Space Exploration - The Sakala
ସୁରକ୍ଷିତ ଭାବେ ପୃଥିବୀକୁ ଫେରିଲା 'ଆର୍ଟେମିସ୍-୨': ୧୦ ଦିନର ଚନ୍ଦ୍ର ଅଭିଯାନ ପରେ ପ୍ରଶାନ୍ତ ମହାସାଗରରେ ସଫଳ ଅବତରଣ
ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ପରେ ମଣିଷକୁ ନେଇ ଚନ୍ଦ୍ର ଅଭିମୁଖେ ଯାଇଥିବା ନାସା (NASA) ର ଐତିହାସିକ ଅନ୍ତରୀକ୍ଷ ମିଶନ ଆର୍ଟେମିସ୍-୨ (Artemis II) ସଫଳତାର ସହ ପୃଥିବୀକୁ ଫେରିଛି। ଶୁକ୍ରବାର ଦିନ (୧୦ ଏପ୍ରିଲ ୨୦୨୬) ଆମେରିକାର ସାନ ଡିଏଗୋ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ଓରିଅନ୍ କ୍ୟାପସୁଲ୍ ବା 'ଇଣ୍ଟିଗ୍ରିଟି' ସୁରକ୍ଷିତ ଭାବେ ସ୍ପ୍ଲାସ୍‌ଡାଉନ୍ (Splashdown) କରିଛି। ଏହା ସହିତ ଏହି ମିଶନରେ ଯାଇଥିବା ଚାରି ଜଣ ମହାକାଶଚାରୀ ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି।
ଐତିହାସିକ ରେକର୍ଡ ଓ ମହାକାଶଚାରୀ
ଏହି ୧୦ ଦିନିଆ ଚନ୍ଦ୍ର ଯାତ୍ରାରେ ମୋଟ ୪ ଜଣ ମହାକାଶଚାରୀ ସାମିଲ ଥିଲେ। ସେମାନେ ହେଲେ ନାସାର କମାଣ୍ଡର ରିଡ୍ ୱାଇଜମ୍ୟାନ୍ (Reid Wiseman), ପାଇଲଟ୍ ଭିକ୍ଟର ଗ୍ଲୋଭର (Victor Glover), ମିଶନ୍ ସ୍ପେଶାଲିଷ୍ଟ ଖ୍ରୀଷ୍ଟିନା କୋଚ୍ (Christina Koch) ଏବଂ କାନାଡା ସ୍ପେସ୍ ଏଜେନ୍ସିର ମହାକାଶଚାରୀ ଜେରେମି ହାନ୍‌ସେନ୍ (Jeremy Hansen)। ଏହି ମିଶନ ଆପୋଲୋ-୧୭ (୧୯୭୨) ପରେ ପ୍ରଥମ ଥର ପାଇଁ ମଣିଷକୁ ନେଇ ଚନ୍ଦ୍ର ନିକଟତର ହୋଇଥିଲା। କେବଳ ସେତିକି ନୁହେଁ, ଏହି ମହାକାଶଯାନ ପୃଥିବୀଠାରୁ ପ୍ରାୟ ୨,୫୨,୭୫୬ ମାଇଲ୍ ଦୂରକୁ ଯାଇ ମାନବ ମହାକାଶ ଉଡ଼ାଣ ଇତିହାସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।
ସଫଳ ଅବତରଣର ରୋମାଞ୍ଚକର ମୁହୂର୍ତ୍ତ
ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ଓରିଅନ୍ କ୍ୟାପସୁଲ୍‌ର ବେଗ ଘଣ୍ଟା ପ୍ରତି ପ୍ରାୟ ୨୫,୦୦୦ ମାଇଲ୍ ଥିଲା ଏବଂ ଏହାର ତାପମାତ୍ରା ପ୍ରାୟ ୫,୦୦୦ ଡିଗ୍ରୀ ଫାରେନ୍‌ହାଇଟ୍ ରେ ପହଞ୍ଚିଥିଲା। ଏହି ସମୟରେ ପ୍ରାୟ ୬ ମିନିଟ୍ ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତେବେ ତିନୋଟି ବୃହତ୍ ଲାଲ୍ ଏବଂ ଧଳା ପାରାସୁଟ୍ ସାହାଯ୍ୟରେ ଇଷ୍ଟର୍ଣ୍ଣ ଟାଇମ୍ ରାତି ୮:୦୭ ରେ ଏହା ସୁରକ୍ଷିତ ଭାବେ ସମୁଦ୍ରରେ ଅବତରଣ କରିଥିଲା।
ଭବିଷ୍ୟତ ପାଇଁ ନୂଆ ରାସ୍ତା ଉନ୍ମୁକ୍ତ
