀୟ ନେତାମାନଙ୍କ ସହିତ ଏକ ଜରୁରୀକାଳୀନ ବୈଠକ କରିବା ପରେ ସେ କେନ୍ଦ୍ର ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। "ଜଣେ ଆତ୍ମସମ୍ମାନୀ ତାମିଲ ଭାବେ ମୁଁ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଉଛି," ବୋଲି ସେ ସ୍ପଷ୍ଟ ଭାବରେ କହିଛନ୍ତି।
କଳା ପତାକା ପ୍ରଦର୍ଶନ ପାଇଁ ଆହ୍ୱାନ
ଏହି ସୀମା ନିର୍ଦ୍ଧାରଣ ବିଲ୍‌କୁ 'ଏକ ବିରାଟ ଐତିହାସିକ ଅନ୍ୟାୟ' ବୋଲି ଅଭିହିତ କରି ଷ୍ଟାଲିନ ସମଗ୍ର ରାଜ୍ୟରେ ଏକ ବ୍ୟାପକ ଆନ୍ଦୋଳନର ଡାକରା ଦେଇଛନ୍ତି। ଗୁରୁବାର ଅର୍ଥାତ ଏପ୍ରିଲ ୧୬ ତାରିଖରେ ତାମିଲନାଡୁର କୋଣ ଅନୁକୋଣରେ ଥିବା ଘର ଓ ସାର୍ବଜନୀନ ସ୍ଥାନମାନଙ୍କରେ କଳା ପତାକା (Black Flag) ଉତ୍ତୋଳନ କରି ପ୍ରତିବାଦ ଜଣାଇବାକୁ ସେ ଆହ୍ୱାନ ଦେଇଛନ୍ତି। ଏହି ଜରୁରୀକାଳୀନ ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଧର୍ମପୁରୀ (Dharmapuri) ରୁ ପରିଚାଳିତ ହୋଇଥିଲା।
ଦକ୍ଷିଣ ରାଜ୍ୟଗୁଡ଼ିକ ପ୍ରତି ଅନ୍ୟାୟର ଅଭିଯୋଗ
ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଲୋକସଭା ଆସନ ସଂଖ୍ୟା ବର୍ତ୍ତମାନର ୫୪୩ ରୁ ୮୫୦ କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏକ ବିଲ୍ ଆଣିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାଦ୍ୱାରା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ରାଜନୈତିକ ପ୍ରଭାବ କମିଯିବ ବୋଲି ଷ୍ଟାଲିନ ଆଶଙ୍କା ପ୍ରକାଶ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, "ଭାରତର ପ୍ରଗତି ପାଇଁ ଦକ୍ଷିଣ ରାଜ୍ୟଗୁଡ଼ିକ ଯେଉଁ ଅବଦାନ ଦେଇଛନ୍ତି, ତାହା କ'ଣ ସେମାନଙ୍କ ପାଇଁ ଏକ ଅପରାଧ? ଏହା କ'ଣ ତାର ଶାସ୍ତି"?
