Udala - The Sakala

ରୋଗୀଙ୍କ ଜୀବନ ସହିତ ସାଙ୍ଘାତିକ ଖେଳ: ମେଡିକାଲରେ ମିଳୁଛି ପୋକରା ଔଷଧ !
ଉଦଳା: ମେଡିକାଲରେ ପୋକରା ଔଷଧ ମିଳୁଥିବା ଅଭିଯୋଗ । ମେଡ଼ିସିନ ଷ୍ଟ୍ରିପରୁ ବାହାରିଲା ପୋକ ସହିତ ପୋକରା ଔଷଧ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ବେଗୁନିଆଡିହା ଅଂଚଳରୁ ସାମ୍ନାକୁ ଆସିଛି ଏପରି ଘଟଣା । ଗାଁର  ଜଣେ ନାବାଳକଙ୍କ ଥଣ୍ଡା ଜ୍ୱର ହୋଇଥିଲା । ପରେ ସେ ଗତ ୮ ତାରିଖ ସେ ଉଦଳା ମେଡିକାଲରେ ଡାକ୍ତର ଦେଖାଇ ନିରାମୟରୁ ଔଷଧ ନେଇ ଘରକୁ ଫେରିଥିଲେ । ଡାକ୍ତରଙ୍କ ନିର୍ଦ୍ଦେଶ ମୁତାବକ ଔଷଧ ଖାଉଥିଲେ । ହେଲେ ତିନି ଦିନ ପରେ ଅଚାନକ ସକାଳୁ ଔଷଧ ଖାଇବା ସମୟରେ ଆଣ୍ଟିଵାୟୋଟିକ ଔଷଧ ସିଲ ଖୋଲି ବଟିକା ବାହାର କରିଥିଲେ । କିନ୍ତୁ ମେଡ଼ିସିନ ଷ୍ଟ୍ରିପରୁ ପୋକ ବାହାରିଥିଲା । ଏପରିକି ବଟିକାରେ ଗାତ ମଧ୍ୟ ହୋଇଯାଇଥିଲା । ଯାହା ଦେଖିବା ପରେ ପରିବାର ଲୋକେ ଔଷଧ ଖାଇବାକୁ ବାରଣ କରିଥିଲେ ଏବଂ ସେବେଠାରୁ ତାଙ୍କର ଔଷଧ ଖାଇବା ବନ୍ଦ ହୋଇଛି । ତେବେ ଏଭଳି ପୋକରା ଔଷଧ ନିରାମୟ କେନ୍ଦ୍ରରୁ ମିଳିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ ।

