Terrorist Attack Threat - The Sakala

ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀ ଆକ୍ରମଣ ଭୟ: ବିଦେଶୀ କ୍ରିକେଟ ପ୍ରେମୀଙ୍କୁ ଅପହରଣ ଯୋଜନା, ହାଇଆଲର୍ଟ ଜାରି କଲା ପାକିସ୍ତାନ ଗୁଇନ୍ଦା ବିଭାଗ
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଦେଖାଦେଇଛି ଆତଙ୍କୀ ଆକ୍ରମଣ ଭୟ। ସୁରକ୍ଷା ଏବଂ ଆତଙ୍କୀ ଆକ୍ରମଣ ଭୟରେ ପାକିସ୍ତାନରେ କିଛି ବର୍ଷ ହେଲାଣି କୌଣସି ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ହୋଇନାହିଁ ।  ତେବେ ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଛି । ବିଦେଶୀ କ୍ରିକେଟ ପ୍ରେମୀଙ୍କୁ ଅପହରଣ ଯୋଜନା କରାଯାଇଥିବା ନେଇ ସୂଚନା ମିଳିଛି । ଏନେଇ ଖୋଦ ହାଇଆଲର୍ଟ ଜାରି କରିଛନ୍ତି ପାକିସ୍ତାନ ଗୁଇନ୍ଦା ବିଭାଗ । ଟିଟିପି, ଆଇଏସ୍‌ଆଇଏସ୍ ଉପରେ କଡ଼ା ନଜର ରଖାଯାଇଛି। ଭାରତୀୟ ଏଜେନ୍ସୀ ମଧ୍ୟ ପାକିସ୍ତାନକୁ ଏଭଳି ଆକ୍ରମଣ ସମ୍ଭାବନା ବିଷୟରେ ସୂଚନା ଦେଇଛି ।ପାକିସ୍ତାନର ଗୁଇନ୍ଦା ବ୍ୟୁରୋ ଇସଲାମିକ ଷ୍ଟେଟ ଖୁରାସାନ ପ୍ରାନ୍ତ(ISKP) ସମ୍ଭାବ୍ୟ ଖବରକୁ ନେଇ ଚେତାବନୀ ଜାରି କରିଛି ।

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାଗ ନେଇଥିବା ବିଦେଶୀ ଖେଳାଳି ଏବଂ କ୍ରିକେଟ ପ୍ରେମୀଙ୍କୁ ଅପହରଣ କରିବାକୁ ଯୋଜନା କରୁଛି । ଏହି ଆତଙ୍କୀ ସଂଗଠନ ବିଶେଷ ଭାବେ ଚୀନ ଏବଂ ଆରବ ନାଗରିକଙ୍କୁ ଟାର୍ଗେଟ କରିଥାଏ । ଏହାପୂର୍ବରୁ ପାକିସ୍ତାନରେ ଶ୍ରୀଲଙ୍କା ଖେଳିବାକୁ ଯାଇଥିବା ବେଳେ ଆତଙ୍କୀ ହମଲା ହୋଇଥିଲା । ଯେଉଁଥି ପାଇଁ ପାକିସ୍ତାନରେ ଅନେକ ବର୍ଷ ଧରି ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ବନ୍ଦ ରହିଥିଲା । ଏହାପରେ ସ୍ଥିତିରେ ସୁଧାର ଆସିବା ପରେ ଦୀର୍ଘ ବର୍ଷ ପରେ ପାକିସ୍ତାନରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି ।ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଭାରତ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ସେଥିପାଇଁ ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ୍ ମଡେଲରେ ଆୟୋଜନ କରାଯାଇଛି । ଭାରତ ସମସ୍ତ ମ୍ୟାଚ ଦୁବାଇରେ ଖେଳୁଛି ।