ବିଜେପି (BJP) ନେତୃତ୍ୱାଧୀନ କେନ୍ଦ୍ର ସରକାର ନିଆଁ ସହ ଖେଳୁଛନ୍ତି ବୋଲି ଅଭିଯୋଗ କରି ଡିଏମକେ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କେନ୍ଦ୍ର ସରକାର ଏହି ବିଲ୍ ପ୍ରତ୍ୟାହାର ନକରନ୍ତି, ତେବେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ଏବଂ ଏଥିପାଇଁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ। ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ନିର୍ବାଚନ ମଝିରେ କେନ୍ଦ୍ର ଏହି ସ୍ୱତନ୍ତ୍ର ଅଧିବେଶନ ଡାକିବା ଏକ ବଳପୂର୍ବକ ପ୍ରୟାସ ବୋଲି ମଧ୍ୟ ସେ ସମାଲୋଚନା କରିଛନ୍ତି।
ଗଣତନ୍ତ୍ର ଓ ରାଜ୍ୟ ଅଧିକାରର ସୁରକ୍ଷା ପାଇଁ ଏକଜୁଟ୍ ହେବାକୁ ନିବେଦନ
ଏହି ପ୍ରସଙ୍ଗରେ କେବଳ ତାମିଲନାଡୁ ନୁହେଁ, ବରଂ ଅନ୍ୟ ରାଜ୍ୟଗୁଡ଼ିକର ସାଂସଦମାନଙ୍କ ସହିତ ଯୋଗାଯୋଗ କରି ଏକ ମିଳିତ ରଣନୀତି ପ୍ରସ୍ତୁତ କରିବାକୁ ଦଳ ପ୍ରୟାସ କରୁଛି। "ଏହା କୌଣସି ଦଳ ବା ବ୍ୟକ୍ତିବିଶେଷର କଥା ନୁହେଁ। ଏହା ଆମ ଲୋକଙ୍କ ଅଧିକାର ଓ ଗଣତନ୍ତ୍ରକୁ ରକ୍ଷା କରିବାର ସମୟ," ବୋଲି ଏମକେ ଷ୍ଟାଲିନ ସମସ୍ତ ବିରୋଧୀ ଦଳଗୁଡ଼ିକୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି।
ସାକ୍ଷୀଗୋପାଳ: ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ‘ସୁଭଦ୍ରା’ ଯୋଜନାର ଏକ ବଡ଼ ବ୍ୟତିକ୍ରମ ଦେଖାଯାଇଛି ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଲକ୍‌ରେ। ଜୀବିତ ଥିବା ୨୧ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ପୋର୍ଟାଲ୍‌ରେ ମୃତ ବୋଲି ଦର୍ଶାଯାଇଛି। ଫଳରେ ଉକ୍ତ ୨୧ ହିତାଧିକାରୀ ସୁଭଦ୍ରା ସହାୟତାରୁ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟା ସମାଧାନ ନିମନ୍ତେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନାହିଁ ବୋଲି ଉକ୍ତ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।
ସତ୍ୟବାଦୀ ବ୍ଲକ୍‌ ଅନ୍ତର୍ଗତ ନୂଆ ସମେଶ୍ୱରପୁର ପଞ୍ଚାୟତର ସୁଭଦ୍ରା ହିତାଧିକାରୀ ପ୍ରତିମା ମିଶ୍ର ସ୍ୱାମୀ ଗଙ୍ଗାଧର ମିଶ୍ର। ୧୯୮୮ରେ ତାଙ୍କର ଜନ୍ମ। ସୁଭଦ୍ରାର ପ୍ରଥମ କିସ୍ତି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସାକ୍ଷୀଗୋପାଳ ବ୍ରାଞ୍ଚରେ ଥିବା ଆକାଉଣ୍ଟ ଜରିଆରେ ସେ ପାଇଥିଲେ। ମାତ୍ର ଦ୍ୱିତୀୟ କିସ୍ତି ଟଙ୍କା ତାଙ୍କ ଆକାଉଣ୍ଟକୁ ଆସି ନ ଥିଲା। ଏ ସମ୍ପର୍କରେ ସେ ଏକ ଜନସେବା କେନ୍ଦ୍ରରେ ବୁଝାସୁଝା କରିଥିଲେ ହେଁ ସେଠାରେ ତାଙ୍କୁ ମୃତ ବୋଲି ଦର୍ଶାଯାଇ ଉକ୍ତ ଯୋଜନାରୁ ତାଙ୍କୁ ବାଦ୍‌ ଦିଆଯାଇଛି ବୋଲି ଜାଣିବାକୁ ପାଇଥିଲେ। ତୁରନ୍ତ ଏ ସମ୍ପର୍କରେ ସେ ବ୍ଲକ୍‌ରେ ଥିବା ସୁଭଦ୍ରା ହେଲ୍ପ ଡେସ୍କ ସହିତ ଯୋଗାଯୋଗ କରିଥିଲେ। ମାତ୍ର ତାଙ୍କ ଅଭିଯୋଗର କୌଣସି ପ୍ରତିକ୍ରିୟା ଏଯାଏଁ ମିଳିନଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଅଞ୍ଜଳି ପ୍ରଧାନ, ସିପ୍ରା ସାହୁ, ନିବେଦିତା ପ୍ରଧାନ ପ୍ରମୁଖଙ୍କୁ ମୃତ ଦର୍ଶାଇ ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ବଞ୍ଚିତ କରାଯାଇଛି।
ଗତ ଅକ୍ଷୟ ତୃତୀୟା ଦିନ ସତ୍ୟବାଦୀରେ ଅନୁଷ୍ଠିତ ଅଖିମୁଠି ଅନୁକୂଳ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ରଙ୍କୁ ଉକ୍ତ ହିତାଧିକାରୀମାନେ ଏ ସମ୍ପର୍କରେ ଅବଗତ କରିବା ସହ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଏହା ମଧ୍ୟରେ ଗତ ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ମିଳିସାରିଛି। ଏହି ହିତାଧିକାରୀମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ରହିଥିବାବେଳେ ଏହି ପ୍ରମୁଖ ସମସ୍ୟାର ସମାଧାନ କରିବା ନିମନ୍ତେ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ସତ୍ୟବାଦୀ ମହିଳା ଓ ଶିଶୁ ବିକାଶ ଅଧିକାରୀ ରାଜଲକ୍ଷ୍ମୀ ଦାଶ କହିଛନ୍ତି, ପ୍ରତିମା ମିଶ୍ର ଏ ସମ୍ପର୍କରେ ଆମ ବିଭାଗରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ମୁଁ ତାଙ୍କର ସମସ୍ତ ପ୍ରମାଣପତ୍ର ଯାଞ୍ଚ କରିବା ସହ ତାଙ୍କ ବିଷୟରେ ସମସ୍ତ ତଥ୍ୟ ଯୋଗାଡ଼ କରି ଘଟଣାର ସତ୍ୟତା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ସୁଭଦ୍ରା ଯୋଜନାରେ ସତ୍ୟବାଦୀ ବ୍ଲକ୍‌ରେ ୩୧ ଜଣ ହିତାଧିକାରୀ ପ୍ରଥମ କିସ୍ତି ପାଇସାରିବା ପରେ ସେମାନଙ୍କୁ ସୁଭଦ୍ରା ପୋର୍ଟାଲରେ ମୃତ ଦର୍ଶାଯାଇଛି। ସେଥିମଧ୍ୟରୁ ଆମ ବିଭାଗ ପକ୍ଷରୁ ପ୍ରତ୍ୟକ୍ଷ ଭାବରେ ଯାଞ୍ଚ କରାଯାଇଥିଲା। ସମୁଦାୟ ୩୧ ମୃତ ହିତାଧିକାରୀଙ୍କ ମଧ୍ୟରେ ଏବେ ୨୧ ଜଣ ଜୀବିତ ରହିଥିବାବେଳେ ୧୦ ଜଣ ହିତାଧିକାରୀଙ୍କର ପ୍ରକୃତରେ ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଖୁବ୍‌ଶୀଘ୍ର ସଂଶୋଧନ କରାଯିବା ସହ ବାଦ୍‌ ପଡ଼ିଥିବା ଏହି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ୍‌ କରି ସହାୟତା ଅର୍ଥ ପ୍ରଦାନ କରାଯିବ।
ବିଜେଡି ସରକାର କମାଇଥିଲେ, ନୂଆ ବିଜେପି ସରକାର ବଢାଇବେ, ଚାରି ବର୍ଷ ପରେ ବଢ଼ିବ ବିଜୁଳି ଦର!