ଆମେରିକୀୟ ନୌସେନା ଏବଂ ନାସାର ମିଳିତ ଉଦ୍ଧାରକାରୀ ଦଳ ହେଲିକପ୍ଟର ଯୋଗେ ମହାକାଶଚାରୀମାନଙ୍କୁ ଉଦ୍ଧାର କରି ୟୁଏସ୍ଏସ୍ ଜନ୍ ପି. ମୁର୍ଥା (USS John P. Murtha) ନାମକ ଜାହାଜକୁ ଆଣିଥିଲେ, ଯେଉଁଠାରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଆର୍ଟେମିସ୍-୨ ର ଏହି ଅଦ୍ଭୁତପୂର୍ବ ସଫଳତା ନାସାର ଆଗାମୀ ମିଶନ ଆର୍ଟେମିସ୍-୩ (Artemis III) ଏବଂ ଆର୍ଟେମିସ୍-୪ (Artemis IV) ପାଇଁ ଏକ ଦୃଢ଼ ମୂଳଦୁଆ ପକାଇଛି, ଯାହା ମାଧ୍ୟମରେ ମଣିଷ ପୁଣି ଥରେ ଚନ୍ଦ୍ର ପୃଷ୍ଠରେ ପାଦ ଥାପିବାକୁ ଲକ୍ଷ୍ୟ ରଖିଛି।
ନାସାର ଆର୍ଟେମିସ୍-୨ ମିଶନରେ ସମସ୍ୟା: ଓରିଅନ୍ ମହାକାଶଯାନରେ ଖରାପ ହେଲା ୨୩ ନିୟୁତ ଡଲାର୍ ମୂଲ୍ୟର ଶୌଚାଳୟ
ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା (NASA) ର ଐତିହାସିକ ଆର୍ଟେମିସ୍-୨ (Artemis 2) ମିଶନ ଏବେ ଚନ୍ଦ୍ର ପରିକ୍ରମା ସାରି ପୃଥିବୀ ଅଭିମୁଖେ ଫେରୁଛି। ତେବେ ଏହି ଯାତ୍ରା ସମୟରେ ଓରିଅନ୍ (Orion) ମହାକାଶଯାନରେ ଥିବା ପ୍ରାୟ ୨୩ ନିୟୁତ ଡଲାର୍ ମୂଲ୍ୟର ସ୍ପେସ୍ ଟଏଲେଟ୍ ବା ଶୌଚାଳୟରେ ବଡ଼ ଧରଣର ତ୍ରୁଟି ଦେଖାଦେଇଛି। ବର୍ତ୍ତମାନ ଏହି ଶୌଚାଳୟର ୱେଷ୍ଟୱାଟର୍ (ବର୍ଜ୍ୟଜଳ) ସିଷ୍ଟମ୍ ଜାମ୍ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି।
କାହିଁକି ବନ୍ଦ ହେଲା ଶୌଚାଳୟର ସିଷ୍ଟମ୍?
ରିପୋର୍ଟ ଅନୁଯାୟୀ, ଓରିଅନ୍ ମହାକାଶଯାନର ଶୌଚାଳୟରୁ ପରିସ୍ରାକୁ ମହାକାଶକୁ ନିଷ୍କାସନ କରୁଥିବା ପାଇପ୍ କାମ କରିବା ବନ୍ଦ କରିଦେଇଛି। ନାସା ଅନୁମାନ କରୁଛି ଯେ ୟୁରିନ୍ ଟ୍ରିଟମେଣ୍ଟ ସିଷ୍ଟମରେ କୌଣସି ରାସାୟନିକ ପ୍ରତିକ୍ରିୟା କାରଣରୁ ଏହି ବ୍ଲକେଜ୍ ବା ଅବରୋଧ ସୃଷ୍ଟି ହୋଇଛି। ପ୍ରଥମେ ଇଞ୍ଜିନିୟରମାନେ ଭାବିଥିଲେ ଯେ ବରଫ ଜମିଯିବା କାରଣରୁ ପାଇପ୍ ଜାମ୍ ହୋଇଛି, କିନ୍ତୁ ମହାକାଶଯାନକୁ ସୂର୍ଯ୍ୟଙ୍କ ଆଡ଼କୁ ବୁଲାଇବା ଏବଂ ହିଟର୍ ଅନ୍ କରିବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନଥିଲା। ତେବେ ଆଶ୍ୱସ୍ତିର କଥା ହେଉଛି, ଶୌଚାଳୟର ମଳ ନିଷ୍କାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ୱାଭାବିକ ଭାବେ କାମ କରୁଥିବା ଜଣାପଡ଼ିଛି।
ମହାକାଶଚାରୀଙ୍କ ବିକଳ୍ପ ବ୍ୟବସ୍ଥା
ଏହି ମିଶନରେ ସାମିଲ ଥିବା ମହାକାଶଚାରୀ ଖ୍ରୀଷ୍ଟିନା କୋଚ୍ (Christina Koch) ଏହି ଘଟଣାକୁ ନେଇ ନିଜକୁ ମଜାରେ ଜଣେ 'ସ୍ପେସ୍ ପ୍ଲମ୍ବର' ବୋଲି କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ୟୁନିଭର୍ସାଲ୍ ୱେଷ୍ଟ୍ ମ୍ୟାନେଜମେଣ୍ଟ ସିଷ୍ଟମରୁ କିଛି ପୋଡ଼ା ଗନ୍ଧ ମଧ୍ୟ ଆସୁଥିଲା। ଶୌଚାଳୟ ଖରାପ ହେବା ପରେ ମହାକାଶଚାରୀମାନେ ପ୍ଲାନ୍-ବି (Plan-B) ଆପଣାଇଛନ୍ତି। ସେମାନେ ବର୍ତ୍ତମାନ ପରିସ୍ରା କରିବା ପାଇଁ 'କୋଲାପ୍ସିବଲ୍ କଣ୍ଟିଜେନ୍ସି ୟୁରିନ୍ ଡିସ୍ପୋଜାଲ୍ ଡିଭାଇସ୍' ନାମକ ସ୍ୱତନ୍ତ୍ର ପ୍ୟାକେଟ୍ ବା ବ୍ୟାଗ୍ ବ୍ୟବହାର କରୁଛନ୍ତି।
ନାସାର ପରବର୍ତ୍ତୀ ପଦକ୍ଷେପ
ଆର୍ଟେମିସ୍-୨ ମିଶନର ଫ୍ଲାଇଟ୍ ଡାଇରେକ୍ଟର୍ ରିକ୍ ହେନଫ୍ଲିଙ୍ଗ୍ (Rick Henfling) କହିଛନ୍ତି ଯେ ଟଏଲେଟ୍ ବର୍ତ୍ତମାନ ବି କାର୍ଯ୍ୟକ୍ଷମ ଅଛି, କିନ୍ତୁ ବର୍ଜ୍ୟଜଳ ଟ୍ୟାଙ୍କି ଖାଲି କରିବାରେ ଆମେ ସମସ୍ୟାର ସମ୍ମୁଖୀନ ହେଉଛୁ। ରାସାୟନିକ ପ୍ରତିକ୍ରିୟା ଯୋଗୁଁ କିଛି ଆବର୍ଜନା ସୃଷ୍ଟି ହୋଇ ଫିଲ୍ଟରକୁ ଜାମ୍ କରିଦେଇଥିବା ଅନୁମାନ କରାଯାଉଛି। ଆସନ୍ତା ଶୁକ୍ରବାର ଦିନ ଓରିଅନ୍ ମହାକାଶଯାନ ପୃଥିବୀ ପୃଷ୍ଠକୁ ଫେରି ପ୍ରଶାନ୍ତ ମହାସାଗରରେ ଅବତରଣ କରିବା ପରେ ଇଞ୍ଜିନିୟରମାନେ ଏହି ସମସ୍ୟାର ମୂଳ କାରଣ ଖୋଜି ବାହାର କରିବେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି ।
କ୍ରିଷ୍ଟିନା କୋଚ୍‌ଙ୍କ ପ୍ରେରଣାଦାୟୀ ବାର୍ତ୍ତା: 'ଯେଉଁ କାମ ଆପଣଙ୍କୁ ଭୟଭୀତ କରେ, ତାହାକୁ ନିଶ୍ଚୟ କରନ୍ତୁ'
ନାସା (NASA) ମହାକାଶଚାରୀ ଏବଂ ଆର୍ଟେମିସ୍-୨ (Artemis II) ମିଶନର ବିଶେଷଜ୍ଞ କ୍ରିଷ୍ଟିନା କୋଚ୍ (Christina Koch) ନିକଟରେ ଷ୍ଟେମ୍ (STEM - ବିଜ୍ଞାନ, ଜ୍ଞାନକୌଶଳ, ଇଞ୍ଜିନିୟରିଂ ଏବଂ ଗଣିତ) କ୍ଷେତ୍ରରେ ସଫଳତା ହାସଲ କରିବାକୁ ଚାହୁଁଥିବା ଯୁବତୀମାନଙ୍କ ପାଇଁ ଏକ ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ନିଜ ଜୀବନରେ ଆଗକୁ ବଢ଼ିବା ପାଇଁ ସବୁବେଳେ ସେହି କାମ କରିବା ଉଚିତ୍ ଯାହା ଆପଣଙ୍କୁ ଭୟଭୀତ କରିଥାଏ କିମ୍ବା ଆପଣଙ୍କ ସାମର୍ଥ୍ୟର ବାହାରେ ଥିବା ପରି ମନେହୁଏ।
୨୦୨୪ ମସିହା ନଭେମ୍ବର ୧୫ ତାରିଖରେ ଏକ ସାକ୍ଷାତକାର ସମୟରେ କ୍ରିଷ୍ଟିନା କୋଚ୍ ନିଜ ଅନୁଭୂତି ବାଣ୍ଟି କହିଥିଲେ ଯେ, "ମୋର ବାର୍ତ୍ତା ହେଉଛି ସବୁବେଳେ ସେହି କାମ କରନ୍ତୁ ଯାହା ଆପଣଙ୍କୁ ଭୟଭୀତ କରେ, ଯାହା ଆପଣଙ୍କୁ ଡରାଏ ଏବଂ ଯାହା ଆପଣଙ୍କ ସାମର୍ଥ୍ୟର ବାହାରେ ବୋଲି ଆପଣ ଭାବନ୍ତି। କାରଣ ଯେତେବେଳେ ଆପଣ ସେହି କାର୍ଯ୍ୟଗୁଡ଼ିକୁ ହାସଲ କରନ୍ତି, ଆପଣ ନିଜ ବିଷୟରେ ସବୁଠାରୁ ଅଧିକ କଥା ଶିଖିପାରନ୍ତି ଏବଂ ବିଶ୍ୱ ପାଇଁ ସବୁଠାରୁ ଅଧିକ ଅବଦାନ ଦେଇପାରନ୍ତି।"
ଏହି ବାର୍ତ୍ତାର ଅର୍ଥ କ'ଣ?
କ୍ରିଷ୍ଟିନାଙ୍କ ଏହି ପରାମର୍ଶର ମୂଳ ଉଦ୍ଦେଶ୍ୟ ହେଉଛି ନିଜର ଆରାମଦାୟକ ପରିସ୍ଥିତି (Comfort Zone) ରୁ ବାହାରି ଏପରି କିଛି କରିବା, ଯାହା ପ୍ରଥମେ କଷ୍ଟକର ମନେହୁଏ। କେବଳ ନିଜକୁ ଆହ୍ୱାନ ଦେବା ଦ୍ୱାରା ହିଁ ଜଣେ ନିଜର ପ୍ରକୃତ ସାମର୍ଥ୍ୟ ଏବଂ କ୍ଷମତାକୁ ଚିହ୍ନିପାରେ। ଯେତେବେଳେ ଆପଣ ନିଜ ସୀମାକୁ ପରୀକ୍ଷା କରନ୍ତି, ସେତେବେଳେ ଆପଣ ନିଜ ବ୍ୟକ୍ତିତ୍ୱର ଏକ ନୂଆ ଦିଗ ଦେଖିବାକୁ ପାଆନ୍ତି। ନୂତନ ଅନୁଭୂତି ଏବଂ ସମ୍ଭାବନାଗୁଡ଼ିକୁ ଅନୁସନ୍ଧାନ କରିବା ଦ୍ୱାରା ଦୁନିଆକୁ ଦେଖିବାର ଦୃଷ୍ଟିକୋଣ ମଧ୍ୟ ବଦଳିଯାଏ।
ମହାକାଶ ବିଜ୍ଞାନରେ କ୍ରିଷ୍ଟିନାଙ୍କ ଐତିହାସିକ ସଫଳତା
ମହାକାଶ ଗବେଷଣା କ୍ଷେତ୍ରରେ କ୍ରିଷ୍ଟିନା କୋଚ୍ ଅନେକ ଐତିହାସିକ ରେକର୍ଡ ନିଜ ନାମରେ କରିଛନ୍ତି। ୨୦୧୯ ରୁ ୨୦୨୦ ମସିହା ପର୍ଯ୍ୟନ୍ତ ସେ କ୍ରମାଗତ ଭାବରେ ୩୨୮ ଦିନ ମହାକାଶରେ ବିତାଇଥିଲେ, ଯାହାକି କୌଣସି ମହିଳା ମହାକାଶଚାରୀଙ୍କ ଦ୍ୱାରା ସବୁଠାରୁ ଲମ୍ବା ସମୟ ଧରି ମହାକାଶରେ ରହିବାର ଏକ ବିଶ୍ୱ ରେକର୍ଡ ଅଟେ। ଏହାବ୍ୟତୀତ ସେ ପ୍ରଥମ 'ଅଲ୍-ଓମେନ୍ ସ୍ପେସ୍‌ୱାକ୍' (ପ୍ରଥମ ଥର ପାଇଁ କେବଳ ମହିଳାଙ୍କ ଦ୍ୱାରା ମହାକାଶରେ ଚଲାବୁଲା) ରେ ମଧ୍ୟ ସାମିଲ ଥିଲେ। ଏବେ ନାସା ଦ୍ୱାରା ୨୦୨୬ ରେ ଲଞ୍ଚ୍ ହୋଇଥିବା ଆର୍ଟେମିସ୍-୨ ମିଶନ୍‌ରେ ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱକୁ ଯାତ୍ରା କରୁଥିବା କ୍ରୁ ସଦସ୍ୟଙ୍କ ମଧ୍ୟରେ ସେ ଅନ୍ତର୍ଭୁକ୍ତ ଅଛନ୍ତି। ପୃଥିବୀଠାରୁ ସବୁଠାରୁ ଦୂରକୁ ଯାତ୍ରା କରିବାରେ ସେ ପ୍ରଥମ ମହିଳା ହେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି।
View this post on Instagram
A post shared by Christina Hammock Koch (@astro_christina)
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପରି କ୍ଷେତ୍ରରେ ମହିଳାମାନେ ଆଜି ବି ଅନେକ ସାମାଜିକ ବିଚାର ଏବଂ ସନ୍ଦେହର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ କ୍ରିଷ୍ଟିନାଙ୍କ ଏହି ଉପଦେଶ ଯୁବପିଢ଼ିଙ୍କୁ ଭୟର ସାମ୍ନା କରିବା ଏବଂ ନିଜ ଲକ୍ଷ୍ୟ ପଥରେ ଦୃଢ଼ତାର ସହ ଆଗେଇ ଯିବାକୁ ପ୍ରେରଣା ଯୋଗାଇବ।
ନୂଆଦିଲ୍ଲୀ : ବର୍ତ୍ତମାନ ସାରା ବିଶ୍ବରେ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କର ପୃଥିବୀକୁ ଫେରିବା ପରେ ପ୍ରତ୍ୟେକ ଭାରତୀୟଙ୍କ ମୁହଁରେ ହସ ଫୁଟିଛି। ଏହାର କାରଣ ହେଉଛି ସେ ଭାରତୀୟ ବଂଶୋଦ୍ଭବ। ମାର୍ଚ୍ଚ ୧୯ ବୁଧବାର, ଭୋର ପ୍ରାୟ ୩:୩୦ ସମୟରେ ସୁନିତା ତାଙ୍କ ସାଥୀ ବୁଚ୍ ୱିଲମୋରଙ୍କ ସହିତ ସ୍ପେସଏକ୍ସର ଡ୍ରାଗନ୍ କ୍ୟାପସୁଲ୍ ଯୋଗେ ଫ୍ଲୋରିଡା ଉପକୂଳରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ। ନଅ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସି ରହିବା ପରେ, ତାଙ୍କର ଫେରିବା ଏକ ଚମତ୍କାରଠାରୁ କମ୍ ନୁହେଁ। କିନ୍ତୁ ଏହି ଖୁସି ମଧ୍ୟରେ ଏକ ପୁରୁଣା ଯନ୍ତ୍ରଣା ଭାରତୀୟମାନଙ୍କ ମନରେ ଉଙ୍କି ମାରୁଛି। ସେହି ଯନ୍ତ୍ରଣାର ନାମ କଳ୍ପନା ଚାୱଲାଙ୍କ ସହିତ ଘଟିଥିବା ସେହି ଘଟଣା ବ୍ୟତୀତ ଆଉ କିଛି ନଥିଲା।
କଲମ୍ବିଆ ସ୍ପେସ୍ ସଟଲ୍ ଦୁର୍ଘଟଣା
ପ୍ରକୃତରେ,କଳ୍ପନା ଚାୱଲା ୨୦୦୩ ଜାନୁଆରୀ ୧୬ ତାରିଖରେ ଆମେରିକାର ଅନ୍ତରୀକ୍ଷ ଯାନ କଲମ୍ବିଆର ସଦସ୍ୟ ଥିଲେ। ପ୍ରଥମ ଭାରତୀୟ ମହିଳା ଭାବରେ ସେ ମହାକାଶଯାତ୍ରା କରିଥିଲେ । ୨୦୦୩ ଫେବ୍ରୁଆରୀ ୧ ତାରିଖରେ ୧୬ ଦିନ ମହାକାଶ ଯାତ୍ରା ଶେଷ କରି ସେ ପୃଥିବୀ ପ୍ରତ୍ୟାବର୍ତନ କରୁଥିବାବେଳେ ଲ୍ୟାଣ୍ଡିର ଠିକ୍ ୧୬ ମିନିଟ୍ ପୂର୍ବରୁ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ ସମୟରେ କଲମ୍ବିଆ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଏହି ଦୁର୍ଘଟଣାରେ କଳ୍ପନା କଲମ୍ବିଆ ସ୍ପେସ୍ ସଟଲ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ସେଦିନ ପ୍ରତ୍ୟେକ ଭାରତୀୟଙ୍କ ଆଖି ଓଦା ହୋଇଯାଇଥିଲା। ଏବେ ସୁନିତାଙ୍କ ଫେରିବା ଆମକୁ ପୁଣି ଥରେ ସେହି ଅପୂର୍ଣ୍ଣ ଆଶାକୁ ମନେ ପକାଇ ଦେଉଛି ଯେ ଯଦି କଳ୍ପନାଙ୍କ ମହାକାଶଯାନ ମଧ୍ୟ ପୃଥିବୀକୁ ଫେରି ପାରିଥାନ୍ତା।
ମହାକାଶ ମିଶନ STS-୧୦୭
କଳ୍ପନା ଚାୱଲା ତାଙ୍କର ଦ୍ୱିତୀୟ ମହାକାଶ ମିଶନ STS-107 ରେ ଯାଇଥିଲେ।  ମହାକାଶରେ ୧୬ ଦିନ ବିତାଇବା ପରେ, କଲମ୍ବିଆ ମହାକାଶଯାନରେ ପୃଥିବୀକୁ ଫେରି ଆସୁଥିଲା। କିନ୍ତୁ ଅବତରଣ କରିବାର ମାତ୍ର ୧୬ ମିନିଟ୍ ପୂର୍ବରୁ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହାକାଶଯାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଟେକ୍ସାସ ଏବଂ ଲୁଇସିଆନା ଉପରେ ଆକାଶରେ ଖଣ୍ଡ ବିଖଣ୍ଡିତ ହୋଇଥିବା କଲମ୍ବିଆର ସ୍ପେସ୍ ସଟଲ୍। ଆଉ ସେହି ଦୁର୍ଘଟଣା କଳ୍ପନାଙ୍କ ସମେତ ସାତ ଜଣ ମହାକାଶଚାରୀଙ୍କ ଜୀବନ ନେଇଗଲା। ସେଦିନ ଆକାଶରେ ସେହି ଦୃଶ୍ୟ ଦେଖି ପ୍ରତ୍ୟେକ ଭାରତୀୟଙ୍କ ଆଖିରୁ ଲୁହ ଝରିଥିଲା। କଳ୍ପନା ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା ଥିଲେ ଯିଏ ମହାକାଶରେ ପାଦ ରଖିଥିଲେ। ତାଙ୍କର ଅସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ ଆଜି ମଧ୍ୟ ଭାରତୀୟଙ୍କ ପାଇଁ ଏକ ଯନ୍ତ୍ରଣାଦାୟକ ପରିସ୍ଥିତି ଭାବେ ରହିଯାଇଛି।
କଳ୍ପନା ୧୯୬୨ ମାର୍ଚ୍ଚ ୧୭ ତାରିଖରେ ହରିଆଣାରେ ଜନ୍ମଗ୍ରହଣ କରିଥିଲେ । ୨୦ ବର୍ଷ ବୟସରେ ସେ ଆମେରିକା ଚାଲି ଯାଇଥିଲେ ଓ ଏରୋସ୍ପେଶ ଇଞ୍ଜିନିଅରିଂ ଶିକ୍ଷାଲାଭ କରିଥିଲେ । ଏହାପରେ ସେ ନାସାରେ ଯୋଗ ଦେଇଥିଲେ। ୧୯୯୭ ନଭେମ୍ବର ୧୯ ତାରିଖରେ ପ୍ରଥମଥର ପାଇଁ ମହାକାଶ ଯିବା ପାଇଁ ସୁଯୋଗ ମିଳିଥିଲା । ଏହାପରେ ପୁଣି ତାଙ୍କୁ ୨୦୦୩ ଜାନୁଆରୀରେ ମହାକାଶ ପଠାଯାଇଥିଲା ।
ସୁନିତାଙ୍କ ଫେରିବା ପରେ ଭାରତରେ ଉତ୍ସବ
