Odisha Puri - The Sakala
ଚିଲିକା ମଝିରେ ଅଟକିଲା ଯାତ୍ରୀବାହି ଲଞ୍ଚ
କୃଷ୍ଣପ୍ରସାଦ:ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରୁ ପୁରୀଜିଲ୍ଲା କୃଷ୍ଣପ୍ରସାଦ କୁ ଯାତ୍ରୀ ନେଇ ଆସୁଥିବା ଲଞ୍ଚ ଚିଲିକା ମଝିରେ ଦୀର୍ଘ ସମୟ ଅଟକିଥିବା ଜଣାପଡ଼ିଛି। ଖବର ନେବାରେ ଜଣାପଡ଼ିଛି ଯେ ଆବଶ୍ୟକତା ଠାରୁ ଲଞ୍ଚ ରେ ବହୁ ଯାତ୍ରୀ ଆସିଥିଲେ। ଲଞ୍ଚ ର ଉପର ଭିତର ଲୋକାରଣ୍ୟ ହୋଇଥିଲା। ବାଲୁଗାଁ କାର୍ଯ୍ୟାଳୟ ନିକଟ ରେ ୭ ଟି ଲଞ୍ଚ ଥିଲେ ମଧ୍ୟ ୨ଟି ଲଞ୍ଚ ରେ ଯାତ୍ରୀଙ୍କୁ ସେବା ନ ଦେଇ ବିପଦ ସଂକୁଳ ଭାବେ ଗୋଟିଏ ଲଞ୍ଚ ରେ ଯାତ୍ରୀଙ୍କୁ ଛାଡିଥିଲେ। ଯାହାଦ୍ୱାରା ଚିଲିକା ମଝିରେ ଲଞ୍ଚଟି ଅଟକି ଥିଲା। କର୍ମଚାରୀ ମାନେ କାର୍ଯ୍ୟାଳୟ ଶହ ଯୋଗାଯୋଗ କରିବା ପରେ ଆଉ ଏକ ଲଞ୍ଚ ଆସି ସେମାନଙ୍କୁ ଉଦ୍ଧlର କରି କୃଷ୍ଣପ୍ରସାଦ ଜେଟିକୁ ଆଣିଥିଲେ। ବାଲୁଗାଁ ଯିବାକୁ ଥିବା ଯାତ୍ରୀ ଙ୍କୁ ମଧ୍ୟ ସମାନ ଭାବେ ଯାତାୟତ କରିବାକୁ ପଡିଥିଲା। ଏହାପୂର୍ବରୁ ଗତ ମାସ ୨୩ ତାରିଖରେ ଏହିଭଳି କୃଷ୍ଣପ୍ରସାଦ ରୁ ବାଲୁଗାଁ ଯାତ୍ରୀ ନେଇ ଯାଉଥିବା ବେଳେ ମଝି ଚିଲିକା ରେ ଅଧ ଘଣ୍ଟାଏ ଅଟକିଥିଲା। ଜନସାଧାରଣ ତରଫରୁ ବିଭାଗୀୟ ଅଧିକାରୀଙ୍କୁ ଏନେଇ ଯେତେ ଅବଗତ କରାଇଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାନ୍ତି। ଅନେକ ଲଞ୍ଚ ଥିବା ବେଳେ କୃଷ୍ଣପ୍ରସାଦ କୁ ଗୋଟିଏ ଲଞ୍ଚ ପଠାଉ ଥିବାରୁ ବାରମ୍ବାର ଏଭଳି ଘଟଣା ଘଟିବାରେ ଲାଗିଛି। ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେଲେ ଜଣ ଆନ୍ଦୋଳନ ମୁଣ୍ଡ ଟେକିବା ନିଶ୍ଚିତ ହୋଇ ପଡିଛି।
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରାର ପ୍ରଥମ ଦିନରେ ରଥା ଟଣା ସରିଛି। ଶୁକ୍ରବାର ଅପରାହ୍ନ ସାଢ଼େ ୪ରେ ରଥଟଣା ଆରମ୍ଭ ହୋଇଥିଲା। ବଡ଼ ଠାକୁର ବଳଭଦ୍ରଙ୍କ ରଥକୁ ପ୍ରଥମେ ଭିଡ଼ି ନେଇଥିଲେ ଭକ୍ତ। ଏହା ପରେ ମା’ ସୁଭଦ୍ରାଙ୍କ ରଥକୁ ଟାଣିଥିଲେ ଭକ୍ତ। ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ହୋଇଥିଲା। ତେବେ ପ୍ରଥମ ଦିନର ରଥ ଟଣା ପରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ବଳଗଣ୍ଡି ଛକରେ ଅଟକିଛି। ସେହିଭଳି ମରିଚିକୋଟ ଟାଉନ ଥାନା ନିକଟରେ ଅଟକିଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଅଳ୍ପ ବାଟ ଟଣା ଗଡ଼ି ସିଂହଦ୍ବାର ନିକଟରେ ହିଁ ଅଟକିଛି ନନ୍ଦିଘୋଷ ରଥ। ଶନିବାର ସକାଳ ସାଢ଼େ ୯ଟାରୁ ପୁଣି ରଥ ଟଣା ହେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
ଜଣେ ଭକ୍ତଙ୍କ କହିବା ଅନୁଯାୟୀ, କର୍ଡନ ପାସ ଅବ୍ୟବସ୍ଥା ଓ  କ୍ରାଉଡ ମ୍ୟାନେଜ ମେଣ୍ଟକୁ ସଠିକ ପରିଚାଳନା କରାଯାଇ ନ  ଥିବା ଯୋଗୁଁ ଏପରି ଅବ୍ୟବସ୍ଥା ଘଟିଛି। ଫଳରେ ନନ୍ଦିଘୋଷ ରଥ ଯେଉଁଠି ଥିଲା, ସେଇଠି ଅଟକି ରହିଛି। ରାତି ୮ଟା ପରେ ରଥକୁ ଟାଣିବାକୁ ଉଦ୍ୟମ କରାଯାଇଥିଲା। ହେଲେ ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ଆସନ୍ତାକାଲି ସକାଳ ୯ଟା ୩୦ରେ ପୁଣି ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଥିଲେ। ସବୁ ନୀତି ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସମ୍ପନ୍ନ ହୋଇଥିଲେ ହେଁ , ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ି ପାରି ନ ଥିଲା। ଫଳରେ ଭକ୍ତଙ୍କ ମନରେ ଖୁବ ଅସନ୍ତୋଷ ଦେଖିବାକୁ ମିଳିଛି।
ପୁରୀ: ବିଧି ମୁତାବକ ରଥଖଳାରେ ତିନିରଥ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି। ଗୁରୁବାର ସୁଦ୍ଧା ତିନିରଥର ୪୨ଟି ଚକ (ନନ୍ଦିଘୋଷ ୧୬, ତାଳଧ୍ୱଜ ୧୪ ଓ ଦେବଦଳନ ୧୨) ମଧ୍ୟରୁ ପ୍ରାୟ ୩୫ଟି ଚକ ନିର୍ମାଣ ସରିଛି। ଭୋଇ ସେବକମାନେ ୩୮ଟି ଚକର ସିଙ୍ଗଡା ବାଡିଆ କାମ ଶେଷ କରିଛନ୍ତି। ସେହିପରି ତିନିରଥର ମୁହାଁଟ ଏବଂ ନିରାଡି ଚଉପଟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତି ରଥର ଚାରି ପାର୍ଶ୍ୱରେ ଗୋଟିଏ ଗୋଟିଏ ନିରାଡି ଏବଂ ଗୋଟିଏ ଗୋଟିଏ ମୁହାଣ୍ଟ ଲାଗିଥାଏ। ପ୍ରଥମ ପର୍ଯ୍ୟାୟରେ ରଥ ଅମିନ ତିନି ରଥ ଚାଳିକୁ ଯୋଗାଇଥିବା ଚାରୋଟି ଲେଖାଏଁ ୨୦ ଫୁଟିଆ ଧଉରା କାଠରେ ଦୁଇଟି ମୁହାଁଣ୍ଟ ଏବଂ ଦୁଇଟି ନିରାଡ଼ି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। (ଏହି ମୁହାଁଣ୍ଟ ରଥର ପାଞ୍ଚଦଣ୍ଡା ଉଭୟ ପାର୍ଶ୍ୱରେ ଫିଟିଙ୍ଗ ହୋଇ ଥାଏ। ମୁହାଁଣ୍ଟ ଉପରେ ଗୁଜ ଫିଟିଙ୍ଗ କରାଯିବା ପରେ ଗୁଜ ଉପରେ ନିରାଡ଼ି ପଡ଼ି ଗୟଳ ମୋଡା ହୁଏ)। ସେହିପରି ରଥଖଳାରେ ରୂପକାର ସେବକ ଖୋଦେଇ କାମରେ ଲାଗିପଡିଛନ୍ତି। ଏମାନେ ତିନିରଥର ଗୁଜରେ ସିଂହବିରାଳ ଖୋଦେଇ କରୁଛନ୍ତି। ସରିଯାଇଥିବା ରୂପ ଖୋଦେଇର ପଲିସି କାମ ବି ଜାରି ରହିଛି। ଦୋଳବେଦୀ କୋଣ ପରିସର ଅସ୍ଥାୟୀ କମାରଶାଳରେ କମାର ସେବକମାନେ ଦଣ୍ଡା ବିଡ଼ିଆ କଣ୍ଟା ତିଆରି କରୁଛନ୍ତି।
ଅନୁକୂଳ ହେଲା ରଥ ନିର୍ମାଣ, ଶାଢୀ ବନ୍ଧାଇଲେ ରଥ ନିର୍ମାଣକାରୀ ସେବକ
