Union Minister's Daughter - The Sakala
ମୁମ୍ବଇ : ମହାରାଷ୍ଟ୍ରର ଜଲଗାଓଁରେ ବିଜେପି ନେତ୍ରୀ ତଥା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖାଡ଼ସେଙ୍କ ଝିଅକୁ ଅସଦାଚରଣ ସହିତ ନିର୍ଯାତନା ଦିଆଯିବା ଘଟଣାରେ ରାଜନୈତିକ ବିବାଦ ଜୋର ଧରିଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ର ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଖୋଦ କେନ୍ଦ୍ରମନ୍ତ୍ରୀ ରକ୍ଷା ପ୍ରଶ୍ନ ଉଠାଇଥିଲା ବେଳେ ବିରୋଧୀ ମଧ୍ୟ ଏହାକୁ ନିଶାଣ କରି ସମାନ ପ୍ରଶ୍ନ ଉଠାଇଛନ୍ତି। ଯେଉଁଠି ମହାରାଷ୍ଟ୍ର ଭଳି ଏକ ବିଜେପି ଶାସିତ ରାଜ୍ୟରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ ସୁରକ୍ଷିତ ନୁହେଁ ସେଠାରେ ଅନ୍ୟମାନଙ୍କ ସ୍ଥିତି କ’ଣ ହେବ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ତେବେ ରକ୍ଷାଙ୍କ ଏତଲା ଅନୁସାରେ ପୁଲିସ ଘଟଣାର ପ୍ରାଥମିକ ଯାଞ୍ଚ କରି ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ବିରୋଧରେ ପକ୍ସୋ ଆଇନ ଅନୁସାରେ ମାମଲା ରୁଜୁ ହେବା ସହିତ ସେ କେନ୍ଦ୍ରମନ୍ତ୍ରୀଙ୍କ ଝିଅର ଫଟୋ ଜୋର ଜବରଦସ୍ତି ଉଠାଇଥିବାରୁ ଆଇଟି ଆଇନ ଅନୁସାରେ ମଧ୍ୟ ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି।
କେନ୍ଦ୍ରମନ୍ତ୍ରୀ ରକ୍ଷା ଦେଇଥିବା ଏତଲା ଅନୁସାରେ ଶିବରାତ୍ରୀରେ କୋଥାଲିରେ ପ୍ରତି ବର୍ଷ ଏକ ମେଳା ଆୟୋଜନ କରାଯାଇଥିଲା ବେଳେ ଚଳିତ ବର୍ଷ ମେଳା ଦେଖିବାକୁ ତାଙ୍କ ଝିଅ ପୂର୍ବଦିନ କୋଥାଲି ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ କିଛି ଯୁବକ ଅସଦାଚରଣ କରିଥିଲେ। ଅଭିଯୁକ୍ତ ଜଣକ କେବଳ କେନ୍ଦ୍ରମନ୍ତ୍ରୀଙ୍କ ଝିଅ ନୁହେଁ, ବରଂ ମେଳାକୁ ଆସିଥିବା ଅନ୍ୟ କିଛି ଝିଅଙ୍କୁ ମଧ୍ୟ ହଇରାଣ ହରକତ୍‌ କରିଥିଲେ ବୋଲି ମୁକ୍ତିନଗର ଡେପୁଟି ଏସପି କହିଛନ୍ତି।
ବର୍ତ୍ତମାନ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ଏହି ମାମଲାରେ ଜଡ଼ିତ ଥିବା ଅନ୍ୟମାନଙ୍କୁ ଖୋଜା ଚାଲିଛି ବୋଲି ସେ କହିଛନ୍ତି। ତେବେ ଏଭଳି ଘଟଣାରେ କେନ୍ଦ୍ରମନ୍ତ୍ରୀ ରକ୍ଷା ଖାଡ଼ସେ ମହାରାଷ୍ଟ୍ର ସରକାରଙ୍କ ପ୍ରତି ଅଙ୍ଗୁଳି ଉଠାଇଛନ୍ତି। ବିଶେଷକରି ଆଇନ ଶୃଙ୍ଖଳାକୁ ନେଇ ସେ ପ୍ରଶ୍ନ ଉଠାଇବା ସହିତ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ରହିଥିବ ବୋଲି ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍‌ କହିଛନ୍ତି ଯେ, ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଥିଲେ ସେମାନେ ଏକ ରାଜନୈତିକ ଦଳର ଛତ୍ରଚାୟା ତଳେ ରହିଛନ୍ତି। ଏହି ଘଟଣାକୁ ସେ ଦୃଢ ନିନ୍ଦା କରିବା ସହିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଏହି ଘଟଣାକୁ ନିନ୍ଦା କରି ଅଭିଯୁକ୍ତମାନେ ନିୟମିତ ଅପରାଧ କରି ଆସୁଥିବାର ତଥ୍ୟ ରହିଛି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।