Paddy procurement system - The Sakala

ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ମାନସଙ୍କ ଉଦ୍‌ବେଗ: ଏଗ୍ରିଷ୍ଟାକକୁ ନେଇ ଏପର୍ଯ୍ୟନ୍ତ ଆସିନାହିଁ ସ୍ପଷ୍ଟତା
ଭୁବନେଶ୍ୱର: ରାଜ୍ୟରେ ଖରିଫ୍‌ ଧାନ କ୍ରୟ ବ୍ୟବସ୍ଥାରେ ଦେଖାଦେଇଥିବା ବ୍ୟାପକ ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ। ସାମାଜିକ ଗଣମାଧ୍ୟମ ଏକ୍ସରେ ଏନେଇ ପୋଷ୍ଟ କରି ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ଧାନ କ୍ରୟ, ଚାଷୀ ପଞ୍ଜୀକରଣ, ଟୋକନ ବ୍ୟବସ୍ଥା ଏବଂ ଏଗ୍ରିଷ୍ଟାକକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ଆସିନାହିଁ। ଏଥିସହ ଧାନ କ୍ରୟ ପ୍ରକ୍ରିୟାକୁ ନେଇ ସଂପୃକ୍ତ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ସହଯୋଗର ଅଭାବ ଥିବା ମଧ୍ୟ ଦେଖାଯାଉଛି। ଏଭଳି ସ୍ଥିତିରେ ଚାଷୀଙ୍କ ଜୀବିକା ଓ କଲ୍ୟାଣକୁ ସିଧାସଳଖ ପ୍ରଭାବିତ କରୁଥିବା ନିଷ୍ପତ୍ତି ନେବା ସମୟରେ ସରକାର କେତେ ପ୍ରସ୍ତୁତ ଅଛନ୍ତି, ତାହା ନେଇ ଗୁରୁତର ପ୍ରଶ୍ନ ଉଠୁଛି। ଚାଷୀମାନେ ଅନାବଶ୍ୟକ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହା ସୁନିଶ୍ଚିତ କରିବା ପାଇଁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ପଛରେ ଉପଯୁକ୍ତ ଯୋଜନା, ସ୍ପଷ୍ଟତା ଓ ବିଭାଗୀୟ ସମନ୍ୱୟ ରହିବା ଆବଶ୍ୟକ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

ଧାନକିଣା ଅବ୍ୟବସ୍ଥା: ଉପ-ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା କୃଷକ ସଂଗଠନ
ଜଗତସିଂହପୁର: ରାଜ୍ୟରେ ଧାନକିଣା ଅବ୍ୟବସ୍ଥାକୁ ନେଇ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା କୃଷକ ସଂଗଠନ । ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଜେଟ୍‌ ସଂପର୍କିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବା ପାଇଁ ଜଗତସିଂହପୁର ଆସିଥିବା ବେଳେ ଧାନର ଅଭାବି ବିକ୍ରୀ ପ୍ରସଙ୍ଗରେ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ତାଙ୍କୁ କିଛି ସମୟ ଘେରାଉ କରି ରଖିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଆଦିକବି ସାରଳାଦାସ ସଂସ୍କୃତି ଭବନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ସାରି ଶ୍ରୀ ସିଂହଦେଓ ବାହାରକୁ ଆସିବା ମାତ୍ରେ କୃଷକ ସଂଗଠନର କର୍ମକର୍ତ୍ତାମାନେ ତାଙ୍କୁ ସମ୍ମୁଖକୁ ଚାଲି ଆସିଥିଲେ। ଚାଷୀମାନଙ୍କ ସମସ୍ୟା ଏବଂ ଧାନକିଣା ସମ୍ପର୍କରେ ଗତ ଜାନୁୟାରୀ ୨୭ତାରିଖରେ କୃଷକ ସଂଗଠନର କର୍ମକର୍ତ୍ତାମାନଙ୍କ ସହ ଭୁବନେଶ୍ୱରରେ ହୋଇଥିବା ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ଦେଇଥିବା ପ୍ରତିଶ୍ରୁତି କାହିଁକି ପୂରଣ ହେଲାନାହିଁ ବୋଲି ସଂଗଠନର ରାଜ୍ୟ ସହ-ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ ପ୍ରଶ୍ନ କରିଥିଲେ।

ଚଳିତବର୍ଷ ଧାନକ୍ରୟ ସମୟରେ କଟନି ଛଟନି ହେବ ନାହିଁ ବୋଲି ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ ମଣ୍ଡିରେ ମିଲର ରାଜ ଚାଲିଥିବା ଅଭିଯୋଗ କରିଥିଲେ କୃଷକ ନେତା ଦେବୀ ମହାରଣା। ଜଗତସିଂହପୁର ଜିଲ୍ଲାରେ ଚାଷୀଙ୍କ ଭଲ ଧାନକୁ ଖରାପ କହି ମିଲର୍‌ମାନେ ଚାଷୀଙ୍କ ମନରେ ଭୟ ସୃଷ୍ଟି କରିବା ସହିତ ୫/୧୦ କିଲୋ ଧାନ କାଟ କରୁଥିବା ଉପ-ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ସଂଗଠନର କର୍ମକର୍ତ୍ତା। ସେପଟେ ସରକାର କହୁଛନ୍ତି, ଚାଷୀ ଅତିରିକ୍ତ ୮ଶହ ଟଙ୍କା ପାଇ ଖୁସି ଅଛନ୍ତି। ପୂର୍ବରୁ କଟନି ଛଟନି ହେବ ନାହିଁ କହି ବାହାସ୍ପୋଟ ମାରୁଥିବା ବିଜେପି ସରକାର ବାସ୍ତବରେ ମିଲର ପାଖରେ ମୁଣ୍ଡ ବିକୁଥିବା ବେଳେ ଧାନକିଣା ପ୍ରକ୍ରିୟାରେ ପ୍ରଶାସନ ମଧ୍ୟ ମିଲର ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛି ବୋଲି କୃଷକ ସଂଗଠନ ଅଭିଯୋଗ ଉଠାଇଥିଲା। ପରେ ଏ ସଂପର୍କିତ ଏକ ଦାବିପତ୍ର ଉପ-ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।

ଶ୍ରୀ ସିଂହଦେଓ କହିଥିଲେ, କୃଷକ ସଂଗଠନ ଦେଇଥିବା ସମସ୍ତ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କିନ୍ତୁ ବିଧାନସଭା ଚାଲିଥିବା ବେଳେ ଯେଉଁ ପ୍ରସ୍ତାବ ଆସିଛି (ମନ୍ତ୍ରୀ କୃଷକ ସଂଗଠନର କାର୍ଯ୍ୟାଳୟକୁ ଯାଇ ଆଲୋଚନା କରନ୍ତୁ), ତାହା ସମ୍ଭବ ନୁହେଁ। ପ୍ରାୟ ୧୦ ମିନିଟ୍‌ ଧରି କୃଷକ ନେତା ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଦଳର ନେତାମାନେ ଏଥିରେ ହସ୍ତକ୍ଷେପ କରିବା ସହ ଶ୍ରୀ ସିଂହଦେଓଙ୍କୁ ତାଙ୍କ ଗାଡ଼ି ନିକଟକୁ ପାଛୋଟି ନେଇଥିଲେ।