ସୁନିତା ଏବଂ କଳ୍ପନା ଉଭୟ ଭାରତୀୟ ବଂଶୋଦ୍ଭବ ଏବଂ ଦୁହେଁ ମହାକାଶରେ ଲମ୍ବା ମିଶନ ସମାପ୍ତ କରିଛନ୍ତି। ଦୁହେଁ ନିଜ ସାହସରେ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସେହି ସମୟରେ, କଲମ୍ବିଆ ଦୁର୍ଘଟଣା ନାସାକୁ ଏକ ଶିକ୍ଷା ଦେଇଥିଲା ଯେ ସୁରକ୍ଷାରେ କୌଣସି ତ୍ରୁଟି ହେବା ଉଚିତ୍ ନୁହେଁ। ହୁଏତ ଏହି କାରଣରୁ ସୁନିତାଙ୍କ ପ୍ରତ୍ୟାବର୍ତ୍ତନ ଏତେ ସତର୍କତାର ସହ କରାଯାଇଥିଲା। ବର୍ତ୍ତମାନ ସୁନିତାଙ୍କ ଫେରିବା ପରେ ଭାରତରେ ଉତ୍ସବ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ ଏକ ଚିଠି ଲେଖି ଶୁଭକାମନା ଜଣାଇବା ସହ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି।
୧୭ ଘଣ୍ଟା ଯାତ୍ରା ପରେ ପୃଥିବୀରେ ପହଞ୍ଚିଲେ
ଆପଣଙ୍କୁ କହି ରଖୁଛୁ ଯେ ସୁନିତା ୱିଲିୟମ୍ସଙ୍କ ଯାତ୍ରା ୪ ଜୁନ୍ ୨୦୨୪ ରେ ଆରମ୍ଭ ହୋଇଥିଲା, ଯେତେବେଳେ ସେ ଏବଂ ବୁଚ୍ ୱିଲମୋର ବୋଇଂର ଷ୍ଟାରଲାଇନର୍ ସ୍ପେସକ୍ରାଫ୍ଟରେ ISS କୁ ଯାଇଥିଲେ। ଏହି ମିଶନ କେବଳ ୮ ଦିନ ପାଇଁ ଥିଲା, କିନ୍ତୁ ମହାକାଶଯାନରେ ହିଲିୟମ ଲିକେଜ୍ ଏବଂ ଥ୍ରଷ୍ଟର ସମସ୍ୟା ଭଳି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନଙ୍କର ପ୍ରତ୍ୟାବର୍ତ୍ତନ କରିବା ସମ୍ଭବ ହେଲାନାହିଁ।  ନାସା ଷ୍ଟାରଲାଇନରକୁ ବିନା କୌଣସି କର୍ମଚାରୀରେ ଫେରାଇ ଦେଇଥିଲା ଏବଂ ଦୀର୍ଘ ୯ ମାସ ପରେ ସୁନିତାଙ୍କୁ ଆଣିବା ପାଇଁ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ବ୍ୟବସ୍ଥା କରିଥିଲା। ଆଉ ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ବୁଧବାର ସ୍ପେସ୍ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ଲ୍ୟାଣ୍ଡିଙ୍ଗ କରିଛି ନାସାର ସ୍ବତନ୍ତ୍ର ସ୍ପେସକ୍ରାଫ୍ଟ।
ଦୀର୍ଘ ୯ ମାସ ପ୍ରତୀକ୍ଷାର ଅନ୍ତ : ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ
ୱାଶିଂଟନ୍‌ : ଦୀର୍ଘ ପ୍ରତୀକ୍ଷାର ଅନ୍ତ ହୋଇଛି। ମହାକାଶକୁ ୮ଦିନ ପାଇଁ ଯାଇ ୯ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍‌ ୱିଲମୋର ପୃଥିବୀ ପୃଷ୍ଠକୁ ଫେରିଛନ୍ତି। ସୁନୀତା ଏବଂ ବୁଚ୍‌ଙ୍କ ସହ ଅନ୍ୟ ନିକ୍‌ ହଗ୍‌ ଏବଂ ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ)ରୁ ଯାତ୍ରା ଆରମ୍ଭ କରିସାରିଥିଲା ବେଳେ ଭୂପୃଷ୍ଠରେ ସେମାନଙ୍କ ଅବତରଣ କରିଛନ୍ତି। ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ସ୍ପେସ୍-ଏକ୍ସ କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ସଫଳ ଅବତରଣ ହୋଇଛି । ଆମେରିକା ସମୟ ମଙ୍ଗଳବାର ସନ୍ଧ୍ୟା ୫.୫୭ ମିନିଟ୍‌ (ଭାରତୀୟ ସମୟ ବୁଧବାର ପ୍ରତ୍ୟୁଷ ୩.୨୭ ମିନିଟ୍‌)ରେ ସଫଳ ଲାଣ୍ଡିଂ କରିଛି ଡ୍ରାଗନ୍ କ୍ୟାପସୁଲ୍।
ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ନାସାର ସ୍ବତନ୍ତ୍ର ସ୍ପେସକ୍ରାଫ୍ଟ ଡ୍ରାଗନ୍ ଲାଣ୍ଡିଂ କରିବା ପରେ ପରେ ୪ ମହାକାଶଚାରୀ ବାହାରକୁ ଆସିଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ସ୍ପେସ୍ଏକ୍ସ କ୍ରୁ ଡ୍ରାଗନର ବେଗ ଘଣ୍ଟା ପ୍ରତି ୨୭ ହଜାର କିଲୋମିଟର ଥିଲା । ଶବ୍ଦର ବେଗଠୁ ୨୨ ଗୁଣା ଅଧିକ ବେଗରେ କ୍ୟାପସୁଲ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ବାହ୍ୟ ତାପାମତ୍ରା ୧୯୨୬ ଡୀଗ୍ରୀ ସେଲସିୟସକୁ ବଢିଯାଇଥିଲା।
Splashdown confirmed! #Crew9 is now back on Earth in their @SpaceX Dragon spacecraft. pic.twitter.com/G5tVyqFbAu
— NASA (@NASA) March 18, 2025
ଅବତରଣର କିଛି ମିନିଟ ପୂର୍ବରୁ ଡ୍ରାଗନ କ୍ୟାପସୁଲରେ ଲାଗିଥିବା ୪ ଟି ପାରାସୁଟ୍ ଖୋଲାଯାଇଥିଲା। ପ୍ରଥମେ ଦୁଇଟି ପାରାସୁଟ ଖୋଲାଯାଇଥିଲା । ପରେ ଯାନର ବେଗ କମ ହେବା ପରେ ଅନ୍ୟ ୨ଟି ପାରାସୁଟ ଖୋଲିଥିଲା । ପାରାସୁଟ ଯୋଗୁଁ ଯାନର ବେଗ କମ୍ ହେବା ସହ ଧିରେ ଧିରେ ତଳକୁ ଖସି ସମୁଦ୍ରରେ ପଡିଥିଲା । ସ୍ପେସଏକ୍ସ କ୍ରୁ ଡ୍ରାଗନ ସମୁଦ୍ରରେ ପଡିବା ପୂର୍ବରୁ ସେଠାରୁ ସ୍ବତନ୍ତ୍ର ବୋଟ ମୁତୟନ ରହିଥିଲା । ମହାକାଶ ଯାନରୁ ମହାକାଶଚାରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଯାଇଛି । ୪ ମହାକାଶଚାରୀ ଫେରିବା ପରେ କେବଳ ଆମେରିକା ନୁହେଁ ସାରା ବିଶ୍ବରେ ଖୁସିର ଲହରୀ ଖେଳଯାଇଛି ।
୯ ମାସ ଅପେକ୍ଷାର ହେବ ଅନ୍ତ : ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ, ଆରମ୍ଭ ହେଲା କାଉଣ୍ଟଡାଉନ୍
ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ପୃଥିବୀକୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ତାଙ୍କ ସହିତ ବୁଚ୍ ୱିଲମୋର ମଧ୍ୟ ନଅ ମାସ ପରେ ପୃଥିବୀକୁ ଫେରିବେ। ଆଜି ସକାଳେ (ଭାରତୀୟ ସମୟ) ୭:୦୩ରେ ଆମେରିକୀୟ ମହାକାଶଯାନ ଉଭୟଙ୍କୁ ଆଣିବା ପାଇଁ ଉଡ଼ାଣ ଭରିଛି।
ନାସା ଏବଂ ସ୍ପେସଏକ୍ସ ମିଳିତ ଭାବରେ କ୍ରୁ-୧୦ ମିଶନ ଆରମ୍ଭ କରିଛନ୍ତି ଯାହା ସୁନିତା ୱିଲିୟମ୍ସ ଏବଂ ୱିଲମୋରଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ପୃଥିବୀକୁ ଫେରାଇ ଆଣିବା ଦିଗରେ ଏକ ବଡ଼ ପଦକ୍ଷେପ। ଶୁକ୍ରବାର ସକାଳ ୭:୦୩ରେ ଡ୍ରାଗନ୍ ଅନ୍ତରୀକ୍ଷଯାନ ବହନ କରୁଥିବା ଫାଲକନ୍ ୯ ରକେଟ୍ ବ୍ୟବହାର କରି ମିଶନ୍ ଆରମ୍ଭ କରାଯାଇଥିଲା। ଏହି ମିଶନ ଅଧୀନରେ, ଚାରି ଜଣ ନୂତନ ମହାକାଶଚାରୀଙ୍କୁ ISS ପଠାଯାଇଛି ଯେଉଁମାନେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା କ୍ରୁ-୯ ର ସଦସ୍ୟମାନଙ୍କୁ ସହାୟତା କରିବେ।
ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗୁରୁବାର ଏହି ମିଶନକୁ ସ୍ଥଗିତ ରଖାଯାଇଥିଲା
ଉଲ୍ଲେଖନୀୟ ଯେ ଗୁରୁବାର ଦିନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS)ରୁ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ଥଗିତ ରଖାଯାଇଥିଲା। ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଉତ୍ କ୍ଷେପଣ ହେବାର ପ୍ରାୟ ଗୋଟିଏ ଘଣ୍ଟା ପୂର୍ବରୁ କ୍ରୁ-୧୦ ମିଶନକୁ ପୁଣି ଥରେ ସ୍ଥଗିତ ରଖାଯାଇଥିଲା। ସ୍ପେସଏକ୍ସର ଫାଲକନ୍ ୯ ରକେଟ୍‌ରେ ଗ୍ରାଉଣ୍ଡ ସପୋର୍ଟ କ୍ଲାମ୍ପ ଆର୍ମ ସହିତ ହାଇଡ୍ରୋଲିକ୍ ସିଷ୍ଟମ୍ ସମସ୍ୟା ଯୋଗୁଁ ଉତକ୍ଷେପଣ ବାତିଲ ହୋଇଥିଲା।
ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଆଇଏସଏସରେ ଫସି ରହିଛନ୍ତି
ପ୍ରକୃତରେ, ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଗତ ବର୍ଷ ୫ ଜୁନ୍ ୨୦୨୪ରେ ବୋଇଂ ଷ୍ଟାରଲାଇନର୍ ମାଧ୍ୟମରେ ISS ରେ ପହଞ୍ଚିଥିଲେ। ଏହା ନାସା ଏବଂ ବୋଇଂର ଏକ ମିଳିତ କ୍ରୁ ଉଡ଼ାଣ ପରୀକ୍ଷଣ ମିଶନ ଥିଲା ଯେଉଁଥିରେ ସେମାନଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ଫେରିବାର ଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାଙ୍କର ମହାକାଶରେ ରହିବା ଅନିର୍ଦ୍ଦିଷ୍ଟ ହୋଇଗଲା। ଏହି ସମୟ ମଧ୍ୟରେ, ସେମାନଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା ​​କିନ୍ତୁ ଏବେ SpaceXର Crew-10 ମିଶନର ସଫଳ ଉତ୍କ୍ଷେପଣ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନର ଆଶା ସୃଷ୍ଟି କରିଛି।
ଚନ୍ଦ୍ରରେ ଘରୋଇ ମହାକାଶ ଯାନ ‘ବ୍ଲୁ ଘୋଷ୍ଟ’
ୱାଶିଂଟନ୍‌ : ବିଭିନ୍ନ ଦେଶ ଚନ୍ଦ୍ର ଅଭିଯାନ ଚଳାଇଥିବା ବେଳେ ଆମେରିକାର ଏକ ଘରୋଇ ସଂସ୍ଥାର ଫାୟାରଫ୍ଲାଏର ମହାକାଶ ଯାନ ‘ବ୍ଲୁ ଘୋଷ୍ଟ’ ରବିବାର ପ୍ରତ୍ୟୁଷ ୩.୩୪ରେ ଚନ୍ଦ୍ରରେ ଅବତରଣ କରିଛି। ବିଶ୍ୱର ଦ୍ୱିତୀୟ ଘରୋଇ ସଂସ୍ଥା ଭାବରେ ଫାୟାରଫ୍ଲାୟ ଚନ୍ଦ୍ରରେ ମହାକାଶଯାନ ଅବତରଣ କରିବାରେ ସମର୍ଥ ହୋଇଛି। ‘ଘୋଷ୍ଟ ରାଇଡ଼ର୍ସ ଇନ୍‌ ଦ ସ୍କାଏ’ ନାମରେ ପରିଚିତ ଏହି ମିଶନକୁ ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା ସହଯୋଗ ଦେଇଥିବା କୁହାଯାଉଛି।
୧୫ ଜାନୁଆରୀରେ ସ୍ପେସ-ଏକ୍ସ ଫାଲକନ୍‌-୯ ରକେଟରେ ସାମୁଦ୍ରିକ ଘୋଡ଼ା ଆକାରର ଏହି ମହାକାଶଯାନକୁ ଉତ୍‌କ୍ଷେପଣ କରାଯାଇଥିଲା। ‘ବ୍ଲୁ-ଘୋଷ୍ଟ’ରେ ବିକୀରଣ ସହିଷ୍ଣୁ କମ୍ପ୍ୟୁଟର ଲଗାଯାଇଛି ଏବଂ ଏଥିରେ ବ୍ୟବହାର୍ଯ୍ୟ ପରୀକ୍ଷଣ କରିବାର କ୍ଷମତା ରଖାଯାଇଥିବା ସାମଗ୍ରୀ ରଖାଯାଇଛି। ୧୪ ମାର୍ଚ୍ଚରେ ହେବାକୁ ଥିବା ପୂର୍ଣ୍ଣ ଗ୍ରହଣ ଓ ୧୬ ମାର୍ଚ୍ଚରେ ଚନ୍ଦ୍ର ସୂର୍ଯ୍ୟାସ୍ତକୁ ଏହି ଚନ୍ଦ୍ରଯାନ ରେକର୍ଡ କରିବ। ଯେଉଁଥିରୁ ପୃଥିବୀ ଉପରେ ସୌର ପ୍ରଭାବର ଆକଳନ କରାଯାଇ ପାରିବ। ‘ବ୍ଲୁ ଘୋଷ୍ଟ’ର ଚନ୍ଦ୍ର ଅଭିଯାନ ସଫଳତାକୁ କମ୍ପାନୀର ସିଇଓ ଜେସନ୍‌ କିମ୍‌ ସ୍ୱୀକାର କରିଛନ୍ତି। ସ୍ଥିର ଓ ସିଧା ଭାବରେ ଚନ୍ଦ୍ର ଯାନର ଅବତରଣ ପରେ କମ୍ପାନୀ ର ସହଯୋଗୀ ପ୍ରଶାସକ ନିକି ଫକ୍ସ ‘ଆମେ ଚନ୍ଦ୍ରରେ ପହଞ୍ଚିଛୁ’ ବୋଲି ଉଲ୍ଲେଖ କରି ଖୁସି ପ୍ରକଟ କରିଛନ୍ତି ।