Delhi Assembly session - The Sakala

ଦିଲ୍ଲୀ ବିଧାନସଭାରେ ପ୍ରବଳ ହଟ୍ଟଗୋଳ, ନିଲମ୍ବିତ ହେଲେ ଆତିଶୀଙ୍କ ସହ ୧୨ ଆପ୍ ବିଧାୟକ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବିରୋଧୀଙ୍କ ହାଇଡ୍ରାମା। ପୂରା ଦିନ ପାଇଁ ନିଲମ୍ବିତ ହୋଇଛନ୍ତି ବିରୋଧୀ ଦଳ ନେତ୍ରୀ ଆତିଶୀଙ୍କ ସହ ଆପର ୧୨ ବିଧାୟକ। ଏଥିସହିତ ଗୃହ କାର୍ଯ୍ୟକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଆଜି ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନର ଦ୍ବିତୀୟ ଦିନ ଚାଲିଥିବା ବେଳେ ମଦ ନୀତି ଦୁର୍ନୀତି ଉପରେ ଭାରତୀୟ ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ ବା ସିଏଜି ରିପୋର୍ଟ ଗୃହରେ ଆଗତ ହେବା ପରେ ଏହାକୁ ନେଇ ବିରୋଧି ଆପ୍ ଗୃହରେ ହଟ୍ଟଗୋଳ କରିବା ଆରମ୍ଭ କରିଦେଇଥିଲା । ଯେଉଁ କାରଣରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସମେତ ୧୨ ଜଣ ଆମ ଆଦମୀ ପାର୍ଟିର ବିଧାୟକଙ୍କୁ ବିଧାନସଭା ଅଧିବେଶନରୁ ଦିନକ ପାଇଁ ନିଲମ୍ବିତ କରାଯାଇଛି । ସେପଟେ ନିଲମ୍ବିତ ହେବା ପରେ ବିଧାନସଭା ପରିସରରେ ଧାରଣା ଦେିଛନ୍ତି ଆତିଶୀଙ୍କ ସହ ଅନ୍ୟ ଆପ ନେତା ।

ତେବେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗୃହରେ ଏହି ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ସମୟରେ ଦ୍ବିତୀୟ ଦିନର ଅଧିବେଶନ ଆରମ୍ଭ ହେବା ମାତ୍ରେ, ଉପରାଜ୍ୟପାଳ ଭିକେ ସକ୍ସେନା ଗୃହକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ଆପ ବିଧାୟକମାନେ ବିଜେପି ସରକାର ବିରୋଧରେ ଜୋରଦାର ସ୍ଲୋଗାନ ଦେବାକୁ ଆରମ୍ଭ କରିଥିଲେ । ବାଚସ୍ପତି ବିଧାୟକମାନଙ୍କୁ ଶାନ୍ତ ରହିବା ପାଇଁ ଅନେକ ଅନୁରୋଧ କରିଥିଲେ । ହେଲେ ଉପରାଜ୍ୟପାଳଙ୍କ ଭାଷଣ ଦେବା ବେଳେ କୌଣସି କଥା ନ ଶୁଣି ବାଧା ସୃଷ୍ଟି କରିଚାଲିଥିଲେ ଆପ୍ ବିଧାୟକ । ପରେ ବାଚସ୍ପତି ବିଧାୟକମାନଙ୍କୁ ଦିନକ ପାଇଁ ନିଲମ୍ବିତ କରିଛନ୍ତି ।