District Administration - The Sakala

ମୟୂରଭଞ୍ଜରେ ପ୍ରବଳ ବର୍ଷା ଲାଗି ସତର୍କତା: ସ୍କୁଲ ଛୁଟି ଘୋଷଣା, ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଆସନ୍ତା ଅଗଷ୍ଟ ୮ ତାରିଖ ଶନିବାର ଦିନ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଏହି ଛୁଟି ଆଦେଶ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ଲାଗୁ ହେବ। ବର୍ତ୍ତମାନର ପାଗ ପରିସ୍ଥିତିକୁ ଦେଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଶାସନିକ ଅଧିକାରୀମାନେ ପ୍ରକାଶ କରିଛନ୍ତି। ପ୍ରବଳ ବର୍ଷା ସମୟରେ ଯାତାୟାତ ଜନିତ ବିପଦକୁ ଏଡ଼ାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ କଡ଼ା ନଜର ରଖିଛି। ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଥିବା ଅଞ୍ଚଳଗୁଡ଼ିକର ସ୍ଥିତି ଅନୁଧ୍ୟାନ କରାଯାଉଛି। ବର୍ଷା ପରିମାଣ ଆହୁରି ବଢ଼ିବାର ସମ୍ଭାବନା ଥିବାରୁ, ପ୍ରାଥମିକ ସ୍ତରରେ ବିଦ୍ୟାଳୟଗୁଡ଼ିକୁ ଗୋଟିଏ ଦିନ ପାଇଁ ବନ୍ଦ ରଖିବାକୁ କୁହାଯାଇଛି।

କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ନିଜ ନିଜର ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପାଗ ଖରାପ ହେଲେ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରଶାସନିକ ଟିମ୍ ଯେପରି ସର୍ବଦା ପ୍ରସ୍ତୁତ ରହିବେ, ତାହା ସୁନିଶ୍ଚିତ କରିବା ଏହି ଆଦେଶର ମୂଳ ଲକ୍ଷ୍ୟ ଅଟେ।

ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ରହିବା ସହ ଆବଶ୍ୟକ ସମୟରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି। ଏଥି ସହିତ, ପ୍ରବଳ ବର୍ଷା ସମୟରେ ସତର୍କ ରହିବାକୁ ଏବଂ ଅଯଥା ଯାତ୍ରା ନକରିବାକୁ ମୟୂରଭଞ୍ଜ ବାସିନ୍ଦାଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା: ଖୋର୍ଦ୍ଧା ଜିଲ୍ଲାରେ ୩୧ ତାରିଖ ଯାଏଁ ସମସ୍ତ ସ୍କୁଲ୍‌ ଛୁଟି
ଭୁବନେଶ୍ୱର: ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଥିବା ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।

ଖୋର୍ଦ୍ଧା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଏକ ଜରୁରୀକାଳୀନ ଚିଠି ମାଧ୍ୟମରେ ଏହି ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶାନୁସାରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ୍, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ସମସ୍ତ ସରକାରୀ, ବେସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVs) ଗୁଡ଼ିକ ଜୁଲାଇ ୩୦ ଏବଂ ଜୁଲାଇ ୩୧ ତାରିଖରେ ବନ୍ଦ ରହିବ।

ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ବିଦ୍ୟାଳୟ ଗୁଡିକୁ ଛୁଟି ଘୋଷଣା କରିବା ସହିତ ଆସନ୍ତାକାଲି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନେ ଯେପରି ସୁରକ୍ଷିତ ଭାବେ ନିଜ ଘରକୁ ଫେରିପାରିବେ, ସେଥିପାଇଁ ଜୁଲାଇ ୩୦ ତାରିଖରେ ସକାଳୁ ସଅଳ ମଧ୍ୟାହ୍ନ ଭୋଜନ (MDM) ପ୍ରଦାନ କରିବାକୁ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ତେବେ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଛୁଟି ଥିଲେ ମଧ୍ୟ ସମସ୍ତ ଶିକ୍ଷକ ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟମିତ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହିବେ।

ପ୍ରଶାସନ ପକ୍ଷରୁ ଆଗାମୀ ୪ ଦିନ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କ କୌଣସି ପ୍ରକାରର ଛୁଟି (Casual Leave) ନେବା ଉପରେ କଡ଼ା କଟକଣା ଲଗାଯାଇଛି। ଆବଶ୍ୟକ ପଡ଼ିଲେ ସ୍କୁଲ୍ କୋଠା ଏବଂ ଅନ୍ୟାନ୍ୟ ସୁବିଧାକୁ ରିଲିଫ୍ କେନ୍ଦ୍ର ଭାବରେ ବ୍ୟବହାର କରାଯିବ ବୋଲି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିନା କାରଣରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ଆସନ୍ତା ଅଗଷ୍ଟ ୧, ୨୦୨୬ ତାରିଖରେ ସ୍କୁଲ୍ ଗୁଡ଼ିକ ପୁନର୍ବାର ଖୋଲିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୂତ୍ରରୁ ସୂଚନା ମିଳିଛି।

ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ନେଇ ସନ୍ଦେହ : ଏ ଯାଏଁ ସରକାରଙ୍କ ପକ୍ଷରୁ ଜିଲ୍ଲା କି ବ୍ଲକ୍‌କୁ ହୋଇନି ଚିଠି
ଭୁବନେଶ୍ୱର : ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିଜୁ ପଟ୍ଟନାୟକଙ୍କ ଅନବଦ୍ୟ ଅବଦାନ ନିମନ୍ତେ ଦୀର୍ଘବର୍ଷ ହେଲା ଓଡ଼ିଶାରେ ତାଙ୍କ ଜନ୍ମ ଦିବସ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି । ମାତ୍ର ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖରେ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ପାଳନ କରିବେ କି ନାହିଁ ତାହାକୁ ନେଇ ବିଭିନ୍ନ ବ୍ଲକ୍‌ ଓ ପଞ୍ଚାୟତସ୍ତରରେ ସନ୍ଦେହ ସୃଷ୍ଟି ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳର ପଞ୍ଚାୟତିରାଜ ପ୍ରତିନିଧିମାନେ ଏହାକୁ ନେଇ ଏବେ ବି ସଂଶୟ ମଧ୍ୟରେ ରହିଛନ୍ତି ।

ଆଜି ସୋମବାର ପରେ ହାତରେ ମାତ୍ର ଆଉ ଗୋଟିଏ କାର୍ଯ୍ୟଦିବସ ରହିଛି । ମାତ୍ର ଏ ପର୍ଯ୍ୟନ୍ତ ପଞ୍ଚାୟତିରାଜ ବିଭାଗ ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ପ୍ରସ୍ତୁତି ନ ହେବା, ଜିଲ୍ଲା ଓ ବ୍ଲକ୍‌ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ପଠା ନ ଯିବା ଏହି ଆଶଙ୍କାକୁ ଦୃଢ଼ୀଭୂତ କରିଛି। ଏପରିକି ଏହି ଦିନ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନ ପାଳନ ହେଉଥିବାରୁ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ନିମନ୍ତେ ସରକାର ଆଗ୍ରହୀ ନ ଥିବା ମଧ୍ୟ କୁହାଯାଉଛି। ଯଦିଓ ସରକାର ଏ ସମ୍ପର୍କରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇନାହାନ୍ତି, କିଛି ପ୍ରଶାସନିକ ଅଧିକାରୀ ଏଥିପାଇଁ ଅବାଞ୍ଛିତ ତତ୍ପରତା ପ୍ରକାଶ କରୁଥିବା ସୂଚନା ମିଳିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ ହୋଇଥିଲା। ଏମିତି କି କ୍ଷମତା ବିକେନ୍ଦ୍ରୀକରଣ ସହ ମହିଳାମାନଙ୍କୁ କିପରି ଅଧିକ ନେତୃତ୍ୱ ଦିଆଯାଇପାରିବା ତାକୁ ଆଖି ଆଗରେ ରଖି ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନିମନ୍ତେ ବିଜୁ ପଟ୍ଟନାୟକ ପଦକ୍ଷେପ ନେଇଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିଜୁ ବାବୁଙ୍କର ରହିଥିବା ଅବଦାନ ନିମନ୍ତେ ଦୀର୍ଘବର୍ଷ ହେଲା ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ହେଉଛି। ଏଥିପାଇଁ ପ୍ରତିବର୍ଷ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ଯୋଗ ଦେଇ ପଞ୍ଚାୟତସ୍ତରୀୟ ନେତୃବୃନ୍ଦଙ୍କୁ ସମ୍ବୋଧିତ କରୁଥିଲେ। ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ ମଧ୍ୟ କାର୍ଯ୍ୟକ୍ରମକୁ ଧୁମ୍‌ଧାମରେ ପାଳନ କରାଯାଉଥିଲା ଏବଂ ପରବର୍ତ୍ତୀ ସମୟରେ ଏହି ଦିନଟିକୁ ସରକାରୀ ଛୁଟି ଭାବେ ମଧ୍ୟ ବିବେଚନା କରାଯାଇ ଆସୁଛି। ମାତ୍ର ଚଳିତ ବର୍ଷ ପଞ୍ଚାୟତିରାଜ ଦିବସ ପାଳନ ନିମନ୍ତେ ସରକାର କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ପାଳନର ଢେ଼ର ବର୍ଷ ପରେ ଦେଶରେ ୨୦୧୦ରୁ ଏପ୍ରିଲ ୨୪କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ବିଜେପି ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରୁଛନ୍ତି। ତେଣୁ ଅନ୍ୟ ରାଜ୍ୟ ପରି ଓଡ଼ିଶା ସରକାର ଏପ୍ରିଲ ୨୪କୁ ପଞ୍ଚାୟତିରାଜ ଦିବସ ପାଳନ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି । ଏ ସମ୍ପର୍କରେ ସରକାରଙ୍କ ଜଣେ ଉଚ୍ଚ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି ଯେ ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ସଂକ୍ରାନ୍ତରେ ସରକାରୀସ୍ତରରେ ଏଯାଏ ଆଲୋଚନା ହୋଇ ନାହିଁ କିମ୍ବା କୌଣସି ପଞ୍ଚାୟତିରାଜ ସଂସ୍ଥାକୁ ଚିଠି କରାଯାଇ ନାହିଁ। ଯେହେତୁ ପୂର୍ବତନ ମୁଖ୍ୟନ୍ତ୍ରୀଙ୍କ ଜନ୍ମ ଦିନରେ ଏହି କାର୍ଯ୍ୟକ୍ରମ ପୂର୍ବରୁ ପାଳନ କରାଯାଉଥିଲା, ଏଥର ତାହା ଆୟୋଜନ ହେବ କି ନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି ।