12000 people - The Sakala

ଏଲଭିସ୍ ଥମ୍ପସନ୍‌ଙ୍କ ଭବିଷ୍ୟବାଣୀ : ହଜାରେ କିମି ବେଗରେ ଆସିବ ଘୂର୍ଣ୍ଣିଝଡ଼
ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୬ରେ ୨୪ କିମି ଚଉଡ଼ା ଆକାରର ଏକ ଘୂର୍ଣ୍ଣିଝଡ଼ ଆସିବ। ପବନର ବେଗ ଘଣ୍ଟା ପ୍ରତି ୧୦୪୬ କିଲୋମିଟର ରହିବ, ଯାହା ଆମେରିକାର ଓକ୍‌ଲାହୋମାକୁ ଧ୍ୱଂସ କରିଦେବ। ନିଜକୁ ଟାଇମ୍‌-ଟ୍ରାଭେଲର ବା ସମୟ-ଯାତ୍ରୀ ବୋଲି କହୁଥିବା ଏଲଭିସ୍ ଥମ୍ପସନ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟରେ ବର୍ଷ ୨୦୨୫ ପାଇଁ କିଛି ଏଭଳି ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି। ଇଣ୍ଟରନେଟରେ ଏହା ଏବେ ଭାଇରାଲ ହେବାରେ ଲାଗିଛି।

ଥମ୍ପସନ୍ ଓକ୍ଲାହୋମା ଘୂର୍ଣ୍ଣିଝଡ଼ ବ୍ୟତୀତ ଆମେରିକାରେ ଗୃହଯୁଦ୍ଧ, ଏକ ବିଶାଳ ସାମୁଦ୍ରିକ ପ୍ରାଣୀର ଆବିଷ୍କାର, ଚାମ୍ପିଅନ ନାମକ ଏକ ଏଲିଅନ୍‌ର ଆଗମନ ସମ୍ପର୍କରେ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ଚଳିତବର୍ଷ ମେ’ ୨୭ ସୁଦ୍ଧା ଆମେରିକାରେ ଦ୍ୱିତୀୟ ଗୃହଯୁଦ୍ଧ ଆରମ୍ଭ ହେବ। ଏହା ଟେକ୍ସାସକୁ ଅଲଗା କରିଦେବ ଏବଂ ପରମାଣୁ ଯୁଦ୍ଧ ଆରମ୍ଭ ହୋଇଯିବ ଯାହା ଆମେରିକାକୁ ଧ୍ୱଂସାବଶେଷରେ ପରିଣତ କରିଦେବ।

ଥମ୍ପସନ୍‌ଙ୍କ କହିବାନୁଯାୟୀ, ସେପ୍ଟେମ୍ବର ପହିଲାରେ ଚାମ୍ପିଅନ୍ ନାମକ ଏକ ଏଲିଅନ୍ ପୃଥିବୀ ଆସିବ। ସେ ୧୨୦୦୦ ଲୋକଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ଅନ୍ୟ ଏକ ଗ୍ରହକୁ ନେଇଯିବ। ଆହୁରିମଧ୍ୟ ଚଳିତବର୍ଷ ସେପ୍ଟେମ୍ବର ୧୯ରେ ଏକ ବିରାଟ ଘୂର୍ଣ୍ଣିବାତ୍ୟା ଆମେରିକାର ପୂର୍ବ ଉପକୂଳକୁ ଧ୍ୱଂସ କରିଦେବ ବୋଲି ସେ ଦାବି କରିଛନ୍ତି। ନଭେମ୍ବର ୩ରେ ପ୍ରଶାନ୍ତ ମହାସାଗରରେ ଏକ ବିଶାଳ ସାମୁଦ୍ରିକ ପ୍ରାଣୀ ଆବିଷ୍କୃତ ହେବ, ଯାହା ନୀଳ ତିମି ଅପେକ୍ଷା ୬ଗୁଣ ବଡ଼ ହେବ ଏବଂ ଏହାର ନାମ ସିରିନ୍ କ୍ରାଉନ୍ ରହିବ। ତେବେ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଥମ୍ପସନଙ୍କ ଭବିଷ୍ୟବାଣୀ ଉପରେ ସନ୍ଦେହ ପ୍ରକଟ କରିଛନ୍ତି।