ପୁରୀ: ଆସନ୍ତା ଜୁନ୍‌ ୨୭ ତାରିଖରେ ରଥଯାତ୍ରା। ଏଥିପାଇଁ ପରମ୍ପରା ମୁତାବକ ବୁଧବାର ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀଜୀଉଙ୍କ ତିନିରଥ ନିର୍ମାଣ ଅନୁକୂଳ ହୋଇଛି। ଅପରାହ୍ନ ୫ଟା ୩୫ରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସି ଶ୍ରୀନଅର ସମ୍ମୁଖରେ ପହଞ୍ଚିଥିଲା। ଅନୁକୂଳ ପାଇଁ ରଖାଯାଇଥିବା କାଠରେ ଆଜ୍ଞାମାଳ ବିଜେ ହେବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା। ଏହି ଅବସରରେ ରଥ ନିର୍ମାଣରେ ନିୟୋଜିତ ସେବକଙ୍କର ଶାଢୀ ବନ୍ଧା ଯାଇଥିଲା।
ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନିଖଣ୍ଡ ଧଉରା କାଠକୁ ସ୍ନାନ କରାଯାଇ ରଖାଯାଇଥିଲା। ଦେଉଳ ପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣ ଅପରାହ୍ନରେ ରଥଖଳାରେ ବନଯାଗର ସଂକ୍ଷିପ୍ତ ପଦ୍ଧତିରେ ରଥକାଠ ଅନୁକୂଳ ନୀତି କରିଥିଲେ। ଶ୍ରୀମନ୍ଦିରରୁ ବୈଷ୍ଣବାଗ୍ନି ଆଣି ହୋମରେ ଅଗ୍ନି ସ୍ଥାପନା କରାଯାଇଥିଲା। ନୃସିଂହ ମନ୍ତ୍ରରେ ଆହୁତି ଦିଆଯାଇଥିଲା। ଏହାପରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ନୂତନ ଭାବେ ଅଣାଯାଇଥିବା ତିନୋଟି କୁରାଢି ଅଭିମନ୍ତ୍ରିତ କରି ପୂଜା କରାଯାଇଥିଲା। ରାଜ ପ୍ରତିନିଧି ରାଜଗୁରୁ ଦେବୀ ପ୍ରସାଦ ରାଜଗୁରୁ, ଆଚାର୍ଯ୍ୟ ଭାବେ ଦେଉଳ ପୁରୋହିତ ସିଦେ୍ଧଶ୍ୱର ମହାପାତ୍ର ପ୍ରମୁଖ ଏଥିରେ ସାମିଲ ଥିଲେ। ସେପଟେ ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ବଢିବା ପରେ ମହାଜନ ସେବକ ରାମକୃଷ୍ଣ ଦୁଇ ଦେବଙ୍କୁ ହାତରେ ବିଜେ କରାଇ ଆଣି ଝୁଲଣ ମଣ୍ଡପ ତଳେ ପାଲିଙ୍କିରେ ବିଜେ କରାଇଥିଲେ। ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ମଣିବିମାନରେ ବିଜେ କରାଇଥିଲେ। ଏହାପରେ ମାଳଫୁଲ ଲାଗି ବିଜେ କାହାଳୀ ବାଜିଥିଲା। ତିନିଜଣ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ତିନିଗୋଟା ଆଜ୍ଞାମାଳ ନେଇ ପାଲିଙ୍କି ଓ ବିମାନ ଆଗେ ଆଗେ ରଥଖଳାକୁ ଯାଇଥିଲେ। ବିମାନବଡ଼ୁମାନେ ଘଣ୍ଟ, ଛତା, କାହାଳୀ ଶୋଭାଯାତ୍ରାରେ ପାଲିଙ୍କି ଓ ବିମାନରେ ଠାକୁରଙ୍କୁ ନେଇ ସିଂହଦ୍ୱାର ଦେଇ ବଡ଼ଦାଣ୍ଡକୁ ଓହ୍ଲାଇ ରଥଖଳାରେ ପହଞ୍ଚିଥିଲେ। ଠାକୁରଙ୍କ ପଛେ ପଛେ ବିମାନରେ ପଞ୍ଚ ମହାଦେବ ଆସିଥିଲେ। ଏହାପରେ ତିନିଠାକୁରଙ୍କ ତିନିଗୋଟା ଆଜ୍ଞାମାଳ ୩ ଖଣ୍ଡ କାଠରେ ବିଜେ କରାଯାଇଥିଲା। ଦେଉଳ ପୁରୋହିତ ପୂଜା ହୋଇଥିବା ସୁନା କୁରାଢିରେ ସ୍ପର୍ଶ କରି ରଥ ନିର୍ମାଣ ଅନୁକୂଳ କରିଥିଲେ।