ଲଗାଣ ବର୍ଷା କାରଣରୁ ଜାମୁଘାଟ ଅସ୍ଥାୟୀ ପୋଲ ଉପରେ ୩ ଫୁଟର ପାଣି, ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ
ବାରିପଦା: ଲଗାଣ ବର୍ଷା କାରଣରୁ ବୁଡ଼ିଲା ଅସ୍ଥାୟୀ ପୋଲ। ଅସ୍ଥାୟୀ ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ। ମୟୂରଭଞ୍ଜ ଜିଲ୍ଲା ଉଦଳା କଇଁସାରି ଜାମୁଘାଟ ପୋଲ ଉପରେ ୩ ଫୁଟର ପାଣି ପ୍ରବାହିତ। ଉଦଳା-ବାଲେଶ୍ୱର ସମେତ ୮ ଗୋଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା ଦୁଇ ଦିନ ଧରି ଜାରି ରହିବା କାରଣରୁ ଦେଓ ନଦୀ ଫୁଲିଛି, ଯାହା ଫଳରେ କଇଁସାରି ଠାରେ ଥିବା ଜାମୁଘାଟ ପୋଲ ଉପରେ ନଦୀ ପାଣି ପ୍ରବାହିତ ହୋଇଛି। ୩ ଫୁଟର ପାଣି ପ୍ରବାହିତ ହୋଇଥିବା ବେଳେ ଯୋଗାଯୋଗ ଠପ ହୋଇ ପଡିଛି। ଅନ୍ୟପଟେ କିଛି ଲୋକ ବିପଦସଂକୁଳ ଅବସ୍ଥାରେ ମଧ୍ୟ ଅସ୍ଥାୟୀ ପୋଲ ଉପରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ପୁରୁଣା ପୋଲ ପିଲର ଦବିଯିବା ପରେ ସ୍ଥାୟୀ ପୋଲ ଆଜକୁ ୪ ବର୍ଷ ହେବ ନିର୍ମାଣ ଚାଲିଥିବା ବେଳେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ପରକୀୟା ପ୍ରୀତି ନେଲା ଜୀବନ; ଅପହରଣ ପରେ ସାଙ୍ଗକୁ ମାରି ମାଟିତଳେ ପୋତିଦେଲା ସାଙ୍ଗ...
ଉଦଳା: ପରକୀୟା ପ୍ରୀତି ନେଇ ଯୁବକଙ୍କୁ ହତ୍ୟା । ପତ୍ନୀଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କଲା ବରହମପୁର ପୋଲିସ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁନା ଗାଁର ଘଟଣା । ମୃତକ ହେଲେ ଏହି ଗାଁର ବୀରେନ୍ଦ୍ର ବେହେରା । ହତ୍ୟା ଅଭିଯୋଗରେ ଅଭିଯୁକ୍ତ ବିରେନ ମଢେଇକୁ ଗିରଫ ପରେ ଉଦଳା ଥାନା ବଡସିଙ୍ଗାରିଆ ଗ୍ରାମର ମାଟି ତଳୁ ମୃତକ ବୀରେନ୍ଦ୍ର ବେହେରାଙ୍କ ଗଳିତ ଶବ ବାହାର କରି ତଦନ୍ତ କରୁଛି ପୋଲିସ । ସାଙ୍ଗର ସ୍ତ୍ରୀ ସହ ପରକୀୟ ପ୍ରୀତିରୁ  ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା । ବୀରେନ୍ଦ୍ର ବେହେରାଙ୍କୁ ଅପହରଣ କରାଯାଇଥିବା ତାଙ୍କ ସ୍ତ୍ରୀ ସାବିତ୍ରୀ ବାଲେଶ୍ୱର ଜିଲ୍ଲା ବରହମପୁର ଥାନାରେ ମେ ମାସ ୩୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ।

ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ବୀରେନ୍ ମଢେଇ ନାମକ ଜଣେ ଯୁବକଙ୍କ ସହ ବୀରେନ୍ଦ୍ର ବେହେରାଙ୍କର ଭଲ ବନ୍ଧୁତା ଥିଲା। କିନ୍ତୁ ବୀରେନ୍ ମଢେଇଙ୍କ ସ୍ତ୍ରୀଙ୍କ ସହ ବୀରେନ୍ଦ୍ର ବେହେରାଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ମାମଲାର ଥରେ ଗାଁ ପଞ୍ଚାୟତରେ ସମାଧାନ ହୋଇଥିଲା। ବହୁ ସମୟରେ ବିରେନ ମଢେଇ ବୀରେନ୍ଦ୍ରଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଉଥିଲେ। ଗତ ମାସ ୨୫ ତାରିଖରେ ଫୋନ କରି ବୀରେନ୍ଦ୍ରଙ୍କୁ ଡମ୍ପର ଚଳାଇବା ପାଇଁ କପ୍ତିପଦାକୁ ଡକା ଯାଇଥିଲା। ସେ କପ୍ତିପଦା ଅଭିମୁଖେ ଯିବାବେଳେ ଜାମୁନା ଛକରୁ ତାଙ୍କୁ ଅପହରଣ କରାଯାଇଥିଲା।

ଘରକୁ ନ ଫେରିବାରୁ ବୀରେନ୍ଦ୍ରଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ବିରେନକୁ ଅଟକ ରଖି ପଚରା ଉଚୁରା ପରେ ସେ ସତ ସ୍ୱୀକାର କରିଥିଲା। ସେ ହତ୍ୟା କରି ଉଦଳା, ନାଗପାଳ ଦେବକୁଣ୍ଡ ରାସ୍ତାର ଏକ ନିଛାଟିଆ ସ୍ଥାନରେ ପୋତି ଦେଇଥିବା ମାନିଥିଲା । ଘଟଣାସ୍ଥଳରୁ ମାଟି ଖୋଳି ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ। ଅଭିଯୁକ୍ତ କେମିତି ହତ୍ୟା କରିଥିଲା, ତାର ସିନ୍ ରିକ୍ରିଏସନ କରିଛି ପୋଲିସ।

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଉଦଳାରେ ବାରଙ୍ଗ ପୋଲିସର ୪ ଜଣିଆ ଟିମ୍
ଉଦଳା: ଡାକ୍ତରୀ ଛାତ୍ରୀ ହେମ୍ବ୍ରମ ଚନ୍ଦ୍ରିକା ମୃତ୍ୟୁ ଘଟଣା । ଚନ୍ଦ୍ରିକାଙ୍କ ଘରେ ପହଁଚିଲା ବାରଙ୍ଗ ପୋଲିସର ୪ ଜଣିଆ  ଟିମ। ଗତକାଲି ରାତିରେ ବାରଙ୍ଗ ପୋଲିସ ଟିମ ପହଞ୍ଚି କିଛି ସମୟ ପରିବାର ଲୋକଙ୍କୁ ପଚରାଉଚରା କରି ଯାଇଥିବା ବେଳେ ଆଜି ପୁଣି ବାରଙ୍ଗ ପୋଲିସ ଆସି ଚନ୍ଦ୍ରିକାଙ୍କ ଘରେ ପଚରାଉଚରା କରିଛି। ପୋଲିସ ପହଞ୍ଚି ବିଭିନ୍ନ ଦିଗ ଉପରେ ପଚରା ଉଚରା କରିଛି। ବିଶେଷକରି ଚନ୍ଦ୍ରିକା ଏବଂ ଭୀମସେନ ମଧ୍ୟରେ ସମ୍ପର୍କ, ସେମାନଙ୍କ ସମ୍ପର୍କ ମଧ୍ୟରେ ଅନ୍ୟ ଯୁବତୀଙ୍କ ଏଣ୍ଟ୍ରି, ଏଭଳି ତମାମ ଦିଗ ଉପରେ ପଚରା ଉଚରା କରିଛନ୍ତି।

ଗତକାଲି ରାତିରେ ଚନ୍ଦ୍ରିକାଙ୍କ ମାଆ ଏବଂ ବାପାଙ୍କୁ କିଛି ପଚରା ଉଚରା କରିଥିବା ବେଳେ ଆଜି ଚନ୍ଦ୍ରିକାଙ୍କ ଭାଇ ଏବଂ ଅନ୍ୟ ପରିବାର ସଦସ୍ୟଙ୍କୁ ପଚରା ଉଚରା କରୁଛନ୍ତି। ଏହା ସହିତ ଘଟଣାରେ ସମ୍ପୃକ୍ତି ଥିବା ଅନେକ ତଥ୍ୟ ସଂଗ୍ରହ କରିବା ସହିତ କଲ ରେକର୍ଡ, କାଗଜ ପତ୍ର, ମୋବାଇଲ ଚାର୍ଟ ଆଦି କୁ ଯାଞ୍ଚ କରିଛି ପୋଲିସ। ତେବେ ତମାମ ତଥ୍ୟ ନେଇ ବାରଙ୍ଗ ପୋଲିସ ତଦନ୍ତକୁ ଆଗକୁ ବଢ଼ାଉଛି।

'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ
ଉଦଳା: ଏ ଡାଏରୀ ସେ ଡାଏରୀ ନୁହେଁ, ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ବିସ୍ଫୋରକ ତଥ୍ୟ। 'DIE DIE DIE' ଲେଖାଯାଇଥିବା ଡାଏରୀ ଚନ୍ଦ୍ରିକାଙ୍କ ନିଖୋଜ ଡାଏରୀ ନୁହେଁ ବୋଲି କହିଲେ ମାମୁଁ ଝିଅ ରଶ୍ମିତା। ବ୍ୟାଗ ରୁ ମିଳିଥିବା ପକେଟ ଡାଏରୀରେ ହିଁ ଲେଖାଯାଇଥିଲା DIE DIE DIE, ଯାହା ଘଟଣା ଦିନ ଦେଖିଥିଲେ ରଶ୍ମିତା। ଘଟଣା ଦିନ ବ୍ୟାଗ ଜବତ ପରେ ପୋଲିସ ତାହା ସମ୍ପର୍କୀୟଙ୍କୁ ଦେଖାଇଥିଲା ଏବଂ ରଶ୍ମିତା ମଧ୍ୟ ତାହା ଦେଖିଥିବା କହିଛନ୍ତି। ହେଲେ ନିଜ ଜୀବନ କାହାଣୀ ଲେଖୁଥିବା ଚନ୍ଦ୍ରିକାଙ୍କ ସେ ବଡ଼ ଡାଏରୀ ଏବେ ସୁଦ୍ଧା ମିଳିନାହିଁ, ତାହା ମିଳିଲେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ରଶ୍ମିତା।  କେବଳ ସେତିକି ନୁହେଁ, ଚନ୍ଦ୍ରିକାଙ୍କ ଲାପଟପ ଏବଂ ଟାଵଲେଟ ମିଳିଲେ ଅନେକ ଗୁମର ଖୋଲିବ ବୋଲି କହିଛନ୍ତି ରଶ୍ମିତା ଯାହା ପୁରୁଷ ବନ୍ଧୁ ଭୀମସେନଙ୍କ ନିକଟରେ ରହିଛି ।

ଥାନା ସାମ୍ନାରେ ଟ୍ରାକ୍ଟର ରଖି ଷ୍ଟିୟରିଂରେ ହାତକଡ଼ି ପକାଇଲା ପୋଲିସ, କ'ଣ ଏହାର କାରଣ....
ଉଦଳା: ଟ୍ରାକ୍ଟରରେ ପଡିଲା ହାତକଡ଼ି। ଟ୍ରାକ୍ଟର ଷ୍ଟିୟରିଂରେ ହାତକଡ଼ି ପକାଇଲା ପୋଲିସ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କୁଶଳଦା ଫାଣ୍ଡିରୁ ଆସିଛି ଏପରି ରୋଚକ ଚିତ୍ର। ଜବତ ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ହାତକଡ଼ି ପକାଇ ରଖିଲା ପୋଲିସ। ମାଫିଆଙ୍କ କବଳରୁ ଟ୍ରାକ୍ଟରଟିକୁ ବଞ୍ଚାଇବା ପାଇଁ ଏମିତି ଉପାୟ କରିଛି ପୋଲିସ । ଫାଣ୍ଡି ଆଗରେ ଜବତ ଟ୍ରାକ୍ଟରକୁ ରଖି ସେଥିରେ ପୋଲିସ ହାତକଡ଼ି ପକାଇଛି । ଏଗ୍ରିକଲଚର ଟ୍ରାକ୍ଟରରେ ହେଉଥିଲା ଚୋରା ବାଲି ଚାଲାଣ। ଉଦଳା ଥାନା ଦାମାସାହି ଛକ ରୁ ଟ୍ରାକ୍ଟର ହୋଇଛି ଜବତ।

ଏଗ୍ରିକଲଚର ପାଇଁ ସରକାରୀ ସ୍ତରରେ ଦିଆଯାଉଥିବା ସୁବିଧାରେ କିଣା ଯାଇଥିବା ଟ୍ରାକ୍ଟରରେ ଚାଲିଥିଲା ଚୋରା ବାଲି ଚାଲାଣ । ଯାହାକୁ ଶୁକ୍ରବାର ବିଳମ୍ବିତ ରାତିରେ କୁଶଳଦା ପୋଲିସ ଦାମାସାହି ଛକ ନିକଟରୁ ଜବତ କରିଥିଲା । ଜବତ ଟ୍ରାକ୍ଟରରେ ଚୋରା ବାଲି ବୋଝେଇ ହୋଇଥିବା ବେଳେ ତାକୁ ଆଣି ଫାଣ୍ଡିରେ ରଖିଥିଲା ପୋଲିସ । ହେଲେ ଫାଣ୍ଡିରେ ପାଚେରୀ ନଥିବାରୁ ଜବତ ଟ୍ରାକ୍ଟରଟିକୁ ମାଫିଆମାନେ ନେଇଯିବାର ସନ୍ଦେହ କରିଥିଲା ପୋଲିସ । ଯାହା ଫଳରେ ଜବତ ଟ୍ରାକ୍ଟରର ଷ୍ଟିୟରିଂରେ ହାତକଡ଼ି ପକାଇଥିଲା ପୋଲିସ ।

ପୋଲିସକୁ ନାହିଁ ଟିକେ ବି ଭୟ, ବିଚ୍ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼
ଉଦଳା: ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଗୁଣ୍ଡାଗିରି। ଉଦଳା ଥାନା ଏନଏସି ୫ ନମ୍ବର ୱାର୍ଡରେ ଯୁବକଙ୍କ ଗୁଣ୍ଡାଗିରିର ଭିଡିଓ ସାମ୍ନାକୁ ଆସିଛି। ସଂଘବଦ୍ଧ ଭାବେ ଆସିଲେ ଆଉ ଦୁଇ ଯୁବକଙ୍କୁ ନିର୍ଘାତ ମାରିଲେ। ଯିଏ ଯେମିତି ପାରିଲା ବାଡେଇ ଚାଲିଲା। ମୁଥ, ଚାପୁଡ଼ା ଠାରୁ ଆରମ୍ଭ କରି ଦୁଇ ଯୁବକଙ୍କୁ ୩ରୁ ଅଧିକ ଯୁବକ ଗୋଡେଇ ଗୋଡେଇ ନିର୍ଘାତ ମାଡ଼ ମାରୁଥିବାର ଭିଡିଓ ସାମ୍ନାକୁ ଆସିଛି।

ଯେଉଁ ଭିଡିଓରେ ଦୁଇ ଜଣ ଯୁବକଙ୍କୁ ୩ ରୁ ୪ ଜଣ ଯୁବକ ଅତି ଅମାନୁଷିକ ଭାବେ ବିଚ ରାସ୍ତାରେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାଡ଼ ମାରୁଥିବା ଦେଖାଯାଇଛି। ଏପରିକି ମାଡ଼ ମାରି ଯୁବକଙ୍କୁ ରକ୍ତାକ୍ତ ମଧ୍ୟ କରି ଦେଇଛନ୍ତି। ଆଉ ସଂଘବଦ୍ଧ ଭାବେ ଆସିଥିବା ଯୁବକ ମାନେ ଗୋଡ଼ାଇ ଗୋଡ଼ାଇ ମାରିବା ବେଳେ ସ୍ଥାନୀୟ ଲୋକେ ଦେଖଣାହାରି ପାଲଟିଥିଲେ। ଏହି ଭିଡିଓଟି ଗତ ଏପ୍ରିଲ ମାସରେ ନିମ୍ନ ମାନର କାମ ବାବଦରେ ମୁହଁ ଖୋଲିଥିବାରୁ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣର ବୋଲି ଜଣାଯାଇଛି। ଆଉ ଏହି ଘଟଣାକୁ ପୋଲିସ ହାଲୁକା ଭାବେ ନେଇଥିବା ଜଣାପଡୁଛି ।

ଛେଳିକୁ ଆକ୍ରମଣ କଲା ବୁଲା କୁକୁର, ହେଲେ ମାଡ ଖାଇଲେ ବିଧବା ମହିଳା ଏବଂ ଦିବ୍ୟାଙ୍ଗ ଝିଅ
ଉଦଳା: ବୁଲା କୁକୁର ପାଇଁ ମହାଭାରତ। ଅସହାୟ ବିଧବା ମହିଳା ଏବଂ ଦିବ୍ୟାଙ୍ଗ ଝିଅକୁ ନିର୍ଘାତ ମାଡ଼ ଓ ପଥର ମାଡ଼ କରିଲେ ଗ୍ରାମର କିଛି ଲୋକ। ବୁଲା କୁକୁର ପୋଷିଥିବା କହି କରିଲେ ଆକ୍ରମଣ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଉର୍ମଳା ଗାଁରୁ ଆସିଛି ଏପରି ଅଭିଯୋଗ । ଦିବ୍ୟାଙ୍ଗ ଝିଅକୁ ଧରି ଥାନାର ଦ୍ୱାରସ୍ତ ହେଲେ ମହିଳା। ସାଙ୍ଗରେ ଆଣିଛନ୍ତି ଆକ୍ରମଣ କରାଯାଇଥିବା ପଥର।

ସୂଚନା ଅନୁସାରେ, ଗାଁର ବିଧବା ମହିଳା ଫୁଲମଣି ହେମ୍ବ୍ରମଙ୍କ ଘର ସାମ୍ନାରେ ଏକ ବୁଲା କୁକୁର କିଛି ସମୟ ଶୋଇବା ପରେ ଗାଁ ଭିତରକୁ ଯାଇଥିଲା । ଏହି ସମୟରେ ଗ୍ରାମର ଲୋକମାନେ ଆସି ବୁଲା କୁକୁର ପାଳିଛୁ, ଆଉ ସେହି କୁକୁର ଆମ ଛେଳିକୁ ଆକ୍ରମଣ କରୁଛି ବୋଲି କହି ଫୁଲମଣି ହେମ୍ବ୍ରମ ଏବଂ ତାଙ୍କ ଦିବ୍ୟାଙ୍ଗ ଝିଅକୁ ନିର୍ଘାତ ମାଡ଼ ମାରିଥିଲେ । ଏପରିକି ଦିବ୍ୟାଙ୍ଗ ଝିଅକୁ ପଥର ଫୋପାଡ଼ି ମାରିଥିଲେ, ଯେଉଁଥିରେ ଦିବ୍ୟାଙ୍ଗ ଝିଅର ମୁଣ୍ଡ ଫୁଲି ଯାଇଛି । ତେବେ ଗ୍ରାମବାସୀଙ୍କ ମାଡ଼ରେ ଗୁରୁତର ହୋଇଥିବା ଫୁଲମଣି ନିଜ ଦିବ୍ୟାଙ୍ଗ ଝିଅକୁ ମେଡିକାଲରେ ଚିକିତ୍ସା କରାଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଗଛରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ
ମୟୂରଭଞ୍ଜ: ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ନିର୍ଘାତ ମାଡ । ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ । ମୟୂରଭଞ୍ଜ ଉଦଳା ଥାନା ପାଟଶାଣିପୁର ପଞ୍ଚାୟତ ବରହମପୁର ଗାଁରେ ଘଟିଛି ଏଭଳି ଘଟଣା । ବାରିପଦା ଅଞ୍ଚଳର ଦୁଇ ଜଣ ଯୁବକ ରାତିରେ ବରହମପୁର ଗାଁରେ ପଶିଥିଲେ । ଏହି ସମୟରେ ଗାଁର ଏକ ପରିବାରରେ କାର୍ଯ୍ୟକ୍ରମ ଚାଲିଥିଲା । ସେଠାରେ ପହଞ୍ଚି ଯୁବକ ଦୁଇ ଜଣ ଯୁବତୀଙ୍କୁ ଦୁର୍ବ୍ୟବହାର କରିବାକୁ ଉଦ୍ୟମ କରିଥିଲେ ।

ଯାହାକୁ ନେଇ ତାତିଥିଲେ ଉପସ୍ଥିତ ଲୋକେ । ଦୁଇ ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରିଥିବା ବେଳେ ଜଣେ ଫେରାର ହୋଇଯାଇଥିଲା । ଅନ୍ୟ ଜଣେ ଯୁବକଙ୍କୁ ଗ୍ରାମବାସୀ କାବୁ କରି ଦଉଡିରେ ଗଛରେ ବାନ୍ଧିଥିଲେ ଏବଂ ମାଡ଼ ମଧ୍ୟ ମାରିଥିଲେ । ଖବର ପାଇ ଦୀର୍ଘ ସମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧା ଯାଇଥିବା ଯୁବକଙ୍କୁ ଉଦ୍ଧାର କରିଥିଲା । ଯୁବକ ଜଣଙ୍କ ନିଜ ସ୍ତ୍ରୀଙ୍କୁ ଖୋଜି ଖୋଜି ଆସିଥିଲେ । ବାଉଳାରେ ଅନ୍ୟ ଯୁବତୀଙ୍କ ଧରି ପକାଇଥିଲେ ବୋଲି କହିଛନ୍ତି ।

ଗୁଣି ଗାରେଡି ସନ୍ଦେହରେ ଶାଶୁକୁ ପନିକିରେ ହାଣିଲା ବୋହୂ
ଉଦଳା: ବୋହୂ ସାଜିଲା ରାକ୍ଷସୀ। ଗୁଣି ଗାରିଡି ସନ୍ଦେହରେ ଶାଶୁକୁ ଅତି ନିର୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ। ଆଉ ଏ ଘଟଣା ସବୁର ଦେଖଣାହାରି ସାଜି ଦେଖୁଥିଲା ପୁଅ। ଉଦଳା ଥାନା ଏନଏସି ୬ ନମ୍ବର ୱାର୍ଡରେ ଘଟିଛି ଏଭଳି ଘଟଣା। ଗ୍ରାମର ସାବିତ୍ରୀ ଦତ୍ତ ସନ୍ଧ୍ୟା ସମୟରେ ଘର ବାହାରେ ବସିଥିବା ବେଳେ ଅଚାନକ ବୋହୂ ମାମି ଦତ୍ତ ଘର ଭିତରୁ ବାହାରି ଆସି ସାବିତ୍ରୀଙ୍କୁ ଘର ଭିତରକୁ ଘୋଷାରି ନେଇ ବେତବାଡ଼ିରେ ନିର୍ଘାତ ମାଡ଼ ମାରିଥିଲେ । ବେତରେ ମାରିବା ପରେ ପନିକିରେ ହାଣି ଲାଗିଥିଲା ବୋହୁ । ଶାଶୁ ସାବିତ୍ରୀଙ୍କ ମୁଣ୍ଡ, ଦେହକୁ ପନିକିରେ ହାଣି ଜୀବନରୁ ମାରିଦେବାକୁ ବୋହୂ ମାମି ଉଦ୍ୟମ କରୁଥିବା ବେଳେ ସେଠାରେ ଛିଡା ହୋଇ ଏ ସବୁ ଦେଖୁଥିଲା ପୁଅ କୁଲୁ ଦତ୍ତ। ପୁଅ ସମ୍ନାରେ ଘଟଣା ଘଟୁଥିଲେ ମଧ୍ୟ ଏହାକୁ ବାରଣ କରି ନଥିଲା।

ତେବେ ଆକ୍ରମଣରେ ଗୁରୁତର ହୋଇ ସାବିତ୍ରୀ ଚିତ୍କାର କରିବାରୁ ପଡିଶା ଘର ଲୋକେ ଆସି ତାଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଶାଶୁକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ହାଣିଥିବା ବୋହୂକୁ ନିଜ ହେପାଜତକୁ ନେଇଥିଲା। ଘଟଣା ଅନୁଯାୟୀ ଗୁଣି ଗାରେଡି ସନ୍ଦେହରେ ବୋହୂ ହାଣିଥିବା କହିଛନ୍ତି ଆହତ ସାବିତ୍ରୀ। ଅନ୍ୟପକ୍ଷରେ ଦେହରେ ଠାକୁରାଣୀ ଆସିଥିବାରୁ ସେ ଏପରି କରିଥିବା କହୁଛି ବୋହୂ।

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନଭାଇକୁ ହାଣିଲା ବଡ଼ ଭାଇ
ଉଦଳା: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭାଇ ସାଜିଲା ଭଗାରୀ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନଭାଇକୁ ହାଣିଲା ବଡ଼ ଭାଇ । ଏଭଳି ଘଟଣା ଘଟିଛି ଉଦଳା ଥାନା ଧାନଘେରା ଛକ ନିକଟରେ । ଏହି ଗ୍ରାମର ରାଜେଶ ବାରିକ ଧାନଘେରା ମଡେଲ ସ୍କୁଲ ଛକରେ ଖାସି କାଟୁଥିଲେ । ଏହି ସମୟରେ ତାଙ୍କର ଦୁଇ ଭାଇ ଆଶିଷ ବାରିକ ଏବଂ ଅଶ୍ୱିନୀ ବାରିକ ସେଠାରେ ପହଞ୍ଚି ସମସ୍ତ ମାଂସ ଦେବାକୁ କହିଥିଲେ । ଏହାସହ ଅତର୍କିତ ଭାବେ ଧାରୁଆ ଅସ୍ତ୍ରରେ ରାଜେଶଙ୍କୁ ଆକ୍ରମଣ କରିଥିଲେ । ରାଜେଶଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣିବା ସହିତ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ରାଜେଶଙ୍କ ପୁଅ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଆକ୍ରମଣରେ ରାଜେଶ ଗୁରୁତର ହେବା ପରେ ଦୁଇ ଭାଇ ସେଠାରୁ ଚାଲି ଯାଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ରାଜେଶଙ୍କୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଛନ୍ତି । ରାଜେଶଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଛି ।

ଲୋନ୍‌ କରାଇ ଦେବାକୁ କହି ୩ କୋଟିରୁ ଉର୍ଦ୍ଧ୍ୱ ଠକେଇ, ମହିଳା ଗିରଫ
ଉଦଳା: ଗିରଫ ହେଲେ ଠକ ୪୨୦ ମହିଳା । ନିଜକୁ ଶ୍ରମ ବିଭାଗର ବଡ଼ ଅଧିକାରୀ କହି ଋଣ ବାହାନାରେ ଲୁଟି ନେଇଛନ୍ତି ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ଗିରଫ ଠକ ମହିଳା କେଉଁଝର ଜିଲ୍ଲା ବଲାଣି ଥାନା ଅଂଚଳର ବିନୋଦିନୀ ନାୟକ ବୋଲି ଜଣାପଡିଛି । ଭୁବନେଶ୍ୱର ହଂସପାଳରୁ ମହିଳାଙ୍କୁ ଗିରଫ କଲା କପ୍ତିପଦା ପୋଲିସ । ଠକେଇରେ ୩୦ରୁ ଊର୍ଦ୍ଧ୍ବ ସିମ୍‌ ବ୍ୟବହାର କରିଥିଲେ ମହିଳା । ବିଭିନ୍ନ ଥାନାରେ ମହିଳାଙ୍କ ନାଁରେ ଠକେଇ ମାମଲା ମଧ୍ୟ ରହିଥିଲା ।