ଭୁବନେଶ୍ୱର: ରାଜ୍ୟରେ ବଢ଼ିବ କି ବିଜୁଳି ଶୁଳ୍କ ? ଗତ କିଛିଦିନ ହେଲା ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ବିଦ୍ୟୁତ୍‌ ଉତ୍ପାଦକ ଓ ବିତରକ କମ୍ପାନୀଗୁଡ଼ିକ ଶୁଳ୍କ ବୃଦ୍ଧି ନିମନ୍ତେ ଓଇଆର୍‌ସିର ଭାରପ୍ରାପ୍ତ ଅଧ୍ୟକ୍ଷ ଓ ପରାମର୍ଶଦାତା କମିଟି ନିକଟରେ ନିଜର ପକ୍ଷ ରଖିଛନ୍ତି। ଗ୍ରୀଡ଼୍‌କୋ ନିଜ କ୍ଷତି ଭରଣା ନିମନ୍ତେ ୟୁନିଟ୍‌ ପିଛା ୫୪ ପଇସା ଶୁଳ୍କ ବୃଦ୍ଧି ଦାବି କରିଛି । ସେହିପରି ଓପିଜିସି, ଓପିଟିସିଏଲ୍‌, ଓଏଚ୍‌ପିସି ଆଦି ଉତ୍ପାଦକ ସଂସ୍ଥା ଓ ଟାଟା ପାୱାର ପରି ବିତରକ ସଂସ୍ଥା ମଧ୍ୟ ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ସରକାର ଯଦି ବିଦ୍ୟୁତ୍‌ ବିତରକ ଓ ଉତ୍ପାଦକ ସଂସ୍ଥାର ଦାବିକୁ ମାନି ନିଅନ୍ତି ତେବେ ୪ ବର୍ଷ ପରେ ପୁଣି ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ନୂଆ ଅଧ୍ୟକ୍ଷ ନିଯୁକ୍ତି ପରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଘୋଷଣା ହୋଇପାରେ ବୋଲି କୁହାଯାଉଛି।
ରାଜ୍ୟରେ ଶେଷ ଥର ପାଇଁ ୨୦୨୧ ମାର୍ଚ୍ଚ ମାସରେ ବିଦ୍ୟୁତ୍‌ ଦର ବୃଦ୍ଧି ପାଇଥିଲା। ୨୦୨୨ ଓ ୨୦୨୩ ମସିହାରେ ଶୁଳ୍କ ଅପରିବର୍ତ୍ତିତ ଥିବାବେଳେ ୨୦୨୪ରେ ତତ୍‌କାଳୀନ ସରକାର ଘରୋଇ ଉପଭୋକ୍ତାଙ୍କ ପାଇଁ ୟୁନିଟ୍‌ ପିଛା ୧୦ ପଇସା ଶୁଳ୍କ ହ୍ରାସ କରିଥିଲେ। ସମ୍ପ୍ରତି ଘରୋଇ ଉପଭୋକ୍ତାମାନେ ପ୍ରଥମ ୫୦ ୟୁନିଟ୍‌ ପାଇଁ ୨ ଟଙ୍କା ୯୦ ପଇସା, ୫୧ରୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ୪ ଟଙ୍କା ୭୦ ପଇସା ଓ ୨୦୦-୪୦୦ ୟୁନିଟ୍‌ ପାଇଁ ୫ ଟଙ୍କା ୭୦ ପଇସା ଓ ୪୦୦ରୁ ଅଧିକ ୟୁନିଟ୍‌ ପାଇଁ ୬ ଟଙ୍କା ୧୦ ପାଇସା ପ୍ରଦାନ କରୁଛନ୍ତି। ମାତ୍ର ସରକାର ପରିବର୍ତ୍ତନ ପରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଆଶଙ୍କା ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଗୋଟିଏ ପଟେ ପରିବା, ତେଲ, ଗ୍ୟାସ୍‌ ଆଦି ଜରୁରୀ ସାମଗ୍ରୀର ଦରବୃଦ୍ଧି, ଲୋକଙ୍କ ଆର୍ଥିକ ସ୍ଥିତି ବିଗାଡୁ଼ଥିବା ବେଳେ ଅନ୍ୟପଟେ ବିଦ୍ୟୁତ୍‌ ଦେୟ ବୃଦ୍ଧି ଆଶଙ୍କା ସାଧାରଣ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।