ଏହି ଅବସରରେ ରଥକାର୍ଯ୍ୟ ନିମନ୍ତେ ବିଶ୍ୱକର୍ମାମାନଙ୍କୁ ବରଣ କରାଯାଇଥିଲା। ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ଉପସ୍ଥିତିରେ ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ ରଥ ନିର୍ମାଣ ସହିତ ସମ୍ପୃକ୍ତ ବିଶ୍ୱକର୍ମାଙ୍କୁ ଶାଢି ବାନ୍ଧିଥିଲେ। ତିନିବାଡର ମୁଖ୍ୟ ବିଶ୍ୱକର୍ମା ନନ୍ଦିଘୋଷ ରଥର ବିଜୟ କୁମାର ମହାପାତ୍ର, ବଡଠାକୁରଙ୍କ ତାଳଧ୍ୱଜ ରଥର ନରସିଂହ ମହାପାତ୍ର, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ନାରାୟଣ ମହାରଣାଙ୍କ ସମେତ ୮ ଜଣ ମହାରଣା ଶାଢୀ ବନ୍ଧାଇଥିଲେ। ସେହିପରି ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ, ରୂପକାର ସେବକ ପ୍ରମୁଖ ଶାଢି ବନ୍ଧାଇଥିଲେ। ଶ୍ରୀମନ୍ଦିରରୁ ଆସିଥିବା ତିନି ଆଜ୍ଞାମାଳ ରଥକାଠରେ ଲାଗି ହେବା ପରେ ତିନିବାଡ଼ର ବିଶ୍ୱକର୍ମା ଉକ୍ତ ଆଜ୍ଞାମାଳକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟ ଚର୍ଚ୍ଚିକା ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ। ରଥ ନିର୍ମାଣ ଅନୁକୂଳ ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌ପି ବିନୀତ୍‌ ଅଗ୍ରୱାଲଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ସୂଚନାଥାଉ କି, ବୁଧବାର ପୂଜା ହୋଇଥିବା ତିନିଖଣ୍ଡ ଧଉରା କାଠରେ ନୃସିଂହ ଚତୁର୍ଦ୍ଦଶୀ ଦିନ ରଥର କଣଗୁଜ ଅନୁକୂଳ ହେବ। ରୂପକାର ସେବକମାନେ କଣଗୁଜ ତଥା ନୃସିଂହ ଗୁଜ ନିର୍ମାଣ କରିବେ।
ପୁରୀ: ପ୍ରଭୁ ଲୋକନାଥଙ୍କ ପୀଠରେ ଜାଗରଯାତ୍ରା ପାଇଁ ନୀତି ନିର୍ଘଣ୍ଟ। ଚଳିତ ମାସ ୨୪ ତାରିଖରେ ପଙ୍କୋଦ୍ଧାର ଏକାଦଶୀ ଓ ୨୬ ଫେବ୍ରୁଆରୀରେ ପାଳିତ ହେବ ମହାଶିବରାତ୍ରି। ରାତି ୩ ଟାରେ ଉଠିବ ମହାଦୀପ।
୨୪ ତାରିଖ ପଙ୍କୋଦ୍ଧାର ଏକାଦଶୀ ପାଇଁ ରାତ୍ର ୧୨ଟା ୩୦ରୁ ଦ୍ଵାର ଖୋଲା ହେବ, ୧ ଟା ୧୫ ରେ ମଙ୍ଗଳ ଆଳତି ଅବକାଶ ନୀତି ଅନୁଷ୍ଠିତ ହେବ। ଦିନ ୧୨ ଟାରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ। ରାତ୍ର ୧୧ ସୁଦ୍ଧା ହେବ ବଡ଼ସିଂହାର ।
ସେହିପରି, ୨୬ ତାରିଖ ଜାଗରଯାତ୍ରା ଦିନ ରାତି ୧୨ଟା ୩୦ରୁ ପହୁଡ଼ ଦ୍ଵାର ଖୋଲା, ରାତ୍ର ୧ ଟାରୁ ୪ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ, ସୂର୍ଯ୍ୟ ପୂଜା, ଭୋର୍ ୪ ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ। ରାତି ୨ ରୁ ୩ ଟା ମଧ୍ୟରେ ହରିହର ଭେଟ ଓ ପରେ ଉଠିବ ମହାଦୀପ।