ଗତ ସାଧାରଣ ନିର୍ବାଚନ ବେଳେ ଉଭୟ ବିଜେଡି ଓ ବିଜେପି ଲୋକଙ୍କୁ ମାଗଣା ବିଦ୍ୟୁତ୍‌ର ପ୍ରତିଶୃତି ଦେଇଥିଲେ। କ୍ଷମତାକୁ ପ୍ରତ୍ୟାବର୍ତ୍ତନ କଲେ ସରକାର ୧୦୦ ୟୁନିଟ୍‌ ମାଗଣା ବିଜୁଳି ଯୋଗାଇ ଦେବେ ଓ ଜୁଲାଇମାସରୁ ଉପଭୋକ୍ତାମାନେ ବିଜୁଳି ବିଲ୍‌ ଦେବେ ବୋଲି ବିଜେଡି ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା। ଅପରପକ୍ଷରେ ସରକାର ଗଢ଼ିଲେ ରାଜ୍ୟବାସୀଙ୍କୁ ୩୦୦ ୟୁନିଟ୍‌ ମାଗଣା ବିଜୁଳି ପ୍ରଦାନ କରାଯିବ ବୋଲି ବିଜେପି ନେତାମାନେ ନିର୍ବାଚନୀ ସଭାରେ ଘୋଷଣା କରିଥିଲେ। ସେହିପରି ସୂର୍ଯ୍ୟଘର ଯୋଜନାରେ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଯୋଗାଇବା ପାଇଁ ଦଳ ନିର୍ବାଚନୀ ସଂକଳ୍ପ ପୁସ୍ତକରେ ଉଲ୍ଲେଖ କରିଥିଲା। ମାତ୍ର କ୍ଷମତାକୁ ଆସିବା ପରେ ରାଜ୍ୟ ଶକ୍ତିମନ୍ତ୍ରୀ ମାଗଣା ବିଜୁଳି ଘୋଷଣା କଥାକୁ ଫାଙ୍କି ଦେଲେ। ଲୋକଙ୍କୁ ମାଗଣା ବିଜୁଳି ତ ମିଳିଲା ନାହିଁ, ଏବେ ବିଜୁଳି ଶୁଳ୍କ ବୃଦ୍ଧି ମସୁଧା ପରେ ଉପଭୋକ୍ତାଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଛି। ବିଜୁଳି ବିତରକ ଓ ଉତ୍ପାଦକ ସଂସ୍ଥାର ଦାବିକୁ ସରକାର ଯଦି ମାନି ନିଅନ୍ତି, ତେବେ ୟୁନିଟ୍‌ ପିଛା ଅତି କମ୍‌ରେ ୭୨ ପଇସାରୁ ୯୧ ପଇସା ପର୍ଯ୍ୟନ୍ତ ବୃଦ୍ଧି ଆଶଙ୍କା ରହିଛି।
ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ବିତରକ କମ୍ପାନୀ ଓ ଉତ୍ପାଦକ ସଂସ୍ଥାମାନେ ସେମାନଙ୍କ ଦାବି ଉପସ୍ଥାପନ କରିଥିବାବେଳେ ଓଇଆର୍‌ସି କୌଣସି ରାୟ ପ୍ରଦାନ କରିନାହାନ୍ତି । ସମ୍ପ୍ରତି ଓଇଆର୍‌ସିରେ କେହି ଅଧ୍ୟକ୍ଷ ନାହାନ୍ତି । ତେଣୁ ନୂଆ ଅଧ୍ୟକ୍ଷ ନିଯୁକ୍ତି ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ବିଦ୍ୟୁତ୍‌ ଦେୟ ବୃଦ୍ଧିକୁ ନେଇ ସାଧାରଣ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ନିରବତା ଏହି ପ୍ରସଙ୍ଗକୁ ବଳ ଯୋଗାଉଛି। ତେଣୁ ରାଜ୍ୟରେ ବିଦ୍ୟୁତ୍‌ ଦର ବୃଦ୍ଧି ଘୋଷଣା ହେବା ପୂର୍ବରୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସମସ୍ତ ବିରୋଧୀ ରାଜନୈତିକ ଦଳ ସମେତ ଅନ୍ୟାନ୍ୟ ସଂଗଠମାନେ ଆନ୍ଦୋଳନ ପାଇଁ ମେଳି ବାନ୍ଧୁଛନ୍ତି। ଯଦି ରାଜ୍ୟରେ ପଇସାଟିଏ ବି ବିଦ୍ୟୁ୍‌ତ ଦେୟ ବୃଦ୍ଧି ହୁଏ ତେବେ ରାଜ୍ୟ ସରକାରଙ୍କ ପାଇଁ ଏହା ବଡ଼ ଆହ୍ୱାନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି